ମେଟ୍ରୋ |

ଆରମ୍ଭ ହେଲା ଅନ୍ତର୍ଜାତୀୟ ନାନୋ ଫିଲ୍ମ ଫେଷ୍ଟିଭାଲ

ଆରମ୍ଭ ହେଲା ଅନ୍ତର୍ଜାତୀୟ ନାନୋ ଫିଲ୍ମ ଫେଷ୍ଟିଭାଲ

ପୁରୀ ଅଫିସ, ୮।୧୨: ପ୍ରତ୍ୟେକ ଶିଶୁ ସେମାନଙ୍କ ଅଧିକାର ବିଷୟରେ ସଚେତନ ହେବା ଦରକାର। ଶିଶୁ ସଚେତନ ହେଲେ ଦେଶ ସଚେତନ ହେବ। କିନ୍ତୁ ଏହି ଶିଶୁଙ୍କ ସଚେତନତା କ୍ଷେତ୍ରରେ ବଡ଼ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଥିପାଇଁ ବଡ଼ମାନଙ୍କୁ ପରିବେଶ ସୃଷ୍ଟିକରିବାକୁ ପଡ଼ିବ ବୋଲି କହିଛନ୍ତି ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର। ଶୁକ୍ରବାର ପୁରୀ ଟାଉନହଲ୍‌ଠାରେ ପ୍ରଥମ ଅନ୍ତର୍ଜାତୀୟ ନାନୋ ଫିଲ୍ମ ଫେଷ୍ଟିଭାଲକୁ ଉଦ୍‌ଘାଟନ କରି ମୁଖ୍ୟଅତିଥି ମହାପାତ୍ର କହିଛନ୍ତି, ପ୍ରତ୍ୟେକ ଶିଶୁ ପାଖରେ ପ୍ରତିଭା ଅଛି, ଦକ୍ଷତା ରହିଛି। ବଡ଼ମାନେ ସେହିଭଳି ପରିବେଶ ସୃଷ୍ଟି କଲେ ଶିଶୁଙ୍କ ପ୍ରତିଭା ଓ ଦକ୍ଷତାର ବିକାଶ ହୋଇପାରିବ। କୌଣସି ଶିଶୁଙ୍କୁ ଅସଦ୍‌ବ୍ୟବହାର କରିବା, ମାଡ଼ ମାରିବା, ଗାଳିକରିବା ଅଧିକାର କାହାର ନାହିଁ। କିନ୍ତୁ ଶିଶୁମାନଙ୍କୁ ସେମାନଙ୍କ ଅଧିକାର ବିଷୟରେ ଅବଗତ କରାଇବା ଦାୟିତ୍ୱ ହେଉଛି ସମସ୍ତଙ୍କର ବୋଲି ଅଧ୍ୟକ୍ଷା କହିବା ସହ ଶିଶୁ ହସିଲେ ଦୁନିଆ ହସିବ ବାର୍ତ୍ତା ଦେଇ ମହୋତ୍ସବରେ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ମନଖୋଲା ହସ ହସାଇଥିଲେ।
ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ, ଚାଇଲ୍ଡ ଲାଇନ ଏବଂ ପୁରୀ ଜିଲା ପ୍ରଶାସନ ମିଳିତ ସହଯୋଗରେ ଆୟୋଜିତ ଏହି ଫିଲ୍ମ ଫେଷ୍ଟିଭାଲର ଉଦ୍‌ଘାଟନୀ ଉତ୍ସବରେ ଅତିଥି ଭାବେ ଯୋଗଦେଇ ପୁରୀ ସଦର ମଣ୍ଡଳ ଶିକ୍ଷା ଅଧିକାରୀ (ବିଇଓ)ମମତା ମିଶ୍ର କହିଥିଲେ, ପିଲାଦିନ ହେଉଛି ଜୀବନର ସୁବୁଠୁ ଖୁସିର ମୁହୂର୍ତ୍ତ। ଏବେ ବି ପିଲାଟିଏ ହୋଇଯିବା ଲାଗି ଇଚ୍ଛା ହେଉଛି। ଶୃଙ୍ଖଳା ଛାତ୍ରୀଛାତ୍ରଙ୍କ ମୂଳ ଲକ୍ଷ୍ୟ ହେବା ଉଚିତ ବୋଲି ବିଇଓ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଆୟୋଗ ସଦସ୍ୟା ସନ୍ଧ୍ୟାବତୀ ପ୍ରଧାନ, ଗୀତାଞ୍ଜଳି ବସ୍ତିଆ, ସଦସ୍ୟ ହରିହର ନାୟକ, ସେବାୟତ ଗୌରୀଶଙ୍କର ସିଂହାରୀ, ରୋଟାରିଆନ ଦେବୀପ୍ରସାଦ ନନ୍ଦ, ନେହେରୁ ଯୁବକେନ୍ଦ୍ର ଜିଲା ସଂଯୋଜକ ଜୟଶଙ୍କର ଜୋଷୀ, ପୁରୀ ଚାଇଲ୍ଡ ଲାଇନ ନିର୍ଦ୍ଦେଶକ ଦେବାଶିଷ ରଥ ଶିଶୁଙ୍କ ଅଧିକାର ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିସହ ଏହି ଫିଲ୍ମ ଫେଷ୍ଟିଭାଲ କିପରି ପିଲାମାନଙ୍କ ଭବିଷ୍ୟତ ଗଢିବାରେ ସହାୟକ ହୋଇପାରିବ ତାହା ମଧ୍ୟ ଦର୍ଶାଇଥିଲେ। ପୁରୀରେ ଏଭଳି ଏକ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଆୟୋଜନ ନେଇ ଅତିଥିମାନେ ଆୟୋଜକଙ୍କୁ ପ୍ରଶଂସା କରିଥିଲେ।
ଫେଷ୍ଟିଭାଲର ସଂଯୋଜକ ସଞ୍ଜୀବ ରଥଶର୍ମା କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ କ୍ଷୁଦ୍ର ଚଳଚ୍ଚିତ୍ରଗୁଡ଼ିକ ପ୍ରଦର୍ଶିତ ହୋଇଥିଲା। ଶତାଧିକ ଛାତ୍ରୀଛାତ୍ର ୨ ଘଣ୍ଟା ଧରି ଚଳଚ୍ଚିତ୍ରଗୁଡ଼ିକୁ ଦେଖିଥିଲେ। ୩ ଦିନ ଧରି ଚାଲିବାକୁ ଥିବା ଏହି ଫିଲ୍ମ ଫେଷ୍ଟିଭାଲର ଉଦ୍‌ଘାଟନୀ ଦିବସରେ ମୋଟ ୩୨ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଯେଉଁଥିରେ ଥିଲା ହିନ୍ଦୀ ଚଳଚ୍ଚିତ୍ର ଉମିଦେଁ। କୀ ଉଡାନ୍‌, ହକ୍‌ କନକ କନକ, ଓଡ଼ିଆ ଚଳଚ୍ଚିତ୍ର ଚେହେରା...ପରିବର୍ତ୍ତନର ଓ ସ୍ବାଭିମାନର ଘର ପ୍ରମୁଖ।
ଉମିଦେଁ। କୀ ଉଡାନ୍‌ରେ ଓଡ଼ିଶାର ସୁଖରାମ୍‌
୩ ମିନିଟ ଅବଧି ବିଶିଷ୍ଟ ହିନ୍ଦୀ ଚଳଚ୍ଚିତ୍ର ଉମିଦେଁ। କୀ ଉଡାନ୍‌ରେ ଓଡ଼ିଶାର ସୁଖରାମ ମାଝିଙ୍କ ସଂଘର୍ଷମୟ ଜୀବନ କାହାଣୀ ରହିଛି। ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲାରେ ଜନ୍ମିତ ସୁଖରାମ ଛୋଟବେଳୁ ବାପାଙ୍କୁ ହରାଇଥିଲେ। ମାତ୍ର ୪୦ ଭାଗ ଦୃଷ୍ଟିଶକ୍ତି ଥିବା ସୁଖରାମଙ୍କ ପାଇଁ ଦୁନିଆ ସାଜିଥିଲା ଅମା ଅନ୍ଧାର। କିନ୍ତୁ ଏହା ତାଙ୍କୁ ଜଣେ ଦକ୍ଷ କ୍ରିକେଟ ଖେଳାଳି ହେବାକୁ ଅଟକାଇ ପାରି ନ ଥିଲା। ଦୃଷ୍ଟିବାଧିତ ମା’ଙ୍କ ପ୍ରେରଣାରେ ଦୃଷ୍ଟି ବ୍ଲାଇଣ୍ଡ ସ୍କୁଲରେ ପାଠ ପଢିବା ସମୟରେ ତୃତୀୟ ଶ୍ରେଣୀରୁ କ୍ରିକେଟ ଖେଳ ଆରମ୍ଭ କରିଥିଲେ। ତାଙ୍କର କଠିନ ପରିଶ୍ରମ ଓ ଏକାଗ୍ରତା ଫଳବତୀ ହେଲା। ସୁଖରାମଙ୍କ ଦକ୍ଷତା ଖୁବ୍‌ଶୀଘ୍ର ଲୋକ ଲୋଚନକୁ ଆସିଲା। ସେ ଦୃଷ୍ଟିହୀନ ଭାରତୀୟ କ୍ରିକେଟ ଦଳର ସଦସ୍ୟ ହୋଇଗଲେ। ଆଜି ସୁଖରାମଙ୍କ ସ୍କୁଲ ସାଙ୍ଗମାନେ ତାଙ୍କଠାରୁ ଦିଗ୍‌ଦର୍ଶନ ନେଉଛନ୍ତି। ସେ ପାଲଟି ଯାଇଛନ୍ତି ଅନ୍ୟମାନଙ୍କ ପାଇଁ ଆଶାର କିରଣ। ଏମିତି ଜଣେ ପ୍ରକୃତ ହିରୋଙ୍କୁ ସଲାମ ଦେବାର ବାର୍ତ୍ତା ଦେଇଥିଲା ‘ଉମିଦେଁ। କୀ ଉଡାନ୍‌’।
ଚେହେରା...ପରିବର୍ତ୍ତନର
ଗଁ। ଦିଶାରୀ। କୋରାପୁଟ ଜିଲା ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ପାଇଁ ଏମାନେ ସବୁକିଛି। କାହାର ଦେହପା ଖରାପ ହେଲେ ଏଇମାନେ ହିଁ ଭଲ କରିପାରିବେ ବର୍ଷ ବର୍ଷ ଧରି ଏହି ବିଶ୍ୱାସ ରହିଆସିଛି। ଏପରି କି ଗର୍ଭବତୀ ମହିଳା ଓ ନବଜାତ ଶିଶୁଙ୍କ ଚିକିତ୍ସା ବି କରିଥାନ୍ତି ଏହି ଗଁ। ଦିଶାରୀ। ଏବେ ବି ଓଡ଼ିଶାର ପାହାଡି ଇଲାକାର ମଣିଷମାନଙ୍କ ଏହି ଧାରଣା ବଳବତ୍ତର ରହିଛି। ଆଧୁନିକ ଚିକିତ୍ସା ସୁବିଧା ଓ ଔଷଧ ହାତପାହାନ୍ତାରେ ମିଳୁ ନ ଥିବାରୁ ଦିଶାରୀଙ୍କୁ ଭରସା କରୁଛନ୍ତି। ସରକାର ଆଦିବାସୀଙ୍କ ମାନସିକତାରେ ପରିବର୍ତ୍ତନ ଆଣି ଆଧୁନିକ ଚିକିତ୍ସା ସହିତ ସେମାନଙ୍କୁ ନିକଟତର କରାଇବା ଲାଗି ଉଦ୍ୟମ ଚଳାଇଛନ୍ତି। ଦିଶାରୀମାନଙ୍କୁ ମଧ୍ୟ ଆଧୁନିକ ଡାକ୍ତରୀ ବିଦ୍ୟା ସମ୍ପର୍କରେ ବୁଝାଯାଉଛି। ଧୀରେ ଧୀରେ ଦିଶାରୀଙ୍କ ମନ ବଦଳିଲାଣି। ସେମାନେ ବି ରୋଗୀଙ୍କୁ ଡାକ୍ତରଖାନାକୁ ଯିବା ଲାଗି ପରାମର୍ଶ ଦେଲେଣି। ସ୍ବାସ୍ଥ୍ୟକର୍ମୀଙ୍କ ସହ ହାତ ମିଳାଇଲେଣି ଗଁ। ଗହଳିର ଦିଶାରୀମାନେ। ଆଧୁନିକ ସ୍ବାସ୍ଥ୍ୟସେବା ଆଡକୁ ସଫଳତାର ମନ୍ତ୍ର ଦେଇଥିଲା ଚଳଚ୍ଚିତ୍ର ଚେହେରା...ପରିବର୍ତ୍ତନର। ଦୀର୍ଘଦିନ ଧରି ଚାଲିଆସିଥିବା ପରମ୍ପରାରେ ଏହି ପରିବର୍ତ୍ତନର ଝଲକ ଅନ୍ଧାରି ମୁଲକ ଲୋକଙ୍କ ସ୍ବାସ୍ଥ୍ୟ ପାଇଁ ପ୍ରେରଣାଦାୟୀ ହେବା ବାର୍ତ୍ତା ଦେଇଥିଲା ୫ ମିନିଟ୍‌ ୪୮ ସେକେଣ୍ଡର ଚଳଚ୍ଚିତ୍ର ଚେହେରା...ପରିବର୍ତ୍ତନର।

All Right Reserved By

Model This Week

ନିକିତା

ମେଟ୍ରୋ |

ରାଜନୀତିରେ ନୂଆ ପର୍ଯ୍ୟାୟ: ନିରଞ୍ଜନ ନୂଆ  ପିସିସି ସଭାପତି

ରାଜନୀତିରେ ନୂଆ ପର୍ଯ୍ୟାୟ: ନିରଞ୍ଜନ ନୂଆ ପିସିସି ସଭାପତି

ଭୁବନେଶ୍ୱର, ୧୯।୪(ବ୍ୟୁରୋ)- ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଗୁରୁବାର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ରେ ପରିବର୍ତ୍ତନ ଆଣିଛି। ପ୍ରସାଦ ହରିଚନ୍ଦନଙ୍କ ସ୍ଥାନରେ ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କୁ ରାଜ୍ୟ କଂଗ୍ରେସର ସଭାପତି କରି ହାଇକମାଣ୍ଡ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ଓଡ଼ିଶାରେ ପିସିସି ମୁଖ୍ୟ ପରିବର୍ତ୍ତନ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିବ ବୋଲି କୁହାଯାଉଛି।

ଏମ୍‌ସ ଭୁବନେଶ୍ୱରକୁ ମିଳିଲା କାୟାକଳ୍ପ ପୁରସ୍କାର: ବି-କାଟେଗୋରି ହସ୍ପିଟାଲ ମଧ୍ୟରେ ଦ୍ୱିତୀୟ

ଏମ୍‌ସ ଭୁବନେଶ୍ୱରକୁ ମିଳିଲା କାୟାକଳ୍ପ ପୁରସ୍କାର: ବି-କାଟେଗୋରି ହସ୍ପିଟାଲ ମଧ୍ୟରେ ଦ୍ୱିତୀୟ

ପାତ୍ରପଡ଼ା,୧୯ା୪(ଡି.ଏନ୍‌.ଏ.): ସ୍ବଚ୍ଛତା କ୍ଷେତ୍ରରେ ଦେଶର ବି-କାଟେଗୋରି ହସ୍ପିଟାଲ ମଧ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ଭୁବନେଶ୍ୱର ଏମ୍‌ସକୁ ମିଳିଛି କାୟାକଳ୍ପ ପୁରସ୍କାର। ଗୁରୁବାର ନୂଆଦିଲ୍ଲୀଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଭୁବନେଶ୍ୱର ଏମ୍‌ସ ନିର୍ଦ୍ଦେଶିକା ଗୀତାଞ୍ଜଳି ବାତ୍ମାବାନୋଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ପୁରସ୍କାର ବାବଦକୁ ଏମ୍‌ସକୁ ମିଳିଛି ୧ କୋଟି ଟଙ୍କା।

ଶ୍ରୀମନ୍ଦିର ସ୍ଥିତି ସ୍ବାଭାବିକ: ଶୁକ୍ରବାରଠାରୁ ମିଳିବ ମହାପ୍ରସାଦ

ଶ୍ରୀମନ୍ଦିର ସ୍ଥିତି ସ୍ବାଭାବିକ: ଶୁକ୍ରବାରଠାରୁ ମିଳିବ ମହାପ୍ରସାଦ

ପୁରୀ ଅଫିସ,୧୯।୪: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତିରେ ସୃଷ୍ଟି ହୋଇଥିବା ବିଭ୍ରାଟ ଟଳିଯାଇଛି। ଗୁରୁବାର ସ୍ଥିତି ସମ୍ପୂର୍ଣ୍ଣ ସ୍ବାଭାବିକ ଅବସ୍ଥାକୁ ଫେରିଛି। ସାମାନ୍ୟ ବିଳମ୍ବ ହେଉପଛେ ଠାକୁରଙ୍କ ନୀତିକାନ୍ତି ଠିକ୍‌ଠାକ ଚାଲିଛି। ସେହିପରି ୪ ଦିନ ହେଲା ମହାପ୍ରସାଦ ପ୍ରସ୍ତୁତ କରୁ ନ ଥିବା ସୁଆର ମହାସୁଆର ନିଯୋଗ ମଧ୍ୟ ତା’ ଜିଦ୍‌ରୁ ଓହରି ଯାଇଛି। ହାଇକୋର୍ଟଙ୍କ ରାୟକୁ ସ୍ବାଗତ ଏବଂ ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ନିଯୋଗ ଶୁକ୍ରବାରଠାରୁ ମହାପ୍ରସାଦ ପ୍ରସ୍ତୁତ କରିବ ବୋଲି କହିଛି। ଫଳରେ ଅବଢ଼ା ବନ୍ଦକୁ ନେଇ ଯେଉଁ ଅଚଳାବସ୍ଥା ଲାଗି ରହିଥିଲା ତାହା ମଧ୍ୟ ଦୂର ହେବାକୁ ଯାଉଛି।

ଶ୍ରୀମନ୍ଦିର ନୀତି ବିଭ୍ରାଟକୁ ନେଇ ହାଇକୋର୍ଟଙ୍କ ଅସନ୍ତୋଷ

ଶ୍ରୀମନ୍ଦିର ନୀତି ବିଭ୍ରାଟକୁ ନେଇ ହାଇକୋର୍ଟଙ୍କ ଅସନ୍ତୋଷ

କଟକ ଅଫିସ,୧୯।୪- ଶ୍ରୀମନ୍ଦିରରେ ସୃଷ୍ଟି ହୋଇଥିବା ଅଚଳାବସ୍ଥାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ହାଇକୋର୍ଟ। ଶ୍ରୀମନ୍ଦିରରେ ନୀତି ବିଭ୍ରାଟକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗର୍ଭଗୃହ ଭିତରକୁ ପ୍ରବେଶ କଟକଣା ନେଇ ଦିଆଯାଇଥିବା ପୂର୍ବ ଆଦେଶକୁ ଭୁଲ ବ୍ୟାଖ୍ୟା କରାଯାଇଛି। ଗର୍ଭଗୃହ ଭିତରକୁ କେଉଁମାନେ ପ୍ରବେଶ କରିପାରିବେ ସେ ନେଇ ହାଇକୋର୍ଟ ନିର୍ଦ୍ଦିଷ୍ଟ ଭାବେ କୌଣସି ନିର୍ଦ୍ଦେଶ ଦେଇ ନ ଥିବା ସ୍ପଷ୍ଟ କରିଛନ୍ତି।

ଯୌତୁକ ପାଇଁ ମହିଳାଙ୍କୁ ପୋଡ଼ି ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତଙ୍କୁ ଧରୁନି ପୋଲିସ,ମହିଳା କମିଶନଙ୍କ ଦ୍ୱାରସ୍ଥ ହେଲେ ପୀଡ଼ିତା

ଯୌତୁକ ପାଇଁ ମହିଳାଙ୍କୁ ପୋଡ଼ି ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତଙ୍କୁ ଧରୁନି ପୋଲିସ,ମହିଳା କମିଶନଙ୍କ ଦ୍ୱାରସ୍ଥ ହେଲେ ପୀଡ଼ିତା

ଭୁବନେଶ୍ୱର, ୧୯।୪(ବ୍ୟୁରୋ)- ଯାଜପୁର ଜିଲାର ଜଣେ ମହିଳାଙ୍କୁ ଯୌତୁକ ପାଇଁ ପୋଡି ମାରିଦେବାକୁ ଉଦ୍ୟମ କରାଯାଇଥିଲା। ମହିଳାଙ୍କ ଶରୀରର କିଛି ଅଂଶ ପୋଡ଼ିଯାଇଥିବାବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏ ନେଇ ମହିଳାଙ୍କ ବାପଘର ପକ୍ଷରୁ ପାଣିକୋଇଲି ଥାନାରେ ଅଭିଯୋଗ କରାଯାଇଥିଲା। ୩ମାସ ତଳେ ଏହି ଘଟଣା ଘଟିଥିଲେ ହେଁ ପୋଲିସ ଏଯାଏ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବା ପୀଡ଼ିତା ଅଭିଯୋଗ କରିଛନ୍ତି। ଏ ନେଇ ସେ ଗୁରୁବାର ଭୁବନେଶ୍ୱର ଆସି ମହିଳା କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି।

 ଛାତ୍ର ଆତ୍ମହତ୍ୟା ଉଦ୍ୟମ ଘଟଣା: ୫୦ ହଜାର ଟଙ୍କା ଦେବାକୁ ଓଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଛାତ୍ର ଆତ୍ମହତ୍ୟା ଉଦ୍ୟମ ଘଟଣା: ୫୦ ହଜାର ଟଙ୍କା ଦେବାକୁ ଓଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୧୯।୪(ବ୍ୟୁରୋ)- ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ର ଗଣେଶ୍ୱର ଜାନି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହି ଘଟଣାରେ ଗଣେଶ୍ୱରଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଅନୂସୂଚିତ ଜାତି ଓ ଜନଜାତି ବିଭାଗକୁ ରାଜ୍ୟ ମାନବାଧିକାର କମିଶନ(ଓଏଚ୍‌ଆରସି) ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲର ପ୍ରଧାନ ଶିକ୍ଷକ, ଡିଡବ୍ଲ୍ୟୁଓ(ଜିଲା ମଙ୍ଗଳ ଅଧିକାରୀ), ଡିଇଓ(ଜିଲା ଶିକ୍ଷା ଅଧିକାରୀ) ଏବଂ ଅନ୍ୟ ଅଧିକାରୀଙ୍କ ଦରମାରୁ ଅର୍ଥ କାଟି କ୍ଷତିପୂରଣ ଦେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ନିଟ୍‌ ପରୀକ୍ଷା ପାଇଁ ଡ୍ରେସ୍‌କୋଡ୍‌ ଲାଗୁ

ନିଟ୍‌ ପରୀକ୍ଷା ପାଇଁ ଡ୍ରେସ୍‌କୋଡ୍‌ ଲାଗୁ

ଭୁବନେଶ୍ୱର,୧୯।୪(ବ୍ୟୁରୋ): ଆସନ୍ତା ୬ ତାରିଖରେ ହେବାକୁଥିବା ନ୍ୟାଶନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍‌ସ ଟେଷ୍ଟ(ନିଟ୍‌) ୨୦୧୮ ପରୀକ୍ଷା ପାଇଁ ସିବିଏସ୍‌ଇ ଡ୍ରେସ୍‌କୋଡ୍‌ ଲାଗୁ କରିଛି। ପରୀକ୍ଷା ପାଇଁ ବୋର୍ଡ ନୂଆ ନିର୍ଦ୍ଦେଶନାମା ଜାରି କରିଛି।

ବିମାନବନ୍ଦରରୁ ସାପ ଉଦ୍ଧାର

ବିମାନବନ୍ଦରରୁ ସାପ ଉଦ୍ଧାର

ଭୁବନେଶ୍ୱର,୧୯।୪(ବ୍ୟୁରୋ): ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗୁରୁବାର ଏକ ସାପ ଉଦ୍ଧାର ହୋଇଛି। ଏହା ଢମଣା ସାପ ବୋଲି ଜଣାପଡ଼ିଛି।

ମହାନ୍ତିପାଟଣାରେ ବାଦୀପାଲା ଉଦ୍‌ଯାପିତ

ମହାନ୍ତିପାଟଣାରେ ବାଦୀପାଲା ଉଦ୍‌ଯାପିତ

ବାଲିଅନ୍ତା,୧୯।୪(ଡି.ଏନ୍‌.ଏ.): ବାଲିଅନ୍ତା ବ୍ଲକ ଅଧୀନ ଜଗନ୍ନାଥପୁର ପଞ୍ଚାୟତ ଅଧୀନ ମହାନ୍ତିପାଟଣା ଗ୍ରାମର ଗ୍ରାମଦେବତୀ ବନଦୁର୍ଗାଙ୍କ ପୀଠସ୍ଥଳୀରେ ୫ ଦିନ ଧରି ଚାଲିଥିବା ସତ୍ୟନାରାୟଣ ବାଦୀପାଲା ଗୁରୁବାର ଉଦ୍‌ଯାପିତ ହୋଇଯାଇଛି।

ବେଆଇନ ଗୋ-ଚାଲାଣ: ୮ ଗିରଫ

ବେଆଇନ ଗୋ-ଚାଲାଣ: ୮ ଗିରଫ

କଟକ ଅଫିସ,୧୯।୪: ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗୁଳି ଛକ ନିକଟରୁ ଗୁରୁବାର ୭୫ ଗୋରୁ ବୋଝେଇ ଏକ କଣ୍ଟେନରକୁ ପୋଲିସ ଜବତ କରିଛି। ଏହି ଘଟଣାରେ ପୋଲିସ ୮ ଜଣଙ୍କୁ ଗିରଫ କରିଛି।

ନିରଞ୍ଜନ ପଟ୍ଟନାୟକ ହେଲେ ପିସିସି ସଭାପତି

ନିରଞ୍ଜନ ପଟ୍ଟନାୟକ ହେଲେ ପିସିସି ସଭାପତି

ଭୁବନେଶ୍ୱର, ୧୯।୪(ବ୍ୟୁରୋ): ପିସିସି ସଭାପତି ଭାବେ ନିରଞ୍ଜନ ପଟ୍ଟନାୟକ ନିଯୁକ୍ତ ହୋଇଛନ୍ତି। ତାଙ୍କୁ ନିଯୁକ୍ତି କରିଛନ୍ତି ଏଆଇସିସି ହାଇକମାଣ୍ଡ ରାହୁଲ ଗାନ୍ଧୀ। ସେହିପରି ନବ କିଶୋର ଦାଶ, ଚିରଞ୍ଜିବୀ ବିଶ୍ୱାଳ ଓ ପ୍ରଦୀପ ମାଝୀଙ୍କୁ ପିସିସିର କାର୍ଯ୍ୟକାରୀ ସଭାପତି ମଧ୍ୟ କରାଯାଇଛି।

ଆରମ୍ଭ ହେଲା ରଥ ନିର୍ମାଣ

ଆରମ୍ଭ ହେଲା ରଥ ନିର୍ମାଣ

ପୁରୀ ଅଫିସ,୧୯।୪: ଆସନ୍ତା ଜୁଲାଇ ୧୪ରେ ରଥଯାତ୍ରା। ଏଥିପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ପାରମ୍ପରିକ ବିଧି ଅନୁଯାୟୀ ବୁଧବାର ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇଥିଲା।