Dharitri News
ରାୟଗଡା

ଜାଲ ପ୍ରମାଣପତ୍ର ଦେଇ ଶିକ୍ଷକ ବହିଷ୍କୃତ

ଜାଲ ପ୍ରମାଣପତ୍ର ଦେଇ ଶିକ୍ଷକ ବହିଷ୍କୃତ ବାଲିମେଳା,୭।୧୨(ଡି.ଏନ୍‌.ଏ.)-କୋରୁକୋଣ୍ଡା ବ୍ଲକ୍‌ ଚିତାପାରୀ-୩ ପଞ୍ଚାୟତର ଚିତାପାରୀ-୧ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ବୁଧବାର ଜାଲ ପ୍ରମାଣପତ୍ର ଦେଇଥିବା ଅଭିଯୋଗରେ ଚାକିରିରୁ ବହିଷ୍କୃତ କରାଯାଇଛି। ୨୦୧୩ ଜାନୁଆରୀ ୨୦ରେ ଶିକ୍ଷକ କୈଳାସ ଚନ୍ଦ୍ର ମହାପାତ୍ର ଟିଜିଟି ଶିକ୍ଷକ ଭାବେ ଯୋଗ ଦେଇଥିଲେ। ତେବେ ଜଣେ ବ୍ୟକ୍ତି ତାଙ୍କ ବିଇଡି ପ୍ରମାଣପତ୍ର ଜାଲ୍‌ ବୋଲି ଅଭିଯୋଗ କରିବା ପରେ ଏହାକୁ ଭିତ୍ତି କରି ମାଲକାନଗିରି ଶିକ୍ଷା ବିଭାଗ ଉଚ୍ଚଶିକ୍ଷା ବିଭାଗକୁ ଜଣାଇଥିଲେ। ଶିକ୍ଷକ ଜଣକ ଯେଉଁ ବିଶ୍ୱବିଦ୍ୟାଳୟର ବିଇଡି ପ୍ରମାଣପତ୍ର ଦେଇଥିଲେ, ସେହି ଅନୁଷ୍ଠାନକୁ ଏହାର ସତ୍ୟତା ନେଇ ତଥ୍ୟ ମଗାଯାଇଥିଲା। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କ ପ୍ରମାଣପତ୍ର ନକଲି ବୋଲି ଚିଠି କରିବା ପରେ ସମ୍ପୃକ୍ତ ଶିକ୍ଷକଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି ବୋଲି ଜିଲା ଶିକ୍ଷାଧିକାରୀ ପ୍ରଶାନ୍ତ ମହାପାତ୍ର କହିଛନ୍ତି।

ରାୟଗଡା

ନୂତନ ରୂପରେ ସଜ୍ଜିତ ହେବ ପ୍ରେମ ପାହାଡ଼

ନୂତନ ରୂପରେ ସଜ୍ଜିତ ହେବ ପ୍ରେମ ପାହାଡ଼

ରାୟଗଡା ଅଫିସ୍‌, ୨୧।୧- ରାୟଗଡା ଜିଲାର ବିଭିନ୍ନ ଅଞ୍ଚଳ ଏବଂ ରାୟଗଡା ସହରର ଉପକଣ୍ଠରେ ଅନେକ ପର୍ଯ୍ୟଟନସ୍ଥଳ ରହିଛି ା ଉକ୍ତ ପର୍ଯ୍ୟଟନସ୍ଥଳିଗୁଡିକ ମଧ୍ୟରୁ ରାୟଗଡା ସହରର ଉପକଣ୍ଠରେ ରହିଛି ପ୍ରେମପାହାଡ।

ମହେନ୍ଦ୍ରତନୟା ପାଣି ନେବାକୁ ଆନ୍ଧ୍ରର ଚକ୍ରାନ୍ତ

ମହେନ୍ଦ୍ରତନୟା ପାଣି ନେବାକୁ ଆନ୍ଧ୍ରର ଚକ୍ରାନ୍ତ

ପାରଳାଖେମୁଣ୍ଡି, ୨୧।୧(ସ୍ବ.ପ୍ର.)-ପୂର୍ବରୁ ବିଭିନ୍ନ ସମୟରେ ଓଡ଼ିଶାର ବାଲି, ନଦୀ, ଜଙ୍ଗଲ ଓ ଖଣିଜ ସମ୍ପଦ ଉପରେ ଲୋଲୁପ ଦୃଷ୍ଟି ରଖିଆସିଥିବା ଆନ୍ଧ୍ର ସରକାର ଏବେ ପୁଣି ମହେନ୍ଦ୍ରତନୟା ଉପରେ ଆଖି ପକାଇଛନ୍ତି।

ତାତିଲେ ମାଓବାଦୀ: ବସିଲା ପ୍ରଜାକୋର୍ଟ

ତାତିଲେ ମାଓବାଦୀ: ବସିଲା ପ୍ରଜାକୋର୍ଟ

ମାଲକାନାଗିରି,୨୧।୧(ଡି.ଏନ୍‌.ଏ.): ମାଲକାନାଗିରି ଜିଲା ତୁଳସୀ ପାହାଡ଼ ଅଞ୍ଚଳର ଦଣ୍ଡିପଦରଠାରେ ମାଓବାଦୀମାନେ ଶନିବାର ପ୍ରଜାକୋର୍ଟ କରିଥିବା ଜଣାପଡ଼ିଛି। ଏଥିରେ ମାଥିଲି ଗଲିଆଗୁଡା ଗ୍ରାମର ୪ଜଣଙ୍କୁ ପୋଲିସ ଇନ୍‌ଫର୍ମର ସନ୍ଦେହରେ ନିସ୍ତୁକ ମାଡ଼ ମରାଯାଇଥିବା ସୂଚନାମିଳିଛି।

ବିବାହ ବେଦୀକୁ ଯିବା ପୂର୍ବରୁ ୨ ନାବାଳିକା ଉଦ୍ଧାର

ବିବାହ ବେଦୀକୁ ଯିବା ପୂର୍ବରୁ ୨ ନାବାଳିକା ଉଦ୍ଧାର

ମାଲକାନାଗିରି,୨୧।୧(ଡି.ଏନ୍‌.ଏ.): ବିବାହ ବେଦୀକୁ ଯିବା ପୂର୍ବରୁ ୨ ନାବାଳିକାଙ୍କୁ ଶୁକ୍ରବାର ମାଲକାନାଗିରି ଜିଲା ଚାଇଲ୍ଡଲାଇନ ଉଦ୍ଧାର କରିଛି। ସେମାନେ ହେଲେ ଖାଇରପୁଟ ଥାନା ଅନ୍ତର୍ଗତ ବୁଟିଗୁଡା ଗ୍ରାମର କଲବତୀ ଦୁରୁଆ ଏବଂ ବାଲିମେଳା ଥାନା ଅନ୍ତର୍ଗତ ତାରଲାକତା ଗ୍ରାମର ଉଷା ସାଗଡ଼ିଆ।

ଧରାପଡିଲେ ଲୁଟେରା ଗ୍ୟାଙ୍ଗ

ଜୟପୁର ୨୦।୧(ନି.ପ୍ର./ଡି.ଏନ.ଏ.)- ଜୟପୁର ସହରରେ କିଛି ମାସ ହେବ ଚୋରି କରି ଆତଙ୍କ ଖେଳାଇଥିବା ଚୋର ଗ୍ୟାଙ୍ଗ କୁ ଟାଉନଥାନା ପୋଲିସ ଧରିଛି । ଏନେଇ ଥାନା ପରିସରରେ ଆୟେଜିତ ଖବରଦାତା ସମ୍ମିଳନୀରେ ଏସଡିପିଓ ଟି.ଜେ. ରେଡ୍ଡି ସୂଚନା ଦେଇଛନ୍ତି ।

ମାନଚିତ୍ରରେ ଓଡିଆ ଭାଷାର ବିକୃତ ପ୍ରଦର୍ଶନ

ମାନଚିତ୍ରରେ ଓଡିଆ ଭାଷାର ବିକୃତ ପ୍ରଦର୍ଶନ

ଜୟପୁର, ୨୦।୧ (ନି.ପ୍ର.)-କୋରାପୁଟ ଜିଲା ମାନଚିତ୍ରରେ ଜିଲାର ବିଭିନ୍ନ ସ୍ଥାନର ନାମକୁ ଓଡିଆ ଭାଷାରେ ବିକୃତ ଭାବେ ଲେଖାଯାଇ ଭାଷାକୁ ବିକୃତ କରାଯାଇ ପ୍ରଦର୍ଶନ କରାଯାଇଛି ।

 ଭଡ଼ାଘରେ ରହି ୨୫୦ ଭୂମିହୀନଙ୍କୁ ବାଣ୍ଟିଲେ ଜମି

ଭଡ଼ାଘରେ ରହି ୨୫୦ ଭୂମିହୀନଙ୍କୁ ବାଣ୍ଟିଲେ ଜମି

ଜୟପୁର,୨୦।୧(ଡି.ଏନ.ଏ)-ନିଜେ ଭଡ଼ାଘରେ ରହୁଛନ୍ତି; କିନ୍ତୁ ୧୫ ବର୍ଷ ତଳେ ଯେଉଁ ୨ ଏକର ଜମି କିଣିଥିଲେ, ତାହାକୁ ୨୫୦ ଜଣ ଭୂମିହୀନଙ୍କୁ ବାଣ୍ଟିଛନ୍ତି ଜୟପୁର ସହରର ଜଣେ ବଦାନ୍ୟ ବ୍ୟକ୍ତି। ସେ ହେଲେ ମୁଗୁଡା ସୂର୍ଯ୍ୟନାରାୟଣ ଆଚାରୀ।

ସେଲଫି ନେଉଥିବାବେଳେ ଖସିପଡି ପର୍ଯ୍ୟଟକଙ୍କ ମୃତ୍ୟୁ

କୋରାପୁଟ/ଅନକାଡେଲି,୨୦। ୧(ସ୍ବ.ପ୍ର)- କୋରାପୁଟ ଜିଲାର ପର୍ଯ୍ୟଟନସ୍ଥଳ ଡୁଡୁମା ଜଳପ୍ରପାତରେ ଖସିପଡି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ଖବରରୁ ଜଣାପଡିଛି ଶନିବାର ଆନ୍ଧ୍ରର ବିଶାଖାପାଟଣା ଅଞ୍ଚଳର ଏସ. ଇବ୍ରାହିମ (୨୮) କୋରାପୁଟ ଜିଲା ଲମତାପୁଟ ବ୍ଲକର ଅନକାଡେଲି ନିକଟରେ ଥିବା ଡୁଡୁମା ଜଳପ୍ରପାତକୁ ନିଜ ପରିବାର ସହ ବୁଲି ଆସିଥିଲେ।

ମେକା ସରପଞ୍ଚ ଉପନିର୍ବାଚନ: ବାଜି ମାରିଲେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ

ମାଥିଲି,୨୦।୧(ଡି.ଏନ୍‌.ଏ.)-ମାଥିଲି ବ୍ଲକ ମେକା ସରପଞ୍ଚ ପଦବୀରେ ହୋଇଥିବା ଉପନିର୍ବାଚନ ଫଳାଫଳ ଶନିବାର ପ୍ରକାଶ ପାଇଛି। ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଭୋଟ ଗଣତି ହୋଇଥିଲା।

ବିଜେଡି ବ୍ଲକ ସଭାପତି ପଦରୁ ସଦାଶିବଙ୍କ ଇସ୍ତଫା

ମାଥିଲି,୨୦।୧(ଡି.ଏନ୍‌.ଏ.): ମାଥିଲି ବ୍ଲକ ବିଜେଡି ସଭାପତି ପଦବୀରୁ ଶନିବାର ସଦାଶିବ ପୂଜାରୀ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ମାଲକାନଗିରି ଜିଲା ସଭାପତି ମାନସ ମାଡକାମୀଙ୍କୁ ଦେଇଛନ୍ତି।

ସମ୍ପର୍କରେ ରକ୍ତ ଛିଟ: ପିଟିପିଟି ମାରିଦେଲେ ସ୍ତ୍ରୀ, ପୁଅ

ନବରଙ୍ଗପୁର, ୨୦।୧(ବି.ପ୍ର.)- ପାରିବାରିକ କଳହ କିଭଳି ଉଗ୍ର ରୂପ ନେଇପାରେ ଏହାର ଏକ ଦୃଷ୍ଟାନ୍ତ ଶନିବାର ନବରଙ୍ଗପୁର ଜିଲାରେ ଦେଖିବାକୁ ମିଳିଛି। ଚରିତ୍ରରେ ସନ୍ଦେହ କରି ଘରେ ଝଗଡା ଓ ମାରପିଟ କରୁଥିବା ଜଣେ ବ୍ୟକ୍ତିଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା କରିଛନ୍ତି ତାଙ୍କ ସ୍ତ୍ରୀ ଓ ପୁଅ। ସେ ହେଲେ ରାଇଘର ଥାନା ସରଗୁଲି ଅଞ୍ଚଳର ବଳଦେବ ଗଣ୍ଡ(୫୦)।

ପ୍ରେସର ବୋମା ବିସ୍ଫୋରଣରେ ଯବାନ ଗୁରୁତର

ମାଲକାନଗିରି, ୨୦।୧(ଡି.ଏନ୍‌.ଏ.)- ସୀମାନ୍ତ ଛତିଶଗଡ ଦାନ୍ତଓ୍ବୋଡା ଜିଲା ତୁମନାର ହାଟରେ ପ୍ରେସର ବୋମା ବିସ୍ଫୋରଣରେ ଜଣେ ଯବାନ ଗୁରୁତର ହୋଇଛନ୍ତି। ସେ ହେଲେ ଯବାନ ରାମ କର୍ମା। ମାଓବାଦୀମାନେ ରାମଙ୍କୁ ଟାର୍ଗେଟ କରି ବୋମାଟିକୁ ଗଛତଳେ ପୋତିଥିଲେ।