ସମ୍ବଲପୁର

କଲେଜ ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ: ବିଫଳ ହେବାରୁ ପଥରରେ ଛେଚିଲେ ଯୁବକ

କଲେଜ ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ: ବିଫଳ ହେବାରୁ ପଥରରେ ଛେଚିଲେ ଯୁବକ

ବେଲପଡ଼ା,୭।୧୨(ଡି.ଏନ୍‌.ଏ.)-
ବଲାଙ୍ଗୀର ଜିଲା ବେଲପଡ଼ା ଥାନା ଅଧୀନ ଯୁବାଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ସକାଳେ ପ୍ରାୟ ୫ଟାରେ କଲେଜ ଛାତ୍ରୀ ଜଣକ ଶୌଚ ପାଇଁ ବାହାରକୁ ଯାଇଥିଲେ। ସେ ଘରକୁ ଫେରୁଥିବାବେଳେ ଏକୁଟିଆ ଦେଖି ଗ୍ରାମର ଅଶୋକ ତାଣ୍ଡି ନାମକ ଜଣେ ଯୁବକ ତାଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ। ଏଥିରେ ବିଫଳ ହେବାରୁ ଅଶୋକ ଏକ ପଥରରେ ଛେଚି ତାଙ୍କୁ ହତ୍ୟା ଉଦ୍ୟମ କରିଥିଲେ। ଛାତ୍ରୀଙ୍କ ଚିତ୍କାର ଶୁଣିି ଗ୍ରାମର କେତେଜଣ ଯୁବକ ଘଟଣାସ୍ଥଳରେ ପହଞ୍ଚିବାରୁ ଅଶୋକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏଥିରେ ଛାତ୍ରୀ ଜଣକ ଗୁରୁତର ଭାବେ ଆହତ ହୋଇଛନ୍ତି। ଗ୍ରାମବାସୀଙ୍କ ସହାୟତାରେ ପରିବାର ଲୋକେ ତାଙ୍କୁ ପାଟଣାଗଡ଼ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ପରେ ଗ୍ରାମବାସୀ ଅଶୋକଙ୍କୁ କାବୁ କରିବା ସହ ହାତଗୋଡ ବାନ୍ଧି ପୋଲିସକୁ ଖବର ଦେଇଥିଲେ। ବେଲପଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଗ୍ରାମବାସୀ ଅଶୋକଙ୍କୁ ପୋଲିସ ଜିମା ଦେଇଥିଲେ। ଏନେଇ ଛାତ୍ରୀଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା(ନଂ.୧୯୧/୨୦୧୭) ରୁଜୁ କରିଛି। ଅନ୍ୟପକ୍ଷେ ପୋଲିସ ଆଶୋକଙ୍କୁ ଥାନାରେ ପଚରାଉଚୁରା ଚଳାଇଛି। ଛାତ୍ରୀ ଜଣକ ସ୍ଥାନୀୟ କଲେଜରେ ଯୁକ୍ତ ୩ରେ ପାଠ ପଢୁଥିବା ଜଣାପଡିଛି।

All Right Reserved By

ସମ୍ବଲପୁର

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା: ଅନ୍ତର୍ଭୁକ୍ତ ହେଲା ଜଳସେଚିତ ଅଞ୍ଚଳ

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା: ଅନ୍ତର୍ଭୁକ୍ତ ହେଲା ଜଳସେଚିତ ଅଞ୍ଚଳ

ସୋନପୁର,୨୧।୭(ନି.ପ୍ର.): ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସୁବର୍ଣ୍ଣପୁର ଜିଲାର ଜଳସେଚନ ଅଞ୍ଚଳକୁ ସାମିଲ କରାଯାଇଛି। ଏହାଦ୍ୱାରା ଡୁଙ୍ଗୁରିପାଲି ଓ ବିନିକା ବ୍ଲକର ଚାଷୀ ଉପକୃତ ହେବେ। ୨୦୧୭ ଖରିଫରେ ଚାଷୀ ଶସ୍ୟବୀମା ପାଇବେ। ପୂର୍ବରୁ ଜଳସେଚିତ ଅଞ୍ଚଳକୁ ଫସଲ ବୀମାରେ ସାମିଲ କରା ଯାଉ ନ ଥିଲା।

ହାତୀପଲ ଘର ଭାଙ୍ଗିଲେ

ହାତୀପଲ ଘର ଭାଙ୍ଗିଲେ

ଅମ୍ବାଭୋନା,୨୧।୭(ଡି.ଏନ.ଏ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ଶୁକ୍ରବାର ବିଳମ୍ବିତ ରାତ୍ରିରେ ଏକ ହାତୀପଲ ଏହି ବ୍ଲକ ଅନ୍ତର୍ଗତ ବୁଙ୍ଗାପାଲି ପଞ୍ଚାୟତର ଜରିମୁଲି ଗ୍ରାମକୁ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି ।

ପ୍ରାଥମିକ ବିଦ୍ୟାଳୟ ପରିସର ଜଳାର୍ଣ୍ଣବ

ପ୍ରାଥମିକ ବିଦ୍ୟାଳୟ ପରିସର ଜଳାର୍ଣ୍ଣବ

ବଙ୍ଗୋମୁଣ୍ଡା,୨୧।୭(ଡି.ଏନ୍‌.ଏ.): ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡାସ୍ଥିତ ପ୍ରାଥମିକ ବିଦ୍ୟାଳୟର ପରିସର ଜଳାର୍ଣ୍ଣବ ହୋଇଛି ା ବିଦ୍ୟାଳୟ ପରିସରରେ ଅଳ୍ପ ବର୍ଷାରେ ପାଣି ଜମା ରହୁଛି। ନିଷ୍କାସନର ବ୍ୟବସ୍ଥା ନଥିବାରୁ ଏପରି ଅବସ୍ଥା ହୋଇଛି।

ସ୍ବଚ୍ଛ ବିଦ୍ୟାଲୟ ଅଭିଯାନ୍‌ ଦିଗ୍‌ହରା: ୭ ବଛର୍‌ ବିତ୍‌ଲା, ଦର୍‌ଖଁଡ଼ିଆ ହେଇଛେ ଶୌଚାଲୟ

ସ୍ବଚ୍ଛ ବିଦ୍ୟାଲୟ ଅଭିଯାନ୍‌ ଦିଗ୍‌ହରା: ୭ ବଛର୍‌ ବିତ୍‌ଲା, ଦର୍‌ଖଁଡ଼ିଆ ହେଇଛେ ଶୌଚାଲୟ

ଗୁଡଭେଲା,୨୧।୭(ଡି.ଏନ.ଏ.): ବଲାଙ୍ଗୀର ଜିଲା ଗୁଡ଼ଭେଲା ବ୍ଲକ୍‌ରେ ଦିଗ୍‌ହରା ହେଇପଡ଼ିଛେ ସ୍ବଚ୍ଛ ବିଦ୍ୟାଲୟ ଅଭିଯାନ୍‌। କୋଲ୍‌ ଇଣ୍ଡିଆ ଲିମିଟେଡ ତର୍‌ଫୁ ସର୍ବଶିକ୍ଷା ଅଭିଯାନ୍‌ ଜରିଆରେ ଭିନେ ଭିନେ ସ୍କୁଲ୍‌ରେ ଛାତ୍ରୀମାନ୍‌କର ଲାଗି ଶୌଚାଲୟ ତିଆର କର୍‌ବାର ଯୋଜ୍‌ନା ତିଆର ହେଇଥିଲା।

ଓକିଲ ସଂଘ ନିର୍ବାଚନ: ଦିଲୀପ ଗୁରୁ ସଭାପତି, ବିକାଶ ପ୍ରଧାନ ସମ୍ପାଦକ

ଓକିଲ ସଂଘ ନିର୍ବାଚନ: ଦିଲୀପ ଗୁରୁ ସଭାପତି, ବିକାଶ ପ୍ରଧାନ ସମ୍ପାଦକ

ଦେବଗଡ,୨୧। ୭(ସ୍ବ.ପ୍ର.) : ଦେବଗଡ଼ ଜିଲା ଓକିଲ ସଂଘର ନିର୍ବାଚନ ଶନିବାର ଶେଷ ହୋଇଛି । ଗୁରୁବାର ପ୍ରାର୍ଥିପତ୍ର ଦାଖଲ ତଥା ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଧାର୍ଯ୍ୟ କରାଯାଇଥିଲା।

ପରିତ୍ୟକ୍ତ ଫସଲ ଦେଉଛି ଅନେକଙ୍କୁ ଆହାର

ପରିତ୍ୟକ୍ତ ଫସଲ ଦେଉଛି ଅନେକଙ୍କୁ ଆହାର

ବୀରମହାରାଜପୁର,୨୧।୭(ଡି.ଏନ.ଏ.): ପରିତ୍ୟକ୍ତ ଫସଲ ଅର୍ଥାତ ଧାନ ଅମଳ ପରେ ଚାଷୀ ଜମିରେ ଛାଡି ଯାଇଥିବା ନଡା ମୂଳରୁ ବଢ଼ିଥିବା ଗଛ ପୁଣି ଥରେ ଲୋକଙ୍କ ଉତ୍ପାଦନର ଏକ ମାଧ୍ୟମ ପାଲଟିଛି ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା, ଜଣେ ଗିରଫ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା, ଜଣେ ଗିରଫ

ଖଡିଆଳ,୨୧।୭(ଡି.ଏନ.ଏ.): ନୂଆପଡା ଜିଲା ଖଡିଆଳ ଥାନା ଡୁଆଝର ଗାଁର ରଜାମୁଣ୍ଡା ପୋଖରୀରେ ମୃତଦେହ ଉଦ୍ଧାର ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି।

ଇଭିଏମ୍‌ କବଜାରେ ଅଞ୍ଚଳ ମହାବିଦ୍ୟାଳୟର ୫ ଶ୍ରେଣୀ ଗୃହ

ଇଭିଏମ୍‌ କବଜାରେ ଅଞ୍ଚଳ ମହାବିଦ୍ୟାଳୟର ୫ ଶ୍ରେଣୀ ଗୃହ

ପଦ୍ମପୁର, ୨୧।୭ (ଡି.ଏନ.ଏ): ବିଜେପୁର ଉପନିର୍ବାଚନ ପାଇଁ ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ଷ୍ଟ୍ରଙ୍କ ରୁମ୍‌ ତିଆରି ହେବା ସହ ସେଠାରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଇଭିଏମ୍‌ ମେସିନ ରଖାଯାଇଥିଲା ।

ଡୁଙ୍ଗୁରିପାଲିରେ ମଶା, ମାଛି ଚାଷ

ଡୁଙ୍ଗୁରିପାଲିରେ ମଶା, ମାଛି ଚାଷ

ଡୁଙ୍ଗୁରିପାଲି,୨୧।୭(ଡି.ଏନ.ଏ.): ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ଡ୍ରେନେଜ ବ୍ୟବସ୍ଥା ଅଭାବରୁ ବର୍ଷା ପାଣି ଜମି ରହୁଥିବାରୁ ଡେଙ୍ଗୁ ମ୍ୟାଲେରିଆ ବ୍ୟାପିବାର ଆଶଙ୍କା ଦେଖାଯାଇଛି ।

ଝାଡଖଣ୍ଡକୁ ଲମ୍ବିଛି ବେଆଇନ ଗୋ ଚାଲାଣ ର଼୍ୟାକେଟ

ନୂଆଗାଁ,୨୧।୭(ଡି.ଏନ.ଏ.): ଦୀର୍ଘ ଦିନର ନୀରବତା ପରେ ପୁଣି ଆରମ୍ଭ ହୋଇଛି ବେଆଇନ ଗୋ ଚାଲାଣ । ଦିନ ଦ୍ୱିପହରେ ରାଜରାସ୍ତା ଦେଇ ବେଆଇନ ଭାବରେ ଗୋ ଚାଲାଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ପୁଣି କ୍ଷୋଭ ପ୍ରକାଶ ପାଇଛି।

ଲାଞ୍ଜିଗଡରେ ବନ୍ୟା ବିତ୍ପତ୍।ତ, ହନ୍ତସନ୍ତ ଅଞ୍ଚଳବାସୀ

ଲାଞ୍ଜିଗଡରେ ବନ୍ୟା ବିତ୍ପତ୍।ତ, ହନ୍ତସନ୍ତ ଅଞ୍ଚଳବାସୀ

ଲାଞ୍ଜିଗଡ଼,୨୧।୭(ଡି.ଏନ୍‌.ଏ): ଗତ କିଛି ଦିନ ହେବ ଲଗାଣ ବର୍ଷାରେ କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଜମିରେ ଧାନ, କପା ଓ ଅନ୍ୟାନ୍ୟ ଫସଲ ଉଜୁଡି ଯାଇଥିବାବେଳେ ଶହଶହ ହେକ୍ଟର ଜମି ବାଲିଚର ପାଲଟିଛି ।

ଜରିମୁଲି ଗ୍ରାମରେ ହାତୀ ଆତଙ୍କ

ଜରିମୁଲି ଗ୍ରାମରେ ହାତୀ ଆତଙ୍କ

ଅମ୍ବାଭୋନା,୨୧।୭(ଡି.ଏନ.ଏ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅଞ୍ଚଳରେ ହାତୀଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଶୁକ୍ରବାର ବିଳମ୍ବିତ ରାତିରେ ଏକ ହାତୀପଲ ଏହି ବ୍ଲକ ଅନ୍ତର୍ଗତ ବୁଙ୍ଗାପାଲି ପଞ୍ଚାୟତର ଜରିମୁଲି ଗ୍ରାମକୁ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି ।

Watch Live Broadcast of Rath Yatra Puri, Odisha Here

Model This Week

ରୂପେଶ