ରାୟଗଡା

ବାଲ୍ୟ ବିବାହ ନିରୋଧୀ ଅଭିଯାନର ୨ ତରୁଣ ସାରଥି

ବାଲ୍ୟ ବିବାହ ନିରୋଧୀ ଅଭିଯାନର ୨ ତରୁଣ ସାରଥି

ପଟ୍ଟାଙ୍ଗି,୬।୧୨(ଡି.ଏନ୍‌.ଏ.)

କୋରାପୁଟ ଭଳି ଆଦିବାସୀ ବହୁଳ ଜିଲାରେ ବାଲ୍ୟ ବିବାହ ପ୍ରଥାରୁ ଲୋକେ ଏବେ ବି ମୁକୁଳି ପାରିନାହାନ୍ତି। ପ୍ରଶାସନ ଏନେଇ ସଚେତନ କରୁଥିଲେ ମଧ୍ୟ ତାହା ପ୍ରଭାବହୀନ। ପରମ୍ପରା ନାଁରେ ଚାଲିଆସିଥିବା ଏହି ଦୀର୍ଘଦିନର ପ୍ରଥାକୁ ଅନ୍ଧ ଭଳି ଜାବୁଡ଼ି ଧରିଛନ୍ତି ଲୋକେ। ବାଲ୍ୟ ବିବାହ ଦ୍ୱାରା ଭବିଷ୍ୟତ ଯେ ନିରାପଦ ନୁହେଁ, ଏହି ମର୍ମକୁ ଅତି କମ୍‌ ବୟସରେ ବୁଝିନେଇଥିଲେ ରାଇମତି ଓ ଆନନ୍ଦ। କୋରାପୁଟ ଜିଲାର ଭିନ୍ନ ଭିନ୍ନ ଗାଁର ବାସିନ୍ଦା ଥିବା ଏହି ଦୁଇଜଣ ଆଦିବାସୀ ତରୁଣୀ ତରୁଣ ନାବାଳକ ବୟସରେ ଘରଲୋକଙ୍କ ଦ୍ୱାରା ଅଣାଯାଇଥିବା ବିବାହ ପ୍ରସ୍ତାବକୁ କେବଳ ପ୍ରତ୍ୟାଖ୍ୟାନ କରିନଥିଲେ, ବରଂ ନିଜ ଅଞ୍ଚଳରୁ ବାଲ୍ୟ ବିବାହକୁ ବନ୍ଦ କରିବା ପାଇଁ ସଚେତନତା ଅଭିଯାନରେ ସାମିଲ ମଧ୍ୟ ହୋଇଥିଲେ। ପାଠପଢ଼ା ସହ ନିଜ ଗାଁରେ ଶିଶୁସଂଘ ଗଢ଼ି ଏ ଦୁଇଜଣ ଏବେ ବାଲ୍ୟ ବିବାହ ନିରୋଧୀ ଅଭିଯାନର ଦୁଇ ତରୁଣ ସାରଥି ସାଜିଛନ୍ତି।
ରାଇମତି ସାଉନ୍ତା। କୋରାପୁଟ ଜିଲା କୁନ୍ଦୁରା ବ୍ଲକ କେରମଟି ପଞ୍ଚାୟତ ଗମକାପଦର ଗ୍ରାମର ବାସିନ୍ଦା। ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ବେଳେ ବାପା ତାଙ୍କ ବାହାଘର ପ୍ରସ୍ତାବ ଆଣିଥିଲେ। ତାଙ୍କ ବାପା ଜଣେ ଚାଷୀ। ପ୍ରସ୍ତାବ ପଡ଼ିଥିବା ପରିବାର ମଧ୍ୟ ଚାଷୀ ଥିଲେ। ରାଇମତି କହନ୍ତି, ‘ବାପା ମା’ ମୋତେ ବିବାହ ଦେବା ପାଇଁ ବେଶ୍‌ ବ୍ୟାକୁଳ ଥିଲେ। ହୋଇପାରେ ସେଇଟା ତାଙ୍କ ଖୁସି। କିନ୍ତୁ ଏହାର କୁପରିଣତି ଦିଗରେ ସେମାନେ ସଚେତନ ନଥିଲେ। ଅତି କମ୍‌ ବୟସରେ ବିବାହ ମୋ’ ଜୀବନରେ ଅନ୍ଧକାର ଭରିଦେବା ଆଶଙ୍କା ଥିଲା। ସେମାନଙ୍କୁ ବୁଝାଇବା ପାଇଁ ମୁଁ ବହୁତ ଚେଷ୍ଟା କଲି। ଏମିତିକି ମୋ’ ବଡ଼ଭାଇଙ୍କୁ ମଧ୍ୟ ଅନୁରୋଧ କରିଥିଲି ବାହାଘର ବନ୍ଦ କରିବା ପାଇଁ। ଭାଇଙ୍କ ଇଚ୍ଛା ଥିଲା ମୁଁ ଆଗକୁ ପାଠ ପଢ଼ିବି। ଶିକ୍ଷକ, ଶିକ୍ଷୟିତ୍ରୀ ଓ ଆମ ଗ୍ରାମରେ କାମ କରୁଥିବା ସ୍ବେଚ୍ଛାସେବୀ ସାଥୀ ଏବଂ ବିଦ୍ୟାଳୟ ଦ୍ୱାରା ହେଉଥିବା ବୈଠକ/ସଭାରେ ଯୋଗଦେଇ ଶିଶୁ ଅଧିକାର ଓ ବାଲ୍ୟ ବିବାହ ସମ୍ପର୍କରେ ବେଶ୍‌ ଧାରଣା ହୋଇସାରିଥିଲା। ତେଣୁ ଏନେଇ ବାପାମା’ଙ୍କୁ ବୁଝାଇ ପାରିଥିଲି। ମୁଁ ବାହାଘରକୁ ବିରୋଧ କରୁନି, କିନ୍ତୁ ବାଲ୍ୟ ବିବାହକୁ ବିରୋଧ କରୁଛି। ମୋର ଯେଉଁଠୁ ପ୍ରସ୍ତାବ ଆସିଥିଲା, ମୁଁ ତାଙ୍କ ପରିବାରକୁ କହିଥିଲି ମୋର ପାଠ ପଢ଼ିବା ସରିବା ପର୍ଯ୍ୟନ୍ତ ସେମାନେ ଅପେକ୍ଷା କରନ୍ତୁ। କିନ୍ତୁ ସେମାନେ ସେ ପୁଅକୁ ଅନ୍ୟ ଜାଗାରେ ବିଭା କରିଦେଲେ। ମୁଁ ଆଜି ବହୁତ ଖୁସି। ମୋତେ ୧୭ ବର୍ଷ ହେଲାଣି ଆଉ ମୁଁ ଯୁକ୍ତଦୁଇରେ ପାଠ ପଢୁଛି। ସାଙ୍ଗମାନଙ୍କୁ ନେଇ ୪ ଖଣ୍ଡ ଗ୍ରାମରେ ଆମେ ଶିଶୁସଂଘ ଗଢ଼ିଛୁ। ପ୍ରତ୍ୟେକ ମାସ ବୈଠକରେ ମୁଁ ଆଉ ମୋର ସାଙ୍ଗମାନେ ଶିଶୁ ଅଧିକାର ଓ ବାଲ୍ୟ ବିବହାର କୁପରିଣତି ସମ୍ପର୍କାରେ ଆଲୋଚନା କରୁଛୁ। ଯଦି କେଉଁଠୁ ବାଲ୍ୟ ବିବାହ ଖବର ଆସୁଛି, ତେବେ ଭୟ ନକରି ୧୦୯୮କୁ ଫୋନ୍‌ କରିବା ପାଇଁ ସମସ୍ତଙ୍କୁ ସଚେତନ କରାଉଛୁ। ମୋର ଆଶା ସମସ୍ତଙ୍କ ସହଯୋଗରେ ଆମେ ବାଲ୍ୟ ବିବାହକୁ ବନ୍ଦ କରିପାରିବୁ।’
ଆନନ୍ଦ ପାଙ୍ଗି। ପଟ୍ଟାଙ୍ଗି ବ୍ଲକ ଧୁରିଆ ଗାଁରେ ଘର। ୨ ବର୍ଷ ତଳେ ମାମୁଘରୁ ତାଙ୍କ ପାଇଁ ବିବାହ ପ୍ରସ୍ତାବ ଆସିଥିଲା। ସେତେବେଳେ ତାଙ୍କୁ ୧୬ ବର୍ଷ ବୟସ ଓ ସେ ଯୁକ୍ତଦୁଇ ପ୍ରଥମ ବର୍ଷର ଛାତ୍ର ଥିଲେ। କଲେଜ ଓ ବିଭିନ୍ନ ପତ୍ରପତ୍ରିକାରୁ ବାଲ୍ୟ ବିବାହର କୁପରିଣତି ବିଷୟରେ ସଚେତନ ଥିବା ଆନନ୍ଦ ନାବାଳକ ବୟସରେ ବିବାହ ନ କରିବା ପାଇଁ ବାପାମା’ଙ୍କୁ ବୁଝାଇଥିଲେ। ସେମାନେ ରାଜି ନ ହେବାରୁ ନିଜ ଅଞ୍ଚଳରେ କାମ କରୁଥିବା ଆଦିବାସୀ ଏକତା ମଞ୍ଚର ସହଯୋଗ ଲୋଡ଼ିଥିଲେ। ଆଖପାଖରେ ଯେଉଁମାନେ ବାଲ୍ୟ ବିବାହ କରିଥିଲେ, ସେମାନେ ଏବେ କିଭଳି ଅସୁବିଧା ଭୋଗୁଛନ୍ତି, କାହାର ଦୁର୍ବଳ ପିଲା ଜନ୍ମ ହୋଇଛି ତ କାହାର ପିଲା ମରିଯାଇଛି। ଯେଉଁମାନେ କମ୍‌ ବୟସରେ ବାହା ହୋଇଛନ୍ତି, ସେମାନେ କିଭଳି ଶାରୀରିକ ଭାବେ ଦୁର୍ବଳ ହୋଇଯାଇଛନ୍ତି, ଏହିଭଳି ଉଦାହରଣ ଦେଇ ସେ ବାପାମା’ଙ୍କୁ ବୁଝାଇଥିଲେ। ସୁଖର କଥା, ସେମାନେ ଆନନ୍ଦଙ୍କୁ ବୁଝିପାରି ବିବାହ ରୋକିଥିଲେ। ଏବେ ତାଙ୍କୁ ୧୮ ବର୍ଷ ଆଉ ସେ ଯୁକ୍ତତିନିରେ ପାଠ ପଢୁଛନ୍ତି। ଏହା ସହ ସେ ଗାଁ ଯୁବକ ସଂଘ ଓ ଶିଶୁସଂଘ ଜରିଆରେ ବାଲ୍ୟ ବିବାହର କୁପରିଣତି ସମ୍ପର୍କରେ ସଚେତନ କରୁଛନ୍ତି।

All Right Reserved By

Model This Week

ନିକିତା

ରାୟଗଡା

ବଜ୍ରପାତରେ ଜଣେ ଗୁରୁତର

ବଜ୍ରପାତରେ ଜଣେ ଗୁରୁତର

ଖଇରପୁଟ, ୧୯ ।୪(ଡି.ଏନ.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକର ମୁଦୁଲିପଡା ପଞ୍ଚାୟତ ଅନ୍ତର୍ଗତ ଦାନ୍ତିପଡା ଗ୍ରାମର ମଙ୍ଗଳା ମାନ୍ଦ୍ରା (୪୭) ବଜ୍ରପାତରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି।

ଦୁର୍ଘଟଣାରେ କନିଷ୍ଠ ଯନ୍ତ୍ରୀ ମୃତ

ଦୁର୍ଘଟଣାରେ କନିଷ୍ଠ ଯନ୍ତ୍ରୀ ମୃତ

ଜୟପୁର,୧୯।୪(ନି.ପ୍ର.): ଜୟପୁର-କୁନ୍ଦୁରା ରାସ୍ତାର ଘାଟବାଗରା ନିକଟରେ ସଡ଼କ ଦୁର୍ଘଟଣାରେ କନିଷ୍ଠ ଯନ୍ତ୍ରୀ ସିପୁନ ନାୟକଙ୍କ ମୃତ୍ୟୁ ହୋଇଛି। ବିଳମ୍ବିତ ରାତିରେ ସେ କାମ ସାରି ଜୟପୁରରୁ ବାହାରି କୁନ୍ଦୁରା ଯାଉଥିବା ସମୟରେ ଘାଟବାଗରା ବ୍ରିଜ ନିକଟରେ ଭାରସାମ୍ୟ ହରାଇ ତାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ସେଠାରେ ତାଙ୍କର ମୃତ୍ୟୁ ହେଲା।

ରୋଟାରୀ କ୍ଲବ ପକ୍ଷରୁ ମାରାଥନ ଦୌଡ଼, ଟ୍ୟାଲେଣ୍ଟ ହଣ୍ଟ ପ୍ରତିଯୋଗିତା

ରୋଟାରୀ କ୍ଲବ ପକ୍ଷରୁ ମାରାଥନ ଦୌଡ଼, ଟ୍ୟାଲେଣ୍ଟ ହଣ୍ଟ ପ୍ରତିଯୋଗିତା

ଦାମନଯୋଡ଼ି,୧୯ା୪(ଡି.ଏନ୍‌.ଏ.): ଦାମନଯୋଡ଼ି ରୋଟାରୀ କ୍ଲବ ପକ୍ଷରୁ ଶାନ୍ତି ଓ ସହାବସ୍ଥାନ ପାଇଁ ଏକ ମାରାଥନ ଦୌଡ଼ ଅନୁଷ୍ଠିତ ହୋଇଛି। ପୂର୍ବରୁ କ୍ଲବ ପକ୍ଷରୁ ଆଖପାଖ ବିଭିନ୍ନ ସ୍କୁଲର ଛାତ୍ରୀଛାତ୍ରଙ୍କ ମଧ୍ୟରେ ‘ରୋଟା ଟ୍ୟାଲେଣ୍ଟ ହଣ୍ଟ ୨୦୧୭’ ନାଁରେ ଆଧୁନିକ ନୃତ୍ୟ ଓ କୁଇଜ୍‌ ପ୍ରତିଯୋଗିତା ହୋଇଥିଲା।

ବାଇକ୍‌ ଦୁର୍ଘଟଣାଗ୍ରସ୍ତ: ୨ ଗୁରୁତର

ବାଇକ୍‌ ଦୁର୍ଘଟଣାଗ୍ରସ୍ତ: ୨ ଗୁରୁତର

ବିଷମ କଟକ,୧୯।୪(ଡି.ଏନ୍‌.ଏ.): ବିଷମ କଟକସ୍ଥିତ ପଟାମୁଣ୍ଡ ଗ୍ରାମ ନିକତରେ ଗୁରୁବାର ଅପରାହ୍ନରେ ଏକ ବାଇକ୍‌(ଓଡି ୧୮ ବି ୨୭୧୩) ଦୁର୍ଘଟଣାଗ୍ରସ୍ତ ହୋଇଛି।

ଶିକ୍ଷକ ତାଲିମ ଶିବିର ଉଦ୍‌ଯାପିତ

ଶିକ୍ଷକ ତାଲିମ ଶିବିର ଉଦ୍‌ଯାପିତ

ଡାବୁଗାଁ, ୧୯।୪ (ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଲୟରେ ଶିକ୍ଷକ ତାଲିମ ଶିବିର ‘ଉଜ୍ଜଳ’ ପ୍ରଥମ ପର୍ଯ୍ୟାୟ ଗୁରୁବାର ଉଦ୍‌ଯାପିତ ହୋଇଛି। ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ମାତୃଭାଷା, ଗଣିତ ଓ ଇଂରାଜୀ ବିଷୟରେ କିପରି ସରଳ ଭାବେ ଶିକ୍ଷାଦାନ କରାଯିବ ସେ ନେଇ ଉପସ୍ଥିତ ଶିକ୍ଷକଙ୍କୁ ତାଲିମ ପ୍ରଦାନ କରାଯାଇଛି।

ଝରିଗାଁ ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୩୪ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା

ଝରିଗାଁ ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୩୪ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା

ନବରଙ୍ଗପୁର ଅଫିସ,୧୯।୪: ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ସାମିଲ ହୋଇଛି ନବରଙ୍ଗପୁର ଜିଲା ଝରିଗାଁ ପଞ୍ଚାୟତ। ସଦର ମହକୁମାଠାରେ ଅନୁଷ୍ଠିତ ଭିଡିଓ କନ୍‌ଫରେନ୍ସିଂ ଜରିୟାରେ ଗୁରୁବାର ସରପଞ୍ଚ ଅଗନ୍ତା ପ୍ବବାରା ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ।

ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଶତପ୍ରତିଶତ ଉପସ୍ଥାନ ପାଇଁ ସଚେତନ ଶୋଭାଯାତ୍ରା

ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଶତପ୍ରତିଶତ ଉପସ୍ଥାନ ପାଇଁ ସଚେତନ ଶୋଭାଯାତ୍ରା

ମାଲକାନଗିରି, ୧୯। ୪(ଡି.ଏନ୍‌.ଏ.)- ଚଳିତ ଶକ୍ଷା ବର୍ଷରୁ ବିଦ୍ୟାଳୟଗୁଡିକରେ ଛାତ୍ରୀଛାତ୍ରଙ୍କ ଶତ ପ୍ରତିଶତ ଉପସ୍ଥାନ ଲକ୍ଷ୍ୟରେ ମାଲକାନଗିରି ଜିଲା ଶିକ୍ଷା ବିଭାଗ ପକ୍ଷରୁ ଗୁରୁବାର ସଦର ମହକୁମାର ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ନେଇ ଜିଲାସ୍ତରୀୟ ସଚେତନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଜନସଚେତନତା ସୃଷ୍ଟି ପାଇଁ ଜିଲା ପରିଷଦ କାର୍ଯ୍ୟାଳୟରୁ ବାହାରିଥିବା ଶୋଭାଯାତ୍ରାକୁ ଜିଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡ଼ିଆମୀ ଲାଲ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ଜିଲା ଭାରପ୍ରାପ୍ତ ଶିକ୍ଷାଧିକାରୀ ତଥା ସର୍ବଶିକ୍ଷା ଅଭିଯାନ ସଂଯୋଜକ ମାନସ କୁମାର ଜେନା, ମାଲକାନଗିରି ବ୍ଲକ ଶିକ୍ଷାଧିକାରୀ ବିନୋଦ ସିଂ, ସହକାରୀ ଶିକ୍ଷାଧିକାରୀ ଅଶୋଭ ରଞ୍ଜନ ମାଳି, ଭୃଷକେତୁ ବେହେରା ଏବଂ ଅନେକ ଶିକ୍ଷୟତ୍ରୀ ଶିକ୍ଷକ ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ।

ଭାଜପା ରାଜ୍ୟ ସାଧାରଣ ସମ୍ପାଦକଙ୍କ  ମାଲକାନଗିରି ଗସ୍ତ

ଭାଜପା ରାଜ୍ୟ ସାଧାରଣ ସମ୍ପାଦକଙ୍କ ମାଲକାନଗିରି ଗସ୍ତ

ମାଲକାନଗିରି, ୧୯।୪(ଡି.ଏନ୍‌.ଏ.)- ରାଜ୍ୟ ଭାଜପା ସାଧାରଣ ସମ୍ପାଦକ ମାନସ ରଞ୍ଜନ ମହାନ୍ତି ଗୁରୁବାର ମାଲକାନଗିରି ଜିଲା ଗସ୍ତ କରିଛନ୍ତି। ହୋଟେଲ ରକ୍‌ହିଲ ସମ୍ମିଳନୀ କକ୍ଷରେ ଜିଲା ସଭାପତି ଅଶୋକ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନଷ୍ଠିତ ଏକ କର୍ମୀ ସମ୍ମିଳନୀରେ ଯୋଗଦେଇ ଗ୍ରାମାଞ୍ଚଳରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ସଂଗଠନକୁ ସୁଦୃଢ଼ କରିବା ପାଇଁ ଦଳୀୟ କର୍ମୀଙ୍କୁ ସେ ଆହ୍ବାନ ଦେଇଥିଲେ। ଏହାସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ଉନ୍ନୟନ କାର୍ଯ୍ୟ କିପରି ଚାଲିଛି , ସାଧାରଣ ଜନତା ତାର ସୁଫଳ ପାଉଛନ୍ତି କି ନାହିଁ ସେ ନେଇ କର୍ମୀଙ୍କଠାରୁ ପଚାରି ବୁଝିଥିଲେ। ଯଦି କୌଣସି ଜାଗାରେ ଦୁର୍ନୀତି ହେଉଛି ଦଳ ପକ୍ଷରୁ ତାର ପ୍ରତିବାଦ କରାଯାଇ ସାଧାରଣ ଭୋଟରଙ୍କ ଆସ୍ଥାଭାଜନ ହେବା ପାଇଁ ସେ ପରାମର୍ଶ ଦେଇଥିଲେ।

ଅଂଶୁଘାତରେ ମୃତ୍ୟୁ ଅଭିଯୋଗ

ଅଂଶୁଘାତରେ ମୃତ୍ୟୁ ଅଭିଯୋଗ

ଗୁଣପୁର, ୧୯।୪(ଡି.ଏନ୍‌.ଏ.)- ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଲତାର ପଞ୍ଚାୟତ ଲିମାଲିଗୁଡ଼ା ଗ୍ରାମର ପ୍ରାନସିସ ସୂର୍ଯ୍ୟ(୪୫)ଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବୁଧବାର ସେ ଏକ ବିବାହ ଭୋଜିକୁ ଯାଇ ଅପରାହ୍ନରେ ବାଇକ ଯୋଗେ ଫେରୁଥିବା ବେଳେ ତର୍ଗିସି ଘାଟିରେ ପଡିଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଗୁଣପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘେଷଣା କରିଥିଲେ।

ବୋଲେରୋ ଦୁର୍ଘଟଣା, ୬ଆହତ

ବୋଲେରୋ ଦୁର୍ଘଟଣା, ୬ଆହତ

କୋରାପୁଟ,୧୯।୪(ସ୍ବ.ପ୍ର)- କୋରାପୁଟ-ଲକ୍ଷ୍ମୀପୁର ରାସ୍ତାର ପଚଂଡା ନିକଟରେ ଗୁରବାର ପୁବାର୍ହ୍ନ ୧୦ଟାରେ ବରଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ବୋଲେରୋ ଭାରସମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ଏଥିରେ ଥିବା ୬ଜଣ ଯାତ୍ରୀ ଆହତ ହୋଇଛନ୍ତି। କାକିରିଗୁମ୍ମା ପୋଲିସ ଆହାତଙ୍କୁ ଉଦ୍ଧାର କରି ଲକ୍ଷ୍ମୀପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଛି।

ନାରାୟଣପାଟଣାରେ   ମାଓବାଦୀ ବିରୋଧି ପୋଷ୍ଟର

ନାରାୟଣପାଟଣାରେ ମାଓବାଦୀ ବିରୋଧି ପୋଷ୍ଟର

କୋରାପୁଟ/ ଜୟପୁର,୧୯।୪(ସ୍ବ.ପ୍ର/ ନି.ପ୍ର.)- କୋରାପୁଟ ଜିଲା ନାରାୟଣପାଟଣା ସଦର ମହକୁମ୍ମାରେ ବିଭିନ୍ନ ସ୍ଥାନରେ ଗୁରବାର ସକାଳେ ମାଓବାଦୀ ବିରୋଧି ପୋଷ୍ଟରମାନ ମରାଯାଇଛି। ହିଂସାମୁକ୍ତ ଓଡିଶା ଅଭିଯାନ ନାମରେ ଓଡିଆରେ ଲେଖାଯାଇଥିବା ଏହି ପୋଷ୍ଟରରେ ବିନା କାରଣରେ ମାଓବାଦୀମାନେ ନାରାୟଣପାଟଣାରେ ନିରୀହ ଆଦିବାସୀଙ୍କୁ ହତ୍ୟା କରୁଛନ୍ତି ବୋଲି ଉଲ୍ଲେଖ ରହିଛି। ‘ବହୁତ ହୋଇଗଲା ଆଉ ନୁହେଁ, ମାଓବାଦୀ ତୁମେ ନାରାୟଣପାଟଣା ଓ ବନ୍ଧୁଗାଁ ଛାଡ’, ‘ମାଓବାଦୀ ଜୋନାଲ କମିଟି ମୁର୍ଦାବାଦ’ ଓ ‘ମାଓବାଦୀ ମୁର୍ଦାବାଦ’ ବୋଲି ଉକ୍ତ ପୋଷ୍ଟରରେ ଲେଖାଯାଇଛି।

ଚୋରା ମଦ ଜବତ, ୨ ଗିରଫ

ଚୋରା ମଦ ଜବତ, ୨ ଗିରଫ

ରାୟଗଡ଼ା ଅଫିସ,୧୯।୪- ଚୋରା ବିଦେଶୀ ମଦ ବିକ୍ରି ଅଭିଯୋଗରେ ଥେରୁବାଲି ଫାଣ୍ଡି ପୋଲିସ ଗୁରୁବାର ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛନ୍ତି। ସେମାନେ ହେଲେ ଚାନ୍ଦିଲି ଥାନା ଅଧୀନ ଭୁଜବଳ ଗ୍ରାମର ପ୍ରଦୀପ କୁମାର ବେନିଆ ଓ ଅଭିମନ୍ୟୁ ପେଷ୍କୁରେଡି। ଅଭିଯୁକ୍ତ ଦ୍ୱୟ ନିଜ ଦୋକାନରେ ଚୋରା ମଦ ରଖି ବିକ୍ରି କରୁଥିବା ଚାନ୍ଦିଲି ଥାନା ପୋଲିସ ସୂଚନା ପାଇଥିଲା। ପୋଲିସ ଅଧିକାରୀ ଘଟଣାସ୍ଥଳରେ ଚଢାଉ କରି ୮୩ ବୋତଲ ମଦ ଜବତ କରିଥିଲେ।