ବ୍ରହ୍ମପୁର

ଦୁଇ ଦିନରେ ୨ କୃଷ୍ଣସାର ମୃଗ ମୃତ

ଦୁଇ ଦିନରେ ୨ କୃଷ୍ଣସାର ମୃଗ ମୃତ
ଆସିକା,୬।୧୨ (ଡି.ଏନ୍‌.ଏ.)- ଆସିକା ବନାଞ୍ଚଳର ଭେଟନଈ ଅଞ୍ଚଳରେ ମଙ୍ଗଳବାର ଓ ବୁଧବାର ଦୁଇଦିନରେ ଦୁଇଟି କୃଷ୍ଣସାର ମୃଗଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ସନ୍ଧ୍ୟାରେ ଭେଟନଈୀ ଜଗତି ପଡିଆ ସଂଲଗ୍ନ ଦୋରା ବନ୍ଧ ନିକଟରୁ ଗୋଟିଏ ଅଣ୍ଡିରା କୃଷ୍ଣସାର ମୃଗର ମୃତଦେହ ଉଦ୍ଧାର କରାଯାଇଥିଲା। ବନ ବିଭାଗ ପକ୍ଷରୁ ବୁଧବାର ସକାଳେ ଆସିକା ପ୍ରାଣୀ ଚିକିତ୍ସାଳୟରେ ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ଅଢେଇ ଫୁଟ ଉଚ୍ଚତା, ତିନିଫୁଟ ଲମ୍ବା ଓ ଦେଢ ଫୁଟ ଲେଖାଏ ସିଂଘ ଥିବା କୃଷ୍ଣସାରଟିର ବୟସ ୭ରୁ ୮ ବର୍ଷ ମଧ୍ୟରେ ହେବ। ଅତ୍ୟଧିକ ଧାନ ଖାଇ ଖାଦ୍ୟର ବିଷକ୍ରିୟା ଜନିତ ପରିସ୍ଥିତିରେ ତାର ମୃତ୍ୟୁ ଘଟିଥିବା ପ୍ରାଣୀଧନ ଚିକିତ୍ସକ ଡା. ପ୍ରଭାତ କୁମାର ପରିଡା କହିଛନ୍ତି। ସେହିଭଳି ବୁଧବାର ଅପରାହ୍ନରେ ଭେଟନଈରୁ ବଜ୍ରକୋଟ ଯାଇଥିବା ପାଦଚଲା ରାସ୍ତାରେ ରତ୍ନସାଗର ନିକଟରେ ମଧ୍ୟ ଗୋଟିଏ ମାଈ କୃଷ୍ଣସାର ମୃଗର ମୃତଦେହ ଉଦ୍ଧାର କରାଯାଇଛି। ଏହାର ବୟସ ୫ ରୁ ୬ ବର୍ଷ ହେବ ବୋଲି ଅନୁମାନ କରାଯାଇଛି। କୃଷ୍ଣସାର ସୁରକ୍ଷା ସମିତିର ସଭାପତି ଅମୂଲ୍ୟ କୁମାର ଉପାଧ୍ୟାୟଙ୍କ ଦୃଷ୍ଟିକୁ ଏହା ଆସିବା ପରେ ସେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀମାନେ ମୃତ କୃଷ୍ଣସାରକୁ ଘଟଣାସ୍ଥଳରୁ ଉଦ୍ଧାର କରି ନେଇଥିବା ଜଣାଯାଇଛି।
All Right Reserved By

ବ୍ରହ୍ମପୁର

ଏଲ୍‌ଇଡି ଲାଇଟରେ ଚମକିବ ଆର୍‌ଓବି

ଏଲ୍‌ଇଡି ଲାଇଟରେ ଚମକିବ ଆର୍‌ଓବି

ବ୍ରହ୍ମପୁର ଅଫିସ,୨୨ା୧-ବ୍ରହ୍ମପୁରର ସୌନ୍ଦର୍ଯ୍ୟକରଣ ପାଇଁ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ବିଭିନ୍ନ ଯୋଜନା ହାତକୁ ନିଆଯାଇଛି। ସହରର ସୌନ୍ଦର୍ଯ୍ୟ ତଥା ବିଦ୍ୟୁତ୍‌ ଶୁକ୍ଳ ହ୍ରାସ ପାଇଁ ୨୦୧୭ ନଭେମ୍ବର ୨୮ରୁ ସହରର ବିଦ୍ୟୁତ୍‌ ଖୁଣ୍ଟରେ ଏଲଇଡି ଲାଇଟ ଲଗାଯିବା କାର୍ଯ୍ୟ ଆରମ୍ଭ ହୋଇଥିଲା

ମାଓବାଦୀ ପୋଷ୍ଟର: ପ୍ରତିରୋଧ ଦିବସ, ଭାରତ ବନ୍ଦ ସଫଳ ପାଇଁ ଆହ୍ବାନ

ମାଓବାଦୀ ପୋଷ୍ଟର: ପ୍ରତିରୋଧ ଦିବସ, ଭାରତ ବନ୍ଦ ସଫଳ ପାଇଁ ଆହ୍ବାନ


ବାଲିଗୁଡା/ତୁମୁଡିବନ୍ଧ/(ଡି.ଏନ୍‌.ଏ.)-ଫୁଲବାଣୀ ଅଫିସ ,୨୧ା୧- କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅଞ୍ଚଳରେ ଗତ ୩ ଦିନ ହେଲା ମାଓବାଦୀ ପୋଷ୍ଟର ମରାଯାଉଥିବାରୁ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି।

୫ ବଖରା ଜଳିଗଲା, ଗୋରୁ ମୃତ

୫ ବଖରା ଜଳିଗଲା, ଗୋରୁ ମୃତ

ବୁଗୁଡ଼ା,୨୧।୧(ଡି.ଏନ.ଏ.)-ବୁଗୁଡ଼ା ବ୍ଲକ କରସିଙ୍ଗି ପଞ୍ଚାୟତର ଗୁଡ଼ିସାହି ଓ ମଶାଣି ସାହିରେ ପୃଥକ୍‌ ଅଗ୍ନିକାଣ୍ଡ ଘଟି ୫ ବଖରା ଘର ସହ ଗୋଟିଏ ଗୁହାଳ ଜଳିଯାଇଛି। ଗୁହାଳରେ ଥିବା ଗୋଟିଏ ଗୋରୁର ମୃତ୍ୟୁ ହୋଇଛି। ଉକ୍ତ ସାହିର ଅଭି ଗୌଡ଼ଙ୍କ ଗୁହାଳରେ ୨ ଗୋରୁ ଓ ଦୁଇ ଛେଳି ବନ୍ଧା ହୋଇଥିଲେ। କୌଣସି କାରଣରୁ ରବିବାର ରାତି ପ୍ରାୟ ୧୧ଟାରେ ଗୁହାଳରେ ଅଗ୍ନିକାଣ୍ଡ ଘଟି ଗୋଟିଏ

୧୬ ଲକ୍ଷ ୮୫ ହଜାର ଟଙ୍କା ଗାଏବ୍‌: ସରପଞ୍ଚଙ୍କ ନଁ।ରେ ଅଭିଯୋଗ

ପୁରୁଷୋତ୍ତମପୁର, ୨୧।୧(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ହାଣ୍ଡିଘର ପଞ୍ଚାୟତର ଚତୁର୍ଦ୍ଦଶ ଅର୍ଥ କମିଶନ ଅନୁଦାନ ୧୬ ଲକ୍ଷ  ୮୫ ହଜାର ୧୨୦ ଟଙ୍କା ଗାଏବ୍‌ ହୋଇଯାଇଛି। ଏ ନେଇ  ପଞ୍ଚାୟତ ନିର୍ବାହୀ ଅଧିକାରୀ ଦେବରାଜ ମହାନ୍ତି ସୋମବାର ରାତିରେ ପୁରୁଷୋତ୍ତମପୁର ଥାନାରେ ସରପଞ୍ଚ ସୂର୍ଯ୍ୟନାରାୟଣ ଗୌଡ଼ଙ୍କ ନଁାରେ ଅଭିଯୋଗ କରିଛନ୍ତି।

ଦେଉଳିଆ, ବଡ଼ବନ୍ଧ ଉନ୍ନତୀକରଣ ପାଇଁ ଶିଳାନ୍ୟାସ

ଦେଉଳିଆ, ବଡ଼ବନ୍ଧ ଉନ୍ନତୀକରଣ ପାଇଁ ଶିଳାନ୍ୟାସ

ଗୋପାଳପୁର,୨୧।୧-ଜଳ ସମ୍ପଦ ବିଭାଗ ରଙ୍ଗେଇଲୁଣ୍ଡା ବ୍ଲକରେ ୨ଟି ବନ୍ଧର ଉନ୍ନତୀକରଣ ନିମନ୍ତେ ସୋମବାର ଶିଳାନ୍ୟାସ ସହ ପାଣି ପଞ୍ଚାୟତ ପକ୍ଷ ପାଳନ ହୋଇଯାଇଛି। ପୂର୍ବାହ୍ନରେ ଆୟୋଜିତ କାର୍ଯ୍ୟକ୍ରମରେ ଗୋପାଳପୁର ବିଧାୟକ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟଅତିଥି, ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲା ପରିଷଦ ଅଧ୍ୟକ୍ଷ ସୁବାସ ବେହେରା, ରଙ୍ଗେଇଲୁଣ୍ଡା ବ୍ଲକ ଅଧ୍ୟକ୍ଷା ସିଏଚ୍‌ ଉଷାରାଣୀ, ଉପାଧ୍ୟକ୍ଷ ଅଜିତ ଦାଶ ଯୋଗ ଦେଇଥିଲେ।

ଗ୍ରାସୀମ ଇଣ୍ଡଷ୍ଟ୍ରିଜ୍‌ରେ ନିଯୁକ୍ତି ଦାବିରେ ଧାରଣା

ଗ୍ରାସୀମ ଇଣ୍ଡଷ୍ଟ୍ରିଜ୍‌ରେ ନିଯୁକ୍ତି ଦାବିରେ ଧାରଣା

ଗଞ୍ଜାମ,୨୧।୧(ଡି.ଏନ.ଏ.)- ଗ୍ରାସୀମ ଇଣ୍ଡଷ୍ଟ୍ରିଜରେ ସ୍ଥାନୀୟ ଅଞ୍ଚଳର ଶିକ୍ଷିତ ଯୁବକଙ୍କୁ ନିଯୁକ୍ତି ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଏହି ବ୍ଲକର କାଇଁଚପୁର ପଞ୍ଚାୟତର କଲ୍ୟାଣପୁର ଏବଂ ଜରାପଦର ଗ୍ରାମବାସୀ କମ୍ପାନୀ ପମ୍ପ ହାଉସଠାରେ ସୋମବାର ଧାରଣା ଦେବା ସହ କମ୍ପାନୀକୁ ଜଳ ଯୋଗାଣ ବନ୍ଦ କରି ଦେଇଥିଲେ। ଫଳରେ ଉପତ୍ାଦନ ଠପ୍‌ ହୋଇଯାଇଥିଲା।

ଏଡିଏମ୍‌ ଶୁଣିଲେ ୫୮୩ ଅଭିଯୋଗ

ଏଡିଏମ୍‌ ଶୁଣିଲେ ୫୮୩ ଅଭିଯୋଗ

ଭଞ୍ଜନଗର,୨୧।୧(ଡି.ଏନ.ଏ)- ପ୍ରତ୍ୟେକ ମାସ ତୃତୀୟ ସୋମବାର ଗଞ୍ଜାମ ଜିଲାପାଳ ଭଞ୍ଜନଗର ଆସି ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିବା ପାଇଁ ସମୟ ଧାର୍ଯ୍ୟ ହୋଇଛି। କିନ୍ତୁ କାର୍ଯ୍ୟବ୍ୟସ୍ଥତା ଯୋଗୁ ଜିଲାପାଳ ସୋମବାର ଅଭିଯୋଗ ଶୁଣାଣିକୁ ଆସିପାରିନଥିଲେ। ତାଙ୍କ ସ୍ଥାନରେ ଏଡିଏମ୍‌ ବିଜୟ କୁମାର ଦାସ ଆସି ୫୮୩ ଅଭିଯୋଗର ଶୁଣାଣି କରିଥିଲେ। ଏନେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଏଡିଏମ୍‌ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ସେ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡରୁ ଜଣଙ୍କୁ ୯ ହଜାର ଟଙ୍କା ଆର୍ଥୀକ ସହାୟତା ଯୋଗାଇ ଦେଇଥିଲେ। ଅଧିକାଂଶ ଅଭିଯୋଗ ଭତ୍ତା, କାଳିଆ ଯୋଜନା, ରାଶନକାର୍ଡ, ଇନ୍ଦିରା ଆବାସ ଉପରେ ଆସିଥିଲା। ଅଭିଯୋଗ ଶୁଣାଣି ସମୟରେ ଉପ ଜିଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ, ଏସ୍‌ଡିପିଓ ଉତ୍କଳ କେଶରୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ମଦ ବନ୍ଦ ପାଇଁ ଧାରଣା

ମଦ ବନ୍ଦ ପାଇଁ ଧାରଣା

ବ୍ରହ୍ମପୁର ଅଫିସ,୨୧।୧: ଓଡ଼ିଶାରେ ମଦ ବିକ୍ରି ବନ୍ଦ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ(ମୋନା)।

ମାସେ ଧରି ଚାଲିବ ଚୁନାଓ ପାଠଶାଳା

ମାସେ ଧରି ଚାଲିବ ଚୁନାଓ ପାଠଶାଳା

ଛତ୍ରପୁର, ୨୧।୧(ଡି.ଏନ.ଏ)-ଗଞ୍ଜାମ ଜ଼ିଲ୍ଲା  ରେ ହେବାକୁ ଥିବା ସାଧାରଣ ର୍ନିବାଚନ ପ୍ରସ୍ତୁତି ଶେଷ ପର୍ଯ୍ୟାୟ ରେ ପହଁଚିଛି।

ଭଞ୍ଜନଗରରେ ଜଳସମ୍ପଦ ବିଭାଗ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ

ଭଞ୍ଜନଗରରେ ଜଳସମ୍ପଦ ବିଭାଗ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ

ଭଞ୍ଜନଗର,୨୧।୧(ଡି.ଏନ୍‌.ଏ.):  ଗଞ୍ଜାମ ଜିଲା ଭଞ୍ଜନଗର ଜଳସମ୍ପଦ ବିଭାଗ ପକ୍ଷରୁ ସେମବାର ପାଣି ପଞ୍ଚାୟତ ପକ୍ଷ ପାଳନ  ହୋଇଯାଇଛି। 

ବୋଲେରୋ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ବୋଲେରୋ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ହିଞ୍ଜିଳିକାଟୁ,୨୧।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ନୂଆଁ-ବୁରୁପୋଡ଼ା ଠାରେ ରବିବାର ସନ୍ଧ୍ୟାରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ବାଇକ ଆରୋହୀଙ୍କୁ ବୋଲେରୋ ଧକ୍କାଦେବା ଫଳରେ  ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଶେରଗଡ଼ ଥାନା ସିନ୍ଧାଗୁଡ଼ା ଗ୍ରାମର ଟୁଲୁ ନାୟକ(୨୪)। 

ନିଖୋଜ ନାବାଳକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର:ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ନିଖୋଜ ନାବାଳକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର:ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ନୟାଗଡ଼ ଅଫିସ,୨୧ା୧- ନୟାଗଡ଼ ଟାଉନ ଥାନା ମୁଥାଗାଡିଆ ପଞ୍ଚାୟତ କରଡାବଣି ଗ୍ରାମର ୧୫ ବର୍ଷର ନାବାଳକଙ୍କ ମୃତଦେହ ରବିବାର ଗ୍ରାମଠାରୁ ଅନତି ଦୂରରେ ଥିବା ଏକ ନାଳପାର୍ଶ୍ୱ ଗଛରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି।