ରାୟଗଡା

ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ,୫ ପାସେଞ୍ଜର ଟ୍ରେନ ଚଳାଚଳ ବାତିଲ

ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ,୫ ପାସେଞ୍ଜର ଟ୍ରେନ ଚଳାଚଳ ବାତିଲ

କୋରାପୁଟ/ଡି.ଏନ.ଏ.),୭।୧୨(ସ୍ବ.ପ୍ର.)- ଗୁରୁବାର ଭୋରରୁ କୋରାପୁଟ- ରାୟଗଡା ରେଳପଥର ଡୁମୁରିପୁଟ - ଦାମନଯୋଡି ରେଳ ଷ୍ଟେଶନ ମଧ୍ୟରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ଏଥିଯୋଗୁ ଏହି ଟ୍ରେନର ୬ଟି ବଗି ଧାରଣାରୁ ଖସିପଡିଛି । ଫଳରେ ଏହି ରୁଟ୍‌ରେ ସମସ୍ତ ରେଳ ଚଳାଚଳ ବନ୍ଦ ରହିଛି । ୫ଟି ପାସେଞ୍ଜର ଟ୍ରେନକୁ ବାତିଲ କରାଯାଇଥିବା କୋରାପୁଟ ଷ୍ଟେଶନ ମାଷ୍ଟର ବଳରାମ ମୁଦୁଲି କହିଛନ୍ତି। ଖବର ପାଇ ଘଟଣା ସ୍ଥଳରେ ବିଶାଖାପାଟଣା ରେଳ ଡିଭିଜନର ଏକ ଯାନ୍ତ୍ରିକ ଦଳ ପହଞ୍ଚତ୍ ଯୁଦ୍ଧକାଳୀନଭିତ୍ତିରେ ରେଳଧାରଣା ମରାମତି କରିବା ସହ ଧାରଣାରୁ ଖସି ପଡିଥିବା ରେଳଡବାଗୁଡିକୁ ବାହାର କରୁଥିବା ଜଣାଯାଇଛି । କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ଛତିଶଗଡର କିରଣ୍ଡୁଲରୁ ରାୟଗଡା ଯାଉଥିବା ଏକ ମାଲବାହୀ ଟ୍ରେନ କୋରାପୁଟ ଷ୍ଟେଶନଠାରୁ ୧୨ କି.ମି. ଦୂର ଡୁମୁରିପୁଟ ଷ୍ଟେଶନ ଯିବା ପରେ ମୋହନପଡା ଗ୍ରାମ ନିକଟରେ ରେଳଧାରଣାରେ କୌଣସି ତ୍ରୁଟି ଯୋଗୁ ଲାଇନଚ୍ୟୁତ ହୋଇଥିଲା । ଫଳରେ ଘଟଣା ସ୍ଥଳରେ ଟ୍ରେନର ୬ଟି ବଗି ଧାରଣାରୁ ଖସି ପଡିଥିଲା । ଏଥିଯୋଗୁ ଭୁବେନେଶ୍ୱରରୁ ଜଗଦଲପୁର ଆସୁଥିବା ହୀରାଖଣ୍ଡ ଟ୍ରେନ ରାୟଗଡାରେ ରହିଯାଇଥିବାବେଳେ ଜଗଦଲପୁରରୁ ହାଓଡା ଯାଉଥିବା ସମଲେଶ୍ୱରୀ ଟ୍ରେନ କୋରାପୁଟ ଷ୍ଟେଶନଠାରେ ଅଟକି ରହିଛି ା ଏହି ଦୁର୍ଘଟଣା ଯୋଗୁ ଜଗଦଲପୁର-ଭୁବନେଶ୍ୱର ଯାଉଥିବା ହୀରାଖଣ୍ଡ ଏକ୍ସପ୍ରେସ ରାୟଗଡାଠାରୁ ଯିବାକୁ ଥିବାବେଳେ ଭୁବନେଶ୍ୱରରୁ ଜଗଦଲପୁର ଟ୍ରେନକୁ ବାତିଲ କରାଯାଇଛି । ସେହିପରି ସମଲେଶ୍ୱରୀ ଟ୍ରେନ, କିରଣ୍ଡୁଲ-ବିଶାଖାପାଟଣା, ବିଶାଖାପାଟଣା-କିରଣ୍ଡୁଲ ପାସେଞ୍ଜର ଟ୍ରେନକୁ ମଧ୍ୟ ବାତିଲ କରାଯାଇଥିବା ଜଣାପଡିଛି । ଶୁକ୍ରବାର ସୁଦ୍ଧା ଏହି ଲାଇନରେ ଟ୍ରେନ ଚଳାଚଳ ସ୍ବାଭାବିକ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, ଆନ୍ଧ୍ରର କୋତାପାଲସା ଓ ଆରକୁ ମଧ୍ୟରେ ଥିବା ଏକ ବ୍ରିଜର ମରାମତି ପାଇଁ ଦୀର୍ଘ ଦିନ ହେଲା କୋରାପୁଟ - ଭାୟା ଆରକୁ ଦେଇ ବିଶାଖାପାଟଣା ଯାଉଥିବା ସମସ୍ତ ଟ୍ରେନ ରାୟଗଡା ଦେଇ ଯିବା ଆସିବା କରୁଛି। ଗୁରୁବାର ଘଟଣା ପରେ କୋରାପୁଟରୁ ଜଗଦଲପୁର ଲାଇନ ଛାଡି ଦେଲେ କୋରାପୁଟ- ରାୟଗଡା ଏବଂ କୋରାପୁଟ- ବିଶାଖାପାଟଣା ଲାଇନରେ ସମସ୍ତ ଟ୍ରେନ ଚଳାଚଳ ବନ୍ଦ ରହିଛି। ଫଳରେ ଯାତ୍ରୀମାନେ ନାହଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

All Right Reserved By

ରାୟଗଡା

ନିଖୋଜର ୬ ବର୍ଷ ପରେ ମା’, ବାପାଙ୍କ ସହ ପୁଅର ମିଳନ

ନିଖୋଜର ୬ ବର୍ଷ ପରେ ମା’, ବାପାଙ୍କ ସହ ପୁଅର ମିଳନ

ନବରଙ୍ଗପୁର,୧୯।୭(ବି.ପ୍ର.)- ତ୍ରିନାଥ ହରିଜନ। ବୟସ ଯେତେବେଳେ ୬ ବର୍ଷ ହୋଇଥିଲା ଘର ଛାଡି ଚାଲିଯାଇଥିଲେ। ମା’ ବାପା ବହୁ ସ୍ଥାନରେ ପୁଅକୁ ଖୋଜାଖୋଜି କରିଥିଲେ। କିନ୍ତୁ ପୁଅର କିଛି ସନ୍ଧାନ ପାଇ ନ ଥିଲେ। ନିଖୋଜ ହେବାର ୬ ବର୍ଷ ପରେ ପୁଅକୁ ପାଇ ମା’ ବାପା ଆନନ୍ଦରେ ବିଭୋର ହୋଇପଡିଛନ୍ତି।

ମାଛକୁଣ୍ଡ ପ୍ରକଳ୍ପର ଡି ଡ୍ୟାମରେ ଜଳସ୍ତର ବୃଦ୍ଧି: ବର୍ଷାଜଳ ନିଷ୍କାସନ ପାଇଁ ଡ୍ୟାମ୍‌ର ୨ ଗେଟ୍‌ ଖୋଲିଲା

ମାଛକୁଣ୍ଡ ପ୍ରକଳ୍ପର ଡି ଡ୍ୟାମରେ ଜଳସ୍ତର ବୃଦ୍ଧି: ବର୍ଷାଜଳ ନିଷ୍କାସନ ପାଇଁ ଡ୍ୟାମ୍‌ର ୨ ଗେଟ୍‌ ଖୋଲିଲା

କୋରାପୁଟ/ଅନକାଡେଲି,୧୯।୭(ସ୍ବ.ପ୍ର)- କୋରାପୁଟ ଜିଲାର ସୀମାନ୍ତ ଲମତାପୁଟ ବ୍ଲକ ଅନକାଡେଲି ପଞ୍ଚାୟତରେ ଥିବା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପର ଡି ଡ୍ୟାମ୍‌ ଅଞ୍ଚଳରେ ଗତ କିଛିଦିନ ହେଲା ପ୍ରବଳ ବର୍ଷା ଯୋଗୁ ଡି ଡ୍ୟାମ୍‌ର ଜଳସ୍ତର ବୃଦ୍ଧି ପାଇଛି। ଫଳରେ ଡ୍ୟାମର ୬ ଓ ୭ ନମ୍ବର ଗେଟ ଖୋଲାଯାଇଛି।

୩ ଦିନ ଅନ୍ଧାରରେ ଅଜୟଗଡ଼ବାସୀ

ଗୁମ୍ମା, ୧୯।୭(ଡି.ଏନ୍‌.ଏ)- ଗଜପତି ଜିଲା ଗୁମ୍ମା ବ୍ଲକ ଅଜୟଗଡ଼ ପଞ୍ଚାୟତ ଅନ୍ତର୍ଗତ ବନ୍ତିଲିଡା, ଲୁହାରା, ରୁହେଇ ଆଦି ଗ୍ରାମର ଲୋକେ ଗତ ୩ଦିନ ହେଲା ଅନ୍ଧାରରେ ରହିଛନ୍ତି। ବିଦ୍ୟୁତ ତାର ଛିଡ଼ି ପଡ଼ିଥିବା ବେଳେ ବିଭାଗୀୟ କର୍ମଚାରୀ ମରାମତି ଲାଗି ଆସୁନଥିବାରୁ ଏଭଳି ସମସ୍ୟା ଉପୁଜିଛି ବୋଲି ଗ୍ରାମବାସୀ କହିଛନ୍ତି।

ନିଖୋଜର ୬ ବର୍ଷ ପରେ ମା’, ବାପାଙ୍କ ସହ ପୁଅର ମିଳନ

ନିଖୋଜର ୬ ବର୍ଷ ପରେ ମା’, ବାପାଙ୍କ ସହ ପୁଅର ମିଳନ

ନବରଙ୍ଗପୁର,୧୯।୭(ବି.ପ୍ର.)- ତ୍ରିନାଥ ହରିଜନ। ବୟସ ଯେତେବେଳେ ୬ ବର୍ଷ ହୋଇଥିଲା ଘର ଛାଡି ଚାଲିଯାଇଥିଲେ। ମା’ ବାପା ବହୁ ସ୍ଥାନରେ ପୁଅକୁ ଖୋଜାଖୋଜି କରିଥିଲେ। କିନ୍ତୁ ପୁଅର କିଛି ସନ୍ଧାନ ପାଇ ନ ଥିଲେ। ନିଖୋଜ ହେବାର ୬ ବର୍ଷ ପରେ ପୁଅକୁ ପାଇ ମା’ ବାପା ଆନନ୍ଦରେ ବିଭୋର ହୋଇପଡିଛନ୍ତି।

ଇଞ୍ଜେକସନ ପାଇଁ ଫାର୍ମାସିଷ୍ଟଙ୍କୁ ଦୁର୍ବ୍ୟବହାର

ପାରଳାଖେମୁଣ୍ଡି,୧୮।୭(ସ୍ବ.ପ୍ର.)-ଗଜପତି ଜିଲା ମୁଖ୍ୟ ଚିକିତ୍ସାଳୟରେ ଇଞ୍ଜେକସନ ନେବାକୁ କେନ୍ଦ୍ରକରି ଜଣେ ଯୁବକ ଭଙ୍ଗାରୁଜା କରିବା ସହ ଫାର୍ମାସିଷ୍ଟଙ୍କୁ ଖରାପ ବ୍ୟବହାର କରିଥିବା ପାରଳାଖେମୁଣ୍ଡି ଥାନାରେ ଅଭିଯୋଗ ହୋଇଛି। ଏ ନେଇ କେସ୍‌ ନଂ. ୧୩୪/୧୮ରୁଜୁ ହୋଇ ତଦନ୍ତ ଚାଲିଥିବା ଏଏସ୍‌ଆଇ ଜଗଦୀଶ ପଣ୍ଡା କହିଛନ୍ତି।

ପାଇକପଡାରେ ହେରାପଞ୍ଚମୀ: ରୋଷରେ ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ

ଜେକେପୁର, ୧୮।୭(ଡି.ଏନ୍‌.ଏ)- ରାୟଗଡା ଜିଲା କୋଲନରା ବ୍ଲକ୍‌ ପାଇକପଡାରେ ବୁଧବାର ହେରାପଞ୍ଚମୀ ଅନୁଷ୍ଠିତ ହୋଇଯାଇଛି। ଆଡପ ମଣ୍ଡପରେ ମହାପ୍ରଭୁ ଭକ୍ତଙ୍କୁ ନୃସିଂହ ଓ ବାମନ ଅବତାରରେ ଦର୍ଶନ ଦେଇଥିଲେ। ରାୟଗଡା, ଥେରୁବାଲି, ଜେକେପୁର, କଲ୍ୟାଣସିଂହପୁର, କୋଲନରା ଅଞ୍ଚଳର ଶତାଧିକ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରି ପ୍ରସାଦ ସେବନ କରିଥିଲେ।

ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ରାୟଗଡା ଅଫିସ୍‌, ୧୮।୭- ରାୟଗଡା ଷ୍ଟେଶନ ସମ୍ମୁଖ ରାସ୍ତାପାର୍ଶ୍ୱରେ ବୁଧବାର ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ରାୟଗଡା ଥାନାଧିକାରୀ ରବିନ୍ଦ୍ର କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଏଏସ୍‌ଆଇ ଗୋପାଳ ବିଡିକା ଓ ଅନ୍ୟ ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲାମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ।

ଅଟକିଥିବା ଟ୍ରକକୁ ଧକ୍କା ଦେଲା ବସ୍‌: ଜଣେ ମୃତ : ୩ ଆହତ

ଅଟକିଥିବା ଟ୍ରକକୁ ଧକ୍କା ଦେଲା ବସ୍‌: ଜଣେ ମୃତ : ୩ ଆହତ

କୋରାପୁଟ,୧୮ା୭(ସ୍ବ.ପ୍ର)- ଆନ୍ଧ୍ର ଏବଂ ଓଡିଶା ସୀମାନ୍ତ ସାଲୁର ନିକଟରେ ଜାତୀୟ ରାଜପଥ ନଂ. ୨୬ରେ ବୁଧବାର ଭୋର ୪ଟା ୩୦ ମିନିଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୩ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ଚିକିସତ୍ାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଭୁବେନେଶ୍ୱରୁ ଜୟପୁର ଆସୁଥିବା ମା’ ନଡିଆରାଣୀ ନାମକ ଘରୋଇ ବସ (ନଂ. ଓଡି-୦୫ ଏ ଏ -୫୯୭୭) ବୁଧବାର ଭୋରରୁ ରାମଭଦ୍ରପୁରମ- ସାଲୁର ମଧ୍ୟରେ ଥିବା ଜାତୀୟ ରାଜପଥ କଡରେ ଅଟକି ରହିଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା। ଫଳରେ ବସ ସମ୍ମୁଖରେ ଥିବା ପୂର୍ଣ୍ଣଚନ୍ଦ୍ର ମିଶ୍ର (୨୫) ନାମକ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ ା

ମା’ଙ୍କ ପାଖେ ‘ମମତା’ ଅପହଞ୍ଚ

ମା’ଙ୍କ ପାଖେ ‘ମମତା’ ଅପହଞ୍ଚ

ଦଶମନ୍ତପୁର,୧୮।୭(ଡି.ଏନ୍‌.ଏ.) ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପାଇକ ଫୁଲବେଡ଼ା ପଞ୍ଚାୟତ ଅଧୀନ ଏ-ଝୋଲାଗୁଡ଼ା ଗ୍ରାମରେ ପ୍ରଶାସନିକ ସୁବିଧା ଏଯାଏ ଅପହଞ୍ଚ। ମମତା ଭଳି ସରକାରୀ ସ୍ବାସ୍ଥ୍ୟ ଯୋଜନା ବାସିନ୍ଦାଙ୍କ ପାଇଁ ସାତ ସପନ। ମା’ମାନଙ୍କ ପାଖେ ସ୍ବାସ୍ଥ୍ୟ ଯୋଜନା ‘ମମତା’ ଏବେ ବି ଅପହଞ୍ଚ ହୋଇ ରହିଛି। ଗର୍ଭବତୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣ ତ ଦୂରର କଥା, ପ୍ରସବ ସହାୟତା ଅର୍ଥ ମଧ୍ୟ ମିଳୁନାହିଁ। ଏହି ଗ୍ରାମର ମହିଳା ବଇଦି ପରଜା ଏବଂ ବନ୍ଦୋ ପରଜା ଦୁଇଟି ଲେଖାଏଁ ସନ୍ତାନର ଜନନୀ। ହେଲେ ଦୁହିଁକୁ ଏଯାଏ କୌଣସି ସରକାରୀ ସାହାଯ୍ୟ ମିଳିନାହିଁ। ପ୍ରଥମ ଏବଂ ଦ୍ୱିତୀୟ ଗର୍ଭ ଏବଂ ଜନ୍ମ ସମୟରେ ସରକାରୀ ଯୋଜନା ଅନୁସାରେ ୫ଜହାର ଟଙ୍କା ୩ କିସ୍ତିରେ ମିଳିବା କଥା ।

ହଷ୍ଟେଲରେ କଟୁଛି ଆଶଙ୍କାର ରାତି

ହଷ୍ଟେଲରେ କଟୁଛି ଆଶଙ୍କାର ରାତି

ପଟ୍ଟାଙ୍ଗି,୧୮।୭(ଡି.ଏନ୍‌.ଏ.)- ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଛାତ୍ରୀଙ୍କ ପାଇଁ ସ୍କୁଲଘର, ହଷ୍ଟେଲ ତ ତିଆରି ହେଉଛି; କିନ୍ତୁ ନିମ୍ନମାନର କାମ, ରକ୍ଷଣାବେକ୍ଷଣ ଓ ମରାମତି ଅଭାବ ଯୋଗୁ ବର୍ଷା ଦିନେ ଯେଉଁ ପରିସ୍ଥିତି ଉପୁଜୁଛି, ସେଥିରେ ଅନ୍ତେବାସୀ ହଷ୍ଟେଲ ଛାତକୁ ଚାହିଁ ଆଶଙ୍କାରେ ରାତି କାଟୁଛନ୍ତି। କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ରାଜୀବ ଗାନ୍ଧୀ ହାଇସ୍କୁଲ ଓ ବ୍ଲକ ସଦର ମହକୁମାରେ ରହିଥିବା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଏହି ଅବ୍ୟବସ୍ଥାର ଚିତ୍ର ଦେଖିବାକୁ ମିଳିଛି।

ପୌରାଞ୍ଚଳ ବିଦ୍ୟାଳୟ ପାଇଁ ସୁରକ୍ଷା ବଡ଼ ପ୍ରଶ୍ନ

ପୌରାଞ୍ଚଳ ବିଦ୍ୟାଳୟ ପାଇଁ ସୁରକ୍ଷା ବଡ଼ ପ୍ରଶ୍ନ

ଜୟପୁର, ୧୮।୭(ଡି.ଏନ୍‌.ଏ.) ଜୟପୁର ପୌରାଞ୍ଚଳରେ ରହିଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ କେତେ ସୁରକ୍ଷିତ, ତାହା ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ। ସହରର କିଛି ବିଦ୍ୟାଳୟ ବିପଦସଙ୍କୁଳ ସ୍ଥିତିରେ ଥିବାବେଳେ ଏନେଇ ବୈଷିୟିକ ଟିମ୍‌ ସର୍ବଶିକ୍ଷା ଅଭିଯାନ (ଡିପିଇପି) କାର୍ଯ୍ୟାଳୟରେ ରିପୋର୍ଟ ଗତ ଗ୍ରୀଷ୍ମ ଛୁଟି ପୂର୍ବରୁ ଦେଇସାରିଛି। କିନ୍ତୁ ଏଯାବତ୍‌ କିଛି ପଦକ୍ଷେପ ହୋଇନାହିଁ। ଗତ ସୋମବାର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ବିଭିନ୍ନ ବିଭାଗର ସମୀକ୍ଷା କରିଥିବା ବେଳେ ଜୟପୁର ସହର ଓ ବ୍ଲକର ଅଙ୍ଗନୱାଡି କେନ୍ଦ୍ର ଗୃହ ତୁରନ୍ତ ନିର୍ମାଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଡିଆରଡିଏ ଏପିଡି ମହେଶ୍ୱର ନାୟକ ଜୟପୁର ପୌରାଞ୍ଚଳରେ ସନ୍ଧ୍ୟା ପର୍ଯ୍ୟନ୍ତ ନିର୍ମାଣ ହେବାକୁ ଥିବା ବିଭିନ୍ନ ଅଞ୍ଚଳ ବୁଲି ଦେଖିବା ସହ ନିର୍ମାଣରେ ବାଧକ ସାଜିଥିବା ବିଭିନ୍ନ ସମସ୍ୟା ନେଇ ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଏହାକୁ ଜିଲାପାଳଙ୍କୁ ଦିଆଯିବ । କିନ୍ତୁ ଏପିଡି ନାୟକ ସ୍ବୟଂ ସର୍ବଶିକ୍ଷା ଅଭିଯାନର ଡିପିସି ଦାୟିତ୍ୱରେ ଥିବାବେଳେ ଜିଲାପାଳଙ୍କ ନିର୍ଦ୍ଦେଶ ପୂର୍ବରୁ ବିଦ୍ୟାଳୟ ଯାଞ୍ଚ ନକରିବା ତାଙ୍କର କାର୍ଯ୍ୟ ତତ୍ପରତା ସ୍ପଷ୍ଟ କରୁଛି।

 ୨୫୭ ପିଲାଙ୍କ ପାଇଁ ୩ ଶିକ୍ଷକ

୨୫୭ ପିଲାଙ୍କ ପାଇଁ ୩ ଶିକ୍ଷକ

ଡାବୁଗାଁ,୧୮।୭(ଡି.ଏନ୍‌.ଏ.) ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଅବ୍ୟବସ୍ଥାରେ ଚାଲିଛି । ଶିକ୍ଷକ ଅଭାବ ସହ ପିଲାମାନଙ୍କ ପାଇଁ ଆବଶ୍ୟକ ଭତ୍ତିଭୂମିର ସୁବିଧା ନାହିଁ। ଡାବୁଗାଁ ବ୍ଲକରେ ଆଦିବାସୀ ପିଲାମାନେ କିପରି ଉଚ୍ଚ ଶିକ୍ଷିତ ହେବେ ସେ ନେଇ ବ୍ଲକ ସଦରରେ ସରକାର ୧୯୭୦ ମସିହାରେ ଏକ ଉଚ୍ଚ ବିଦ୍ୟାଳୟ ସ୍ଥାପନ କରିଥିଲେ। ଏହି ବିଦ୍ୟାଳୟରେ ବର୍ତ୍ତମାନ ନବମ ଓ ଦଶମ ଶ୍ରେଣୀରେ ମୋଟ ୨୫୭ ପିଲା ପାଠ ପଢୁଛନ୍ତି । ଛାତ୍ରୀଛାତ୍ରମାନେ ବସି ପାଠ ପଢିବା ପାଇଁ ଡେସ୍କ ଓ ବେଞ୍ଚ ନାହିଁ। ନବମ ଶ୍ରେଣୀ ପିଲାମାନେ ଶ୍ରେଣୀ ଗୃହ ଚଟାଣରେ ବସି ପାଠ ପଢୁଛନ୍ତି । ବିଦ୍ୟାଳୟରେ ଶିକ୍ଷକ ଅଭାବ ରହିଛି। ପ୍ରଧାନ ଶିକ୍ଷକଙ୍କ ସହ ୮ ଶିକ୍ଷକ ପଦବୀ ରହିଛି । ଏଥିରୁ ପ୍ରଧାନଶିକ୍ଷକ, ହିନ୍ଦୀ, ସଂସ୍କୃତ ଶିକ୍ଷକ ପଦବୀ ଖାଲି ରହିଛି । କଳା ବିଭାଗରେ ୩ଟି ପଦବୀରୁ ଗୋଟିଏ ଖାଲି ରହିଛି ।

Model This Week

ରୂପେଶ