ବ୍ରହ୍ମପୁର

ଜିଲାପାଳଙ୍କ ତାଗିଦ୍‌ ପରେ ବି ପିଲାଙ୍କୁ ମିଳିଲାନି ଅଣ୍ଡା

ଜିଲାପାଳଙ୍କ ତାଗିଦ୍‌ ପରେ ବି ପିଲାଙ୍କୁ ମିଳିଲାନି ଅଣ୍ଡା

ପାତ୍ରପୁର, ୬।୧୨ (ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ତୁମ୍ବା ପଞ୍ଚାୟତ ଅନ୍ତର୍ଗତ ଲୋକାସାହି କନ୍ୟାଶ୍ରମକୁ ମଙ୍ଗଳବାର ଜିଲାପାଳ ପ୍ରେମ ଚନ୍ଦ୍ର ଚୌଧୁରୀ ପରିଦର୍ଶନରେ ଆସିଥିଲେ। କୋଠା ନିର୍ମାଣ, ପରିମଳ ବ୍ୟବସ୍ଥା, ପିଲାଙ୍କ ଖାଦ୍ୟ ତଦାରଖ କରି ପ୍ରଧାନ ଶିକ୍ଷକ, ଯନ୍ତ୍ରୀ ଓ ବିଡ଼ିଓଙ୍କ ସହ ବିଭାଗୀୟ ଅଧିକାରୀଙ୍କ ଉପରେ ଖପ୍ପା ହୋଇଥିଲେ। ଏମିତିକି କନ୍ୟାଶ୍ରମ ପରିସରରେ ନିର୍ମାଣାଧୀନ କୋଠା ନିମ୍ନ ମାନର ବୋଲି କହିବା ସହ ଏହାର ତଦନ୍ତ ପାଇଁ ଆଦେଶ ଦେଇଥିଲେ। ପରିମଳ ଓ ଖାଦ୍ୟ ଯୋଗାଣରେ ଅବ୍ୟବସ୍ଥା ନେଇ ପ୍ରଧାନ ଶିକ୍ଷକଙ୍କୁ ମଧ୍ୟ ତାଗିଦ କରିଥିଲେ। ମାତ୍ର ବୁଧବାର ମଧ୍ୟାହ୍ନ ଭୋଜନରେ ଛାତ୍ରୀଙ୍କୁ ଅଣ୍ଡା ମିଳି ନ ଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟର ଏଭଳି ବ୍ୟବସ୍ଥାକୁ ନେଇ ତୁମ୍ବାର ପୂର୍ବତନ ସରପଞ୍ଚ ଧନୁ ଶବରଙ୍କ ସମେତ ଗୋପିଆ କାର୍ଯୀ, ଗୋପୀନାଥ ଶବର, ରମେଶ ଶବର, ନବୀନ ଶବର, ଗୁରୁନାଥ ଶବର, ଡ଼ମ୍ବୁରୁ ନାଇକ, କେଦାର ବିଷୋୟୀ, ସୀମାଞ୍ଚଳ ଶବର, କନ୍ତାରୁ ଶବର ପ୍ରମୁଖ ଅଭିଯୋଗ କରିଛନ୍ତି। ଏନେଇ କନ୍ୟାଶ୍ରମର ପ୍ରଧାନ ଶିକ୍ଷକ ଦୁଃଖା ଦଳେଇଙ୍କୁ ପଚାରିବାରୁ ପିଲାଙ୍କୁ ଅଣ୍ଡା ଦେବାପାଇଁ ମନା କରାଯାଇଛି ସେଥିପାଇଁ ବୁଧବାର ଖାଦ୍ୟରେ ଅଣ୍ଡା ଦିଆଯାଇନଥିବା ସଫେଇ ଦେଇଛନ୍ତି।

All Right Reserved By

Model This Week

Model This Week

ବ୍ରହ୍ମପୁର

ଚୋରି, ଆକ୍ରମଣ ମାମଲା: ୨ ଅଭିଯୁକ୍ତଙ୍କୁ ୫ ବର୍ଷ ଲେଖାଏ ଜେଲ

ଚୋରି, ଆକ୍ରମଣ ମାମଲା: ୨ ଅଭିଯୁକ୍ତଙ୍କୁ ୫ ବର୍ଷ ଲେଖାଏ ଜେଲ

ଫୁଲବାଣୀ ଅଫିସ,୨୫।୪-ଏକ ଚୋରି ଓ ଆକ୍ରମଣ ମାମଲାର ବିଚାର କରି ବୁଧବାର କନ୍ଧମାଳ ଜିଲା ଚିଫ୍‌ ଜୁଡିସିଆଲ ମାଜିଷ୍ଟ୍ରେଟ୍‌ (ସିଜେଏମ୍‌ )ରଶ୍ମିତା ଦଳାଇ ୨ ଜଣ ଅଭିଯୁକ୍ତଙ୍କୁ ୫ ବର୍ଷ ଲେଖାଏ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ୨ ହଜାର ଲେଖାଏ ଟଙ୍କା ଜରିମାନା କରିଛନ୍ତି। ଏହା ଅନାଦାୟ ହେଲେ ପ୍ରତ୍ୟେକ ଅଧିକ ୧ବର୍ଷ ଜେଲ ଭୋଗିବା ପାଇଁ ରାୟରେ ଉଲ୍ଲେଖ କରିଛନ୍ତି । ଅଭିଯୁକ୍ତ ଦ୍ୱୟ ହେଲେ ଫୁଲବାଣୀ ପିଅନପଡାର ରାଜେଶ କୁମାର ଦାସ ଓ ଫିରିଙ୍ଗିଆ ପବିଙ୍ଗିଆର ରାଜ୍‌ କୁମାର ଦିଗାଲ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ

ହିଞ୍ଜିଳିକାଟୁ,୨୫।୪(ଡି.ଏନ୍‌.ଏ.): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହିଞ୍ଜିଳିକାଟୁ ବ୍ଲକ କଲୋନୀସ୍ଥିତ ଯୁଧିଷ୍ଠିର ଦଳାଇଙ୍କ ବାସଭବନରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ବୁଧବାର ଭୋର ୫ଟାରେ ଚଢ଼ାଉ କରାଯାଇଛି। ସେ ଧରାକୋଟ ବିଇଓ(ଗୋଷ୍ଠୀ ଶିକ୍ଷାଧିକାରୀ) ଭାବେ କାର୍ଯ୍ୟରତ ଅଛନ୍ତି।

ଅଜଣା ଗାଡି ଧକ୍କାରେ ବୃଦ୍ଧ ଗୁରୁତର

ଅଜଣା ଗାଡି ଧକ୍କାରେ ବୃଦ୍ଧ ଗୁରୁତର

ଦିଗପହଣ୍ଡି,୨୫।୪(ଡି.ଏନ୍‌.ଏ.): ଦିଗପହଣ୍ଡି-ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକ ନିକଟରେ ବୁଧବାର ସକାଳେ ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ କରପଡା ଗ୍ରାମ କୁମ୍ଭାର ସାହିର ଖଲି ବେହେରା।

ଗାଈ ଚରାଇ ଫେରିବା ବେଳେ ୩ ଭାଲୁଙ୍କ ଆକ୍ରମଣ, ମା’ ପୁଅ ଗୁରୁତର

ଗାଈ ଚରାଇ ଫେରିବା ବେଳେ ୩ ଭାଲୁଙ୍କ ଆକ୍ରମଣ, ମା’ ପୁଅ ଗୁରୁତର

ଦିଗପହଣ୍ଡି,୨୫।୪(ଡି.ଏନ୍‌.ଏ.): ଗଜପତି ଜିଲା ମହେନ୍ଦ୍ରଗଡ଼ ନିକଟ ଭିତର ତମ୍ପା ଗ୍ରାମର ଦୁଇଜଣ ଭାଲୁ କାମୁଡାରେ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଗ୍ରାମର ଲକ୍ଷ୍ମୀ ଶବର ଏବଂ ତାଙ୍କ ପୁଅ ସୀମାଞ୍ଚଳ ଶବର। ବୁଧବାର ଉଭୟଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ବଜ୍ରପାତରେ ୩ ଦିନ ଧରି ଗଛ ଜଳୁଛି

ବଜ୍ରପାତରେ ୩ ଦିନ ଧରି ଗଛ ଜଳୁଛି

ଭଞ୍ଜନଗର,୨୫।୪(ଡି.ଏନ୍‌.ଏ.): ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ରାସ୍ତାରେ ଜଳସମ୍ପଦ ବିଭାଗ କ୍ୱାର୍ଟର ପରିସରରେ ଥିବା ଏକ ବିରାଟ ଶାଳ ଗଛ ବିଗତ ୩ ଦିନ ଧରି ଜଳୁଛି। ସୋମବାର ରାତିରେ ବଜ୍ରପାତ ଘଟି ଉକ୍ତ ଗଛଟିରେ ନିଆଁ ଲାଗିଯାଇଥିଲା।

ନାବାଳିକା ବିବାହ ବନ୍ଦ କଲା ଚାଇଲ୍ଡ ଲାଇନ

ଫୁଲବାଣୀ ଅପିସ,୨୫।୪- ଗୋଚ୍ଛାପଡା ଥାନା ଅଞ୍ଚଳରେ ଚାଲିଥିବା ୨ ନାବାଳିକାଙ୍କ ବିବାହକୁ ଚାଇଲ୍ଡ ଲାଇନ ବନ୍ଦ କରିଛି। ଉଭୟ ନାବାଳିକାଙ୍କୁ ଉଦ୍ଧାର କରାଯାଇ ଶିଶୁ ମଙ୍ଗଳ କମିଟିରେ ହାଜର କରାଯାଇଛି। ଜଣେ ନାବାଳିକା ୯ମ ଶ୍ରେଣୀ ପାସ୍‌ କରି ୧୦ ମ ଶ୍ରେଣୀରେ ପଢ଼ିଥାନ୍ତେ। ହେଲେ ତାଙ୍କ ଘର ଲୋକେ ତାଙ୍କ ବିବାହ କରୁଥିଲେ। ସେହିପରି ଅନ୍ୟ ଜଣେ ନାବାଳିକାଙ୍କ ବୟସ ୧୭ବର୍ଷ। ଟୋଲ ଫି ନଂରୁ ଫୋନ କଲ ପାଇ ଚାଇଲ୍ଡ ଲାଇନ କର୍ମକର୍ତ୍ତା ପୋଲିସ ସହାୟତାରେ ଉଭୟ ନାବାଳିକାଙ୍କ ଘରକୁ ଯାଇ ବିବାହ ବନ୍ଦ କରିବା ସହ ସେମାନଙ୍କ ପରିବାର ଲୋକଙ୍କୁ ବାଲ୍ୟ ବିବାହ ଆଇନ ଉପରେ ବୁଝାଇଥିଲେ।

ସରପଞ୍ଚ ପଦ ଅସିଦ୍ଧ ଘୋଷଣା କଲେ ଅଦାଲତ

ବୁଗୁଡ଼ା,୨୫। ୪(ଡି.ଏନ.ଏ.):ବୁଗୁଡ଼ା ବ୍ଲକ ବି.କରଡ଼ାବାଡ଼ି ପଞ୍ଚାୟତ ସରପଞ୍ଚ ପଦବୀକୁ ସୋମବାର ବୁଗୁଡ଼ା ପ୍ରଥମଶ୍ରେଣୀ ଅଦାଲତ ବିଚାରପତି ଦେବାଶିଷ ବିଷୋୟୀ ଅସିଦ୍ଧ ଘୋଷଣା କରିଛନ୍ତି। ଫଳରେ ଏହି ପଞ୍ଚାୟତ ସରପଞ୍ଚ ସୀମାଞ୍ଚଳ ପ୍ରଧାନ ନିଜ ପଦବୀ ହରାଇଛନ୍ତି। ଅନ୍ୟପକ୍ଷରେ ଅଧିକ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିବା ବିଷ୍ଣୁପ୍ରିୟା ନାୟକଙ୍କୁ ସରପଞ୍ଚ ପଦବୀ ଦେବା ପାଇଁ ୧୫ ଦିନ ମଧ୍ୟରେ କାର୍ଯ୍ୟପନ୍ଥା ଅବଲମ୍ବନ କରିବାକୁ ଅଦାଲତ ସ୍ଥାନୀୟ ବିଡିଓ ତଥା ନିର୍ବାଚନ ଅଧିକାରୀଙ୍କୁ ଆଦେଶ ଦେଇଛନ୍ତି। ପ୍ରକାଶ ଯେ, ଫେବୃୟାରୀ, ୨୦୧୭ରେ ବି.କରଡ଼ାବାଡ଼ି ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ନିର୍ବାଚନ ହୋଇଥିଲା।

ପୋତାଗଡ଼ ବିକାଶ ନେଇ ୨.୫କୋଟିର ପ୍ରସ୍ତାବ

ପୋତାଗଡ଼ ବିକାଶ ନେଇ ୨.୫କୋଟିର ପ୍ରସ୍ତାବ

ଛତ୍ରପୁର,୨୫।୪(ଡି.ଏନ୍‌.ଏ.):ଗଞ୍ଜାମ ଏନ୍‌ଏସି ଉପକଣ୍ଠରେ ଥିବା ପୋତାଗଡର ବିକାଶ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏ ସମ୍ବନ୍ଧୀୟ ଏକ ବୈଠକ ମଙ୍ଗଳବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ରାମଚନ୍ଦ୍ର ପଣ୍ଡାଙ୍କ ଉପସ୍ଥିତିରେ ଏହା ଉପରେ ଆଲୋଚନା ହୋଇଥିଲା। ଏବେ ପୋତାଗଡ଼ର ସଂରକ୍ଷଣ ଓ ରାସାୟନିକ ପ୍ରଲେପ କାମ ଚାଲିଛି। ଏହି କାର୍ଯ୍ୟ ପାଇଁ ୮୫ କୋଟି ୬୦ ହଜାର ୯୦୦ ଟଙ୍କା ଆସିଥିଲା। ବର୍ତ୍ତମାନ ସୁଦ୍ଧା ୧୭ ଲକ୍ଷ ୨୫ ହଜାର ୮୮୮ ଟଙ୍କା ଖର୍ଚ୍ଚ ହୋଇଛି। ଏହି କାର୍ଯ୍ୟରେ ୪୬ ଜଣ ଶ୍ରମିକ ଲାଗିଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି କାମ ସାରିବାକୁ ଜିଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ ନିର୍ଦ୍ଦେଶ ଦେଇଛନ୍ତି। ଇନ୍‌ଟାକ୍‌ ସଂସ୍ଥା ଏହି କାମ କରୁଛି। ଏହାପରେ ପୋତାଗଡର ସୌନ୍ଦର୍ଯ୍ୟକରଣ ଓ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସୁବିଧାସୁଯୋଗ କାର୍ଯ୍ୟ କରାଯିବ। ଏଣୁ ଏଷ୍ଟିମେଟ ପ୍ରସ୍ତୁତ ଚାଲିଛି।

ରାସ୍ତା ନ ଥିବାରୁ ହେଲାନି ପ୍ରଧାନମନ୍ତ୍ରୀ ଆବାସ

ରାସ୍ତା ନ ଥିବାରୁ ହେଲାନି ପ୍ରଧାନମନ୍ତ୍ରୀ ଆବାସ

ରାଇକିଆ,୨୫।୪(ଡ଼ି.ଏନ.ଏ.):ପକ୍କାଘର ନ ଥିବା ସମସ୍ତ ଗରିବ ହିତାଧିକାରୀଙ୍କୁ ବାସଗୃହ ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର ଯୋଜନା କାର୍ଯ୍ୟକାରୀ ହେଉଛି। ଏଥିପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ବାସଗୃହ ଯୋଗାଇ ଦିଆଯାଉଛି। ଏ ସବୁ ସତ୍ତ୍ୱେ କନ୍ଧମାଳ ଜିଲା ରାଇକିଆ ବ୍ଲକ ମାଣିକେଶ୍ୱର ପଞ୍ଚାୟତ ଡ଼ାଙ୍ଗାସି ଓ ବାନ୍ଦାଙ୍ଗିଗାଁ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ କରିପାରୁନାହାନ୍ତି। ଗୃହ ପାଇବା ପାଇଁ ପ୍ରାଥମିକତା ଭିତ୍ତିରେ ମନୋନୀତ ହୋଇଥିଲେ ମଧ୍ୟ ଏମାନଙ୍କ ପାଇଁ ରାସ୍ତା ପ୍ରତିବନ୍ଧକ ସାଜିଛି। ରାଇକିଆରୁ ସିକବାଡ଼ି ଓ କୁମ୍ଭାରଖାଡ଼ି ପର୍ଯ୍ୟନ୍ତ ୧୫ କିମି ରାସ୍ତା। ଏହି ଦୁଇ ଗ୍ରାମ ପର୍ଯ୍ୟନ୍ତ ଅଟୋ ଚଳାଚଳ ହୁଏ। ସେଠାରୁ ଆଗକୁ ଗଲାପରେ ଡ଼ାଙ୍ଗାସିଛକ।

ଆର୍‌ଡିସିଙ୍କ କୁକୁଡ଼ାଖଣ୍ଡି ବ୍ଲକ ପରିଦର୍ଶନ

ଆର୍‌ଡିସିଙ୍କ କୁକୁଡ଼ାଖଣ୍ଡି ବ୍ଲକ ପରିଦର୍ଶନ

ବାଲିପଡ଼ା,୨୪।୪- ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଟି. ଆଓ ମଙ୍ଗଳବାର କୁକୁଡ଼ାଖଣ୍ଡି ବ୍ଲକ ପରିଦର୍ଶନରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିଛନ୍ତି। ପ୍ରଥମେ ୩୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ଚାଲିଥିବା କଲ୍ୟାଣ ମଣ୍ଡପ ବୁଲି ଦେଖିବା ସହ ବ୍ଲକ ପ୍ରଶାସନ ଉପରେ ବର୍ଷିଥିଲେ ଏବଂ କାର୍ଯ୍ୟ ଶୀଘ୍ର ସାରିବା ପାଇଁ ତାଗିଦ୍‌ କରିଥିଲେ। ଉକ୍ତ ପଞ୍ଚାୟତ ଗୃହ ୩୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ଚାଲିଥିବା ବେଳେ ମନରେଗାରେ ନିର୍ମାଣ ଚାଲିଥିବା ଲାଞ୍ଜିଆ ପଞ୍ଚାୟତର ନାଳ ଓ ଗାର୍ଡଓ୍ବାଲ ବୁଲି ଦେଖିଥିଲେ। ଅନ୍ୟପକ୍ଷରେ ବାଲିପଡ଼ା ପଞ୍ଚାୟତର ଟିକରପଡ଼ା ଗ୍ରାମରେ ଏକ କ୍ଲଷ୍ଟର ଘର ବୁଲି ଦେଖିବା ସହ ଲୋକଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ।

ବାଘୁଆ ସେତୁର ଗାର୍ଡଓ୍ବାଲ୍‌ ମରାମତି ଦାବି

ବାଘୁଆ ସେତୁର ଗାର୍ଡଓ୍ବାଲ୍‌ ମରାମତି ଦାବି

ବୁଗୁଡ଼ା,୨୪।୪(ଡି.ଏନ.ଏ.)- ବୁଗୁଡ଼ା ଠାରୁ ପର୍ଯ୍ୟଟନ କେନ୍ଦ୍ର ବୁଦ୍ଧଖୋଲ ଯିବା ରାସ୍ତାରେ ଥିବା ବାଘୁଆ ସେତୁର ଭାଙ୍ଗି ଯାଇଥିବା ନିରାପତ୍ତା କାନ୍ଥ (ଗାର୍ଡୱାଲ)କୁ ମରାମତି କରିବା ପାଇଁ କତକଲା ଗ୍ରାମବାସୀ ସୋମବାର ଗ୍ରାମ୍ୟ ଉନ୍ନୟନ ଡିଭିଜନ ନଂ-୧ ବ୍ରହ୍ମପୁରର ନିର୍ବାହୀ ଯନ୍ତ୍ରୀଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି। ବୁଗୁଡ଼ାଠାରୁ ବୁଦ୍ଧଖୋଲ ପର୍ଯ୍ୟଟନ କେନ୍ଦ୍ରସ୍ଥଳିକୁ ଗଲା ବେଳେ ବାଟରେ ପଡେ ବାଘୁଆ ସେତୁ।

ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ

ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ

ଚିକିଟି,୨୪।୪(ଡି.ଏନ.ଏ.)- ମଙ୍ଗଳବାର ସକାଳ ପ୍ରାୟ ସାଢେ ୯ଟାରେ ଗୋଳନ୍ଥରା ଥାନା ଅନ୍ତର୍ଗତ ହିଞ୍ଜିଳି ଗଁ। ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଇଚ୍ଛାପୁର ଥାନା ଏଏସ୍‌ପେଟାର ଏସ୍‌. ଦଳେୟା (୩୯) । ଦଳେୟା ବାଇକ (ନଂ.ଏପି୩୦ପି-୬୧୨୪)ରେ ଚିକିଟିରୁ ସୋରଳ ଜଙ୍ଗସନ୍‌ ଦେଇ ନିଜ ଗ୍ରାମକୁ ଫେରୁଥିବା ବେଳେ ହିଞ୍ଜିଳିଗଁ। ନିକଟରେ ଏକ ଅଜଣା ଗାଡି ପଛ ପଟୁ ଧକ୍କା ଦେଇ ଚାଲିଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଗୋଳନ୍ଥରା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ରହ୍ମପୁର ବଡ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ବାଇକ୍‌ ଜବତ କରିଥିଲା। ଏନେଇ ଗୋଳନ୍ଥରା ଥାନାରେ ନଂ.୭୯/୨୦୧୮ ମାମଲା ରୁଜୁ ହୋଇଛି।