ରାଜ୍ୟ |

ଆରମ୍ଭ ହେଲା ଡଗ୍‌ ଶୋ’:ଭାଗନେଲେ ୩୧ ଲାବ୍ରାଡର, ୩୪ ରଟ୍‌ଓ୍ବିଲର

ଆରମ୍ଭ ହେଲା ଡଗ୍‌ ଶୋ’:ଭାଗନେଲେ ୩୧ ଲାବ୍ରାଡର,  ୩୪ ରଟ୍‌ଓ୍ବିଲର
ଉତ୍ସାହ ଭରିଲା ରଟ୍‌ଓ୍ବିଲର ନ୍ୟାଶନାଲ ଶୋ’ ଭୁବନେଶ୍ୱର, ୮।୧୨(ବ୍ୟୁରୋ)- ଓଡ଼ିଶା କେନେଲ କ୍ଲବ ପକ୍ଷରୁ ଶୁକ୍ରବାରଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଡଗ୍‌ ଶୋ’। ସୋଆ ୟୁନିଭର୍ସିଟି ଷ୍ଟାଡିୟମ୍‌ରେ ଆୟୋଜିତ ଏହି ଶୋ’ର ପ୍ରଥମ ଦିନରେ ଲାବ୍ରାଡର ରେଟ୍ରଭର ସ୍ପେଶାଲିଟି ଏବଂ ରଟ୍‌ଓ୍ବିଲର ନ୍ୟାଶନାଲ ଶୋ’ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଓଡିଶା କେନେଲ କ୍ଳବ୍‌ ଓ ଲାବ୍ରାଡର ରେଟ୍ରିଭର କ୍ଲବ୍‌-କଳିଙ୍ଗ ଚାପ୍ଟରର ମିଳିତ ଆନୁକୂଲ୍ୟରେ ୩ୟ ଲାବ୍ରାଡର ରେଟ୍ରିଭର ସ୍ପେଶାଲିଟି ଡଗ୍‌ ଶୋ’ ଆୟୋଜିତ ହୋଇଥିଲା। ଏଥିରେ ୩୧ କୁକୁର ଭାଗ ନେଇଥିଲେ। ଶୋ’ରେ ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର ସମେତ ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବମ୍ବେ, ଆନ୍ଧ୍ରପ୍ରଦେଶରୁ ଲାବ୍ରାଡର କୁକୁର ଭାଗ ନେଇଥିଲେ। ବିଚାରକ ଭାବେ ବାଙ୍ଗାଲୋରର ଯଶୋଧରା ହେମଚନ୍ଦ୍ରା ଯୋଗଦେଇଥିଲେ। ଶୋ’ରେ ବମ୍ବେର କରଣ ସିଂ ଓ୍ବାଲିଆଙ୍କ କୁକୁର ବେଷ୍ଟ ଇନ୍‌ ଶୋ’ଭାବେ ପୁରସ୍କୃତ ହୋଇଥିବା ବେଳେ କଟକର ଅନିମେଶ ମହାନ୍ତିଙ୍କ କୁକୁର ଦ୍ୱିତୀୟ ସ୍ଥାନ ହାସଲ କରିଥିଲା।ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶା କେନେଲ କ୍ଲବ୍‌ ଓ ଦ ରଟ୍‌ଓ୍ବିଲର କ୍ଲବ୍‌ ଅଫ୍‌ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ଆରମ୍ଭ ହୋଇଥିଲା ରଟ୍‌ଓ୍ବିଲର ନ୍ୟାଶନାଲ ଶୋ’। ଏଥିରେ ୩୪କୁକୁର ଭାଗ ନେଇଥିଲେ। ପ୍ରଥମ କରି ଏବର୍ଷ ଅନୁଷ୍ଠିତ ହୋଇଥିବା ଏହି ଶୋ’ଅଂଶଗ୍ରହଣକାରୀ ଓ ଦର୍ଶକଙ୍କ ମନରେ ଉତ୍ସାହ ଭରିଥିଲା। ବିଚାରକ ଭାବେ ସର୍ବିଆର ମିଓମିର ମାର୍କିକ୍‌ ଯୋଗଦେଇଥିଲେ। ଏଥିରେ ଭାଇଜାଗ୍‌ର ପି.ଭି.ଏଲ୍‌.ଟି. ରାଜୁଙ୍କ କୁକୁର ବେଷ୍ଟ ଇନ୍‌ ଶୋ’ ଭାବେ ପୁରସ୍କୃତ ହୋଇଥିବା ବେଳେ ଭୁବନେଶ୍ୱରର ରବୀନ୍ଦ୍ର ନାଥ ସାହୁଙ୍କ କୁକୁର ଦ୍ୱିତୀୟ ସ୍ଥାନରେ ରହିଥିଲା। ୩ଦିନ ଧରି ହେବାକୁ ଥିବା ଏହି ଶୋ’ରେ ଶନିବାର ଜର୍ମାନ ଶେଫର୍ଡ ଡଗ୍‌ ସ୍ପେଶାଲିଟି ରହିଥିବାବେଳେ ରବିବାର ଅଲ୍‌ ବ୍ରିଡ୍‌ସ ଚାମ୍ପିୟନଶିପ୍‌ ଶୋ’ଅନୁଷ୍ଠିତ ହେବ। ଚଳିତବର୍ଷ କ୍ଲବ୍‌ ତା’ର ୫୪ ଓ ୫୫ ତମ ଜାତୀୟସ୍ତରୀୟ ଅଲ୍‌ ବ୍ରିଡ୍‌ସ ଚାମ୍ପିୟନଶିପ୍‌ ଶୋ’ଆୟୋଜନ କରିବାକୁ ଯାଉଛି। ଗତବର୍ଷ ୨୮ ପ୍ରଜାତିର ୩୨୪ କୁକୁର ଭାଗ ନେଇଥିଲେ। ଏଥର ୩୫୦ କୁକୁର ଅଂଶଗ୍ରହଣ କରିବେ ବୋଲି କ୍ଲବ୍‌ ଆଶା ରଖିଛି। ତେବେ ସେଥିମଧ୍ୟରୁ କେବଳ ୧୦୦ରୁ ଊର୍ଦ୍ଧ୍ୱ ଜର୍ମାନ ଶେଫର୍ଡ ପ୍ରଜାତିର କୁକୁର ଅଂଶଗ୍ରହଣ କରିବେ।
All Right Reserved By

ରାଜ୍ୟ |

ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନକୁ ବିରୋଧ: ୧୨ ଘଣ୍ଟିଆ କେନ୍ଦ୍ରାପଡ଼ା ବନ୍ଦ ଡାକରା, ଆଳିରେ ରାସ୍ତାରୋକୋ

ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନକୁ ବିରୋଧ: ୧୨ ଘଣ୍ଟିଆ କେନ୍ଦ୍ରାପଡ଼ା ବନ୍ଦ ଡାକରା, ଆଳିରେ ରାସ୍ତାରୋକୋ

ଆଳି,୨୪।୧(ଡି.ଏନ୍‌.ଏ.): ବୁଧବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନକୁ ବିରୋଧ କରି ରାଷ୍ଟ୍ରୀୟ ସୁରକ୍ଷା ସମିତି ପକ୍ଷରୁ ଗୁୁରୁବାର ୧୨ ଘଣ୍ଟିଆ କେନ୍ଦ୍ରାପଡ଼ା ବନ୍ଦ ଡାକରା ଦିଆଯାଇଛି। 

ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳରେ ବିଳମ୍ବ: କନ୍ଦରପୁର ଷ୍ଟେଶନ ମାଷ୍ଟରଙ୍କୁ ମାଡ଼ ମାରିଲେ ଯାତ୍ରୀ, କଟକ ବଡ଼ ମେଡିକାଲରେ ଭର୍ତ୍ତି

ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳରେ ବିଳମ୍ବ: କନ୍ଦରପୁର ଷ୍ଟେଶନ ମାଷ୍ଟରଙ୍କୁ ମାଡ଼ ମାରିଲେ ଯାତ୍ରୀ, କଟକ ବଡ଼ ମେଡିକାଲରେ ଭର୍ତ୍ତି

କଟକ ସଦର,୨୪।୧(ଡି.ଏନ୍‌.ଏ.): କଟକ-ପାରାଦୀପ ରେଳପଥର କନ୍ଦରପୁର ଷ୍ଟେଶନରେ ଗୁରୁବାର ସକାଳେ ଯାତ୍ରୀବାହୀ ଟ୍ରେନ ଚଳାଚଳରେ ବିଳମ୍ବକୁ ନେଇ ଯାତ୍ରୀମାନେ ଷ୍ଟେଶନମାଷ୍ଟର ପୂର୍ଣ୍ଣଚନ୍ଦ୍ର ସେନାପତିଙ୍କୁ ମାଡ଼ ମାରି ଆହତ କରିଛନ୍ତି। ତାଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ଼ ମେଡିକାଲକୁ ପଠାଇ ଦିଆଯାଇଛି। 

ବିଜେଡିରେ ଯୋଗଦେଲେ ନବ ଦାସ

ବିଜେଡିରେ ଯୋଗଦେଲେ ନବ ଦାସ

ଝାରସୁଗୁଡା ଅଫିସ୍‌/ଭୁବନେଶ୍ୱର, ୨୪।୧(ବ୍ୟୁରୋ): ଝାରସୁଗୁଡାର କଂଗ୍ରେସ ବିଧାୟକ ନବ ଦାସ ଓ ତାଙ୍କ ସମର୍ଥକମାନେ ବିଜେଡିରେ ଯୋଗଦେଇଛନ୍ତି।

‘ନାରୀର ପ୍ରଗତି ହେଲେ ଦେଶର ପ୍ରଗତି ସମ୍ଭବ’

‘ନାରୀର ପ୍ରଗତି ହେଲେ ଦେଶର ପ୍ରଗତି ସମ୍ଭବ’

ଅତାବିରା, ୨୪।୧(ଡି.ଏନ.ଏ): ବରଗଡ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ପୋଡବାଡି ନେତାଜୀ କ୍ଲବ ପରିସରରେ ୪୦ତମ କ୍ଲବର ବାର୍ଷିକୋତ୍ସବ ଓ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ବୋଷଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। 

ଟ୍ରାଫିକ୍‌ ସଚେତନ କରାଇଲେ ଯମ

ଟ୍ରାଫିକ୍‌ ସଚେତନ କରାଇଲେ ଯମ

କେନ୍ଦୁଝର, ୨୪।୧(ସ୍ବ.ପ୍ର.): ଟ୍ରାଫିକ୍‌ ସୁରକ୍ଷା, ଜୀବନ ରକ୍ଷା। ଏହି ଅବସରରେ ସହରର ବିଭିନ୍ନ ସ୍ଥାନରେ ଯମ ଦରବାର ଆୟୋଜନ କରାଯାଇଥିଲା। 

କାର୍ଯ୍ୟକ୍ଷମ ହୋଇପାରୁନି ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶୌଚାଳୟ: ମଙ୍ଗଳା ମନ୍ଦିରକୁ ଆସୁଥିବା ପର୍ଯ୍ୟଟକ ହନ୍ତସନ୍ତ, ଜିଲାପାଳ ଦୃଷ୍ଟି ଦେବାକୁ ଦାବି

କାର୍ଯ୍ୟକ୍ଷମ ହୋଇପାରୁନି ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶୌଚାଳୟ: ମଙ୍ଗଳା ମନ୍ଦିରକୁ ଆସୁଥିବା ପର୍ଯ୍ୟଟକ ହନ୍ତସନ୍ତ, ଜିଲାପାଳ ଦୃଷ୍ଟି ଦେବାକୁ ଦାବି

କାକଟପୁର,୨୪।୧(ଡି.ଏନ୍‌.ଏ.): ପୁରୀ ଜିଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳା ରାଜ୍ୟର ପ୍ରସିଦ୍ଧ ଅଷ୍ଟଚଣ୍ଡୀଙ୍କ ମଧ୍ୟରୁ ଅନ୍ୟତମ। ଏଣୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଓ ରାଜ୍ୟ ବାହାରୁ ଦୈନିକ ଶହ ଶହ ପର୍ଯ୍ୟଟକ କାକଟପୁରକୁ ଆସିଥାଆନ୍ତି। ପର୍ଯ୍ୟଟନ ଋତୁ ବିଶେଷକରି ଚୈତ୍ର ମାସରେ ମା’ଙ୍କ ପ୍ରସିଦ୍ଧ ପର୍ବ ଝାମୁଯାତ୍ରା ଓ ଦଶହରାର ପାର୍ବଣ ପୂଜା ସମୟରେ ପ୍ରତ୍ୟହ ହଜାର ହଜାର ପର୍ଯ୍ୟଟକଙ୍କ ଏଠାରେ ସମାଗମ ହୋଇଥାଏ।

ଅଧାକଟା ଗଛ ଉପରେ ଚଢ଼ି ଓଲଟିଲା ବୋଲେରୋ: ବୌଦ୍ଧ ଜିଲା କୃଷି ଉପନିର୍ଦ୍ଦେଶକଙ୍କ ମୃତ୍ୟୁ; ଡ୍ରାଇଭର, ପିଅନ ଗୁରୁତର

ଅଧାକଟା ଗଛ ଉପରେ ଚଢ଼ି ଓଲଟିଲା ବୋଲେରୋ: ବୌଦ୍ଧ ଜିଲା କୃଷି ଉପନିର୍ଦ୍ଦେଶକଙ୍କ ମୃତ୍ୟୁ; ଡ୍ରାଇଭର, ପିଅନ ଗୁରୁତର

ବୌଦ୍ଧ,୨୪।୧(ସ୍ବ.ପ୍ର.): ବୌଦ୍ଧ ଜିଲା କୃଷି ଉପନିର୍ଦ୍ଦେଶକଙ୍କ ବୁଧବାର ରାତିରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଡ୍ରାଇଭର ଓ ପିଅନ ଗୁରୁତର ହୋଇଥିବା ଜଣାପଡ଼ିଛି। 

ରେଳମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି: ଭୁବନେଶ୍ୱର-ଝାରସୁଗୁଡ଼ା-ରାଉରକେଲାକୁ ଶତାବ୍ଦୀ ଏକ୍ସପ୍ରେସ ଚଳାଅ

ରେଳମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି: ଭୁବନେଶ୍ୱର-ଝାରସୁଗୁଡ଼ା-ରାଉରକେଲାକୁ ଶତାବ୍ଦୀ ଏକ୍ସପ୍ରେସ ଚଳାଅ

ଭୁବନେଶ୍ୱର, ୨୪ା୧(ବ୍ୟୁରୋ):ରେଲଓ୍ବେ ଓଡିଶାରୁ ପ୍ରଚୁର ରାଜସ୍ବ ନେଉଛି। ସେହି ତୁଳନାରେ ରେଳ ଭିତ୍ତିଭୂମି କିମ୍ବା ରେଳ ସେବା ନାହିଁ। ଭାରତୀୟ ରେଳକୁ ରାଜସ୍ବ ଯୋଗାଇବାରେ ଓଡିଶା ଏକ ବଡ ଅଂଶୀଦାର। ଯାତ୍ରୀ ପରିବହନ କ୍ଷେତ୍ରରେ ମଧ୍ୟ ଓଡିଶା ଜାତୀୟ ହାରଠାରୁ ଊର୍ଦ୍ଧ୍ୱରେ ରହିଛି। 

ଆଉ ୨ ଦିନ କୁହୁଡ଼ି: ୨୬ରେ ପଶ୍ଚିମ, ଦକ୍ଷିଣ ଓଡ଼ିଶାରେ ବର୍ଷା

ଆଉ ୨ ଦିନ କୁହୁଡ଼ି: ୨୬ରେ ପଶ୍ଚିମ, ଦକ୍ଷିଣ ଓଡ଼ିଶାରେ ବର୍ଷା

ଭୁବନେଶ୍ୱର, ୨୪ା୧(ବ୍ୟୁରୋ):ଗତ କିଛିଦିନ ହେବ ଉପକୂଳ ଓଡିଶାକୁ କୁହୁଡି ଘେରି ରହୁଛି। ଆସନ୍ତା ୨୫ ତାରିଖ ଯାଏ କୁହୁଡି ରହିବ। 

ନିର୍ବାଚନ ପାଇଁ ଚଳଚ୍ଚିତ୍ର ସାହାରା

ନିର୍ବାଚନ ପାଇଁ ଚଳଚ୍ଚିତ୍ର ସାହାରା

ଭୁବନେଶ୍ୱର,୨୪ା୧(ବ୍ୟୁରୋ):ଫିଲ୍ମ ମାଧ୍ୟମରେ ଚାଲିଛି ନିର୍ବାଚନ ପ୍ରଚାର। ନିଜ ସଫଳତାର ପ୍ରଚାର ପ୍ରସାର ପାଇଁ ଫିଲ୍ମକୁ ମାଧ୍ୟମ କରୁଛନ୍ତି ରାଜନୈତିକ ଦଳ। 

ଏପ୍ରିଲ ୨୮ରେ ଓୟୁଏଟି ପ୍ରବେଶିକା ପରୀକ୍ଷା

ଏପ୍ରିଲ ୨୮ରେ ଓୟୁଏଟି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର, ୨୪ା୧(ବ୍ୟୁରୋ):ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ଅଧୀନ ସମସ୍ତ ମହାବିଦ୍ୟାଳୟରେ ପ୍ରାକ୍‌ ସ୍ନାତ୍ତକ(ୟୁଜି) ପାଠ୍ୟକ୍ରମରେ ନାମଲେଖା ପାଇଁ ଆସନ୍ତା ଏପ୍ରିଲ ୨୮ରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ।

୨୯ରେ ଓଡ଼ିଶା ଆସୁଛନ୍ତି ଶାହ

୨୯ରେ ଓଡ଼ିଶା ଆସୁଛନ୍ତି ଶାହ

ଭୁବନେଶ୍ୱର,୨୪ା୧(ବ୍ୟୁରୋ): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆସନ୍ତା ୨୯ରେ ଓଡିଶା ଗସ୍ତରେ ଆସିବେ। କଟକ ଜିଲା ସାଲେପୁର କୁଲିଆଠାରେ ବୁଥ୍‌ସ୍ତରୀୟ କାର୍ଯ୍ୟକର୍ତ୍ତାମାନଙ୍କ ସମାବେଶରେ ସେ ଯୋଗଦେବେ ା