ସମ୍ପାଦକୀୟ |

ଦିଲ୍ଲୀ ପ୍ରଦୂଷଣ

ଦିଲ୍ଲୀ ପ୍ରଦୂଷଣ
ନଦୀୟାଚାନ୍ଦ କାନୁନ୍‌ଗୋ ଯେଉଁ ରାଷ୍ଟ୍ରର ରାଜଧାନୀରୁ ସ୍ବଚ୍ଛ ଭାରତ ଅଭିଯାନ ଜନ୍ମ ନେଇଛି, ସେହି ରାଜଧାନୀର ସ୍ବଚ୍ଛତା ଏବେ ଭୁଶୁଡି ପଡିଛି। ଏଠାକାର ଜଳ, ବାୟୁ, ମୃତ୍ତିକା ପ୍ରଦୂଷଣ ଏତେମାତ୍ରାରେ ବଢିଚାଲିଛି ଯେ, ସାଧାରଣ ମଣିଷ ସହିତ କୌଣସି ପଶୁପକ୍ଷୀ ସ୍ବଚ୍ଛନ୍ଦରେ ବଞ୍ଚିବାକୁ ସମର୍ଥ ହୋଇପାରୁନାହାନ୍ତି। ଏବେ ଦିଲ୍ଲୀର ସମଗ୍ର ବାୟୁମଣ୍ଡଳ ଧୂଆଁ, ଅଙ୍ଗାର ଓ ଅନ୍ୟାନ୍ୟ ଆବର୍ଜନାପୂର୍ଣ୍ଣ ବସ୍ତୁର ପ୍ରଭାବରେ ପୂରି ରହି ସୂର୍ଯ୍ୟଙ୍କ ଆଲୋକକୁ ଭୂପୃଷ୍ଠକୁ ନ ଛାଡି ଏକ ଅନ୍ଧାରୁଆ ଅଞ୍ଚଳ ସୃଷ୍ଟି କରିଚାଲିଛି ଏବଂ ସେଠାରେ ଉପସ୍ଥିତ ଥିବା ପ୍ରାଣୀଜଗତ ପାଇଁ ସମସ୍ୟା ସୃଷ୍ଟି କରିଛି। ସ୍ବଚ୍ଛ ବାୟୁ, ଜଳ ଏବଂ ଆଲୋକ ମଧ୍ୟ ଏ ଅଞ୍ଚଳରେ ଦୁର୍ଲଭ ହେବାକୁ ଲାଗିଛି। ଦିଲ୍ଲୀରେ ଏପରି ଅବସ୍ଥା ସୃଷ୍ଟି ହେବାର କାରଣ ହେଲା, ଏଠାରେ ଆବଶ୍ୟକତାଠାରୁ ଅଧିକ ମୋଟରଯାନ ବ୍ୟବହାର, ଦିଲ୍ଲୀର ନିକଟବର୍ତ୍ତୀ ଅଞ୍ଚଳରେ ଗଢିଉଠିଥିବା କଳକାରଖାନାରୁ ନିର୍ଗତ ଧୂଆଁ, ଧୂଳି ଏବଂ ଦିଲ୍ଲୀର ନିକଟବର୍ତ୍ତୀ ପ୍ରଦେଶରେ ଫସଲ ଅମଳ ହେବା ପରେ ନଡାକୁ ନିଆଁରେ ପୋଡିଦେବା। ଏବେ ଦିଲ୍ଲୀବାସୀ ନିଜ ପାଇଁ ଏହି ସମସ୍ୟା ସୃଷ୍ଟି କରିଚାଲିଛନ୍ତି। ଦିଲ୍ଲୀ କହିଲେ ସେଠାକାର ସମସ୍ତ ଜୈବ ମଣ୍ଡଳକୁ ହିଁ ଧରାଯିବ। ସେଥିରେ ଦିଲ୍ଲୀ କେନ୍ଦ୍ରଶାସିତ ଅଞ୍ଚଳ, ହରିୟାଣା, ପଞ୍ଜାବ, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନ ପ୍ରଦେଶମାନ ମଧ୍ୟ ଅନ୍ତର୍ଭୁକ୍ତ। ଏହି ସମସ୍ତ ପ୍ରକାର ରାଜନୈତିକ ଶ୍ରେଣୀଭୁକ୍ତ ଅଞ୍ଚଳକୁ ଗୋଟିଏ ଶ୍ରେଣୀର ପ୍ରାକୃତିକ ଜୈବମଣ୍ଡଳ ଭାବେ ବିବେଚନା କରାଗଲେ ଦିଲ୍ଲୀକୁ ସୁରକ୍ଷା ଦେବା ସମ୍ଭବ ହୋଇପାରିବ। ସେ ଗଙ୍ଗା ନଦୀ ହେଉ କିମ୍ବା ଯମୁନା ନଦୀ, ଏହା କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଅଞ୍ଚଳର ସମ୍ପତ୍ତି ନୁହେଁ। ବିଶ୍ୱର ପ୍ରତ୍ୟେକ ଜଳସ୍ରୋତ ସମଗ୍ର ପ୍ରାଣିଜଗତ ନିମନ୍ତେ ଉଦ୍ଦିଷ୍ଟ। ସମଗ୍ର ଜୈବମଣ୍ଡଳ ଉପରେ ଦିଲ୍ଲୀର ନିୟନ୍ତ୍ରଣ ଆଣିବାକୁ ହେଲେ ସୁସ୍ଥ ନିୟନ୍ତ୍ରଣାଧୀନ ପରିବେଶ ଆବଶ୍ୟକ। ଯାନବାହନ, କଳକାରଖାନା ଓ ନୂତନ ଗୃହ ନିର୍ମାଣ ଉପରେ ନିୟନ୍ତ୍ରଣ ଓ ବର୍ଜ୍ୟବସ୍ତୁର ଠିକ୍‌ ପରିଚାଳନା କରିବାକୁ ପଡିବ। ମଣିଷର ଅମାନବିକତାପୂର୍ଣ୍ଣ ସ୍ବାର୍ଥ ମଧ୍ୟରେ ଆସୁଛି ପଞ୍ଜାବ, ହରିୟାଣା, ୟୁପି ଓ ଦିଲ୍ଲୀ ପ୍ରଦେଶମାନଙ୍କର ଧାନ, ଗହମ ଚାଷୀମାନଙ୍କ କଥା। ଏହି ଚାଷୀମାନେ ଫସଲ, ବିଶେଷକରି ଶୀତଦିନେ ଅମଳ ହୋଇସାରିଲା ପରେ ଜମିରେ ଥିବା ଖୁଣ୍ଟା ନଡା କିଆରିରେ ନିଆଁ ଲଗାଇ ଜାଳିଦିଅନ୍ତି। ପୁନର୍ବାର ଜମିକୁ ଚାଷ ନିମନ୍ତେ ପ୍ରସ୍ତୁତ କରିବାକୁ ଏବଂ ନଡା ଗଦା ବୋଝରୁ ତ୍ରାହି ପାଇବା ନିମନ୍ତେ। କିନ୍ତୁ ଏହି ନଡା କିଆରିମାନ ଜଳିବାରୁ ପ୍ରଚୁର ଧୂଆଁା ଓ ଅଙ୍ଗାରକାମ୍ଳ ସୃଷ୍ଟି ହୁଏ। ବାୟୁମଣ୍ଡଳର ବର୍ଣ୍ଣକୁ ଧୂସରିତ କରି କିଛି ସପ୍ତାହ ପର୍ଯ୍ୟନ୍ତ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳକୁ ଆଚ୍ଛନ୍ନ କରି ରଖିଥାଏ।ଏହା ସାଧାରଣ ଜନତାଙ୍କ ଜୀବନକୁ ଦୁର୍ବିଷହ କରିତୋଳେ। ତେଣୁ ନଡ଼ାକୁ ନ ଜାଳି ତାକୁ କମ୍ପୋଷ୍ଟରେ ପରିଣତ କରି କ୍ଷେତରେ ବ୍ୟବହାର କରାଯିବା ଉଚିତ। ଧାନ ନଡା, ଗହମ ନଡା ଓ ଅନ୍ୟ ଫସଲର ନଡା ସହିତ ଧାନ ଓ ଗହମର ଚଷୁ ଦ୍ୱାରା ମଧ୍ୟ ଚିପ୍ସବୋର୍ଡ, ହସ୍କ-ବୋର୍ଡ କରାଯାଇ ପ୍ଲାଇଉଡ୍‌ର ସ୍ଥାନ ଦିଆଯାଇପାରିବ। ଧାନ ନଡାକୁ କୁଟି କ୍ଷୁଦ୍ର, କ୍ଷୁଦ୍ର କରି ସେଥିରେ ଅଠା ଦେଇ ପ୍ଲାଇଉଡ୍‌ ପରି ଖଣ୍ଡ ମାନ ପ୍ରସ୍ତୁତ କରାଯାଇପାରେ। ଏହା ପ୍ରେସର ମେଶିନ ମାଧ୍ୟମରେ ସମ୍ଭବ ହୋଇପାରିବ। ପ୍ଲାଇଉଡ୍‌ ପ୍ରସ୍ତୁତ କରିବା ନିମନ୍ତେ ଆମର କେତେ ଗଛ କଟା ହେଉଛି। ଯଦି ଆମେ ନଡା ଓ ଚଷୁରୁ ପ୍ଲାଇଉଡ୍‌ ପ୍ରସ୍ତୁତ କରିପାରିବା ତା’ହେଲେ ଅସଂଖ୍ୟ ଗଛର ଜୀବନ ବଞ୍ଚାଇ ପରିବେଶକୁ ରକ୍ଷା କରିପାରିବା। ଏବେ ଗାଁ ଗହଳିରୁ ଚାଳଛପର ଘରମାନ ଲୋପ ପାଇଲାଣି ଏବଂ ପକ୍କାଗୃହ ମାନ ଏବେ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଧାନ ନଡାରେ କଚ୍ଚାଘରମାନ ଛପର ହେଉଥିଲା। ଏଣୁ ଏହି ଉଦ୍‌ବୃତ୍ତ ନଡା, ଚଷୁ ଓ ପାଳକୁ ପଶୁଖାଦ୍ୟ ରୂପେ ବର୍ଷସାରା ବ୍ୟବହାର କରିବା ନିମନ୍ତେ ବୈଜ୍ଞାନିକ ପଦ୍ଧତି ଆବଶ୍ୟକ। ଶୁଖା ଅବସ୍ଥାରେ ନଡାକୁ ମଧ୍ୟ ବର୍ଷ ବର୍ଷ ଧରି ରଖାଯାଇପାରେ, ଯାହାକୁ ଇଂଲିଶରେ ‘ହେ ମେକିଙ୍ଗ’ କୁହାଯାଇଥାଏ। ନଡାରୁ ଜଳୀୟ ଅଂଶକୁ ବାଦ୍‌ ଦେଇ ସଂରକ୍ଷଣ କରିବା ହିଁ ହେ ମେକିଙ୍ଗ। ଏଣୁ ବାୟୁମଣ୍ଡଳକୁ ସୁରକ୍ଷିତ ରଖିବାକୁ ଓ ଗ୍ରାମ୍ୟ ଅର୍ଥନୀତିକୁ ସମୃଦ୍ଧ କରିବାକୁ ଧାନ ନଡାର ସଦୁପଯୋଗ ଆବଶ୍ୟକ। ନଡାକୁ ମଧ୍ୟ ବାୟୋ-କମ୍ପୋଷ୍ଟ ବା ଜୈବିକ ସାର ଭାବେ ରୂପାନ୍ତରିତ କରାଯାଇପାରେ। ଧାନ ନଡା, ପାଳ ଓ କୁଟାଗଦାକୁ ମଧ୍ୟ ଛତୁ ଚାଷରେ ବ୍ୟବହାର କରାଯାଇପାରେ। ଚାଷୀମାନେ ନିଜ କ୍ଷେତରେ ଯେଉଁ ନଡାକୁ ଜାଳିଦିଅନ୍ତି, ସେଥିରୁ ମିଳୁଥିବା ପାଉଁଶ ଜମିର ମୃତ୍ତିକାକୁ ହାଲ୍‌କା କରି ମୃତ୍ତିକାର ଅଠାଳିଆ ଶକ୍ତିକୁ ହ୍ରାସ କରିଦେଇଥାଏ। ମୃତ୍ତିକାର ଜୈବିକ ଶକ୍ତିର ଅଭିବୃଦ୍ଧି ଘଟେ। କୃଷ୍ଣ କାର୍ପାସ ମୃତ୍ତିକା ବା ଚିକିଟା, ମଟାଳ ମାଟି ସହିତ ଚୂନିଆ ମୃତ୍ତିକାରେ ଏହା ବିଶେଷ ଉପଯୋଗୀ ହୋଇଥାଏ। ଏହି ପାଉଁଶ ମୃତ୍ତିକାର ଉର୍ବରତା ବୃଦ୍ଧି ସହିତ ଜମିର ଜଳଧାରଣ ଶକ୍ତି ବୃଦ୍ଧି କରେ। ଏଣୁ ଚାଷୀମାନେ ନଡା ଜାଳି ଚାଷ ଜମିକୁ ଉର୍ବର କରିଥାଆନ୍ତି। କିନ୍ତୁ ଏହାର ଏକ ବିକଳ୍ପ ଅଛି। ନଡାକୁ ନିଆଁ ନ ଲଗାଇ, ନ ଜଳାଇ ମଧ୍ୟ ଅଙ୍ଗାର ପ୍ରସ୍ତୁତ କରିହେବ। ଯେକୌଣସି ବସ୍ତୁକୁ ଅମ୍ଳଜାନବିହୀନ କୋଠରିରେ ରଖି ଅତ୍ୟଧିକ ଉତ୍ତାପ ପ୍ରୟୋଗ କଲେ ତାହା ଅଙ୍ଗାରରେ ପରିଣତ ହୋଇଯାଏ। କିନ୍ତୁ ତାହା ଜଳେ ନାହିଁ କି ଧୂଆଁ ସୃଷ୍ଟି କରେ ନାହିଁ। ଏହି ଉପାୟରେ ଉଦ୍‌ବୃତ୍ତ ନଡାକୁ ଅଙ୍ଗାରରେ ପରିଣତ କରି ଚାଷଜମିରେ ବ୍ୟବହୃତ କରାଯାଇପାରେ। ଏ ନେଇ ସରକାରଙ୍କ ସହଯୋଗ ଓ ସମର୍ଥନର ଆବଶ୍ୟକତା ରହିଛି। ଶୈଳଶ୍ରୀବିହାର, ଜିଏ୪୭୯, ଭୁବନେଶ୍ୱର, ମୋ-୯୯୩୭୪୬୦୬୪୯
All Right Reserved By

ସମ୍ପାଦକୀୟ |

 ସମ୍ପାଦକୀୟ/ ଅହମିକାର ଲଢ଼େଇ

ସମ୍ପାଦକୀୟ/ ଅହମିକାର ଲଢ଼େଇ

ଭାରତରେ ନିରପେକ୍ଷ ତଦନ୍ତ ପ୍ରସଙ୍ଗ ଉଠିଲେ ଲୋକେ ଟିକେ କଥାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନାମ ଉଠାଇଥାଆନ୍ତି। ଏହାର ଅର୍ଥ ହେଲା ସିବିଆଇ ଏକ ଭରସାଯୋଗ୍ୟ ସଂସ୍ଥା ବୋଲି ଧରାଯାଇଥାଏ। କିନ୍ତୁ ବିଗତ କିଛିବର୍ଷ ହେବ ଏହାର କାର୍ଯ୍ୟକଳାପ ...

ଦାୟିତ୍ୱବୋଧର ବିସର୍ଜନ

ଦାୟିତ୍ୱବୋଧର ବିସର୍ଜନ

ସହଦେବ ସାହୁ

ନିର୍ବାଚନ କ’ଣ ଦାୟିତ୍ୱବୋଧର ଜଳାଞ୍ଜଳି ପର୍ବ? ଦଳ ଲୁଟ୍‌ କରୁଥିବାବେଳେ ଦଳର ସଭ୍ୟ ହିସାବରେ ବ୍ୟକ୍ତିର ଦାୟିତ୍ୱ ବଢ଼ିଯିବା କଥା। କିନ୍ତୁ ଦଳ ତିଷ୍ଠିଲେ ସେମାନେ ଲାଭାନ୍ବିତ ହେବେ ଭାବି ଦଳର ଲୋକେ ତ ଦାୟିତ୍ୱବୋଧ ହରାନ୍ତି, ଭୋଟରମାନଙ୍କ ଦାୟିତ୍ୱବୋଧକୁ ବି ଜଳାଞ୍ଜଳି ଦିଅନ୍ତି। ସାଧାରଣ ନାଗରିକ ବୁଝୁ ନ ବୁଝୁ, ଆମେ ବୁଦ୍ଧିଜୀବୀମାନେ ଚୁପ୍‌ ରହି ଶାସକ ଦଳକୁ ଏ ଦିଗରେ ଉତ୍ସାହିତ କରୁଛୁ, ଭବିଷ୍ୟତ ପିଢିକୁ ଧ୍ୱଂସମୁହାଁ କରୁଛୁ। ଚୁପ୍‌ ରହିବା ଯେ ସମର୍ଥନ (ପିଙ୍ଗଳ ସଂହିତାର ଭାଷାରେ ‘ଆବେଟ୍‌’) କରିବା ଆମେ ତାହା ...

ସାମ୍ୟବାଦୀ ଚିନ୍ତାନାୟକ

ସାମ୍ୟବାଦୀ ଚିନ୍ତାନାୟକ


ବିଜୟ କୁମାର ପଢ଼ିହାରୀ

ଓଡ଼ିଶାର ରାଜନୈତିକ ଇତିହାସକୁ ପର୍ଯ୍ୟାଲୋଚନା କଲେ ଦୃଷ୍ଟିଗୋଚର ହୁଅନ୍ତି ତିନିଜଣ ମହାମନୀଷୀ- ଉତ୍କଳଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ ଓ ଜନନେତା ଭଗବତୀ ଚରଣ ପାଣିଗ୍ରାହୀ। ପ୍ରତ୍ୟେକେ ଓଡ଼ିଶାର ଇତିହାସରେ ଜଣେ ଜଣେ ଯୁଗସ୍ରଷ୍ଟା। ଭାଷାଭିତ୍ତିକ ପ୍ରଦେଶ ନିର୍ମାଣ ପାଇଁ ସ୍ବତନ୍ତ୍ର ଓଡ଼ିଶା ଗଠନ ଆନ୍ଦୋଳନର ଜନନାୟକ ମଧୁବାବୁ ଓଡ଼ିଆ ଭାଷାଭାଷୀଙ୍କୁ ଏକତ୍ରିତ କରି ଓଡ଼ିଆ ସ୍ବାଭିମାନ ଜାଗ୍ରତ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ସେ ଥିଲେ ଓଡ଼ିଆ ଜାତିର ସ୍ବାଭିମାନର ପ୍ରତୀକ। ସେହିପରି ପଣ୍ଡିତ ଗୋପବନ୍ଧୁ ଓଡ଼ିଶାବାସୀଙ୍କୁ ଜାତୀୟତାର ମହାମନ୍ତ୍ରରେ ଦୀକ୍ଷିତ କରି ସ୍ବାଧୀନତା ସଂଗ୍ରାମର ଜାତୀୟ ସ୍ରୋତରେ ସାମିଲ କରିଥିଲେ। ସେ ଥିଲେ ଜାତୀୟତାବାଦୀ ଚେତନା ଓ ଜାତୀୟତାବାଦୀ ସାହିତ୍ୟର ପ୍ରମୁଖ ଉଦ୍‌ଗାତା।...

ଏଇ ଭାରତରେ

ଏଇ ଭାରତରେ

ଇଚ୍ଛା ଥିଲେ ଉପାୟ ବଳେବଳେ ଆସେ। କୌଣସି କାର୍ଯ୍ୟ କରିବାକୁ ହେଲେ ଆନ୍ତରିକ ନିଷ୍ଠା ଏକାନ୍ତ ଆବଶ୍ୟକ। ସମର୍ଥ ବ୍ୟକ୍ତିମାନେ ଯେଉଁ କାମ କରିବାକୁ ଅନିଚ୍ଛା ପ୍ରକାଶ କରନ୍ତି, ସେଭଳି କାର୍ଯ୍ୟକୁ ଭିନ୍ନକ୍ଷମ ବ୍ୟକ୍ତିମାନେ ବି ବେଳେବେଳେ ଅନାୟାସରେ କରିଥାଆନ୍ତି। ସେଭଳି ଜଣେ ତରୁଣୀ ହେଉଛନ୍ତି ହରିୟାଣାର ନିଷ୍ଠା ଡୁଡେଜା। ସଫଳତା ବାଟରେ ଅକ୍ଷମତା କୌଣସି ପ୍ରତିବନ୍ଧକ ସୃଷ୍ଟି କରିପାରେ ନାହିଁ ବୋଲି...

ଦୋଷ ଲଦାଲଦି

ଦୋଷ ଲଦାଲଦି

ଭାରତ ଏଭଳି ଏକ ଦେଶ ହୋଇଗଲାଣି, ଯେଉଁଠାରେ ଅଧିକାଂଶ ନିଜ ଦୋଷ ସ୍ବୀକାର କରିବାକୁ ରାଜି ହେଉନାହାନ୍ତି। ଦୋଷ ମୁଣ୍ଡ ଉପରେ ପଡ଼ିଲେ ତାହାକୁ ଅନ୍ୟ ଉପରକୁ କିଭଳି ଥୋଇଦେଇ ହେବ ସେ ଦିଗରେ ଲାଗିପଡ଼ନ୍ତି। 

ପାଇଖାନା ବିପଦ ଓ ତା’ର ପ୍ରତିକାର

ପାଇଖାନା ବିପଦ ଓ ତା’ର ପ୍ରତିକାର

ଆଜିକାଲି ଖବରକାଗଜ ଦେଖିଲେ ବହୁ ସମୟରେ ନଜରକୁ ଆସୁଛି ଶ୍ରମିକମାନେ ନୂଆ କିମ୍ବା ପୁରୁଣା ପାଇଖାନା କାମ କଲାବେଳେ ଅଜ୍ଞତାବଶତଃ ଏକାଧିକ ଲୋକଙ୍କର ମୃତ୍ୟୁ ହେଉଛି।

ବିରୋଧୀଙ୍କ ପାଇଁ ମଉକା

ବିରୋଧୀଙ୍କ ପାଇଁ ମଉକା

ଆକାର ପଟେଲ

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଦ୍ୱିତୀୟ ଦୀର୍ଘତମ ଅବଧି ଲାଗି ଅର୍ଥନୈତିକ ଅଭିବୃଦ୍ଧି ଜାରି ରହିଥିବାରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ କିଛି ଲୋକପ୍ରିୟତା ଅର୍ଜନ କରିଛନ୍ତି। ଗତ ତ୍ରିମାସୀରେ ଆମେରିକାର ଅର୍ଥନୀତି ୪ ପ୍ରତିଶତ ହାରରେ ଅଭିବୃଦ୍ଧି କରିଥିଲା। ତେବେ ଆମେ ଭାରତୀୟମାନେ ଏଥିରେ ପ୍ରଭାବିତ ନ ହୋଇପାରୁ। କିନ୍ତୁ ସତକଥା ହେଲା, ଆମେରିକା ଅର୍ଥନୀତିର ଆକାର ହେଉଛି ଭାରତର ୧୦ ଗୁଣ, ଯଦିଚ ଏହାର ଲୋକସଂଖ୍ୟା ଭାରତର ୪ ଭାଗରୁ ଭାଗେ। ଏହାର ଅର୍ଥ ଜଣେ ହାରାହାରି ଆମେରିକୀୟ ଜଣେ ହାରାହା...

ଶୀତଳ ସମ୍ପ୍ରଦାୟ

ଶୀତଳ ସମ୍ପ୍ରଦାୟ

ଚିତ୍ରଚରିତ୍ର/ ନିରଞ୍ଜନ ପାଢ଼ୀ

ଯେଉଁ ସମ୍ପ୍ରଦାୟ ସମ୍ପର୍କରେ କଥାଟି କୁହାଯାଉଛି, ସେମାନଙ୍କ ପାଇଁ ‘ଶୀତଳ’ ଶବ୍ଦଟି ବୋଧହୁଏ ସବୁଠାରୁ ସଂଭ୍ରାନ୍ତ ଓ ମାର୍ଜିତ ବିଶେଷଣ। ଏମାନଙ୍କୁ ଶୀତଳ କୁହାଗଲେ ବି ଏମାନେ ଯେ କେବେ ଉଷ୍ମ ହୁଅନ୍ତି ନାହିଁ, ତାହା ନୁହେଁ। ଏମାନେ ଉଷ୍ମ ହୁଅନ୍ତି, ନିଜ ଭିତରେ ଜଳନ୍ତି ଓ ଅନ୍ୟମାନଙ୍କୁ ଜଳାଇବାର ବି ସାମର୍ଥ୍ୟ ରଖନ୍ତି। ୟେ ଉଷ୍ମତା କେବଳ ସୁରକ୍ଷିତ ଥାଏ ନିଜ ପାଇଁ ଓ ନିଜର ଯାବତୀୟ ସ୍ବାର୍ଥସାଧନ ଲାଗି। ମାତ୍ର ଆଖପାଖର ଦୁନିଆରେ ଆତଯାତ ହେଉଥିବା ଅନ୍ୟମାନଙ୍କ ପାଇଁ ଯେତେବେଳେ ଲୋଡ଼ାପଡ଼େ ତାତିଲାପଣ, ସେତେବେଳେ ଏମାନଙ୍କ ଉଷ୍ମ ପୌରୁଷ ଅଚାନକ ଛୁଟିରେ ଚାଲିଯାଏ ଓ ବଦଳରେ ପ୍ରତିଭାତ ହୁଏ ଏକ ହିମ ଶୀତଳ ନିର୍ଜୀବ ବ୍ୟକ୍ତିସତ୍ତା। ମନେହୁଏ, ସତେ ଯେମିତି ମଣିଷଟିଏ ନୁହେଁ ନିଥର କାଠ ଗଣ୍ଡିଟାଏ!...

‘ମିଲ୍‌କମ୍ୟାନ୍‌’ର ରୂପକାର

‘ମିଲ୍‌କମ୍ୟାନ୍‌’ର ରୂପକାର

ବ୍ୟକ୍ତିତ୍ୱ/ଜିତେନ୍ଦ୍ର

ମୋ ଚରିତ୍ରଗୁଡ଼ିକ ମୋ ପାଖକୁ ଆସି ଗପ ଲେଖିବାକୁ ମୋତେ କହନ୍ତି। ଯେତେବେଳ ଯାଏ ସେମାନେ ଆସି ନ ଥାନ୍ତି ସେତେବେଳ ପର୍ଯ୍ୟନ୍ତ ମୁଁ କିଛି ଲେଖିପାରେ ନାହିଁ। ’ ୨୦୧୮ ‘ମ୍ୟାନ୍‌ ବୁକର’ ପାଇବା ଲାଗି ଉତ୍ତର ଆୟର୍ଲାଣ୍ଡ ଲେଖିକା ଆନ୍ନା ବନର୍‌ସଙ୍କ ନାମ ଘୋଷଣା ହେବା ପରେ ସାମ୍ବାଦିକଙ୍କୁ ସେ ନିଜ ପ୍ରତିକ୍ରିୟାରେ ଉପରିଲିଖିତ ଉକ୍ତି ବାଢ଼ିଥିଲେ। ମ୍ୟାନ୍‌ ବୁକର ପାଇବାରେ ଆନ୍ନା ହେଉଛନ୍ତି ଉତ୍ତର ଆୟାର୍ଲାଣ୍ଡର ପ୍ରଥମ ଲେଖିକ। ଉପନ୍ୟାସ ‘ମିଲ୍‌କମ୍ୟାନ୍‌’ ପାଇଁ ସେ ଏହି ସମ୍ମାନ ପାଇବାକୁ ଯାଉଥିବାରୁ ତାଙ୍କୁ ବିଶ୍ୱବ୍ୟାପୀ ...

ଏଇ ଭାରତରେ

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ବଳରେ ଅସାଧ୍ୟ ସାଧନ କରିହୁଏ। ପିଲାଦିନରୁ କୌଣସି କାର୍ଯ୍ୟରେ ରୁଚି ଓ ଅଭ୍ୟାସ ରଖିଥିଲେ ଭବିଷ୍ୟତରେ ଏଥିରେ ସଫଳତା ଲାଭ କରିହୁଏ। ପ୍ରଶଂସା ଓ ପୁରସ୍କାର ବି ମିଳେ। ସେହିପରି ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବା ୧୦ବର୍ଷର ବାଳକ ...

ମାଛଦ୍ୱାରା ପାଦ ଚିକିତ୍ସା

ମାଛଦ୍ୱାରା ପାଦ ଚିକିତ୍ସା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

କିଛିମାସ ତଳେ ଜଣେ ଯୁବତୀ ନ୍ୟୁୟର୍କରେ ତାଙ୍କ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଛଅମାସ ହେଲା ତାଙ୍କ ପାଦ ନଖଗୁଡ଼ିକ କଳାପଡ଼ି ଝଡ଼ିଯାଉଥିଲା। ତାଙ୍କ ପରିବାରରେ ଏମିତି ସମସ୍ୟା ଆଉ କାହାର ନାହିଁ ଏବଂ ତାଙ୍କର ମଧ୍ୟ ଅନ୍ୟ କୌଣସି ରୋଗ ନାହିଁ ବା ଏପରି ଭାବେ ନଖ ପଚିବାର ପାରିବାରିକ ଇତିହାସ ନାହିଁ। ପରୀକ୍ଷାରୁ ଜଣାପଡ଼ିଲା ଯେ, ଛଅମାସ ତଳେ ସେ ମାଛ ଦ୍ୱାରା ପାଦ ଚିକିତ୍ସା (ଫିଶ୍‌ ପେଡିକିଓର) କରାଇଥିଲେ। ମାଛ ହିଁ ତାଙ୍କ ନଖର ମଞ୍ଜଭାଗରେ (ଯେଉଁଠୁ ନଖ କଅଁଳେ) କ୍ଷତ ସୃଷ୍ଟି କରିଛି। ଫଳରେ ଓନିକୋମାଡେସିସ୍‌ (ନଖପଚା ରୋଗ) ସୃଷ୍ଟି ହୋଇଛି ଓ ନଖ କଳାପଡ଼ି ଝଡ଼ିଯାଉଛି। ଆଗକୁ ପରିସ୍ଥିତି ଆହୁରି ଖରାପ ହୋଇପାରେ। ପଚାନଖ ତଳେ ...

ରାଜନେତା ଓ ନାଗରିକ ସମାଜ

ରାଜନେତା ଓ ନାଗରିକ ସମାଜ

ଡ. ସୁବାସ ଚନ୍ଦ୍ର ପାତ୍ର

ଓଡ଼ିଶାର ରାଜନେତାମାନେ ଏକ ସୁସ୍ଥ, ସୁନ୍ଦର ନାଗରିକ ସମାଜ ଗଠନ ସେମାନଙ୍କର ଦାୟିତ୍ୱ ବୋଲି କେବେ ଭାବନ୍ତି ନାହିଁ। କରତାଳି, ପତାକା ଧାରଣ, ମାଗଣା ଇନ୍ଧନରେ ମୋଟର ସାଇକେଲ ଚାଳନା ପାଇଁ ଯୁବଗୋଷ୍ଠୀ ସଂଗ୍ରହ ଏବଂ ଏ ସବୁ ମାଧ୍ୟମରେ ଭୋଟ ସଂଗ୍ରହ ଓ କ୍ଷମତା ଦଖଲ ସେମାନଙ୍କ ମୁଖ୍ୟ କାମ ବୋଲି ସେମାନେ ବିଚାର କରନ୍ତି। ସଂହତିପୂର୍ଣ୍ଣ, ଆଦର୍ଶଭରା ଏକ ତ୍ୟାଗପୂତ ସମାଜ ନିର୍ମାଣ ମଧ୍ୟ ଏକ ରାଜନୈତିକ କର୍ତ୍ତବ୍ୟ ବୋଲି ସେମାନେ ଚିନ୍ତା କରନ୍ତି ନାହିଁ। ତା’ର ପ୍ରମୁଖ କାରଣ କ୍ଷମତାମନସ୍କତା, ସମାଜମନସ୍କତା ବା ରାଷ୍ଟ୍ରମନସ୍କତା ନୁହେଁ।...