Dharitri News
ଅନଗୁଳ-ଢେଙ୍କାନାଳ

ଓବିସି ମୋର୍ଚ୍ଚାର କାର୍ଯ୍ୟକାରିଣୀ ବୈଠକ

ଓବିସି ମୋର୍ଚ୍ଚାର କାର୍ଯ୍ୟକାରିଣୀ ବୈଠକ ଅନୁଗୋଳ ଅଫିସ, ୭।୧୨- ଅନୁଗୋଳ ଜିଲା ଭାଜପା ଓବିସି ମୋର୍ଚ୍ଚାର ୨ୟ କାର୍ଯ୍ୟକାରିଣୀ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି ଦିଲୀପ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ର ନାରାୟଣ ପାଣି, ଜିଲା ଭାଜପା ସଭାପତି ଭାଗିରଥି ପ୍ରଧାନ, ଅଶୋକ ମହାନ୍ତି, ପ୍ରତାପ ପ୍ରଧାନଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ। ବୈଠକରେ ଜିଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଅନଗୁଳ-ଢେଙ୍କାନାଳ

୨ଟ୍ରକ ମୁହାଁମୁହିଁ ଧକ୍କା

୨ଟ୍ରକ ମୁହାଁମୁହିଁ ଧକ୍କା

ବଅଁରପାଳ,୨୩।୧(ଡି.ଏନ୍‌.ଏ.): ବଅଁରପାଲ ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥର ସାଳଗଡ଼ିଆ ଛକ ନିକଟରେ ମଙ୍ଗଳବାର ସକାଳେ ୨ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ୨ ଟ୍ରକର ଚାଳକ ଗୁରୁତର ଆହତ ହୋଇଛନ୍ତି।

ବୋଲେରୋ ଦୁର୍ଘଟଣାଗ୍ରସ୍ତ: ୨ ଗୁରୁତର

ବୋଲେରୋ ଦୁର୍ଘଟଣାଗ୍ରସ୍ତ: ୨ ଗୁରୁତର

ବଅଁରପାଳ,୨୩।୧(ଡି.ଏନ୍‌.ଏ.): ନାଲକୋ ଥାନା ଅନ୍ତର୍ଗତ କୁଲାଡ଼ ଛକ ନିକଟରେ ମଙ୍ଗଳବାର ଭୋର ସମୟରେ ଅଜଣା ଗାଡ଼ି ଧକ୍କାରେ ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।

ଉଠାଜଳସେଚନ ପାଇପ୍‌ ଫାଟି ରାସ୍ତାରେ ଗର୍ତ୍ତ

ଉଠାଜଳସେଚନ ପାଇପ୍‌ ଫାଟି ରାସ୍ତାରେ ଗର୍ତ୍ତ

ବନ୍ତଳା,୨୨।୧(ଡି.ଏନ.ଏ.)- କଟକ-ସମ୍ବଲପୁର ପୂର୍ତ୍ତ ବିଭାଗ ପୁରୁଣା ରାସ୍ତାର ଲାଛବନ୍ଧ ନିକଟରେ ଉଠା ଜଳସେଚନ ବିଭାଗର ପାଇପ୍‌ ଫାଟି ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି।

କୋଇଲା ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ, ଚାଳକ ମୃତ

କଣିହାଁ,୨୨।୧(ଡି.ଏନ.ଏ.)- ତାଳଚେର କୋଇଲା ଖଣି ଅଞ୍ଚଳରୁ କଣିହାଁ ସ୍ଥିତ ଜେଆଇଟିପିଏଲ୍‌ ପ୍ରକଳ୍ପକୁ କୋଇଲା ପରିବହନ କରୁଥିବା ଏକ ଟ୍ରକ୍‌ (ନଂ.ଓଆର-୧୪ଏମ-୪୨୫୭) ରବିବାର ବିଳମ୍ବିତ ରାତିରେ ଓଲଟି ପଡ଼ିବାରୁ ଚାଳକ ବଅଁରପାଳ ଥାନା ଗଡ଼ସନ୍ତ୍ରୀ ଗ୍ରାମର ଆର୍ତ୍ତତ୍ରାଣ ନାଏକଙ୍କ ମୃତ୍ୟୁ ଘଟିଛି।

ବିପଦ ସୃଷ୍ଟି କରୁଛି ବିଦ୍ୟୁତ୍‌ ଖୁଣ୍ଟ, ତାର

ବିପଦ ସୃଷ୍ଟି କରୁଛି ବିଦ୍ୟୁତ୍‌ ଖୁଣ୍ଟ, ତାର

ବଅଁରପାଳ,୨୨।୧(ଡି.ଏନ.ଏ.)- ବଅଁରପାଳ ବ୍ଲକର ବିଭିନ୍ନ ଅଞ୍ଚଳରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟଗୁଡ଼ିକ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। କେଉଁଠି ଖୁଣ୍ଟ ବଙ୍କା ହୋଇ ରହିଛି ତ ଆଉ କେଉଁଠି କଳଙ୍କି ଲାଗିଯାଇଛି। କେତେବେଳେ ଏହା ଭାଙ୍ଗିପଡ଼ିବ ତାହା କହିହେବ ନାହିଁ। କୁଲାଡ଼, ନାଲ୍‌କୋ, ମେନ୍‌ଗେଟ୍‌ ଛକ, ବଅଁରପାଳ ସମେତ ବିଭିନ୍ନ ସ୍ଥାନରେ ଏପରି ବିପଦସଙ୍କୁଳ ଅବସ୍ଥାରେ ଖୁଣ୍ଟଗୁଡ଼ିକ ଥିଲେ ବି ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି।

ଦୁର୍ଘଟଣାରେ ଜଣେ ମୃତ

ତାଳଚେର,୨୨ା୧( ନି.ପ୍ର.)- ତାଳଚେର ବ୍ଲକ କଳମଛୁଇଁ ଗ୍ରାମ ରାସ୍ତାରେ ଏକ ବାଇକ୍‌ ଧକ୍କାରେ ସେହି ଗ୍ରାମର କରୁଣା ବେହେରା (୪୬)ଙ୍କ ମୃତ୍ୟୁ ଘଟିଛି।

ଦେଶ ପ୍ରଗତିରେ ଛାତ୍ରୀଛାତ୍ରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ତାଳଚେର,୨୨ା୧(ନି.ପ୍ର.)- ଗଡ଼ତଳ ଆଞ୍ଚଳିକ ମହାବିଦ୍ୟାଳୟର ୨୨ତମ ବାର୍ଷିକ ଉତ୍ସବ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗଦେଇ ଦେଶର ପ୍ରଗତିରେ ଛାତ୍ରୀଛାତ୍ରମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ।

ସ୍କୁଲ ପ୍ରତିଷ୍ଠାର ୩୩ ବର୍ଷ ପରେ ପ୍ରଥମ ସରସ୍ବତୀ ପୂଜା

ସ୍କୁଲ ପ୍ରତିଷ୍ଠାର ୩୩ ବର୍ଷ ପରେ ପ୍ରଥମ ସରସ୍ବତୀ ପୂଜା

ବଅଁରପାଳ,୨୨।୧(ଡି.ଏନ୍‌.ଏ.): ନାଲକୋ ଡିପିଏସ୍‌ ସ୍କୁଲ ପ୍ରତିଷ୍ଠା ହେବାର ୩୩ ବର୍ଷ ପରେ ସୋମବାର ପ୍ରଥମ କରି ସ୍କୁଲରେ ସରସ୍ବତୀ ପୂଜା ଆରମ୍ଭ ହୋଇଛ। ଏହି ସ୍କୁଲ ୧୯୮୪ ମସିହାରେ ପ୍ରତିଷ୍ଠା ହୋଇଥିଲେ ମଧ୍ୟ କେବେହେଲେ ଗଣେଶ ପୂଜା କିମ୍ବା ସରସ୍ବତୀ ପୂଜା ଆୟୋଜିତ ହୋଇ ନ ଥିଲା।

ଠିକା ଶ୍ରମିକଙ୍କ ବିକ୍ଷୋଭ

ଠିକା ଶ୍ରମିକଙ୍କ ବିକ୍ଷୋଭ

ବଅଁରପାଳ,୨୨।୧(ଡି.ଏନ୍‌.ଏ.): ନାଲକୋ ସ୍ମେଲ୍‌ଟର ପ୍ଲାଣ୍ଟରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଅର୍ଦ୍ଧ କୁଶଳୀ ଶ୍ରମିକଙ୍କୁ କୁଶଳୀ ମାନ୍ୟତା ଦାବି ନେଇ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଓଲଟିଲା ଗୋରୁ ବୋଝେଇ ଟ୍ରକ: ୧ ଗୋରୁ ମୃତ

ଓଲଟିଲା ଗୋରୁ ବୋଝେଇ ଟ୍ରକ: ୧ ଗୋରୁ ମୃତ

ଭୁବନ,୨୨।୧(ଡି.ଏନ୍‌.ଏ.): ଭୁବନ ଥାନା ଅନ୍ତର୍ଗତ ନୀଳକଣ୍ଠପୁର ଗ୍ରାମ ନିକଟରେ ସୋମବାର ଏକ ଗୋରୁ ବୋଝେଇ ଟ୍ରକ ଓଲଟି ପଡ଼ିଛି। ଫଳରେ ଟ୍ରକରେ ଥିବା ଗୋଟିଏ ଗୋରୁର ମୃତ୍ୟୁ ହୋଇଥିବାବେଳେ ୩ଟି ଗୁରୁତର ଆହତ ହୋଇଛନ୍ତି।

୭ମ ରାଜ୍ୟସ୍ତରୀୟ ଫୁଟବଲ୍‌ କପ୍‌ ଉଦ୍‌ଘାଟିତ

୭ମ ରାଜ୍ୟସ୍ତରୀୟ ଫୁଟବଲ୍‌ କପ୍‌ ଉଦ୍‌ଘାଟିତ

ଅନୁଗୋଳ ଅଫିସ,୨୧।୧- ଅନୁଗୋଳ ଟାଉନ ହାଇସ୍କୁଲ ଖେଳ ପଡ଼ିଆରେ ରବିବାର ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ ତରଫରୁ ୭ମ ରାଜ୍ୟସ୍ତରୀୟ ହେମସୁରପଡ଼ା ଫୁଟବଲ କପ୍‌ ୨୦୧୮ ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ମ୍ୟାଚ ଅନୁଗୋଳ ମା’ ବୁଢ଼ୀ ଫୁଟବଲ କ୍ଲବ ଓ ଢେଙ୍କାନାଳ ନରଣପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ଯୁବକଙ୍କ ମୃତଦେହ ଉଦ୍ଧାର

ଅନୁଗୋଳ ଅଫିସ,୨୧।୧- ଅନୁଗୋଳ ଥାନା ଆଙ୍କୁଲା ଗ୍ରାମର ପ୍ରଶାନ୍ତ ସାହୁଙ୍କ ଝୁଲନ୍ତା ମୃତଦେହ ରବିବାର ପୋଲିସ ଉଦ୍ଧାର କରିଛି।