ଅନ୍ତର୍ଜାତୀୟ |

ଡିସେମ୍ବର ୨୫ରେ କୁଲ୍‌ଭୂଷଣଙ୍କୁ ସାକ୍ଷାତ କରିବେ ମା’ ଓ ପତ୍ନୀ

ଡିସେମ୍ବର ୨୫ରେ କୁଲ୍‌ଭୂଷଣଙ୍କୁ ସାକ୍ଷାତ କରିବେ ମା’ ଓ ପତ୍ନୀ
ଇସଲାମାବାଦ,୮।୧୨: କୁଲ୍‌ଭୂଷଣ ଯାଦବଙ୍କ ସହ ସାକ୍ଷାତ କରିବାକୁ ତାଙ୍କ ମା’ ଓ ପତ୍ନୀଙ୍କୁ ପାକିସ୍ତାନ ଅନୁମତି ପ୍ରଦାନ କରିଛି। କୁଲ୍‌ଭୂଷଣଙ୍କ ମା’ ପୁଅକୁ ସାକ୍ଷାତ କରିବା ସମୟରେ ତାଙ୍କ ବୋହୂକୁ ସାଙ୍ଗରେ ଆଣିବା ସହିତ ଭାରତର ଜଣେ ଉଚ୍ଚ ପଦସ୍ଥ ଅଫିସର ମଧ୍ୟ ଆସିପାରିବେ ବୋଲି ପାକିସ୍ତାନ କହିଛି। ଚଳିତ ମାସ ୨୫ରେ ଏମାନେ କୁଲ୍‌ଭୂଷଣଙ୍କ ସହ ସାକ୍ଷାତ କରିପାରିବେ। ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ଟୁଇଟ୍‌ କରି ଏହା କହିଛନ୍ତି। ପାକିସ୍ତାନ ସରକାର କୁଳଭୂଷଣଙ୍କ ମା’ ଓ ପତ୍ନୀଙ୍କୁ ଭିଷା ଦେବେ ବୋଲି ମଧ୍ୟ ସ୍ବରାଜ ଉଲ୍ଲେଖ କରିଛନ୍ତି।
All Right Reserved By

ଅନ୍ତର୍ଜାତୀୟ |

ଜାପାନ ସାଗର ଉପରେ ପରସ୍ପର ସହ ଧକ୍କା ହେଲେ ୨ ଯୁଦ୍ଧ ବିମାନ

ଜାପାନ ସାଗର ଉପରେ ପରସ୍ପର ସହ ଧକ୍କା ହେଲେ ୨ ଯୁଦ୍ଧ ବିମାନ

ମସ୍କୋ,୧୯।୧: ଜାପାନ ସାଗର ଉପରେ ଶୁକ୍ରବାର ରୁଷର ୨ଟି ସୁଖୋଇ ଏସ୍‌ୟୁ-୩୪ ବୋମା ବର୍ଷି ବିମାନ ପରସ୍ପର ମଧ୍ୟରେ ଧକ୍କା ହୋଇଛନ୍ତି। ଯୁଦ୍ଧାଭ୍ୟାସ କରିବା ସମୟରେ ଭୂଲ୍‌ ବଶତଃ ବିମାନ ଦୁଇଟି ପରସ୍ପର ସହ ଧକ୍କା ହୋଇଥିବା ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ। 

ଟ୍ରେନ୍‌ ବିଳମ୍ବ ହେଲେ ବୁଣୁଥିଲେ ସ୍କାର୍ଫ: ବିକ୍ରିହେଲା ୬ଲକ୍ଷରେ

ଟ୍ରେନ୍‌ ବିଳମ୍ବ ହେଲେ ବୁଣୁଥିଲେ ସ୍କାର୍ଫ: ବିକ୍ରିହେଲା ୬ଲକ୍ଷରେ

ଲଣ୍ଡନ,୧୯।୧: ଟ୍ରେନ୍‌ରେ ଯାତାୟତ କରୁଥିବା ଲୋକେ ବିଳମ୍ବକୁ ସାମ୍ନା କରିବା ଏକ ସାଧାରଣ ଘଟଣା। ହେଲେ ଏହି ସମୟକୁ ଦେଖି ଜର୍ମାନୀର ଜଣେ ମହିଳା ସ୍କାର୍ଫ ବୁଣିବା କାମ କରୁଥିଲେ। 

ପତ୍ନୀଙ୍କ ଜନ୍ମଦିନରେ ୨୯ ବର୍ଷ ତଳର ଫଟୋ ଶେୟାର କଲେ ଓବାମା

ପତ୍ନୀଙ୍କ ଜନ୍ମଦିନରେ ୨୯ ବର୍ଷ ତଳର ଫଟୋ ଶେୟାର କଲେ ଓବାମା

ଓ୍ବାଶିଂଟନ,୧୮।୧: ଆମେରିକାର ପୂର୍ବତନ ଫାଷ୍ଟ ଲେଡି ମିଶେଲ ଓବାମାଙ୍କର ଗୁରୁବାର ଜନ୍ମଦିନ ଥିଲା। ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ନିକଟକୁ ଆସିଥିଲା ଅନେକ ଶୁଭେଚ୍ଛା ବାର୍ତ୍ତା। 

ଅପସ୍କ୍ରିଟିଂ ବ୍ରିଟେନରେ ଅପରାଧ

ଅପସ୍କ୍ରିଟିଂ ବ୍ରିଟେନରେ ଅପରାଧ

ଲଣ୍ଡନ,୧୮।୧: ବ୍ରିଟେନରେ ଏବେ ଅପସ୍କ୍ରିଟିଂକୁ ଆଇନତଃ ଅପରାଧ ବୋଲି ଘୋଷଣା କରାଯାଇଛି। ଗୁରୁବାର ବ୍ରିଟେନର ହାଉସ୍‌ ଅଫ୍‌ ଲର୍ଡସରେ ଅପସ୍କ୍ରିଟିଂକୁ ନେଇ ବିଲ୍‌ ପାସ୍‌ କରାଯାଇଛି।

ସ୍ମାର୍ଟ ଫୋନ୍‌ ମାନିଆ: ପାସ୍‌ଓ୍ବାର୍ଡ ନ କହିବାରୁ ସ୍ବାମୀଙ୍କୁ ପେଟ୍ରୋଲରେ ଜୀବନ୍ତ ଜଳାଇଲେ ମହିଳା

ସ୍ମାର୍ଟ ଫୋନ୍‌ ମାନିଆ: ପାସ୍‌ଓ୍ବାର୍ଡ ନ କହିବାରୁ ସ୍ବାମୀଙ୍କୁ ପେଟ୍ରୋଲରେ ଜୀବନ୍ତ ଜଳାଇଲେ ମହିଳା

ଜାକର୍ତ୍ତା,୧୮।୧: ଏବେ ଲୋକଙ୍କ ମଧ୍ୟରେ ସ୍ମାର୍ଟ ଫୋନ୍‌ ମାନିଆ ବଢ଼ିବାରେ ଲାଗିଛି। ସ୍ମାର୍ଟଫୋନ୍‌ ପାଇଁ ଘଟୁଛି ଅନକ ଅଭାବନୀୟ ଘଟଣା। ଇଣ୍ଡୋନେସିଆରେ ଇହ୍ଲାନ ଅୟାନୀ ନାମକ ଜଣେ ୨୫ ବର୍ଷ ବୟସ୍କା ମହିଳା ତାଙ୍କ ସ୍ବାମୀ ଡେଡି ପୁରନାମାଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଛନ୍ତି। 

୭୭.୩ କୋଟି ଇମେଲ୍‌, ୨.୧ କୋଟି ପାସ୍‌ଓ୍ବର୍ଡ ହ୍ୟାକ୍‌

୭୭.୩ କୋଟି ଇମେଲ୍‌, ୨.୧ କୋଟି ପାସ୍‌ଓ୍ବର୍ଡ ହ୍ୟାକ୍‌

ସାନଫ୍ରାନ୍ସିସକୋ,୧୭-୧: ଚଳିତ ବର୍ଷ ଆରମ୍ଭରେ ସବୁଠାରୁ ବଡ଼ ଡାଟା ଲିକ୍‌ ସାମ୍ନାକୁ ଆସିଛି। ଗବେଷକ ଟ୍ରୟ ହଣ୍ଟ ଡାଟା ଲିକ୍‌ ସମ୍ପର୍କରେ ଜାଣି ପାରି ନିଜର ଓ୍ବେବସାଇଟ ଟ୍ରୟହଣ୍ଟ ଡଟ୍‌ କମ୍‌ରେ ଏହାକୁ ଉଲ୍ଲେଖ କରିଛନ୍ତି। ପ୍ରାୟ ୭୭ କୋଟି ୩୦ ଲକ୍ଷ ଇମେଲ୍‌ ଆଇଡି ଓ ୨କୋଟି ୧୦ ଲକ୍ଷ ପାସଓ୍ବର୍ଡ ହ୍ୟାକ୍‌ ହୋଇଯାଇଛି ବୋଲି ସେ ଦର୍ଶାଇଛନ୍ତି। ଗବେଷକ ଟ୍ରୟ ହଣ୍ଟ ଏହାକୁ କଲେକ୍ସନ #୧ ଭାବେ ଉପସ୍ଥାପନ କରିଛନ୍ତି। 

ଆମେରିକାରେ ଦୁର୍ଦ୍ଦଶା ଭୋଗୁଛନ୍ତି ଏଚ୍‌-୧ବି ଭିଜାଧାରକ

ଆମେରିକାରେ ଦୁର୍ଦ୍ଦଶା ଭୋଗୁଛନ୍ତି ଏଚ୍‌-୧ବି ଭିଜାଧାରକ

ଓ୍ବାଶିଂଟନ,୧୮-୧: ଏଚ୍‌-୧ବି ଭିଜା ମାଧ୍ୟମରେ ଆମେରିକାରେ କାମ କରିବା ଲାଗି ସ୍ବପ୍ନ ଦେଖୁଥିବା ଯୁବତୀଯୁବକମାନେ ଆମେରିକାର ଥିଙ୍କଟ୍ୟାଙ୍କ ସାଉଥ ଏସିଆ ସେଣ୍ଟର ଅଫ୍‌ ଦ ଆଟ୍‌ଲାଣ୍ଟିକ କାଉନସିଲ୍‌ର ରିପୋର୍ଟ ଥରେ ପଢ଼ି ନେବା ଉଚିତ୍‌ ହେବ। 

ଟାର୍ଗେଟ ପୂରଣ ନ କରିବାରୁ ମିଳିଲା ଦଣ୍ଡ

ଟାର୍ଗେଟ ପୂରଣ ନ କରିବାରୁ ମିଳିଲା ଦଣ୍ଡ

ବେଜିଂ,୧୭।୧: ଚାଇନାର ଏକ କମ୍ପାନୀ ତା’ର କର୍ମଚାରୀଙ୍କୁ ରାସ୍ତାରେ ଆଣ୍ଠେଇ ଦେବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କୁହାଯାଉଛି ଯେ କର୍ମଚାରୀମାନେ କମ୍ପାନୀ ଦେଇଥିବା ଟାର୍ଗେଟ ପୂରଣ ନ କରିବାରୁ ଏମିତି ଦଣ୍ଡ ମିଳିଛି। 

ବିୟର କମ୍ପାନୀ ବିଜ୍ଞାପନରେ ହିନ୍ଦୁ ଦେବାଦେବୀଙ୍କ ଫଟୋ: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ  ଦାବୀ

ବିୟର କମ୍ପାନୀ ବିଜ୍ଞାପନରେ ହିନ୍ଦୁ ଦେବାଦେବୀଙ୍କ ଫଟୋ: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବୀ

ନୂଆଦିଲ୍ଲୀ/ବ୍ରିସ୍‌ବେନ୍‌,୧୭।୧: ଅଷ୍ଟ୍ରେଲିଆର ଏକ ବିୟର କମ୍ପାନୀ ଏହାର ବିଜ୍ଞାପନରେ ହିନ୍ଦୁ ଦେବାଦେବୀଙ୍କ ଫଟୋ  ବ୍ୟବହାର କରିଛି। ଏହାଦ୍ୱାରା ଏଠାରେ ଥିବା ହିନ୍ଦୁଙ୍କୁ ମାନସିକସ୍ତରରେ ଆଘାତ ଲାଗିଛି। 

ଚାକିରି ହରାଇଲେ ୧୨୩ ରୋବର୍ଟ

ଚାକିରି ହରାଇଲେ ୧୨୩ ରୋବର୍ଟ

ଟୋକିଓ,୧୭।୧: ଜାପାନର ହେନ ନା ବିଶ୍ୱର ପ୍ରଥମ ହୋଟେଲ ଯେଉଁଠି ଲୋକଙ୍କ ସୁବିଧା ପାଇଁ ପ୍ରାୟ ୨୪୩ଟି ରୋବର୍ଟ ରଖା ଯାଇଥିଲା। ସେଥିପାଇଁ ଏହି ହୋଟେଲର ନା ଗିନିଜ ଓ୍ବାଲର୍ଡ ରେକର୍ଡରେ ମଧ୍ୟ ସ୍ଥାନ ପାଇଥିଲା।

ହ୍ବାଇଟ୍‌ ହାଉସ୍‌ ଆକ୍ରମଣ ଯୋଜନା କରୁଥିବା ଯୁବକ ଗିରଫ

ହ୍ବାଇଟ୍‌ ହାଉସ୍‌ ଆକ୍ରମଣ ଯୋଜନା କରୁଥିବା ଯୁବକ ଗିରଫ

ଓ୍ବାଶିଂଟନ,୧୭।୧: ଆମେରିକାର ଜର୍ଜିଆ ନିବାସୀ ଜଣେ ଯୁବକ ହ୍ବାଇଟ୍‌ ହାଉସ୍‌ ଓ ଓ୍ବାଶିଂଟନର ଅନ୍ୟ କେତେକ ସ୍ଥାନରେ ଆକ୍ରମଣ ଯୋଜନା କରୁଥିବା ସନ୍ଦେହ କରି ଗିରଫ କରାଯାଇଛି।

ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଇସ୍ତଫା ନେଇ ଗୁଜବ: ବଣ୍ଟାଗଲା ନକଲି ଖବର କାଗଜ

ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଇସ୍ତଫା ନେଇ ଗୁଜବ: ବଣ୍ଟାଗଲା ନକଲି ଖବର କାଗଜ

ନୂଆଦିଲ୍ଲୀ/ଓ୍ବାଶିଂଟନ, ୧୭।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଇସ୍ତଫା ଦେଇଥିବା ନେଇ ଗୁଜବ ସୃଷ୍ଟି ହୋଇଛି। ଏନେଇ ଓ୍ବାଶିଂଟନ ପୋଷ୍ଟର ନକଲି ଖବର କାଗଜ ହ୍ବାଇଟ୍‌ ହାଉସ୍‌ ବାହାରେ ବଣ୍ଟା ହୋଇଛି।