ଅନଗୁଳ-ଢେଙ୍କାନାଳ

ଦୁର୍ଦ୍ଦଶା ବଢାଇଛି ପ୍ରଦୂଷଣ: ବିସ୍ଥାପନ ଦାବିରେ ଘେରିଲେ ତହସିଲ ଅଫିସ୍‌

ଦୁର୍ଦ୍ଦଶା ବଢାଇଛି ପ୍ରଦୂଷଣ: ବିସ୍ଥାପନ ଦାବିରେ ଘେରିଲେ ତହସିଲ ଅଫିସ୍‌
କଣିହାଁ, ୬ା୧୨(ଡି.ଏନ.ଏ.)- ବିଷ ବଳୟରେ କଟୁଛି ଜୀବନ। ବଢୁଛି ରୋଗ ବ୍ୟାଧି। ମାତ୍ରାଧିକ ପ୍ରଦୂଷଣ ଯୋଗୁ ଘରେ ରହିବା ମଧ୍ୟ କଷ୍ଟକର ହୋଇପଡିଛି। ଦୀର୍ଘ ୨୫ ବର୍ଷ ହେବ ଏହି ସମସ୍ୟାରେ ସନ୍ତୁଳି ହୋଇ ଶେଷରେ ନିଜ ଭିଟାମାଟି ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ଅନୁଗୋଳ ଜିଲା କଣିହାଁ ବ୍ଲକ ଡେରେଙ୍ଗ ମଝିସାହି ବାସିନ୍ଦା। ତୁରନ୍ତ ସେମାନଙ୍କୁ ବିସ୍ଥାପନ କରିବା ଦାବିରେ ସାହିବାସୀ ବୁଧବାର କଣିହାଁ ତହସିଲ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଆନ୍ଦୋଳନକାରୀ ଦିନ ପ୍ରାୟ ୧୧ଟାରେ କଣିହାଁ ଗାନ୍ଧୀ ପଡିଆରୁ ଏକ ବିଶାଳ ଶୋଭାଯାତ୍ରାରେ ବଜାର ପରିକ୍ରମା କରି ତହସିଲ ଅଫିସ୍‌ଠାରେ ପହଞ୍ଚିଥିଲେ। ପରେ ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଆନ୍ଦୋଳନରେ ସାମିଲ ହୋଇଥିବା ଡେରେଙ୍ଗ ମଝିସାହି କମିଟି ସଭାପତି ବିଚ୍ଛନ୍ଦ ଚରଣ ସାହୁ, ସମ୍ପାଦକ ଅମୂଲ୍ୟ କୁମାର ସାହୁଙ୍କ କହିବା ଅନୁଯାୟୀ, ଗ୍ରାମ ବସତିର ଶହେ ମିଟର ଦୂର ପୂର୍ବ ଦିଗରେ ଏନ୍‌ଟିପିସି ପାଉଁଶ ପୋଖରୀ, ଉତ୍ତର-ପୂର୍ବ ଦିଗରେ ଜେଆଇଟିପିଏଲ ପ୍ରକଳ୍ପ ରହିଛି। ୫ ବର୍ଷ ମଧ୍ୟରେ ପ୍ରଦୂଷଣର ମାତ୍ରା ବହୁ ମାତ୍ରାରେ ବୃଦ୍ଧି ପାଇଛି। ପାଉଁଶ ଓ କୋଇଲା ଗୁଣ୍ଡ ଯୋଗୁ ଲୋକେ ରୋଗାଗ୍ରସ୍ତ ହେଉଛନ୍ତି। ସେଠାକାର ପରିବେଶ ଜନବସତି ପାଇଁ ଅନୁପଯୋଗୀ ହୋଇପଡିଛି। ଏ ନେଇ ବାରମ୍ବାର ପ୍ରଶାସନକୁ ଜଣାଇବା ସତ୍ତ୍ୱେ କୌଣସି କାର୍ଯ୍ୟପନ୍ଥା ଗ୍ରହଣ କରାଯାଉନାହିଁ। ତେଣୁ ନ୍ୟାୟ ଦାବିରେ ଏହି ଆନ୍ଦୋଳନ କରାଯାଇଛି। ସାହିର ୪୫୦ ପରିବାରର ମହିଳା ପୁରୁଷ ଏଥିରେ ସାମିଲ ହୋଇଛନ୍ତି। ନ୍ୟାୟ ନ ମିଳିଲେ ଆନ୍ଦୋଳନ ବ୍ୟାପକ ହେବ ବୋଲି ଚେତାବନୀ ଦିଆଯାଇଛି। ଏ ସଂକ୍ରାନ୍ତରେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ତହସିଲଦାର ଅଂଶୁମାନ ଶତପଥୀଙ୍କୁ ପଚାରିବାରେ କହିଛନ୍ତି, ଦାବିପତ୍ର ଗ୍ରହଣ କରିଛୁ। ସମସ୍ୟା ସମାଧାନ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଯିବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ଶତପଥୀ ପ୍ରକାଶ କରିଛନ୍ତି। ଏହି ଆନ୍ଦୋଳନକୁ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ସମର୍ଥନ ମିଳିଥିଲା। ଏଥିରେ ଗ୍ରାମବାସୀଙ୍କ ସମେତ ଭାଜପା ନେତା ଅଶୋକ ମହାନ୍ତି, ଲୋକନାଥ ସାହୁ, କଂଗ୍ରେସ ନେତା ସୁବୋଧ ପାଣି, ବିଜେଡି ନେତା ଦୁର୍ଯ୍ୟୋଧନ ପ୍ରଧାନ, ରଞ୍ଜନ ସାହୁ, ସରପଞ୍ଚ, ସମିତିସଭ୍ୟ, ସାମାଜିକକର୍ମୀମାନେ ସାମିଲ ହୋଇଥିଲେ।
All Right Reserved By

ଅନଗୁଳ-ଢେଙ୍କାନାଳ

୪  ଗିରଫ, ୯ଏମ୍‌ଏମ ବନ୍ଧୁକ, ୫ରାଉଣ୍ଡ ଜୀବନ୍ତ ଗୁଳି ଜବତ

୪ ଗିରଫ, ୯ଏମ୍‌ଏମ ବନ୍ଧୁକ, ୫ରାଉଣ୍ଡ ଜୀବନ୍ତ ଗୁଳି ଜବତ

ଅନୁଗୋଳ ଅଫିସ, ୧୮।୧୦- ଅନୁଗୋଳ ପୋଲିସ  ୪ ଡକାୟତଙ୍କୁ   ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ  ତାଳଚେର ଥାନା ନାକେଇପଶି ଅଞ୍ଚଳର ରଣଜିତ ନାଏକ ଓରଫ ଜିତୁ, ତାଙ୍କ ଭାଇ ରତ୍ନାକର ଓରଫ ରାଜ ନାଏକ, ନୂଆପଡ଼ାର ପପୁ ନାଏକ ଏବଂ ଅନୁଗୋଳ ଥାନା ପଞ୍ଚମହଲା ଅଞ୍ଚଳର ଅନିଲ ବେହେରା। 

୪ ଜୁଆଡ଼ି ଗିରଫ, ୮୭,୩୦୦ ଟଙ୍କା ଜବତ

୪ ଜୁଆଡ଼ି ଗିରଫ, ୮୭,୩୦୦ ଟଙ୍କା ଜବତ


 ତାଳଚେର, ୧୮।୧୦ (ନି.ପ୍ର.): କଲିୟାରୀ ପୋଲିସ ବୁଧବାର ରାତିରେ ସେଣ୍ଟ୍ରାଲ କଲୋନୀ ନିକଟ ଜଙ୍ଗଲରେ ଚଢ଼ାଉ କରି ୪ ଜୁଆଡ଼ିଙ୍କୁ ଗିରଫ କରିଛି। 

୧୨୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ

୧୨୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ


ଭୁବନ,୧୮।୧୦(ଡି.ଏନ.ଏ.)- ଭୁବନ ଥାନା ମୁର୍ଦଙ୍ଗା ହାଟ ଛକରେ ଗୁରୁବାର ପୋଲିସ ପକ୍ଷରୁ ଚଢାଉ କରାଯାଇ ଜଳଧର ସାମଲଙ୍କ ଘରୁ  ୧୨୦ ଲିଟର ଦେଶୀ ମଦ ଓ ୨୪ ହଜାର ଟଙ୍କା ଜବତ  କରାଯାଇଛି। 

ବସ୍‌ ଧକ୍କାରେ ଜଣେ ଗୁରୁତର

ବସ୍‌ ଧକ୍କାରେ ଜଣେ ଗୁରୁତର


ବଅଁରପାଳ,୧୮।୧୦(ଡି.ଏନ.ଏ.)- ଅନୁଗୋଳ ଜିଲା  ୫୫ ନଂ. ଜାତୀୟ ରାଜପଥର ସନ୍ତ୍ରୀ ଛକଠାରେ ଗୁରୁବାର ଅପରାହ୍ନରେ ଏକ ବସ୍‌ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। 

ବାଇକ-ଟ୍ରକ ମୁହାଁମୁହିଁ ଧକ୍କା: ୨ ଗୁରୁତର

ବାଇକ-ଟ୍ରକ ମୁହାଁମୁହିଁ ଧକ୍କା: ୨ ଗୁରୁତର

ବଇଣ୍ଡା,୧୮।୧୦(ଡି.ଏନ.ଏ.)- କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର ହଣ୍ଡପା ଥାନା ଡେବେରାପାଲି ତେଲ ଟାଙ୍କି ନିକଟରେ  ଗୁରୁବାର ଅପରାହ୍ନରେ ଏକ ଟ୍ରକ-ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୨ ବାଇକ ଆରୋହୀ ଗୁରୁତର ହୋଇଛନ୍ତି। ସେମାନଙ୍କ ପରିଚୟ ଜଣାପଡ଼ି ନାହିଁ।

ଅବକାରୀ ଚଢାଉ, ୨ ଗିରଫ

ଅବକାରୀ ଚଢାଉ, ୨ ଗିରଫ


ବଇଣ୍ଡା,୧୮।୧୦(ଡି.ଏନ.ଏ.)- ଆଠମଲ୍ଲିକ ଅବକାରୀ ବିଭାଗ ଗୁରୁବାର ବିଭିନ୍ନ ସ୍ଥାନରେ ଚଢାଉ କରି ମଦ ଜବତ କରିଛି। ଏଥିରେ ସମ୍ପୃକ୍ତ  ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି। 

ପୂର୍ବଶତ୍ରୁତାକୁ କେନ୍ଦ୍ର କରି ମାଡ଼ ଅଭିଯୋଗ, ମହିଳା ଗିରଫ

ପୂର୍ବଶତ୍ରୁତାକୁ କେନ୍ଦ୍ର କରି ମାଡ଼ ଅଭିଯୋଗ, ମହିଳା ଗିରଫ


ବଇଣ୍ଡା,୧୮।୧୦(ଡି.ଏନ.ଏ.)- ଠାକୁରଗଡ଼ ଥାନା ଗିରିଦା ଗ୍ରାମର ଗୁଲି ନାୟକ(୧୮)ଙ୍କୁ ମାଡ଼ ମାରିବା ଅଭିଯୋଗରେ ଗୁରୁବାର ପୋଲିସ ସେହି ଗ୍ରାମର କନକ ନାୟକଙ୍କୁ ଗିରଫ କରିଛି। 

ଅବକାରୀ ଚଢାଉ: ୪୫୦ ଦେଶୀ  ମଦ ଜବତ, ଜଣେ ଗିରଫ

ଅବକାରୀ ଚଢାଉ: ୪୫୦ ଦେଶୀ ମଦ ଜବତ, ଜଣେ ଗିରଫ

ଭୁବନ,୧୮।୧୦(ଡି.ଏନ.ଏ.)- ଢେଙ୍କାନାଳ ଜିଲା ଭୁବନ ଥାନା ଚନ୍ଦାର ଗ୍ରାମରେ ଗୁରୁବାର ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୪୫୦ ଲିଟରରୁ ଊର୍ଦ୍ଧ୍ୱ ଦେଶୀ ମଦ ଜବତ  କରାଯାଇଛି।  

ମା’ଙ୍କ ନବମୀ ପୂଜା: କଳାହୀରାର ସହର ତାଳଚେର ଚଳଚଞ୍ଚଳ

ମା’ଙ୍କ ନବମୀ ପୂଜା: କଳାହୀରାର ସହର ତାଳଚେର ଚଳଚଞ୍ଚଳ


ତାଳଚେର,୧୮ା୧୦(ନି.ପ୍ର.)- କଳାହୀରାର ସହର ତାଳଚେରରେ ଗୁରୁବାର ମା’ ଦୁର୍ଗାଙ୍କ ନବମୀ ପୂଜା ଧୁମ୍‌ଧାମରେ ପାଳିତ ହୋଇଛି। ଏଥିଯୋଗୁ ସମଗ୍ର ସହର ଚଳଚଞ୍ଚଳ ହୋଇଉଠିଛି। 

ଯୁବତୀଙ୍କୁ ବଳାତ୍କାର ଉଦ୍ୟମ: ଜଣେ ଗିରଫ

ଯୁବତୀଙ୍କୁ ବଳାତ୍କାର ଉଦ୍ୟମ: ଜଣେ ଗିରଫ


ଢେଙ୍କାନାଳ ଅଫିସ୍‌, ୧୮ା୧୦-ଢେଙ୍କାନାଳରେ ଟାଉନ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ବଳାତ୍କାର ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି।

ଲୋକକଳାକୁ ଗୁରୁତ୍ୱ ଦେବା ଜରୁରୀ

ଲୋକକଳାକୁ ଗୁରୁତ୍ୱ ଦେବା ଜରୁରୀ


ଭୁବନ,୧୮।୧୦(ଡି.ଏନ.ଏ.)- ଢେଙ୍କାନାଳ ଜିଲା ନୂଆ ଭୁବନ ଦୁର୍ଗାପୂଜା ମଣ୍ଡପଠାରେ ଭଜନ ସା ଅନୁଷ୍ଠିତ ହୋଇଯାଇଛି। ମୀରାବାଈ କଳାବିକାଶ କେନ୍ଦ୍ରର କଳାକାରମାନେ ଏଥିରେ ଯୋଗଦେଇ ବିଭିନ୍ନ  ଭଜନ ପରିବେଷଣ କରିଥିଲେ। ଏହି ଅବସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।

ଫସଲ ନଷ୍ଟ କଲେ ହାତୀପଲ

ଫସଲ ନଷ୍ଟ କଲେ ହାତୀପଲ

ମାଧପୁର, ୧୮ା୧୦- ଆଠମଲ୍ଲିକ ବନଖଣ୍ଡ ମାଧପୁର ବନାଞ୍ଚଳର ଖଜୁରିଝରଣ ଗ୍ରାମରେ  କିଛିଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି।  ହାତୀ ପଲ ଗ୍ରାମର  ପ୍ରମୋଦ ସ୍ବାଇଁ, ଜୟଶ୍ରୀ ସ୍ବାଇଁ, ବସନ୍ତ ସ୍ବାଇଁ, ବାଲ୍ମୀକି ସ୍ବାଇଁ, ପୁରୁଷୋତ୍ତମ ସ୍ବାଇଁ, ପୁଷ୍ପାଞ୍ଜଳି ସ୍ବାଇଁ, ଦୁଲାଲ ସ୍ବାଇଁ, ଅକ୍ରୁର ସ୍ବାଇଁ, ସର୍ବେଶ୍ୱର ନାୟକ, ସୁଗ୍ରୀବ ନାୟକ ପ୍ରମୁଖଙ୍କ ଏକର ଏକର ଚାଷ ଜମିରେ ଧାନ ଫସଲ ଖାଇବା ସହ ଦଳି ଚକଟି ନଷ୍ଟ କରିଛନ୍ତି।