ବ୍ରହ୍ମପୁର

ଟ୍ରାକ୍ଟର-ଧାନ ଅମଳ ଯନ୍ତ୍ରରେ ଚାପି ହୋଇ ଜଣେ ମୃତ

ଟ୍ରାକ୍ଟର-ଧାନ ଅମଳ ଯନ୍ତ୍ରରେ ଚାପି ହୋଇ ଜଣେ ମୃତ

ବୁଗୁଡ଼ା,୭।୧୨(ଡି.ଏନ.ଏ.)-ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଡେହୁକା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଟ୍ରାକ୍ଟର ଓ ଧାନ ଅମଳ ଯନ୍ତ୍ର ମଝିରେ ଚାପି ହୋଇ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଟ୍ରାକ୍ଟର ଚାଳକ ଡେହୁକା ଗ୍ରାମର ମହେଶ୍ୱର ସ୍ବାଇଁ। ମହେଶ୍ୱର ଗୁରୁବାର ସକାଳେ ଟ୍ରାକ୍ଟର ଦ୍ୱାରା ଧାନ ଅମଳ ଯନ୍ତ୍ର ଧରି ନିଜ ବିଲକୁ ଯାଇଥିଲେ। ଗୋଟିଏ ବିଲରେ ସେ ଧାନ ଅମଳ କରି ଅନ୍ୟ ଏକ ବିଲକୁ ଟ୍ରାକ୍ଟର ଦ୍ୱାରା ଧାନ ଅମଳ ଯନ୍ତ୍ରଟିକୁ ନେଇ ଯାଉଥିଲେ। ଟ୍ରାକ୍ଟରଟି ଏକ ହିଡ଼ ପାର ହେଉଥିବା ବେଳେ ଉପରକୁ ଉଠିଯିବାରୁ ମହେଶ୍ୱର ଖସିପଡ଼ି ଟ୍ରାକ୍ଟର ଓ ଧାନ ଅମଳ ଯନ୍ତ୍ର ମଝିରେ ଚାପି ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହକୁ ଉଦ୍ଧାର କରିଥିଲେ। ବାଲିପଦର ଫାଣ୍ଡି ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଭଞ୍ଜନଗର ପଠାଇଥିଲା।

All Right Reserved By

ବ୍ରହ୍ମପୁର

ବୁଗୁଡ଼ା ବନ ବିଭାଗ ଯୋଗାଇବ ୧ ଲକ୍ଷ ୩୦ ହଜାର ଚାରା

ବୁଗୁଡ଼ା ବନ ବିଭାଗ ଯୋଗାଇବ ୧ ଲକ୍ଷ ୩୦ ହଜାର ଚାରା

ବୁଗୁଡ଼ା,୨୦।୭(ଡି.ଏନ.ଏ.)-ବୁଗୁଡ଼ା ବନ ବିଭାଗ ଚଳିତବର୍ଷ ୧ ଲକ୍ଷ ୩୦ ହଜାର ବିଭିନ୍ନ ପ୍ରକାର ଚାରା ଯୋଗାଇବାକୁ ସ୍ଥିର କରିଛି। ଏଥିପାଇଁ ବୁଦ୍ଧଖୋଲ ନର୍ସରୀରେ ୪୦ ହଜାର, ମା’ ସାଙ୍କୁଳେଇ ନର୍ସରୀରେ ୨୦ ହଜାର, ମାଣିତରା ନର୍ସରୀରେ ୩୦ ହଜାର, କରଚୁଲିରେ ୨୦ ହଜାର ଓ କୁମୁଣ୍ଡା ନର୍ସରୀରେ ୨୦ ହଜାର ସୃଷ୍ଟି କରାଯାଇଛି।

ବନ୍ୟଜନ୍ତୁ ଶିକାର ଉଦ୍ୟମ ବେଳେ ଜଣେ ଗିରଫ

ବନ୍ୟଜନ୍ତୁ ଶିକାର ଉଦ୍ୟମ ବେଳେ ଜଣେ ଗିରଫ

ବୁଗୁଡ଼ା,୨୦।୭(ଡି.ଏନ.ଏ.)- ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ସୋଲଣ୍ଡି ଜଙ୍ଗଲରେ ଶୁକ୍ରବାର ବିଦ୍ୟୁତ ତାର ବିଛାଇ ବନ୍ୟଜନ୍ତୁ ଶିକାର ଉଦ୍ୟମବେଳେ ବନ ବିଭାଗ କର୍ମଚାରୀମାନେ ଜଣେ ଶିକାରୀଙ୍କୁ ଗିରଫ କରିଛନ୍ତି।

ପୋଲ ପଡ଼ି ଯୁବତୀ ମୃତ

ଫୁଲବାଣୀ ଅଫିସ, ୨୦। ୭-କନ୍ଧମାଳ ଜିଲା ଚକାପାଦ ବ୍ଲକ ବ୍ରାହ୍ମଣପାଦ ଗ୍ରାମରେ ଶୁକ୍ରବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ଘର ନିକଟ ନଳକୂପରେ ଗାଧୋଇବାକୁ ଯାଇଥିବା ଜଣେ ଯୁବତୀଙ୍କ ଉପରେ ବିଦ୍ୟୁତ୍‌ ପୋଲ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଛି

ପାଗଳ ମାଙ୍କଡ଼ କାମୁଡ଼ାରେ ଏନଏସି କର୍ମଚାରୀ ଆହତ

ପାଗଳ ମାଙ୍କଡ଼ କାମୁଡ଼ାରେ ଏନଏସି କର୍ମଚାରୀ ଆହତ

ଗଞ୍ଜାମ,୨୦।୭(ଡି.ଏନ.ଏ.)- ଗତ କିଛିମାସ ହେବ ଗଞ୍ଜାମ ସହରରେ ମାଙ୍କଡ଼ ଉପଦ୍ରବ ବଢ଼ିବାରେ ଲାଗିଛି। ଗତ କିଛିଦିନ ହେବ ଅଞ୍ଚଳର ବହୁ ଲୋକ ଏହି ପାଗଳ ମାଙ୍କଡ ଆକ୍ରମଣରେ ଆହତ ହୋଇଛନ୍ତି। ଏନ୍‌ଏସିରେ ଜମାଦାର ଭାବେ କାର୍ଯ୍ୟରତ ଦାମୋଦରପୁର ଗ୍ରାମର ଉତ୍ତମ ବେହେରା ଶୁକ୍ରବାର ଉକ୍ତ ପାଗଳ ମାଙ୍କଡ଼ କାମୁଡାରେ ଆହତ ହୋଇଛନ୍ତି। ତାଙ୍କୁ ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏନଏସି କାର୍ଯ୍ୟାଳୟ ପରିସରରେ ସେ ଠିଆ ହୋଇଥିବା ବେଳେ ମାଙ୍କଡ଼ ତାଙ୍କ ପିଠିକୁ କାମୁଡି ରକ୍ତାକ୍ତ କରି ପକାଇଥିଲା। ଉପସ୍ଥିତ କର୍ମଚାରୀଙ୍କ ହୋହଲ୍ଲା ପରେ ମାଙ୍କଡ଼ଟି ସେଠାରୁ ଚାଲି ଯାଇଥିଲା।

ବିପଦସଙ୍କୁଳ ଅବସ୍ଥାରେ ଭଗ୍ନ କୋଠା ଛାତ

ବିପଦସଙ୍କୁଳ ଅବସ୍ଥାରେ ଭଗ୍ନ କୋଠା ଛାତ

ଗଞ୍ଜାମ,୨୦।୭(ଡି.ଏନ.ଏ.)-ରମ୍ଭା ଏନ୍‌ଏସି ଅନ୍ତର୍ଗତ ୩ ନଂ. ୱାର୍ଡ ବ୍ରଜମୋହନପୁର ଠାରେ ଏକ କୋଠା ଭଗ୍ନ ଅବସ୍ଥାରେ ଥିବା ଜଣାପଡ଼ିଛି। ଉକ୍ତ କୋଠାର ୨ ପଟ କାନ୍ଥ ଭାଙ୍ଗି ଯାଇଥିବା ବେଳେ ଅନ୍ୟ ୨ ପଟ କାନ୍ଥରେ କୋଠାର ଛାତଟି ବିପଦସଙ୍କୁଳ ଭାବେ ରହିଛି।

କୈବର୍ତ୍ତ ମହାସଂଘର ସାଧାରଣ ବୈଠକ

କୈବର୍ତ୍ତ ମହାସଂଘର ସାଧାରଣ ବୈଠକ

ଗଞ୍ଜାମ,୨୦।୭(ଡି.ଏନ.ଏ.)- ଗଞ୍ଜାମ ଓ ଖୋର୍ଦ୍ଧା ଜିଲା କୈବର୍ତ୍ତ ମହାସଂଘର ବୈଠକ ଗୁରୁବାର ସନ୍ଧ୍ୟାରେ ତାରାତାରିଣୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉଭୟ ଜିଲା କୈବର୍ତ୍ତ ମହାସଂଘ ସଭାପତି ସନାତନ ବେହେରା ଅଧ୍ୟକ୍ଷତା କରିଥିଲେ।

ଦାରିଙ୍ଗବାଡ଼ିରେ କଏନ୍‌ ଚଳୁନି, ଛୋଟ ବ୍ୟବସାୟୀଙ୍କ ସମେତ ଗ୍ରାହକ ହନ୍ତସନ୍ତ

ଦାରିଙ୍ଗବାଡ଼ିରେ କଏନ୍‌ ଚଳୁନି, ଛୋଟ ବ୍ୟବସାୟୀଙ୍କ ସମେତ ଗ୍ରାହକ ହନ୍ତସନ୍ତ

ଦାରିଙ୍ଗବାଡ଼ି,୨୦।୭(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ଏବେ ବଡ଼ ସମସ୍ୟା ମୁଣ୍ଡ ଟେକିଛି। ଟଙ୍କିକିଆ ଏବଂ ଦୁଇ ଟଙ୍କିଆ କଏନକୁ ବଡ଼ ବ୍ୟବସାୟୀ ମାନେ ଗ୍ରହଣ କରୁନାହାନ୍ତି। ଫଳରେ ହିତାଧିକାରୀଙ୍କ ସମେତ ଛୋଟ ଛୋଟ ବ୍ୟବସାୟୀମାନେ ହଇରାଣ ହେଉଛନ୍ତି।

ଶେରଗଡ଼ରେ ଭଜନ ସନ୍ଧ୍ୟା, ଠାକୁରଙ୍କ ବାମନ ଅବତାର ବେଶ

ଶେରଗଡ଼ରେ ଭଜନ ସନ୍ଧ୍ୟା, ଠାକୁରଙ୍କ ବାମନ ଅବତାର ବେଶ

ଶେରଗଡ଼,୨୦।୭(ଡି.ଏନ୍‌.ଏ.): ଶେରଗଡ଼ ରଥଯାତ୍ରା ଅବସରରେ ଗୁରୁବାର ବଳି ବାମନ ଅବତାର ବେଶ ସହ ରାତିରେ ଭିନ୍ନକ୍ଷମ ଭଜନ ସମାରୋହ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି। କରପଡ଼ା ଭିନ୍ନକ୍ଷମ ସମିତି ପକ୍ଷରୁ ୧୫ରୁ ଅଧିକ ଭିନ୍ନକ୍ଷମ ବ୍ୟକ୍ତି ଯୋଗଦେଇ ଜଗନ୍ନାଥଙ୍କ ଭଜନ ପରିବେଷଣ କରିଥିଲେ।

ଅଲାରିଗଡ଼ରେ ଆଧ୍ୟାତ୍ମିକ ପ୍ରବଚନ

ଅଲାରିଗଡ଼ରେ ଆଧ୍ୟାତ୍ମିକ ପ୍ରବଚନ

ଶେରଗଡ଼,୨୦।୭(ଡି.ଏନ୍‌.ଏ.): ଅଲାରିଗଡ଼ରେ ଗୁରୁବାର ରାତିରେ ଆଧ୍ୟତ୍ମିକ ପ୍ରବଚନ ଅନୁଷ୍ଠିତ ହୋଇଯାଇଛି। ପବିତ୍ର ରଥଯାତ୍ରା ଅବସରରେ ଅଲାରିଗଡ଼ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥଯାତ୍ରା କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭଦ୍ରକର ସିଦ୍ଧାନ୍ତ ମହାରାଜ ଯୋଗଦେଇ ଜଗନ୍ନାଥ ସଂସ୍କୃତି ଉପରେ ଆଲୋଚନା କରିଥିଲେ।

ଦେଶବ୍ୟାପୀ ଟ୍ରକ ଧର୍ମଘଟ ଆରମ୍ଭ

ଦେଶବ୍ୟାପୀ ଟ୍ରକ ଧର୍ମଘଟ ଆରମ୍ଭ

ବ୍ରହ୍ମପୁର ଅଫିସ,୨୦।୭: ୬ ଦଫା ଦାବି ନେଇ ଦେଶବ୍ୟାପୀ ଟ୍ରକ ଧର୍ମଘଟ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଏହାର ପ୍ରଭାବ ଗଞ୍ଜାମ ଜିଲାରେ ଦେଖିବାକୁ ମିଳିଛି।

ସୁଧାକିରଣ କଲେଜରେ ଜାତୀୟ ସେବା ଶିବିର

ସୁଧାକିରଣ କଲେଜରେ ଜାତୀୟ ସେବା ଶିବିର

ରାଇକିଆ ୨୦।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ସୁଧାକିରଣ କଲେଜରେ ଶୁକ୍ରବାର ଜାତୀୟ ସେବା ଶିବିର ଉଦ୍‌ଯାପିତ ହୋଇଯାଇଛି। ଅତିଥି ଭାବେ ରାଇକିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ମାନିନୀ ପ୍ରଧାନ, ସରପଞ୍ଚ ପଞ୍ଚୁ ପ୍ରଧାନ ଯୋଗ ଦେଇ ଛାତ୍ର ଜୀବନରେ ସେବା ମନୋବୃତ୍ତି ରଖି କାମ କରିଲେ ତାହା ସମାଜ ଗଠନରେ କିପରି ପ୍ରମୁଖ ଭୂମିକା ନେଇଥାଏ ସେ ସଂପର୍କରେ କହିଥିଲେ ।

ଅବକାରୀ ଚଢ଼ାଉ: ୨୩ଶହ ଲିଟର ପୋଚ ନଷ୍ଟ  ମଦ ଜବତ, ୭ ମହିଳା ଗିରଫ

ଅବକାରୀ ଚଢ଼ାଉ: ୨୩ଶହ ଲିଟର ପୋଚ ନଷ୍ଟ ମଦ ଜବତ, ୭ ମହିଳା ଗିରଫ

ଦାରିଙ୍ଗବାଡ଼ି,୨୦ା୭(ଡି.ଏନ.ଏ.):ଦାରିଙ୍ଗବାଡ଼ି ପୋଲିସ ଗୁରୁବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୨୩ଶହ ଲିଟର ମହୁଲ ପୋଚ ନଷ୍ଟ କରିବା ସହ ୨୯୫ଲିଟର ଦେଶୀ ମଦ ଜବତ କରିଛି। ଏଥିସହ ମଦରନ୍ଧା ପାଇଁ ବ୍ୟବହୃତ କରାଯାଉଥିବା ସାମଗ୍ରୀ ସହ ପୋଚ ଭର୍ତ୍ତି ଜାର ହଣ୍ଡାହାଣ୍ଡି ଜବତ କରିଛି। ବେଆଇନ ଭାବରେ ଏହି କାରବାର ଚଳାଉଥିବା ୭ ମହିଳାଙ୍କୁ ପୋଲିସ ଗିରଫ କରିଥିବା ଆଇଆଇସି ତୁଷାରକାନ୍ତ ମହାପାତ୍ର ସୂଚନା ଦେଇଛନ୍ତି। ସମସ୍ତ ଅଭିଯୁକ୍ତ ଚୋରା କାରବାର କରିବା ସହ ମହୁଲ ପୋଚ ମାଟିତଳେ ଏବଂ ଘର ଭାଡ଼ି ଆଦିରେ ଲୁଚାଇ ରଖିଥିଲେ।

Model This Week

ରୂପେଶ