ସମ୍ବଲପୁର

ବାଇକ୍‌ ଚୋରି ର଼୍ୟାକେଟ୍‌ର ପର୍ଦ୍ଦାଫାଶ: ୩ ଗିରଫ, ୧୩ ବାଇକ୍‌ ଜବତ

ବାଇକ୍‌ ଚୋରି ର଼୍ୟାକେଟ୍‌ର ପର୍ଦ୍ଦାଫାଶ: ୩ ଗିରଫ, ୧୩ ବାଇକ୍‌ ଜବତ
ଜୟପାଟଣା,୭।୧୨ (ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା ଜୟପାଟଣା ପୋଲିସ ବୁଧବାର ଏକ ବାଇକ୍‌ ଚୋରି ର଼୍ୟାକେଟ୍‌ର ପର୍ଦ୍ଦାଫାଶ କରିଛି। ଏଥିରେ ସମ୍ପୃକ୍ତ ୩ଜଣଙ୍କୁ ଗିରଫ କରାଯିବା ସହିତ ୧୩ ବାଇକ୍‌ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତ କିଛିଦିନ ତଳେ ଜୟପାଟଣା କୈବର୍ତ୍ତପଡ଼ାର ସୁଦାମ ନାଏକଙ୍କ ଘରକୁ ଜୟପାଟଣା ଥାନା ଅଧୀନ ସାନକର୍ଲାକୋଟ ଗ୍ରାମର ଚକ୍ର ନାଏକ, ଛତାପଦର ଗ୍ରାମର ପ୍ରଭୁଲାଲ ନାଗ, ଖଲିଆଭଟା ଗ୍ରାମର ପାର୍ଥ ନାଏକ, ଗୋଡ଼ଭଞ୍ଜା ଗ୍ରାମର ସୁଶାନ୍ତ ବେଣୁପାଣି ଏବଂ ମୈଦଳପୁର ନିକଟ ସେମ୍‌ଲା ଗ୍ରାମର ରିଣ୍ଟୁ ଖୁରା ଏକ ବାଇକ୍‌ ଆଣି ତାଙ୍କୁ କିଣିବାକୁ କହିଥିଲେ। ସର୍ତ୍ତ ଅନୁଯାୟୀ, ସୁଦାମ ତାଙ୍କୁ ପ୍ରଥମେ ୧୦ ହଜାର ଟଙ୍କା ଅଗ୍ରୀମ ଦେଇଥିଲେ, କାଗଜପତ୍ର ଦେବା ପରେ ବାକି ୨୫ ହଜାର ଟଙ୍କା ପ୍ରଦାନ କରିବେ ବୋଲି କଥା ଛିଡ଼ିଥିଲା। ଉକ୍ତ ବାଇକ୍‌ଟି ଚକ୍ର ନାଏକଙ୍କ ବାପାଙ୍କ ନାମରେ ଅଛି ବୋଲି ସେମାନେ କହିଥିଲେ। ଗତ ୧ ତାରିଖରେ ସେହି ଯୁବକମାନେ ସୁଦାମଙ୍କୁ ବାଇକ୍‌ର ସାର୍ଟିଫିକେଟ୍‌ ଅଫ୍‌ ରେଜିଷ୍ଟ୍ରେଶନ୍‌ ଦେଇ ବାକି ୨୫ ହଜାର ଟଙ୍କା ମାଗିଥିଲେ। ସୁଦାମ କାଗଜପତ୍ର ଯାଞ୍ଚ କରିବା ପରେ ଜାଣିବାକୁ ପାଇଥିଲେ ଯେ ସାର୍ଟିଫିକେଟ୍‌ ଅଫ୍‌ ରେଜିଷ୍ଟ୍ରେଶନରେ ଥିବା ଇଞ୍ଜିନ୍‌ ନଂ. ଏବଂ ଚେସିସ୍‌ ନଂ. ମୋଟର ସାଇକେଲରେ ଥିବା ଇଞ୍ଜିନ୍‌ ନଂ. ଏବଂ ଚେସିସ୍‌ ନଂ. ସହିତ ମେଳ ଖାଉନାହିଁ। ଏ ନେଇ ତାଙ୍କ ମନରେ ସନ୍ଦେହ ଜାତ ହୋଇଥିଲା। ସୁଦାମ ସେମାନଙ୍କୁ କାଗଜପତ୍ର ମୋ’ ନାଁରେ କରି ଦେବା ପରେ ବାକି ଟଙ୍କା ଦେବି ବୋଲି କହିଥିଲେ। ଏହାସହିତ ତୁରନ୍ତ ସେ ଏ ସମ୍ପର୍କରେ ଜୟପାଟଣା ଥାନା ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ସାନକର୍ଲାକୋଟ ଗ୍ରାମର ଚକ୍ର ନାଏକଙ୍କ ମୋବାଇଲ ଫୋନ୍‌କୁ ଟ୍ରାକିଂ କରିଥିଲା। ସମସ୍ତ ତଥ୍ୟ ଜଣାପଡିବା ପରେ ତାଙ୍କୁ ପୋଲିସ ଗିରଫ କରିଥିଲା। ଅଧିକ ଜେରା ପରେ ବାଇକ୍‌ ଚୋରି ର଼୍ୟାକେଟରେ ତାଙ୍କ ସହିତ ପ୍ରଭୁଲାଲ ନାଗ, ପାର୍ଥ ନାଏକ, ସୁଶାନ୍ତ ବେଣୁପାଣି ଏବଂ ରିଣ୍ଟୁ ଖୁରା ସାମିଲ ଥିବା ଚକ୍ର ସ୍ବୀକାର କରିଥିଲେ। ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପ୍ରଭୁଲାଲ ନାଗ, ପାର୍ଥ ନାଏକଙ୍କୁ ଗିରଫ କରିଥିବାବେଳେ ସୁଶାନ୍ତ ବେଣୁପାଣି ଫେରାର ହୋଇଯାଇଥିଲେ। ରିଣ୍ଟୁ ଖୁରା ଅନ୍ୟ ଏକ ଚୋରି ଘଟଣାରେ ସମ୍ପୃକ୍ତ ଥିବାରୁ ମୈଦଳପୁର ପୋଲିସ ତାଙ୍କୁ ଅଟକ ରଖିଛି। ଚକ୍ରଙ୍କଠାରୁ ୪, ପ୍ରଭୁଲାଲଙ୍କ ଠାରୁ ୪,ପାର୍ଥଙ୍କଠାରୁ ୪ ଓ ଅଭିଯୋଗକାରୀ ସୁଦାମ କିଣିଥିବା ବାଇକ୍‌କୁ ପୋଲିସ ଜବତ କରିଛି ବୋଲି ଏକ ଖବରଦାତା ସମ୍ମିଳନୀରେ କଳାହାଣ୍ଡି ଅତିରିକ୍ତ ଏସ୍‌ପି ଅକ୍ଷୟ କୁମାର ଦାସ ଏବଂ ଜୟପାଟଣା ଥାନାଧିକାରୀ ପ୍ରବୀର କିଶୋର ତ୍ରିପାଠୀ କହିଛନ୍ତି। ଏହି ଚଢ଼ାଉରେ ଏସ୍‌.ଆଇ. ସୁରେନ୍ଦ୍ର ଛତ୍ରିଆ(ଏସ୍‌) ଆଇ.ଆର୍‌.ବି.ଏନ୍‌ ର ହାବିଲଦାର ସୁଜିତ କୁମାର ବଛାର, ଏସ୍‌.କେ. ସାହୁ, ଏସ୍‌.କେ. ଦୁର୍ଗା, ଏସ୍‌.କେ. ବେହେରା, ଆର୍‌.ଡ଼ି. ସିଂ, ଏମ୍‌.କେ. ବୈରାଗୀ, ଏସ୍‌.କେ. ସାହୁ, ଡ଼ି. ହରିଜନ ଏବଂ ଭି.କେ. ରାଉତ ପ୍ରମୁଖ ସହଯୋଗ କରିଥିଲେ। ଏ ସମ୍ପର୍କରେ ଜୟପାଟଣା ଥାନା ଏକ ମାମଲା( ନଂ. ୩୦୧/୧୭) ରୁଜୁ ହୋଇଛି।
All Right Reserved By

ସମ୍ବଲପୁର

ଉଷାଦେବୀ ମେମୋରିଆଲ କ୍ରିକେଟ: ସୋନପୁର ଫାଇନାଲରେ

ଉଷାଦେବୀ ମେମୋରିଆଲ କ୍ରିକେଟ: ସୋନପୁର ଫାଇନାଲରେ

ଉଲୁଣ୍ଡା, ୧୦।୧୨ (ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଳକ କେସିସି କୁକିଆ ପକ୍ଷରୁ ଆୟୋଜିତ ହେଉଥିବା ଦ୍ୱିତୀୟ ଉଷାଦେବୀ ମେମୋରିଆଲ କ୍ରିକେଟ୍‌ ଟୁର୍ନାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚରେ ଏସଡିସିଏ ସୋନପୁର ଦଳ ଜେସିସି ସିଣ୍ଢୋଳ ଦଳକୁ ୪୦ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ସ୍ଥାନୀୟ ପତ୍ରାଗାର୍ଡେନରେ ଖେଳା ଯାଇଥିବା ଏହି ମ୍ୟାଚରେ ସିଣ୍ଢୋଳ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। 

ପ୍ରଧାନମନ୍ତ୍ରୀ ଫସଲ ବୀମାକୁ ନେଇ ଅସନ୍ତୋଷ: ନ୍ୟାୟାଳୟର ଦ୍ୱାରସ୍ଥ ହେବାକୁ ଏମ୍‌ପିଙ୍କ ଚେତାବନୀ

ପ୍ରଧାନମନ୍ତ୍ରୀ ଫସଲ ବୀମାକୁ ନେଇ ଅସନ୍ତୋଷ: ନ୍ୟାୟାଳୟର ଦ୍ୱାରସ୍ଥ ହେବାକୁ ଏମ୍‌ପିଙ୍କ ଚେତାବନୀ

ଅମରପାଲି, ୧୦।୧୨ (ଡି.ଏନ.ଏ.): ବଲାଙ୍ଗୀର ଏମ୍‌ପି କଲିକେଶ ନାରାୟଣ ସିଂଦେଓ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୁତୁରପଙ୍କ ଗ୍ରାମ ପଞ୍ଚାୟତର ସଦରଠାରେ ପଥପ୍ରାନ୍ତ ସଭା କରିଛନ୍ତି। ସେ ଗ୍ରାମବାସୀଙ୍କ ସହିତ ସାମ୍ପ୍ରତିକ ଖରିଫ ଚାଷ, ଗତବର୍ଷ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ପରିଚାଳନା, ଗ୍ରାମବାସୀଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ। ଚାଷ ଜମିକୁ ଜଳସେଚନ ପାଇଁ ମେଗାଲିଫ୍ଟର କିଭଳି ବ୍ୟବସ୍ଥା ହୋଇପାରିବ ସେ ନେଇ ବିଭାଗୀୟ ଏସଡିଓଙ୍କୁ ଉକ୍ତ ଅଞ୍ଚଳକୁ ଆସି ସର୍ଭେ କରିବା ପାଇଁ ପଥପ୍ରାନ୍ତ ସଭାରୁ ଫୋନ ଯୋଗେ କହିଥିଲେ । 

କର୍ଲାମୁଣ୍ଡା ଏସବିଆଇ ଶାଖାରୁ ଚୋରି

କର୍ଲାମୁଣ୍ଡା ଏସବିଆଇ ଶାଖାରୁ ଚୋରି

କର୍ଲାମୁଣ୍ଡା,୧୦।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରୁ ବଡ ଧରଣର ଡକାୟତି ହୋଇଛି।

ଯୁବକଙ୍କ ମୃତଦେହ ଉଦ୍ଧାର: ଟାୟାର ଜାଳି ରାସ୍ତା ଅବରୋଧ

ଯୁବକଙ୍କ ମୃତଦେହ ଉଦ୍ଧାର: ଟାୟାର ଜାଳି ରାସ୍ତା ଅବରୋଧ

କଣ୍ଟାବାଞ୍ଜି,୧୦।୧୨ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା କଣ୍ଟାବାଞ୍ଜି କେ.ଭି. କଲେଜ ନିକଟରୁ ସୋମବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଦେଢ କୁଇଣ୍ଟାଲ ଗଞ୍ଜେଇ ଜବତ: ୫ ଗିରଫ

ଦେଢ କୁଇଣ୍ଟାଲ ଗଞ୍ଜେଇ ଜବତ: ୫ ଗିରଫ

ଖଡିଆଳ, ୧୦।୧୨(ଡି.ଏନ.ଏ.): ଗଞ୍ଜେଇ ଚୋରା ଚାଲାଣବେଳେ ଖଡିଆଳ ପୋଲିସ ଚଢାଉ କରି ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପ୍ରାୟ କୁଇଣ୍ଟାଲ ୪୦ କେଜି ୬୪୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି।

ଜିଲାପାଳ ଅଫିସ ଆଗରେ ଗର୍ଜିଲେ ଭୂମିହୀନ

ଜିଲାପାଳ ଅଫିସ ଆଗରେ ଗର୍ଜିଲେ ଭୂମିହୀନ

ବରଗଡ଼ ଅଫିସ୍‌,୧୦।୧୨: ଭୂମି ନାହିଁ ତ ଭୋଟ୍‌ ନାହିଁ, ସ୍ଥାୟୀ ଜମିପଟ୍ଟା ଆମର ଦାବି, ଏଭଳି ନାରାବାଜି କରି ସୋମବାର ସ୍ଥାନୀୟ ଜୟ କୋସଲ ଭୂମିହୀନ ସଂଗ୍ରାମ ସମିତି ପକ୍ଷରୁ ବରଗଡ଼ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। 

ସ୍ବଚ୍ଛତା ବଜାୟ ରଖିବାକୁ ସଂକଳ୍ପ

ସ୍ବଚ୍ଛତା ବଜାୟ ରଖିବାକୁ ସଂକଳ୍ପ

ଅମରପାଲି, ୧୦।୧୨(ଡି.ଏନ.ଏ.) ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢୀ ପଞ୍ଚାୟତର ବାସୁଦେବପୁର ଗାଁ କଲ୍ୟାଣ ସମିତି ଆନୁକୂଲ୍ୟରେ ବିଶ୍ୱାସ କାର୍ଯ୍ୟକ୍ରମର ଷଷ୍ଠ ଅଭିଯାନ ବ୍ୟକ୍ତିଗତ ଓ ଗୃହ ପରିଚ୍ଛନ୍ନତା ଦିବସ ପାଳିତ ହୋଇଯାଇଛି।

ଦକ୍ଷତା ଦେଖାଇଲେ ପ୍ରତିଯୋଗୀ

ଦକ୍ଷତା ଦେଖାଇଲେ ପ୍ରତିଯୋଗୀ

ଅମରପାଲି, ୧୦।୧୨(ଡି.ଏନ.ଏ.) ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ଓ ଲୁତୁରପଙ୍କ ଗ୍ରାମ ପଞ୍ଚାୟତରେ ବିଜୁ ଯୁବ ବାହିନୀ ଆନୁକୂଲ୍ୟରେ ମୁଁ ହିରୋ ମୁଁ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ନାବାଳିକା ଅପହରଣ, ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୨ଗିରଫ

ନାବାଳିକା ଅପହରଣ, ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୨ଗିରଫ

 ବରଗଡ଼ ଅଫିସ୍‌,୯।୧୨: ବରଗଡ଼ ଜିଲା ଭେଡ଼େନ ଥାନା ଅଞ୍ଚଳରେ ଜଣେ ନାବାଳିକା(୧୬)ଙ୍କୁ ଅପହରଣ ଓ ହତ୍ୟା ପରେ ମୃତଦେହକୁ ବିନ୍ଧ୍ୟବାସିନୀ ପାହାଡ଼ ଉପରେ ପକାଇଦେବା ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଥୁଆପାଲି ଗ୍ରାମର କୈଳାଶ ଚନ୍ଦ୍ର ବାରିକ(୧୮) ଏବଂ ରମେଶ ଓରଫ ଛୋଟୁ ସାହାଣୀ(୨୬)। 

ଦିଗଶିରା ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ କଂସ ବରଣ

ଦିଗଶିରା ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ କଂସ ବରଣ

ଡୁଙ୍ଗୁରିପାଲି, ୯ା୧୨(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଦିଗଶିରା ୧୦ମ ବର୍ଷ ଆଞ୍ଚଳିକ ଧନୁଯାତ୍ରା ମହୋସତ୍ବ ପାଇଁ କଂସ କଳାକାର ବରଣ ହୋଇଛି ା ବରଗଡ ଜିଲା ଦେଓଗାଁ ଗ୍ରାମର ଜଗଦାନନ୍ଦ ମିଶ୍ରଙ୍କୁ ଚଳିତ ବର୍ଷ କଂସ ଭୂମିକାରେ ଅଭିନୟ କରିବେ। 

ଶିଶୁର ସାମଗ୍ରିକ ବିକାଶ ମୂଳ ଲକ୍ଷ୍ୟ ହେଉ

ଶିଶୁର ସାମଗ୍ରିକ ବିକାଶ ମୂଳ ଲକ୍ଷ୍ୟ ହେଉ

ସୋନପୁର,୯।୧୨(ନି.ପ୍ର.): ପରୀକ୍ଷାରେ କେବଳ ଭଲ ନମ୍ବର ରଖିଲେ ହେବନି। ଶିଶୁଟି ସମସ୍ତ ଗୁଣରେ ପରିପୂର୍ଣ୍ଣ ହେବା ଆବଶ୍ୟକ। ପ୍ରତିଯୋଗିତାମୂଳକ ସମାଜରେ ଶିଶୁର ସାମଗ୍ରିକ ବିକାଶ କିଭଳି ହୋଇ ପରିବ ସେଥିପ୍ରତି ଅଭିଭାବକ ଓ ଶିକ୍ଷୟିତ୍ରୀ ଶିକ୍ଷକ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସୋନପୁର ଭୀମଭୋଇ କଳା ମଣ୍ଡପଠାରେ ଦୟାନନ୍ଦ ପ୍ଲେ/ପବ୍ଲିକ୍‌ ସ୍କୁଲର ବାର୍ଷିକୋତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜିଲାପାଳ ମଧୁସୂଦନ ମିଶ୍ର ମତବ୍ୟକ୍ତ କରିଛନ୍ତି। 

କଫ ସିରଫ ଜବତ: ୩ଗିରଫ

କଫ ସିରଫ ଜବତ: ୩ଗିରଫ

ନୂଆପଡା ଅଫିସ/କୋମନା, ୯। ୧୨-ନୂଆପଡା ଜିଲା କୋମନା ଥାନା ପୋଲିସ କୌଣସି ସୂତ୍ରରୁ ଖବରପାଇ ସ୍ଥାନୀୟ ଜନ୍ଦ୍ରାମୁଣ୍ଡା ଗାଁରେ ଚଢାଉ କରି ବିଭିନ୍ନ ଜାଗାରୁ ୪୨୦ଟି କଫ ସିରଫ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଏମାନଙ୍କ ବିରୋଧରେ ୨୧(ଖ) ଏନଡିପିଏସ ଆକ୍ଟ, ୨୭(ଖ) ଡ୍ରଗ୍ସ ଆଣ୍ଡ କସମେଟିକ୍ସ ଆକ୍ଟରେ ମାମଲା (ନଂ.୨୯୮/୧୮) ରୁଜୁ କରାଯାଇଛି। ଅଭିଯୁକ୍ତମାନେ ହେଲେ ଡାଳିନ୍ଦ୍ର ମାଝୀ (୩୪), ନବଘନ ମାଝୀ(୨୮) ଏବଂ ଲାଲମନ ମାଝୀ (୩୨)।