Dharitri News
ଖେଳ |

ଜେମ୍ସ ପାମେଣ୍ଟ ମୁମ୍ବାଇ ଇଣ୍ଡିଆନ୍ସର ନୂତନ ଫିଲ୍ଡିଂ କୋଚ୍‌

ଜେମ୍ସ ପାମେଣ୍ଟ ମୁମ୍ବାଇ ଇଣ୍ଡିଆନ୍ସର ନୂତନ ଫିଲ୍ଡିଂ କୋଚ୍‌ ବମ୍ବେ,  ୮।୧୨- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୩ ଥର ଚାମ୍ପିୟନ୍‌ ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜ୍‌ ନିକଟରେ ଦଳର ନୂତନ ଫିଲ୍ଡିଂ କୋଚ ଭାବେ ନ୍ୟୁଜିଲାଣ୍ଡର ଜେମ୍ସ ପାମେଣ୍ଟଙ୍କୁ ନିଯୁକ୍ତ କରିଛି। ଫଳରେ ସେ ଆଗାମୀ ସିଜନଠାରୁ ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ଖେଳାଳି ଜଣ୍ଟି ରୋଡ୍ସଙ୍କ ଦାୟିତ୍ୱ ଗ୍ରହଣ କରିବେ। ଜଣ୍ଟି ଦୀର୍ଘ ୯ ବର୍ଷ ହେଲା ମୁମ୍ବାଇ ଇଣ୍ଡିଆନ୍ସ ଦଳ ସହ ଜଡ଼ିତ ହୋଇଥିଲେ। ୨୦୦୯ଠାରୁ ଫିଲ୍ଡିଂ କୋଚ୍‌ ପଦ ସମ୍ଭାଳୁଥିବା ଦକ୍ଷିଣ ଆଫ୍ରିକୀୟ ପୂର୍ବତନ ଖେଳାଳି ବର୍ତ୍ତମାନ ନିଜର ବ୍ୟକ୍ତିଗତ ବ୍ୟାପାରକୁ ବୃଦ୍ଧି କରିବା ପାଇଁ ପଦ ତ୍ୟାଗ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏ ସମ୍ପର୍କରେ ଫ୍ରାଞ୍ଚାଇଜ୍‌ ମାଲିକ ଆକାଶ ଅମ୍ବାନୀ କହିଛନ୍ତି, ଜଣ୍ଟି ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏକ ଗୁରୁତ୍ୱୂର୍ଣ୍ଣ ଅଂଶ ଥିଲେ। ତାଙ୍କର ଦଳ ପ୍ରତି ଯୋଗଦାନକୁ ଶବ୍ଦରେ କୁହାଯାଇ ପାରିବନାହିଁ। ଆମେ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଉଛୁ ଏବଂ ତାଙ୍କ ଭବିଷ୍ୟତ ପାଇଁ ଶୁଭକାମନା ଦେଉଛୁ। ସେ ପଦ ତ୍ୟାଗ କରିଥିଲେ ମଧ୍ୟ ସର୍ବଦା ମୁମ୍ବାଇ ଇଣ୍ଡିଆନ୍ସ ପରିବାରର ସଦସ୍ୟ ହୋଇ ରହିବେ। ତାଙ୍କ ସ୍ଥାନରେ ଅଭିଜ୍ଞ କୋଚ୍‌ ଜେମ୍ସ ପାମେଣ୍ଟଙ୍କୁ ନିଯୁକ୍ତ କରାଯାଇଛି। ସେ ନ୍ୟୁଜିଲାଣ୍ଡ ଦଳ ସହ କାର୍ଯ୍ୟ କରିଛନ୍ତି।

ଖେଳ |

ଦୃଷ୍ଟିହୀନ କ୍ରିକେଟ୍‌ ବିଶ୍ୱକପ୍‌: ଭାରତ- ପାକିସ୍ତାନ ଫାଇନାଲ

ଦୃଷ୍ଟିହୀନ କ୍ରିକେଟ୍‌ ବିଶ୍ୱକପ୍‌: ଭାରତ- ପାକିସ୍ତାନ ଫାଇନାଲ

ଅଜମାନ,୧୮ା୧(ପି.ଟି.)- ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଚାଲିଥିବା ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପ୍‌ର ପଞ୍ଚମ ସଂସ୍କରଣରେ ଭାରତ ଦମ୍‌ଦାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛି।

ଅଷ୍ଟ୍ରେଲିଆନ୍‌ ଓପନ୍‌: ତୃତୀୟ ରାଉଣ୍ଡରେ ନାଡାଲ, ଓଜ୍‌ନିଆକି

ଅଷ୍ଟ୍ରେଲିଆନ୍‌ ଓପନ୍‌: ତୃତୀୟ ରାଉଣ୍ଡରେ ନାଡାଲ, ଓଜ୍‌ନିଆକି

ମେଲବୋର୍ନ,୧୭ା୧(ଏ.ଏଫ୍‌.ପି.)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ୍‌ ତୃତୀୟ ଦିନରେ ପହଞ୍ଚିଛି। ସିଡେଡ ଖେଳାଳିମାନେ ଅଗ୍ରଗତି କରିଛନ୍ତି।

ସୁପର୍‌ ଓଭରରେ ଓଡ଼ିଶାକୁ ଜିତାଇଲେ ପ୍ରିୟଙ୍କା

କଟକ ଅଫିସ,୧୭ା୧- ରୋମାଞ୍ଚକ ମ୍ୟାଚ୍‌ରେ ବିଜୟୀ ହୋଇ ଓଡ଼ିଶା ସିନିୟର ମହିଳା ଟି୨୦ ଟୁର୍ନାମେଣ୍ଟର ନକ୍‌ଆଉଟ୍‌ ରାଉଣ୍ଡକୁ ପ୍ରବେଶ କରିଛି। ପ୍ରଥମଥର ପାଇଁ ଓଡ଼ିଶା ଉକ୍ତ ପ୍ରତିଯୋଗିତାରେ ଗ୍ରୁପ୍‌ ଚାମ୍ପିୟନ ମଧ୍ୟ ହୋଇଛି।

ଟିମ୍‌ ଇଣ୍ଡିଆ ସିରିଜ ବିଜୟରେ ବ୍ରେକ୍‌: ଦକ୍ଷିଣ ଆଫ୍ରିକା ୧୩୫ ରନରେ ବିଜୟୀ

ଟିମ୍‌ ଇଣ୍ଡିଆ ସିରିଜ ବିଜୟରେ ବ୍ରେକ୍‌: ଦକ୍ଷିଣ ଆଫ୍ରିକା ୧୩୫ ରନରେ ବିଜୟୀ

ସେଞ୍ଚୁରିଅନ, ୧୭।୧(ପି.ଟି.)- ବ୍ୟାଟିଂ ବିଫଳତା ଦକ୍ଷିଣ ଆଫ୍ରିକା ଗସ୍ତରେ ଟିମ୍‌ ଇଣ୍ଡିଆ ପାଇଁ ମହଙ୍ଗା ପଡ଼ିଛି। କ୍ରମାଗତ ଟେଷ୍ଟ ହାରିବା ସହ ସିରିଜ ହାତଛଡ଼ା ହୋଇଛି। ସୁପର ସ୍ପୋର୍ଟ ପାର୍କରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ନିକଟରୁ ବିରାଟ କୋହଲିଙ୍କ ଦଳ ୧୩୫ ରନରେ ପରାଜିତ ହୋଇଛି।

ଚତୁଃରାଷ୍ଟ୍ରୀୟ ହକି ସିରିଜ୍‌: ବୃହତ୍‌ ବିଜୟରୁ ଭାରତର ଅଭିଯାନ

ଚତୁଃରାଷ୍ଟ୍ରୀୟ ହକି ସିରିଜ୍‌: ବୃହତ୍‌ ବିଜୟରୁ ଭାରତର ଅଭିଯାନ

ଟୌରଙ୍ଗ, ୧୭।୧- ଏଠାରେ ଚାଲିଥିବା ଚତୁଃରାଷ୍ଟ୍ରୀୟ ଇନଭାଇଟେଶନାଲ ହକି ସିରିଜ୍‌ରେ ଭାରତୀୟ ଦଳ ବୃହତ୍‌ ବିଜୟରୁ ଅଭିଯାନ ଆରମ୍ଭ କରିଛି। ବୁଧବାର ଖେଳାଯାଇଥିବା ମୁକାବିଲାରେ ଭାରତୀୟ ଦଳ ୬-୦ ଗୋଲ୍‌ରେ ଜାପାନକୁ ହରାଇ ଦେଇଛି। ବିଜୟୀ ଦଳ ପାଇଁ ପଦାର୍ପଣକାରୀ ବିବେକ ସାଗର ଓ ଦିଲପ୍ରୀତ ସିଂ ୨ଟି ଲେଖାଏ ଗୋଲ କରିଛନ୍ତି। ଏମାନଙ୍କ ବ୍ୟତୀତ ରୂପିନ୍ଦର ପାଲ ସିଂ ଓ ହରମନପ୍ରୀତ ସିଂ ପ୍ରତ୍ୟେକେ ଗୋଟିଏ ଗୋଲ ଦେଇଛନ୍ତି।

ଭାରତୀୟ ୧୯ ବର୍ଷରୁ କମ୍‌ ଦଳରେ ଠାକରେ

ଭାରତୀୟ ୧୯ ବର୍ଷରୁ କମ୍‌ ଦଳରେ ଠାକରେ

ନୂଆଦିଲ୍ଲୀ, ୧୭।୧- ନ୍ୟୁଜିଲାଣ୍ଡଠାରେ ଚାଲିଥିବା ଆଇସିସି ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପ୍‌ ଇଭେଣ୍ଟରେ ଅଂଶଗ୍ରହଣ କରିଥିବା ଭାରତୀୟ ଦଳରେ ବୁଧବାର ବିଦର୍ଭ ପେସର ଆଦିତ୍ୟ ଠାକରେଙ୍କୁ ସାମିଲ କରାଯାଇଛି। ଆହତ ସମସ୍ୟା ଦେଇ ଗତି କରୁଥିବା ଇଶାନ ପୋରେଲଙ୍କ ବଦଳ ଖେଳାଳି ଭାବେ ଆଦିତ୍ୟଙ୍କୁ ଡାକରା ଦିଆଯାଇଛି।

ଫୁଟ୍‌ବଲ୍‌ରୁ ରୋନାଲ୍ଡିନୋଙ୍କ ସନ୍ନ୍ୟାସ

ଫୁଟ୍‌ବଲ୍‌ରୁ ରୋନାଲ୍ଡିନୋଙ୍କ ସନ୍ନ୍ୟାସ

ବ୍ରାସିଲା, ୧୭।୧- ବିଶ୍ୱକପ୍‌ ବିଜୟୀ ବ୍ରାଜିଲ ଦଳର ସଦସ୍ୟ ରୋନାଲ୍ଡିନୋ ଫୁଟ୍‌ବଲ ଖେଳାଳି ଭାବେ ମଙ୍ଗଳବାର ସନ୍ନ୍ୟାସ ଘୋଷଣା କରିଛନ୍ତି। ପେସାଦାର ଫଟ୍‌ବଲରୁ ଦୀର୍ଘ ୨ ବର୍ଷ କାଳ ଦୂରେଇ ରହିବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ୩୭ ବର୍ଷୀୟ ଷ୍ଟାର ଖେଳାଳି ପ୍ୟାରିସ ସେଣ୍ଟ ଜର୍ମାନ (ପିଏସ୍‌ଜ) ଓ ବ୍ରାଜିଲ ପକ୍ଷରୁ ଖେଳିଥିଲେ।

ଅଷ୍ଟ୍ରେଲିଆନ୍‌ ଓପନ୍‌: ୩ୟ ରାଉଣ୍ଡରେ ନାଡାଲ

ଅଷ୍ଟ୍ରେଲିଆନ୍‌ ଓପନ୍‌: ୩ୟ ରାଉଣ୍ଡରେ ନାଡାଲ

ମେଲବୋର୍ନ, ୧୭।୧- ପୁରୁଷ ସିଙ୍ଗଲ୍ସ ବର୍ଗର ଶୀର୍ଷ ର଼୍ୟାଙ୍କଧାରୀ ଟେନିସ୍‌ ଖେଳାଳି ରାଫାଲ ନାଡାଲ ଏଠାରେ ଚାଲିଥିବା ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ର ୩ୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ବୁଧବାର ଖେଳାଯାଇଥିବା ୨ୟ ରାଉଣ୍ଡ ମୁକାବିଲାରେ ସେ ସିଧାସଳଖ ସେଟ୍‌ରେ ଲିଓନାର୍ଡୋ ମେୟରଙ୍କୁ ହରାଇଛନ୍ତି।

ଝାଡ଼ଖଣ୍ଡଠାରୁ ହାରି ଓଡ଼ିଶା ନକ୍‌ଆଉଟ୍‌ରୁ ବାଦ୍‌

କଟକ ଅଫିସ,୧୬ା୧ ରାଞ୍ଚି ଜେଏସ୍‌ସିଏ ଅର୍ଜାତୀୟ ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଅନୁଷ୍ଠିତ ସୟଦ ମୁସ୍ତାକ ଅଲି ଟି୨୦ ପୂର୍ବାଞ୍ଚଳ କ୍ରିକେଟ ଲିଗ୍‌ର ଅନ୍ତିମ ମ୍ୟାଚ୍‌ରେ ଝାଡ଼ଖଣ୍ଡଠାରୁ ହାରି ଓଡ଼ିଶା ନକ୍‌ଆଉଟ୍‌ ପର୍ଯ୍ୟାୟରୁ ବାଦ୍‌ ପଡ଼ିଛି।

ଏକ ରନ୍‌ରେ ହାରିଲା ଓଡ଼ିଶା

କଟକ ଅଫିସ,୧୬ା୧: ମାଡ୍ରାସର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ଚାଲିଥିବା ସିନିୟର ମହିଳା ଟି୨୦ ଟୁର୍ନାମେଣ୍ଟର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚ୍‌ରେ ଓଡ଼ିଶା ମାତ୍ର ୧ରନ୍‌ରେ ଛତିଶଗଡ଼ଠାରୁ ପରାସ୍ତ ହୋଇଛି।

ଶାରାପୋଭା, ଫେଡେରର, ଜୋକୋଭିଚ୍‌ ବିଜୟୀ

ଶାରାପୋଭା, ଫେଡେରର, ଜୋକୋଭିଚ୍‌ ବିଜୟୀ

ମେଲବୋର୍ନ, ୧୬ା୧ (ଏଏଫ୍‌ପି) ପୂର୍ବତନ ଚାମ୍ପିୟନ ମାରିଆ ଶାରାପୋଭା ଓ ଆଞ୍ଜେଲିକ୍‌ କର୍ବର ଅଷ୍ଟ୍ରେଲିଆନ ଓପନ ମହିଳା ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପୁରୁଷ ବିଭାଗରେ ୬ଥର ଚାମ୍ପିୟନ ନୋଭାକ ଜୋକୋଭିଚ୍‌ ତାଙ୍କ ପ୍ରଥମ ରାଉଣ୍ଡ ମ୍ୟାଚରେ ସହଜ ବିଜୟ ହାସଲ କରିଛନ୍ତି।

ନିର୍ଣ୍ଣାୟକ ସ୍ଥିତିରେ ସେଞ୍ଚୁରିଅନ ଟେଷ୍ଟ

ନିର୍ଣ୍ଣାୟକ ସ୍ଥିତିରେ ସେଞ୍ଚୁରିଅନ ଟେଷ୍ଟ

ସେଞ୍ଚୁରିଅନ, ୧୬।୧- ଏଠାରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚତ୍ଛି। ଭାରତ ସମ୍ମୁଖରେ ୨୮୭ ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବାବେଳେ ଦଳ ମଙ୍ଗଳବାର ୪ର୍ଥ ଦିବସ ଶେଷସୁଦ୍ଧା ୩୫ ରନ ମଧ୍ୟରେ ୩ଟି ଉଇକେଟ ହରାଇ ବିପଦରେ ପଡ଼ିଛି।