ସମ୍ପାଦକୀୟ |

କୁକୁର ସେବା କମ୍ପାନୀ

କୁକୁର ସେବା କମ୍ପାନୀ
ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଏକ ଶିଶୁ ଶ୍ରମ ସମ୍ବନ୍ଧୀୟ ସମ୍ମିଳନୀରେ ଯୋଗଦେବା ପାଇଁ ଆସି ମୁଁ ଏବେ ଆର୍ଜେଣ୍ଟିନାରେ ଅଛି। ବୁଏନସ ଏୟାର୍ସର ରାସ୍ତାଗୁଡ଼ିକ ଖୁବ୍‌ ପ୍ରଶସ୍ତ ଏବଂ ରାସ୍ତାକଡ଼ରେ ଅସଂଖ୍ୟ ବୃକ୍ଷରୋପଣ କରାଯାଇଛି, ଯାହା ଆମ ଭାରତରେ ବି ଦେଖିବାକୁ ମିଳେ। ଏହା ହେଉଛି ଜାକାରାନାଡ଼ା ଗଛରେ ଫୁଲ ଫୁଟିବାର ଋତୁ। ତେଣୁ ରାସ୍ତାପାର୍ଶ୍ୱ ପାଦଚଲା ରାସ୍ତାରେ ନୀଳଲୋହିତ ବର୍ଣ୍ଣର ଝଡ଼ା ଫୁଲର ଏକ ଆସ୍ତରଣ ଜମିଥିବାର ଦେଖିବାକୁ ମିଳିଲା। ମାଗ୍ନୋଲିଆ ଫୁଲର ବାସ୍ନାରେ ପୂରା ସହର ମହକୁଥିଲା। ଦିଲ୍ଲୀରେ ବିଶୁଦ୍ଧ ବାୟୁର ଅଭାବରେ ନାକ ରୁନ୍ଧି ହୋଇଯାଉଥିବା ବେଳେ ଏଠାରେ ମୁକ୍ତ ବିଶୁଦ୍ଧ ପବନ ଯାହାକୁ ଯେତେ। ସକାଳ ସାଢ଼େ ୮ଟାରେ ଥିବା ସମ୍ମିଳନୀରେ ଯୋଗଦେବାକୁ ଗଲାବେଳେ ବାଟରେ ମୁଁ ଏକ ନୂଆ କଥା ଦେଖିଲି। ଯୁବକମାନେ ଜଣକା ପ୍ରାୟ ୧୫ଟା ଲେଖା କୁକୁର ଧରି ପାର୍କରେ ଚାଲୁଛନ୍ତି ବା ରାସ୍ତା ପାରି ହେଉଛନ୍ତି କିମ୍ବା ପାଦଚଲା ରାସ୍ତାରେ ଯାଉଛନ୍ତି। କୁକୁରଗୁଡ଼ିକ ବିଭିନ୍ନ ଆକୃତିର। ସେମାନେ ଅନୁଗତ ଭୃତ୍ୟ ପରି ପରସ୍ପର ସହ ଲଗାଲଗି ହୋଇ ମାଲିକଙ୍କ ସହ ଚାଲିଛନ୍ତି। ପ୍ରାୟ ୧୪ ଦଳ କୁକୁର ପରସ୍ପରଠାରୁ ଅଳ୍ପ ବ୍ୟବଧାନରେ ଚାଲିଥାନ୍ତି। ଡ୍ରାଇଭର ମୋତେ କହିଲା ଯେ ଏହା ହେଉଛି ଏ ସହରର ଏକ ସବୁଦିନିଆ ସାଧାରଣ ଦୃଶ୍ୟ। ଏଠାରେ ଯୁବକମାନେ ଡଗ୍‌ ଓ୍ବାକିଂ କମ୍ପାନୀରେ ଯୋଗ ଦିଅନ୍ତି। କୁକୁରମାନଙ୍କୁ କିପରି ସମ୍ଭାଳିବାକୁ ହେବ ଏବଂ ଚାଲିବା ବେଳେ ସେମାନେ ମଳତ୍ୟାଗ କଲେ କିପରି ବେଲ୍‌ଚାରେ ମଳ ଉଠାଇବାକୁ ହେବ, ଏ ସମ୍ବନ୍ଧରେ ସେମାନେ ତାଲିମ ନେଇଥାନ୍ତି। କୁକୁରମାନଙ୍କୁ ଚଲାଇବା ପାଇଁ ଉକ୍ତ କମ୍ପାନୀଗୁଡ଼ିକ ଡିପ୍ଲୋମା ସାର୍ଟିଫିକେଟ୍‌ ଦିଅନ୍ତି। ଯଦି ରାସ୍ତାରେ ଚାଲିବା ବେଳେ କୌଣସି ଦୁର୍ଘଟଣା ହେଲା, ତେବେ ତା’ର ଆଶୁ ଚିକିତ୍ସା କିପରି କରିବାକୁ ହେବ, ସେ ସମ୍ବନ୍ଧରେ ମଧ୍ୟ ଯୁବକମାନେ ତାଲିମ ନେଇଥାନ୍ତି। କମ୍ପାନୀ ଏକ ଆପ୍‌ ଦିଏ। ଏହା ସାହାଯ୍ୟରେ ଆପଣ ଜାଣିପାରିବେ ଚାଲିବାର ଆରମ୍ଭ ଓ ଶେଷ ସମୟ, କେଉଁ ରାସ୍ତାରେ କୁକୁରଙ୍କୁ ଚଲାଉଥିଲେ, କେଉଁଠି ସେମାନଙ୍କର ଝାଡ଼ାପରିସ୍ରା କରାଇଥିଲେ ଏବଂ କେଉଁଠି ଓ କେତେବେଳେ ପାଣି ପିଆଇଥିଲେ ଇତ୍ୟାଦି। କୁକୁରଙ୍କୁ ଚଲାଇବା ଛଡ଼ା କମ୍ପାନୀମାନେ ପେଟ୍‌ ଟ୍ୟାକ୍ସିର ସୁବିଧା ବି ଦିଅନ୍ତି। ଏହି ଟ୍ୟାକ୍ସି ନିର୍ଦ୍ଦିଷ୍ଟ ଦିନରେ ବା ଜରୁରୀ ସମୟରେ ଆସି ଆପଣଙ୍କ କୁକୁରକୁ ପ୍ରାଣୀ ଚିକିତ୍ସକଙ୍କ ନିକଟକୁ ନେଇଯିବ। ଘରକୁ ମଧ୍ୟ ପ୍ରାଣୀ ଚିକିତ୍ସକ ଆସି ଚିକିତ୍ସା ସେବା ଯୋଗାଇ ଦିଅନ୍ତି। କମ୍ପାନୀର ନିର୍ଦ୍ଦିଷ୍ଟ ସ୍ଥାନରେ ବା ଆପଣଙ୍କ ଘରେ ଦୈନିକ କୁକୁରଙ୍କ ସେବାଯତ୍ନର ମଧ୍ୟ ବ୍ୟବସ୍ଥା ଅଛି। ଆପଣ ଅଫିସ ଯାଇଥିବା ବା ଛୁଟି କଟାଇବାକୁ ଯାଇଥିବା ବେଳେ କମ୍ପାନୀ ଲୋକ ଆପଣଙ୍କ ଘରକୁ କିଛିଘଣ୍ଟା ପାଇଁ ଆସି କୁକୁରଙ୍କ ସେବାଯତ୍ନ କରିବେ, ତାଙ୍କ ସହ ଖେଳିବେ ବା ତାଙ୍କୁ ଖାଇବାକୁ ଦେବେ ଇତ୍ୟାଦି। ଏ କମ୍ପାନୀଗୁଡ଼ିକ ପଞ୍ଜୀକୃତ, ବୀମାକୃତ ଏବଂ ପୋଲିସ ସେମାନଙ୍କର ଯାଞ୍ଚ କରିଥାଏ। କମ୍ପାନୀର ପ୍ରତ୍ୟେକ ଲୋକ ତାଲିମ ପାଇଥାନ୍ତି। କମ୍ପାନୀର ଉଭୟ ପେଟ୍‌ ସିଟର ଓ ଡଗ୍‌ ଓ୍ବାକର ଅଛନ୍ତି। କୁକୁରଙ୍କୁ ଅଧଘଣ୍ଟା ବା ଅଧିକ ସମୟ ଚଲାଇବା ପାଇଁ ଅଲଗା ଅଲଗା ରେଟ୍‌ ଅଛି। ଟୟଲେଟ୍‌ ଭିଜିଟ୍‌ ଭାବେ ଜଣାଶୁଣା ଅନ୍ୟ ଏକ ସେବା ପାଇଁ ଅଲଗା ରେଟ୍‌, ଯାହା ଅପେକ୍ଷାକୃତ କମ୍‌। ନିର୍ଦ୍ଦିଷ୍ଟ ସମୟରେ କମ୍ପାନୀ ଲୋକ ଆପଣଙ୍କ ଘରକୁ ଆସିବେ, ଆପଣଙ୍କ କୁକୁରକୁ ନେଇ ବାହାରକୁ ଯାଇ ଝାଡ଼ାପରିସ୍ରା କରାଇବେ ଏବଂ ତା’ପରେ ଆଣି ଆପଣଙ୍କ ଘରେ ଛାଡ଼ିଦେଇ ଯିବେ। ପେଟ୍‌ ଭେଟ୍‌ ଭିଜିଟ୍‌, ପେଟ୍‌ ଟ୍ୟାକ୍ସି ଓ ଡଗ୍‌ ଡେ କେୟାର ପାଇଁ କମ୍ପାନୀମାନେ ପ୍ରତ୍ୟେକ କୁକୁର ମାଲିକଙ୍କୁ ଏକ ରେଟ୍‌ କାର୍ଡ ଦେଇଥାନ୍ତି। ବେଳେବେଳେ ଆପଣ ଅଫିସରେ କାମରେ ଅଛନ୍ତି ଏବଂ ମଧ୍ୟାହ୍ନ ଭୋଜନ ପାଇଁ ଘରକୁ ଯାଇପାରୁ ନାହାନ୍ତି। ସେତେବେଳେ ମଧ୍ୟ ଡଗ୍‌ ଓ୍ବାକର ଆସି ଆପଣଙ୍କ କୁକୁରକୁ ନେଇ ଅଧଘଣ୍ଟା ବୁଲାଇ ଆଣି ଛାଡ଼ିଦେଇ ଯାଇପାରିବେ। କମ୍ପାନୀମାନେ ଛୁଆ କୁକୁରଙ୍କୁ ନିର୍ଦ୍ଦିଷ୍ଟ ସମୟରେ ଟୟଲେଟ୍‌ ଯିବାର ତାଲିମ ମଧ୍ୟ ଦେଇଥାନ୍ତି। କେତେକ କମ୍ପାନୀ ବିଭିନ୍ନ କିସମର ସେବା ଦେଇଥାନ୍ତି: ସିଟି ଓ୍ବାକ୍‌ କହିଲେ ନିର୍ଦ୍ଦିଷ୍ଟ ସମୟରେ କୁକୁରକୁ ନେଇ ହାତରେ ଲିଶ୍‌ (କୁକୁରବନ୍ଧା ଫିତା) ଧରି ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଚଲାଇବା। ସେମାନଙ୍କୁ ନେଇ ମଧ୍ୟ ଗ୍ରୁପ୍‌ ଆଡ୍‌ଭେଞ୍ଚର ଓ୍ବାକ୍‌ର ବ୍ୟବସ୍ଥା କରାଯାଏ। ଏଥିରେ କୁକୁରମାନେ ବିନା ଲିଶ୍‌ରେ ଦୌଡ଼ନ୍ତି ଏବଂ ଡାକିବା ମାତ୍ରେ ସେମାନଙ୍କୁ ପାଖକୁ ଆସିବାକୁ ତାଲିମ ଦିଆଯାଏ। କେତେକ କମ୍ପାନୀ କୁକର ଦିବସ ପାଳନ କରନ୍ତି, ଯେଉଁଦିନ ଅନେକ ଦଳ କୁକୁରଙ୍କୁ ଦିନ ୧୦ଟାରୁ ୨ଟା ଭିତରେ ୩ ଘଣ୍ଟା ପାଇଁ ଆଣନ୍ତି ଏବଂ ସେମାନଙ୍କୁ ୪୦ ମିନିଟ୍‌ ଚଲାନ୍ତି। ତେବେ ବୁଏନସ ଏୟାର୍ସରେ କୁକୁର ଚୋରି ବି ହୁଏ। କେତେକ ଚୋର କୁକୁରଙ୍କୁ ଚୋରି କରି ପ୍ରଜନନକାରୀମାନଙ୍କୁ ବିକ୍ରି କରିଦିଅନ୍ତି। ଚୋରମାନେ କାର୍‌ରେ ଗ୍ରୁପ୍‌ ଡଗ୍‌ ଓ୍ବାକରଙ୍କ ପିଛା କରୁଥାନ୍ତି। ସେମାନଙ୍କୁ ଟିକିଏ ଅନ୍ୟମନସ୍କ ଦେଖିଲେ ଗୋଟାଏ ଦିଟା କୁକୁରଙ୍କୁ ଝିଙ୍କି କାର୍‌ରେ ନେଇ ଚମ୍ପଟ ମାରନ୍ତି। କିନ୍ତୁ ଅଧିକାଂଶ ସମୟରେ ପରେ ପୋଲିସ ଦ୍ୱାରା ଚୋର ଧରାପଡ଼ନ୍ତି। ଯଦି ଚୋର ଧରା ନ ପଡ଼େ ଓ କୁକୁର ନ ମିଳେ ତେବେ କମ୍ପାନୀ ବୀମା କରିଥିବାରୁ କୁକୁର ମାଲିକକୁ କ୍ଷତିପୂରଣ ମିଳେ। ଆମ ଭାରତରେ ବି ଏପରି କମ୍ପାନୀ ଆରମ୍ଭ କରାଯିବାର ଆବଶ୍ୟକତା ରହିଛି। ବହୁ ଲୋକ ମୋତେ ଫୋନ୍‌ କରୁଛନ୍ତି ଯେ, ସେମାନେ ଚାକିରି କରିଥିବାରୁ କୁକୁରର ଦେଖାଶୁଣା କରିବାକୁ କେହି ନାହାନ୍ତି। ତେଣୁ ସେମାନେ କୁକୁରକୁ ଦେଇଦେବାକୁ ଚାହୁଁଛନ୍ତି। ବେଳେବେଳେ ବୁଢ଼ା ଲୋକ ଫୋନ୍‌ କରନ୍ତି ଯେ, ତାଙ୍କ ପାଖରେ ଥିବା କୁକୁରଟି ତାଙ୍କ ପିଲାମାନଙ୍କର, ଯେଉଁମାନେ ଏବେ ବାହାରେ ଚାକିରି କରୁଛନ୍ତି। ସେମାନେ ଏ ବୟସରେ କୁକୁରଙ୍କ ଯତ୍ନ ନେବାକୁ ଅକ୍ଷମ। ତେଣୁ ସେମାନେ କୁକୁରକୁ ମୋତେ ଦେଇଦେବାକୁ ଚାହୁଁଛନ୍ତି। ଏହି ଲୋକମାନଙ୍କ ପାଇଁ ଏପରି ସେବା ଦରକାର। ଆପଣ କୁକୁର ରଖିବେ, ଅଥଚ କିଛି ଅର୍ଥ ବିନିମୟରେ ତାଙ୍କ ସେବାଯତ୍ନ କରିବ କମ୍ପାନୀ। କୁକୁରଙ୍କ ପାଇଁ ବୁଲାଚଲା, ବ୍ୟାୟାମ, ବାହାରେ ଝାଡ଼ାପରିସ୍ରା କରିବା, ଆବଶ୍ୟକ ସମୟରେ ଚିକିତ୍ସା ଆଦି ନିହାତି ଦରକାର। ଯେଉଁମାନେ ନିଜେ ତାହା କରିପାରୁ ନାହାନ୍ତି, ଏପରି କମ୍ପାନୀ ଥିଲେ ସେମାନେ ତାଙ୍କର ସେବା ନେଇପାରିବେ। ତେଣୁ ଭାରତୀୟ ସହରଗୁଡ଼ିକରେ ଏପରି କମ୍ପାନୀ ପ୍ରତିଷ୍ଠା ହେବା ନିହାତି ଦରକାର। ଯଦି ଜଣେ ଏକ କମ୍ପାନୀ ଆରମ୍ଭ କଲା, ତେବେ ସେ ବିଭିନ୍ନ ସହରରେ ତାହା ଚଳାଇପାରିବ। ଯଦି କେହି କମ୍ପାନୀ ଆରମ୍ଭ କରିବାକୁ ଆଗ୍ରହ ପ୍ରକାଶ କରନ୍ତି, ତେବେ ମୁଁ ସେମାନଙ୍କୁ ତାଲିମପ୍ରାପ୍ତ କର୍ମଚାରୀ ଯୋଗାଇବାରେ ସାହାଯ୍ୟ କରିପାରିବି। Email: gandhim@nic.in
All Right Reserved By

ସମ୍ପାଦକୀୟ |

‘ବନ୍ଦ’ର ବିକଳ୍ପ ଜରୁରୀ

‘ବନ୍ଦ’ର ବିକଳ୍ପ ଜରୁରୀ

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ବିରୋଧରେ ଗତ ୯ ତାରିଖରେ କଂଗ୍ରେସ ଦ୍ୱାରା ବନ୍ଦ ଡାକରା ଦିଆଯାଇଥିଲା। ଗୋଟେ ଛୁଟି ମିଳିଗଲା ସଭିଙ୍କ ପାଇଁ- ମୂଲିଆ ମଜୁରିଆଠୁ ହାକିମଙ୍କ ଯାଏ।

ରାଫାଲ ଧୂଆଁ

ରାଫାଲ ଧୂଆଁ

ଭାରତର ଯୁଦ୍ଧ ସମ୍ପର୍କିତ ପ୍ରସ୍ତୁତି ବିଷୟରେ ଯେତେ ଅଳ୍ପ ଆଲୋଚନା ହେବ ସେତେ ଭଲ। ଏହାର ମୁଖ୍ୟ କାରଣ ହେଲା ଯେଉଁସବୁ ରାଜନୈତିକ ଦଳଗୁଡ଼ିକ ବିଭିନ୍ନ ସମୟରେ କ୍ଷମତା ହାସଲ କରି କେନ୍ଦ୍ରରେ ସରକାର ଗଢ଼ିଛନ୍ତି, ସେମାନେ ସମସ୍ତେ ପ୍ରତିରକ୍ଷାକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରିଆସିଛନ୍ତି। 

ମହିଳାଙ୍କ ପ୍ରତିନିଧିତ୍ୱ

ମହିଳାଙ୍କ ପ୍ରତିନିଧିତ୍ୱ

ଆକାର ପଟେଲ

ପ୍ରତିରକ୍ଷା ସମ୍ବନ୍ଧିତ ଦୁଇଟି ବିଷୟରେ ଏବେ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ଚାଲିଛି। ଗୋଟିଏ ହେଉଛି ଫ୍ରାନ୍ସଠାରୁ ଭାରତ ରାଫେଲ ଯୁଦ୍ଧବିମାନ କିଣିବା ଏବଂ ଅନ୍ୟଟି ହେଉଛି ଆମେରିକା ସହ ଭାରତର ୨+୨ କଥାବର୍ତ୍ତା। ମୁଁ ଦ୍ୱିତୀୟଟି ଉପରେ ଆଲୋଚନା କରୁଛି। ପ୍ରତିରକ୍ଷା ପ୍ରସଙ୍ଗରେ ସାଧାରଣତଃ ଖୁବ୍‌ କମ୍‌ ଲୋକଙ୍କର ଆଗ୍ରହ ଥାଏ। ବିଶେଷତଃ ଯେଉଁମାନେ ଏହା...

ସ୍କୁଲ ନୁହେଁ ମନ୍ଦିର

ସ୍କୁଲ ନୁହେଁ ମନ୍ଦିର

ପ୍ରକାଶ ତ୍ରିପାଠୀ

ଚଳିତ ମାସ ଦ୍ୱିତୀୟ ଶନିବାର ଦିନ ସକାଳୁ ମନଟା ଚଞ୍ଚଳ ହୋଇ ଉଠୁଥିଲା। ସରକାରୀ ଛୁଟି ସତ୍ତ୍ୱେ  ଅନ୍ୟ ଦିନଗୁଡ଼ିକ ପରି ନିତ୍ୟକର୍ମରେ ମୋର ତତ୍ପରତା ବିସ୍ମୟ ସୃଷ୍ଟି କରୁଥିଲା ଘର ଲୋକଙ୍କ ମନରେ। ମୁଁ କ୍ରମଶଃ ବ୍ୟଗ୍ର ହୋଇପଡୁଥିଲି କେତେ ଶୀଘ୍ର ସେଇ ମନ୍ଦିରରେ ଯାଇ ପହଞ୍ଚତ୍ ପାରିବି। ଏ ସେହି ମନ୍ଦିର, ଯେଉଁଠି ଦୀର୍ଘ ୩୭ ବର୍ଷ ତଳେ ମୋ ଭବିଷ୍ୟତ ପାଇଁ ମୂଳଦୁଆର ଭିତ୍ତିପ୍ରସ୍ତର ପଡ଼ିଥିଲା। ଏ ସେହି ମନ୍ଦିର, ଯାହା ପାଇଁ ଆଜି ମୁଁ ମୋର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏ ସେହି ମନ୍ଦିର, ଯାହାର ଅବଦାନ ମୋର ସ୍ଥିତି, ପ୍ରତିଷ୍ଠା ଓ ବ୍ୟକ୍ତିତ୍ୱର ପ୍ରତିଟି ଅଣୁରେ ଭରିରହିଛି। ଏହି ମନ୍ଦିର ହେଉଛି ମୋ ସ୍କୁଲ, ମୋ ନିଜ ସ୍କୁଲ। ମୋ ସ୍କୁଲର ପୁରାତନ ଛାତ୍ର ଅନୁଜମାନଙ୍କ ...

ପରମାଣୁ ବୈଜ୍ଞାନିକ

ପରମାଣୁ ବୈଜ୍ଞାନିକ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର

ପରମାଣୁ ଶକ୍ତି ଆୟୋଗ ବା ଆଟମିକ୍‌ ଏନର୍ଜୀ କମିଶନ (ଏଇସି) ପରମାଣୁ ଶକ୍ତି ବିଭାଗ (ଡିଏଇ)ର ପରିଚାଳନା ସଂସ୍ଥା ଭାବେ ପରିଚିତ। ଦେଶର ପରମାଣୁ କାର୍ଯ୍ୟକ୍ରମକୁ ଦେଖାଶୁଣା କରିବା ସକାଶେ ୧୯୪୮ ମସିହାରେ ଏହା ପ୍ରତିଷ୍ଠା ହୋଇଥିଲା। ଭାରତରେ ପରମାଣୁ ବୈଜ୍ଞାନିକଙ୍କ ଗବେଷଣା କାର୍ଯ୍ୟର ଆୟୋଜନ ଓ ପ୍ରଶିକ୍ଷଣ, ଆୟୋଗର ନିଜସ୍ବ ପରୀକ୍ଷାଗାରରେ ପରମାଣୁ ଗବେଷଣାକୁ ତ୍ୱରାନ୍ବିତ ...

ଏଇ ଭାରତରେ

ଏଇ ଭାରତରେ

ଆନ୍ଧ୍ରପ୍ରଦେଶର ଜଣେ ପୋଲିସ ଇନ୍ସପେକ୍ଟର ନିର୍ବାଚିତ ପ୍ରତିନିଧିଙ୍କ ଜିଭ କାଟିଦେବାକୁ ଧମକ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଯଦି କୌଣସି ବିଧାୟକ କିମ୍ବା ସାଂସଦ ପୋଲିସ ବାହିନୀର ମନୋବଳକୁ ଭାଙ୍ଗିଦେବା ଭଳି କିଛି ମନ୍ତବ୍ୟ ଦିଅନ୍ତି ତେବେ ଏଭଳି କରାଯିବ ବୋଲି ସେ କହିଥିଲେ। ଅନନ୍ତପୁର ଜିଲାର କାଦିରି ଥାନା ଇନ୍ସପେକ୍ଟର ମାଧବ ଶାସକ ଦଳର ସାଂ...

ଫାଇଦାରେ କଶ୍ମୀର ବାବୁ

ଫାଇଦାରେ କଶ୍ମୀର ବାବୁ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

ଜମ୍ମୁ-କଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ ହେବା ଯୋଗୁ ରାଜ୍ୟ କ୍ୟାଡର ବାବୁମାନେ ବେଶ୍‌ ଫାଇଦାରେ ଅଛନ୍ତି। କାରଣ ପ୍ରଶାସନରେ ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ମିଳିଛି। ୧୯୮୬ ବ୍ୟାଚ୍‌ ଜମ୍ମୁ-କଶ୍ମୀର କ୍ୟାଡର ଆଇଏଏସ୍‌ ଅଫିସର ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ବି.ବି. ବ୍ୟାସ ରାଜ୍ୟପାଳଙ୍କ ଉପଦେଷ୍ଟା ଭାବେ ପୁନର୍ନିଯୁକ୍ତି ପାଇଛନ୍ତି। ସେହିପରି ରାଜ୍ୟ କ୍ୟାଡରର ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଖୁର୍ଶିଦ ଅହମଦ ଗନାଇ ଏବଂ ଅବସରପ୍ରାପ୍ତ ଆଇପିଏସ୍‌ ଅଫିସର କେ. ବିଜୟ କୁମାର ମଧ୍ୟ କ୍ୟାବିନେଟ୍‌ର ସମତୁଲ ...

ଅନ୍ତହୀନ ତିନୋଟି ସମସ୍ୟା

ଅନ୍ତହୀନ ତିନୋଟି ସମସ୍ୟା

ମନ-ମାନଚିତ୍ର / ଡ. ନରହରି ବେହେରା

ପ୍ରାତଃଭ୍ରମଣ ସମୟରେ ଗୋବିନ୍ଦବାବୁ କହିଲେ, ତୁମେ ମହାଭାରତର ଯକ୍ଷ-ଯୁଧିଷ୍ଠିର ସମ୍ବାଦ ପଢ଼ିଛ? ଯକ୍ଷ ଯୁଧିଷ୍ଠିରଙ୍କୁ ପ୍ରଶ୍ନ କରିଥିଲେ- କେଉଁ ବ୍ୟାଧିର ଶେଷ ନାହିଁ? ଏହାର ଉତ୍ତରରେ ଯୁଧିଷ୍ଠିର କହିଥିଲେ, ଲୋଭରୂପକ ବ୍ୟାଧିକୁ ଉପଶମ କରିହେବ ନାହିଁ। ଆଚ୍ଛା, ତୁମେ କିଛି ସମୟ ପାଇଁ ଯୁଧିଷ୍ଠିର ହୋଇଯାଅ ଏବଂ ମୁଁ ତୁମକୁ ଯକ୍ଷ ଭାବରେ ଯେଉଁ ପ୍ରଶ୍ନ କରୁଛି ତାହାର ଉତ୍ତର ଦିଅ। ମୁଁ ଦେଖିବି ତୁମର ବୁଦ୍ଧି ...

ଧର୍ମରେ ଖେଚୁଡ଼ି

ଧର୍ମରେ ଖେଚୁଡ଼ି

ନାରାୟଣ ପଣ୍ଡା

ଏକଦା ଭକ୍ତପ୍ରବର ହନୁମାନଙ୍କୁ ଭୀମ ପଚାରିଲେ- ଭାଇ ହନୁମାନ, ତୁମେ କ’ଣ ଶ୍ରୀକୃଷ୍ଣଙ୍କୁ ରାମଙ୍କଠାରୁ ପୃଥକ୍‌ ଜ୍ଞାନ କର? ହନୁମାନ ହସି କହିଲେ,- ”ଶ୍ରୀନାଥେ ଜାନକୀନାଥେ ଅଭେଦଃ ପରମାତ୍ମନି, ତଥାପି ମମ ସର୍ବସ୍ବଃ ରାମଃ କମଳଲୋଚନଃ।“ ଅର୍ଥାତ୍‌ ରାମ ଓ କୃଷ୍ଣଙ୍କ ମଧ୍ୟରେ କୌଣସି ପ୍ରଭେଦ ନାହିଁ। ତଥାପି କମଳଲୋଚନ ଶ୍ରୀରାମ ହେଉଛନ୍ତି ମୋର ଜୀବନସର୍ବସ୍ବ। କାରଣ ରାମଙ୍କ ଭାବ କୃଷ୍ଣଙ୍କ ...

ଏଇ ଭାରତରେ

ଏଇ ଭାରତରେ

ମହିଳାମାନେ ସ୍ବାମୀଙ୍କୁ ସତ୍‌ପଥରେ ଚାଲିବାକୁ ପରାମର୍ଶ ଦେଇଥାଆନ୍ତି। କିନ୍ତୁ ନିଜର ସୁଖସମୃଦ୍ଧି ପାଇଁ ସ୍ବାମୀଙ୍କୁ ଚୋରି କରିବାକୁ ଉତ୍ସାହିତ କରିବା ଘଟଣା କ୍ୱଚିତ୍‌ ଦେଖାଯାଏ। ଏପରି ଏକ ଘଟଣା ବେଙ୍ଗାଲୁରୁଠାରେ ଘଟିଛି। ମହାଦେବୀ ନାମ୍ନୀ ୨୮ ବର୍ଷୀୟା  ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ସୁନାଚେନ୍‌ ଛିଡାଇ ଆଣିବା ଭଳି କୁପ୍ରରୋଚନା ଦେଇଥିବାରୁ ଶେଷରେ ଗିରଫ ହୋଇଛନ୍ତି। ବାଲାରି ଜିଲାର ହୁବିନା ହଡାଗଳି ଥାନାରେ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ ହୋଇଛି। କୁମ୍ବାଲଗୋଡୁର ବାସିନ୍ଦା ଏହି ମହିଳା ଜଣକ ବଦଖର୍ଚ୍ଚ କରି ବେଶ୍‌ ଅୟସରେ ...

ଆଜିର ଅର୍ଥନୀତି/ବାସ୍ତବ ଆହ୍ବାନ

ଆଜିର ଅର୍ଥନୀତି/ବାସ୍ତବ ଆହ୍ବାନ

କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ତାଙ୍କର ଏକ ବୃହତ୍‌ ନୀତିଗତ ପଦକ୍ଷେପ ସ୍ବରୂପ ତିନୋଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ଯୋଡ଼ି ଭାରତର ତୃତୀୟ ବୃହତ୍ତମ ବ୍ୟାଙ୍କ କରିବା ଲାଗି ସୋମବାର ଘୋଷଣା କରିଛନ୍ତି। ସେହି ବ୍ୟାଙ୍କଗୁଡ଼ିକ ହେଉଛି ବ୍ୟାଙ୍କ ଅଫ୍‌ ବରୋଦା (ବିଓବି), ବିଜୟା ବ୍ୟାଙ୍କ ଏବଂ ଦେନା ବ୍ୟାଙ୍କ। ୨୦୧୮ ମାର୍ଚ୍ଚ ମାସର ତଥ୍ୟ ଅନୁସାରେ ଏହି ସମ୍ମିଳିତ ବ୍ୟାଙ୍କର ବଜାର ଅଂଶ ହେଉଛି ଜମା କ୍ଷେତ୍ରରେ ୭.୨ ପ୍ରତିଶତ ଓ ଋଣ ପ୍ରଦାନ କ୍ଷେତ୍ରରେ ୬.୮ ପ୍ରତିଶତ। ଫଳରେ ଜମା କ୍ଷେତ୍ରରେ ଏହା ଦେଶର ଦ୍ୱିତୀୟ ଏବଂ ଋଣ ପ୍ରଦାନ କ୍ଷେତ୍ରରେ ତୃତୀୟ ବୃହତ୍ତମ ବ୍ୟାଙ୍କରେ ପରିଣତ ହେବ। ପୁଣି ଏହି ମିଶ୍ରିତ ବ୍ୟାଙ୍କର ସାରା ଦେଶରେ ପ୍ରାୟ ୯୫୦୦ ଶାଖା ଥିବାରୁ ଏ କ୍ଷେତ୍ରରେ ଏ...

ପାକିସ୍ତାନର ଭବିଷ୍ୟତ

ପାକିସ୍ତାନର ଭବିଷ୍ୟତ

ଶରତ ଚନ୍ଦ୍ର ମିଶ୍ର

ଆନ୍ତର୍ଜାତିକ ମାନଦଣ୍ଡ, ଆୟତନ ଓ ଲୋକସଂଖ୍ୟା ଦୃଷ୍ଟିରୁ ପାକିସ୍ତାନ ଏକ ମଧ୍ୟମବର୍ଗର ବିକାଶଶୀଳ ରାଷ୍ଟ୍ର। ଏହାର ମାନବ ସମ୍ପଦ ସୁଗଠିତ, ବଳବାନ୍‌ ଓ ଦେଶ ଉତ୍ତମମାନର ସୈନିକ, ଚାଷୀ ଓ କାରିଗରରେ ଭରପୂର। ପଞ୍ଜାବ ପ୍ରଦେଶରେ ଜଳସେଚିତ ଜମି, ସିନ୍ଧୁନଦୀ ଓ ତାହାର ଶାଖାନଦୀ, ବେଲୁଚିସ୍ତାନର ଖଣିଜ ସମ୍ପଦ ଓ ପ୍ରାକୃତିକ ଗ୍ୟାସ, ଉତ୍ତରାଞ୍ଚଳର ପ୍ରାକୃତିକ ଦୃଶ୍ୟ, ଗିରିଶୃଙ୍ଗ, କରାଚୀର ବ୍ୟବସାୟିକ ପରମ୍ପରା, ଆରବ ସାଗର ସନ୍ନିହିତ ସୁଦୀର୍ଘ ଉପକୂଳର ଅବସ୍ଥିତି ହେତୁ ପାକିସ୍ତାନ ଏକ ସମୃଦ୍ଧିଶାଳୀ ଓ ଆକର୍ଷଣୀୟ ରାଷ୍ଟ୍ର ହେବାର ସମସ୍ତ ଉପାଦାନ ପ୍ରାପ୍ତ ହୋଇଛି। ବାଂଲାଦେଶ ମୁକ୍ତିଯୁଦ୍ଧ (୧୯୭୧)ରେ ଦେଶ ଦ୍ୱିଖଣ୍ଡିତ ହେବା ପର୍ଯ୍ୟନ୍ତ, ପାକିସ୍ତାନ ବିଶ୍ୱର ...