ଜାତୀୟ |

ଚୋରଙ୍କ ଆଡ୍ଡାସ୍ଥଳ ପାଲଟିଛି ରେଲଓ୍ବେ

ଚୋରଙ୍କ ଆଡ୍ଡାସ୍ଥଳ ପାଲଟିଛି ରେଲଓ୍ବେ

ନୂଆଦିଲ୍ଲୀ,୮।୧୨: ଟ୍ରେନରେ ଚୋରି ହେବା ଏକ ସାଧାରଣ ଘଟଣା। ହେଲେ ଏହି ଚୋରମାନଙ୍କ ସଂଖ୍ୟା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ବର୍ଷକରେ ୧୧ଲକ୍ଷ ଲୋକ ଟ୍ରେନରୁ ଚୋରି କରିଛନ୍ତି। ଟ୍ରେନରେ ଥିବା ଟାଓ୍ବେଲ୍‌, କମ୍ବଳ, ଚାଦର ଏମିତିକି ପାଣି ପାଇପ୍‌କୁ ମଧ୍ୟ ଛାଡି ନାହାନ୍ତି ଏମାନେ। ରେଲଓ୍ବେ ପ୍ରୋଟେକ୍ସନ୍‌ ଫୋର୍ସଙ୍କ ପାଇଁ ୨୦୧୬ ଥିଲା ବେଶ୍‌ କଠିନ। ଆର୍‌ପିଏଫ୍‌ ରେଲଓ୍ବେ ଟ୍ରାକ୍‌ ଏବଂ ଟ୍ରେନରୁ ଚୋରି କରୁଥିବା ୧୧ ଲକ୍ଷ ଲୋକଙ୍କୁ ଗିରଫ କରିଥିଲା। ଟାଇମ୍ସ ଅଫ୍‌ ଇଣ୍ଡିଆର ଖବର ଅନୁଯାୟୀ, ସବୁଠାରୁ ଅଧିକ ମାମଲା ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶରେ ହୋଇଛି। ମହାରାଷ୍ଟ୍ରରେ ୨.୨୨ଲକ୍ଷ ହୋଇଥିବା ବେଳେ ଉତ୍ତର ପ୍ରଦେଶରେ ୧.୨୨ଲକ୍ଷ ଚୋର ଗିରଫ ହୋଇଛନ୍ତି। ଏହି କ୍ରମରେ ମଧ୍ୟପ୍ରଦେଶ, ତାମିଲନାଡୁ ଓ ଗୁଜରାଟ ରହିଛି।

All Right Reserved By

ଜାତୀୟ |

୬ ମାସରେ ଏନ୍‌କାଉଣ୍ଟରରେ ୨୧ ମହିଳା ମାଓବାଦୀ ନିହତ

୬ ମାସରେ ଏନ୍‌କାଉଣ୍ଟରରେ ୨୧ ମହିଳା ମାଓବାଦୀ ନିହତ

ରାୟପୁର,୧୯।୭: ଚଳିତ ବର୍ଷ ଜାନୁୟାରୀ ୧ ଠାରୁ ଜୁଲାଇ ୧୫ ତାରିଖ ସୁଦ୍ଧା ୨୧ ମହିଳା ମାଓବାଦୀ ସୁରକ୍ଷାବଳଙ୍କ ଏନ୍‌କାଉଣ୍ଟରରେ ନିହତ ହୋଇଛନ୍ତି। ଏହି ସମୟ ମଧ୍ୟରେ ୬୧ ମାଓବାଦୀଙ୍କ ମୃତ୍ୟୁ ଘଟିଛି।

ଖଲିସ୍ତାନ ଆତଙ୍କବାଦୀଙ୍କ ଟାର୍ଗେଟରେ ପାର୍ଲାମେଣ୍ଟ

ଖଲିସ୍ତାନ ଆତଙ୍କବାଦୀଙ୍କ ଟାର୍ଗେଟରେ ପାର୍ଲାମେଣ୍ଟ

ନୂଆଦିଲ୍ଲୀ,୧୯।୭: ପାର୍ଲାମେଣ୍ଟକୁ ଟାର୍ଗେଟ କରିଛନ୍ତି ୨ ଖଲିସ୍ତାନ ଆତଙ୍କବାଦୀ। ସେମାନେ ନେପାଳରୁ ଏକ ଧଳା ଇନୋଭା କାରରେ ବିସ୍ଫୋରକ ନେଇ ଦିଲ୍ଲୀ ଆସୁଥିବା ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଯୌତୁକରେ କାର ନ ମିଳିବାରୁ ଗର୍ଭବତୀଙ୍କୁ ତିନି ତଲାକ୍‌

ଯୌତୁକରେ କାର ନ ମିଳିବାରୁ ଗର୍ଭବତୀଙ୍କୁ ତିନି ତଲାକ୍‌

ଲକ୍ଷ୍ନୌ,୧୯।୭: ଉତ୍ତରପ୍ରଦେଶ ହାପୁରରେ ଯୋତୁକରେ କାର ନ ମିଳିବାରୁ ଜଣେ ୩ ମାସ ଗର୍ଭବତୀଙ୍କୁ ତିନି ତଲାକ୍‌ ମିଳିଛି। ସ୍ବାମୀ ଏବଂ ଶ୍ୱଶୁର ଘର ଲୋକଙ୍କୁ ମନ ମୁତାବକ ଯୌତୁକ ନ ମିଳିବାରୁ ଏପରି ଘଟିଥିବା କୁହାଯାଉଛି।

ପୋଲିସ-ମାଓବାଦୀ ଗୁଳି ବିନିମୟ: ୭ ମାଓବାଦୀ ମୃତ

ପୋଲିସ-ମାଓବାଦୀ ଗୁଳି ବିନିମୟ: ୭ ମାଓବାଦୀ ମୃତ

ମାଲକାନଗିରି,୧୯।୭(ସ୍ବ.ପ୍ର.)(ଡି.ଏନ୍‌.ଏ.): ସୀମାନ୍ତ ଛତିଶଗଡ଼ର ଦାନ୍ତଓ୍ବୋଡ଼ା ଓ ବିଜାପୁର ମଝିରେ ଥିବା ତିମିନାର ପାହାଡ଼ରେ ଗୁରୁବାର ସକାଳ ସାଢ଼େ ୬ଟା ସମୟରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ୭ ମାଓବାଦୀ ନିହତ ହୋଇଛନ୍ତି। ଏହାପରେ ସର୍ଚ୍ଚ ସମୟରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ଗାନ୍ଧୀ ଜୟନ୍ତୀରେ କାରାମୁକ୍ତ ହେବେ କଏଦୀ

ଗାନ୍ଧୀ ଜୟନ୍ତୀରେ କାରାମୁକ୍ତ ହେବେ କଏଦୀ

ନୂଆଦିଲ୍ଲୀ, ୧୯।୭: ଅଧା କାରାଦଣ୍ଡ ଭୋଗିଥିବା କଏଦୀଙ୍କୁ ଗାନ୍ଧୀ ଜୟନ୍ତୀ ଅବସରରେ ଜେଲ୍‌ରୁ ମିଳିବ ମୁକ୍ତି। ଏନେଇ ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ସୂଚିତ କରିଛନ୍ତି।

ମାଛ ଆମଦାନୀ ବନ୍ଦକଲା ଗୋଆ

ମାଛ ଆମଦାନୀ ବନ୍ଦକଲା ଗୋଆ

ପଣଜି,୧୮।୭: ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ୧୫ ଦିନ ଲାଗି ପଡ଼ୋଶୀ ରାଜ୍ୟଗୁଡ଼ିକରୁ ମାଛ ଆମଦାନୀ ଉପରେ ରୋକ୍‌ ଲଗାଇଛନ୍ତି। ମାଛକୁ ତାଜା ରଖିବା ଲାଗି କ୍ୟାନ୍‌ସର ସୃଷ୍ଟିକାରୀ ଫର୍ମାଲିନ୍‌ ନାମକ ରାସାୟନିକ ଦ୍ରବ୍ୟ ବ୍ୟବହାର କରାଯାଉଥିବାରୁ ଅଗଷ୍ଟ ୧ ପର୍ଯ୍ୟନ୍ତ ମାଛ ଆମଦାନୀ ନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ଭାଜପା ଛାଡ଼ିଲେ ଚନ୍ଦନ ମିତ୍ର

ଭାଜପା ଛାଡ଼ିଲେ ଚନ୍ଦନ ମିତ୍ର

ନୂଆଦିଲ୍ଲୀ,୧୮।୭: ବରିଷ୍ଠ ସାମ୍ବାଦିକ ତଥା ପୂର୍ବତନ ରାଜ୍ୟ ସଭା ଏମ୍‌ପି ଚନ୍ଦନ ମିତ୍ର ଭାଜପାର ହାତ ଛାଡ଼ିଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହଙ୍କ ନିକଟକୁ ପଠାଇଥିବା ସୂଚନା ମିଳିଛି। ଖୁବ୍‌ଶୀଘ୍ର ସେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ(ଟିଏମ୍‌ସି)ରେ ଯୋଗ ଦେବେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି।

ତାମିଲ ଅଭିନେତ୍ରୀଙ୍କ ଆତ୍ମହତ୍ୟା

ତାମିଲ ଅଭିନେତ୍ରୀଙ୍କ ଆତ୍ମହତ୍ୟା

ଚେନ୍ନାଇ,୧୮।୭: ତାମିଲ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ପ୍ରିୟଙ୍କା ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ଓ୍ବଲାସରାଓ୍ବକ୍କମସ୍ଥିତ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପ୍ରିୟଙ୍କା ତାମିଲ ଟିଭି ଶୋ’ ‘ଓ୍ବାମସମ’ର ଜ୍ୟୋତିକା ଚରିତ୍ର ଲାଗି ବେଶ୍‌ ଜଣାଶୁଣା ଥିଲେ।

ମହିଳା ମାଓବାଦୀ ନିହତ

ମହିଳା ମାଓବାଦୀ ନିହତ

ମନପୁର,୧୮।୭: ଛତିଶଗଡ଼ର ମନପୁର ଅଞ୍ଚଳରେ ବୁଧବାର ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟ ସମୟରେ ଜଣେ ମହିଳା ମାଓବାଦୀ ନିହତ ହୋଇଛନ୍ତି। ସେ ହେଲେ ରାଜନନ୍ଦଗାଁଓ ଜିଲାର ମନପୁର ସବ୍‌ଡିଭିଜନ ଅଞ୍ଚଳରେ ୨୦୦୫ରୁ ସକ୍ରିୟ ଥିବା ମାଓବାଦୀ ସଦସ୍ୟ ଜରିନା ପୋଟାଇ।

ଉତ୍ତର କର୍ନାଟକକୁ ସ୍ବତନ୍ତ୍ର ରାଜ୍ୟ ଘୋଷଣା ସମସ୍ୟାର ସମାଧାନ ନୁହେଁ: ୟେଦୁରପ୍ପା

ଉତ୍ତର କର୍ନାଟକକୁ ସ୍ବତନ୍ତ୍ର ରାଜ୍ୟ ଘୋଷଣା ସମସ୍ୟାର ସମାଧାନ ନୁହେଁ: ୟେଦୁରପ୍ପା

ସିଭମୋଗା,୧୮।୭: ଉତ୍ତର କର୍ନାଟକକୁ ସ୍ବରନ୍ତ୍ର ରାଜ୍ୟ ମାନ୍ୟତା ଦାବି ଜୋର୍‌ ଧରିଥିବାବେଳେ ବୁଧବାର ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି ଭାଜପା ନେତା ବିଏସ୍‌ ୟେଦୁରପ୍ପା। ସେ କହିଛନ୍ତି, ସ୍ବତନ୍ତ୍ର ରାଜ୍ୟ ଦାବି ସବୁ ସମସ୍ୟାର ସମାଧାନ ନୁହେଁ।

ମିଗ୍‌-୨୧ ଲଢ଼ୁଆ ଜେଟ୍‌ ଦୁର୍ଘଟଣାଗ୍ରସ୍ତ

ମିଗ୍‌-୨୧ ଲଢ଼ୁଆ ଜେଟ୍‌ ଦୁର୍ଘଟଣାଗ୍ରସ୍ତ

ଶିମ୍‌ଲା,୧୮।୭: ହିମାଚଳ ପ୍ରଦେଶ କଙ୍ଗ୍‌ରା ଜିଲାର ପଟ୍ଟା ଜତିୟାନ ଗ୍ରାମ ନିକଟରେ ବୁଧବାର ଏକ ମିଗ୍‌-୨୧ ଲଢ଼ୁଆ ଜେଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ପଞ୍ଜାବର ପଠାନ୍‌କୋଟ ବାୟୁସେନା ଘାଟିରୁ ଉଡ଼ାଣ କରିଥିବା ଉକ୍ତ ବିମାନଟି କଙ୍ଗ୍‌ରା ଜିଲାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହାର ପାଇଲଟ୍‌ ନିଖୋଜ ଥିବା ଜଣାପଡ଼ିଛି।

ସରକାରଙ୍କ ଅଗ୍ନି ପରୀକ୍ଷା: ଅନାସ୍ଥା ପ୍ରସ୍ତାବ ଉପରେ ଶୁକ୍ରବାର ଆଲୋଚନା

ସରକାରଙ୍କ ଅଗ୍ନି ପରୀକ୍ଷା: ଅନାସ୍ଥା ପ୍ରସ୍ତାବ ଉପରେ ଶୁକ୍ରବାର ଆଲୋଚନା

ନୂଆଦିଲ୍ଲୀ,୧୮।୭: ବିରୋଧୀ ଦଳଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ବାଚସ୍ପତି ସୁମିତ୍ରା ମହାଜନ ଗ୍ରହଣ କରିଛନ୍ତି। କଂଗ୍ରେସ ଓ ଟିଡ଼ିପି ପକ୍ଷରୁ ଆଗତ କରାଯାଇଥିବା ଏହି ପ୍ରସ୍ତାବକୁ ୫୦ରୁ ଅଧିକ ସଦସ୍ୟ ସମର୍ଥନ କରିଥିଲେ।

Model This Week

ରୂପେଶ