ରାଜ୍ୟ |

ଯୌନ ନିର୍ଯାତନାକାରୀଙ୍କୁ ପୋଲିସ ସୁରକ୍ଷା

ଯୌନ ନିର୍ଯାତନାକାରୀଙ୍କୁ ପୋଲିସ ସୁରକ୍ଷା

କଟକ ଅଫିସ, ୮।୧୨- ମହିଳାମାନଙ୍କ ବିରୋଧରେ ସଂଗଠିତ ଅପରାଧର ତଦନ୍ତରେ ଅବହେଳାକୁ ବରଦାସ୍ତ କରାଯିବ ନାହିଁ। ଅବହେଳା ପ୍ରଦର୍ଶନ କରୁଥିବା ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ଡିଜିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶକୁ ପୋଲିସ ପାଳନ କରୁନାହିଁ, ଯାହା ଜଗତପୁର ଥାନା ଅନ୍ତର୍ଗତ ପଦ୍ମପୁର ଅଞ୍ଚଳରେ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଘଟଣାରୁ ସ୍ପଷ୍ଟ ହୋଇଛି। ପୀଡ଼ିତା ଥାନାରେ ଏତଲା ଦେଲେ ଗତ ନଭେମ୍ବର ୮ରେ। ପୋଲିସ ଅଭିଯୁକ୍ତଙ୍କୁ ସୁରକ୍ଷା ଦେବାକୁ ଯାଇ ସେମାନଙ୍କୁ ଗିରଫ ନ କରିବାରୁ ଜଣେ ଅଦାଲତରୁ ଆଗୁଆ ଜାମିନରେ ଆସିଛନ୍ତି। ଅନ୍ୟ ଅଭିଯୁକ୍ତମାନେ ପୀଡ଼ିତାଙ୍କ ଘରକୁ ଯାଇ ଥାନାରୁ ମାମଲା ଉଠାଇବା ପାଇଁ ଧମକ ଦେଇଛନ୍ତି। ମାମଲା ନ ଉଠାଇଲେ ଦୁଇ ଝିଅଙ୍କୁ ଘରୁ ଉଠାଇନେବା ପାଇଁ ଧମକ ଦେଇଛନ୍ତି। ଏପରି କି ପୀଡ଼ିତାଙ୍କୁ ରାସ୍ତା ଉପରେ ବଳାତ୍କାର କରିବା ସହିତ ତାଙ୍କ ମୁହଁରେ ଏସିଡ୍‌ ଫିଙ୍ଗିବା ପାଇଁ ମଧ୍ୟ ଧମକ ଦେଇଛନ୍ତି। ଭୟ ଓ ମାନସିକ ଯନ୍ତ୍ରଣାରେ ପୀଡ଼ିତା ଶେଷରେ ଡିଜିପିଙ୍କୁ ଭେଟିବା ପାଇଁ ଶୁକ୍ରବାର ଆସିଥିଲେ। ଡିଜିପି ନ ଥିବାବେଳେ ଅଭିଯୋଗ ପ୍ରକୋଷ୍ଠ ଦାୟିତ୍ୱରେ ଥିବା ଏଆଇଜି ସୁବଳ ଚନ୍ଦ୍ର କରଙ୍କୁ ଭେଟି ଘଟଣା ବିଷୟରେ ପୀଡ଼ିତା ଅବଗତ କରାଇଥିଲେ।
ଅଭିଯୋଗ ମୁତାବକ, ପୀଡ଼ିତାଙ୍କୁ ପଦ୍ମପୁରର କେତେଜଣ ଯୁବକ ଯୌନ ନିର୍ଯାତନା ଦେବା ସହିତ ଗତ ନଭେମ୍ବର ୩ରେ ତାଙ୍କ ମୋବାଇଲକୁ ଆପତ୍ତିଜନକ ମେସେଜ ପଠାଇଥିଲେ। ସେମାନଙ୍କ କଥାରେ ରାଜି ନ ହେଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ। ଘଟଣା ସମ୍ପର୍କରେ ପୀଡ଼ିତା ଜଗତପୁର ଥାନାରେ ଅଭିଯୋଗ କରିଥିଲେ। ପୀଡ଼ିତାଙ୍କ ଅଭିଯୋଗକ୍ରମେ ଥାନାରେ ଆଇପିସି ଦଫା ୫୦୬, ୫୦୭, ୩୫୪(ଏ) ଓ ଇନଫର୍ମେଶନ ଟେକ୍ନୋଲୋଜି ଆକ୍ଟ-୨୦୦୦ ଅନୁଯାୟୀ ୬୬(ଏ) ମାମଲା (ନଂ. ୨୪୪/୨୦୧୭) ରୁଜୁ ହୋଇଥିଲା। ଏହି ମାମଲା ରୁଜୁ ହେବା ପରେ ପୀଡ଼ିତାଙ୍କ ଉପରେ ନିର୍ଯାତନା ବଢିଥିଲା। ସେମାନେ ପୂର୍ବପରି ଧମକଚମକ ଦେବା ସହିତ ଗତ ନଭେମ୍ବର ୧୧ ତାରିଖ ରାତିରେ ୫ ଜଣ ଯୁବକ ପୀଡ଼ିତାଙ୍କ ଘର ଭିତରକୁ ଯାଇଥିଲେ। ଭୟରେ ପୀଡ଼ିତା କବାଟ ବନ୍ଦ କରିଦେଇଥିଲେ। ସେମାନେ କବାଟ ବାଡେଇବା ସହିତ ଥାନାରୁ ମାମଲା ଉଠାଇବା ପାଇଁ ଧମକ ଦେଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏ ସଂକ୍ରାନ୍ତରେ ପୀଡ଼ିତା ପୁନର୍ବାର ଅଭିଯୋଗ କଲେ। ଘଟଣା ସମ୍ପର୍କରେ ମାମଲା ରୁଜୁ ହୋଇଛି। ସେମାନେ ଫେରାର ଅଛନ୍ତି। ସେମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି କହି ପୀଡ଼ିତାଙ୍କୁ ପୋଲିସ ଥାନାରୁ ଫେରାଇ ଦେଲା। ଏହା ପରେ ପୀଡ଼ିତା ଡିସିପିଙ୍କୁ ଆସି ଘଟଣା ସମ୍ପର୍କରେ ଜଣାଇଥିଲେ। ତଥାପି କୌଣସି ସୁଫଳ ମିଳିଲା ନାହିଁ।
ଅଭିଯୁକ୍ତମାନଙ୍କୁ ଗିରଫ କରିବା ପରିବର୍ତ୍ତେ ସେମାନଙ୍କୁ ସୁରକ୍ଷା ଯୋଗାଇଛି। ଫଳରେ ଭୟରେ ପୀଡ଼ିତା ଓ ତାଙ୍କ ପରିବାର ରହୁଛନ୍ତି। ରାଷ୍ଟ୍ରୀୟ ପଛୁଆବର୍ଗ ମହାସଂଘ ମହିଳା ମୋର୍ଚ୍ଚା କର୍ମକର୍ତ୍ତାଙ୍କୁ ପୀଡ଼ିତା ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ବନଶ୍ରୀ ମହାପାତ୍ରଙ୍କ ନେତୃତ୍ୱରେ ପୀଡ଼ିତା ଡିଜିପିଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ଏଆଇଜି କରଙ୍କୁ ଭେଟିଥିଲେ। ଏଆଇଜି କରଙ୍କୁ ଏ ସମ୍ପର୍କରେ ପଚାରିବାରୁ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଜଗତପୁର ଥାନା ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଡିସିପିଙ୍କୁ ମଧ୍ୟ ପତ୍ର ମାଧ୍ୟମରେ ଉକ୍ତ ମାମଲାର କାର୍ଯ୍ୟାନୁଷ୍ଠାନ ନିମନ୍ତେ ଅନୁଧ୍ୟାନ କରିବାକୁ କୁହାଯାଇଛି ବୋଲି ସେ କହିଥିଲେ।

All Right Reserved By

Model This Week

ନିକିତା

ରାଜ୍ୟ |

ଆକାଶରେ ବିଶୋଧନାଗାର ନିଆଁ

ଆକାଶରେ ବିଶୋଧନାଗାର ନିଆଁ

ପାରାଦୀପ,୨୨।୪(ସ୍ବ.ପ୍ର.): ଦେଶର ଅନ୍ୟତମ ବୃହତ୍‌ ପ୍ରକଳ୍ପ ତୈଳ ବିଶୋଧନାଗାର ପାରାଦୀପରେ ୨୦୧୪ରୁ ଉତ୍ପାଦନକ୍ଷମ ହୋଇଛି। ସେହିଦିନଠାରୁ ୩୩୪୪ ଏକର ଜାଗାରେ ପ୍ରତିଷ୍ଠିତ ଏହି ପ୍ରକଳ୍ପ ପରିସରରେ ୧୩୧ ମିଟର ଉଚ୍ଚ ଚିମିନି ଉପରେ ଅନବରତ ନିଆଁ ଜଳୁଛି। ଏଥିଯୋଗୁ ରାତିରେ ପାରାଦୀପରେ ସମଗ୍ର ଆକାଶ ଆଲୋକିତ ହୋଇଯାଉଛି।

ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ସିଣ୍ଡିକେଟ ସଦସ୍ୟଙ୍କ ନାମରେ ଅଭିଯୋଗ: କପି ଯାଞ୍ଚ ଆଳରେ ଛାତ୍ରୀଙ୍କୁ ଅସଦାଚରଣ

ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ସିଣ୍ଡିକେଟ ସଦସ୍ୟଙ୍କ ନାମରେ ଅଭିଯୋଗ: କପି ଯାଞ୍ଚ ଆଳରେ ଛାତ୍ରୀଙ୍କୁ ଅସଦାଚରଣ

ପୁରୀ ଅଫିସ,୨୨।୪ : ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଜଣେ ସିଣ୍ଡିକେଟ ସଦସ୍ୟଙ୍କ ନାମରେ ଆସିଛି ସାଂଘାତିକ ଅଭିଯୋଗ। ସେ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା ଶାସ୍ତ୍ରୀ ଦ୍ୱିତୀୟ ବର୍ଷ ପରୀକ୍ଷାରେ ନିଜକୁ ସ୍କ୍ବାଡ୍‌ ସଦସ୍ୟ ଭାବେ ପରିଚୟ ଦେଇ କପି ଯାଞ୍ଚ ଆଳରେ କେତେଜଣ ଛାତ୍ରୀଙ୍କୁ ଅସଦାଚରଣ କରିଛନ୍ତି। କେନ୍ଦୁଝର ଜିଲା ଟୁକୁଣାସ୍ଥିତ ବି.ଏନ୍‌. ସଂସ୍କୃତ ସରକାରୀ କଲେଜର ଛାତ୍ରୀମାନେ ଅଧ୍ୟକ୍ଷାଙ୍କ ନିକଟରେ ଏପରି ଅଭିଯାଗ କରିଛନ୍ତି।

ମହାନଦୀ ମହାସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୋକ୍ତି: ଭାଜପା ରୋକୁଛି ମହାନଦୀ ପାଣି

ମହାନଦୀ ମହାସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୋକ୍ତି: ଭାଜପା ରୋକୁଛି ମହାନଦୀ ପାଣି

ଭୁବନେଶ୍ୱର, ୨୨।୪(ବ୍ୟୁରୋ): ଭାରତୀୟ ଜନତାପାର୍ଟି (ଭାଜପା) ନେତୃତ୍ୱାଧୀନ କେନ୍ଦ୍ର ସରକାର ଏବଂ ଛତିଶଗଡ଼ ସରକାର ମହାନଦୀର ଜଳ ପ୍ରବାହକୁ ରୋକୁଛନ୍ତି। ଭାଜପା ହିଁ ଓଡ଼ିଶାକୁ ମହାନଦୀରୁ ତା’ର ଜଳ ପାଇବାରେ ପ୍ରତିବନ୍ଧକ ସାଜିଛି । ଏ ସମ୍ପର୍କରେ ରାଜ୍ୟବାସୀଙ୍କୁ ଜଣାଇବା ସକାଶେ ବିଜୁ ଜନତାଦଳର କର୍ମୀ, ନେତାମାନେ ସେମାନଙ୍କ ନିକଟକୁ ଯାଆନ୍ତୁ ଏବଂ ପରିସ୍ଥିତି ସମ୍ପର୍କରେ ଜଣାନ୍ତୁ।

ସର୍ବୋଚ୍ଚ ସ୍ତରରେ ତୈଳ ଦର

ସର୍ବୋଚ୍ଚ ସ୍ତରରେ ତୈଳ ଦର

ଭୁବନେଶ୍ୱର,୨୨।୪(ବ୍ୟୁରୋ): ପେଟ୍ରୋଲ ଏବଂ ଡିଜେଲ ଦର ସାଧାରଣ ଖାଉଟିଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ପେଟ୍ରୋଲ ୭୪ ଟଙ୍କା ନିକଟତର ହୋଇଥିବାବେଳେ ଡିଜେଲ ଦର ୭୦ ଟଙ୍କା ଅତିକ୍ରମ କଲାଣି। ଭାଜପା ଶାସନ କାଳରେ ପେଟ୍ରୋଲ ସର୍ବୋଚ୍ଚ ସ୍ତର ଛୁଇଁଥିବାବେଳେ ଡିଜେଲ ଦର ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି।

ଜୁନିୟର ଛାତ୍ରୀଙ୍କ ଭୟଙ୍କର ପ୍ରତିଶୋଧ: କଲ୍‌ଗର୍ଲ ଆଖ୍ୟା ଦେଇ ସିନିୟର ଛାତ୍ରୀଙ୍କ ଫଟୋ ଭାଇରାଲ କଲେ

ଚନ୍ଦ୍ରଶେଖରପୁର, ୨୨।୪(ଡି.ଏନ୍‌.ଏ.)- ବିଶୃଙ୍ଖଳିତ ଆଚରଣ ପାଇଁ ଜୁନିୟର ଛାତ୍ରୀଙ୍କୁ ତାଗିଦ୍‌ କରିବା ଜଣେ ସିନିୟର ଛାତ୍ରୀଙ୍କ ଲାଗି ମହଙ୍ଗା ପଡ଼ିଛି। ତଳ ଶ୍ରେଣୀର ଛାତ୍ରୀ ଜଣକ ସିନିୟର ଛାତ୍ରୀଙ୍କ ଉପରେ ଭୟଙ୍କର ପ୍ରତିଶୋଧ ନେଇଛନ୍ତି। ତାଙ୍କୁ କଲଗର୍ଲ ଆଖ୍ୟା ଦେଇ ସୋସିଆଲ ମିଡିଆରେ ତାଙ୍କ ଫଟୋ ଏବଂ ମୋବାଇଲ୍‌ ନମ୍ବରକୁ ଭାଇରାଲ କରିଦେଇଛନ୍ତି।

ଜୀବନବିନ୍ଦୁ କାର୍ଯ୍ୟକ୍ରମ: ୫୫ ୟୁନିଟ୍‌ ରକ୍ତ ସଂଗ୍ରହ

ଜୀବନବିନ୍ଦୁ କାର୍ଯ୍ୟକ୍ରମ: ୫୫ ୟୁନିଟ୍‌ ରକ୍ତ ସଂଗ୍ରହ

ନୟାଗଡ଼ ଅଫିସ,୨୨।୪- ନୟାଗଡ଼ ଜିଲା ଶରଣକୁଳ ପଞ୍ଚାୟତ କଟରାଝରୀ ଗ୍ରାମରେ ଜନକଲ୍ୟାଣ ସେବା ସଂଘ ତରଫରୁ ରବିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜୀବନ ବିନ୍ଦୁର ରାଜ୍ୟ ସଂଯୋଜକ ସତ୍ୟନାରାୟଣ ପ୍ରଧାନ ଏହାକୁ ଉଦ୍‌ଘାଟନ କରିବା ସହ ପ୍ରଥମେ ରକ୍ତଦାନ କରିଥିଲେ।

ଦୁର୍ଘଟଣାରେ ଶଳା, ଭିଣୋଇ  ମୃତ

ଦୁର୍ଘଟଣାରେ ଶଳା, ଭିଣୋଇ ମୃତ

ବାହାନଗା,୨୨।୪(ଡି.ଏନ.ଏ.)-ରବିବାର ରାତି ୯ଟାରେ ବାହାନଗାସ୍ଥିତ ୧୬ ନମ୍ବର ଜାତୀୟ ରାଜପଥର ପୁରୁଣା ବଜାର ନିକଟରେ ଏକ ଡମ୍ପର ଧକ୍କାରେ ୨ ମଟରସାଇକେଲ ଆରେହୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇଥିବା ଡମ୍ପରକୁ ଖନ୍ତାପଡା ଥାନା ପୋଲିସ ଶେରଗଡ ଟୋଲଗେଟ ନିକଟରୁ ଜବତ କରିଛି। ମୃତ ଯୁବକ ହେଲେ ସର୍ବୋଜ ଅଲ୍ଲୀ ଖଁ।, ଦାୟର ଅଲ୍ଲୀ ଖଁ। । ଘର ଚାନ୍ଦିପୁର ଥାନା ବଳାରାମଗଡ଼ିର ମିର୍ଜାପୁର ଅଞ୍ଚଳରେ। ଏମାନେ ସମ୍ପର୍କରେ ଶଳା ଓ ଭିଣୋଇ।

ଯୌତୁକ ପାଇଁ ସ୍ତ୍ରୀକୁ ପିଟି ପିଟି ହତ୍ୟା

ଯୌତୁକ ପାଇଁ ସ୍ତ୍ରୀକୁ ପିଟି ପିଟି ହତ୍ୟା

କପ୍ତିପଦା,୨୨।୪,(ଡି.ଏନ.ଏ)-ଅଧିକ ଯୌତୁକ ଦାବି କରି ଶନିବାର ବିଳମ୍ବିତ ରାତିରେ କପ୍ତିପଦା ଥାନା ମହୁଲଡିହା ଗ୍ରାମର ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ଲୁହା ରଡ ସାହାଯ୍ୟରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ୨ଭଉଣୀଙ୍କ ସଫଳତା

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ୨ଭଉଣୀଙ୍କ ସଫଳତା

ଖଣ୍ଡପଡ଼ା/ଭାପୁର,୨୨।୪(ସ୍ବ.ପ୍ର./ଡ଼ି.ଏନ.ଏ.)- ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ସଦାଶିବ ତ୍ରିପାଠୀଙ୍କ ଜୟନ୍ତୀ ଉତ୍ସବ ଭୁବନେଶ୍ୱର ଜୟଦେବ ଭବନଠାରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସ୍ଥାନୀୟ ଗୀତ ଗୋବିନ୍ଦ ସଦନଠାରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ପ୍ରବନ୍ଧ ଓ ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ମହିଳା ଶ୍ରମିକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ: ପାରିପାର୍ଶ୍ୱିକ ସ୍ଥିତିରୁ ହତ୍ୟା ସନ୍ଦେହ

ମହିଳା ଶ୍ରମିକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ: ପାରିପାର୍ଶ୍ୱିକ ସ୍ଥିତିରୁ ହତ୍ୟା ସନ୍ଦେହ

ଭୁବନେଶ୍ୱର, ୨୨।୪(ବ୍ୟୁରୋ)/ବାଲିଅନ୍ତା(ଡି.ଏନ.ଏ.)- ମଞ୍ଚେଶ୍ୱର ଥାନା ଇଞ୍ଜଣା ବସ୍ତିର ଏକ ନିର୍ମାଣାଧୀନ ଅପାର୍ଟମେଣ୍ଟ ନିକଟ ଘରୁ ଜଣେ ମହିଳା ଶ୍ରମିକଙ୍କ ଅର୍ଦ୍ଧଦଗ୍ଧ ମୃତଦେହକୁ ପୋଲିସ ରବିବାର ଜବତ କରିଛି। ମହିଳା ଜଣକ ନିଶାସକ୍ତ ଅବସ୍ଥାରେ ଶୋଇଥିବାବେଳେ ତାଙ୍କ ଦେହରେ ନିଆଁ ଲଗାଇ ପୋଡ଼ି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ବୋଲି ସେଠାରେ ରହୁଥିବା ଅନ୍ୟ ଶ୍ରମିକମାନେ କହିଛନ୍ତି।

ନାବାଳିକାକୁ ବଳାତ୍କାର ଅଭିଯୋଗ, ଯୁବକ ଅଟକ

ନାବାଳିକାକୁ ବଳାତ୍କାର ଅଭିଯୋଗ, ଯୁବକ ଅଟକ

କେନ୍ଦ୍ରାପଡା ଅଫିସ, ୨୨ା୪- କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଉଦୟନଗର ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ନେଇ ତାଙ୍କ ମା’ ରବିବାର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ମହୁଲପାଟଣା ଗ୍ରାମର ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

ବଳାତ୍କାରର ଶିକାର ହେଲେ ଦୁଇ ନାବାଳିକା: ପୀଡିତାଙ୍କ ମଧ୍ୟରୁ ଜଣେ ଭିନ୍ନକ୍ଷମ

ବଳାତ୍କାରର ଶିକାର ହେଲେ ଦୁଇ ନାବାଳିକା: ପୀଡିତାଙ୍କ ମଧ୍ୟରୁ ଜଣେ ଭିନ୍ନକ୍ଷମ

କଟକ ସଦର,୨୨।୪(ଡି.ଏନ୍‌.ଏ.): କଟକ ଜିଲା କିଶନନଗର ଥାନା ଅଞ୍ଚଳର ପୃଥକ ସ୍ଥାନରେ ୨ଜଣ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଶନିବାର ଅଭିଯୋଗ ହୋଇଛି। ପୋଲିସ ଏହି ମାମଲାରେ ୨ଜଣ ଅଭିଯୁକ୍ତଙ୍କୁ ରବିବାର ଥାନାକୁ ଆଣି ପଚରାଉଚରା କରୁଛି।