ଖେଳ |

ଭାରତ-ଆର୍ଜେଣ୍ଟିନା ସେମିଫାଇନାଲ ଆଜି

ଭାରତ-ଆର୍ଜେଣ୍ଟିନା ସେମିଫାଇନାଲ ଆଜି
ଭୁବନେଶ୍ୱର, ୮।୧୨(କ୍ରୀଡ଼ା ପ୍ରତିନିଧି) କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା  ବିଶ୍ୱ ହକି ଲିଗ୍‌ ଫାଇନାଲର ରୋମାଞ୍ଚ କ୍ରମେ ବଢ଼ିବାରେ ଲାଗିଛି। ବିଶେଷକରି ଆୟୋଜକ ଭାରତ ସେମିଫାଇନାଲରେ ପ୍ରବେଶ କରିବା ପରେ ଓଡ଼ିଆ ଦର୍ଶକଙ୍କ ପାଇଁ ପ୍ରତିଯୋଗିତାର ଗୁରୁତ୍ୱ ଅନେକ ପରିମାଣରେ ବଢ଼ିଯାଇଛି। ଭାରତ ସେମିଫାଇନାଲରେ ଅଲିମ୍ପିକ୍ସ ଚାମ୍ପିୟନ ଆର୍ଜେଣ୍ଟିନାକୁ ଶୁକ୍ରବାର ଭେଟିବ। ବୁଧବାର ଅନୁଷ୍ଠିତ ଦ୍ୱିତୀୟ କ୍ବାର୍ଟର ଫାଇନାଲରେ ଭାରତ ପେନାଲ୍ଟି ଶୁଟ୍‌ ଆଉଟ ୬-୫ (ସଡନ୍‌ଡେଥ୍‌) ଗୋଲରେ ବେଲଜିୟମକୁ ହରାଇ ସେମିଫାଇନାଲରେ ପହଞ୍ଚତ୍ଥିଲା। ପ୍ରତିଯୋଗିତାର ୨୦୧୪-୧୫ ସଂସ୍କରଣରେ ଭାରତ ସେମିଫାଇନାଲରେ ବେଲଜିୟମଠାରୁ ୦-୧ ଗୋଲରେ ହାରି ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲା। ପ୍ଲେ-ଅଫ୍‌ରେ ଦଳ ନେଦରଲାଣ୍ଡକୁ ହରାଇ ବ୍ରୋଞ୍ଜ ପଦକ ପାଇଥିଲା। ଏଥର କିନ୍ତୁ ଦଳ ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହେବାକୁ ସବୁପ୍ରକାରେ ଉଦ୍ୟମ କରିବ ବୋଲି କୋଚ୍‌ ଜୋର୍ଡ ମାରିଜନେ ପ୍ରକାଶ କରିଛନ୍ତି। ଗୁରୁବାର ଅନୁଷ୍ଠିତ ତୃତୀୟ କ୍ବାର୍ଟର ଫାଇନାଲରେ ଆର୍ଜେଣ୍ଟିନା ୩-୨ ଗୋଲରେ ଇଂଲଣ୍ଡକୁ ପରାସ୍ତ କରିଛି। ବିଶ୍ୱର ନମ୍ବର ୱାନ୍‌ ଦଳ ଆର୍ଜେଣ୍ଟିନାକୁ ଏହ ମ୍ୟାଚ୍‌ରେ ଇଂଲଣ୍ଡକୁ କଡ଼ା ଟକ୍କର ଦେଇଥିଲେ ହେଁ ଶେଷ ୭ ମିନିଟ ମଧ୍ୟରେ ୩ଟି ପେନାଲ୍ଟି କର୍ନର ମିସ୍‌ କରି ବିପଦକୁ ଡାକିଆଣିଥିଲା। ଏଠାରେ ବିଜୟ ସହ ଆର୍ଜେଣ୍ଟିନା ଟାଇଟଲ ବଜାୟ ରଖିବା ଦିଗରେ ଆଉ ଏକ ପାଦ ଅଗ୍ରସର ହୋଇଛି। ଇଂଲଣ୍ଡର ଲିଆମ ସାନ୍‌ଫୋର୍ଡ ଜୁନିୟର ପ୍ଲେୟର ଅଫ ଦି ମ୍ୟାଚ୍‌ ଏବଂ ଆର୍ଜେଣ୍ଟିନାର ଜୁଆନ ଗିଲାର୍ଡି ମ୍ୟାନ ଅଫ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ପଦ୍ମଶ୍ରୀ ଦିଲୀପ ତିର୍କୀ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।
All Right Reserved By

ଖେଳ |

ସଚିନଙ୍କ ରେକର୍ଡ ଭାଙ୍ଗିବେ କୋହଲି

ସଚିନଙ୍କ ରେକର୍ଡ ଭାଙ୍ଗିବେ କୋହଲି

ନୂଆଦିଲ୍ଲୀ,୧୬।୧୦- ଭାରତୀୟ ଅଧିନାୟକ ବିରାଟ କୋହଲି ଆଗାମୀ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବା ନିକଟରେ ରହିଛନ୍ତି। ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଦିନିକିଆ ଇତିହାସରେ ସର୍ବାଧିକ ରନ୍‌ କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ ହେବା ଲାଗି କୋହଲିଙ୍କୁ ୧୮୬ ରନ୍‌ ଦରକାର।

ମାଲଟା କ୍ଲବ ପକ୍ଷରୁ ବୋଲ୍ଟଙ୍କୁ ପ୍ରସ୍ତାବ

ମାଲଟା କ୍ଲବ ପକ୍ଷରୁ ବୋଲ୍ଟଙ୍କୁ ପ୍ରସ୍ତାବ

ସିଡ୍‌ନୀ,୧୬।୧୦-  ସ୍ପ୍ରିଣ୍ଟ କିଙ୍ଗ୍‌ ଉସେନ ବୋଲ୍ଟ ୟୁରୋପରେ ଫୁଟ୍‌ବଲ ଖେଳିପାରନ୍ତି। ତାଙ୍କୁ ମାଲଟା ଫୁଟ୍‌ବଲ କ୍ଲବ ପକ୍ଷରୁ ଦୁଇ ବର୍ଷଲାଗି ଚୁକ୍ତି ପ୍ରସ୍ତାବ ଦିଆଯାଇଛି। ଏ ନେଇ ମଙ୍ଗଳବାର ସୂଚନା ମିଳିଛି।

ରୋହିତଙ୍କୁ କିସ୍‌ କଲେ ପ୍ରଶଂସକ

ରୋହିତଙ୍କୁ କିସ୍‌ କଲେ ପ୍ରଶଂସକ

ହାଇଦ୍ରାବାଦ,୧୬।୧୦- ପ୍ରଶଂସକମାନେ ସୁରକ୍ଷା ବଳୟ ଭଙ୍ଗ କରି ନିଜ ଷ୍ଟାର କ୍ରିକେଟରଙ୍କୁ ଭେଟିବା ଏବେ ସାଧାରଣ କଥା। ନିକଟରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ୨ୟ ଟେଷ୍ଟରେ ଜଣେ ପ୍ରଶଂସକ ଆଲିଙ୍ଘନ କରିଥିଲେ। 

ଦିନିକିଆ କ୍ରିକେଟରେ ଅବିଶ୍ୱସନୀୟ ସ୍କୋର

ଦିନିକିଆ କ୍ରିକେଟରେ ଅବିଶ୍ୱସନୀୟ ସ୍କୋର

ଆଡିଲେଡ୍‌,୧୬।୧୦- ଦିନିକିଆ କ୍ରିକେଟରେ ସୋମବାର ଏକ ଅବିଶ୍ୱସନୀୟ ଦଳଗତ ସ୍କୋର ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆର ଏକ ମହିଳା ଦଳ ୫୦ ଓଭରରେ ୩ ଉଇକେଟ ହରାଇ ୫୯୬ ରନ୍‌ କରିଛି। 

ଗୁରୁକୁଳ ଜୁନିୟର ଟେନିସ ରିୟା-ଆକୃତି ଫାଇନାଲ

ଗୁରୁକୁଳ ଜୁନିୟର ଟେନିସ ରିୟା-ଆକୃତି ଫାଇନାଲ

ଭୁବନେଶ୍ୱର, ୧୬ା୧୦(କ୍ରୀଡ଼ା ପ୍ରତିନିଧି)-
ମେଣ୍ଢାଶାଳସ୍ଥିତ ଗୁରୁକୁଳ ରିସର୍ଟରେ ଚାଲିଥିବା ଜୁନିୟର ଟେନିସ ଚାମ୍ପିୟନଶିପ୍‌ର ୧୬ ବର୍ଷରୁ କମ୍‌ ବାଳିକା ବର୍ଗରେ ରିୟା ମର୍ଦ୍ଦରାଜ ଓ ଆକୃତିଙ୍କ ମଧ୍ୟରେ ଫାଇନାଲ ମୁକାବିଲା ହେବ। 

ପଦୋନ୍ନତି ପାଇଲେ ଓଡ଼ିଆ ସ୍କୋରର, ଭିଡିଓ ଆନାଲିଷ୍ଟ

ପଦୋନ୍ନତି ପାଇଲେ ଓଡ଼ିଆ ସ୍କୋରର, ଭିଡିଓ ଆନାଲିଷ୍ଟ

କଟକ ଅଫିସ,୧୬ା୧୦- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଦ୍ୱାରା ଆୟୋଜିତ ସ୍କୋରର ଓ ଭିଡିଓ ଆନାଲିଷ୍ଟ ପରୀକ୍ଷାରେ ଓଡ଼ିଶାର ୪ଜଣ ଉତ୍ତୀର୍ଣ୍ଣ ହୋଇ ପଦୋନ୍ନତି ହାସଲ କରିଛନ୍ତି । 

ଜାତୀୟ ଶିବିରରେ ଓଡ଼ିଶାର ୩

ଜାତୀୟ ଶିବିରରେ ଓଡ଼ିଶାର ୩

କଟକ ଅଫିସ,୧୬ା୧୦- ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ(ଏଆଇଏଫଏଫ)  ଆନୁକୂଲ୍ୟରେ କଟକରେ ଜାତୀୟ ୧୯ ବର୍ଷରୁ କମ୍‌ ମହିଳା ଫୁଟବଲ ଦଳ ପ୍ରସ୍ତୁତି ଶିବିର ଗତ ୧୦ ତାରିଖରୁ ଜାରି ରହିଛି ।

ଜାତୀୟ ସିନିୟର ଉଷୁରେ ଓଡ଼ିଶାକୁ ୩ ପଦକ

ଭୁବନେଶ୍ୱର, ୧୬ା୧୦(କ୍ରୀଡ଼ା ପ୍ରତିନିଧି)-ମେଘାଳୟର ଶିଲଂଠାରେ ଅନୁଷ୍ଠିତ ୨୭ତମ ଜାତୀୟ ସିନିୟର ଉଷୁରେ ଓଡ଼ିଶା ଗୋଟିଏ ରୌପ୍ୟ ଓ ୨ଟି ବ୍ରୋଞ୍ଜ ପଦକ ପାଇଛି। ସୋମବାର ଶେଷ ହୋଇଥିବା  ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୯ ମହିଳା ଓ ୨୦ ପୁରୁଷ ଅଂଶଗ୍ରହଣ କରିଥିଲେ। 

ଶାହାରୁଖଙ୍କୁ ନିର୍ଦ୍ଦେଶନା ଦେଲେ ରହମନ

ଶାହାରୁଖଙ୍କୁ ନିର୍ଦ୍ଦେଶନା ଦେଲେ ରହମନ

ହକି ବିଶ୍ୱକପ୍‌ ଅଫିସିଆଲ ଭିଡିଓ ‘ଜୟ ହିନ୍ଦ୍‌ ହିନ୍ଦ୍‌, ଜୟ ଇଣ୍ଡିଆ’କୁ ଅଧିକ ଜୀବନ୍ତ  ଓ ହୃଦୟସ୍ପର୍ଶୀ କରିବା ଲାଗି ମ୍ୟୁଜିକ୍‌ ମାଷ୍ଟର ଏ.ଆର ରହମନ ବଲିଉଡ୍‌ ଷ୍ଟାର ଶାହାରୁଖ ଖାଁଙ୍କୁ ପ୍ରଥମ ଥର ନିର୍ଦ୍ଦେଶନା ଦେଇଛନ୍ତି। ଗୁଲ୍‌ଜାରଙ୍କ ଦ୍ୱାରା ଲିଖିତ ହକି ବିଶ୍ୱକପ୍‌ ଟାଇଟଲ ସଙ୍ଗ୍‌ ‘ଜୟ ହିନ୍ଦ୍‌ ହିନ୍ଦ୍‌, ଜୟ ଇଣ୍ଡିଆ’ରେ ସଂଗୀତ ସଂଯୋଜନା ମଧ୍ୟ କରିଛନ୍ତି ଏ.ଆର୍‌. ରହମାନ। ମ୍ୟୁଜିକ ଭିଡିଓରେ  ଭାରତୀୟ ହକିର ଝଲକ ଉପସ୍ଥାପନ କରାଯାଇଛି। 

ବିଶ୍ୱକପ ପୂର୍ବରୁ ନିଜକୁ ପରଖିବାକୁ ସୁଯୋଗ: ମନପ୍ରୀତ

ବିଶ୍ୱକପ ପୂର୍ବରୁ ନିଜକୁ ପରଖିବାକୁ ସୁଯୋଗ: ମନପ୍ରୀତ

ନୂଆଦିଲ୍ଲୀ, ୧୬ା୧୦- (ପି.ଟି.)-ଏସିଆନ ଗେମ୍ସରେ ଆମ ଦଳ ଆଶାନୁରୂପ ପ୍ରଦର୍ଶନ କରି ନ ଥିଲା। ଓମାନର ମସ୍କଟଠାରେ ହେବାକୁଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ରେ କିନ୍ତୁ ଆମକୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ଏକଥା କହିଛନ୍ତି, ଭାରତୀୟ ହକି ଅଧିନାୟକ ମନପ୍ରୀତ ସିଂ। 

ଜୋକୋଭିଚ୍‌ ନମ୍ବରଓ୍ବାନ ର଼୍ୟାଙ୍କିଙ୍ଗର ନିକଟତର

ଜୋକୋଭିଚ୍‌ ନମ୍ବରଓ୍ବାନ ର଼୍ୟାଙ୍କିଙ୍ଗର ନିକଟତର

ଶାଙ୍ଘାଇ ମାଷ୍ଟର୍ସ ଟାଇଟଲ ଜିତିବାପରେ ସର୍ବିୟାର ନୋଭାକ ଜୋକୋଭିଚ୍‌ ନମ୍ବରଓ୍ବାନ ର଼୍ୟାଙ୍କିଙ୍ଗର ନିକଟତର ହୋଇଛନ୍ତି। ସୋମବାର ପ୍ରକାଶିତ ଏଟିପି ର଼୍ୟାଙ୍କିଙ୍ଗ ଅନୁସାରେ ଜୋକୋଭିଚ୍‌ ୭୪୪୫ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ନମ୍ବରଓ୍ବାନ ସହ ବର୍ଷ ଶେଷ କରିବେ ହାଲେପ

ନମ୍ବରଓ୍ବାନ ସହ ବର୍ଷ ଶେଷ କରିବେ ହାଲେପ

ପ୍ୟାରିସ, ୧୫।୧୦(ଏଏଫପି)- କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ରୋମାନିଆ ମହିଳା ଟେନିସ ତାରକା ସିମୋନା ହାଲେପ ବିଶ୍ୱ ର଼୍ୟାଙ୍କିଙ୍ଗରେ ନମ୍ବରଓ୍ବାନ ସ୍ଥାନରେ ରହି ବର୍ଷ ଶେଷ କରିବା ସ୍ପଷ୍ଟ ହୋଇଛି। ହାଲେପ ୨୦୧୮ରେ ୪୦ ସପ୍ତାହଧରି ନମ୍ବରଓ୍ବାନ ସ୍ଥାନରେ ରହିବାର ଗୌରବ ଅର୍ଜନ କରିଛନ୍ତି।