ଖେଳ |

ରୋନାଲ୍ଡୋଙ୍କୁ ୫ମ ବାଲୋନ ଡି’ ପୁରସ୍କାର

ରୋନାଲ୍ଡୋଙ୍କୁ ୫ମ ବାଲୋନ ଡି’ ପୁରସ୍କାର
ପ୍ୟାରିସ୍‌, ୮।୧୨(ଏଏଫ୍‌ପି)- ପର୍ତ୍ତୁଗାଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ଚଳିତ ବର୍ଷର ଶ୍ରେଷ୍ଠ ଫୁଟବଲ ଖେଳାଳି ଭାବେ ବାଲୋନ ଡି’ ପୁରସ୍କାର ମିଳିଛି। ଏହା ତାଙ୍କ କ୍ୟାରିୟର ୫ମ ଓ କ୍ରମାଗତ ୨ୟ ବାଲୋନ ଡି’ ସମ୍ମାନ। ଏଥିଯୋଗୁ ସେ ଚିରପ୍ରତିଦ୍ୱିନ୍ଦ୍ୱୀ ଖେଳାଳି ଲିଓନାଲ ମେସିଙ୍କ ସହ ସମକକ୍ଷ ହୋଇପାରିଛନ୍ତି। ଉଭୟ ଖେଳାଳିଙ୍କ ନିକଟରେ ସମାନ ୫ଟି ଲେଖାଏ ବାଲୋନ ଡି’ ସମ୍ମାନ ରହିଛି। ରୋନାଲ୍ଡୋ ଆର୍ଜେଣ୍ଟିନା ଖେଳାଳି ମେସି ଓ ବ୍ରାଜିଲର ନେମାରଙ୍କୁ ପଛରେ ପକାଇ ଏହି ସଫଳତା ପାଇଛନ୍ତି। ଭୋଟିଂରେ ମେସିଙ୍କୁ ୨ୟ ଓ ନେମାରଙ୍କୁ ୩ୟ ସ୍ଥାନରେ ରହି ସନ୍ତୁଷ୍ଟ ରହିବାକୁ ପଡ଼ିଛି। ୩୨ ବର୍ଷୀୟ ଖେଳାଳି ଗତ ସିଜନରେ ସର୍ବାଧିକ ଗୋଲ୍‌ ସ୍କୋର୍‌ କରିଥିଲେ। ତାଙ୍କର ଜବରଦସ୍ତ ପ୍ରଦର୍ଶନ କାରଣରୁ ରିୟଲ ମାଡ୍ରିଡ୍‌ ଦଳ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ ବଜାୟ ରଖିଥିଲା। ଏଥିସହିତ ୪ ବର୍ଷର ବ୍ୟବଧାନ ପରେ ପ୍ରଥମ ଲା ଲିଗା ଟାଇଟଲ ମଧ୍ୟ ମାଡ୍ରିଡ୍‌ ପାଇଥିଲା। ବାଲୋନ ଡି’ ସମ୍ମାନ ପାଇବା ପରେ ରୋନାଲ୍ଡୋ ନିଜ ପ୍ରତିକ୍ରିୟାରେ କହିଛନ୍ତି, ପ୍ରତିବର୍ଷ ଏହି ସମ୍ମାନ ପାଇବା ପାଇଁ ମୁଁ ଆଶା ରଖେ। ଗତ ବର୍ଷ ଆମ ଦଳକୁ ମିଳିଥିବା ଟ୍ରଫିଗୁଡ଼ିକ ମୋତେ ଏହି ସମ୍ମାନ ପାଇଁ ହକଦାର କରିଛନ୍ତି। ଏଥିପାଇଁ ରିୟଲ ମାଡ୍ରିଡ୍‌ ଦଳର ସଦସ୍ୟ ଓ ଯେଉଁ ଲୋକମାନେ ମୋତେ ଏହି ସ୍ତରରେ ପହଞ୍ଚାଇଛନ୍ତି ସେମାନଙ୍କୁ ଧନ୍ୟବାଦ୍‌। ମୁଁ ଭାବୁଛି ଆହୁରି କିଛି ବର୍ଷ ଏହି ସ୍ତରରେ ଖେଳିପାରିବି। ଏବେ ମେସିଙ୍କ ଚାଲିଥିବା ପ୍ରତିଦ୍ୱନ୍ଦ୍ୱିତା ମଧ୍ୟ ଜାରି ରହିବ। ମୁଁ ଚଳିତ ସିଜନରେ ମଧ୍ୟ ଭଲ ପ୍ରଦର୍ଶନ କରିଛି। ଏହାର ଫଳାଫଳ ପାଇଁ ଆମକୁ ସିଜନ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଏହାବାଦ୍‌ ସେ ରୟଲ ମାଡ୍ରିଡ୍‌ ଦଳରେ ହିଁ ରହିବାକୁ ଚାହୁଁଥିବା ପ୍ରକାଶ କରିଛନ୍ତି। ଏଥିପୂର୍ବରୁ ରୋନାଲ୍ଡୋ ୨୦୦୮, ୨୦୧୩, ୨୦୧୪ ଓ ୨୦୧୬ରେ ଏହି ସମ୍ମାନର ଅଧିକାରୀ ହୋଇଥିଲେ। ଚଳିତ ବର୍ଷ ଫିଫା ଶ୍ରେଷ୍ଠ ପୁରୁଷ ଖେଳାଳି ସମ୍ମାନ ପାଇଥିବା ରୋନାଲ୍ଡୋ ଗତ ସିଜନର ସମସ୍ତ ପ୍ରତିଯାଗିତାରେ ମୋଟରେ ୪୨ଟି ଗୋଲ୍‌ କରିଥିଲେ। ନିଜ ଜାତୀୟ ଦଳ ପକ୍ଷରୁ ୟୁରୋପିଅନ ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟରେ ୧୫ଟି ଗୋଲ ଦେଇଥିଲେ।
All Right Reserved By

ଖେଳ |

ହକି ବିଶ୍ୱକପ୍‌:ପୂର୍ବତନ ଚାମ୍ପିୟନ ଜର୍ମାନୀର ବିଦାୟ, ଇତିହାସ ରଚିଲା ବେଲଜିୟମ

ହକି ବିଶ୍ୱକପ୍‌:ପୂର୍ବତନ ଚାମ୍ପିୟନ ଜର୍ମାନୀର ବିଦାୟ, ଇତିହାସ ରଚିଲା ବେଲଜିୟମ

ଭୁବନେଶ୍ୱର, ୧୩ା୧୨(କ୍ରୀଡ଼ା ପ୍ରତିନିଧି)-
କଳିଙ୍ଗ ଷ୍ଟାଡିିୟମରେ ଚାଲିଥିବା ହକି ବିଶ୍ୱକପ ବେଲଜିୟମ ପାଇଁ ସ୍ମରଣୀୟ ହୋଇଛି। ପ୍ରଥମଥର ପାଇଁ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରି ଇତିହାସ ରଚିଛି ଏହି ଦଳ। ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଉତ୍ସାହୀ ପ୍ରଦର୍ଶନ କରି ଆସିଥିବା ବେଲଜିୟମ ଗୁରୁବାର ଅନୁଷ୍ଠିତ କ୍ବାର୍ଟର ଫାଇନାଲରେ ଜର୍ମାନୀକୁ ୨-୧ ଗୋଲରେ ହରାଇ ଏହାର ବିଶ୍ୱକପ୍‌ ଇତିହାସରେ ନୂଆ ଅଧ୍ୟାୟ ସଂଯୋଗ କରିଛି। ପୂର୍ବରୁ ବେଲଜିୟମ କେବେହେଲେ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିପାରି ନ ଥିଲା। ଗତ ୨୦୧୪ ଅଲିମ୍ପିକ୍ସରେ ଦଳ ସର୍ବାଧିକ ୫ମ ସ୍ଥାନ ପାଇଥିଲା। ଅନ୍ୟପକ୍ଷରେ ୨ଥର ସ୍ବର୍ଣ୍ଣ ଏବଂ ୨ ଥର ରୌପ୍ୟ ପଦକ ବିଜେତା ଜର୍ମାନୀର ଅଭିଯାନ ଏଥର କ୍ବାର୍ଟର ଫାଇନାଲରୁ ଶେଷ ହୋଇ ଯାଇଛି।

ହକି ବିଶ୍ୱକପ୍‌:ଭାରତ ଶୋଚନୀୟ ପରାଜୟ

ହକି ବିଶ୍ୱକପ୍‌:ଭାରତ ଶୋଚନୀୟ ପରାଜୟ

ଭୁବନେଶ୍ୱର, ୧୩।୧୨ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ପୁରୁଷ ହକି ବିଶ୍ୱକପରେ ଭାରତ ପରାଜୟ ବରଣ କରିଛି। ନେଦରଲ୍ୟାଣ୍ଡ ୨-୧ ଗୋଲରେ ଭାରତକୁ ପରାସ୍ତ କରିଛି। 

ଉଷାଦେବୀ ମେମୋରିଆଲ କ୍ରିକେଟ:  ସୋନପୁର ଚାମ୍ପିୟନ

ଉଷାଦେବୀ ମେମୋରିଆଲ କ୍ରିକେଟ: ସୋନପୁର ଚାମ୍ପିୟନ

ଉଲୁଣ୍ଡା, ୧୩।୧୨ (ଡି.ଏନ.ଏ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ କେସିସି କୁକିଆ ପକ୍ଷରୁ ଆୟୋଜିତ ହେଉଥିବା ଦ୍ୱିତୀୟ ଉଷାଦେବୀ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟର ଟାଇଟଲ ହାସଲ କରିଛି ଏସଡିସିଏ ସୋନପୁର। ଫାଇନାଲ ମ୍ୟାଚରେ  ସୋନପୁର ଦଳ ଜେସିସି ବଡମାଳକୁ ପରାସ୍ତ କରିଛି ।

ମୋତେ ବଞ୍ଚାଇ ଦେଇଥିଲେ ଲକ୍ଷ୍ମଣ- ଗାଙ୍ଗୁଲି

ମୋତେ ବଞ୍ଚାଇ ଦେଇଥିଲେ ଲକ୍ଷ୍ମଣ- ଗାଙ୍ଗୁଲି

ନୂଆଦିଲ୍ଲୀ,୧୩।୧୨- ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ଭି.ଭି.ଏସ. ଲକ୍ଷ୍ମଣଙ୍କ ୨୮୧ ରନ୍‌ର ଇନିଂସ ଯୋଗୁ ୧୭ ବର୍ଷ ପୂର୍ବେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଏକ ଐତିହାସିକ ବିଜୟ ହାସଲ କରିଥିଲା।

ପ୍ରଶଂସକଙ୍କ ମତ ମାଗିଲା ଦିଲ୍ଲୀ କ୍ୟାପିଟାଲ

ପ୍ରଶଂସକଙ୍କ ମତ ମାଗିଲା ଦିଲ୍ଲୀ କ୍ୟାପିଟାଲ

ନୂଆଦିଲ୍ଲୀ,୧୩।୧୨- ନିକଟରେ ନାମ ପରିବର୍ତ୍ତନ କରିଥିବା ଆଇପିଏଲ ଫ୍ରାଞ୍ଚାଇଜ ଦିଲ୍ଲୀ କ୍ୟାପିଟାଲ୍ସ ୧୮ ତାରିଖରେ ହେବାକୁ ଥିବା ଖେଳାଳିଙ୍କ ନିଲାମ ପ୍ରକ୍ରିୟା ପାଇଁ ପ୍ରସ୍ତୁତ ହୋଇଯାଇଛି। 

ଶ୍ରୀଲଙ୍କା ଦଳର ବ୍ୟାଟିଂ କୋଚ୍‌ ଜୋନାଥନ ଲୁଇସ

ଶ୍ରୀଲଙ୍କା ଦଳର ବ୍ୟାଟିଂ କୋଚ୍‌ ଜୋନାଥନ ଲୁଇସ

କଲମ୍ବୋ,୧୩।୧୨(ଏଏଫ୍‌ପି)- ଜୋନାଥନ ଲୁଇସ ଗୁରୁବାର ଶ୍ରୀଲଙ୍କା କ୍ରିକେଟ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତ ହୋଇଛନ୍ତି। 

ମନିକାଙ୍କୁ ବ୍ରେକଥ୍ରୁ ଷ୍ଟାର ପୁରସ୍କାର

ମନିକାଙ୍କୁ ବ୍ରେକଥ୍ରୁ ଷ୍ଟାର ପୁରସ୍କାର

ନୂଆଦିଲ୍ଲୀ,୧୩।୧୨- ଭାରତୀୟ ମହିଳା ଟେବୁଲ ଟେନିସ (ଟିଟି) ଖେଳାଳି ମନିକା ବାତ୍ରାଙ୍କୁ ବ୍ରେକଥ୍ରୁ ଟିଟି ଷ୍ଟାର ପୁରସ୍କାର ମିଳିଛି। 

ପର୍ଥରେ ବଲ ବାଉନ୍ସ କରିବ

ପର୍ଥରେ ବଲ ବାଉନ୍ସ କରିବ

ପର୍ଥ,୧୩।୧୨- ଏଠାରେ ଭାରତୀୟ ଦଳ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଖେଳାଯିବା ପୂର୍ବରୁ ଗ୍ରାଉଣ୍ଡର ମୁଖ୍ୟ କ୍ୟୁରେଟର ବ୍ରେଟ୍ଟ ସିପଥୋର୍ପେ ପିଚ୍‌ ସମ୍ପର୍କରେ ସୂଚନା ଦେଇଛନ୍ତି। 

ସମୀରଙ୍କ ନକ୍‌ଆଉଟ୍‌ ଆଶା ଉଜ୍ଜୀବିତ

ସମୀରଙ୍କ ନକ୍‌ଆଉଟ୍‌ ଆଶା ଉଜ୍ଜୀବିତ

ଗୋଆଙ୍ଗ୍‌ଝୋ,୧୩।୧୨- ଭାରତୀୟ ପୁରୁଷ ସିଙ୍ଗଲ୍ସ ବ୍ୟାଡ୍‌ମିଣ୍ଟନ  ଖେଳାଳି ସମୀର ବର୍ମା ଏଠାରେ ଚାଲିଥିବା ଚଳିତ ସିଜନର ଅନ୍ତିମ ଟୁର୍ନାମେଣ୍ଟ ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର ଫାଇନାଲ୍ସର ନକ୍‌ଆଉଟ୍‌ ପର୍ଯ୍ୟାୟରେ ଉନ୍ନୀତ ହେବା ଲାଗି ଆଶା ଉଜ୍ଜୀବିତ ରଖିଛନ୍ତି। 

ପର୍ଥ ଟେଷ୍ଟରୁ ରୋହିତ,  ଅଶ୍ୱିନ ଆଉଟ୍‌

ପର୍ଥ ଟେଷ୍ଟରୁ ରୋହିତ, ଅଶ୍ୱିନ ଆଉଟ୍‌

ପର୍ଥ,୧୩।୧୨-  ସ୍ଥାନୀୟ ପର୍ଥ କ୍ରିକେଟ ଗ୍ରାଉଣ୍ଡରେ ଶୁକ୍ରବାରଠାରୁ ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପୂର୍ବରୁ ଭାରତୀୟ ଦଳକୁ ଶକ୍ତ ଧକ୍କା ଲାଗିଛି। 

ଭିଆଇପି ଲାଉଞ୍ଜ୍‌ରେ ଖେଳାଳି ପ୍ରବେଶ ଘଟଣା: ବିବାଦକୁ ଏଡ଼ାଇଗଲେ ମନ୍‌ପ୍ରୀତ୍‌

ଭିଆଇପି ଲାଉଞ୍ଜ୍‌ରେ ଖେଳାଳି ପ୍ରବେଶ ଘଟଣା: ବିବାଦକୁ ଏଡ଼ାଇଗଲେ ମନ୍‌ପ୍ରୀତ୍‌

ଭୁବନେଶ୍ୱର, ୧୩।୧୨(ସ୍ପୋଟର୍‌ସ ବ୍ୟୁରୋ)- କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ୍‌ ବେଶ୍‌ ଶୃଙ୍ଖଳିତଭାବେ ଚାଲିଥିବାବେଳେ ଏକ ବିବାଦୀୟ ଘଟଣା ସାମ୍‌ନାକୁ ଆସିଛି। ଫଳରେ ଆୟୋଜକଙ୍କୁ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଛି। ମଙ୍ଗଳବାର ନେଦରଲାଣ୍ଡ୍ସ ଓ କାନାଡ଼ା ମଧ୍ୟରେ ଅନୁଷ୍ଠିତ କ୍ରସ୍‌ ଓଭର ମ୍ୟାଚ୍‌ ଅବସରରେ ଭାରତୀୟ ଦଳର ଅଧିନାୟକ ମନପ୍ରୀତ୍‌ ସିଂଙ୍କ ସମେତ କେତେଜଣ ଖେଳାଳି ଭିଆଇପି ଲାଉଞ୍ଜକୁ ଚାଲିଯାଇଥିଲେ।

ହକି ବିଶ୍ୱକପ୍‌: ଭାରତ- ନେଦରଲାଣ୍ଡ୍ସ କ୍ୱାର୍ଟର ଫାଇନାଲ

ହକି ବିଶ୍ୱକପ୍‌: ଭାରତ- ନେଦରଲାଣ୍ଡ୍ସ କ୍ୱାର୍ଟର ଫାଇନାଲ

ଭୁବନେଶ୍ୱର, ୧୩।୧୨(ସ୍ପୋଟର୍‌ସ ବ୍ୟୁରୋ)- ଚଳିତ ହକି ବିଶ୍ୱକପ୍‌ ଚତୁର୍ଦ୍ଦଶ ସଂସ୍କରଣର  ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଗୁରୁବାର ଆୟୋଜକ ଭାରତ ଓ ଆଧୁନିକ ହକିର ଅନ୍ୟତମ ଶକ୍ତିଶାଳୀ ଦଳ ନେଦରଲାଣ୍ଡ୍ସ ପରସ୍ପରକୁ ଭେଟିବେ। ବିଜୟୀ ଦଳ ସେମିଫାଇନାଲକୁ ଉଠିବ ଓ ପରାଜିତ ଦଳ ବିଦାୟ ନେବ। ସେମିକୁ ଉଠିଲେ ପଦକ ହାସଲ ପାଇଁ ଗୋଟିଏ ସୁଯୋଗ ରହିଛି।