ଅନଗୁଳ-ଢେଙ୍କାନାଳ

ଯକ୍ଷ୍ମାର ସଠିକ ପରୀକ୍ଷା ପାଇଁ ଶିଳ୍ପସଂସ୍ଥାର ସହଯୋଗ ଆବଶ୍ୟକ

 ଯକ୍ଷ୍ମାର ସଠିକ ପରୀକ୍ଷା ପାଇଁ  ଶିଳ୍ପସଂସ୍ଥାର ସହଯୋଗ ଆବଶ୍ୟକ
ଅନୁଗୋଳ ଅଫିସ, ୭।୧୨- ଅନୁଗୋଳ ଜିଲା ଶିଳ୍ପସଂସ୍ଥା ପାରିପାର୍ଶ୍ୱିକ ଗ୍ରାମମାନଙ୍କରେ ଯକ୍ଷ୍ମା ରୋଗ ବୃଦ୍ଧି ପାଉଛି। ସେଥିପାଇଁ ରୋଗୀମାନଙ୍କର ସଠିକ୍‌ ଚିହ୍ନଟ ହୋଇପାରୁ ନାହିଁ। ତେଣୁ ଯକ୍ଷ୍ମା ରୋଗର ସଠିକ୍‌ ପରୀକ୍ଷା ପାଇଁ ଶିଳ୍ପସଂସ୍ଥାର ସହଯୋଗ ଆବଶ୍ୟକ ବୋଲି ଗୁରୁବାର ଶିଳ୍ପମାନଙ୍କର ସହଯୋଗରେ କଫ, ଟିବି ପରୀକ୍ଷା ପାଇଁ ଆୟୋଜିତ ଜିଲାସ୍ତରୀୟ ବୈଠକରେ ଜିଲାପାଳ ଅନିଲ କୁମାର ସାମଲ ମତ ପ୍ରକାଶ କରିଛନ୍ତି। ଜିଲାପାଳ ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ସ୍ବାସ୍ଥ୍ୟବିଭାଗର ଜଏଣ୍ଟ ନିର୍ଦ୍ଦେଶକ ସଂଯୁକ୍ତା ସାହୁ, ରିସର୍ଚ ଗ୍ରୁପ୍‌ର ଏଜୁକେସନ ଏବଂ ଆଡ଼ଭୋକେସି ଫର କମ୍ୟୁନିଟି ହେଲଥ ପ୍ରୋଗ୍ରାମ ଆସୋସିଏଟ (ଆରଇଏସିଏଚ)ଆକାଂକ୍ଷା ସାହୁଙ୍କ ସମେତ ବିଭିନ୍ନ ଶିଳ୍ପସଂସ୍ଥାର ପଦାଧିକାରୀମାନେ ଉପସ୍ଥିତ ଥିଲେ।
All Right Reserved By

ଅନଗୁଳ-ଢେଙ୍କାନାଳ

୨ ପରିବାର ମଧ୍ୟରେ ଗଣ୍ଡଗୋଳ: ୨ ମାମଲା, ୫ ଗିରଫ

୨ ପରିବାର ମଧ୍ୟରେ ଗଣ୍ଡଗୋଳ: ୨ ମାମଲା, ୫ ଗିରଫ

ବଇଣ୍ଡା, ୨୩ା୧୦(ଡି.ଏନ.ଏ.)- ହଣ୍ଡପା ଥାନା ଗଦେଇମୁଣ୍ଡା ଗ୍ରାମରେ ଜମିବାଡି ସମସ୍ୟାକୁ ନେଇ ରବିବାର ୨ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ପୋଲିସ ଦୁଇଟି ମାମଲା ରୁଜୁ କରି ୫ ଜଣଙ୍କୁ ଗିରଫ କରି ମଙ୍ଗଳବାର ଆଠମଲ୍ଲିକ କୋର୍ଟଚାଲାଣ କରିଛି। 

କେନାଲ କବାଟ ତଳେ ଚାପିହୋଇ ଗଲା ଛାତ୍ରଙ୍କ ଜୀବନ

କେନାଲ କବାଟ ତଳେ ଚାପିହୋଇ ଗଲା ଛାତ୍ରଙ୍କ ଜୀବନ

ପରଜଙ୍ଗ, ୨୩।୧୦(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ରେଙ୍ଗାଳ ମୁଖ୍ୟ ବାମ କେନାଲରୁ ବାହାରିଥିବା ପରଜଙ୍ଗ ବ୍ରାଞ୍ଚ କେନାଲର ମେଣ୍ଢାପଦା ଗାଁ ନିକଟରେ ମଙ୍ଗଳବାର ୧୦ଟା ବେଳେ ପାଟରପଦା ଗ୍ରାମର କନ୍ଦର୍ପ ବିଶ୍ୱାଳଙ୍କ ପୁଅ ଶାନ୍ତନୁ ବିଶ୍ୱାଳ(୧୭) ଗାଧୋଉ ଥିବାବେଳେ କେନାଲରେ ଲାଗିଥିବା କବାଟ ତଳେ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି। 

୪ ବନ କର୍ମଚାରୀ ସୁରକ୍ଷିତ

୪ ବନ କର୍ମଚାରୀ ସୁରକ୍ଷିତ

ଅନୁଗୋଳ ଅଫିସ, ୨୩।୧୦: ସାତକୋଶିଆ ଅଞ୍ଚଳରେ ଉପଦ୍ରବ ବାଘୁଣୀ ‘ସୁନ୍ଦରୀ’କୁ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରି ଏନକ୍ଲୋଜରକୁ ଆଣିବାକୁ ଯାଇଥିବା ୪ ବନବିଭାଗର କର୍ମଚାରୀ ସୁରକ୍ଷିତ ଭାବେ ଘରେ ଅଛନ୍ତି।

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ବଅଁରପାଳ, ୨୩।୧୦(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲକୋ କଲୋନୀ ପରିସରରୁ ମଙ୍ଗଳବାର ସକାଳେ ଗୁରୁତର ଅବସ୍ଥାରେ ଉଦ୍ଧାର ଜଣେ ଯୁବକଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ହେଲେ ମୁନା ସାମଲ(୪୦)। 

ସୁନ୍ଦରୀକୁ ନେଇ ଚିନ୍ତା:କେନ୍ଦ୍ର ଜଙ୍ଗଲ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ସୁନ୍ଦରୀକୁ ନେଇ ଚିନ୍ତା:କେନ୍ଦ୍ର ଜଙ୍ଗଲ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଅନୁଗୋଳ ଅଫିସ/ବନ୍ତଳା,୨୩ା୧୦ମଧ୍ୟପ୍ରଦେଶର ବାନ୍ଧବଗଡ଼ରୁ ଅନୁଗୋଳ ସାତକୋଶିଆ ଆସିଥିବା ବାଘୁଣୀ ସୁନ୍ଦରୀ ବାରମ୍ବାର ସ୍ଥାନୀୟ ଲୋକଙ୍କୁ ଆକ୍ରମଣ କରି ଜୀବନ ନେଉଛି। 

୫୦ ଲକ୍ଷ କ୍ଷତିପୂରଣ ଦାବି କଲା କଂଗ୍ରେସ

୫୦ ଲକ୍ଷ କ୍ଷତିପୂରଣ ଦାବି କଲା କଂଗ୍ରେସ

ଅନୁଗୋଳ ଅଫିସ,୨୩ା୧୦ ବାଘୁଣୀ ଆକ୍ରମଣରେ ମୃତ ତ୍ରିନାଥ ସାହୁଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଅନୁଗୋଳ ଜିଲା କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଏଥିସହ ବାଘୁଣୀକୁ ସ୍ଥାନାନ୍ତର, ମୃତକଙ୍କ ପରିବାରର ଜଣଙ୍କୁ ସରକାରୀ ଚାକିରି ପାଇଁ ଦଳ ଦାବି କରିଛି।

ଭାଜପା ରଖିଲା ସ୍ଥାନାନ୍ତର ଦାବି:ସ୍ଥାନାନ୍ତର ନ ହେଲେ ଜିଲାବ୍ୟାପୀ ଆନ୍ଦୋଳନ

ଭାଜପା ରଖିଲା ସ୍ଥାନାନ୍ତର ଦାବି:ସ୍ଥାନାନ୍ତର ନ ହେଲେ ଜିଲାବ୍ୟାପୀ ଆନ୍ଦୋଳନ

ଅନୁଗୋଳ ଅଫିସ,୨୩ା୧୦ଅନୁଗୋଳ ଜିଲା ପ୍ରଶାସନିକ ଅଧିକାରୀଙ୍କୁ ଭେଟି ଭାଜପା କର୍ମୀମାନେ ବାଘୁଣୀ ଆକ୍ରମଣରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ସହ ତୁରନ୍ତ ସୁନ୍ଦରୀକୁ ସ୍ଥାନାନ୍ତର କରିବାକୁ ଦାବି କରିଥିଲେ। 

‘ଶାନ୍ତି ପାଇଁ ଲୋଡ଼ା କଳାସଂସ୍କୃତି’

‘ଶାନ୍ତି ପାଇଁ ଲୋଡ଼ା କଳାସଂସ୍କୃତି’

ଢେଙ୍କାନାଳ ଅଫିସ, ୨୩ା୧୦ସଂସ୍କୃତିର ସହର ଢେଙ୍କାନାଳ। ଏଠାକାର ସାଂସ୍କୃତିକ ଅନୁଷ୍ଠାନ ପ୍ରଚେଷ୍ଟାରେ ଅନେକ ପ୍ରତିଭାବାନ କଳାକାର ସୃଷ୍ଟି ହୋଇପାରିଛନ୍ତି। 

‘ବାଜି ରାଉତଙ୍କ ବଳିଦାନ ବଡ଼ ପ୍ରେରଣା’

‘ବାଜି ରାଉତଙ୍କ ବଳିଦାନ ବଡ଼ ପ୍ରେରଣା’

ଢେଙ୍କାନାଳ ଅଫିସ, ୨୩ା୧୦ଢେଙ୍କାନାଳ ମାଟିର ବୀର ସନ୍ତାନ ଶହୀଦ ବାଜି ରାଉତ। ମାତ୍ର ୧୨ବର୍ଷ ବୟସରେ ସେ ଦେଶ ଲାଗି ବଳିଦାନ ଦେଇଥିଲେ। ଏହା ହିଁ ଏଠାକାର ଯୁବଗୋଷ୍ଠୀ ପାଇଁ ସବୁଠାରୁ ବଡ଼ ପ୍ରେରଣା ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। 

ଓଡ଼ିଶାର ସର୍ବକନିଷ୍ଠ ୱେବ୍‌ ଡିଜାଇନର ଆୟୁଷ

ଓଡ଼ିଶାର ସର୍ବକନିଷ୍ଠ ୱେବ୍‌ ଡିଜାଇନର ଆୟୁଷ

ଅନୁଗୋଳ ଅଫିସ,୨୩ା୧୦ ମାତ୍ର ୧୧ ବର୍ଷ ବୟସରେ ବିନା କୌଣସି ବୃତ୍ତିଗତ ଟ୍ରେନିଂରେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଆୟୁଷ ରଞ୍ଜନ ରାଉତ ଜଣେ ସଫଳ ୱେବ୍‌ ଡିଜାଇନର ହୋଇ ପରିଛନ୍ତି। 

‘ଦୁର୍ନୀତି ବିରୋଧୀ ଆନ୍ଦୋଳନ ତୀବ୍ର ହେବ’

‘ଦୁର୍ନୀତି ବିରୋଧୀ ଆନ୍ଦୋଳନ ତୀବ୍ର ହେବ’

ପରଜଙ୍ଗ,  ୨୩ା୧୦(ଡି.ଏନ୍‌.ଏ.)ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ଆମ ଗଁା, ଆମ ବିକାଶ କାର୍ଯ୍ୟକ୍ରମ’ ଲୋକଦେଖାଣିଆ। ଏଥିରେ ସାଧାରଣ ଲୋକଙ୍କ ଅପେକ୍ଷା ବିଜେଡି କର୍ମୀ  ଅଧିକ ଲାଭବାନ ହେଉଛନ୍ତି। 

ସହାୟତା ପାଇଁ ୩ ଘଣ୍ଟା ଅପେକ୍ଷା

ସହାୟତା ପାଇଁ ୩ ଘଣ୍ଟା ଅପେକ୍ଷା

ଅନୁଗୋଳ ଅଫିସ,୨୩ା୧୦ଅନୁଗୋଳ ଜିଲା ମୁଖ୍ୟ କାର୍ଯ୍ୟାଳୟଠାରେ ସୋମବାର ଜିଲାସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।