Dharitri News
ସମ୍ବଲପୁର

ଝାଡ଼ାବାନ୍ତିରେ ଜଣେ ମୃତ, ୧୦ ଆକ୍ରାନ୍ତ:ପ୍ରଶାସନର ପରିସ୍ଥିତି ଅନୁଧ୍ୟାନ

ଝାଡ଼ାବାନ୍ତିରେ ଜଣେ ମୃତ, ୧୦ ଆକ୍ରାନ୍ତ:ପ୍ରଶାସନର ପରିସ୍ଥିତି ଅନୁଧ୍ୟାନ ଅତାବିରା,୭।୧୨(ଡି.ଏନ.ଏ) ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗା ପଞ୍ଚାୟତ ଅଧୀନ ପାଲିବୁଗବୁଗା ଗ୍ରାମରେ ଝାଡ଼ାବାନ୍ତି ବ୍ୟାପି ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ବିପିନ ରଣା(୪୮)।ସେହିପରି ଝାଡାବାନ୍ତି ଆକ୍ରାନ୍ତ ଅନ୍ୟ ୧୦ଜଣଙ୍କ ମଧ୍ୟରୁ ୩ ଜଣ ବୁର୍ଲାରେ ଚିକିତ୍ସିତ ହେଉଥିବାବେଳେ ୭ ଜଣଙ୍କୁ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି। ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ଶିଶୁ ରହିଛନ୍ତି। ଝାଇଁଜୋର ପାନୀୟଜଳ ପ୍ରକଳ୍ପରୁ ଗାଁକୁ ଯୋଗାଇ ଦିଆଯାଉଥିବା ମଇଳା ପାଣି ଯୋଗୁ ଏଭଳି ପରିସ୍ଥିତି ଉପୁଜିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ପରେ ସେହି ପ୍ରକଳ୍ପରୁ ଗୁରୁବାରଠାରୁ ପାନୀୟଜଳ ଯୋଗାଣକୁ ବନ୍ଦ କରି ଦିଆଯାଇଛି। ବିଭାଗୀୟ ଅଧିକାରୀମାନେ ପରୀକ୍ଷା ପାଇଁ ପାଣିର ନମୁନା ସଂଗ୍ରହ କରିଛନ୍ତି। ସେହିପରି ଜିଲାପାଳ ଖଗେନ୍ଦ୍ର କୁମାର ପାଢ଼ୀଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲାପାଳ ଯୁଧିଷ୍ଠିର ନାୟକ, ଅତାବିରା ତହସିଲଦାର ଡଃ ଦୌଲତ ଚନ୍ଦ୍ରାକର, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ସାଇମନ ଟପ୍ପୋ, ବ୍ଲକର କନିଷ୍ଠ ଯନ୍ତ୍ରୀ ରଞ୍ଜନ ନାୟକ, ଅତାବିରା ମେଡ଼ିକାଲ ଅଫିସର ଡା. ସୁବାସ ଅଗ୍ରୱାଲ ପ୍ରମୁଖ ଝାଡାବାନ୍ତି ଆକ୍ରାନ୍ତ ଗ୍ରାମକୁ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଗ୍ରାମର କୂଅ, ନଳକୂଅରେ ବ୍ଲିଚିଂ ପାଉଡ଼ର ପକାଯିବା ସହ ହାଲୋଜେନ ବଟିକା ବିତରଣ କରାଯାଇଛି। ଶୁକ୍ରବାରଠାରୁ ଉକ୍ତ ଗ୍ରାମରେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ କ୍ୟାମ୍ପ କରି ପରିସ୍ଥିତି ଉପରେ ନଜର ରଖିବା ସହ ସ୍ବାସ୍ଥ୍ୟସେବା ଯୋଗାଇବାର କାର୍ଯ୍ୟକ୍ରମ ରହିଛି ବୋଲି ଅତାବିରା ତହସିଲଦାର ଡଃ ଚନ୍ଦ୍ରାକର କହିଛନ୍ତି।

ସମ୍ବଲପୁର

ଆଇଜିଏଚ୍‌ ଡାକ୍ତରଙ୍କ ନିଷ୍ଠାପର ଉଦ୍ୟମ, ବଞ୍ଚିଗଲା ୩ ବର୍ଷର ଶିଶୁ, ଶ୍ୱାସନଳୀରୁ ବାହାରିଲା ଚିନାବାଦାମ ମଞ୍ଜି

ରାଉରକେଲା ଅଫିସ,୨୩।୧- ରାଉରକେଲା ଇସ୍ପାତ କାରଖାନା ପରିଚାଳିତ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌) ଡାକ୍ତରଙ୍କ ନିଷ୍ଠାପର ପ୍ରୟାସ ଓ ନିପୂଣ ଚିକିତ୍ସାର ଫଳସ୍ବରୂପ ଏଠାରେ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ଭର୍ତ୍ତି ହୋଇଥିବା ଏକ ଶିଶୁର ଜୀବନ ରକ୍ଷା ପାଇଯାଇଛି। ଜଣେ ୩ ବର୍ଷର ଶିଶୁକନ୍ୟାଙ୍କ ଶ୍ୱାସନଳୀରେ ଅଟକି ରହିଥିବା ଦୁଇଟି ଚିନାବାଦାମ ମଞ୍ଜିକୁ ସଫଳତାର ସହ ନିଷ୍କାସନ

ଆଇଜିଏଚ୍‌ ଡାକ୍ତରଙ୍କ ନିଷ୍ଠାପର ଉଦ୍ୟମ, ବଞ୍ଚିଗଲା ୩ ବର୍ଷର ଶିଶୁ, ଶ୍ୱାସନଳୀରୁ ବାହାରିଲା ଚିନାବାଦାମ ମଞ୍ଜି

ଆଇଜିଏଚ୍‌ ଡାକ୍ତରଙ୍କ ନିଷ୍ଠାପର ଉଦ୍ୟମ, ବଞ୍ଚିଗଲା ୩ ବର୍ଷର ଶିଶୁ, ଶ୍ୱାସନଳୀରୁ ବାହାରିଲା ଚିନାବାଦାମ ମଞ୍ଜି

ରାଉରକେଲା ଅଫିସ,୨୩।୧- ରାଉରକେଲା ଇସ୍ପାତ କାରଖାନା ପରିଚାଳିତ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌) ଡାକ୍ତରଙ୍କ ନିଷ୍ଠାପର ପ୍ରୟାସ ଓ ନିପୂଣ ଚିକିତ୍ସାର ଫଳସ୍ବରୂପ ଏଠାରେ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ଭର୍ତ୍ତି ହୋଇଥିବା ଏକ ଶିଶୁର ଜୀବନ ରକ୍ଷା ପାଇଯାଇଛି। ଜଣେ ୩ ବର୍ଷର ଶିଶୁକନ୍ୟାଙ୍କ ଶ୍ୱାସନଳୀରେ ଅଟକି ରହିଥିବା ଦୁଇଟି ଚିନାବାଦାମ ମଞ୍ଜିକୁ ସଫଳତାର ସହ ନିଷ୍କାସନ

ହୀରାକୁଦ ଜଳଭଣ୍ଡାର ଉପରେ ବ୍ରିଜ୍‌, ସୀମାନ୍ତ ସ୍ବାସ୍ଥ୍ୟସେବାର ମାଧ୍ୟମ ସାଜିବ

ହୀରାକୁଦ ଜଳଭଣ୍ଡାର ଉପରେ ବ୍ରିଜ୍‌, ସୀମାନ୍ତ ସ୍ବାସ୍ଥ୍ୟସେବାର ମାଧ୍ୟମ ସାଜିବ

ଝାରସୁଗୁଡ଼ା ଅଫିସ,୨୩।୧- ହୀରାକୁଦ ଜଳଭଣ୍ଡାର ଉପରେ ନିର୍ମାଣ ହୋଇଥିବା ସେତୁ ଝାରସୁଗୁଡ଼ା ଓ ପଡ଼ୋଶୀ ଛତିଶଗଡ଼ ଲୋକଙ୍କ ପାଇଁ ଉତ୍ତମ ସ୍ବାସ୍ଥ୍ୟସେବାର ମାଧ୍ୟମ ସାଜିବ। ବୁର୍ଲା ମେଡିକାଲ ଉପରେ ନିର୍ଭରଶୀଳ ଜନସାଧାରଣ ପ୍ରତ୍ୟକ୍ଷ ଭାବେ ଏହି ସେତୁ ଦ୍ୱାରା ଲାଭବାନ ହେବେ। ବିଶେଷକରି ଝାରସୁଗୁଡ଼ା ଜିଲାର ଲଖନପୁର ବ୍ଲକ, ବେଲପାହାଡ଼ ପୌରପରିଷଦ ଓ ପଡ଼ୋଶୀ ଛତିଶଗଡ଼ର

ଟ୍ରକ୍‌ ଧକ୍କାରେ ଆଇନଜୀବୀ ମୃତ, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଜାତୀୟ ରାଜପଥ ଅବରୋଧ

ଟ୍ରକ୍‌ ଧକ୍କାରେ ଆଇନଜୀବୀ ମୃତ, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଜାତୀୟ ରାଜପଥ ଅବରୋଧ

କୋଲାବିରା,୨୩।୧(ଡି.ଏନ୍‌.ଏ.)- ମକର ଯାତ୍ରାରୁ ଫେରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ଗୁରୁତର ଆହତ ହୋଇଥିବା କୋଲାବିରା ଥାନା ଅନ୍ତର୍ଗତ ଯୁଗିଆଡିହି ଗ୍ରାମର ଆଇନଜୀବୀ କୃଷ୍ଣଚନ୍ଦ୍ର ବେହେରାଙ୍କର ରବିବାର ରାତିରେ ମୃତ୍ୟୁ ଘଟିଛିି। କୃଷ୍ଣଚନ୍ଦ୍ରଙ୍କ ଦୁଇଗୋଡ଼ ଟ୍ରକ୍‌ ଚକ ତଳେ ଚାପି ହୋଇଯାଇଥିବାରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଆମ୍ବୁଲାନ୍ସରେ ତାଙ୍କୁ ବୁର୍ଲା ଡାକ୍ତରଖାନା ନିଆଯାଇଥିଲା। ମାତ୍ର ରାସ୍ତାରେ ହିଁ

କଦଳୀଡ଼ିହି ଗାଁକୁ ପ୍ରଥମଥର ଗଡ଼ିଲା ଆମ୍ବୁଲାନ୍ସ

କଦଳୀଡ଼ିହି ଗାଁକୁ ପ୍ରଥମଥର ଗଡ଼ିଲା ଆମ୍ବୁଲାନ୍ସ

ବାରକୋଟ,୨୨।୧(ଡି.ଏନ.ଏ.)- ଦେବଗଡ଼ ଜିଲା ବାରକୋଟ ବ୍ଲକ ହେଡକ୍ବାର୍ଟରରୁ ୪୮ କିମି ଓ ସରୁଆଳି ଗ୍ରାମ ପଞ୍ଚାୟତରୁ ୧୮ କିମି ଦୂର ଅପହଞ୍ଚ ପାହାଡ଼ିଆ ଇଲାକାରେ ରହିଛି କଦଳୀଡ଼ିହି ଗାଁ। ଏହି ପାହାଡ଼ଘେରା ଗାଁରେ ମୋଟ ୨୯ ପରିବାରର ୧୭୫ ପାହାଡ଼ି ଭୂୟାଁ ଜନଜାତିର ଲୋକେ ବାସ କରନ୍ତି।

୨ ବାଇକ୍‌ ମଧ୍ୟରେ ଧକ୍କା : ଜଣେ ମୃତ

ବିଶ୍ରା,୨୨।୧(ଡି.ଏନ.ଏ.)- ସୁନ୍ଦରଗଡ଼ ଜିଲା ବିଶ୍ରା ଥାନା ଅନ୍ତର୍ଗତ ପ୍ରଧାନଟୋଲା ଚୌକଠାରେ ଦୁଇ ବାଇକ୍‌ ମଧ୍ୟରେ ଧକ୍କା ଘଟିଛି।

ସ୍ପଷ୍ଟ ଦିବାଲୋକରେ ଡକାୟତି ଘଟଣାର ପର୍ଦ୍ଦାଫାସ

ସ୍ପଷ୍ଟ ଦିବାଲୋକରେ ଡକାୟତି ଘଟଣାର ପର୍ଦ୍ଦାଫାସ

ସମ୍ବଲପୁର, ୨୧।୧(ବ୍ୟୁରୋ): ସମ୍ବଲପୁର ଜିଲା ଅଇଁଠାପାଲି ଥାନା ଫାଟକସ୍ଥିତ ମୁଥୁଟ୍‌ ଫାଇନାନ୍ସ କମ୍ପାନୀରୁ ଡକାୟତି ଘଟଣାର ପର୍ଦ୍ଦାଫାଶ ହୋଇଛି। ବିହାର ପୋଲିସ ସହାୟତାରେ ମୁଖ୍ୟ ଅଭିଯୁକ୍ତ ସୁବୋଧ କାଣ୍ଡ ସିଂଙ୍କ ସହ ଅନ୍ୟ ୫ଜଣଙ୍କୁ ଶନିବାର ବିଳମ୍ବିତ ରାତିରେ ବିହାରରୁ ଗିରଫ କରାଯାଇଛି।

ସଡ଼କ ଦୁର୍ଘଟଣା: ଉତ୍ତ୍ୟକ୍ତ ଲୋକଙ୍କ ଲଙ୍କାକାଣ୍ଡ

ସଡ଼କ ଦୁର୍ଘଟଣା: ଉତ୍ତ୍ୟକ୍ତ ଲୋକଙ୍କ ଲଙ୍କାକାଣ୍ଡ

ରାଉରକେଲା ଅଫିସ,୨୧।୧: ରାଉରକେଲା ରିଂ ରୋଡ଼ର ସ-ମିଲ ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଛାତ୍ରଙ୍କ ମୃତ୍ୟୁକୁ ନେଇ ରବିବାର ସାଧାରଣରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣା ପାଇଁ ପୋଲିସ ଓ ପ୍ରଶାସନର ନିଷ୍କ୍ରିୟତାକୁ ଦାୟୀକରି ସ୍ଥାନୀୟଲୋକେ ପୋଲିସ ଉପରକୁ ଆକ୍ରମଣ କରିଛନ୍ତି।

‘ଥିଏଟର ଜୀଇଁବା ଶିଖାଏ’

‘ଥିଏଟର ଜୀଇଁବା ଶିଖାଏ’

ବଲାଙ୍ଗୀର ଅଫିସ,୨୧।୧- ଥିଏଟର ବା ମଞ୍ଚ ନାଟକ ଜୀଇଁବା ଶିଖାଏ। ଥିଏଟର ଜଣକ ଭିତରେ ଆତ୍ମପ୍ରତ୍ୟୟ ସୃଷ୍ଟି କରେ। ଜୀବନକୁ ଶୃଙ୍ଖଳିତ ଓ ରୁଦ୍ଧିମନ୍ତ କରିଥାଏ। ଥିଏଟରରେ ସାମିଲ ହୋଇ ଜୀବନକୁ ବୁଝିବାକୁ ଚେଷ୍ଟା କରିଛି। ଥିଏଟରରେ ଜୀବନକୁ ଉପଭୋଗ କରିଛି। ଥିଏଟରରୁ ସମସ୍ତଙ୍କ ପାଇଁ ଅନେକ କିଛି ଶିଖିବାର ରହିଛି ବୋଲି ପ୍ରଖ୍ୟାତ ବଲିଉଡ୍‌ ଅଭିନେତା ତଥା ଥିଏଟର କର୍ମୀ ରଘୁବୀର ଯାଦବ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମତବ୍ୟକ୍ତ କରିଛନ୍ତି। ସର୍ବଭାରତୀୟ ବହୁଭାଷୀ ନାଟକ ଉତ୍ସବ ମଠଖାଇ ମହୋତ୍ସବରେ ଯୋଗଦେବା ପାଇଁ ମୁମ୍ବାଇରୁ ଆସିଥିବା ପ୍ରଖ୍ୟାତ ଅଭିନେତା ଯାଦବ ଶନିବାର ବଲାଙ୍ଗୀରରେ ପହଞ୍ଚତ୍ବା ପରେ ସ୍ଥାନୀୟ କୋଶଳ କଳାମଣ୍ଡଳ ପଡିଆରେ ରଘୁବୀର ଯାଦବଙ୍କ ସହ ଏକ ସନ୍ଧ୍ୟା ଶୀର୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

୨.୧୫ ଗ୍ରାମ ବ୍ରାଉନସୁଗର ଜବତ: ଦିବ୍ୟାଙ୍ଗ ଯୁବକ ଗିରଫ

କୁତ୍ରା,୨୧।୧(ଡି.ଏନ୍‌.ଏ.)- ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ଅଧୀନ ଗଙ୍ଗାଜଳସ୍ଥିତ ରାଜଗାଙ୍ଗପୁର ଓସିଏଲ୍‌ ଡେର୍ଲିମାର୍କେଟରୁ ଜଣେ ଦିବ୍ୟାଙ୍ଗ ଯୁବକ ରିତେଶ ଘୋଷଙ୍କଠାରୁ ୨.୧୫ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି। ପୋଲିସ ସୂଚନାନୁଯାୟୀ, ଅଭିଯୁକ୍ତ ରିତେଶ ରାଜଗାଙ୍ଗପୁର ସହରରେ ବ୍ରାଉନସୁଗର ସମେତ ବିଭିନ୍ନ ନିଶା ଦ୍ରବ୍ୟ କାରବାର କରିଆସୁଥିଲେ।

ଯୁବତୀଙ୍କୁ ଏସିଡ୍‌ ମାଡ଼ ଘଟଣା: ମୁଖ୍ୟ ଅଭିଯୁକ୍ତ ହାଇଦ୍ରାବାଦରୁ ଗିରଫ

କଲମପୁର,୨୦।୧(ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ କଲମପୁର ବ୍ଲକ ବଙ୍କାପଲା ଗ୍ରାମରେ ଗତ ୧୫ତାରିଖ ସକାଳେ ଜଣେ ଯୁବତୀଙ୍କୁ ଏସିଡ୍‌ ମାଡ ହୋଇଥିଲା। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ କଳାହାଣ୍ଡି ଜିଲା ପୋଲିସ ଶନିବାର ସନ୍ଧ୍ୟାରେ ହାଇଦ୍ରାବାଦରୁ ଗିରଫ କରିଛି। ଘଟଣା ଦିନ ଖଣ୍ଡି ଡଙ୍ଗରିଗୁଡାର ଜଣେ ଯୁବତୀଙ୍କୁ ସେହି ଗ୍ରାମର ପର୍ଶୁରାମ ମାଝି ବଙ୍କାପଲା ବଜାର ପଡିଆ ନିକଟରେ ଏସିଡ୍‌ ମାଡ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଥିଲା।

ମେଟାକାନୀ ମନ୍ଦିର ଦାନବାକ୍ସ ଚୋରି ଘଟଣାର ପର୍ଦ୍ଦାଫାଶ

ମେଟାକାନୀ ମନ୍ଦିର ଦାନବାକ୍ସ ଚୋରି ଘଟଣାର ପର୍ଦ୍ଦାଫାଶ

ଉଲୁଣ୍ଡା,୨୦।୧(ଡି.ଏନ.ଏ.)- ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ କୁତମେଣ୍ଡାସ୍ଥିତ ସୁବର୍ଣ୍ଣପୁର ଜିଲାର ଅନ୍ୟତମ ଶକ୍ତିପୀଠ ମା’ ମେଟାକାନୀଙ୍କ ମନ୍ଦିରରେ ଥିବା ଦାନବାକ୍ସ ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି।