ରାଜ୍ୟ |

ସରକାରଙ୍କୁ ନିଜ ପସନ୍ଦର ବ୍ୟକ୍ତି ମିଳୁନାହାନ୍ତି: ନରସିଂହ

ସରକାରଙ୍କୁ ନିଜ ପସନ୍ଦର ବ୍ୟକ୍ତି ମିଳୁନାହାନ୍ତି: ନରସିଂହ
ଭୁବନେଶ୍ୱର,୮।୧୨(ବ୍ୟୁରୋ)-ଶୁକ୍ରବାର ବିଧାନସଭାରେ ଅତିରିକ୍ତ ଖର୍ଚ୍ଚଦାବି ଆଲୋଚନାରେ ଭାଗ ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଲୋକାୟୁକ୍ତ ନିଯୁକ୍ତି ବିଳମ୍ବକୁ ନେଇ ସରକାରଙ୍କୁ କାଠଗଡାରେ ଛିଡା କରିଥିଲେ। ରାଜ୍ୟରେ ଲୋକପାଳ ଆଇନ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ଲୋକାୟୁକ୍ତ ନିଯୁକ୍ତ ହେଲେ ନାହିଁ। ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ରୋକିବାରେ ସରକାରଙ୍କ ଆନ୍ତରିକତା କେତେ ତାହା ଜଣାପଡୁଛି ବୋଲି ନରସିଂହ କହିଥିଲେ। ଲୋକାୟୁକ୍ତ ପରି ରାଜ୍ୟ ମାନବ ଅଧିକାର କମିଶନ ପଦବୀ ପୂରଣ ନ ହେବା ପରିତାପର ବିଷୟ। ସରକାରଙ୍କୁ ନିଜ ମନପସନ୍ଦର ବ୍ୟକ୍ତି ମିଳୁ ନ ଥିବାରୁ ନିଯୁକ୍ତି ହୋଇପାରୁନାହିଁ ବୋଲି କହି ନରସିଂହ କଟାକ୍ଷ କରିଥିଲେ। ଚାଷୀ ଆତ୍ମହତ୍ୟାର ତଦନ୍ତକୁ ସରକାର ଜାଣିଶୁଣି ବାଟବଣା କରୁଛନ୍ତି ବୋଲି ସେ ଅଭିଯୋଗ କରିଥିଲେ। ସିରାଜୁଦ୍ଦିନ ଖଣିକମ୍ପାନୀ ଏକାଧିକ ନିୟମ ଭାଙ୍ଗିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ରାଜ୍ୟ ସରକାର ପ୍ରସ୍ତାବ ନ ଦେଲେ ଏହି ଘଟଣାର ସିବିଆଇ ତଦନ୍ତ ହୋଇପାରିବ ନାହିଁ, ତାହା ନ କରି ରାଜ୍ୟ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଏଥିପାଇଁ ଜନସ୍ବାର୍ଥ ମାମଲା ଦାଖଲ ହୋଇଥିଲେ ବି ବହୁଦିନ ଧରି ରାୟ ସଂରକ୍ଷିତ ହୋଇ ରହିବା ଦୁର୍ଭାଗ୍ୟଜନକ। ସରକାର ପୋଲାଭରମ୍‌, ମହାନଦୀ ପ୍ରସଙ୍ଗରେ ତଥ୍ୟ ଯୋଗାଡ କରି ଭଲ ଓକିଲ ଦେଇପାରୁନାହାନ୍ତି। ମାତ୍ର ଖଣି ଦୁର୍ନୀତି ନେଇ ହୋଇଥିବା ମାମଲାରେ ନିଜକୁ ରକ୍ଷା କରିବା ପାଇଁ ଓକିଲଙ୍କୁ ପ୍ରତି ତାରିଖ ପିଛା ୨୫ ଲକ୍ଷ ସହ ଆନୁଷଙ୍ଗିକ ସୁବିଧା ଯୋଗାଇ ଦିଆଯାଉଥିବା ବିଷୟ ଉଠାଇଥିଲେ। ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ପୋଲିସ୍‌ ବିଲକୁ ରାଷ୍ଟ୍ରପତି ଫେରାଇ ଦେବା ସମ୍ପର୍କରେ ସେ କହିଥିଲେ ବିଲକୁ ଆଉଥରେ ପ୍ରଣୟନ କରି ପ୍ରଥମେ ଗୃହରେ ଉପସ୍ଥାପନ କରାଯାଉ। ଏହା ଉପରେ ଆଲୋଚନା ହେଉ। ବିରୋଧୀଦଳ ନେତା ନିଜ ଦଳର ପୂର୍ବତନ ବିଧାୟକ ରମେଶ ଜେନାଙ୍କୁ ଜେଲରେ ରଖାଯିବା ଘଟଣା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଥିଲେ। ରାଜ୍ୟରେ ଛୋଟ ଛୋଟ ଶିଶୁଙ୍କୁ ବଳାତ୍କାର କରାଯିବା କଥା କହିଥିଲେ। ଅତୀତରେ କନିକାରେ ଏମିତି ଏକ ଘଟଣା ସମ୍ପର୍କରେ ଗୃହରେ ଅବତାରଣା କରିଥିଲେ। ଶେଷରେ ନିଜ ବକ୍ତବ୍ୟ ସମାପ୍ତ କରିବା ପୂର୍ବରୁ ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ ବନ୍ଦ ହେବ ନା ଚାଲୁ ରହିବ, ସେ ନେଇ ସରକାର ନିଷ୍ପତ୍ତି ନିଅନ୍ତୁ ବୋଲି ବିରୋଧୀ ଦଳ ନେତା କହିଥିଲେ।
All Right Reserved By

ରାଜ୍ୟ |

କୋଣାର୍କରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

କୋଣାର୍କରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

କୋଣାର୍କ,୨୧।୧୦(ଡି.ଏନ୍‌.ଏ.): କାକଟପୁର  ନିିର୍ବାଚନ ମଣ୍ଡଳୀ ଅଧୀନ କୋଣାର୍କ ଏନ୍‌ଏସିରେ ବିଜୁ ଜନତା ଦଳ ପକ୍ଷରୁ ରବିବାର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ବାଘୁଣୀ ‘ସୁନ୍ଦରୀ’ ଆକ୍ରମଣରେ ଚାଷୀ ମୃତ:  ବିଟ୍‌ ହାଉସ ପୋଡ଼ି ଦେଲେ ଗ୍ରାମବାସୀ

ବାଘୁଣୀ ‘ସୁନ୍ଦରୀ’ ଆକ୍ରମଣରେ ଚାଷୀ ମୃତ: ବିଟ୍‌ ହାଉସ ପୋଡ଼ି ଦେଲେ ଗ୍ରାମବାସୀ

ବନ୍ତଳା,୨୧।୧୦(ଡି.ଏନ.ଏ.)- ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ଥାନା ଟାଇଁସି ଗ୍ରାମର ତ୍ରିନାଥ ସାହୁ(୬୦) ରବିବାର ସକାଳେ ବାଘୁଣୀ ‘ସୁନ୍ଦରୀ’ ଆକ୍ରମଣରେ ପ୍ରାଣ ହରାଇଛନ୍ତି। 

ତିତ୍‌ଲି ଦ୍ୱାରା କ୍ଷତିଗ୍ରସ୍ତ ବିଦ୍ୟୁତ୍‌ ଭିତ୍ତିଭୂମିର ପୁନଃସ୍ଥାପନା ଜାରି, ୨୦୦୦ କର୍ମଚାରୀ ନିୟୋଜିତ

ତିତ୍‌ଲି ଦ୍ୱାରା କ୍ଷତିଗ୍ରସ୍ତ ବିଦ୍ୟୁତ୍‌ ଭିତ୍ତିଭୂମିର ପୁନଃସ୍ଥାପନା ଜାରି, ୨୦୦୦ କର୍ମଚାରୀ ନିୟୋଜିତ

ଭୁବନେଶ୍ୱର,୨୧।୧୦(ବ୍ୟୁରୋ)-ତିତ୍‌ଲି ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଦକ୍ଷିଣ ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମିକୁ ଯୁଦ୍ଧକାଳୀନ ଭିତ୍ତିରେ ସଜାଡିବା ପାଇଁ ଶକ୍ତି ବିଭାଗ ଉଦ୍ୟମ ଅବ୍ୟାହତ ରଖିଛି। ଯେଉଁଭଳି ଭାବେ କ୍ଷତିଗ୍ରସ୍ତ ହୋଇଥିଲା, ସାଧାରଣ ଭାବେ ତାହାର ପୁନରୁଦ୍ଧାର ପାଇଁ ୬ ମାସ ସମୟ ଲାଗିଥାନ୍ତା।

ଜାମୁନାଳୀ ଓ ହାଣ୍ଡିଗୋଡା ଗ୍ରାମରେ  ଉତ୍ପାତ ଚଳାଇଛନ୍ତି ୧୬ ହାତୀ: ୨୦ ଏକର ଫସଲ ନଷ୍ଟ

ଜାମୁନାଳୀ ଓ ହାଣ୍ଡିଗୋଡା ଗ୍ରାମରେ ଉତ୍ପାତ ଚଳାଇଛନ୍ତି ୧୬ ହାତୀ: ୨୦ ଏକର ଫସଲ ନଷ୍ଟ

ଛେଣ୍ଡିପଦା,୨୧।୧୦(ଡି.ଏନ.ଏ.)- ଅନୁଗୋଳ ବନଖଣ୍ଡ ଜରପଡା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଜାମୁନାଳୀ ଓ ହାଣ୍ଡିଗୋଡା ଗ୍ରାମର ରଙ୍ଗିଆ ନାଳୀ ଚକ ଇଲାକାରେ ଶନିବାର ବିଳମ୍ବିତ ରାତିରେ ହାତୀ ଉପଦ୍ରବ କରିଛନ୍ତି।  ପ୍ରାୟ ୧୫ ରୁ ୧୬ ହାତୀ ଦଳବଦ୍ଧ ହୋଇ ବ୍ୟାପକ ଫସଲ କ୍ଷୟକ୍ଷତି କରିଛନ୍ତି।

ଖୋର୍ଦ୍ଧାରେ ଶହୀଦ ଦିବସ ଅନୁଷ୍ଠିତ

ଖୋର୍ଦ୍ଧାରେ ଶହୀଦ ଦିବସ ଅନୁଷ୍ଠିତ

ଖୋର୍ଦ୍ଧା ଅଫିସ,୨୧।୧୦: ଖୋର୍ଦ୍ଧା ପୋଲିସ ପକ୍ଷରୁ ସ୍ଥାନୀୟ ତରତୁଆ ପୋଲିସ ପଡିଆଠାରେ ରବିବାର ୫୯ତମ ପୋଲିସ ଶହୀଦ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ  ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଏସ୍‌ପି ଦୀପ୍ତି ରଞ୍ଜନ ରାୟ ଯୋଗଦେଇ ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ ।

ତିତ୍‌ଲି ପ୍ରଭାବିତଙ୍କୁ ସହାୟତା; ଘର ଏବଂ ଗୃହପାଳିତ ପଶୁଙ୍କ ଲାଗି କ୍ଷତିପୂରଣ ଘୋଷଣା

ତିତ୍‌ଲି ପ୍ରଭାବିତଙ୍କୁ ସହାୟତା; ଘର ଏବଂ ଗୃହପାଳିତ ପଶୁଙ୍କ ଲାଗି କ୍ଷତିପୂରଣ ଘୋଷଣା

ଭୁବନେଶ୍ୱର,୨୧।୧୦(ବ୍ୟୁରୋ): ସାମୁଦ୍ରିକ ଝଡ଼ ତିତ୍‌ଲି ଏବଂ ଏହାର ପରବର୍ତ୍ତୀ ବନ୍ୟାରେ ରାଜ୍ୟର ତିନୋଟି ଜିଲା ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଛି। ଜିଲାଗୁଡ଼ିକର ଭିତ୍ତି ଭୂମି ସଜାଡ଼ିବାକୁ ସରକାରୀସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଏହି କ୍ରମରେ କ୍ଷତିଗ୍ରସ୍ତ ଲୋକଙ୍କୁ ଘର ଓ ଗୃହପାଳିତ ପଶୁଙ୍କ ପାଇଁ କ୍ଷତିପୂରଣ ମିଳିବା ନେଇ ଯୁଗ୍ମ ଏସ୍‌ଆର୍‌ସି ପ୍ରଭାତ ମହାପାତ୍ର ରବିବାର ବିଭିନ୍ନ ଘୋଷଣା କରିଛନ୍ତି। 

ଗ୍ୟାସ ସିଲିଣ୍ଡର ଫାଟି ରୋଷେଇଘର ଛାତ ଉଡ଼ିଲା

ଗ୍ୟାସ ସିଲିଣ୍ଡର ଫାଟି ରୋଷେଇଘର ଛାତ ଉଡ଼ିଲା

ବଲାଙ୍ଗୀର ଅଫିସ,୨୧।୧୦-ବଲାଙ୍ଗୀର ଟାଉନ ଥାନା ମାଲପଡ଼ା ରାମମନ୍ଦିର ନିକଟରେ ଶନିବାର ମଧ୍ୟ ରାତ୍ରିରେ ଘଟିଛି ଅଘଟଣ। ରାମମନ୍ଦିର ନିକଟ ହିମାଂଶୁ ପଣ୍ଡାଙ୍କ ଘରେ ଗ୍ୟାସ ସିଲିଣ୍ଡର ଫାଟିଯାଇଛି। ସିଲିଣ୍ଡର ଫାଟି ରୋଷେଇ ଘରର ଛାତ ଉଡ଼ିଯାଇଛି। ଦୁଇଟି ଗ୍ୟାସ୍‌ ସିଲିଣ୍ଡର ଲିକ୍‌ ହେବା ଯୋଗୁ ଫାଟିଯାଇଥିଲା। ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ୩ ସଦସ୍ୟ।

ଜ୍ୱାଇଁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ଶାଶୁ ଶ୍ୱଶୁରଙ୍କୁ କୋର୍ଟ ଚାଲାଣ

ଜ୍ୱାଇଁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ଶାଶୁ ଶ୍ୱଶୁରଙ୍କୁ କୋର୍ଟ ଚାଲାଣ

ରାଜନଗର, ୨୧।୧୦(ଡି.ଏନ.ଏ.): ମହାକାଳପଡା ଥାନା ଅନ୍ତର୍ଗତ ରତନପୁର ଗ୍ରାମର ପରିକ୍ଷିତ ସେଠୀଙ୍କ ପୁଅ ଶ୍ରୀଧର ସେଠୀ ଶ୍ୱଶୁର ଘର ରାଜନଗରକୁ ଦୁର୍ଗାପୂଜା ବୁଲିବାକୁ ଆସିଥିଲେ। 

ଚାକିରି ଦେବାକୁ କହି ୨୦ ଲକ୍ଷ ଠକେଇ

ଚାକିରି ଦେବାକୁ କହି ୨୦ ଲକ୍ଷ ଠକେଇ

ରାଉରକେଲା ଅଫିସ,୨୧।୧୦- ଝିରପାଣି ଥାନା ଝିରପାଣି ପୁନର୍ବସତି କଲୋନୀରେ ରହୁଥିବା ଜଣେ ଯୁବତୀ କେତେକ ବେକାର ଯୁବକଙ୍କୁ ଚାକିରି ଦେବା ଆଳରେ ୨୦ଲକ୍ଷରୁ ଅଧିକ ଟଙ୍କା ଠକିଥିବା ଅଭିଯୋଗ ହୋଇଛି। ଏ ନେଇ ଶନିବାର ମଧ୍ୟାହ୍ନରେ କିଛି ଯୁବକ ଥାନାରେ ଅଭିଯୋଗ କରିବାକୁ ପହଞ୍ଚି ଥିଲେ। ହେଲେ ଠକେଇ କରିଥିବା ଯୁବତୀ ଜଣକ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ଦେଖାଯାଇଥିଲା। ‘ମୁଁ ସୁବିଧା ଅନୁସାରେ ଟଙ୍କା ଫେରାଇ ଦେବି। ଆପଣମାନେ

ଚୋରି ସନ୍ଦେହରେ ଥାନାରେ ଅଟକ ଯୁବକଙ୍କୁ ବାହାର ଯୁବକ ମାଡ଼ ମାରିବା ନେଇ ଉତ୍ତେଜନା: ଶତାଧିକ ଲୋକଙ୍କ ଥାନାରେ ପାଟିତୁଣ୍ଡ

ଚୋରି ସନ୍ଦେହରେ ଥାନାରେ ଅଟକ ଯୁବକଙ୍କୁ ବାହାର ଯୁବକ ମାଡ଼ ମାରିବା ନେଇ ଉତ୍ତେଜନା: ଶତାଧିକ ଲୋକଙ୍କ ଥାନାରେ ପାଟିତୁଣ୍ଡ

ବଡ଼ଗାଁ, ୨୧।୧୦ (ଡି.ଏନ.ଏ)-  ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅଞ୍ଚଳରେ ଚୋରି ସନ୍ଦେହରେ ଥାନାରେ ଅଟକ ଥିବା ଦୁଇ ଯୁବକଙ୍କ ମଧ୍ୟରୁ ଜଣଙ୍କୁ ବାହାରର କେତେକ ଯୁବକ ମାଡ଼ମାରିଥିବା ଅଭିଯୋଗ ହୋଇଛି। ଥାନା ଭିତରେ ପଶି ଅଟକ ଥିବା ଯୁବକଙ୍କୁ ମାଡ଼ମାରିଥିବା ବାହାରର ଯୁବକମାନଙ୍କ ଗିରଫ ଦାବିକରି ବଡ଼ଗାଁରେ ଶନିବାର ସନ୍ଧ୍ୟାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଚୋରି ସନ୍ଦେହରେ ଅଟକ ଯୁବକଙ୍କ ସମ୍ପର୍କୀୟ, ସମର୍ଥକ କୁହାଯାଉଥିବା ଶତାଧିକ ମହିଳା, ପୁରୁଷ ଥାନାକୁ ଆସି ପାଟିତୁଣ୍ଡ 

କେନାଲ ପାଣି ଅଭାବରୁ ଫସଲ ଉଜୁଡ଼ିଲା: ଆତ୍ମହତ୍ୟା କଲେ ଯୁବଚାଷୀ

କେନାଲ ପାଣି ଅଭାବରୁ ଫସଲ ଉଜୁଡ଼ିଲା: ଆତ୍ମହତ୍ୟା କଲେ ଯୁବଚାଷୀ

ଧମା,୨୧।୧୦(ଡି.ଏନ.ଏ.)- ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକ୍‌ ହୁମା ପଞ୍ଚାୟତ ପାଞ୍ଚଫୁଟ ଗ୍ରାମର ଯୁବଚାଷୀ ଗୌତମ ସେଠ (୩୦) କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି। ଫସଲ ନଷ୍ଟ, ଋଣ ଭାର ଓ ପରିବାର ଉପରେ ଏହାର ପ୍ରତିକୂଳ ପ୍ରଭାବରେ ବ୍ୟତିବ୍ୟସ୍ତ ହୋଇ ସେ ଜୀବନ ହାରିଛନ୍ତି। ଗୁରୁବାର ସନ୍ଧ୍ୟାରେ ଗୌତମ ଘରେ ଥିବା ୨ ବର୍ଷର ପୁରୁଣା କୀଟନାଶକ ପିଇ ଦେଇଥିଲେ। ପରିବାର ଲୋକେ ଏହା ଜାଣିପାରି ଘରେ ବାନ୍ତି କରାଇ ସମ୍ବଲପୁର ସଦର ଡାକ୍ତରଖାନାକୁ ନେଇଥିଲେ। 

ପୁରୀ ହିଂସାକାଣ୍ଡ: ଗିରଫ ସଂଖ୍ୟା ୮୬ରେ ପହଞ୍ଚିଲା

ପୁରୀ ହିଂସାକାଣ୍ଡ: ଗିରଫ ସଂଖ୍ୟା ୮୬ରେ ପହଞ୍ଚିଲା

ପୁରୀ ଅଫିସ,୨୧।୧୦:ଅକ୍ଟୋବର ୩ ତାରିଖରେ ପୁରୀ ବନ୍ଦ ପାଳନ ବେଳେ ଘଟିଥିବା ହିସାଂକାଣ୍ଡରେ ଗିରଫ ସଂଖ୍ୟା ୮୬ରେ ପହଞ୍ଚିଛି। ରବିବାର ଶହୀଦ ଦିବସ ପାଳନ ଅବସରରେ ଏସପି ସାର୍ଥକ ଷଡଙ୍ଗୀ ଏହା କହିଛନ୍ତି ।