
ନୂଆଦିଲ୍ଲୀ,୮।୧୨: ଦିଲ୍ଲୀର ସାଲିମାର ବାଗ ସ୍ଥିତ ମାକ୍ସ ହସ୍ପିଟାଲ ବିରୋଧରେ କେଜ୍ରିଓ୍ବାଲ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଜୀବିତ ଥିବା ଶିଶୁକୁ ମୃତ ଘୋଷଣା କରିବା ପରେ ଶିଶୁଟିକୁ ସିଲ୍ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହି ଅଭିଯୋଗରେ ଦିଲ୍ଲୀ ସରକାର ମାକ୍ସ ହସ୍ପିଟାଲର ଲାଇସେନ୍ସ ରଦ୍ଦ କରିଛନ୍ତି। ହସ୍ପିଟାଲର ଏହା ଅବହେଳା ଓ ଏହା ପୂର୍ବରୁ ମଧ୍ୟ ଏମିତି କିଛି ଅବହେଳା ମାକ୍ସ ହସ୍ପିଟାଲ କରିଥିବା ସୂଚନା ମିଳିଥିବାରୁ ଏହାର ଲାଇସେନ୍ସକୁ ରଦ୍ଦ କରାଯାଇଥିବା ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ କହିଛନ୍ତି।