ରାଜ୍ୟ |

ବୋସ ସ୍ଥାନରେ ହେବ ଏସ୍‌ସିବିର ଦ୍ୱିତୀୟ କ୍ୟାମ୍ପସ

ବୋସ ସ୍ଥାନରେ ହେବ ଏସ୍‌ସିବିର ଦ୍ୱିତୀୟ କ୍ୟାମ୍ପସ

କଟକ ଅଫିସ, ୮।୧୨- ଏସ୍‌ସିବି ମେଡିକାଲର କଳେବର ବୃଦ୍ଧି ପାଇଁ ବୃହତ୍‌ ପରିକଳ୍ପନା କରାଯାଇଛି। ଏସ୍‌ସିବିର ଦ୍ୱିତୀୟ କ୍ୟାମ୍ପସ୍‌ ନରାଜ ବଦଳରେ ବୋସ(ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ୍‌ ଇଞ୍ଜିନିୟରିଂ) ସ୍ଥାନରେ କରିବା ପାଇଁ ଏକ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିଲା। ଉକ୍ତ ପ୍ରସ୍ତାବରେ ମୁଖ୍ୟମନ୍ତ୍ରୀ ସମ୍ମତି ପ୍ରକାଶ କରି ତାହାକୁ ସମୀକ୍ଷା କରିବା ନିମନ୍ତେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଛନ୍ତି। ଧର୍ମଶାଳାର ପୂର୍ବତନ ବିଧାୟକ ତଥା ରାଜ୍ୟ ଖଦି ବୋର୍ଡ ନିର୍ଦ୍ଦେଶକ ରବି ଲାବଣ୍ୟ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ସବିଶେଷ ତଥ୍ୟ ସମ୍ବଳିତ ଏକ ପ୍ରସ୍ତାବ ଦେଇଥିଲେ।
ଲାବଣ୍ୟ ଦର୍ଶାଇଥିଲେ ଯେ, ଏସ୍‌ସିବି ମେଡିକାଲର ଆଉଟ୍‌ଡୋରକୁ ଦୈନିକ ୪ହଜାରରୁ ଊର୍ଦ୍ଧ୍ୱ ରୋଗୀ ଚିକିତ୍ସା ନିମନ୍ତେ ଆସୁଛନ୍ତି। ଇତିମଧ୍ୟରେ ୨୭ଟି ବିଭାଗ ମେଡିକାଲରେ କାର୍ଯ୍ୟ କରୁଛି। ରାଜ୍ୟରେ ଲୋକସଂଖ୍ୟା ବୃଦ୍ଧି ସାଙ୍ଗକୁ ଏଠାରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। କିନ୍ତୁ ରୋଗୀ ଭାର ସମ୍ଭାଳିବା ପାଇଁ ଏଠାରେ ସ୍ଥାନର ଅଭାବ ଦେଖାଦେଇଛି। ଏସ୍‌ସିବିର ସମ୍ପ୍ରସାରଣ ନିମନ୍ତେ ନରାଜ ନିକଟରେ ସରକାର ୧୦ ଏକର ଜମି ଠିକ୍‌ କରିଛନ୍ତି। ସେଠାରେ ଏସ୍‌ସିବିର ଦ୍ୱିତୀୟ କ୍ୟାମ୍ପସ୍‌ ନିର୍ମାଣ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି। ହେଲେ ଗୋଟିଏ କ୍ୟାମ୍ପସ୍‌ ମଙ୍ଗଳାବାଗରେ ଓ ଅନ୍ୟଟି ୧୨ କିଲୋମିଟର ଦୂର ନରାଜରେ ପ୍ରତିଷ୍ଠା ହେବା ଦ୍ୱାରା ଏସ୍‌ସିବି ଖଣ୍ଡ ବିଖଣ୍ଡିତ ହେବ ବୋଲି ଲାବଣ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ତେଣୁ ନରାଜରେ ଏସ୍‌ସିବିର ଦ୍ୱିତୀୟ କ୍ୟାମ୍ପସ୍‌ କରିବା ପରିବର୍ତ୍ତେ ଏସ୍‌ସିବିକୁ ଲାଗି ରହିଥିବା ବୋସକୁ ନରାଜ ସ୍ଥାନାନ୍ତର କରାଯାଇ ଉକ୍ତ ସ୍ଥାନକୁ ଏସ୍‌ସିବି ସହିତ ଯୋଡ଼ିବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ପ୍ରସ୍ତାବ ଦେଇଥିଲେ। ଲାବଣ୍ୟଙ୍କ ଉକ୍ତ ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀ ସମ୍ମତି ପ୍ରକାଶ କରିବା ସହିତ ଏହାର ସମୀକ୍ଷା ନିମନ୍ତେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ନିକଟକୁ ପଠାଇଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ଜେନା ମଧ୍ୟ ପ୍ରସ୍ତାବ ସମ୍ପର୍କରେ ଚିନ୍ତା କରାଯାଉଛି ବୋଲି କହିଛନ୍ତି।

All Right Reserved By

Model This Week

Model This Week

ରାଜ୍ୟ |

ଆର୍ଥିକ ଅନିୟମିତତା ମାମଲା: ପୂର୍ବତନ ଡିପିସିଙ୍କ ସମେତ ୩ ଜଣଙ୍କୁ ଜେଲ୍‌

ଆର୍ଥିକ ଅନିୟମିତତା ମାମଲା: ପୂର୍ବତନ ଡିପିସିଙ୍କ ସମେତ ୩ ଜଣଙ୍କୁ ଜେଲ୍‌

ବାରିପଦା ଅଫିସ,୨୬।୪: ବାଲେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ତାରାପ୍ରସାଦ ରଥ ଗୁରୁବାର ଏକ ଆର୍ଥିକ ଅନିୟମିତତା ମାମଲାର ଶୁଣାଣି କରି ସର୍ବଶିକ୍ଷା ଅଭିଯାନର ପୂର୍ବତନ ମୟୂରଭଞ୍ଜ ଜିଲା ସଂଯୋଜକ ବଂଶୀଧନ ନାୟକଙ୍କ ସମେତ ୩ ଜଣଙ୍କୁ ୧ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି।

ନାବାଳିକା ବଳାତ୍କାର: ସମ୍ପର୍କୀୟ ଭାଇ ଅଭିଯୁକ୍ତ

ନାବାଳିକା ବଳାତ୍କାର: ସମ୍ପର୍କୀୟ ଭାଇ ଅଭିଯୁକ୍ତ

ପାଟଣା,୨୬।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡ଼ା ବ୍ଲକ ଦମାହୁଦା ପଞ୍ଚାୟତ ବବଡ଼ପଶି ଗ୍ରାମର ଜଣେ ୭ ବର୍ଷୀୟା ନାବାଳିକାଙ୍କୁ ତାଙ୍କର ସମ୍ପର୍କୀୟ ଭାଇ ବଳାତ୍କାର କରିଥିବା ବୁଧବାର ଅଭିଯୋଗ ହୋଇଛି।

ଅଗ୍ନିକାଣ୍ଡ: ୮ ବଖରା ଜଳିଗଲା

ଅଗ୍ନିକାଣ୍ଡ: ୮ ବଖରା ଜଳିଗଲା

ଜଗତ୍‌ସିଂହପୁର ଅଫିସ,୨୬।୪: ଜଗତ୍‌ସିଂହପୁର ଜିଲା ନୂଆଗାଁ ଥାନା ଅନ୍ତର୍ଗତ ଗୋଠଡ଼ା ଇଛାପୁର ଗ୍ରାମରେ ଗୁରୁବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଲଲାଟ ବିଶ୍ୱାଳ, ବିନୟ ବିଶ୍ୱାଳ ଏବଂ ଶତ୍ରୁଘ୍ନ ବିଶ୍ୱାଳଙ୍କ ୮ ବଖରା ଘର ଜଳିଯାଇଛି।

ନାବାଳିକାଙ୍କୁ ଗଣବଳାତ୍କାର ଅଭିଯୋଗ

ନାବାଳିକାଙ୍କୁ ଗଣବଳାତ୍କାର ଅଭିଯୋଗ

ଜଗତ୍‌ସିଂହପୁର ଅଫିସ,୨୬।୪: ଜଗତ୍‌ସିଂହପୁର ଜିଲା କଣ୍ଟାବଲ୍ଲଭପୁରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୫ ବର୍ଷୀୟା ନାବାଳିକାଙ୍କୁ ଉକ୍ତ ଗ୍ରାମର ୨ଜଣ ନାବାଳକ ଗଣବଳାତ୍କାର କରିଥିବା ଜଗତ୍‌ସିଂହପୁର ଥାନାରେ ଅଭିଯୋଗ ହୋଇଛି।

ଚୋରା ମଦ ଜବତ, ୩ ବେପାରୀ ଗିରଫ

ଚୋରା ମଦ ଜବତ, ୩ ବେପାରୀ ଗିରଫ

ନିମାପଡା,୨୬।୪(ଡି.ଏନ୍‌.ଏ.): ନିମାପଡା ଅବକାରୀ ବିଭାଗ ଓ ପୁରୀ ଅବକାରୀ ମୋବାଇଲ ସ୍କ୍ବାର୍ଡ ପକ୍ଷରୁ ଗୁରୁବାର ନିମାପଡା ଓ କାକଟପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅତର୍କିତ ଚଢ଼ାଉ କରାଯାଇଥିଲା। ଏଥିରେ ୮୦ ବୋତଲ ଚୋରା ମଦ ଓ ବିଅର ଜବତ କରାଯାଇଛି।

୩ବର୍ଷର ଝିଅକୁ ଚୁଲିରେ ପୋଡି ହତ୍ୟା ଉଦ୍ୟମ: ମା’ ଅଟକ

୩ବର୍ଷର ଝିଅକୁ ଚୁଲିରେ ପୋଡି ହତ୍ୟା ଉଦ୍ୟମ: ମା’ ଅଟକ

ଭୁବନେଶ୍ୱର,୨୬।୪(ବ୍ୟୁରୋ): ନୟାପଲ୍ଲୀ ଥାନା ଅନ୍ତର୍ଗତ ମୁକ୍ତିବିହାରରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୩ ବର୍ଷର ଶିଶୁକନ୍ୟା କାନ୍ଦୁଥିବା ଯୋଗୁ ମା’ ତାକୁ ଚୁଲିରେ ପୁରାଇ ପୋଡି ମାରିଦେବାକୁ ଉଦ୍ୟମ କରିଥିବା ଜଣାପଡିଛି। ଏଥିରେ ଶିଶୁଟି ଶରୀରର ୯୫% ଭାଗ ପୋଡି ଯାଇଛି।

ସ୍ବତନ୍ତ୍ର ଉନ୍ନୟନ କାଉନ୍‌ସିଲ ବୈଠକ ଅନୁଷ୍ଠିତ

ସ୍ବତନ୍ତ୍ର ଉନ୍ନୟନ କାଉନ୍‌ସିଲ ବୈଠକ ଅନୁଷ୍ଠିତ

ନବରଙ୍ଗପୁର,୨୬।୪(ବି.ପ୍ର.): ସ୍ଥାନୀୟ ମିଶନଶକ୍ତି ବୈଠକ ଗୃହରେ ସ୍ବତନ୍ତ୍ର ଉନ୍ନୟନ କାଉନ୍‌ସିଲ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଅନୁସୂଚିତ ଜନଜାତି ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୧୦ ବିଷୟ ଉପରେ ଆଲୋଚନା କରାଯାଇଥିଲା।

ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ୧୨୭ ତମ ଜୟନ୍ତୀ ପାଳିତ

ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ୧୨୭ ତମ ଜୟନ୍ତୀ ପାଳିତ

ବ୍ରହ୍ମପୁର ଅଫିସ,୨୬।୪: ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ୧୨୭ ତମ ଜୟନ୍ତୀ ଉତ୍ସବ ଗୁରୁବାର ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳନ କରାଯାଇଛି। ଓଡ଼ିଆ ଭାଷା ଆଧାରରେ ସ୍ବତନ୍ତ୍ର ଓଡିଶା ଗଠନ କ୍ଷେତ୍ରରେ ମହାରାଜା ମୁଖ୍ୟଭୂମିକା ଗ୍ରହଣ କରିଥିଲେ।

ସଡ଼କ ସୁରକ୍ଷା ସପ୍ତାହରେ ମାନବ ଶୃଙ୍ଖଳ

ସଡ଼କ ସୁରକ୍ଷା ସପ୍ତାହରେ ମାନବ ଶୃଙ୍ଖଳ

ବ୍ରହ୍ମପୁର ଅଫିସ,୨୬।୪: ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ବ୍ରହ୍ମପୁର ଟ୍ରାଫିକ୍‌ ପୋଲିସ ପକ୍ଷରୁ ସ୍ଥାନୀୟ ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଗୁରୁବାର ଏକ ମାନବ ଶୃଙ୍ଖଳ ଅନୁଷ୍ଠିତ ହୋଇଯାଇଛି। ଟ୍ରାଫିକ ନିୟମ ମାନିବା ସହ ଗାଡି ଚଳାଇବା ବେଳେ ସୁରକ୍ଷିତ ଯାତ୍ରା କରିବା ପାଇଁ ପୋଲିସ ପକ୍ଷରୁ ଲୋକମାନଙ୍କୁ ସଚେତନ କରାଯାଇଥିଲା।

ଆରଡିରେ ମାର୍କେଟ କମ୍ପ୍ଲେକ୍ସ ଭୁଶୁଡିବା ପ୍ରସଙ୍ଗ: ଯନ୍ତ୍ରୀ, ଠିକାଦାରଙ୍କୁ ଗିରଫ ଦାବି

ଆରଡିରେ ମାର୍କେଟ କମ୍ପ୍ଲେକ୍ସ ଭୁଶୁଡିବା ପ୍ରସଙ୍ଗ: ଯନ୍ତ୍ରୀ, ଠିକାଦାରଙ୍କୁ ଗିରଫ ଦାବି

ଆରଡି, ୨୬।୪, (ଡି.ଏନ.ଏ.): ଭଦ୍ରକ ଜିଲା ବାବା ଆଖଣ୍ଡଳମଣିଙ୍କ ପୀଠ ଆରଡିରେ ଚଳିତମାସ ୧୯ ତାରିଖରେ ଏକ ନବ ର୍ନିମିତ ମାର୍କେଟ କମ୍ପ୍ଲେକ୍ସ ଶିବଗଙ୍ଗା ପୁଷ୍କରିଣୀ ମଧ୍ୟକୁ ଭୁଶୁଡି ପଡିଥିଲା। ଏହାର ପ୍ରତିବାଦ ସ୍ବରୂପ ଭାଜପା ପକ୍ଷରୁ ଗୁରୁବାର ଏକ ସଭାର ଆୟୋଜନ କରାଯାଇଥିଲା ।

ବାରୁଦ ବିସ୍ଫୋରଣରେ ୨ ଭାଇ ଗୁରୁତର

ବାରୁଦ ବିସ୍ଫୋରଣରେ ୨ ଭାଇ ଗୁରୁତର

ପୁରୀ ଅଫିସ, ୨୬।୪: ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ମହିଷା ବ୍ରହ୍ମପୁରରେ ପୁଣି ବାରୁଦ ବିସ୍ଫୋରଣ ଘଟିଛି। ସକାଳେ ଘଟିଥିବା ଏହି ବିସ୍ଫୋରଣରେ ଦୁଇ ଭାଇ ଗୁରୁତର ଆହତ ହୋଇ ସଦର ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡିଛି। ସେମାନେ ହେଲେ ସୁମନ ଭୋଇ ଓ ସମୀର ଭୋଇ। ଉଭୟଙ୍କ ବୟସ ୬ ରୁ ୮ ବର୍ଷ ହେବ ବୋଲି କୁହାଯାଉଛି। ବିସ୍ଫୋରଣରେ ଉଭୟଙ୍କ ଶରୀରର ବିଭିନ୍ନ ଅଂଶ ପୋଡିଯାଇଛି।

ନୃତ୍ୟ ଦିବସରେ ସମ୍ବର୍ଦ୍ଧିତ ହେବେ ୬ ନୃତ୍ୟଗୁରୁ

ନୃତ୍ୟ ଦିବସରେ ସମ୍ବର୍ଦ୍ଧିତ ହେବେ ୬ ନୃତ୍ୟଗୁରୁ

ପୁରୀ ଅଫିସ, ୨୬।୪: ଚଳିତ ମାସ ୨୯ ତାରିଖରେ ବିଶ୍ୱ ନୃତ୍ୟ ଦିବସ। ଏହି ଉପଲକ୍ଷେ ଶ୍ରୀକ୍ଷେତ୍ର ନୃତ୍ୟଶିଳ୍ପୀ ସଂଘ ପକ୍ଷରୁ ଦୁଇ ଦିନ ଧରି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।