ରାୟଗଡା

ଲାଲବାହିନୀ ଟାର୍ଗେଟ୍‌ରେ ବଙ୍ଗୀୟ ସମ୍ପ୍ରଦାୟ

ଲାଲବାହିନୀ ଟାର୍ଗେଟ୍‌ରେ ବଙ୍ଗୀୟ ସମ୍ପ୍ରଦାୟ
ମାଲକାନଗିରି,୭।୧୨(ଡି.ଏନ୍‌.ଏ.)-ଜିଲାର କୋୟା ଓ ଅନ୍ୟ ଜନଜାତିର ଲୋକଙ୍କୁ ବଙ୍ଗୀୟ ସମ୍ପ୍ରଦାୟର ଲୋକେ ଶୋଷଣ କରୁଥିବା ଅଭିଯୋଗ ଆଣିଛି ଲାଲବାହିନୀ। ସେମାନେ ଏଭଳି ଅତ୍ୟାଚାର ବନ୍ଦ କରନ୍ତୁ, ନଚେତ୍‌ ସେମାନଙ୍କୁ ବିତାଡ଼ିତ କରିବା ପାଇଁ ଆନ୍ଦୋଳନ କରିବାକୁ ଆହ୍ବାନ ଦେଇଛନ୍ତି ମାଓବାଦୀ। ମାଓବାଦୀ ନେତା ପୁନମଙ୍କ ଚିଠିରୁ ବଙ୍ଗୀ ସମ୍ପ୍ରଦାୟ ସେମାନଙ୍କ ଟାର୍ଗେଟ୍‌ରେ ଥିବା ସ୍ପଷ୍ଟ ହୋଇଛି। ସିପିଆଇ (ମାଓବାଦୀ) ମାଲକାନଗିରି ଡିଭିଜନ କମିଟିର ସମ୍ପାଦକ ପୁନମ ଚନ୍ଦ୍ର ଗଣମାଧ୍ୟମକୁ ଦେଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ବଙ୍ଗୀୟ ସମ୍ପ୍ରଦାୟର ଲୋକେ କୋୟା କନ୍ୟାଙ୍କୁ ବିବାହ କରି ତାଙ୍କ ନାମରେ ଜମି କିଣାବିକା ଚଳାଇଛନ୍ତି। ଏଥିସହ ପରଜା, ତେଲୁଗୁ ଓ ଓଡ଼ିଆ ଲୋକଙ୍କୁ ମଧ୍ୟ ଶୋଷଣ କରୁଛନ୍ତି। ମାଲକାନଗିରି ଥାନା ତଣ୍ଡାପାଲ୍ଲୀ ପଞ୍ଚାୟତର ପ୍ରଦୀପ ମାଡ଼କାମୀଙ୍କ ପଟ୍ଟାଜମିକୁ ଏମ୍‌ଭି-୭ ଗ୍ରାମର ମାନକ ରାୟ ହଡ଼ପ କରିବାକୁ ଚେଷ୍ଟା କରୁଛନ୍ତି। ପୋଲିସ ହଡ଼ପକାରୀଙ୍କୁ ସମର୍ଥନ କରିବା ସହ କୋୟା ଲୋକଙ୍କୁ ଅଣଦେଖା କରୁଛି ପ୍ରଶାସନ। ସେହିଭଳି ଏମ୍‌ଭି-୭ ଗ୍ରାମର ଅନୁସୂଚିତ ଜାତିର ବ୍ୟକ୍ତିଙ୍କ ଜମିକୁ ଦୋକାନ ପାଇଁ ଷ୍ଟଲ ନିର୍ମାଣ କରିବାକୁ କହି ହଡ଼ପ ଉଦ୍ୟମ ହୋଇଛି। ତମସା ପଞ୍ଚାୟତରେ ମଧ୍ୟ ସମାନ ସ୍ଥିତି ଉପୁଜିଛି ା କାଲିମେଳା, ମାଲକାନଗିରି, ପଡ଼ିଆ ଓ କୋରୁକୋଣ୍ଡା ବ୍ଲକରେ ଏଭଳି ଅନେକ ସମସ୍ୟା ରହିଛି ା ନେତାମାନେ ସବୁ ଜାଣି ନିଜର ସ୍ବାର୍ଥ ପାଇଁ ଚୁପ ରହୁଛନ୍ତି ବୋଲି ପତ୍ରରେ ଅଭିଯୋଗ ହୋଇଛି। ତେଣୁ ସମସ୍ତେ ମାଓବାଦୀ ସଂଗଠନରେ ସାମିଲ ହୋଇ ବଙ୍ଗୀୟ ସମ୍ପ୍ରଦାୟର ଶୋଷଣ ବିରୋଧରେ ଲଢ଼େଇ କରିବାକୁ ପୁନମ ଚନ୍ଦ୍ର ଆହ୍ବାନ ଦେଇଛନ୍ତି।
All Right Reserved By

ରାୟଗଡା

ଘରୋଇ ବସ ମାଲିକ ସଂଘର ଦାବି: ୨୮ଶହ ଟଙ୍କା ନୁହେଁ, କିଲୋମିଟର ପିଛା ୫୫ଟଙ୍କା ଦିଅ

ନବରଙ୍ଗପୁର,୨୨ା୧(ବି.ପ୍ର.)- କାଳିଆ ଯୋଜନା ପାଇଁ ପୁରୀରେ ହେବାକୁ ଥିବା ଚାଷୀ ସମାବେଶରେ ନବରଙ୍ଗପୁର ଜିଲାରୁ ଚାଷୀମାନେ ଯିବେ ା  ଏନେଇ ସରକାରଙ୍କ ପକ୍ଷରୁ ଗସ୍ତ ପାଇଁ ବସ ବ୍ୟବସ୍ଥା କରାଯାଇଛି ା ବସ୍‌ ଡିଜେଲ  ଖର୍ଚ୍ଚ ସହ ଦୈନିକ ୨୮ଶହ ଟଙ୍କା ଦିଆଯିବ ା ନବରଙ୍ଗପୁର ଜିଲାରୁ ୪୦ଟି ବସ ପୁରୀ ଯିବାକୁ ଚିଠି କରାଯାଇଛି ା

ସରିଲା ଦୁରୁଆ ଆଦିବାସୀଙ୍କ ପୁଷ୍‌ ପରବ

ସରିଲା ଦୁରୁଆ ଆଦିବାସୀଙ୍କ ପୁଷ୍‌ ପରବ

ବୈପାରୀଗୁଡା, ୨୨।୧(ଡି.ଏନ୍‌.ଏ) ବୈପାରୀଗୁଡା ବ୍ଲକ ଗୁପ୍ତେଶ୍ୱର ପଞ୍ଚାୟତ ଅଧୀନ ଶିରିବେଡା ଗ୍ରାମର  ଦୁରୁଆ ଜନଜାତି  ପାଳନ କରୁଥିବା ପୁଷ ପରବ ସୋମବାର ଉଦ୍‌ଯାପିତ ହୋଇଛି। ବୁଧବାରରୁ ଏହି ପରବ ଆରମ୍ଭ ହୋଇଥଲା। 

ମୁଣ୍ଡାଗୁଡ଼ା ନୂତନ ପ୍ରାଥମିକ ବିଦ୍ୟାଳୟ: ଖରାରେ ଗଛତଳେ ବର୍ଷାରେ ଟିଣ ଆଉଜା ଘରେ ପାଠପଢା

ମୁଣ୍ଡାଗୁଡ଼ା ନୂତନ ପ୍ରାଥମିକ ବିଦ୍ୟାଳୟ: ଖରାରେ ଗଛତଳେ ବର୍ଷାରେ ଟିଣ ଆଉଜା ଘରେ ପାଠପଢା

ନବରଙ୍ଗପୁର,୨୧।୧(ବି.ପ୍ର.): ପିଲାଙ୍କୁ ଶିକ୍ଷିତ କରିବାକୁ  ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। ସେମାନଙ୍କୁ ଉପଯୁକ୍ତ ଶୈକ୍ଷିକ ବାତାବରଣ ଦେବା ପାଇଁ ଅନେକ ଟଙ୍କା ଖର୍ଚ୍ଚ କରୁଛନ୍ତି।  କିନ୍ତୁ ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମାଝିଗୁଡା ପଞ୍ଚାୟତର ମୁଣ୍ଡାଗୁଡା ନୂତନ ପ୍ରାଥମିକ ବିଦ୍ୟାଳୟ ଏଥିରେ ବ୍ୟତିକ୍ରମ। ଏଠାରେ ପିଲାଙ୍କ ପାଇଁ  ଶ୍ରେଣୀଗୃହ ନାହିଁ। ଖରାଦିନେ ଗଛତଳେ ଓ ବର୍ଷା ଦିନରେ ଟିଣ ଆଉଜା ହୋଇଥିବା ଏକ ଅସ୍ଥାୟୀ ଗୃହରେ ପିଲା ପାଠ ପଢନ୍ତି।  

ଅବ୍ୟବସ୍ଥାରେ ଝୋଡ଼ିଆପଡା ବିଦ୍ୟାଳୟ

ଅବ୍ୟବସ୍ଥାରେ ଝୋଡ଼ିଆପଡା ବିଦ୍ୟାଳୟ

ଟିକିରି, ୨୧।୧ (ଡି.ଏନ୍‌.ଏ.): ରାଜ୍ୟ ସରକାର ଗରିବ ଶ୍ରେଣୀର ଛାତ୍ରୀଛାତ୍ରମାନଙ୍କ  ଶିକ୍ଷାଦାନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ସୁଦ୍ଧା ଏହାର ସଠିକ୍‌ ଉପଯୋଗ ହୋଇପାରୁ ନାହିଁ। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାୟଗଡ଼ା ଜିଲା କାଶୀପୁର ବ୍ଲକରେ । 

ହାତଗୋଡ଼ ବାନ୍ଧି ସ୍ବାମୀଙ୍କ ଯୌନାଙ୍ଗକୁ କାଟିଦେଲେ ସ୍ତ୍ରୀ

ହାତଗୋଡ଼ ବାନ୍ଧି ସ୍ବାମୀଙ୍କ ଯୌନାଙ୍ଗକୁ କାଟିଦେଲେ ସ୍ତ୍ରୀ

ନବରଙ୍ଗପୁର,୨୧।୧(ବି.ପ୍ର.): ପରକ୍ରୀୟା ପ୍ରୀତି ସନ୍ଦେହରେ ଜଣେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ଯୌନାଙ୍ଗକୁ କାଟି ଦେଇଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି ତେନ୍ତୁଳିଖୁଣ୍ଟି ଥାନା ଅଧୀନ ଉଦୟପୁର ଗ୍ରାମରେ।

ଏସାର ପାଇପ ଲାଇନ୍‌ କାଟିଲେ ମାଓବାଦୀ

ଏସାର ପାଇପ ଲାଇନ୍‌ କାଟିଲେ ମାଓବାଦୀ

ମାଲକାନଗିରି ତା. ୨୧।୧:  କିଛିଦିନର ନିରବତା ପରେ ପୁଣି ମାଲକାନଗିରି ଜିଲାରେ ମାଓବାଦୀମାନେ ହିଂସ୍ର ହୋଇ ଉଠିଛନ୍ତି। ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ରାଲେଗାଡ଼ା ପଞ୍ଚୟତର ଦିଗାଜାନବାଈ ଦେଇ ଯାଇଥିବା ଏସାର ପାଇପ ଲାଇନକୁ ଗତ ଶନିବାର ବିଳମ୍ବିତ ମାଓବାଦୀମାନେ ରାତ୍ରିରେ କାଟି ଦେଇଛନ୍ତି।

ପୋଲିଓ ରୋକିପାରିନି ପାଠର ଝୁଙ୍କ

ପୋଲିଓ ରୋକିପାରିନି ପାଠର ଝୁଙ୍କ

ଦଶମନ୍ତପୁର,୨୧।୧ (ଡି.ଏନ୍‌.ଏ)- ଶରୀରରେ ଦିବ୍ୟାଙ୍ଗ, କିନ୍ତୁ ମନରେ ଶିକ୍ଷାର ମାଇଲଖୁଣ୍ଟ ଚଢ଼ିବାକୁ ଆଶା ରଖିଛନ୍ତି ଏଲିଜାବେଥ। କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ୍‌ ସଦର ପଞ୍ଚାୟତସ୍ଥିତ ମାଛପୁଟ ଗ୍ରାମର ମୋହନପାତ୍ର ଖୋସ୍ଲାଙ୍କ ବଡ଼ଝିଅ ଦିବ୍ୟାଙ୍ଗ ଏଜିଲାବେଥ ଖୋସ୍ଲା। ଜନ୍ମରୁ ପୋଲିଓରେ ତାଙ୍କର ଗୋଟିଏ ଗୋଡ଼ ସରୁ ହେବା ସହିତ ଟିକେ ଛୋଟ ହେତୁ ସେ ଚାଲିପାରୁ ନାହାନ୍ତି। ମା’ ବାପାଙ୍କ ସହଯୋଗରେ ଏଲିଜାବେଥ ଏବେ ଯୁକ୍ତଦୁଇ କଳାରେ ପଢୁଛନ୍ତି। 

ବନ୍ୟଜନ୍ତୁଙ୍କ ପାଇଁ ଡେଥ୍‌ ଜୋନ୍‌ ‘ରାଞ୍ଚତ୍-ବିଜୟାୱାଡ଼ା’ ରାସ୍ତା

ବନ୍ୟଜନ୍ତୁଙ୍କ ପାଇଁ ଡେଥ୍‌ ଜୋନ୍‌ ‘ରାଞ୍ଚତ୍-ବିଜୟାୱାଡ଼ା’ ରାସ୍ତା

ବୈପାରୀଗୁଡ଼ା,୨୧।୧(ଡି.ଏନ୍‌.ଏ.)ରାଞ୍ଚତ୍-ବିଜୟାୱାଡ଼ା ରାସ୍ତା ଏବେ ବନ୍ୟଜନ୍ତୁଙ୍କ ପାଇଁ ଡେଥ୍‌ ଜୋନ୍‌ ପାଲଟିଛି। ବିଶେଷ କରି ବୈପାରୀଗୁଡ଼ା ଦେଇ ଯାଇଥିବା ଜୟପୁର-ମାଲକାନଗିରି ରାସ୍ତାରେ ରାତ୍ରିକାଳୀନ ଦ୍ରୁତଗାମୀ ବସ୍‌ ଓ ଅନ୍ୟ ଭାରୀଯାନର ଚକାତଳେ ଚାପିହୋଇ ପ୍ରତିଦିନ ବନ୍ୟଜନ୍ତୁ ଟଳିପଡୁଛନ୍ତି। ସେମାନଙ୍କ ସଂଖ୍ୟା ଧୀରେଧୀରେ କମିବା ଏବେ ପରିବେଶବିତ୍‌ଙ୍କୁ ଚିନ୍ତାରେ ପକାଇଛି।

ନାବାଳିକାଙ୍କୁ ଦୁର୍ବ୍ୟବହାର ଅଭିଯୋଗ: ଜିଲା କ୍ରୀଡା ଅଧିକାରୀ ଗିରଫ

ନାବାଳିକାଙ୍କୁ ଦୁର୍ବ୍ୟବହାର ଅଭିଯୋଗ: ଜିଲା କ୍ରୀଡା ଅଧିକାରୀ ଗିରଫ

ମାଲକାନଗିରି,୨୦ା୧ (ଡି.ଏନ୍‌.ଏ.) : ମାଲକାନଗିରି ଜିଲା କ୍ରୀଡା ଅଧିକାରୀ ଜ୍ଞାନେନ୍ଦ୍ର ବାଡୋଇ ଜଣେ ନାବାଳିକାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ରବିବାର ଗିରଫ ହୋଇଛନ୍ତି। ଗିରଫ ପରେ ତାଙ୍କୁ ପୋଲିସ କୋର୍ଟଚାଲାଣ କରିଛି। ଖବରରୁ ଜଣାପଡିଛି  କ୍ରୀଡା ହଷ୍ଟେଲରେ ରହୁଥିବା ଜଣେ ଛାତ୍ରୀଙ୍କୁ  କ୍ରୀଡା ଅଧିକାରୀ ବାଡୋଇ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏନେଇ ଛାତ୍ରୀ ଜଣକ ମାଲକାନଗିରି ଥାନାରେ ଅଭିଯୋଗ କରିଥିଲେ। ଆଇଆଇସି ସୌମେନ୍ଦ୍ର ଶେଖର ତ୍ରିପାଠୀ ଘଟଣାର ତଦନ୍ତ କରିବା ପରେ ବାଡୋଇଙ୍କୁ ଗିରଫ କରିଥିଲେ।  

ଜୟପୁର-ମାଲକାନଗିରି ରେଳ ଲାଇନ ସର୍ଭେ ଆରମ୍ଭ

ଜୟପୁର-ମାଲକାନଗିରି ରେଳ ଲାଇନ ସର୍ଭେ ଆରମ୍ଭ

ମାଲକାନଗିରି,୨୦।୧ (ଡି.ଏନ୍‌.ଏ.) : ମାଲକାନଗିରି ଜିଲାବାସୀ ଦୀର୍ଘ ବର୍ଷ ହେଲା ଜିଲାକୁ ରେଳ ଲାଇନ ପାଇଁ ଦାବି କରି ଆସୁଥିଲେ। ଏଥିପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟକୁ ମାଲକାନଗିରି ଜିଲାରେ ରେଳ ଲାଇନ ଅତ୍ୟନ୍ତ ଜରୁରୀ ବୋଲି ଦର୍ଶାଇ ବିଭିନ୍ନ ସମୟରେ ଦାବି କରି ଆସୁଥିଲେ। ତେବେ ଏହା କାର୍ଯ୍ୟକାରୀ ହୋଇପାରୁ ନ ଥିଲା । ଶେଷରେ ୨୦୧୬ରେ ମାଲକାନଗିରି ରେଳଲାଇନ ପାଇଁ ପ୍ରସ୍ତାବ ମଞ୍ଜୁର ହୋଇଥିଲା। ୨୦୧୮ରେ ସରକାର ୨୬୭୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ରାଜ୍ୟ ସରକାର ଜମି ଯୋଗାଇଦେବା ସହ ଏହି ରେଳ ଲାଇନ ପାଇଁ ୪୦ ପ୍ରତିଶତ ଅର୍ଥ ଯୋଗାଇ ଦେବେ ବୋଲି ପୂର୍ବରୁ କେନ୍ଦ୍ରକୁ ଜଣାଇଥିଲେ। ତେବେ ନବରଙ୍ଗପୁର ଏମ୍‌ପି ବଳଭଦ୍ର ମାଝୀ କେନ୍ଦ୍ର ରେଳମନ୍ତ୍ରୀଙ୍କ ନିକଟରେ ସର୍ଭେ କାର୍ଯ୍ୟ ତରାନ୍ବିତ କରିବା ପାଇଁ ବାରମ୍ବାର ଦାବି କରି ଆସୁଥିଲେ।  ଏହାର ଫଳ ସ୍ବରୂପ  ୧୨୮.୫ କିଲୋମିଟର  ରେଳଲାଇନ ପାଇଁ ଜୟପୁରରୁ ବୈପାରିଗୁଡା ସର୍ଭେ କାର୍ଯ୍ୟ ଆରମ୍ଭ ହୋଇ ନିକଟରେ ଶେଷ ହୋଇଛି ବୋଲି  ରେଳ ମନ୍ତ୍ରଣାଳୟର ଡେପୁଟି ଚିଫ୍‌ ଇଞ୍ଜିନିୟର ରବିବାର ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି।

  ଦିଦି ଯାଇଛନ୍ତି ପରିବା କିଣି, ପିଲାଙ୍କୁ ଜଗିଛନ୍ତି ଦିଦିଙ୍କ ସ୍ବାମୀ

ଦିଦି ଯାଇଛନ୍ତି ପରିବା କିଣି, ପିଲାଙ୍କୁ ଜଗିଛନ୍ତି ଦିଦିଙ୍କ ସ୍ବାମୀ

ଟିକିରି, ୨୦।୧ (ଡି.ଏନ୍‌.ଏ.)ସ୍କୁଲ ସମୟରେ ଜଣେ ଶିକ୍ଷୟିତ୍ରୀ ପରିବା କିଣିବାକୁ ଯାଇଥିବା ବେଳେ ତାଙ୍କ ସ୍ବାମୀ ପିଲାଙ୍କୁ ଜଗିଥିଲେ । ଶନିବାର ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲା କାଶିପୁର ବ୍ଲକ  ଶଙ୍କରଡା ପଞ୍ଚାୟତର ବାହାର କୁଝମି ପ୍ରାଥମିକ ବିଦ୍ୟାଳୟରେ।    ପଞ୍ଚାୟତ ସଦରଠାରୁ ମାତ୍ର ଦୁଇ କି.ମି. ଦୂରରେ ଥିବା ଏହି ବିଦ୍ୟାଳୟରେ ଶନିବାର ପାଠପଢ଼ା  ସମୟରେ ସ୍କୁଲରେ ଶିକ୍ଷୟିତ୍ରୀ ଶିକ୍ଷକ ଅନୁପସ୍ଥିତ ଥିଲେ। 

ଶ୍ରେଣୀଗୃହ ଅଭାବ:ଖରାରେ ଗଛତଳେ, ବର୍ଷାରେ ଟିଣ ଆଉଜା  ଘରେ  ପାଠପଢା

ଶ୍ରେଣୀଗୃହ ଅଭାବ:ଖରାରେ ଗଛତଳେ, ବର୍ଷାରେ ଟିଣ ଆଉଜା ଘରେ ପାଠପଢା

 ନବରଙ୍ଗପୁର,୨୦।୧(ବି.ପ୍ର.)-ପିଲାଙ୍କୁ ଶିକ୍ଷିତ କରିବାକୁ  ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। ସେମାନଙ୍କୁ ଉପଯୁକ୍ତ ଶୈକ୍ଷିକ ବାତାବରଣ ଦେବା ପାଇଁ ଅନେକ ଟଙ୍କା ଖର୍ଚ୍ଚ କରୁଛନ୍ତି।  କିନ୍ତୁ ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମାଝିଗୁଡା ପଞ୍ଚାୟତର ମୁଣ୍ଡାଗୁଡା ନୂତନ ପ୍ରାଥମିକ ବିଦ୍ୟାଳୟ ଏଥିରେ ବ୍ୟତିକ୍ରମ। ଏଠାରେ ପିଲାଙ୍କ ପାଇଁ  ଶ୍ରେଣୀଗୃହ ନାହିଁ। ଖରାଦିନେ ଗଛତଳେ ଓ ବର୍ଷା ଦିନରେ ଟିଣ ଆଉଜା ହୋଇଥିବା ଏକ ଅସ୍ଥାୟୀ ଗୃହରେ ପିଲା ପାଠ ପଢନ୍ତି।