ବ୍ରହ୍ମପୁର

ଖଲ୍ଲିକୋଟ ଅଟୋନମସ କଲେଜରେ ତାଲା

ଖଲ୍ଲିକୋଟ ଅଟୋନମସ କଲେଜରେ ତାଲା

ବ୍ରହ୍ମପୁର, ୭।୧୨ (ଡି.ଏନ୍‌.ଏ.)- ବ୍ରହ୍ମପୁର ଖଲ୍ଲିକୋଟ ଅଟୋନମସ କଲେଜକୁ ଉଠାଯାଇ ଖଲ୍ଲିକୋଟ ୟୁନିଭରସିଟିରେ ମିଶ୍ରଣ ପାଇଁ ଦୀର୍ଘଦିନ ହେଲା ଦାବି ହୋଇଆସୁଥିଲା। ଗୁରୁବାର ଏନେଇ ଖଲ୍ଲିକୋଟ ଅଟୋନମସ କଲେଜର ଷ୍ଟୁଡେଣ୍ଟ ୟୁନିୟନ କଲେଜ ମୁଖ୍ୟ ଫାଟକରେ ପୂର୍ବାହ୍ନ ପ୍ରାୟ ସାଢେ ୧୨ଟାରେ ତାଲା ପକାଇଥିଲେ। ବ୍ରହ୍ମପୁର ଏଏସ୍‌ପି ଶାନ୍ତନୁ ଦାସ, ଟାଉନ ଥାନା ଓ ବିଏନ୍‌ପୁର ଥାନାଧିକାରୀ ପହଞ୍ଚତ୍ ବୁଝାସୁଝା କରିବା ପରେ ଅପରାହ୍ନ ପ୍ରାୟ ସାଢେ ୨ଟାରେ ଛାତ୍ରମାନେ ମୁଖ୍ୟଗେଟର ତାଲା ଖୋଲିଥିଲେ।

All Right Reserved By

ବ୍ରହ୍ମପୁର

କେନାଲରେ ଭାସି ଜଣଙ୍କ ମୃତ୍ୟୁ

ପୁରୁଷୋତ୍ତମପୁର,୧୬।୭(ଡି.ଏନ୍‌.ଡି):ପୁରୁଷୋତ୍ତମପୁର ଥାନା ସମା ଗ୍ରାମ ପାଲଣା କେନାଲରେ ଭାସି ସୋମବାର ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭରତ ପ୍ରଧାନ (୬୮)। ପୁରୁଷୋତ୍ତମପୁର ଅଞ୍ଚଳରେ ୩ଦିନ ଧରି ଲଗାଣ ବର୍ଷା ଯୋଗୁଁ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ବର୍ଷା ପାଣିର ପ୍ରଖର ସ୍ରୋତରେ ସମା, ଫାସିପଡ଼ା, ପୁରୁଷୋତ୍ତମ ଅଞ୍ଚଳରେ ଥିବା ଅନେକ କେନାଲ ହିଡ଼ ଭାଙ୍ଗିଯାଇଛି।

ଅଲାରିଗଡ଼ରେ ପ୍ରବଚନ କାର୍ଯ୍ୟକ୍ରମ

ଅଲାରିଗଡ଼ରେ ପ୍ରବଚନ କାର୍ଯ୍ୟକ୍ରମ

ଶେରଗଡ଼,୧୬।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ଅଲାରିଗଡ଼ ଗ୍ରାମରେ ରଥଯାତ୍ରା ଉପଲକ୍ଷେ ପ୍ରବଚନ ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି ଅବସରରେ ରବିବାର ପ୍ରବଚକ ଜିତୁଦାସ ଯୋଗ ଦେଇଥିଲେ। ଭକ୍ତ ଏବଂ ଭଗବାନ କିପରି ନିକଟତର ହୁଅନ୍ତି ସେ ସମ୍ପର୍କରେ ପ୍ରବଚନ ଶୁଣାଇଥିଲେ।

ଲଗାଣ ବର୍ଷାରେ ଘର ଭାଙ୍ଗିଲା: ଜଣେ ଆହତ

ଲଗାଣ ବର୍ଷାରେ ଘର ଭାଙ୍ଗିଲା: ଜଣେ ଆହତ

ଗଞ୍ଜାମ,୧୬।୭(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ଅଞ୍ଚଳରେ ଗତ ୨ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଏଥିରେ ଖଣ୍ଡଦେଉଳୀ ଗ୍ରାମର ବସନ୍ତ ବିଶ୍ୱାଳଙ୍କ ପୁଅ ସୀମାଞ୍ଚଳଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ଏଥିରେ ସୀମାଞ୍ଚଳ ଆହତ ହୋଇଛନ୍ତି। ତାଙ୍କ ଗୋଡ଼ରେ ଆଘାତ ଲାଗିଥିବା ଜଣାପଡ଼ିଛି।

ପଥରରେ ଛେଚି ରାଜମିସ୍ତ୍ରିଙ୍କୁ ହତ୍ୟା

ପଥରରେ ଛେଚି ରାଜମିସ୍ତ୍ରିଙ୍କୁ ହତ୍ୟା

ଛତ୍ରପୁର,୧୬।୭(ଡି.ଏନ.ଏ)-ଗଞ୍ଜାମ ଜିଲା ଗୋପାଳପୁର ଥାନା ଶୀତଳାପଲ୍ଲୀ ଗାଁର ଜଣେ ରାଜମିସ୍ତ୍ରିଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି। ସେ ହେଲେ ଏଙ୍କା ରେଡ୍ଡୀ। ରବିବାର ସକାଳେ ଚମାଖଣ୍ଡି ଥାନା ଟାଙ୍ଗଣାପଲ୍ଲୀ ପଞ୍ଚାୟତ ନୂଆ ନଗରଡ଼ିହର ଏକ ଗୋଚର ଜମିରୁ ତାଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି ।

କୁଲାଡ଼-ଗାଲେରି ରାସ୍ତା ବନ୍ଦ

କୁଲାଡ଼-ଗାଲେରି ରାସ୍ତା ବନ୍ଦ

ଭଞ୍ଜନଗର,୧୬।୭(ଡି.ଏନ.ଏ.)- ଭଞ୍ଜନଗର ଅଞ୍ଚଳରେ ଶନିବାର ଓ ରବିବାର ତୁହାକୁ ତୁହା ବର୍ଷା ହେଉଛି । ଏଥିଯୋଗୁ ଭଞ୍ଜନଗର ବ୍ଲକ ସୋରିଷମୂଳିଠାରେ ବଡ଼ ନଦୀରେ ଥିବା ଅସ୍ଥାୟୀ ସେତୁ ରବିବାର ସମ୍ପୂର୍ଣ୍ଣ ଧୋଇଯାଇଛି। ଫଳରେ କୁଲାଡ଼ ଭାୟା ତୁରୁମୁ ଗାଲେରି ରାସ୍ତା ବନ୍ଦ ହୋଇଯାଇଛି।

ଘର ଦେଇ ପ୍ରବାହିତ ହେଲା ବର୍ଷାଜଳ

ଘର ଦେଇ ପ୍ରବାହିତ ହେଲା ବର୍ଷାଜଳ

ଶେରଗଡ, ୧୬ା୭ (ଡି.ଏନ୍‌.ଏ.) -ଶେରଗଡ ବ୍ଲକରେ ଶନିବାର ଠାରୁ ଲଗାଣ ବର୍ଷା ଲାଗି ରହିଛି। ରୈବତ ପାହାଡରେ ବର୍ଷା ହେବାରୁ ରାମଗିରି ଗ୍ରାମର ୭ ପରିବାର ଘର ଦେଇ ବର୍ଷାଜଳ ପ୍ରବାହିତ ହୋଇଛି। ଫଳରେ ବହୁ ସାମଗ୍ରୀ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି।

ଜୁଆ ଆଡ୍ଡାରେ ଚଢାଉ, ୪ ଗିରଫ

ଆସିକା,୧୬ା୭ (ଡି.ଏନ୍‌.ଏ.)-ଗାଙ୍ଗପୁର ଥାନା ବାଙ୍କଲଡି ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଶନିବାର ରାତିରେ ପୋଲିସ ଚଢାଉ କରିଥିଲା । ସେଠାରୁ ପୋଲିସ ୪ଜଣଙ୍କୁ ଗିରଫ କରିବା ସହ ୩୬ ହଜାର ୮ଶହ ଟଙ୍କା, ୪ଟି ମୋବାଇଲ ଫୋନ ଓ ଗୋଟିଏ ତାସ ମୁଠା ଜବତ କରିଛି ।

ଏଟିଏମ୍‌ କାର୍ଡ ଚୋରି କରି ଟଙ୍କା ହଡପ, ଅଭିଯୁକ୍ତ ଗିରଫ

ହିଞ୍ଜିଳିକାଟୁ, ୧୬।୭(ଡି.ଏନ୍‌.ଏ.)- ଜଣେ ବ୍ୟକ୍ତିଙ୍କ ଏଟିଏମ୍‌ କାର୍ଡ ଚୋରି କରି ବିଭିନ୍ନ କିସ୍ତିରେ ୧୮ ହଜାର ୬ ଶହ ଟଙ୍କା ଉଠାଣ ଅଭିଯୋଗରେ ହିଞ୍ଜିଳି ପୋଲିସ ରବିବାର ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣକ ହିଞ୍ଜିଳି ଥାନା କୋଳିଦାସପୁର ଗ୍ରାମର ଅଗାଧୁ ରାଉତ(୨୯)।

ନାଗପୁରରେ ଲୁଟ, ଆସିକାରେ ଲୁଟେରା

ଆସିକା,୧୬ା୭ (ଡି.ଏନ୍‌.ଏ.) -ମହାରାଷ୍ଟ୍ରର ନାଗପୁର ପୁରୁଣା କେଣ୍ଟ ଥାନା ଇଲାକାରେ ଜୁନ ଶେଷ ସପ୍ତାହରେ ଏକ ଜୁଏଲାରୀରୁ ହୋଇଥିବା ଲୁଟ ମାମଲାର ଲୁଟେରାଙ୍କୁ ଗଞ୍ଜାମ ଜିଲା ଆସିକାରୁ ଠାବ କରାଯାଇଛି। ଲୁଟେରାଙ୍କୁ ଧରିବା ପାଇଁ ଗତ ସପ୍ତାହେ ହେଲା ଆସିକାରେ ନାଗପୁର ପୋଲିସ ଆସିକାରେ ରହିଥିଲା।

ବଟି ଆଦାୟ ଅଭିଯୋଗ, ଜଣେ ଗିରଫ

ଆସିକା,୧୬।୭ (ଡି.ଏନ୍‌.ଏ.): ଆସିକା ଥାନା ଇଲାକାରେ ଦାଦାବଟି ଆଦାୟ କରୁଥିବା ଅଭିଯୋଗରେ ପୋଲିସ ରବିବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ଆସିକା ଥାନା କୋଟିନଡା ଫାଣ୍ଡି ଅନ୍ତର୍ଗତ ବରଗାଁର ନାରାୟଣ ନାହାକ ।

ବିଦ୍ୟୁତ୍‌ ଆଘାତରେ ବୃଦ୍ଧ ମୃତ

ବିଦ୍ୟୁତ୍‌ ଆଘାତରେ ବୃଦ୍ଧ ମୃତ

ଭଞ୍ଜନଗର,୧୬।୭ (ଡି.ଏନ.ଏ.): ବିଦ୍ୟୁତ ଆଘାତରେ ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ନୂଆଗାଁର ଜଣେ ବୃଦ୍ଧଙ୍କର ରବିବାର ମୃତ୍ୟୁ ଘଟିଛି। ସେ ହେଲେ ପଞ୍ଚୁ ସେଠୀ। ପୋଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲକୁ ପଠାଇ ଦେଇଛି ।

ଅସମୟରେ ସାହା ହୋଇଥିଲା ଖବରକାଗଜ

ଅସମୟରେ ସାହା ହୋଇଥିଲା ଖବରକାଗଜ

ବେଗୁନିଆପଡ଼ା,୧୬ା୭(ଡି.ଏନ.ଏ.)- ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସାଙ୍କୁଡ଼ା ଗ୍ରାମର ଭାଗିରଥୀ ପରିଡା। ପରିବାର କହିଲେ ବିଧବା ମା’, ସ୍ତ୍ରୀ ସୁନିତାରାଣୀ ଓ ୨ ପୁଅ। ସେ ୨୬ ବର୍ଷ ହେଲା ଖବର କାଗଜ ବିକି ପରିବାର ଚଳାଉଛନ୍ତି।

Model This Week

ରୂପେଶ