ମେଟ୍ରୋ |

ସ୍ବେଚ୍ଛାସେବୀଙ୍କ ଅଭିନବ ଉପାୟ

ସ୍ବେଚ୍ଛାସେବୀଙ୍କ ଅଭିନବ ଉପାୟ
ପୁରୀ ଅଫିସ, ୮।୧୨: ଚାଲିଛି ଶୀତ ଋତୁ। ଶୀତରେ ଥରୁଛି ସହର। ଅସହାୟ ବୃଦ୍ଧାବୃଦ୍ଧ, ଗରୀବ ଶ୍ରେଣୀର ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମୟରେ ସହଯୋଗର ହାତ ବଢାଇଛନ୍ତି କେତେଜଣ ସ୍ବେଚ୍ଛାସେବୀ। ଶୀତବସ୍ତ୍ର, କମ୍ବଳ, ସାର୍ଟ, ପ୍ୟାଣ୍ଟ ବଣ୍ଟନ କରୁଛନ୍ତି। ‘ଥିଲେ ଦିଅ, ନ ଥିଲେ ନିଅ’ ଏପରି ସ୍ଲେଗାନ ଦେଇଛନ୍ତି। ଭିଆଇପି ରୋଡ଼ ଦରଜି ପୋଖରୀ ଛକରେ ଚାଲିଛି ଏହି କାର୍ଯ୍ୟକ୍ରମ। ସୁବାସ ଚନ୍ଦ୍ର ସାହୁ, ବିଷ୍ଣୁପ୍ରିୟା ମଙ୍ଗରାଜ, ରୁପାଲିନ ଦାଶ ପ୍ରମୁଖ ଏଥିରେ ସାମିଲ ହୋଇଛନ୍ତି। ସୁବାସ କୁହନ୍ତି, କୋରାପୁଟ ପ୍ରଶାସନ ପକ୍ଷରୁ ଏପରି ଯୋଜନା ଆରମ୍ଭ ହୋଇଥିବା ଦେଖିବାକୁ ପାଇଥିଲୁ। ଶୁକ୍ରବାରଠାରୁ ଏହି ସେବା ଆରମ୍ଭ କରିଛୁ। ପ୍ରଥମ ଦିନରେ ବର୍ତ୍ତମାନ ସୁଦ୍ଧା ୨୦ ଜଣ ଅସହାୟ ନିଜ ପସନ୍ଦ ମୁତାବକ ପୋଷାକ ନେଇଛନ୍ତି। ଏହାକୁ ଦେଖି କିଛି ସଂସ୍ଥା ସହଯୋଗ କରିବାକୁ ପ୍ରତିଶୃତି ଦେଇଛନ୍ତି।
All Right Reserved By

ମେଟ୍ରୋ |

ବୋହୂଙ୍କୁ ଅଶ୍ଳୀଳ ବ୍ୟବହାର କରି ଶ୍ୱଶୁର ଗିରଫ

ବୋହୂଙ୍କୁ ଅଶ୍ଳୀଳ ବ୍ୟବହାର କରି ଶ୍ୱଶୁର ଗିରଫ

ଗୋପ, ୧୮।୧୨(ଡି.ଏନ୍‌.ଏ.)-ଗୋପ ଥାନା ଅଧୀନ ଏକ ଗ୍ରାମରେ ଜନୈକ ବିଧବା ମହିଳାଙ୍କୁ ତାଙ୍କ ଶ୍ୱଶୁର ଅଶ୍ଳୀଳ ବ୍ୟବହାର କରିଥିବା ନେଇ ଗୋପ ଥାନାରେ ସଂପୃକ୍ତ ମହିଳା ଅଭିଯୋଗ କରିଥିଲେ। ପରେ ସଂପୃକ୍ତ ମହିଳାଙ୍କ ଅଭିଯୋଗକୁ ଭିତ୍ତିକରି ଗୋପ ପୋଲିସ ୧୯୧/୧୮ରେ ଏକ ମାମଲା ରୁଜୁ କରି ଶ୍ୱଶୁରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

ଏଏସ୍‌ଆଇ ଡିଜିଙ୍କ ସତ୍ୟପାଠ ଦାଖଲ: ସୂର୍ଯ୍ୟମନ୍ଦିର ପ୍ରତି ସାମାନ୍ୟତମ ବିପଦ ନାହିଁ

ଏଏସ୍‌ଆଇ ଡିଜିଙ୍କ ସତ୍ୟପାଠ ଦାଖଲ: ସୂର୍ଯ୍ୟମନ୍ଦିର ପ୍ରତି ସାମାନ୍ୟତମ ବିପଦ ନାହିଁ

କଟକ ଅଫିସ, ୧୮।୧୨- ସୂର୍ଯ୍ୟମନ୍ଦିର ମରାମତି ଓ ରକ୍ଷଣାବେକ୍ଷଣକୁ ନେଇ ହାଇକୋର୍ଟରେ ରୁଜୁ ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି ମଙ୍ଗଳବାର  ହାଇକୋର୍ଟରେ ହୋଇଥିଲା। ଏଥିରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାର ମହାନିର୍ଦ୍ଦେଶକ ଉଷା ଶର୍ମା ସତ୍ୟପାଠ ଦାଖଲ କରିଛନ୍ତି। କୋଣାର୍କ ମନ୍ଦିରର ରକ୍ଷଣାବେକ୍ଷଣ ଓ ସଂରକ୍ଷଣ ଦାୟିତ୍ୱ ୧୯୩୮ରୁ ଏଏସ୍‌ଆଇ ହାତରେ ନ୍ୟସ୍ତ ରହିଛି। 

ମହାନଦୀ ଜଳ ବିବାଦ ସମାଧାନ: ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବ ମହାନଦୀ ବଞ୍ଚାଅ ଆନ୍ଦୋଳନ

ମହାନଦୀ ଜଳ ବିବାଦ ସମାଧାନ: ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବ ମହାନଦୀ ବଞ୍ଚାଅ ଆନ୍ଦୋଳନ

ଭୁବନେଶ୍ୱର, ୧୮।୧୨(ବ୍ୟୁରୋ)- ଛତିଶଗଡ଼ ଶାସନରେ ପରିବର୍ତ୍ତନ ହୋଇ ଛି। ଭାଜପା କ୍ଷମତାଚ୍ୟୁତ ହୋଇଛି ଏବଂ କଂଗ୍ରେସ ଶାସନକୁ ଫେରିଛି। ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଭୂପେଶ ବଘେଲ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ନୂତନ ମୁଖ୍ୟମନ୍ତ୍ରୀ ବଘେଲଙ୍କୁ ମହାନଦୀ ବଞ୍ଚାଅ ଆନ୍ଦୋଳନ ସ୍ବାଗତ କରିବା ସହିତ ଶୁଭେଚ୍ଛା ଜଣାଇଛି।

ସିଡିଏମ୍‌ଓଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀ: ସ୍ବାସ୍ଥ୍ୟସେବାରେ ଅବହେଳାକୁ ପ୍ରଶ୍ରୟ ଦିଆଯିବ ନାହିଁ

ସିଡିଏମ୍‌ଓଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀ: ସ୍ବାସ୍ଥ୍ୟସେବାରେ ଅବହେଳାକୁ ପ୍ରଶ୍ରୟ ଦିଆଯିବ ନାହିଁ

ଭୁବନେଶ୍ୱର, ୧୮।୧୨(ବ୍ୟୁରୋ)- ସ୍ବାସ୍ଥ୍ୟସେବା ଏକ ମୌଳିକ ଅତ୍ୟାବଶ୍ୟକ ସେବା। ଏଥିରେ କୌଣସି ପ୍ରକାର ଅବହେଳାକୁ ପ୍ରଶ୍ରୟ ଦିଆଯାଇ ପାରିବ ନାହିଁ। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭଲକାମ କରି ଆମେ ସର୍ବଭାରତୀୟ ସ୍ତରରେ ପ୍ରଶଂସନୀୟ ହୋଇଛେ। ତଥାପି ଆମକୁ ଆହୁରି ଅଧିକ ଭଲକାର୍ଯ୍ୟ କରିବାକୁ ପଡ଼ିବ। ସେ ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ(ସିଡିଏମ୍‌ଓ)ମାନଙ୍କ ସହିତ ସମସ୍ତ ଡାକ୍ତର ଏବଂ ଅନ୍ୟ ପଦାଧିକାରୀମାନେ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା କହିଛନ୍ତିି। 

ଜାଲ କାଗଜପତ୍ର ଦେଇ ବ୍ୟାଙ୍କ୍‌ରୁ ୧କୋଟି ୪୫ଲକ୍ଷ ଋଣ: ଅଭିଯୁକ୍ତ  ଗିରଫ

ଜାଲ କାଗଜପତ୍ର ଦେଇ ବ୍ୟାଙ୍କ୍‌ରୁ ୧କୋଟି ୪୫ଲକ୍ଷ ଋଣ: ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୧୮ା୧୨ (ବ୍ୟୁରୋ)-ବ୍ୟାଙ୍କ୍‌କୁ  ଜାଲ କାଗଜପତ୍ର ଦେଇ ଋଣ ନେବା ଠକେଇ କରିବା ଘଟଣାରେ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଖୋର୍ଦ୍ଧା ଜିଲା ବେଗୁନିଆ ପାଟନାସାହିର  ନାରାୟଣ ସେନାପତି(୪୩)।ସେ ବିସାଲ ପଲିମରସ୍‌ କମ୍ପାନୀରେ ମ୍ୟାନେଜିଙ୍ଗ ପାଟର୍ନର ଅଛନ୍ତି। 

ଗ୍ରାମୀଣ ଡାକସେବକଙ୍କ ଧର୍ମଘଟ

ଗ୍ରାମୀଣ ଡାକସେବକଙ୍କ ଧର୍ମଘଟ

ସାକ୍ଷୀଗୋପାଳ,୧୮।୧୨(ଡି.ଏନ୍‌.ଏ): ପୁରୀ ଜିଲା ସାକ୍ଷୀଗୋପାଳ ଉପ ଡାକଘରେ ଗ୍ରାମୀଣ ଡାକସେବକମାନେ ମଙ୍ଗଳବାର ଧାରଣା ଦେଇଛନ୍ତି । 

ନଡ଼ିଆ ଦର ସର୍ବନିମ୍ନ ୨୦ ଟଙ୍କା ରଖିବାକୁ ଦାବି

ନଡ଼ିଆ ଦର ସର୍ବନିମ୍ନ ୨୦ ଟଙ୍କା ରଖିବାକୁ ଦାବି

ସାକ୍ଷୀଗୋପାଳ,୧୮।୧୨(ଡି.ଏନ୍‌.ଏ): ଅଖିଳ ଭାରତ ନାରିକେଳ ଉତ୍ପାଦକ ସଂଘ ଓ ଅଖିଳ ଭାରତ କିଷାନ ସଭାର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଚାଷୀମାନଙ୍କୁ ନେଇ ଏକ ବୈଠକ ସୋମବାର ସତ୍ୟବାଦୀ ବ୍ଲକ ମଧୁବନ ପଞ୍ଚାୟରେ ଅନୁଷ୍ଠିତ ହୋଇଯାଇଛି ।

ସମୁଦ୍ରରେ ବୁଡି ଛାତ୍ର ନିଖୋଜ

ସମୁଦ୍ରରେ ବୁଡି ଛାତ୍ର ନିଖୋଜ

ପୁରୀ ଅଫିସ, ୧୮।୧୨: ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଜଣେ ଛାତ୍ର ମଙ୍ଗଳବାର ବୁଡି ନିଖୋଜ ହୋଇଯାଇଛନ୍ତି। ସେ ହେଲେ ବୋକାରସସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର ଶ୍ରୀକ୍ରିଷ୍ଣା କୁମାର। 

ପୁରୁଷ ହକି ବିଶ୍ୱକପ୍‌ର ସଫଳ ଆୟୋଜନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପୁରୁଷ ହକି ବିଶ୍ୱକପ୍‌ର ସଫଳ ଆୟୋଜନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର,୧୮।୧୨(ବ୍ୟୁରୋ):ଓଡ଼ିଶା ସରକାର ସଫଳତାର ସହ ପୁରୁଷ ହକି ବିଶ୍ୱକପ୍‌କୁ ଆୟୋଜନ କରିଛନ୍ତି। ଏହି କାରଣରୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।

ହୃଦ୍‌ରୋଗ ପୀଡ଼ିତ ଶିଶୁଙ୍କୁ ଭେଟିଲେ ନବୀନ

ହୃଦ୍‌ରୋଗ ପୀଡ଼ିତ ଶିଶୁଙ୍କୁ ଭେଟିଲେ ନବୀନ

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅହମ୍ମଦାବାଦସ୍ଥିତ ସତ୍ୟସାଇ ହାର୍ଟ ହସ୍ପିଟାଲରେ ସୋମବାର ହୃଦ୍‌ରୋଗ ପୀଡ଼ିତ ଶିଶୁଙ୍କୁ ଭେଟିଛନ୍ତି।

ସ୍ଥଳଭାଗ ଛୁଇଁଲା ପେଥାଇ: ଦକ୍ଷିଣ,ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା

ସ୍ଥଳଭାଗ ଛୁଇଁଲା ପେଥାଇ: ଦକ୍ଷିଣ,ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮ା୧୨(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ପେଥାଇ’ ସୋମବାର ମଧ୍ୟାହ୍ନରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଦେଇ ସ୍ଥଳଭାଗ ଛୁଇଁଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାତ୍ୟା ଦୁର୍ବଳ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

‘ତିତ୍‌ଲି’ ସହାୟତା ଦେଲା କେନ୍ଦ୍ର:ମିଳିଲା ୧୦୨୩  କୋଟି

‘ତିତ୍‌ଲି’ ସହାୟତା ଦେଲା କେନ୍ଦ୍ର:ମିଳିଲା ୧୦୨୩ କୋଟି

ଭୁବନେଶ୍ୱର,୧୮ା୧୨(ବ୍ୟୁରୋ): ତିତ୍‌ଲି କ୍ଷୟକ୍ଷତି ଭରଣା ପାଇଁ କେନ୍ଦ୍ର ସରକାର ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି(ଏନ୍‌ଡିଆର୍‌ଏଫ୍‌)ରୁ ଓଡ଼ିଶାକୁ ୧୦୨୩.୫୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସୋମବାର ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାର ତିତ୍‌ଲିରେ ହୋଇଥିବା କ୍ଷୟକ୍ଷତି ଆକଳନ କରି ଭରଣା ପାଇଁ ୨୦୨୩.୨୩ କୋଟି ଟଙ୍କାର ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ମାତ୍ର କେନ୍ଦ୍ର ସରକାର ଏହାର ଅଧା ସହାୟତା ଅନୁମୋଦନ କରିଛନ୍ତି।