ମେଟ୍ରୋ |

ଓଏଲଏକ୍ସରେ ଚୋରି ମୋବାଇଲର ବିଜ୍ଞାପନ: ଗୋଟିଏ ମୋବାଇଲ୍‌ର ୨ ମାଲିକ, ଦ୍ୱନ୍ଦ୍ୱରେ ପୋଲିସ

ଓଏଲଏକ୍ସରେ ଚୋରି ମୋବାଇଲର ବିଜ୍ଞାପନ: ଗୋଟିଏ ମୋବାଇଲ୍‌ର ୨ ମାଲିକ, ଦ୍ୱନ୍ଦ୍ୱରେ ପୋଲିସ
ଭୁବନେଶ୍ୱର, ୮।୧୨(ବ୍ୟୁରୋ)- ମୋବାଇଲ୍‌ ବିକ୍ରି ପାଇଁ ଓଏଲଏକ୍ସରେ ଦିଆଯାଇଛି ବିଜ୍ଞାପନ। ହେଲେ ଏହି ମୋବାଇଲ୍‌ର ମାଲିକ ଦୁଇଜଣ। ଦୁଇ ଜଣକ ପାଖରେ ରହିଛି ଉକ୍ତ ମୋବାଇଲ୍‌ର ଦୁଇଟି ରସିଦ୍‌। କିନ୍ତୁ ମୋବାଇଲ୍‌ କାହାର। କିଏ ଏହାର ପ୍ରକୃତ ମାଲିକ ତାହାକୁ ନେଇ ଦ୍ୱନ୍ଦ୍ୱରେ ପଡିଛି ପୋଲିସ। ଏଭଳି ଏକ ରୋଚକ ଘଟଣା ଖାରବେଳନଗର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ମୋବାଇଲ୍‌ ବିକ୍ରି କରିବା ପାଇଁ ଯେଉଁ ବ୍ୟକ୍ତି ବିଜ୍ଞାପନ ଦେଇଥିଲେ ତାଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଅନ୍ୟପଟେ ଅଟକଥିବା ଯୁବକଙ୍କୁ ଛାଡିବା ପାଇଁ ୟୁନିଟ୍‌-୩ ଗୋଲାସାହି ଅଞ୍ଚଳର ବହୁ ମହିଳାପୁରୁଷ ଥାନା ଘେରାଉ କରିଛନ୍ତି। ଦୁଇ ଘଣ୍ଟାକାଳ ଥାନା ସମ୍ମୁଖରେ ହୋହଲ୍ଲା କରିଥିଲେ। ଥାନା ଅଧିକାରୀ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ସୂଚନାଯୋଗ୍ୟ, ଖଣ୍ଡଗିରି ଥାନା କଳିଙ୍ଗବିହାର ଅଞ୍ଚଳରେ ବିଶ୍ୱଜିତ୍‌ ସେନାପତି ନାମକ ଯୁବକ ରୁହନ୍ତି। ୨ ମାସ ପୁର୍ବରୁ ତାଙ୍କର ଏକ ମୋବାଇଲ୍‌ ଚୋରି ହୋଇଯାଇଥିଲା। ଏ ନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। କିଛି ଦିନ ପରେ ଖାରବେଳନଗର ଥାନା ଗୋଲାସାହିର ଜଣେ ଯୁବକ ଏକ ମୋବାଇଲ୍‌ ବିକ୍ରି କରିବା ପାଇଁ ରସିଦ ସହ ଓଏଲଏକ୍ସରେ ବିଜ୍ଞାପନ ଦେଇଥିଲେ। ବିଶ୍ୱଜିତ ଓଏଲଏକ୍ସ ଦେଖିବାବେଳେ ବିଜ୍ଞାପନ ଦିଆଯାଇଥିବା ମୋବାଇଲ୍‌ ରସିଦରେ ଥିବା ଆଇଏମଇଆଇ ନମ୍ବର ସହିତ ତାଙ୍କ ମୋବାଇଲ୍‌ ଫୋନର ଆଇଏମ୍‌ଇଆଇ ନମ୍ବର ସମାନ ବୋଲି ଜାଣିବାକୁ ପାଇଥିଲେ। ପରେ ଉକ୍ତ ମୋବାଇଲ୍‌ କିଣିବା ବାହାନାରେ ବିଜ୍ଞାପନ ଦେଇଥିବା ଯୁବକଙ୍କୁ ଶ୍ରୀୟା ଫିଲ୍ମ ହଲ୍‌ ନିକଟକୁ ଡକାଇଥିଲେ। ତାଙ୍କଠାରୁ ମୋବାଇଲ୍‌ ଦେଖିବା ପରେ ତାହା ତାଙ୍କର ବୋଲି  ବିଶ୍ୱଜିତ୍‌ ସ୍ପଷ୍ଟ ହୋଇଥିଲେ। ଏହାପରେ ସେ ଉକ୍ତ ଯୁବକଙ୍କୁ କାବୁ କରି ପୋଲିସକୁ ଫୋନ୍‌ କରିଥିଲେ। ପୋଲିସ ଆସି ଉକ୍ତ ଯୁବକଙ୍କୁ ଥାନାକୁ ନେବାକୁ ଉଦ୍ୟମ କରିବା ବେଳେ ସେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିଥିଲେ। ପୋଲିସ ତାଙ୍କୁ ଅଟକ ରଖିଥିବାବେଳେ ମୋବାଇଲ୍‌ର ପ୍ରକୃତ ମାଲିକ କିଏ ତାହା ଜାଣିବାକୁ ମୋବାଇଲ୍‌ କମ୍ପାନୀ ସହ ଯୋଗାଯୋଗ କରୁଥିବା ଜଣାପଡ଼ିଛି। ଅନ୍ୟପଟେ ନକଲି ରସିଦକୁ ନେଇ ଏବେ ପ୍ରଶ୍ନ ଉଠିଛି। ଚୋରି ମୋବାଇଲ୍‌ର ନକଲି ରସିଦ୍‌ ପ୍ରସ୍ତୁତ କରି ତାହାକୁ ବିକ୍ରି କରିବା ପଛରେ ଏକ ର଼୍ୟାକେଟ୍‌ କାମ କରୁଥିବା ସ୍ପଷ୍ଟ ହେଉଛି।
All Right Reserved By

ମେଟ୍ରୋ |

କରମଙ୍ଗା ଗଛରେ ଜଗନ୍ନାଥ

କରମଙ୍ଗା ଗଛରେ ଜଗନ୍ନାଥ

ଫୁଲନଖରା, ୨୨।୧୦(ଡି.ଏନ.ଏ.): ବ୍ରାହ୍ମଣ ଝରିଲୋ ନର ନାରାୟଣ ମଠରେ ଥିବା ଏକ କରମଙ୍ଗା ଗଛରେ ଜଗନ୍ନାଥ ଙ୍କ ମୂର୍ତ୍ତି ସଦୃଶ ଏକ ଆକୃତି ଥିବା ଜଣାପଡ଼ିଛି।

କ୍ୟାପିଟାଲ ହସ୍ପିଟାଲ ସମ୍ମୁଖରେ ହାଇଡ୍ରାମା: ପ୍ରେମିକାଙ୍କୁ ନେଇ ସ୍ବାମୀ-ସ୍ତ୍ରୀ ହାତାହାତି

କ୍ୟାପିଟାଲ ହସ୍ପିଟାଲ ସମ୍ମୁଖରେ ହାଇଡ୍ରାମା: ପ୍ରେମିକାଙ୍କୁ ନେଇ ସ୍ବାମୀ-ସ୍ତ୍ରୀ ହାତାହାତି

ଭୁବନେଶ୍ୱର, ୨୨।୧୦(ବ୍ୟୁରୋ)- ପରକୀୟା ପ୍ରୀତିକୁ କେନ୍ଦ୍ରକରି ରବିବାର ଅପରାହ୍ନରେ କ୍ୟାପିଟାଲ ହସ୍ପିଟାଲ ସମ୍ମୁଖରେ ଏକ ହାଇଡ୍ରାମା ଦେଖିବାକୁ ମିଳିଛି।

କମୁଛି ଚିଲିକା ମାଛ ଉତ୍ପାଦନ: ଅନ୍ତର୍ଜାତୀୟ ବଜାରକୁ ରପ୍ତାନି ବଢ଼ାଉଛି ଦର

କମୁଛି ଚିଲିକା ମାଛ ଉତ୍ପାଦନ: ଅନ୍ତର୍ଜାତୀୟ ବଜାରକୁ ରପ୍ତାନି ବଢ଼ାଉଛି ଦର

ଖୋର୍ଦ୍ଧା ଅଫିସ,୨୨।୧୦: ସରୁଜାଲ ପକାଇ ସବୁବେଳେ ମାଛ ଯାଅଁାଳ ଧରିବା ଦ୍ୱାରା ଚିଲିକାରେ ମାଛ, ଚିଙ୍ଗୁଡି ଓ କଙ୍କଡା ଉତ୍ପାଦନ କମିବାରେ ଲାଗିଛି। ଫଳରେ ସମୁଦ୍ରରୁ ଆସୁଥିବା ମାଛ ଚିଲିକାକୁ ନ ଆସି  ମୁହାଣ ନିକଟରେ ଅଟକି ରହି ଯାଉଛନ୍ତି।

ପୁରୀ ସରକାରୀ ମେଡିକାଲ କଲେଜ: ଆସନ୍ତା ଶିକ୍ଷାବର୍ଷରୁ ପାଠପଢ଼ା ହେବାନେଇ ଅନିଶ୍ଚିତତା

ପୁରୀ ସରକାରୀ ମେଡିକାଲ କଲେଜ: ଆସନ୍ତା ଶିକ୍ଷାବର୍ଷରୁ ପାଠପଢ଼ା ହେବାନେଇ ଅନିଶ୍ଚିତତା

ପୁରୀ ଅଫିସ,୨୨।୧୦ : ପୁରୀ ସରକାରୀ ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ହେବାନେଇ ସମୟ ଗଡ଼ି ଚାଲିଛି। ନିର୍ମାଣ କାର୍ଯ୍ୟ ଏ ପର୍ଯ୍ୟନ୍ତ ଶେଷ ହୋଇ ନ ଥିବାବେଳେ ଆହୁରି ୨୦ ପ୍ରତିଶତ ବାକି ରହିଛି। 

୫୯ତମ ପୋଲିସ ଶହୀଦ ଦିବସ: ‘ଶହୀଦଙ୍କ ନିଷ୍ଠାପର ତ୍ୟାଗ ପ୍ରେରଣାର ଉତ୍ସ’

ପୁରୀ ଅଫିସ,୨୧ା୧୦ : ଶହୀଦଙ୍କ ନିଷ୍ଠା ଓ ତ୍ୟାଗ ଆମ ପାଇଁ ପ୍ରେରଣାର ଉତ୍ସ। ଦେଶ ମାତୃକା ଲାଗି ବଳିଦାନ ଦେଇଥିବା ଶହୀଦମାନେ ହେଉଛନ୍ତି ଦେଶର ଆଦର୍ଶ। 

ପୁରୀ ହିଂସା : ଗିରଫ ସଂଖ୍ୟା ୮୬ ଟପିଲା

ପୁରୀ ହିଂସା : ଗିରଫ ସଂଖ୍ୟା ୮୬ ଟପିଲା

ପୁରୀ ଅଫିସ,୨୨।୧୦ : ପୁରୀ ହିଂସା ମାମଲାରେ ବର୍ତ୍ତମାନ ସୁଦ୍ଧା ୮୬ଜଣ ଗିରଫ ହୋଇଛନ୍ତି। ଏଥିମଧ୍ୟରେ ସିଂହଦ୍ୱାର ଥାନା ପକ୍ଷରୁ ୪୫ ଓ ଟାଉନଥାନା ପୋଲିସ ୪୧ଜଣଙ୍କୁ ଗିରଫ କରିଥିବା ଏସ୍‌ପି ଡା.ସାର୍ଥକ ଷଡ଼ଙ୍ଗୀ କହିଛନ୍ତି।

୨୪ରୁ କୁମାର ଉତ୍ସବ: ନୃତ୍ୟ, ଗୀତରେ ଝୁମିବ ପୁରୀ ସହର

ପୁରୀ ଅଫିସ,୨୨।୧୦: ଆସନ୍ତା ୨୪ ତାରିଖରେ କୁମାର ପୂର୍ଣ୍ଣିମା। ଓଡ଼ିଶାର ଏହି ବିଶେଷ ପର୍ବ ଉପଲକ୍ଷେ  ପୁରୀର ବଡ଼ଦାଣ୍ଡ, ବେଳାଭୂମି ସମେତ ବିଭିନ୍ନ ସ୍ଥାନରେ କୁମାର ଉତ୍ସବ ବେଶ୍‌ ଧୁମ୍‌ଧାମରେ ଅନୁଷ୍ଠିତ ହେବ। 

ଉଦ୍ଧାର ବେଳେ ଫରେଷ୍ଟରଙ୍କୁ ଚୋଟ ମାରିଲା ନାଗ

ଉଦ୍ଧାର ବେଳେ ଫରେଷ୍ଟରଙ୍କୁ ଚୋଟ ମାରିଲା ନାଗ

ପୁରୀ ଅଫିସ,୨୨।୧୦: ପୁରୀ ସହର ଉପକଣ୍ଠ ଛଇତନା ନିକଟ ପୁଟୁପଡ଼ା ଗଁାର ଜଣେ ବ୍ୟକ୍ତି ଗାଈଗୋରୁ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ଜମି ଚାରିପଟେ ଜାଲ ଘେରାଇଥିଲେ।

ଦାଦାବଟି ନେଇ ଅଭିଯୋଗ କରିବାରୁ ଥାନା ନିକଟରେ ସିରିଜ ବୋମାମାଡ଼

ଦାଦାବଟି ନେଇ ଅଭିଯୋଗ କରିବାରୁ ଥାନା ନିକଟରେ ସିରିଜ ବୋମାମାଡ଼

ପୁରୀ ଅଫିସ, ୨୨।୧୦ : ଦାଦା ବଟିକୁ ନେଇ ଥାନାରେ ଅଭିଯୋଗ କରିବାରୁ ଦୁର୍ବୃତ୍ତମାନେ ପୁରୀ ବଳିଆପଣ୍ଡା ଥାନା ଅନ୍ତର୍ଗତ ମଙ୍ଗଳା ବସ୍ତିରେ ପଶି ଆତଙ୍କ ଖେଳାଇଛନ୍ତି। 

କୋଣାର୍କରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

କୋଣାର୍କରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

କୋଣାର୍କ,୨୧।୧୦(ଡି.ଏନ୍‌.ଏ.): କାକଟପୁର  ନିିର୍ବାଚନ ମଣ୍ଡଳୀ ଅଧୀନ କୋଣାର୍କ ଏନ୍‌ଏସିରେ ବିଜୁ ଜନତା ଦଳ ପକ୍ଷରୁ ରବିବାର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ତିତ୍‌ଲି ଦ୍ୱାରା କ୍ଷତିଗ୍ରସ୍ତ ବିଦ୍ୟୁତ୍‌ ଭିତ୍ତିଭୂମିର ପୁନଃସ୍ଥାପନା ଜାରି, ୨୦୦୦ କର୍ମଚାରୀ ନିୟୋଜିତ

ତିତ୍‌ଲି ଦ୍ୱାରା କ୍ଷତିଗ୍ରସ୍ତ ବିଦ୍ୟୁତ୍‌ ଭିତ୍ତିଭୂମିର ପୁନଃସ୍ଥାପନା ଜାରି, ୨୦୦୦ କର୍ମଚାରୀ ନିୟୋଜିତ

ଭୁବନେଶ୍ୱର,୨୧।୧୦(ବ୍ୟୁରୋ)-ତିତ୍‌ଲି ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଦକ୍ଷିଣ ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମିକୁ ଯୁଦ୍ଧକାଳୀନ ଭିତ୍ତିରେ ସଜାଡିବା ପାଇଁ ଶକ୍ତି ବିଭାଗ ଉଦ୍ୟମ ଅବ୍ୟାହତ ରଖିଛି। ଯେଉଁଭଳି ଭାବେ କ୍ଷତିଗ୍ରସ୍ତ ହୋଇଥିଲା, ସାଧାରଣ ଭାବେ ତାହାର ପୁନରୁଦ୍ଧାର ପାଇଁ ୬ ମାସ ସମୟ ଲାଗିଥାନ୍ତା।

ଓଏଏସ୍‌ ସ୍ତରରେ ଅଦଳବଦଳ

ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୧।୧୦(ବ୍ୟୁରୋ)-ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ  ଏନେଇ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି।