Dharitri News
ମେଟ୍ରୋ |

‘ସାହିତ୍ୟ ଅନ୍ତରରୁ ଆସେ’

‘ସାହିତ୍ୟ ଅନ୍ତରରୁ ଆସେ’ ଭୁବନେଶ୍ୱର,୮।୧୨(ବ୍ୟୁରୋ)- ଦୃଢ଼ ନିଷ୍ଠା, ଗଭୀର ଅଧ୍ୟବସାୟ, ଓଡ଼ିଆ ଭାଷା ପ୍ରତି ଥିବା ସମ୍ମାନ ଆଜି ତାଙ୍କୁ ଦେଇଛି ଶ୍ରେଷ୍ଠତାର ପରିଚୟ। ସାହିତ୍ୟ ଜଗତର ଅତି ଜଣାଶୁଣା କବି ରବି ସିଂ। ନିଜର ସାରସ୍ବତ ସାଧନା ପାଇଁ ସେ ଚଳିତବର୍ଷ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ପୁରସ୍କାର ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ପାଇବାକୁ ମନୋନୀତ ହୋଇଛନ୍ତି। ତାଙ୍କର ଅନେକ ରଚନା ମଧ୍ୟରେ ରହିଛି କବିତାଗ୍ରନ୍ଥ ସର୍ବହରା, ପଥପ୍ରାନ୍ତର କବିତା, ଚରମ ପତ୍ର, ଶିଥିଳ ବଲ୍‌ଗା, ଭ୍ରୁକୂଟୀ, ବିଷବାଣୀ ଭଳି କୃତି, ଯାହା ପାଠକଙ୍କୁ ଦେଇପାରିଛି ପ୍ରବଳ ଆତ୍ମସନ୍ତୋଷ। ଏହା ବ୍ୟତୀତ ଆତ୍ମଜୀବନୀ ‘ନିଃସଙ୍ଗ ପଦାତିକ’, ସମାଲୋଚନା ସାହିତ୍ୟ ‘ସଂସ୍କୃତିର ବୈପ୍ଲବୀକ ମୂଲ୍ୟବୋଧ’ ଭଳି କୃତି ତାଙ୍କ ଲେଖନୀ ମୁନକୁ କରିଛି ଆହୁରି ସମୃଦ୍ଧ। ଉଚ୍ଚକୋଟୀର ସାହିତ୍ୟ ପାଇଁ ସେ ସାହିତ୍ୟ ଏକାଡେମୀଠାରୁ ଆରମ୍ଭ କରି ଅନେକ ପୁରସ୍କାର ପୂର୍ବରୁ ଗ୍ରହଣ କରିସାରିଛନ୍ତି। ଚଳିତବର୍ଷ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପାଇବାକୁ ମନୋନୀତ ହେବା ପରେ ତାଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ସାକ୍ଷାତ୍‌କାର। ପ୍ର- ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’; ଓଡ଼ିଶା ସାହିତ୍ୟ ଏକାଡେମୀର ଏହି ସର୍ବୋଚ୍ଚ ପୁରସ୍କାର ପାଇବା ପରେ କେମିତି ଲାଗୁଛି? ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପାଇବି ବୋଲି କେବେ ଭାବି ନ ଥିଲି କି ଆଶା ମଧ୍ୟ ନ ଥିଲା। ଅନେକ ସାହିତ୍ୟ ରଚନା କରିବା ସହ ଛୋଟବଡ଼ ଅସଂଖ୍ୟ ପୁରସ୍କାର ଆଗରୁ ପାଇସାରିଛି। ପୁରସ୍କାର ପାଇବା ପାଇଁ ମୁଁ କେବେ ଲବି କିମ୍ବା କୌଣସି ଯୋଗାଡ଼ କରିନାହିଁ। ହଠାତ୍‌ ଏ ନେଇ ଫୋନକଲ୍‌ ପାଇବା ପରେ ବିସ୍ମିତ ହୋଇଯାଇଥିଲି। କାରଣ, ମୁଁ ଜଣେ ବିବାଦୀୟ ଲୋକ। ବିବାଦରେ ରହିବା ସହ ବହୁ ବିବାଦ ମଧ୍ୟ ସୃଷ୍ଟି କରିଛି। ତେଣୁ ଏହି ପୁରସ୍କାର ମୋ ପାଇଁ ଅପ୍ରତ୍ୟାଶିତ ଥିଲା। ପ୍ର- ବର୍ତ୍ତମାନ ସାହିତ୍ୟର ସ୍ଥିତି କିପରି? ସାହିତ୍ୟର ସ୍ଥିତି ଭଲ ନାହିଁ। ସବୁ କେବଳ ଯୋଗାଡ଼ ହିଁ ଚାଲିଛି। ବିଶେଷ କରି କବିତାର ସ୍ଥିତି ଦୁର୍ବଳ ରହିଛି। ଏବେ ଯେଉଁ କବିତା ରଚନା ହେଉଛି, ତାହାର କଡ଼ାକର ମୂଲ୍ୟ ନାହିଁ। କାରଣ, ଗଦ୍ୟଗୁଡ଼ିକ ତଳକୁ ତଳ ସଜେଇ ଲେଖିଲେ, ତାହାକୁ କବିତା ବୋଲି କୁହାଯିବ ନାହିଁ। ସେଥିରେ କୌଣସି ସାମାଜିକ ବାର୍ତ୍ତା ନାହିଁ। ଏଥିପାଇଁ ଉତ୍ସର୍ଗୀକୃତ ମନୋଭାବ ରହିବା ଆବଶ୍ୟକ। ପ୍ର- ପୂର୍ବରୁ ରଚନା ହେଉଥିବା କବିତା ଆଉ ଏବେକାର କବିତା ଭିତରେ କିଛି ପ୍ରଭେଦ ରହିଛି ବୋଲି ଭାବୁଛନ୍ତି କି? ନିଶ୍ଚିତ ଭାବେ ପ୍ରଭେଦ ରହିଛି। କବି ଭଗବତୀ ଚରଣ ପାଣିଗ୍ରାହୀ, କବି ଅନନ୍ତ ପଟ୍ଟନାୟକଙ୍କ କବିତା ହୃଦୟକୁ ଛୁଉଁଥିଲା। କବିତାଗୁଡ଼ିକ ଅନେକ ସାମାଜିକ ବାର୍ତ୍ତା ମଧ୍ୟ ଦେଉଥିଲା। ମାତ୍ର ଏବେକାର କବିତାରେ ସେ ସବୁ ନାହିଁ। କେବଳ ଯୋଗାଡ଼ କରି କିଛି ଲେଖା ଛପେଇ ଦେଇ ଅନେକ ନଁା କରିବାକୁ ଚାହୁଁଛନ୍ତି। ପ୍ର- ସ୍ଥିତିରେ ସୁଧାର ଆଣିବା ପାଇଁ କ’ଣ ପଦକ୍ଷେପ ଜରୁରୀ? ଏଭଳି ସ୍ଥିତିରେ ସୁଧାର ଆଣିବା ପାଇଁ ଉତ୍ସର୍ଗୀକୃତ ମନୋଭାବ ରହିବା ଜରୁରୀ। ଓଡ଼ିଆ ଭାଷାରେ ଗଭୀର ଜ୍ଞାନର ଆବଶ୍ୟକତା ରହିଛି। ଅନେକ ଅଧ୍ୟାପକ ଶୁଦ୍ଧ ଓଡ଼ିଆ ଲେଖି ପାରୁନାହାନ୍ତି। ଏଥିରୁ ଓଡ଼ିଆ ଭାଷାର ସ୍ଥିତି ପ୍ରମାଣିତ ହେଉଛି। ଯେଉଁଠି ଭାଷାର ଅବସ୍ଥା ଦାରିଦ୍ର୍ୟ, ସେଠାରେ ସାହିତ୍ୟର ଅବସ୍ଥା ଅନୁମେୟ। ବର୍ତ୍ତମାନର ଇଣ୍ଟରନେଟ୍‌ ଯୁଗରେ ଅନେକ ଯୁବପିଢ଼ି ଓଡ଼ିଆ ଭାଷା ସମ୍ପର୍କରେ କିଛି ଜାଣୁନାହାନ୍ତି। ଓଡ଼ିଆ ସଂସ୍କୃତି, ପରମ୍ପରା ଅନେକଙ୍କୁ ଅବଗତ ନାହିଁ। ତେଣୁ ବର୍ତ୍ତମାନର ପରିସ୍ଥିତି ହତାଶମୟ ହୋଇପଡ଼ିଛି। ପ୍ର- ବର୍ତ୍ତମାନର ଅନୁବାଦ ପ୍ରକୃତ ସାହିତ୍ୟକୁ ବିକୃତ କରୁଛି କି? ଅନୁବାଦ ସାହିତ୍ୟକୁ ବିକୃତ କରେ ନାହିଁ। ମୁଁ ଅନ୍ୟୁନ ୧୦ଟି ବହି ଅନୁବାଦ କରିଛି। ତେବେ ଏହା ସହଜ କାମ ନୁହେଁ। ଅନୁବାଦ ଓ ଆକ୍ଷରିକ ଅନୁବାଦ ସମାନ କଥା ନୁହେଁ। ଅନୁବାଦ କରିବାକୁ ହେଲେ ନିଜେ ତା’ ଭିତରେ ପଶିବାକୁ ହେବ। ମୂଳ ଚିନ୍ତାଧାରାକୁ ଅକ୍ଷତ ରଖି ନିଜ ଭାଷାରେ ଲେଖିବାକୁ ହେବ। ଅନୁବାଦର ମର୍ମବସ୍ତୁକୁ ଆଣି ଥୋଇବା ବଦଳରେ ବାଜେ ଭାଷା ବ୍ୟବହାର କରାଯାଉଥିବାରୁ ତାହା ପଢ଼ିବାକୁ ସୁଖକର ହେଉନାହିଁ। ପ୍ର- ଯୁବ ସାହିତି୍ୟକଙ୍କ ପାଇଁ ଆପଣଙ୍କର କ’ଣ ବାର୍ତ୍ତା ରହିବ? ବାର୍ତ୍ତା ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଏମାନେ ଦିଅନ୍ତି। ଏମାନଙ୍କ ମଧ୍ୟରୁ ମୁଁ କେହି ନୁହେଁ। ତେଣୁ ବାର୍ତ୍ତା ଦେଲା ଭଳି କିଛି ନାହିଁ। ସାହିତ୍ୟ ଅନ୍ତରରୁ ଆସେ, ଯୋଗାଡ଼ କଲେ ହୁଏ ନାହିଁ। ଏଥିପ୍ରତି ନିଜର ଅନୁରକ୍ତି ବ୍ୟକ୍ତ କରିବା ଆବଶ୍ୟକ। ପ୍ରଥମେ ଭାଷା ଜ୍ଞାନ ରଖିବା ନିହାତି ଦରକାର। ପ୍ର- ଆଗାମୀ ପଦକ୍ଷେପ କ’ଣ? ମୁଁ ୫୦ଖଣ୍ଡ ବହି ଲେଖିବା ସହ ବହୁ ପ୍ରବନ୍ଧ ଆଦି ଲେଖିସାରିଛି। ଗୋଆ ମୁକ୍ତି ଆନ୍ଦୋଳନରେ ଯୋଗଦେବାବେଳେ ମୋ ଆଖି ନଷ୍ଟ ହୋଇଯାଇଛି। ତେଣୁ ଆଉ ଲେଖି ପାରୁନାହିଁ କି ପଢ଼ି ବି ପାରୁନାହିଁ। ଦୁଃଖ ଲାଗୁଛି କି, ଡାକିଲେ ମଧ୍ୟ ଶୁଦ୍ଧ ଓଡ଼ିଆ ପଦେ ଲେଖିବା, ଲୋକଙ୍କଠାରେ ଅଭାବ ରହିଛି। ତେଣୁ ଆଗକୁ କ’ଣ କରିବି କିଛି ଭାବି ପାରୁନି। ସାକ୍ଷାତ୍‌କାର: ବନ୍ଦନା ସେଠୀ

ମେଟ୍ରୋ |

ମିଳିମିଳା ଓ ରୁବେଲା ସଂକ୍ରାନ୍ତ କର୍ମଶାଳା

ମିଳିମିଳା ଓ ରୁବେଲା ସଂକ୍ରାନ୍ତ କର୍ମଶାଳା

ପୁରୀ ଅଫିସ, ୧୬।୧: ପୁରୀ ଜିଲା ସ୍ବାସ୍ଥ୍ୟ ସମିତି ଆନୁକୂଲ୍ୟରେ ପୁରୀ ସହରରେ ମଙ୍ଗଳବାର ଶିକ୍ଷୟିତ୍ରୀଶିକ୍ଷକଙ୍କୁ ନେଇ ମିଳିମିଳା(ମିଜିଲ୍ସ) ଓ ଜର୍ମାନ ମିଳିମିଳା(ରୁବେଲା) ଟୀକାକରଣ ସଂକ୍ରାନ୍ତରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ଚିକିତ୍ସାରେ ଅବହେଳା ନେଇ ଶିଶୁ ମୃତ୍ୟୁ ଅଭିଯୋଗ, କ୍ଲିନିକ୍‌ ପରିସରରେ ଉତ୍ତେଜନା

ଚିକିତ୍ସାରେ ଅବହେଳା ନେଇ ଶିଶୁ ମୃତ୍ୟୁ ଅଭିଯୋଗ, କ୍ଲିନିକ୍‌ ପରିସରରେ ଉତ୍ତେଜନା

ଖୋର୍ଦ୍ଧା ଅଫିସ, ୧୬।୧: ଖୋର୍ଦ୍ଧା ସହରର ବେସରକାରୀ କ୍ଲିନିକ୍‌ରେ ମଙ୍ଗଳବାର ଏକ ନବଜାତ ଶିଶୁର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି।

ଏନ୍‌ସିସିର ସର୍ବଭାରତୀୟ ଉପକୂଳ ଯାତ୍ରା ଶୁଭାରମ୍ଭ

ଏନ୍‌ସିସିର ସର୍ବଭାରତୀୟ ଉପକୂଳ ଯାତ୍ରା ଶୁଭାରମ୍ଭ

ପୁରୀ ଅଫିସ, ୧୬।୧: ପୁରୀ ୬ଷ୍ଟ ବାଟାଲିୟନ୍‌ ଆନୁକୂଲ୍ୟରେ ଏନ୍‌ସିସି ପକ୍ଷରୁ ସର୍ବଭାରତୀୟ ଉପକୂଳ ଯାତ୍ରା(କୋଷ୍ଟାଲ ଟ୍ରେକିଙ୍ଗ୍‌ କ୍ୟାମ୍ପ) ୨୦୧୮ ଉଦ୍‌ଘାଟିତ ହୋଇଯାଇଛି।

ପାଣି ପଞ୍ଚାୟତ ସ୍ପତାହ ସଚେତନତା ରଥ ଶୁଭାରମ୍ଭ

ପାଣି ପଞ୍ଚାୟତ ସ୍ପତାହ ସଚେତନତା ରଥ ଶୁଭାରମ୍ଭ

ପୁରୀ ଅଫିସ, ୧୬।୧: ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ମଙ୍ଗଳବାର ପାଣି ପଞ୍ଚାୟତ ରଥ ଉଦ୍‌ଘାଟିତ ହୋଇଛି। ଏଡିଏମ୍‌ ବିଭୁତି ଭୂଷଣ ଦାସ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି ରଥ ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତ ପରିକ୍ରମା କରିବ।

୬୮ କେଜି ଗଞ୍ଜେଇ ଜବତ, ୯ ଗିରଫ

୬୮ କେଜି ଗଞ୍ଜେଇ ଜବତ, ୯ ଗିରଫ

କଟକ ରୋଡ଼, ୧୬।୧(ଡି.ଏନ୍‌.ଏ.): କଟକ ଅବକାରୀ ଫ୍ଲାଇଙ୍ଗ୍‌ ସ୍କ୍ବାର୍ଡ ଓ ଖୋର୍ଦ୍ଧା ଜିଲା ମୋବାଇଲ ସ୍କ୍ବାର୍ଡ ପକ୍ଷରୁ ମଙ୍ଗଳବାର ସକାଳେ ଚଢାଉ କରାଯାଇ ଚୋରା ଚାଲାଣ କରୁଥିବା ୯ ଗଞ୍ଜେଇ ବ୍ୟବସାୟୀଙ୍କୁ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଓ ଖଣ୍ଡଗିରି ଅଞ୍ଚଳରୁ ଗିରଫ କରାଯାଇଛି।

ପଞ୍ଚଦଶ ଜାତୀୟ ହସ୍ତତନ୍ତ ମେଳା ଉଦ୍‌ଘାଟିତ

ପଞ୍ଚଦଶ ଜାତୀୟ ହସ୍ତତନ୍ତ ମେଳା ଉଦ୍‌ଘାଟିତ

ଭୁବନେଶ୍ୱର,୧୫।୧(ବ୍ୟୁରୋ)- ବୟନଶିଳ୍ପ ନିର୍ଦ୍ଦେଶାଳୟ ତଥା ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସହଯୋଗରେ ବୟନିକା ପକ୍ଷରୁ ସ୍ଥାନୀୟ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଛି ଜାତୀୟ ହସ୍ତତନ୍ତ ମେଳା। ଓଡ଼ିଶା ସହ ଉତ୍ତରପ୍ରଦେଶ, ଜମ୍ମୁ ଓ କଶ୍ମୀର, ରାଜସ୍ଥାନ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ପଣ୍ଡିଚେରୀ, ତାମିଲନାଡ଼ୁ, ଆସାମ, କର୍ନାଟକ, ଉତ୍ତରାଖଣ୍ଡ, ହରିୟାଣା, ବିହାର, ତେଲେଙ୍ଗାନା, ତ୍ରିପୁରା, ପଞ୍ଜାବ, ଗୁଜରାଟ, ଦିଲ୍ଲୀ ଏବଂ ମଣିପୁରର ଉତ୍କୃଷ୍ଟ ହସ୍ତତନ୍ତ ବସ୍ତ୍ରକୁ ନେଇ ଆୟୋଜିତ ଏହି ମେଳାକୁ ସୋମବାର ରାଜ୍ୟପାଳ ଡ. ଏସ୍‌.ସି. ଜମିର ଉଦ୍‌ଘାଟନ କରିଛନ୍ତି।

ସଦ୍‌ଭାବନା, ନୈତିକତା, ନିଶାମୁକ୍ତିକୁ ଜୀବନର ବ୍ରତ କର: ଆଚାର୍ଯ୍ୟ ମହାଶ୍ରମଣ

ସଦ୍‌ଭାବନା, ନୈତିକତା, ନିଶାମୁକ୍ତିକୁ ଜୀବନର ବ୍ରତ କର: ଆଚାର୍ଯ୍ୟ ମହାଶ୍ରମଣ

ଭୁବନେଶ୍ୱର,୧୫।୧(ବ୍ୟୁରୋ)- ମନୁଷ୍ୟ ମଧ୍ୟରେ ନୈତିକ ଗୁଣ ରହିବା ଜରୁରୀ। ନିଶା ସେବନଠାରୁ ଦୂରେଇ ରହିବା ଆବଶ୍ୟକ। ପରସ୍ପର ମଧ୍ୟରେ ହିଂସା, ଦ୍ୱୈଷଭାବ ନ ରଖି ସଦ୍‌ଭାବନା ରଖିବା ଏବଂ ଯେତେ କଷ୍ଟ ହେଲେ ମଧ୍ୟ କାର୍ଯ୍ୟରେ ନୈତିକତା ବଜାୟ ରଖିବା ଜଣେ ପ୍ରକୃତ ମନୁଷ୍ୟର ଲକ୍ଷ୍ୟ ହେବା ଉଚିତ।

ଖଣ୍ଡଗିରିକୁ ଅସ୍ଥାୟୀ ସ୍ଥାନାନ୍ତର ହେବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ

ଖଣ୍ଡଗିରିକୁ ଅସ୍ଥାୟୀ ସ୍ଥାନାନ୍ତର ହେବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ

ଭୁବନେଶ୍ୱର,୧୫।୧(ବ୍ୟୁରୋ)-ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଖଣ୍ଡଗିରି ପାଦଦେଶକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯିବ । ଆନ୍ତଃ ରାଜ୍ୟ ବସ୍‌ ଟର୍ମିନାଲ (ଆଇଏସବିଟି) ନିର୍ମାଣ ପାଇଁ ଏହି ସ୍ଥାନାନ୍ତର ହେବ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଖଣ୍ଡଗିରି ପାଦଦେଶରେ ୨ ଏକର ଜମି ଚିହ୍ନଟ କରିଛି।

ଶ୍ରୀମନ୍ଦିରରେ ମହିଳା ଲୁଟେରା ଗ୍ୟାଙ୍ଗ: ଲୁଟୁଛନ୍ତି ଚେନ୍‌, ମନିପର୍ସ

ଶ୍ରୀମନ୍ଦିରରେ ମହିଳା ଲୁଟେରା ଗ୍ୟାଙ୍ଗ: ଲୁଟୁଛନ୍ତି ଚେନ୍‌, ମନିପର୍ସ

ପୁରୀ ଅଫିସ, ୧୫।୧: କିଛିଦିନ ହେଲା ଶ୍ରୀମନ୍ଦିରରେ ଲୁଟ୍‌ ଘଟଣା ବଢିବାରେ ଲାଗିଛି। ଭିଡ଼ର ସୁଯୋଗ ନେଇ ଭକ୍ତଙ୍କ ଚେନ୍‌, ମନିପର୍ସ ଲୁଟି ନେଉଛନ୍ତି ଲୁଟେରା। ଏକ ଧାର୍ମିକ ସ୍ଥଳରେ ଲୁଟ୍‌ର ଶିକାର ହେବା ପରେ ଅନେକ ଶ୍ରଦ୍ଧାଳୁ ଅଭିଯୋଗ କରିବାକୁ ପସନ୍ଦ କରୁନାହାନ୍ତି।

ଦେବୋତ୍ତର କମିଶନରଙ୍କ ରିପୋର୍ଟ: ଭୁଶୁଡ଼ିବ ଗୋପୀନାଥ ଦେବ ମନ୍ଦିର

ଦେବୋତ୍ତର କମିଶନରଙ୍କ ରିପୋର୍ଟ: ଭୁଶୁଡ଼ିବ ଗୋପୀନାଥ ଦେବ ମନ୍ଦିର

ପୁରୀ ଅଫିସ, ୧୫।୧: ସାକ୍ଷୀଗୋପାଳସ୍ଥିତ ସତ୍ୟବାଦୀ ଗୋପୀନାଥ ଦେବ ମନ୍ଦିର ବିପଦସଙ୍କୁଳ। କେଉଁ ପରିସ୍ଥିତିରେ ଭୁଶୁଡିବ। ଆଉ ମନ୍ଦିର ପରିଚାଳନା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ।

ଶ୍ରୀମନ୍ଦିର କାନ୍ଥରେ ପୋଷ୍ଟର: ମନ୍ଦିର ପ୍ରଶାସନକୁ ଚିଠି ଲେଖିଲା ଏଏସ୍‌ଆଇ

ଶ୍ରୀମନ୍ଦିର କାନ୍ଥରେ ପୋଷ୍ଟର: ମନ୍ଦିର ପ୍ରଶାସନକୁ ଚିଠି ଲେଖିଲା ଏଏସ୍‌ଆଇ

ପୁରୀ ଅଫିସ,୧୫।୧: ଶ୍ରୀଜଗନ୍ନାଥ ମନ୍ଦିର ତଦନ୍ତ କମିଶନଙ୍କ ରିପୋର୍ଟ ତଲବ ପରେ ଏଏସ୍‌ଆଇ ଶ୍ରୀମନ୍ଦିର କାନ୍ଥରେ ପୋଷ୍ଟର ମରା ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଛି।

ରାଜଭବନରେ କୁଳପତି ସମ୍ମିଳନୀ: ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ରାଜନୈତିକ ଅଶାନ୍ତିକୁ ନେଇ ରାଜ୍ୟପାଳଙ୍କ ଉଦ୍‌ବେଗ

ରାଜଭବନରେ କୁଳପତି ସମ୍ମିଳନୀ: ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ରାଜନୈତିକ ଅଶାନ୍ତିକୁ ନେଇ ରାଜ୍ୟପାଳଙ୍କ ଉଦ୍‌ବେଗ

ଭୁବନେଶ୍ୱର, ୧୫।୧(ବ୍ୟୁରୋ)- ରାଜଭବନଠାରେ ସୋମବାର କୁଳପତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ଡ.ଏସ୍‌.ସି. ଜମିର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ଉଚ୍ଚଶିକ୍ଷା କ୍ଷେତ୍ରରେ ସମୟ ଉପଯୋଗୀ ସଂସ୍କାର ଆଣିବାକୁ କୁଳପତିମାନଙ୍କୁ ପରାମର୍ଶ ଦେଇଛନ୍ତି।