ରାଜ୍ୟ |

ତେଜିଲା ଅସନ୍ତୋଷ

ତେଜିଲା ଅସନ୍ତୋଷ
ଭୁବନେଶ୍ୱର,୭।୧୨(ବ୍ୟୁରୋ) ମହାନଦୀ ଜଳ ବିବାଦ ନେଇ ଟ୍ରିବ୍ୟୁନାଲ ଗଠନ କରାଯାଇ ପାରିବ ନାହିଁ ବୋଲି କେନ୍ଦ୍ର ସରକାର ବୁଧବାର ସ୍ପଷ୍ଟ କରିବା ପରେ ଓଡିଶାର ବିଭିନ୍ନ ମହଲରେ ଅସନ୍ତୋଷ ତେଜିଛି। ଏହାକୁ ନେଇ ଗୁରୁବାର ବିଧାନସଭାରେ ଝଡ ସୃଷ୍ଟି ହୋଇଛି। ଉକ୍ତ ପ୍ରସଙ୍ଗରେ ବିରୋଧୀ ଦଳ ସରକାରଙ୍କ ଉପରେ ସଣ୍ଢୁଆଶି ଆକ୍ରମଣ କରିଥିବା ବେଳେ ସରକାରୀ ଦଳ କେନ୍ଦ୍ର ବିରୋଧରେ ରଣହୁଙ୍କାର ଦେଇଛି। ମହାନଦୀ ବିବାଦକୁ ନେଇ କେନ୍ଦ୍ରର ଆଭିମୁଖ୍ୟକୁ ସରକାର କଡା ବିରୋଧ କରିଛନ୍ତି। ତାହାର ଝଲକ ବିଧାନସଭାରେ ଦେଖିବାକୁ ମିଳିଛି। ମହାନଦୀ ସମସ୍ୟା ପାଇଁ ଭାଜପା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟ ଉପରେ ଜୋରଦାର ପ୍ରହାର କରିଛି। ଆକ୍ରମଣ ପ୍ରତିଆକ୍ରମଣରେ ବିଧାନସଭା ଋଣକ୍ଷେତ୍ର ପାଲଟି ଯାଇଥିଲା। ପ୍ରଚଣ୍ଡ ହଟ୍ଟଗୋଳରେ ଗୃହ କାର୍ଯ୍ୟ ବାଏଁ ବାଏଁ ଉଡି ଯାଇଥିଲା। ମହାନଦୀର ଗୋଳିଆ ପାଣିରୁ କେଉଁ ଦଳ କେତେ ରାଜନୈତିକ ଫାଇଦା ନେବ ସେ ନେଇ ଆରମ୍ଭ ହୋଇଛି କସରତ। ବିରୋଧୀ ଓ ଶାସକଙ୍କ ହଟ୍ଟଗୋଳରେ ବିଧାନସଭାର ପ୍ରଥମାର୍ଦ୍ଧ ମାତ୍ର ୨ ମିନିଟରେ ଶେଷ ହୋଇ ଯାଇଥିଲା। ଅପରାହ୍ନରେ ମଧ୍ୟ ଗୃହରେ ମହାନଦୀ ତାତି ଦେଖିବାକୁ ମିଳିଥିଲା। ଶାସକ ଦଳ ଗୃହକୁ ପୁଣି ନିଜ କବ୍‌ଜାକୁ ନେଇଥିଲେ। ଦୁଇଟି ପର୍ଯ୍ୟାୟରେ ଗୃହ କାର୍ଯ୍ୟ ୩ ଘଣ୍ଟା ଅଚଳ ହୋଇ ଯାଇଥିଲା। ଅପରାହ୍ଣରେ ସର୍ବଦଳୀୟ ବୈଠକ ପରେ ବିଧାନସଭା ସ୍ବାଭାବିକ ହୋଇଥିଲା। କେନ୍ଦ୍ର ସରକାରଙ୍କ ସତ୍ୟପାଠକୁ ନେଇ ବିଧାନସଭା ସରଗରମ ହେବାର ପୂର୍ବାଭାସ ମିଳୁଥିଲା। ୧୦ଟା ୩୦ ମିନିଟରେ ବାଚସ୍ପତି ପ୍ରଦୀପ କୁମାର ଅମାତ ଗୃହକୁ ପ୍ରବେଶ କରିବା ମାତ୍ରେ ମହାନଦୀର ଚିତ୍କାର ଆରମ୍ଭ ହୋଇ ଯାଇଥିଲା। ବାଚସ୍ପତି ନିଜ ସିଟ୍‌ରେ ବସିବା ପୂର୍ବରୁ କଂଗ୍ରେସ ଓ ଭାଜପା ସଭ୍ୟ ଛିଡା ହୋଇ ମହାନଦୀ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଥିଲେ। ବିରୋଧୀ ଦଳ ନେତା ନରସିଂହ ମିଶ୍ର କିଛି କହିବାକୁ ଅନୁମତି ମାଗୁଥିବା ବେଳେ ଶାସକ ଦଳର ସଭ୍ୟମାନେ ନିଜ ଆସନ ନିକଟରେ ଛିଡା ହୋଇ କେନ୍ଦ୍ର ସରକାର ହାଏ ହାଏ, ପ୍ରଧାନମନ୍ତ୍ରୀ ଡାଉନ ଡାଉନ ସ୍ଲୋଗାନ ଦେଇଥିଲେ। ଏହି ସମୟରେ କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତି, ଦେବେନ୍ଦ୍ର ଶର୍ମା, ଅଂଶୁମାନ ମହାନ୍ତି, ପ୍ରଫୁଲ୍ଲ ମାଝି, ଭୁଜବଳ ମାଝି, ଚନ୍ଦ୍ରଶେଖର ମାଝି, ଚିରଞ୍ଜୀବୀ ବିଶ୍ୱାଳ, କେ.ସୂର୍ଯ୍ୟ ରାଓ ପ୍ରମୁଖ ଗୃହର ମଧ୍ୟଭାଗକୁ ଆସି ପାଟିତୁଣ୍ଡ କରିଥିଲେ। ଭାଜପା ସଭ୍ୟ ପ୍ରଦୀପ ପୁରୋହିତ, ବସନ୍ତ ପଣ୍ଡା, ରାଧାରାଣୀ ପଣ୍ଡା, ରବି ନାୟକ ପ୍ରମୁଖ ଗୃହର ମଧ୍ୟଭାଗକୁ ଆସି କଂଗ୍ରେସ ସହ ତାଳ ମିଳାଇଥିଲେ। କଂଗ୍ରେସ ସଦସ୍ୟମାନେ ଭାଜପା ବିଜେଡି ହାଏ ହାଏ... ସ୍ଲୋଗାନ ଦେଉଥିବା ବେଳେ ଭାଜପା ସଦସ୍ୟମାନେ ନବୀନ ପଟ୍ଟନାୟକ ହାଏ ହାଏ ସ୍ଲୋଗାନ ଦେଇଥିଲେ। ଅପରପକ୍ଷରେ ବିଜେଡି ସଦସ୍ୟମାନେ ମଧ୍ୟ ସ୍ଲୋଗାନବାଜିରେ ମାତିଥିଲେ। ୨ ମିନିଟି କାଳ ନାରାବାଜି ଯୋଗୁ ଗୃହ ପ୍ରକମ୍ପିତ ହୋଇଥିଲା। ବାଚସ୍ପତି ସଭ୍ୟମାନଙ୍କୁ ଶାନ୍ତ ହୋଇ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ତେବେ ବାଚସ୍ପତିଙ୍କୁ କେହି ଆଡ ଆଖିରେ ନ ଚାହିଁ ହଟ୍ଟଗୋଳରେ ମାତି ଯାଇଥିଲେ। ପରିସ୍ଥିତି ଅସମ୍ଭାଳ ହେଉଥିବା ଦେଖି ବାଚସ୍ପତି ମାତ୍ର ୨ ମିନିଟ ଅର୍ଥାତ ୧୦ଟା ୩୨ ମିନିଟରେ ଗୃହକୁ ଅପରାହ୍ନ ୩ଟା ଯାଏ ମୁଲତବୀ ଘୋଷଣା କରି ଦେଇଥିଲେ। ୩ଟା ପରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ବିଜେଡି ସଭ୍ୟ ମହେଶ ସାହୁ କହିଲେ ମହାନଦୀ ପ୍ରସଙ୍ଗ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଗୃହ କାର୍ଯ୍ୟ ବାତିଲ କରାଯାଇ ମହାନଦୀ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଡକାଯାଉ। ବିଜେଡି ସଦସ୍ୟମାନେ ଏହି ପ୍ରସଙ୍ଗକୁ ନେଇ ଗୃହରେ ହଟ୍ଟଗୋଳ କରିଥିଲେ। ବାଚସ୍ପତି ଗୃହକୁ ୩ଟା ୨ ମିନିଟରେ ୩୦ ମିନିଟ ପାଇଁ ମୁଲତବୀ ଘୋଷଣା କରିଥିଲେ। ୩ଟା ୩୨ରେ ବାଚସ୍ପତି ଗୃହ କାର୍ଯ୍ୟ ଆରମ୍ଭ କରିବା ମାତ୍ରେ ପୁଣି ବିଜେଡି ସଦସ୍ୟମାନେ ହଟ୍ଟଗୋଳ ଆରମ୍ଭ କରି ଦେଇଥିଲେ। ବାଚସ୍ପତି ଅପରାହ୍ନ ୫ଟାରେ ସର୍ବଦଳୀୟ ବୈଠକ ଡକାଯିବ କହି ଗୃହକୁ ଅପରାହ୍ନ ୬ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ମହାନଦୀ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ହେବା ପରେ ଗୃହ କାର୍ଯ୍ୟ ସ୍ବାଭାବିକ ହୋଇଥିଲା। ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ଆଲୋଚନା ହୋଇଥିଲା।ବିଧାନସଭା ବାହାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ସେ କହିଥିଲେ ଯେ ମହାନଦୀ ବିବାଦକୁ ନେଇ ବୁଧବାର ୫ ଘଣ୍ଟା ଆଲୋଚନା ହେଲା। ଫଳ କ’ଣ ହେଲା। ଓଡିଶାବାସୀଙ୍କ ପ୍ରତି କେନ୍ଦ୍ର ସରକାର ବେଇମାନି କରିଛନ୍ତି। ରାଜ୍ୟବାସୀଙ୍କୁ ପ୍ରତାରିତ କରାଯାଇଛି ବୋଲି ନରସିଂହ କହିଛନ୍ତି। ବିରୋଧୀ ଦଳ ନେତା ନରସିଂହ ମିଶ୍ର କିଛି କହିବାକୁ ଅନୁମତି ମାଗୁଥିବା ବେଳେ ଶାସକ ଦଳର ସଭ୍ୟମାନେ ନିଜ ଆସନ ନିକଟରେ ଛିଡା ହୋଇ କେନ୍ଦ୍ର ସରକାର ହାଏ ହାଏ, ପ୍ରଧାନମନ୍ତ୍ରୀ ଡାଉନ ଡାଉନ ସ୍ଲୋଗାନ ଦେଇଥିଲେ। ଏହି ସମୟରେ କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତି, ଦେବେନ୍ଦ୍ର ଶର୍ମା, ଅଂଶୁମାନ ମହାନ୍ତି, ପ୍ରଫୁଲ୍ଲ ମାଝି, ଭୁଜବଳ ମାଝି, ଚନ୍ଦ୍ରଶେଖର ମାଝି, ଚିରଞ୍ଜୀବୀ ବିଶ୍ୱାଳ, କେ.ସୂର୍ଯ୍ୟ ରାଓ ପ୍ରମୁଖ ଗୃହର ମଧ୍ୟଭାଗକୁ ଆସି ପାଟିତୁଣ୍ଡ କରିଥିଲେ। ଭାଜପା ସଭ୍ୟ ପ୍ରଦୀପ ପୁରୋହିତ, ବସନ୍ତ ପଣ୍ଡା, ରାଧାରାଣୀ ପଣ୍ଡା, ରବି ନାୟକ ପ୍ରମୁଖ ଗୃହର ମଧ୍ୟଭାଗକୁ ଆସି କଂଗ୍ରେସ ସହ ତାଳ ମିଳାଇଥିଲେ। କଂଗ୍ରେସ ସଦସ୍ୟମାନେ ଭାଜପା ବିଜେଡି ହାଏ ହାଏ... ସ୍ଲୋଗାନ ଦେଉଥିବା ବେଳେ ଭାଜପା ସଦସ୍ୟମାନେ ନବୀନ ପଟ୍ଟନାୟକ ହାଏ ହାଏ ସ୍ଲୋଗାନ ଦେଇଥିଲେ। ଅପରପକ୍ଷରେ ବିଜେଡି ସଦସ୍ୟମାନେ ମଧ୍ୟ ସ୍ଲୋଗାନବାଜିରେ ମାତିଥିଲେ। ୨ ମିନିଟି କାଳ ନାରାବାଜି ଯୋଗୁ ଗୃହ ପ୍ରକମ୍ପିତ ହୋଇଥିଲା। ବାଚସ୍ପତି ସଭ୍ୟମାନଙ୍କୁ ଶାନ୍ତ ହୋଇ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ତେବେ ବାଚସ୍ପତିଙ୍କୁ କେହି ଆଡ ଆଖିରେ ନ ଚାହିଁ ହଟ୍ଟଗୋଳରେ ମାତି ଯାଇଥିଲେ। ପରିସ୍ଥିତି ଅସମ୍ଭାଳ ହେଉଥିବା ଦେଖି ବାଚସ୍ପତି ମାତ୍ର ୨ ମିନିଟ ଅର୍ଥାତ ୧୦ଟା ୩୨ ମିନିଟରେ ଗୃହକୁ ଅପରାହ୍ନ ୩ଟା ଯାଏ ମୁଲତବୀ ଘୋଷଣା କରି ଦେଇଥିଲେ। ୩ଟା ପରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ବିଜେଡି ସଭ୍ୟ ମହେଶ ସାହୁ କହିଲେ ମହାନଦୀ ପ୍ରସଙ୍ଗ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଗୃହ କାର୍ଯ୍ୟ ବାତିଲ କରାଯାଇ ମହାନଦୀ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଡକାଯାଉ। ବିଜେଡି ସଦସ୍ୟମାନେ ଏହି ପ୍ରସଙ୍ଗକୁ ନେଇ ଗୃହରେ ହଟ୍ଟଗୋଳ କରିଥିଲେ। ବାଚସ୍ପତି ଗୃହକୁ ୩ଟା ୨ ମିନିଟରେ ୩୦ ମିନିଟ ପାଇଁ ମୁଲତବୀ ଘୋଷଣା କରିଥିଲେ। ୩ଟା ୩୨ରେ ବାଚସ୍ପତି ଗୃହ କାର୍ଯ୍ୟ ଆରମ୍ଭ କରିବା ମାତ୍ରେ ପୁଣି ବିଜେଡି ସଦସ୍ୟମାନେ ହଟ୍ଟଗୋଳ ଆରମ୍ଭ କରି ଦେଇଥିଲେ। ବାଚସ୍ପତି ଅପରାହ୍ନ ୫ଟାରେ ସର୍ବଦଳୀୟ ବୈଠକ ଡକାଯିବ କହି ଗୃହକୁ ଅପରାହ୍ନ ୬ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ମହାନଦୀ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ହେବା ପରେ ଗୃହ କାର୍ଯ୍ୟ ସ୍ବାଭାବିକ ହୋଇଥିଲା। ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ଆଲୋଚନା ହୋଇଥିଲା। ବିଧାନସଭା ବାହାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ସେ କହିଥିଲେ ଯେ ମହାନଦୀ ବିବାଦକୁ ନେଇ ବୁଧବାର ୫ ଘଣ୍ଟା ଆଲୋଚନା ହେଲା। ଫଳ କ’ଣ ହେଲା। ଓଡିଶାବାସୀଙ୍କ ପ୍ରତି କେନ୍ଦ୍ର ସରକାର ବେଇମାନି କରିଛନ୍ତି। ରାଜ୍ୟବାସୀଙ୍କୁ ପ୍ରତାରିତ କରାଯାଇଛି ବୋଲି ନରସିଂହ କହିଛନ୍ତି।
All Right Reserved By

ରାଜ୍ୟ |

ବାତ୍ୟା ପାଇଁ ସ୍ବାସ୍ଥ୍ୟ ବିଭାଗର ପ୍ରସ୍ତୁତି: ୫ ଜିଲାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ

ବାତ୍ୟା ପାଇଁ ସ୍ବାସ୍ଥ୍ୟ ବିଭାଗର ପ୍ରସ୍ତୁତି: ୫ ଜିଲାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୦ା୯(ବ୍ୟୁରୋ)- ବାତ୍ୟା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମେଡିକାଲ ରିିଲିଫ ସେଣ୍ଟର ଖୋଲିବ। ଲୋକଙ୍କ ପାଖରେ ସ୍ବାସ୍ଥ୍ୟସେବା ପହଞ୍ଚାଇବା ପାଇଁ  ବିଭାଗ ଏଭଳି ପଦକ୍ଷେପ ଗ୍ରହଣ କରିଛି।

‘ଡିଜିଟାଲ ଜେଣ୍ଡର ଆଟଲାସ୍‌’ ଲୋକାର୍ପିତ: ଓ୍ବେବ୍‌ସାଇଟରୁ ମିଳିବ ଛାତ୍ରୀଛାତ୍ରଙ୍କ ତଥ୍ୟ

‘ଡିଜିଟାଲ ଜେଣ୍ଡର ଆଟଲାସ୍‌’ ଲୋକାର୍ପିତ: ଓ୍ବେବ୍‌ସାଇଟରୁ ମିଳିବ ଛାତ୍ରୀଛାତ୍ରଙ୍କ ତଥ୍ୟ

ଭୁବନେଶ୍ୱର, ୨୦ା୯(ବ୍ୟୁରୋ)- ରାଜ୍ୟର ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ‘ଡିଜିଟାଲ ଜେଣ୍ଡର୍‌ ଆଟ୍‌ଲାସ୍‌’ ଓ୍ବେବସାଇଟ୍‌ ଗୁରୁବାର ଅପରାହ୍ନରେ ଲୋକାର୍ପିତ ହୋଇଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାଶ ସଚିବାଳୟସ୍ଥିତ ତାଙ୍କ କାର୍ଯ୍ୟାଳୟରେ ଏହାକୁ ଉନ୍ମୋଚନ କରିଛନ୍ତି।

ଗିରଫ ପରେ ମନ୍ତ୍ରୀଙ୍କ ପୁଅ କୋର୍ଟ ଚାଲାଣ

ଗିରଫ ପରେ ମନ୍ତ୍ରୀଙ୍କ ପୁଅ କୋର୍ଟ ଚାଲାଣ

କେନ୍ଦୁଝର, ୨୦।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଷିପୁରା ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଏବଂ ପଦନାଠାରେ ପୋଲିସକୁ ମାଡ଼ ଘଟଣାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କୁ କେନ୍ଦୁଝର ପୋଲିସ ଗିରଫ କରି ଗୁରୁବାର ଜିଲା କୋର୍ଟକୁ ଚାଲାଣ କରିଛି। ଚାଲାଣ ବେଳେ ବହୁ ସଂଖ୍ୟାରେ ବିଜେଡି କର୍ମୀ ଓ ନେତା ଥାନା ନିକଟରେ ଭିଡ଼ ଜମାଇଥିଲେ।

୩ ଥାନାରେ ବିଗିଡି ଚାଲିଛି ଆଇନ୍‌ ଶୃଙ୍ଖଳା: ପ୍ରତିକାର ନ ହେଲେ ଆନ୍ଦୋଳନକୁ ଓହ୍ଲାଇବ ଭାଜପା

୩ ଥାନାରେ ବିଗିଡି ଚାଲିଛି ଆଇନ୍‌ ଶୃଙ୍ଖଳା: ପ୍ରତିକାର ନ ହେଲେ ଆନ୍ଦୋଳନକୁ ଓହ୍ଲାଇବ ଭାଜପା

ଖୋର୍ଦ୍ଧା ଅଫିସ,୨୦।୯: ଖୋର୍ଦ୍ଧା ଜିଲା ବେଗୁନିଆ ନିର୍ବାଚନ ମଣ୍ଡଳୀର ବେଗୁନିଆ, ବୋଲଗଡ ଓ ଜଙ୍କିଆ ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଛି ବୋଲି ଭାଜପା ପକ୍ଷରୁ ଅଭିଯୋଗ ହୋଇଛି । ଏ ନେଇ ବେଗୁନିଆ ନିର୍ବାଚନମଣ୍ଡଳୀ ଭାଜପା ପକ୍ଷରୁ ଖୋର୍ଦ୍ଧାରେ ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ପୋଲିସ ବିରୋଧରେ ନେତାମାନେ ବର୍ଷିଛନ୍ତି । 

ତୀବ୍ର ଅବପାତର ରୂପ ନେଲା ଲଘୁଚାପ: ଝଡ଼ବାତ୍ୟା ଆଶଙ୍କା, ୫ ଜିଲାକୁ ସତର୍କ ସୂଚନା

ତୀବ୍ର ଅବପାତର ରୂପ ନେଲା ଲଘୁଚାପ: ଝଡ଼ବାତ୍ୟା ଆଶଙ୍କା, ୫ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର,୨୦।୯(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ତୀବ୍ର ଅବପାତର ରୂପ ନେଇଛି। ଏହାର ପ୍ରଭାବରେ ଗୁରୁବାର ମଧ୍ୟରାତ୍ରରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୬୦ ରୁ ୮୦ କିମି ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଛତ୍ରପୁରକୁ ରାସ୍ତା ପଚାରି ୨ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ଛତ୍ରପୁରକୁ ରାସ୍ତା ପଚାରି ୨ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ବ୍ରହ୍ମପୁର ଅଫିସ,୨୦।୯:  କୋର୍ଟପେଟାସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ ସମ୍ମୁଖରେ ଗୁରୁବାର ବାଟ ପଚାରି ୨ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ। ଅଯୋଧ୍ୟାନଗର ଦ୍ୱିତୀୟ ଲାଇନ୍‌ର ଅନୀଲ କୁମାର ପ୍ରଧାନ ୨ ଲକ୍ଷ ଟଙ୍କା ଜମା କରିବା ନିମନ୍ତେ ବ୍ୟାଙ୍କକୁ ଯାଇଥିଲେ। ମାତ୍ର ଦୁଇଜଣ ଲୁଟେରା ଏକ ବାଇକ୍‌ରେ ଆସି ଅନିଲଙ୍କୁ ଛତ୍ରପୁର ଯିବାକୁ ରାସ୍ତା ପଚାରିଥିଲେ।

ମହାକାଳପଡାରେ ଯୁବକଙ୍କୁ ହତ୍ୟା

ମହାକାଳପଡାରେ ଯୁବକଙ୍କୁ ହତ୍ୟା

ମହାକାଳପଡା,୨୦।୯(ଡି.ଏନ.ଏ.)-ମହାକାଳପଡା ବ୍ଳକ ଅଧୀନ ବଡିହ ଗ୍ରାମର ବସନ୍ତ ନାୟକ (୨୨) ନାମକ ଜଣେ ଯୁବକଙ୍କୁ ବୁଧବାର ବିଳମ୍ବିତ ରାତିରେ ହତ୍ୟା କରାଯାଇଛି । ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

ଶିକ୍ଷକଙ୍କୁ ଆକ୍ରମଣ ଓ ଧମକ ପ୍ରତିବାଦରେ ଛାତ୍ରୀଛାତ୍ରଙ୍କ ଧାରଣା

ଶିକ୍ଷକଙ୍କୁ ଆକ୍ରମଣ ଓ ଧମକ ପ୍ରତିବାଦରେ ଛାତ୍ରୀଛାତ୍ରଙ୍କ ଧାରଣା

କାକଟପୁର,୨୦।୯(ଡି.ଏନ୍‌ଏ.): ପୁରୀ ଜିଲା ଅସ୍ଥରଙ୍ଗ ବ୍ଲକ ଆଳସାହି ପଞ୍ଚାୟତ  ପାଞ୍ଚଗ୍ରାମ ଉଚ୍ଚ  ପ୍ରାଥମିକ  ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ   ବୁଧବାର ଉକ୍ତ ଗ୍ରମର ଜଣେ ଯୁବକ ଆକ୍ରମଣ କରିବା ସହ ବିଦ୍ୟାଳୟକୁ ଆସିଲେ ମାରିଦେବାକୁ ଧମକ ଦେଇଥିଲେ। 

 ବିଦ୍ୟୁତ ଖୁଣ୍ଟକୁ ପିଟିଲା ଲୁଟେରାଙ୍କ ବୋଲେରୋ, ୩ଜଣଙ୍କୁ ଅଟକ ରଖି ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟିନେଲେ ଗ୍ରାମବାସୀ

ବିଦ୍ୟୁତ ଖୁଣ୍ଟକୁ ପିଟିଲା ଲୁଟେରାଙ୍କ ବୋଲେରୋ, ୩ଜଣଙ୍କୁ ଅଟକ ରଖି ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟିନେଲେ ଗ୍ରାମବାସୀ

ରଣପୁର,୨୦।୯(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ଅନ୍ତର୍ଗତ ବାଉଁଶଗଡ଼ଠାରେ ଗୁରୁବାର ମଧ୍ୟାହ୍ନ ୧୨ଟାରେ ଜଣେ ମାଛ ବେପାରୀଙ୍କଠାରୁ ଲୁଟ ହୋଇଛି। ୪ଜଣ ଦୁର୍ବୃତ୍ତ ଏକ ବୋଲେରୋରେ ଆସି ବେପାରୀ ନବ କିଶୋର ରାଉତଙ୍କୁ ବନ୍ଧୁକ ଦେଖାଇ ୧୫ ହଜାର ଟଙ୍କା ଓ ମୋବାଇଲ ଲୁଟି ନେଇ ଦ୍ରୁତ ଗତିରେ ପଳାଉଥିଲେ। ଏହି ସମୟରେ ସେମାନେ କୁଳାସର ଗ୍ରାମରେ ଥିବା ଏକ ବିଦ୍ୟୁତ ଖୁଣ୍ଟ ସହ ଧକ୍କା ହୋଇଥିଲେ। ଗାଡ଼ିଟି ଅଟକି ଯିବାପରେ ଗ୍ରାମବାସୀ ସେମାନଙ୍କୁ ଘେରିଯାଇଥିଲେ।

ରାଜନଗରରେ ବୈଜୟନ୍ତଙ୍କ କୁଶ ପୁତ୍ତଳିକା ଦାହ

ରାଜନଗରରେ ବୈଜୟନ୍ତଙ୍କ କୁଶ ପୁତ୍ତଳିକା ଦାହ

ରାଜନଗର,୨୦।୯(ଡି.ଏନ.ଏ.)-ରାଜନଗର ବିଜେଡି ପକ୍ଷରୁ ଗୁରୁବାର ମଧ୍ୟାହ୍ନ ୧୨ଟା ସମୟରେ ରାଜନଗର ବ୍ଲକ ଛକଠାରେ ପୂର୍ବତନ କେନ୍ଦ୍ରାପଡା ଏମପି ବୈଜୟନ୍ତ ପଣ୍ଡାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି।

ଲଘୁଚାପ ଘନୀଭୂତ, ପ୍ରବଳ ବର୍ଷିବ

ଲଘୁଚାପ ଘନୀଭୂତ, ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୦।୯(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇଛି। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ବର୍ଷା ଲାଗି ରହିଛି। କେନ୍ଦ୍ରାପଡ଼ା, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଜଗତ୍‌ସିଂହପୁର ଆଦି ଜିଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ପକ୍ଷରୁ ସତର୍କ କରାଯାଇଛି।

ବିଧାନସଭା ମୌସୁମୀ ଅଧିବେଶନ ଶେଷ

ବିଧାନସଭା ମୌସୁମୀ ଅଧିବେଶନ ଶେଷ

ଭୁବନେଶ୍ୱର,୨୦।୯(ବ୍ୟୁରୋ): ବିଧାନସଭାର ମୌସୁମୀ ଅଧିବେଶନ ଗୁରୁବାର ଶେଷ ହୋଇଛି। ସେପ୍ଟେମ୍ବର ୪ରୁ ଆରମ୍ଭ ହୋଇଥିବା ଏହି ଅଧିବେଶନର ମୋଟ ୧୧ଟି କାର୍ଯ୍ୟଦିବସ ରହିଥିଲା। ଅଧିବେଶନ କାଳରେ ୩ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବା ବେଳେ ୧୨ଟି ବିଲ୍‌ ଗୃହରେ ଅନୁମୋଦନ ଲାଭ କରିଛି।