ରାୟଗଡା

ଇନ୍ଦ୍ରାବତୀ ଅବବାହିକା ଅବହେଳିତ

ଇନ୍ଦ୍ରାବତୀ ଅବବାହିକା ଅବହେଳିତ

ନବରଙ୍ଗପୁର, ୭।୧୨ (ବି.ପ୍ର.)-ନବରଙ୍ଗପୁର କୌଶଳ ବିକାଶ କେନ୍ଦ୍ରର ସଭାଗୃହ ଠାରେ ମଙ୍ଗଳବାର ଓଡିଶା ଏନର୍ଭରମେଣ୍ଟ କଂଗ୍ରେସ ପକ୍ଷରୁ ଇନ୍ଦ୍ରାବତୀ ଅବବାହିକା ଓ ପରିବେଶର ଚିରସ୍ଥାୟୀ ପରିଚାଳନା ଉପରେ ଏକ କର୍ମଶାଳା ଆୟୋଜିତ ହୋଇଥିଲା । ଜଳ ବିଦ୍ୟୁତ ପ୍ରକଳ୍ପ ପରେ ଇନ୍ଦ୍ରାବତୀ ଅବବାହିକା ଅବହେଳିତ ହୋଇପଡିଛି । ପ୍ରକଳ୍ପ ପୂର୍ବରୁ ନବରଙ୍ଗପୁର ଜିଲାର ଇନ୍ଦ୍ରାବତୀ ଅବବାହିକା ଅଞ୍ଚଳରେ ପ୍ରଚୁର ଫସଲ ଉପତ୍।ଦନ ହେଉଥିଲା । ପ୍ରକଳ୍ପ ପରେ ଆଉ ଏହି ଅଞ୍ଚଳରେ ଚାଷ ହୋଇପାରୁନି । ନଦୀ ପାଶ୍ୱବର୍ତ୍ତୀ ପରିବେଶ ଓ ନଦୀର ଅବବାହିକା ପ୍ରତି ଅବହେଳା କରାଯାଇଛି । ଏଭଳି ନିର୍ଯ୍ୟାସ ବାହାରିଥିଲା । ପ୍ରକଳ୍ପ ନିର୍ମାଣ କରି ନବରଙ୍ଗପୁର ଜିଲାବାସୀଙ୍କୁ ଠକି ଦିଆଯାଇଛି । ବିସ୍ଥାପିତଙ୍କୁ ଏ ପର୍ଯ୍ୟନ୍ତ ଥଇଥାନ କରାଗଲା ନାହିଁ । ଜଳସେଚନର ବ୍ୟବସ୍ଥା କରାଗଲା ନାହିଁ । ଇନ୍ଦ୍ରାବତୀ ଅବବାହିକାର ବିକାଶ ପ୍ରତି ଗୁରୁତ୍ୱ ଦିଆଗଲା ନାହିଁ । ସେଭଳି ଶିକ୍ଷା ସ୍ବାସ୍ଥ୍ୟ, ଗମନାଗମନ ଇତ୍ୟାଦି କ୍ଷେତ୍ର ଅବହେଳା କରାଯାଇଛି । ପ୍ରକଳ୍ପ ପୂର୍ବରୁ ନଦୀର ପଟୁ ମାଟି ଲାଗି ସ୍ବଳ୍ପ ପାଣିରେ ଇନ୍ଦ୍ରାବତୀ ଅବବାହିକାରେ ଅନେକ ଫସଲ ହେଉଥିଲା । ଏବେ ନଦୀର ଧାର ଶୁଖିଗଲା ପରେ ଜଳସ୍ତର ୨ଶହ ମିଟର ତଳକୁ ଖସି ଯାଇଛି । ମାଟିର ଆଦ୍ରତା କମି କମି ଗଲାଣି । ନବରଙ୍ଗପୁର ଜିଲାବାସୀ ଅବଦାନରେ ପ୍ରକଳ୍ପ ଠିଆ ହେଲା । ପ୍ରକଳ୍ପ ଆରମ୍ଭ ହେବା ଆଗରୁ ଜିଲାବାସୀଙ୍କୁ ସୁନେଲି ସ୍ବପ୍ନ ଦେଖାଇ ଦିଆଗଲା । ପ୍ରକଳ୍ପ ନିର୍ମାଣ ପରେ ଗୋଟିଏ ବି ପ୍ରତିଶ୍ରୁତିକୁ ପୂରଣ କରାଗଲା ନାହିଁ । ଏଭଳି କରି ତଳମୁଣ୍ଡ ଅଞ୍ଚଳକୁ ଜଳ ଅଧିକାରରୁ ବଞ୍ଚିତ କରିଦିଆଗଲା ବୋଲି ପରିବେଶବିତ ବିମଳ ବେହେରା କହିଥିଲେ । ପ୍ରକଳ୍ପ ପାଇଁ ଯେତିକି ପରିମାଣର ଜଙ୍ଗଲକୁ ଧ୍ୱଂସ କରାଗଲା । ପରିବେଶକୁ ସନ୍ତୁଳିତ କରିବା ପାଇଁ ବ୍ୟାପକ ପରିମାଣରେ ବୃକ୍ଷରୋପଣ ପାଇଁ ଅନୁଦାନ ଆସିଲା କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ । ସେଭଳି ପ୍ରଫେସର ପରମାନନ୍ଦ ପଣ୍ଡା ସିଧାସଳଖ କହିଥିଲେ ଯେ, ଆଦିବାସୀଙ୍କ ସରଳତାର ସୁଯୋଗ ନିଆଯାଇ ସେମାନଙ୍କୁ ଜମି ଛଡାଇ ଗରୀବ କରିଦିଆଯାଇଛି । ସେଭଳି ପ୍ରକଳ୍ପ ନିର୍ମାଣ ପୂର୍ବରୁ ଓ ପ୍ରକଳ୍ପ ପରବର୍ତ୍ତି ସକାରାମତ୍କ ପ୍ରଭାବ ଉପରେ କୌଣସି ଯୋଜନା ହୋଇନଥିବା କର୍ମଶାଳାରେ ଆଲୋଚନା ହୋଇଥିଲା ା ଓଡିଶା ଏନର୍ଭରମେଣ୍ଟ କଂଗ୍ରେସ ପକ୍ଷରୁ ଓଡିଶାର ୧୧ଟି ନଦୀର ଅବବାହିକାର ସମସ୍ୟାକୁ ନେଇ ରାଜ୍ୟ ଓ ଜାତୀୟ ସ୍ତରୀୟ ସଂଘର୍ଷ କରାଯିବା ସେଭଳି ନିଜର ଅଧିକାର ପାଇଁ ଜନସଚେତନାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଏହି କର୍ମଶାଳାକୁ ସ୍ବେଚ୍ଛାସେବୀ ସଙ୍ଗଠନ ଇସାରାର ସମ୍ପାଦକ ଗଜେନ୍ଦ୍ର ଦାସ ପରିଚାଳନା କରିଥିଲେ । ସେଭଳି କର୍ମଶାଳାରେ ଉଠାଜଳସେଚନ ନିର୍ବାହୀଯନ୍ତ୍ରୀ ଗଙ୍ଗାଧର ତ୍ରିପାଠୀ, ଜଳସେଚନ ବିଭାଗର ନିର୍ବାହୀଯନ୍ତ୍ରୀ ପ୍ରମୋଦ କୁମାର ସାହୁ ଯୋଗଦେଇ ଇନ୍ଦ୍ରାବତୀ ନଦୀର ଅବବାହିକାର ସମ୍ପର୍କରେ ଆଲୋଚନା କରିଥିଲେ ।

All Right Reserved By

ରାୟଗଡା

ସୀମାନ୍ତରୁ ୬ ମାଓବାଦୀ ଗିରଫ

ମାଲକାନଗିରି, ୨୦।୭(ସ୍ବ.ପ୍ର.)- ସୀମାନ୍ତ ଛତିଶଗଡ ରାଜ୍ୟ ନାରାୟଣପୁର ଜିଲା ଅରୋଛା ଥାନା ଅନ୍ତର୍ଗତ ମଣ୍ଡାଲି ଜଙ୍ଗଲରେ ସନ୍ଦେହଜନକ ଭାବେ ବୁଲୁଥିବା ୬ଜଣ ମାଓବାଦୀଙ୍କୁ ଜିଲା ପୋଲିସ ଗିରଫ କରିଛି।

ଘାଟି ରାସ୍ତା ମରାମତି ପରେ ଚଳାଚଳ ସ୍ବାଭାବିକ ହେଲା

ମାଲକାନଗିରି, ୨୦।୭(ସ୍ବ.ପ୍ର.)-ମାଲକାନଗିରିରୁ ଜୟପୁରକୁ ସଂଯୋଗ କରୁଥିବା ଗୋବିନ୍ଦପାଲୀ ଘାଟିରେ ଶୁକ୍ରବାର ସକାଳୁ ବର୍ଷା ଯୋଗୁ ପାହାଡରୁ ପ୍ରବଳ ବେଗରେ ବର୍ଷାଜଳ ପ୍ରଭାବିତ ହେବାରୁ ରାସ୍ତା ଧୋଇ ହୋଇଯାଇଥିଲା।

କୋରାପୁଟରୁ ୪ ମାଛ ନମୁନା ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଗଲା

କୋରାପୁଟରୁ ୪ ମାଛ ନମୁନା ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଗଲା

କୋରାପୁଟ,୨୦ା୭(ସ୍ବ.ପ୍ର)-ଆନ୍ଧ୍ରରୁ ଆସୁଥିବା ମାଛରେ ଫର୍ମାଲିନ ମିଶୁଥିବା ନେଇ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କୋରାପୁଟ ସହରରୁ ୪ଟି ମାଛ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯାଇଛି ା କୋରାପୁଟ ଜିଲା ଖାଦ୍ୟ ସୁରକ୍ଷା ଅଧିକାରୀ ଜିତେନ୍ଦ୍ର ମହନ୍ତଙ୍କ ନେତୃତ୍ୱରେ ଏକ ବିଭାଗୀୟ ଦଳ ସହରର ହାଟପଦା ଓ ଦୈନିକ ବଜାରରୁ ଏହି ୪ଟି ମାଛ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଭୁବେନେଶ୍ୱର ପଠାଇଛନ୍ତି।

କୋରାପୁଟ ଜିଲାରେ ପ୍ରବଳ ବର୍ଷା: ଜନଜୀବନ ଅସ୍ତବ୍ୟସ୍ତ

କୋରାପୁଟ ଜିଲାରେ ପ୍ରବଳ ବର୍ଷା: ଜନଜୀବନ ଅସ୍ତବ୍ୟସ୍ତ

କୋରାପୁଟ,୨୦।୭(ସ୍ବ.ପ୍ର)-କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ଶୁକ୍ରବାର ସକାଳୁ ପ୍ରବଳ ବର୍ଷା ଲାଗିରହିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବିଶେଷକରି ଲମତାପୁଟ, ନନ୍ଦପୁର, ବନ୍ଧୁଗାଁ, ଦଶମନ୍ତପୁର,ସେମିଳିଗୁଡା, କୋରାପୁଟ, ଜୟପୁର ଆଦି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବା ଜଣାଯାଇଛି । ଏଥିଯୋଗୁ ବିଭିନ୍ନ ସ୍ଥାନରେ ବର୍ଷାଜଳ ରାସ୍ତା ଉପରେ ପ୍ରବାହିତ ହେଉଛି। କୋରାପୁଟ ସହରର ମାଇନିଂ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖ ୨୬ନଂ. ଜାତୀୟ ରାଜପଥ ଉପରେ ୨ଫୁଟର ବର୍ଷାଜଳ ପ୍ରବାହିତ ହେଉଛି ।

ଗଜପତି ଜିଲା:୧୫ଦିନରେ ୧୧ଡେଙ୍ଗୁ ରୋଗୀ ଚିହ୍ନଟ

ଗଜପତି ଜିଲା:୧୫ଦିନରେ ୧୧ଡେଙ୍ଗୁ ରୋଗୀ ଚିହ୍ନଟ

ପାରଳାଖେମୁଣ୍ଡି,୨୦।୭(ସ୍ବ.ପ୍ର.)- ଗଜପତି ଜିଲାରେ ପୁଣି ଜଣେ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ସେ ହେଲେ ଗୋଷାଣି ବ୍ଲକ ଚନ୍ଦନଖଳାର ଏସ୍‌.ବୃନ୍ଦାବତୀ (୫୫)। ସମ୍ପ୍ରତି ଜିଲା ମୁଖ୍ୟ ଚିକିତ୍ସାଳୟରେ ବୃନ୍ଦାବତୀ ଚିକିତ୍ସିତ ହେଉଛନ୍ତି। ଅନ୍ୟ ୧୦ ଡେଙ୍ଗୁ ରୋଗୀ ଏଠାରେ ଚିକିତ୍ସା ପରେ ନିଜ ଘରକୁ ଫେରିଯାଇଛନ୍ତି। ଗତ ୧୫ଦିନ ମଧ୍ୟରେ ମୋଟ ୧୧ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ବିପିନ ବିହାରୀ ପାଣିଗ୍ରାହୀ କହିଛନ୍ତି ଯେ, ଜୁନ ୩୦ତାରିଖଠାରୁ ଗତ ୧୫ତାରିଖ ମଧ୍ୟରେ ଗଜପତି ଜିଲାରେ ୧୧ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ା

ଅସ୍ବାଭାବିକ ଭାବେ ବଢୁଛି ହାତ: ଚିକିତ୍ସାରେ ଅର୍ଥ ବାଧକ

ଅସ୍ବାଭାବିକ ଭାବେ ବଢୁଛି ହାତ: ଚିକିତ୍ସାରେ ଅର୍ଥ ବାଧକ

ଗୁଣପୁର,୨୦।୭(ଡି.ଏନ୍‌.ଏ.): ଅସ୍ବାଭାବିକ ଭାବେ ବୃଦ୍ଧି ପାଉଛି ହାତ। ଚାଲାବୁଲା କରିବା କଷ୍ଟ ହେଉଛି। ହାତର ଓଜନ ଏପରି ବୃଦ୍ଧି ପାଉଛି ତାହାକୁ ଉଠାଇବା ଏବେ କଷ୍ଟକର। ଘୋଷାଡ଼ି ଘୋଷାଡ଼ି ଯୁବତୀ ଜଣଙ୍କ ହାତକୁ ନେଉଛନ୍ତି। ଏହା ହେଉଛି ରାୟଗଡା ଜିଲା ପଦ୍ମପୁର ବ୍ଲକ ପେରୁପାଙ୍ଗ ଗ୍ରାମର ମିତା ଶବରଙ୍କ କାହାଣୀ। ଅର୍ଥ ଅଭାବରୁ ଏବେ ତାଙ୍କ ଚିକିତ୍ସା ମଧ୍ୟ ହୋଇପାରୁନି। ଭଉଣୀ କୁମାରୀଙ୍କ ସହ ରହୁଥିବା ମିତା ଏବେ ସରକାରୀ ସହାୟତାକୁ ଅପେକ୍ଷା କରି ରହିଛନ୍ତି।

ଜିଲାସ୍ତରୀୟ ସ୍ବାଧୀନତା ଦିବସ ପ୍ରସ୍ତୁତି ବୈଠକ

ଜିଲାସ୍ତରୀୟ ସ୍ବାଧୀନତା ଦିବସ ପ୍ରସ୍ତୁତି ବୈଠକ

ରାୟଗଡା ଅଫିସ୍‌, ୨୦।୭: ଜିଲାସ୍ତରୀୟ ସ୍ବାଧିନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟ ଚିନ୍ତନ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ଗୁହା ପୁନମ ତାପସ କୁମାର ଅଧ୍ୟକ୍ଷତା କରିଥିଲେ। ବୈଠକରେ ଅତିରିକ୍ତ ଜିଲାପାଳ ସୁଧାକର ଶବର, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଚନ୍ଦ୍ରିକା ପ୍ରସାଦ ଦାସ, ଉପଆରକ୍ଷୀ ଅଧୀକ୍ଷକ ଅନନ୍ତ ପ୍ରସାଦ ମଲ୍ଲିକ ପ୍ରମୁଖ ଯୋଗ ଦେଇ ସ୍ବାଧିନତା ଦିବସ କିଭଳି ଶାନ୍ତିଶୃଙ୍ଖଳାରେ ପାଳନ କରାଯିବ ସେ ନେଇ ଆଲୋଚନା କରିଥିଲେ।

ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ: ୪ ଏସ୍‌ଏଚ୍‌ଜିକୁ କୃଷି ଋଣ

ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ: ୪ ଏସ୍‌ଏଚ୍‌ଜିକୁ କୃଷି ଋଣ

ବିଷମକଟକ,୨୦।୭ (ଡି.ଏନ୍‌.ଏ.): ବିଷମକଟକ ବ୍ଲକ ବେଥିଆପଡା ପଞ୍ଚାୟତସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଓଡ଼ିଶା ସରକାରଙ୍କ ସମବାୟ ଆନୁକୂଲ୍ୟରେ ବିଷମକଟକ ଲ୍ୟାମ୍ପ୍‌ସ ପକ୍ଷରୁ ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଲ୍ୟାମ୍ପ୍‌ସ ଜରିଆରେ କୃଷକମାନଙ୍କ ପାଇଁ ରହିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରାଯିବା ସହ ଚାଷୀମାନେ ଏହାଦ୍ୱାରା ଉପକୃତ ହେବେ ବୋଲି ଅତିଥିମାନେ କହିଥିଲେ। କାର୍ଯ୍ୟକ୍ରମରେ ଦୁର୍ଗୀ ଗ୍ରାମର ୪ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ୫୦ ହଜାର ଟଙ୍କା ଲେଖାଏ କୃଷି ଋଣ ପ୍ରଦାନ କରାଯାଇଛି।

ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ

ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ

ଧୋଡ୍ରା, ୨୦।୭(ଡି.ଏନ୍‌.ଏ.): ନବରଙ୍ଗପୁର ଝରିଗାଁ ଲ୍ୟାମ୍ପସ ପକ୍ଷରୁ ପୁର୍ଲା ଡିଏନ୍‌କେ ପୂଜା ମଣ୍ଡପରେ ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଝରିଗାଁ ଲ୍ୟାମ୍ପସ୍‌ ସଭାପତି ବାସନ୍ତି ଗଣ୍ଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଝରିଗାଁ ଜୋନ୍‌ ୩ ଜିଲା ପରିଷଦ ସଭ୍ୟ ପଦ୍ମନାଭ ପାଣ୍ଡେ ମୁଖ୍ୟଅତିଥି ଭାବେ ଯୋଗଦେଇ ଥିଲେ। ସମ୍ମାନିତ ଅତିଥିଭାବେ ମଞ୍ଜୁଲତା ପନକା, ମୁଖ୍ୟବକ୍ତାଭାବେ ଉମରକୋଟ କେସିସି ବ୍ୟାଙ୍କ ପରିଚାଳକ ଜଗବନ୍ଧୁ ବିଶୋଇ ଉପସ୍ଥିତ ଥିଲେ।

ସ୍ବଚ୍ଛତା ଉପରେ ଉପଜିଲାପାଳଙ୍କ ଗୁରୁତ୍ୱ

ସ୍ବଚ୍ଛତା ଉପରେ ଉପଜିଲାପାଳଙ୍କ ଗୁରୁତ୍ୱ

ବାଲିମେଳା,୨୦।୭(ଡି.ଏନ୍‌.ଏ.): କୋରକୋଣ୍ଡା ବ୍ଲକ ଅନ୍ତର୍ଗତ ବାଲିମେଳା ଏନ୍‌ଏସିରେ ବିଗତ ୩ ବର୍ଷ ମଧ୍ୟରେ ସ୍ବଚ୍ଛ ଭାରତ ଅଭିଯାନ ଲଗାତାର ବିଫଳ ହେଉଥିବାରୁ ଜିଲା ପ୍ରଶାସନ ତରଫରୁ କଡାକଡି ଭାବେ ପଦକ୍ଷେପ ଗ୍ରହଣ କରାଯାଇଛି । ଉପଜିଲାପାଳ ଲିଙ୍ଗରାଜ ପଣ୍ଡା, ଏନ୍‌ଏସି ଅଧ୍ୟକ୍ଷା ଲକ୍ଷ୍ମୀ ପାଙ୍ଗି, ଚିତ୍ରକୋଣ୍ଡା ଏସ୍‌ଡିପିଓ, ସ୍ବଚ୍ଛତା ଅଭିଯାନର ନୋଡାଲ ଅଫିସର ମାନସ ରଞ୍ଜନ ବାରିକ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ଶୁକ୍ରବାରଠାରୁ ଚଳିତ ମାସ ଶେଷ ସୁଦ୍ଧା ମୁକ୍ତ ଆକାଶ ତଳେ କୌଣସି ବ୍ୟକ୍ତି ଶୌଚ କରିବା ଦଣ୍ଡନୀୟ ବୋଲି ଧାର୍ଯ୍ୟ କରାଯାଇଥିଲା ।

ମହିଳା ସଂଘ ବୈଠକ: ଗଠନ ହେଲା ୩ ମହିଳା ଗୋଷ୍ଠୀ

ମହିଳା ସଂଘ ବୈଠକ: ଗଠନ ହେଲା ୩ ମହିଳା ଗୋଷ୍ଠୀ

ପାରଳାଖେମୁଣ୍ଡି,୨୦।୭(ସ୍ବ.ପ୍ର.): ଗଜପତି ଜିଲା ପାରଳାଖେମୁଣ୍ଡି ପୌରପରିଷଦ ଅଧୀନ ୩ନମ୍ବର ୱାର୍ଡସ୍ଥିତ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ଏକ ମହିଳା ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ କାଉନସିଲର ଖଗେଶ୍ୱରୀ ବେହେରା ଯୋଗଦେଇ ମହିଳାମାନଙ୍କୁ ବହି, କଲମ ଓ ବିଭିନ୍ନ ପ୍ରକାର ଶିକ୍ଷା ଉପକରଣ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଅଙ୍ଗନଓ୍ବାଡ଼ି କର୍ମୀ ତପସ୍ବିନୀ ବେହେରା ଯୋଗଦେଇ ଏହି ଗୋଷ୍ଠୀଗୁଡିକ ନିକଟରେ ସରକାରୀ ଯୋଜନା ପହଞ୍ଚତ୍ବା ଉପରେ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ୫୦ରୁ ଊର୍ଦ୍ଧ୍ୱ ମହିଳା ଉପସ୍ଥିତ ଥିବା ବେଳେ ତିନୋଟି ମହିଳା ଗୋଷ୍ଠୀ ଗଠନ କରାଯାଇଥିଲା।

ଏନ୍‌ଏସ୍‌ଏସ୍‌ର ସ୍ବତନ୍ତ୍ର ଶିବିର ଉଦ୍‌ଯାପିତ

ଏନ୍‌ଏସ୍‌ଏସ୍‌ର ସ୍ବତନ୍ତ୍ର ଶିବିର ଉଦ୍‌ଯାପିତ

ରାୟଗଡ଼,୨୦।୭(ଡି.ଏନ.ଏ): ଗଜପତି ଜିଲା ରାୟଗଡ଼ ବ୍ଲକର ସେବକପୁର ଗ୍ରାମରେ ସପ୍ତାହେ ବ୍ୟାପି ଚାଲିଥିବା ଗୁରୁକୁଳ ପର୍ଶୁରାମ ମହାବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ର ସ୍ବତନ୍ତ୍ର ଶିବିର ଉଦ୍‌ଯାପିତ ହୋଇ ଯାଇଛି। ଏହି ଉପଲକ୍ଷେ ମହାବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଏନ୍‌ଏସ୍‌ଏସ୍‌ ପ୍ରୋଗ୍ରାମ ଅଫିସର ଶଶିକାନ୍ତ ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ଜିଲା ପରିଷଦ ଉପାଧ୍ୟକ୍ଷ ଆର୍‌. ବିଜୟ କୁମାର ଏବଂ ମୁଖ୍ୟ ବକ୍ତା ଭାବେ ସ୍ଥାନୀୟ କଲେଜ ସମ୍ପାଦକ ବାଳକୃଷ୍ଣ ବାଣୁଆରାୟ ଯୋଗଦେଇଥିଲେ।

୧. ଜଗନ୍ନାଥଙ୍କ ରଥର ଚକ ସଂଖ୍ୟା କେତେ?

Model This Week

ରୂପେଶ