ବ୍ରହ୍ମପୁର

ଓଡ଼ିଆ ବିଭାଗ ପାଠଚକ୍ର

ଓଡ଼ିଆ ବିଭାଗ ପାଠଚକ୍ର

ପୁରୁଷୋତ୍ତମପୁର,୭।୧୨(ଡି.ଏନ୍‌.ଏ.)-ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ଓଡ଼ିଆ ବିଭାଗର ପାଠଚକ୍ର ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ଅରବିନ୍ଦ ପଣ୍ଡା ପୌରହିତ୍ୟ କରି ଛାତ୍ରୀଛାତ୍ରଙ୍କୁ ଓଡ଼ିଆ ଭାଷା ଓ ସାହିତ୍ୟ ସମ୍ପର୍କରେ କହିଥିଲେ। ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡ. ରମେଶ ଚନ୍ଦ୍ର ସେନାପତିଙ୍କ ତତ୍ତ୍ୱାବଧାନରେ ଯୁକ୍ତ ୩ ଦ୍ୱିତୀୟ ବଷର୍ର୍ର ଛାତ୍ରୀ ମଧୁସ୍ମିତା ମହାପାତ୍ର ‘ନାରୀ ଜୀବନର ବେଦ- ବଳରାମ ଦାଶଙ୍କ ଲକ୍ଷ୍ମୀ ପୁରାଣ’ ଶୀର୍ଷକ ପ୍ରବନ୍ଧକୁ ଉପସ୍ଥାପନ କରିଥିଲେ। ବିଭାଗୀୟ ଅଧ୍ୟାପକ ଡ. ପ୍ରବୀର କେଶରୀ ପ୍ରଧାନ, ଡ. ପ୍ରଶାନ୍ତ କୁମାର ପଟ୍ଟନାୟକ ଓ ବିପ୍ଲବ ରଞ୍ଜନ ପ୍ରଧାନ ଉପସ୍ଥିତ ଥିଲେ। ବିଭାଗର ସମସ୍ତ ଛାତ୍ରୀଛାତ୍ର ପାଠଚକ୍ରରେ ଯୋଗଦେଇ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗନେଇଥିଲେ। ଶେଷରେ ଅଧ୍ୟାପକ ଡ. ପଟ୍ଟାନୟକ ଧନ୍ୟବାଦ ଅର୍ପଣ କରିଥିଲେ।

All Right Reserved By

Model This Week

Model This Week

ବ୍ରହ୍ମପୁର

ଆସିକାରେ ଆଇପିଏଲ୍‌  ବେଟିଂ, ୭ ଗିରଫ: ୧୦ଲକ୍ଷ ୯ ହଜାର ୮ଶହ ଟଙ୍କା ଜବତ

ଆସିକାରେ ଆଇପିଏଲ୍‌ ବେଟିଂ, ୭ ଗିରଫ: ୧୦ଲକ୍ଷ ୯ ହଜାର ୮ଶହ ଟଙ୍କା ଜବତ

ଆସିକା,୨୬ା୪(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ଆଇପିଏଲ୍‌ କ୍ରିକେଟ ବେଟିଂ ଆରମ୍ଭ ହୋଇଯାଇଛି। କିଛିଦିନ ତଳେ ବ୍ରହ୍ମପୁରରୁ ଆଇପିଏଲ୍‌ ବେଟିଂ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଥିଲା। ବୁଧବାର ସନ୍ଧ୍ୟାରେ ଆସିକା ବିଜୁ ପଟ୍ଟନାୟକ ଛକସ୍ଥିତ ଏକ ମୋବାଇଲ ଦୋକାନରେ ଆଇପିଏଲ ମ୍ୟାଚକୁ ନେଇ ସଟ୍ଟାବାଜି ଚାଲିଥିବା ବେଳେ ପୋଲିସ ଚଢ଼ାଉ କରିଥିଲା। ସେଠାରୁ ଦୋକାନ ମାଲିକଙ୍କ ସମେତ ୭ ଜଣଙ୍କୁ ଗିରଫ କରାଯାଇଛି।

କେସି ହାଇସ୍କୁଲରୁ ହଟୁନି ଇଂଲିଶ୍‌ ମିଡିୟମ୍‌ ସ୍କୁଲ: ଉପଜିଲାପାଳଙ୍କୁ ଦାବିପତ୍ର

ବ୍ରହ୍ମପୁର ଅଫିସ,୨୬।୪-ବ୍ରହ୍ମପୁର ଗୋଷାଣୀନୁଆଗାଁ କେସି ହାଇସ୍କୁଲ ପରିସରରେ ବେଆଇନ ଭାବେ ଚାଲିଥିବା ବେସରକାରୀ ଇଂଲିଶ୍‌ ମିଡିୟମ୍‌ ସ୍କୁଲ ହଟାଇବା ନେଇ ଆନ୍ଦୋଳନ ଧିରେ ଧିରେ ଉଗ୍ରରୂପ ଧାରଣ କରୁଛି। ହାଇସ୍କୁଲ ପରିସରରୁ ଉକ୍ତ ସ୍କୁଲ ହଟାଇବାକୁ ଡିଇଓ ବାରମ୍ବାର ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶନାମା ଜାରି କରୁଥିଲେ ମଧ୍ୟ ସ୍କୃଲ କର୍ତ୍ତୃପକ୍ଷ ନିର୍ଦ୍ଦେଶନାମାକୁ ବେଖାତିର କରୁଛନ୍ତି।

ହରିହରାତ୍ମକ ପଞ୍ଚ ମହାଯଜ୍ଞ

ହରିହରାତ୍ମକ ପଞ୍ଚ ମହାଯଜ୍ଞ

ଖଲ୍ଲିକୋଟ, ୨୬।୪ (ଡି.ଏନ.ଏ.)- ଖଲ୍ଲିକୋଟସ୍ଥିତ ଶ୍ରୀକୃଷ୍ଣଶରଣପୁର ଶାସନସ୍ଥିତ ସକଳେଶ୍ୱର ମହାଦେବଙ୍କ ପୀଠରେ ୧୧ ଦିନ ଧରି ହେବାକୁ ଥିବା ହରିହରାତ୍ମକ ପଞ୍ଚ ମହାଯଜ୍ଞର ଗୁରୁବାର ଥିଲା ନବମ ଦିବସ। ଗୁରୁବାର ଚମ୍ପକ ପୁଷ୍ପାଅର୍ଚ୍ଚନା ଓ ମୋଦକ ଲାଗି ସ୍ବତନ୍ତ୍ର ନୀତି କରାଯାଇଛି।

ପାଇଖାନା ନିର୍ମାଣ ସମ୍ପର୍କିତ କର୍ମଶାଳା

ଭଞ୍ଜନଗର,୨୬।୪(ଡି.ଏନ.ଏ)-ଭଞ୍ଜନଗର ବ୍ଲକର ସମସ୍ତ ହିତାଧିକାରୀଙ୍କ ଘରେ କିଭଳି ପାଇଖାନା ନିର୍ମାଣ ହେବ ସେ ନେଇ ବ୍ଲକ ସମ୍ମିଳନୀ କକ୍ଷରେ ଗୁରୁବାର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଡିଓ ସୁବ୍ରତ କୁମାର ବେହେରା ଅଧ୍ୟକ୍ଷତା କରିଥିଲେ।

ରଥଦାଣ୍ଡରୁ ଜବରଦଖଲ ଉଚ୍ଛେଦ ଦାବି

ପାତ୍ରପୁର,୨୬।୪(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ଜରଡ଼ାଗଡ଼ ପାର୍ଥସାରଥୀଙ୍କ ରଥଦାଣ୍ଡ ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି। ରାସ୍ତା ପାର୍ଶ୍ୱରେ ଥିବା କିଛି ଦୋକାନ ଲାଗି ଏହି ସମସ୍ୟା ଉପୁଜିଛି। ବର୍ତ୍ତମାନ ପିଚୁକାମ ଚାଲିଥିବା ବେଳେ ରାସ୍ତାରୁ ଜବରଦଖଲ ହଟାଇବାକୁ ଗ୍ରାମବାସୀ ଦାବି କରିଛନ୍ତି। କାମ ଆରମ୍ଭ ହେବା ପୂର୍ବରୁ କେତେଜଣ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯାଇଥିଲା। ହେଲେ ଖାତା ନଂ.୮୬୦ର ପ୍ଲଟ ନଂ. ୧୬୨୭ରେ ଥିବା କେତୋଟି ଦୋକାନ ହଟାଯାଇନାହିଁ।

ପାନୀୟ ଜଳ ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ

ପାନୀୟ ଜଳ ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ

ବୁଗୁଡ଼ା,୨୬।୪(ଡି.ଏନ.ଏ.)-ବୁଗୁଡ଼ା ବ୍ଲକ ଏକଡ଼ାଳ, ଘୋଳପୁର ଓ ଭାବସର ଗ୍ରାମରେ ଗୁରୁବାର ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଦ୍ୱାରା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।

ବିଜୁ ଯୁବ ବାହିନୀ କର୍ମକର୍ତ୍ତା ଚୟନ

ବୁଗୁଡ଼ା,୨୬।୪(ଡି.ଏନ.ଏ.)-ବୁଗୁଡ଼ା ବ୍ଲକ ପାଙ୍ଗିଡ଼ି ପଞ୍ଚାୟତରେ ବିଜୁ ଯୁବ ବାହିନୀର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏ ନେଇ ଗୁରୁବାର ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ସୁଶାନ୍ତ କୁମାର ଆପଟ୍ଟ ଓ କୃଷ୍ଣଚନ୍ଦ୍ର ରାଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଚିକିଟି ଅଞ୍ଚଳରେ ବିଦ୍ୟୁତ ବିଭ୍ରାଟ

ଚିକିଟି,୨୬।୪(ଡି.ଏନ.ଏ.)-ଚିକିଟି ସମେତ ଏହାର ଆଖପାଖ ଗ୍ରାମାଞ୍ଚଳରେ ମାସେ ହେଲା ବିଦ୍ୟୁତ ବିଭ୍ରାଟ ଦେଖାଦେଉଛି। ବର୍ତ୍ତମାନ ସମୟରେ ପ୍ରବଳ ଗ୍ରୀଷ୍ମ ଅନୁଭୁତ ହେଉଥିବା ବେଳେ ଅଘୋଷିତ ବିଦ୍ୟୁତ୍‌କାଟ ଲୋକଙ୍କ ସମସ୍ୟା ଦ୍ୱିଗୁଣିତ କରୁଛି। କାଳବୈଶାଖୀ ପ୍ରଭାବରେ ସାମାନ୍ୟ ବର୍ଷା କିମ୍ବା ପବନ ହେଲେ ଘଣ୍ଟା ଘଣ୍ଟା ବିଦ୍ୟୁତ ସରବରାହ ଠପ୍‌ ହୋଇଯାଉଛି । ଫଳରେ ସାଧାରଣ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ବ୍ୟାଙ୍କ ଓ ଅଫିସ କାର୍ଯ୍ୟରେ ବ୍ୟାଘାତ ଘଟୁଛି।

ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା: ୧୦ ଗୁରୁତର

ପାଟପୁର, ୨୬।୪ (ଡି.ଏନ.ଏ.)- ପାଟପୁର ଥାନା ସୁମନ୍ତପୁର ବାଙ୍କରେ ଗୁରୁବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଏକ ବରଯାତ୍ରୀ ବସ୍‌ ସହ ଗୋଟିଏ ୪୦୭ ଟ୍ରକ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଉଭୟ ଗାଡିର ୨୦ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ପଥରରେ ଛେଚି ଯୁବକଙ୍କୁ ହତ୍ୟା

ପଥରରେ ଛେଚି ଯୁବକଙ୍କୁ ହତ୍ୟା

ଛତ୍ରପୁର, ୨୬।୪ (ଡି.ଏନ.ଏ.)- ଛତ୍ରପୁର ଥାନା ପୁରୁଣାପାଟଣା ଷ୍ଟେଶନ ରୋଡ୍‌ ନିକଟରୁ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ ଛତ୍ରପୁର ରେଡ୍ଡୀସାହିର ଜି. ଶ୍ରୀନୁ। ତାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି। ଖବର ପାଇ ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଚଳାଇଛି।

ଟ୍ରକ୍‌କୁ ଧକ୍କା ଦେଲା ବାଇକ୍‌: ଜଣେ ମୃତ

ଟ୍ରକ୍‌କୁ ଧକ୍କା ଦେଲା ବାଇକ୍‌: ଜଣେ ମୃତ

ପୁରୁଷୋତ୍ତମପୁର, ୨୬।୪ (ଡି.ଏନ.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭୂତସରସିଙ୍ଗି ଗ୍ରାମ ନିକଟରେ ବୁଧବାର ରାତିରେ ଏକ ଟ୍ରକ୍‌କୁ ଗୋଟିଏ ବାଇକ୍‌ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣକ ହେଲେ ଗୋଳନ୍ଥରା ଥାନା ଅନ୍ତର୍ଗତ ସିଙ୍ଗାବାଡି ଗ୍ରାମର ଲକ୍ଷ୍ମୀ ଗୌଡ। ଆହତ ମେଦିନିପୁର ଗ୍ରାମର ମୁନା ରଥଙ୍କୁ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସଫେଇ କାର୍ଯ୍ୟକ୍ରମରେ ସାମିଲ ହେଲେ ଛାତ୍ରୀଛାତ୍ର

ସଫେଇ କାର୍ଯ୍ୟକ୍ରମରେ ସାମିଲ ହେଲେ ଛାତ୍ରୀଛାତ୍ର

ଧରାକୋଟ,୨୬।୪(ଡି.ଏନ୍‌.ଏ.)- ଧରାକୋଟ ଥାନା ଆମ ପୋଲିସ ସମିତି ପକ୍ଷରୁ ଜଗମୋହନ ଗ୍ରାମରେ ସଫେଇ କାର୍ଯ୍ୟକ୍ରମ କରାଯିବା ସହ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀଙ୍କ ନେତୃତ୍ୱରେ ଏସଆଇ ଶଶିକାନ୍ତ ରାଉତ, ଏଏସ୍‌ଆଇ ବସନ୍ତ କୁମାର ମିଶ୍ର, ସରପଞ୍ଚ ଶିବରାମ ବାଡ଼ତ୍ୟା, ପ୍ରଧାନଶିକ୍ଷକ କାଳୀପ୍ରସାଦ ଉଦ୍‌ଗାତା ପ୍ରମୁଖ ଉପସ୍ଥିତ ରହି ସଫେଇ କରିଥିଲେ। ଜଗମୋହନ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶତାଧିକ ଛାତ୍ରୀଛାତ୍ର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସଡ଼କ ସୁରକ୍ଷା, ସ୍ବଚ୍ଛ ପରିମଳ ସମ୍ପର୍କରେ ବିଭିନ୍ନ ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନ କରାଇଥିଲେ