ମେଟ୍ରୋ |

୪ ବରିଷ୍ଠ ଶିଳ୍ପୀଙ୍କୁ ‘ଶିଳ୍ପୀ ସମ୍ରାଟ ସମ୍ମାନ’

୪ ବରିଷ୍ଠ ଶିଳ୍ପୀଙ୍କୁ ‘ଶିଳ୍ପୀ ସମ୍ରାଟ ସମ୍ମାନ’
ଭୁବନେଶ୍ୱର, ୮।୧୨(ବ୍ୟୁରୋ)- ଓଡ଼ିଶା ମଡର୍ନ ଆର୍ଟ ଗ୍ୟାଲେରୀ ଓ ଇପ୍‌କା ପକ୍ଷରୁ ଶୁକ୍ରବାର ବିଶ୍ୱ ଶିଳ୍ପୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ପରିସରରେ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଯାଇଛି। ଶିଶୁ ଚିତ୍ରକଳା ପ୍ରଦର୍ଶନୀରେ ୧୯୦୦ ପିଲାଙ୍କ ଚିତ୍ରକଳା ଏବଂ ଜାତୀୟ ସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀରେ ୩୦୦ ଚିତ୍ରଶିଳ୍ପୀଙ୍କ ଚିତ୍ର ପ୍ରଦର୍ଶିତ ହୋଇଥିଲା। ଜାତୀୟସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀରେ ୧୨ଟି ଦେଶ ଯଥା ଓମାନ, ବ୍ରାଜିଲ, ଫ୍ରାନ୍ସ, ଡେନମାର୍କ, ୟୁକେ, ଜର୍ମାନୀ, ମାଲେସିଆ, ଆମେରିକା, ତୁର୍କୀ, ଜାପାନର ଶିଳ୍ପୀଙ୍କ ଚିତ୍ରକଳା ସ୍ଥାନିତ ହୋଇଛି। ୩ ଦିନ ଧରି ହେବାକୁ ଥିବା ଏହି ପ୍ରଦର୍ଶନୀକୁ ସିନେ ନିର୍ଦ୍ଦେଶକ, ଅଭିନେତା ତଥା ରାଜନେତା ପ୍ରଶାନ୍ତ ନନ୍ଦ,‘ଇପ୍‌କା’ମୁଖ୍ୟ ଟ୍ରଷ୍ଟି ପାରମିତା ମହାପାତ୍ର, ଶିଳ୍ପୀଗୁରୁ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ଖଦି ବୋର୍ଡ ସଭାପତି ତେଜେଶ୍ୱର ପରିଡ଼ା ଅତିଥିଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଓଡ଼ିଶା ମଡର୍ନ ଆର୍ଟ ଗ୍ୟାଲେରି ପ୍ରତିଷ୍ଠାତା ତାରାକାନ୍ତ ପରିଡ଼ା ଉପସ୍ଥିତ ରହି ଗ୍ୟାଲେରିର କାର୍ଯ୍ୟକ୍ରମ, ଶିଳ୍ପୀ ଦିବସର ଆଭିମୁଖ୍ୟ, ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ୪ ବରିଷ୍ଠ ଶିଳ୍ପୀ ବିନୋଦ ମହାରଣା, ଲଲାଟ ମୋହନ ପଟ୍ଟନାୟକ, ପଞ୍ଚାନନ ସୁର୍‌, ନିକୁଞ୍ଜ ବିହାରୀ ଦାସଙ୍କୁ‘ଶିଳ୍ପୀ ସମ୍ରାଟ ସମ୍ମାନ-୨୦୧୭’ରେ ସମ୍ମାନିତ କରାଯାଇଥିଲା। ଏଥିସହ ୨୮ଜଣଙ୍କୁ ସ୍ବତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା। ୧୪ଜଣଙ୍କୁ ‘ଶିଳ୍ପୀ ସ୍ମାରକୀ ସମ୍ମାନ’ଏବଂ ୧୪ଜଣଙ୍କୁ ‘ଓଡ଼ିଶା ମଡର୍ନ ଆର୍ଟ ଗ୍ୟାଲେରି ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ୫ଟି ବିଭାଗରେ ଜାତୀୟସ୍ତରର ୧୩ ଶିଳ୍ପୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ କରାଯାଇଥିଲା। ଗ୍ୟାଲେରି ପରିଚାଳକ ସୁବ୍ରତ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
All Right Reserved By

ମେଟ୍ରୋ |

ଓଡ଼ିଶା ସଂସ୍କୃତିକୁ ଅପମାନ ପଡିଲା ମହଙ୍ଗା: ଅଭିଜିତ୍‌ ଗିରଫ

ଓଡ଼ିଶା ସଂସ୍କୃତିକୁ ଅପମାନ ପଡିଲା ମହଙ୍ଗା: ଅଭିଜିତ୍‌ ଗିରଫ

ଭୁବନେଶ୍ୱର, ୨୩।୧୦(ବ୍ୟୁରୋ): ଓଡ଼ିଶା ସଂସ୍କୃତିକୁ ନେଇ ଅଶାଳୀନ ମନ୍ତବ୍ୟ ଦେଇ ଶେଷରେ ସାମ୍ବାଦିକ ଅଭିଜିତ୍‌ ଆୟାର୍‌ ଗିରଫ୍‌ ହୋଇଛନ୍ତି। ଭୁବନେଶ୍ୱର ସହିଦନଗର ପୋଲିସ ଆୟାରଙ୍କୁ ଗିରଫ କରିଛି।

ଯୁବତୀଙ୍କ ମୃତଦେହ ଉଦ୍ଧାର

ଯୁବତୀଙ୍କ ମୃତଦେହ ଉଦ୍ଧାର

ନିରାକାରପୁର, ୨୩।୧୦(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତ  ଚିତ୍ରକୁଟ ପାହାଡ଼ ପାଦଦେଶରେ ଥିବା ଖଣି ଭିତରୁ ମଙ୍ଗଳବାର ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ପରିଚୟ ଜଣାପଡ଼ି ନାହିଁ। ତେବେ ଯୁବତୀଙ୍କ ମୁହଁକୁ କେହି ଦୁର୍ବୃତ୍ତ ପଥରରେ ଛେଚି କ୍ଷତବିକ୍ଷତ କରି 

ବାଇକ୍‌ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ବାଇକ୍‌ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ବାଲିପାଟଣା, ୨୩।୧୦(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ବାଲିପାଟଣା ବ୍ଲକ ମାର୍ଥାପୁରରେ ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାମ ବିଜୟ ଭୋଇ। 

ମିନିଟ୍ରକ୍‌ ଓଲଟି ୧୫ ଶ୍ରମିକ ଗୁରୁତର

ମିନିଟ୍ରକ୍‌ ଓଲଟି ୧୫ ଶ୍ରମିକ ଗୁରୁତର

ଭୁବନେଶ୍ୱର, ୨୩।୧୦(ବ୍ୟୁରୋ): ଧଉଳି ଥାନା ଶିଶୁପାଳଗଡ଼ ଛକ ନିକଟରେ ମଙ୍ଗଳବାର ସକାଳେ ଏକ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ମିନିଟ୍ରକ ଶ୍ରମିକମାନଙ୍କୁ ନେଇ ଯାଉଥିବା ବେଳେ ଚକା ଫାଟି ଓଲଟି ପଡ଼ିବାରୁ ଗାଡ଼ିରେ ବସିଥିବା ୧୫ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। 

ବିଧାନସଭା ଗୃହ କମିଟି ନିକଟରେ ହାଜର ହେଲେ ଅଭିଜିତ ଆୟର

ବିଧାନସଭା ଗୃହ କମିଟି ନିକଟରେ ହାଜର ହେଲେ ଅଭିଜିତ ଆୟର

ଭୁବନେଶ୍ୱର, ୨୩।୧୦(ବ୍ୟୁରୋ): କୋଣାର୍କ ଓ ପୁରୀ ଶ୍ରୀମନ୍ଦିର ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟର ମିତ୍ର ମଙ୍ଗଳବାର ଓଡ଼ିଶା ବିଧାନସଭା ଗୃହ କମିଟି ନିକଟରେ ହାଜର ହୋଇଛନ୍ତି। ବିଧାନସଭାସ୍ଥିତ ୫୪ ନଂ. ପ୍ରକୋଷ୍ଠରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୃହ କମିଟି ବୈଠକରେ ଆୟର ନିଜର ପକ୍ଷ ରଖୁଛନ୍ତି। 

ମଦ୍ୟପ ଫାଣ୍ଡି ଅଧିକାରୀଙ୍କ ଉନ୍ମତ୍ତକାଣ୍ଡ, ଫାଣ୍ଡି ଘେରିଲେ ଲୋକେ

ମଦ୍ୟପ ଫାଣ୍ଡି ଅଧିକାରୀଙ୍କ ଉନ୍ମତ୍ତକାଣ୍ଡ, ଫାଣ୍ଡି ଘେରିଲେ ଲୋକେ

କୃଷ୍ଣପ୍ରସାଦ, ୨୩।୧୦(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ଥାନା ଅଧୀନ ମାଲୁଦ ଫାଣ୍ଡି ଅଧିକାରୀ ମଦ୍ୟପାନ କରି ଜନସାଧାରଣଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ମହଙ୍ଗା ପଡିଛି। 

ବିଜେଡିରେ ଯୋଗଦେଲେ ୧୬ ଭାଜପା କର୍ମୀ

ବିଜେଡିରେ ଯୋଗଦେଲେ ୧୬ ଭାଜପା କର୍ମୀ

ପରଜଙ୍ଗ, ୨୩।୧୦(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ନିର୍ବାଚନମଣ୍ଡଳୀ କଙ୍କଡାହାଡ଼ ବ୍ଲକ ଘାଗରାମୁଣ୍ଡା ପଞ୍ଚାୟତ ଭେଜିଆ ଗ୍ରାମର ୧୬ ଭାଜପା କର୍ମୀ ଧର୍ମାନନ୍ଦ ଦାସଙ୍କ ନେତୃତ୍ୱରେ ବିଜେଡିରେ ଯୋଗ ଦେଇଛନ୍ତି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡା. ନୃସିଂହ ଚରଣ ସାହୁଙ୍କ ଡିହଡୋଳସ୍ଥିତ ବାସଭବନରେ ମଙ୍ଗଳବାର ସେମାନେ ପହଞ୍ଚି ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। 

ପିସିଆର୍‌, ଟ୍ରାଫିକ ପୋଲିସ ନେବେ ସିପିଆର୍‌ ଟ୍ରେନିଂ:ପ୍ରଥମ ପର୍ଯ୍ୟାୟରେ ସାମିଲ ହେବେ ୫୦ଜଣ

ଭୁବନେଶ୍ୱର,୨୩ା୧୦(ବ୍ୟୁରୋ)- କିଛିଦିନ ତଳେ ଭୁବନେଶ୍ୱର ରେଳ ଷ୍ଟେଶନରେ ଜଣେ ଯାତ୍ରୀଙ୍କୁ ହଠାତ୍‌ ହୃଦ୍‌ଘାତ ହୋଇଥିଲା। ଜିଆର୍‌ପିର ଜଣେ କନ୍‌ଷ୍ଟେବଳଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ତାଙ୍କର ଜୀବନ ବଞ୍ଚତ୍ୟାଇଥିଲା। 

ଆଇସ୍‌କ୍ରିମ ପାର୍ଲରରେ ଛୁରା ମାଡ଼:କର୍ମଚାରୀ ଆହତ, ଅଭିଯୁକ୍ତ କର୍ମଚାରୀ ଗିରଫ

ଭୁବନେଶ୍ୱର,୨୩ା୧୦(ବ୍ୟୁରୋ)- ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରିବିହାରସ୍ଥିତ ଏକ ଆଇସ୍‌କ୍ରିମ୍‌ ପାର୍ଲରେ ରବିବାର ରାତିରେ ଜଣେ କର୍ମଚାରୀଙ୍କ ଛୁରାମାଡ଼ରେ ଅନ୍ୟଜଣେ ଆହତ ହୋଇଛନ୍ତି। 

ନକଲି ଆର୍ମି ଅଫିସର ଗିରଫ

ନକଲି ଆର୍ମି ଅଫିସର ଗିରଫ

ଭୁବନେଶ୍ୱର,୨୩ା୧୦(ବ୍ୟୁରୋ)- ନିଜକୁ ଜଣେ ଆର୍ମି ଅଫିସର କହୁଥିଲେ। ଆର୍ମିରେ ଚାକିରି ଦେବାକୁ କହି ବେକାର ଯୁବତୀଯୁବକଙ୍କଠାରୁ ବହୁ ଲକ୍ଷ ଟଙ୍କା ନେଇଥିଲେ। ନକଲି କାର୍ଡ ତିଆରି କରି ଆର୍ମି ଅଫିସର ଭଳି ସମସ୍ତ ସୁବିଧା ସୁଯୋଗ ବି ହାତଉଥିଲେ। 

ପୋଲିସର ଦାୟିତ୍ୱହୀନତା, ଚାଲିଗଲା ଜୀବନ:ବାଃ ବାଃରେ କମିଶନରେଟ ପୋଲିସ...

ପୋଲିସର ଦାୟିତ୍ୱହୀନତା, ଚାଲିଗଲା ଜୀବନ:ବାଃ ବାଃରେ କମିଶନରେଟ ପୋଲିସ...

ଭୁବନେଶ୍ୱର,୨୩ା୧୦ (ବ୍ୟୁରୋ) - ଦୁର୍ଘଟଣାରେ ଆହତ ଲୋକଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ ମିଳିବ ପୁରସ୍କାର। ଏପରି ବହୁ ଯୋଜନା କରି କମିଶନରେଟ ପୋଲିସ ବାଃ ବାଃ ନେବାକୁ ଚେଷ୍ଟା କରୁଥିବାବେଳେ ନିଜ ଅଧିକାରୀ ଓ କର୍ମଚାରୀଙ୍କୁ ସେତିକି ସଚେତନ କରିପାରି ନ ଥିବା ଭଳି ମନେ ହେଉଛି। 

ଭାରତୀୟ ସେନ୍‌ସର ବୋର୍ଡ ଉପଦେଷ୍ଟା କମିଟି ସଦସ୍ୟ ହେଲେ ଶ୍ରୀକାନ୍ତ ପାଢ଼ୀ

ଭାରତୀୟ ସେନ୍‌ସର ବୋର୍ଡ ଉପଦେଷ୍ଟା କମିଟି ସଦସ୍ୟ ହେଲେ ଶ୍ରୀକାନ୍ତ ପାଢ଼ୀ

ଭୁବନେଶ୍ୱର,୨୩।୧୦(ବ୍ୟୁରୋ)-
ଓଡ଼ିଶା ଜନ୍ମିତ ଯୁବ ସାମାଜିକ କର୍ମୀ ତଥା ବମ୍ବେ ହାଇକୋର୍ଟରେ ଭାରତ ସରକାରଙ୍କ ଓକିଲ ଭାବେ କାର୍ଯ୍ୟ କରୁଥିବା ଶ୍ରୀକାନ୍ତ ପାଢ଼ୀଙ୍କୁ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେଶନ(ଭାରତୀୟ ସେନ୍‌ସର ବୋର୍ଡ)ରେ ଏକ ମର୍ଯ୍ୟାଦାଜନକ ପଦବୀରେ ନିଯୁକ୍ତ କରାଯାଇଛି।