ରାଜ୍ୟ |

ମାଓବାଦୀ କ୍ୟାମ୍ପରେ ଚଢାଉ, ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ

 ମାଓବାଦୀ କ୍ୟାମ୍ପରେ ଚଢାଉ, ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି,୮।୧୨(ସ୍ବ.ପ୍ର.)- ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲା ଭେଜି ଜଙ୍ଗଲରେ ଶୁକ୍ରବାର ମାଓବାଦୀ କ୍ୟାମ୍ପ ଉପରେ ଚଢାଉ ହୋଇଛି। ଭେଜି ନିକଟରେ ମଓବାଦୀମାନଙ୍କ ଶିବିର ଚାଲିଥିବାର ଖବରପାଇ ୨୦୨କୋବ୍ରା ଟିମ୍‌ ଅପରସେନରେ ଯାଇଥିଲେ। ପୋଲିସକୁ ଦେଖି ମାଓବାଦୀମାନେ ଖସିଯାଇଥିବା ବେଳେ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। । ସହିଦ ଦିବସର ଶେଷ ଦିନରେ ପୋଲିସକୁ ମିଳିଛି ଏହି ସଫଳତା। ଘଟଣାସ୍ଥଳରୁ ଦୁଇଟି ବନ୍ଧୁକ, କିଟ୍‌ ବ୍ୟାଗ୍‌, ଗୁଳି,ସୋଲାର ଲାଇଟ, ଡ୍ରେସ୍‌ ପରି ଅନେକ ସାମଗ୍ରୀ ଜବତ ହୋଇଛି। ଏଥିରୁ ମାଓବାଦୀମାନେ କୌଣସି ବଡ ଯୋଜନା କରୁଥିବାର ଅନୁମାନ କରି ଅପରେସନକୁ ଯୋରଦାର କରାଯାଇଛି।

All Right Reserved By

ରାଜ୍ୟ |

ପୁରୀ ଷ୍ଟେଶନ ଲାଇଟ୍‌ ଗେଟ୍‌ ଭାଙ୍ଗିଲା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପୁରୀ ଷ୍ଟେଶନ ଲାଇଟ୍‌ ଗେଟ୍‌ ଭାଙ୍ଗିଲା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପୁରୀ ଅଫିସ,୨୦।୭: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଶୁକ୍ରବାର ପୁରୀ ସହରରେ ଲଗାଣ ବର୍ଷା ସହ ପ୍ରବଳ ବେଗରେ ପବନ ବୋହିବା ଯୋଗୁ ପୁରୀ ରେଳ ଷ୍ଟେଶନର ଦୁଇ ପ୍ରବେଶ ପଥରେ ଲାଗିଥିବା ଏକ ଲାଇଟ୍‌ ଗେଟ ଭାଙ୍ଗି ପଡ଼ିଛି।

‘ମୋ ସ୍କୁଲ’ କାର୍ଯ୍ୟକ୍ରମ ପାଇଁ ୧୦ ଲକ୍ଷ ଟଙ୍କା ପ୍ରଦାନ

‘ମୋ ସ୍କୁଲ’ କାର୍ଯ୍ୟକ୍ରମ ପାଇଁ ୧୦ ଲକ୍ଷ ଟଙ୍କା ପ୍ରଦାନ

ଭୁବନେଶ୍ୱର,୨୦।୭(ବ୍ୟୁରୋ): ସ୍ଥାନୀୟ ୟୁନିଟ-୯ ଉଚ୍ଚ ବାଳକ ବିଦ୍ୟାଳୟର ପୂର୍ବତନ ଛାତ୍ର ସଂଘ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ୧୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ତେଲେଙ୍ଗାନାର ସ୍ବତନ୍ତ୍ର ମୁଖ୍ୟ ଶାସନ ସଚିବ ବିଭୂପ୍ରସାଦ ଆଚାର୍ଯ୍ୟ, ବ୍ୟବସାୟୀ ତାରା ପ୍ରସାଦ ଧଳ, ପୂର୍ବତନ କ୍ରିକେଟ ତାରକା ଦେବାଶିଷ ମହାନ୍ତି ପ୍ରମୁଖ ‘ମୋ ସ୍କୁଲ’ କାର୍ଯ୍ୟକ୍ରମରେ ଉକ୍ତ ବାଳକ ବିଦ୍ୟାଳୟର ଉନ୍ନତି ପାଇଁ ଏହି ଟଙ୍କା ଦାନ କରିଥିବା ଜଣାପଡ଼ିଛି।

ବ୍ୟାସନଗର ସହର ଜଳମଗ୍ନ

ବ୍ୟାସନଗର ସହର ଜଳମଗ୍ନ

ଯାଜପୁର ରୋଡ,୨୦ା୭(ନି.ପ୍ର.)-ଲଘୁଚାପ ଜନିତ ବର୍ଷା ଫଳରେ ଶୁକ୍ରବାର ଯାଜପୁର ଜିଲା ବ୍ୟାସନଗର ଅଞ୍ଚଳରେ ବର୍ଷାଜଳ ନିଷ୍କାସିତ ହୋଇ ନପାରି ରାସ୍ତାରେ ଜମି ରହିଛି। ଫଳରେ ବ୍ୟାସନଗର ସହର ଜଳମଗ୍ନ ହୋଇଯାଇଛି।

ଯାଜପୁରରେ ପ୍ରବଳ ବର୍ଷା, ବନ୍ୟା ଆଶଙ୍କା

ଯାଜପୁରରେ ପ୍ରବଳ ବର୍ଷା, ବନ୍ୟା ଆଶଙ୍କା

ଯାଜପୁର ଅଫିସ,୨୦ା୭-ଯାଜପୁର ଜିଲାରେ ଶୁକ୍ରବାର ପ୍ରବଳ ବର୍ଷା ହୋଇ ବନ୍ୟା ଆଶଙ୍କା ଦେଖା ଦେଇଛି। ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ହାରାହାରି ୨୪.୩୦ମିମି ବର୍ଷା ରେକର୍ଡ କରାଯାଇଛି। ବୈତରଣୀ ନଦୀର ଜଳପତ୍ତନ ଆଖୁଆପଦା ଠାରେ ୧୬.୭୦ମିଟର ରହିଛି। ଏଠାରେ ବିପଦସଙ୍କୁଳ ୧୭.୮୩ମିଟର ପର୍ଯ୍ୟନ୍ତ ରଖାଯାଇଛି। ଫଳରେ ଯାଜପୁର,ବରୀ ଓ ଦଶରଥପୁର ବ୍ଲକ ଅଞ୍ଚଳରେ ବନ୍ୟା ଆଶଙ୍କା ରହିଛି।

ଡିସ୍‌ଚାର୍ଜ ହେବେନି ଜଗା ବଳିଆ: ସ୍ବାସ୍ଥ୍ୟମନ୍ତ୍ରୀ

ଡିସ୍‌ଚାର୍ଜ ହେବେନି ଜଗା ବଳିଆ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୭(ବ୍ୟୁରୋ): ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ୫ଜଣିଆ ଡାକ୍ତରୀ ଦଳ ସହିତ ଶୁକ୍ରବାର ଦିଲ୍ଲୀ ଏମ୍ସରେ ପହଞ୍ଚି ଯୋଡାମୁଣ୍ଡ ଶିଶୁ ଜଗାବଳିଆଙ୍କୁ ଭେଟିଛନ୍ତି। ସେଠାରେ ସେ ଜଗାବଳିଆଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଏମ୍ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି।

୨୪ରେ ଛଡାହେବ ହୀରାକୁଦ ଡ୍ୟାମରୁ ପ୍ରଥମ ବନ୍ୟାଜଳ

୨୪ରେ ଛଡାହେବ ହୀରାକୁଦ ଡ୍ୟାମରୁ ପ୍ରଥମ ବନ୍ୟାଜଳ

ସମ୍ବଲପୁର,୨୦।୭(ବ୍ୟୁରୋ)- ହୀରାକୁଦ ଡ୍ୟାମରୁ ଆସନ୍ତା ୨୪ ତାରିଖରେ ପ୍ରଥମ ବନ୍ୟା ଜଳ ନିଷ୍କାସିତ ହେବ। ଏନେଇ ପ୍ରସ୍ତୁତି ଚାଲିଛି ବୋଲି ହୀରାକୁଦ ଡ୍ୟାମ ମୁଖ୍ୟ ଯନ୍ତ୍ରୀ ଚିନ୍ମୟ ରାଉତ ସୂଚନା ଦେଇଛନ୍ତି। ଶୁକ୍ରବାର ମଧ୍ୟାହ୍ନ ୧୨ଟା ସୁଦ୍ଧା ଡ୍ୟାମର ଜଳସ୍ତର ୬୦୭.୮୭ ଫୁଟ ରହିଥିଲା। ପ୍ରତି ସେକେଣ୍ଡରେ ଡ୍ୟାମକୁ ୧,୧୧,୬୦୦ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ। ସେହିପରି ପ୍ରତି ସେକେଣ୍ଡରେ ଡ୍ୟାମରୁ ୧୨,୯୧୭ କ୍ୟୁସେକ ଜଳ ବିଭିନ୍ନ କେନାଲ ମାଧ୍ୟମରେ ନିଷ୍କାସିତ ହୋଉଥିଲା ।

ବାପାଙ୍କୁ ଖୋଜିବାକୁ ଯାଇ ବଜ୍ରପାତର ଶିକାର: ବିଲ ହିଡ଼ରେ ଟଳି ପଡ଼ିଲେ ପୁଅ

ବାପାଙ୍କୁ ଖୋଜିବାକୁ ଯାଇ ବଜ୍ରପାତର ଶିକାର: ବିଲ ହିଡ଼ରେ ଟଳି ପଡ଼ିଲେ ପୁଅ

ଖୁଣ୍ଟା,୨୦।୭: ଖୁଣ୍ଟା ଥାନା ଅଧିନ ଚୁନଡ଼ିହା ଗ୍ରାମରେ ଶୁକ୍ରବାର ପୂର୍ବାହ୍ନରେ ବଜ୍ରପାତ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ରାଜେନ୍ଦ୍ର ବେହେରା।

ଭୁବନେଶ୍ୱର-ବ୍ୟାଙ୍କକ୍‌ ବିମାନସେବା ବନ୍ଦ ପ୍ରସଙ୍ଗ: କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର-ବ୍ୟାଙ୍କକ୍‌ ବିମାନସେବା ବନ୍ଦ ପ୍ରସଙ୍ଗ: କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୭(ବ୍ୟୁରୋ): ନିକଟରେ ଏୟାର ଇଣ୍ଡିଆ ଭୁବନେଶ୍ୱରରୁ ବ୍ୟାଙ୍କକ୍‌ ବିମାନ ସେବା ବନ୍ଦ କରିଛି। ଏହି ସେବା ପୁନର୍ବାର ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ମନ୍ତ୍ରୀ ସୁରେଶ ପ୍ରଭାକର ପ୍ରଭୁଙ୍କୁ ଶୁକ୍ରବାର ଚିଠି ଲେଖିଛନ୍ତି।

ଦାରିଙ୍ଗବାଡ଼ିରେ କଏନ୍‌ ଚଳୁନି, ଛୋଟ ବ୍ୟବସାୟୀଙ୍କ ସମେତ ଗ୍ରାହକ ହନ୍ତସନ୍ତ

ଦାରିଙ୍ଗବାଡ଼ିରେ କଏନ୍‌ ଚଳୁନି, ଛୋଟ ବ୍ୟବସାୟୀଙ୍କ ସମେତ ଗ୍ରାହକ ହନ୍ତସନ୍ତ

ଦାରିଙ୍ଗବାଡ଼ି,୨୦।୭(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ଏବେ ବଡ଼ ସମସ୍ୟା ମୁଣ୍ଡ ଟେକିଛି। ଟଙ୍କିକିଆ ଏବଂ ଦୁଇ ଟଙ୍କିଆ କଏନକୁ ବଡ଼ ବ୍ୟବସାୟୀ ମାନେ ଗ୍ରହଣ କରୁନାହାନ୍ତି। ଫଳରେ ହିତାଧିକାରୀଙ୍କ ସମେତ ଛୋଟ ଛୋଟ ବ୍ୟବସାୟୀମାନେ ହଇରାଣ ହେଉଛନ୍ତି।

ନିର୍ମାଣ ହେଉନି ପକ୍କା ରାସ୍ତା: ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଧାରଣା

ନିର୍ମାଣ ହେଉନି ପକ୍କା ରାସ୍ତା: ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଧାରଣା

ବନ୍ତଳା,୨୦।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମ ୧୧ ଓ ୧୨ନଂ ଓ୍ବାର୍ଡରେ ପଞ୍ଚାୟତ ଗଠନ ଦିନଠାରୁ ସରକାରଙ୍କର ଜନହିତକର ଯୋଜନା କାର୍ଯ୍ୟକାରୀ କରାଯାଇନାହିଁ। ପଞ୍ଚାୟତରେ ୧୫ଟି ଓ୍ବାର୍ଡ ଥିବାବେଳେ ୧୩ଟି ୱାର୍ଡର ଗଳି କନ୍ଦି କଂକ୍ରିଟ ରାସ୍ତା ନିର୍ମାଣ ସରିଛି। କିନ୍ତୁ ୧୧ ଓ ୧୨ନଂ ୱାର୍ଡବାସୀ ବାରମ୍ବାର ପଲ୍ଲୀସଭା, ଗ୍ରାମସଭାରେ ପ୍ରସ୍ତାବ ଦେଉଥିଲେ ମଧ୍ୟ କେନାଲ ପାର୍ଶ୍ୱରେ ଥିବା ରାସ୍ତାରେ ବାଲି ମୁଠାଏ ପକାଯାଉନାହିଁ।

ସଂସଦରେ ଅନାସ୍ଥା ଆଲୋଚନା ପ୍ରସ୍ତାବ: କକ୍ଷତ୍ୟାଗ କଲା ବିଜେଡି

ସଂସଦରେ ଅନାସ୍ଥା ଆଲୋଚନା ପ୍ରସ୍ତାବ: କକ୍ଷତ୍ୟାଗ କଲା ବିଜେଡି

ଭୁବନେଶ୍ୱର,୨୦।୭(ବ୍ୟୁରୋ): ସଂସଦରେ ଅନାସ୍ଥା ପ୍ରସ୍ତାବ ନେଇ ଆଲୋଚନା ପୂର୍ବରୁ ବିଜୁ ଜନତା ଦଳ ଏମ୍‌ପିମାନେ କକ୍ଷତ୍ୟାଗ କରିଛନ୍ତି। ସଂସଦୀୟ ଦଳ ନେତା ଭତ୍ତୃହରି ମହତାବ କହିଲେ ଯେ, ଅତିତର ଉପା ସରକାର ଓ ବର୍ତ୍ତମାନର ଏନ୍‌ଡିଏ ସରକାର ଓଡ଼ିଶାକୁ ଅବହେଳା କରି ଆସିଛନ୍ତି।

ଆମେ ବିଶ୍ୱାସ କରିପାରୁନୁ ସେମାନେ ଆଉ ନାହାନ୍ତି

ଆମେ ବିଶ୍ୱାସ କରିପାରୁନୁ ସେମାନେ ଆଉ ନାହାନ୍ତି

ଭଦ୍ରକ ଅଫିସ,୨୦।୭: ଭଦ୍ରକ ୧୬ନଂ ଜାତୀୟ ରାଜପଥ ରାହାଞ୍ଜ ଛକଠାରେ ଟ୍ରକ ଧକ୍କାରେ ଗୁରୁବାର ରାଣିତଲାଓ ଉଚ୍ଚ ବିଦ୍ୟାଳୟର ୫ଜଣ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ଘଟଣାକୁ ନେଇ ଭାଙ୍ଗି ପଡ଼ିଛି ପରିବାର। ସାଙ୍ଗମାନଙ୍କୁ ହରାଇବାର ଦୁଃଖକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସହପାଠୀ।

Model This Week

ରୂପେଶ