ଜାତୀୟ |

ଝିଅର ମୃତଦେହକୁ ମୋଟରସାଇକେଲରେ ବୋହିଲେ ବାପା

ଝିଅର ମୃତଦେହକୁ ମୋଟରସାଇକେଲରେ ବୋହିଲେ ବାପା

ଗୋଦାଡା,୮।୧୨: ଝାଡ଼ଖଣ୍ଡର ଗୋଦାଡା ଜିଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଆମ୍ବୁଲାନ୍ସ ନ ମିଳିବାରୁ ଝିଅର ମୃତଦେହକୁ ବାପା ମୋଟରସାଇକେଲରେ ବୋହିନେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାଯୋଗ୍ୟ,କର୍ମିକାକ ପଞ୍ଚାୟତର ପାଲାଗରି ଗଁାର ବାସିନ୍ଦା ମହାଦେବ ସଙ୍କ ୧୨ ବର୍ଷର ଝିଅ ଲଳିତା କୁମାରୀ ହୃଦରୋଗରେ ପୀଡିତ ଥିବାରୁ ୬ତାରିଖରେ ତାଙ୍କୁ ଝାଡ଼ଖଣ୍ଡ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ମୃତଦେହ ନେବାକୁ ଆମ୍ବୁଲାନ୍ସ ମିଳି ନ ଥିବାରୁ ତାଙ୍କୁ ମୋଟରସାଇକେଲରେ ଆଣିବାକୁ ବାଧ୍ୟ ହୋଇଥିଲେ ପରିବାର ଲୋକେ। ଯାହା ଦାରିଦ୍ର୍ୟର ଏକ ନଗ୍ନ ଚିତ୍ର ବୋଲି ଆଲୋଚନା ହେଉଛି। ହେଲେ ଏକଥାକୁ ଖଣ୍ଡନ କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ।

All Right Reserved By

ଜାତୀୟ |

ପୁଣି ବିବାଦରେ ଥରୁର

ପୁଣି ବିବାଦରେ ଥରୁର

ନୂଆଦିଲ୍ଲୀ,୨୩।୭: କଂଗ୍ରେସ ନେତା ଶଶୀ ଥରୁର ପୁଣି ଥରେ ବିବାଦ ଘେରକୁ ଆସି ଯାଇଛନ୍ତି। ତାଙ୍କର ‘ହିନ୍ଦୁ-ପାକିସ୍ତାନ’ ଟିପ୍ପଣୀ ଥମି ନ ଥିବା ବେଳେ ଏବେ ସେ ପୁଣି କହିଛନ୍ତି, ‘ଦେଶର ଅଧିକାଂଶ ସ୍ଥାନରେ ମୁସଲମାନଙ୍କ ଅପେକ୍ଷା ଗାଈ ଅଧିକ ସୁରକ୍ଷିତ’।

ଭାଟିଆ ପରିବାରର ପୋଷା କୁକୁରର ମୃତ୍ୟୁ

ଭାଟିଆ ପରିବାରର ପୋଷା କୁକୁରର ମୃତ୍ୟୁ

ନୂଆଦିଲ୍ଲୀ,୨୩।୭: ପାଖାପାଖି ମାସେ ତଳେ ବୁରାଡିରେ ଗୋଟିଏ ପରିବାରର ୧୧ ଜଣଙ୍କ ମୃତ୍ୟୁ ସାରା ଦେଶରେ ଆଲୋଚନାର ବିଷୟ ପାଲଟିଥିଲା। ଘରର ପ୍ରାୟ ସମସ୍ତ ସଦସ୍ୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିବା ବେଳେ ଉକ୍ତ ପରିବାରର ପୋଷା କୁକୁର ଟମି ଯେଉଁ ଗ୍ରୀଲ୍‌ରେ ବନ୍ଧା ହୁଏ ସେହିଠାରେ ହିଁ ବନ୍ଧା ହୋଇଥିଲା।

ସିଂହ ମୁହଁରୁ ମାଲିକଙ୍କୁ ବଞ୍ଚାଇଲା କୁକୁର

ସିଂହ ମୁହଁରୁ ମାଲିକଙ୍କୁ ବଞ୍ଚାଇଲା କୁକୁର

ଅମରେଲି,୨୩।୭: ଗୁଜରାଟ ଅମରେଲିର ଅମ୍ବାଡିରେ ଗତ ଶନିବାର ଘଟିଥିବା ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଭବେଶ ହମିର ଭରଓ୍ବାଡ ଗାଁ ନିକଟରେ ମେଣ୍ଢା ଚରାଉଥିବା ସମୟରେ ହଠାତ୍‌ ମେଣ୍ଢାମାନଙ୍କୁ ୩ଟି ସିଂହ ଆକ୍ରମଣ କରିଥିଲେ।

ମୋଦିଙ୍କୁ ସମାଲୋଚନା କଲେ ଉଦ୍ଧବ

ମୋଦିଙ୍କୁ ସମାଲୋଚନା କଲେ ଉଦ୍ଧବ

ବମ୍ବେ,୨୩।୭: ଭାରତୀୟ ଜନତା ପାର୍ଟି ଏବଂ ଶିବସେନା ମଧ୍ୟରେ ଦୂରତା ବଢ଼ିବାରେ ଲାଗିଛି। ଶିବସେନା ପ୍ରମୁଖ ଉଦ୍ଧବ ଠାକ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରିଛନ୍ତି ସମାଲୋଚନା।

ସ୍ଥାପିତ ହେବ ଶ୍ରୀରାମଙ୍କ ୧୫୨ ମିଟର ଉଚ୍ଚ ମୂର୍ତ୍ତି: ଖର୍ଚ୍ଚ ହେବ ୩୩୦ କୋଟି

ସ୍ଥାପିତ ହେବ ଶ୍ରୀରାମଙ୍କ ୧୫୨ ମିଟର ଉଚ୍ଚ ମୂର୍ତ୍ତି: ଖର୍ଚ୍ଚ ହେବ ୩୩୦ କୋଟି

ଲକ୍ଷ୍ନୌ,୨୩।୭: ଉତ୍ତରପ୍ରଦେଶ ପ୍ରଭୁ ଶ୍ରୀରାମଙ୍କ ୧୫୨ ମିଟର ଉଚ୍ଚ ମୂର୍ତ୍ତି ସ୍ଥାପିତ ହେବ। ଏନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଭ୍ରୂଣ ଧରି ଥାନାରେ ପୀଡ଼ିତା

ଭ୍ରୂଣ ଧରି ଥାନାରେ ପୀଡ଼ିତା

ଆମ୍‌ରୋହ,୨୩।୭: ପାଞ୍ଚ ମାସର ଭ୍ରୂଣ ହାତରେ ଧରି ବଳାତ୍କାର ମାମଲା ଦାଏର କରିବାକୁ ଥାନାରେ ପହଞ୍ଚିଲେ ଯୁବତୀ। ଉତ୍ତରପ୍ରଦେଶର ଆମ୍‌ରୋହ ଅଞ୍ଚଳରେ ରବିବାର ଦେଖିବାକୁ ମିଳିଛି ଏଭଳି ଏକ ଚାଞ୍ଚଲ୍ୟକର ଘଟଣା। ୬ମାସ ପୂର୍ବରୁ ତାଙ୍କୁ ବଳାତ୍କାର କରାଯାଇଥିବା ସେ ଅଭିଯୋଗ ଆଣିଛନ୍ତି।

ବିହାରରେ ବିରୋଧୀଙ୍କ ଇନ୍ଦ୍ରଧନୁ ମେଳି

ବିହାରରେ ବିରୋଧୀଙ୍କ ଇନ୍ଦ୍ରଧନୁ ମେଳି

ପାଟନା,୨୩।୭(ପି.ଟି.): ୨୦୧୯ ସାଧାରଣ ନିର୍ବାଚନରେ ଏନ୍‌ଡିଏର ଆସନ ବୁଝାମଣା ଉପରେ ସମସ୍ତଙ୍କ ନଜର ରହିଛି। ହେଲେ ଭାଜପାକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଏହାର ଆଢୁଆଳରେ ବିହାରରେ ଚାଲିଛି ମହାମେଣ୍ଟ ଗଠନର ଏକ ବଡ଼ ଉଦ୍ୟମ।

ରାହୁଲ ଧରିବେ ମହାମେଣ୍ଟ ମଙ୍ଗ

ରାହୁଲ ଧରିବେ ମହାମେଣ୍ଟ ମଙ୍ଗ

ନୂଆଦିଲ୍ଲୀ,୨୩।୭(ପି.ଟି.) : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମିଳିତ ବିରୋଧୀ ମେଣ୍ଟର ଚେହେରା ହେବେ। ଆଗାମୀ ସାଧାରଣ ନିର୍ବାଚନରେ ବିରୋଧୀ ଦଳଗୁଡ଼ିକ ସରକାର ଗଢ଼ିଲେ ରାହୁଲ ପ୍ରଧାନମନ୍ତ୍ରୀ ହୋଇପାରନ୍ତି।

ଅଗ୍ନିକାଣ୍ଡରେ ୫ ଜୀବନ୍ତ ଦଗ୍ଧ

ଅଗ୍ନିକାଣ୍ଡରେ ୫ ଜୀବନ୍ତ ଦଗ୍ଧ

ଶିମଲା,୨୩।୭: ହିମାଚଳପ୍ରଦେଶର ମଣ୍ଡିରେ ଏକ ଆବାସିକ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟି ସୋମବାର ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ଗୋଟିଏ ପରିବାରର ବୋଲି କୁହାଯାଉଛି।

ସନ୍ତାନ ସୁଖ ଦିଅନ୍ତି ସନ୍ତାନେଶ୍ୱର ମହାଦେବ

ସନ୍ତାନ ସୁଖ ଦିଅନ୍ତି ସନ୍ତାନେଶ୍ୱର ମହାଦେବ

ଉତ୍ତରପ୍ରଦେଶ ବାରାଣାସୀରେ ନିଃସନ୍ତାନ ଦମ୍ପତିଙ୍କ ସନ୍ତାନ କାମନା ପୂରଣ କରନ୍ତି ସନ୍ତାନେଶ୍ୱର ମହାଦେବ। କାଳଭୈରବଙ୍କଠାରୁ ଚୌଖମ୍ବାକୁ ସଂଯୋଗ କରୁଥିବା ରାସ୍ତାରେ ରହିଛି ଏହି ପ୍ରସିଦ୍ଧ ମନ୍ଦିର। ଏଠାରେ ନିଷ୍ଠା ଓ ଶ୍ରଦ୍ଧାର ସହିତ ପୂଜାର୍ଚ୍ଚନା କଲେ ସନ୍ତାନ ପ୍ରାପ୍ତି ହୋଇଥାଏ ବୋଲି ରହିଛି ବିଶ୍ୱାସ।

୨୦୧୯ ନିର୍ବାଚନରେ କଂଗ୍ରେସକୁ ୩ ଗୁଣା ଅଧିକ ଆସନ: ଚିଦାମ୍ବରମ୍‌

୨୦୧୯ ନିର୍ବାଚନରେ କଂଗ୍ରେସକୁ ୩ ଗୁଣା ଅଧିକ ଆସନ: ଚିଦାମ୍ବରମ୍‌

ନୂଆଦିଲ୍ଲୀ,୨୨।୭: ଆସନ୍ତା ୨୦୧୯ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ କଂଗ୍ରେସ ପୂର୍ବାପେକ୍ଷା ୩ ଗୁଣା ଅଧିକ ଆସନରେ ବିଜୟଲାଭ କରିବ ବୋଲି ରବିବାର କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ୍‌ ସୂଚନା ଦେଇଛନ୍ତି।

ବିମାନରେ ୮ମାସର ଶିଶୁଙ୍କୁ ଲହୁ ଲୁହାଣ କଲେ ଛାରପୋକ

ବିମାନରେ ୮ମାସର ଶିଶୁଙ୍କୁ ଲହୁ ଲୁହାଣ କଲେ ଛାରପୋକ

ନୂଆଦିଲ୍ଲୀ,୨୨।୭: ନ୍ୟୁୟର୍କରୁ ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆର ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଅନୂଭୁତି ଶୁଣି ଯେ କେହି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ନିକଟରେ ଏହାର ବିଜ୍‌ନେସ୍‌ କ୍ଲାସରେ ଯାତ୍ରା କରୁଥିବା ଜଣେ ୮ ମାସର ଶିଶୁଙ୍କୁ ଛାରପୋକ କାମୁଡି ଲହୁ ଲୁହାଣ କରିବା ପରେ ଏୟାର ଇଣ୍ଡିଆରେ ଯାତ୍ରା କେତେ ସୁରକ୍ଷିତ ତାହା ସହଜରେ ଅନୁମାନ କରାଯାଉଛି।

Watch Live Broadcast of Rath Yatra Puri, Odisha Here

Model This Week

ଚିଣ୍ଟୁ