ସମ୍ପାଦକୀୟ |

ମାଆ ଶବର ସଂକେତ

ମାଆ ଶବର ସଂକେତ
ଡ. ସୁବାସ ଚନ୍ଦ୍ର ପାତ୍ର ପ୍ରଖ୍ୟାତ ନିର୍ଦ୍ଦେଶକ ହୃଷୀକେଶ ମୁଖାର୍ଜୀ, ଭାରତୀୟ ଫିଲ୍ମ ସେନସର ବୋର୍ଡ଼ର ଚେୟାରମ୍ୟାନ ଥିଲାବେଳେ ତାଙ୍କର ସାକ୍ଷାତ୍‌କାର ନେବାକୁ ଜଣେ ସାମ୍ବାଦିକ ଆସିଥିଲେ। ଘଟଣାକ୍ରମେ ସାମ୍ବାଦିକ ଜଣକ କହି ପକାଇଥିଲେ, ‘ଆପଣଙ୍କ ବୈଠକଘର ବେଶ ସୁନ୍ଦର, ଆଭିଜାତ୍ୟପୂର୍ଣ୍ଣ କିନ୍ତୁ କୋଣରେ ଥିବା ଏହି ପୁରୁଣା ଅସୁନ୍ଦର ପଙ୍ଖାଟି ସବୁ ସୌନ୍ଦର୍ଯ୍ୟ ଅପହରଣ କରି ନେଉଛି।’ ହୃଷୀକେଶ କହିଥିଲେ, ସେ ଜାଣିଶୁଣି ସେହି ପୁରୁଣା ପଙ୍ଖାଟିକୁ ବୈଠକଘରେ ରଖିଛନ୍ତି। ସେ କହିଲେ, ”ମୋର ଦୁର୍ଦ୍ଦିନର ସାକ୍ଷୀ ଏହି ପଙ୍ଖା। ମୁଁ ବମ୍ବେରେ ପ୍ରଥମ ପାଦ ଦେଇ ଗୋଟିଏ ଛୋଟିଆ ଘରେ ମୁଣ୍ଡ ଗୁଞ୍ଜିବାବେଳେ ଏହି ପଙ୍ଖା ଥିଲା ମୋର ସାଥୀ। ସାରାଦିନର ପରିଶ୍ରମକୁ ଲାଘବ କରି ମୋତେ ଶୋଇ ପକାଏ ଏହି ପଙ୍ଖା। ଆଜି ତାହା ପୁୁରୁଣା ହେଲା ବୋଲି ତାକୁ କ’ଣ ଫୋପାଡ଼ି ଦେବି? ସେମିତି ଦେଖିଲେ ମୋ ବୁଢ଼ୀ ମା ବି ବହୁତ ‘ପୁରୁଣା’, ଅସୁନ୍ଦର ଦେଖାଯାଉଛି, ତାକୁ ବି କ’ଣ ଫୋପାଡି଼ ଦେବି ନା ଷ୍ଟୋର ଘରେ ଲୁଚେଇ ଦେବି?“ ସବୁ ବୁଢ଼ାବୁଢ଼ୀ ହୃଷୀକେଶଙ୍କ ଭଳି ପୁଅର ବାପାମା’ ନୁହନ୍ତି। ଅନେକ ବାପା, ମା’ ଆଜି ପରିତ୍ୟକ୍ତ, ଅଲୋଡ଼ା, ଅପାଂକ୍ତେୟ। ଘରକୁ କେହି ଜଣେ ବଡ଼ ଅତିଥି ଆସିଲେ ପୁଅବୋହୂଙ୍କ ପ୍ରଥମ କାମ, ମା’ ବା ବାପାଙ୍କୁ କେଉଁଠି ଲୁଚାଇବା। ଏ ପ୍ରକାର ଏକ ଦୁଃଖଦ ସ୍ଥିତିର ଚିତ୍ର ଆଙ୍କିଛନ୍ତି ବିଖ୍ୟାତ କଥାକାର ଭୀଷ୍ମ ସାହାନୀ ତାଙ୍କର ‘ଦ ବସ୍‌ କେମ୍‌ ଟୁ ଡିନର’ ଗଳ୍ପରେ। ସବୁ ପୁଅ ହୃଷୀକେଶ ମୁଖାର୍ଜୀ ହୋଇ ନ ପାରନ୍ତି। କିନ୍ତୁ ଏବେ ବି ଅନେକ ପୁଅବୋହୂ ସେମାନଙ୍କ ଆଦର୍ଶ ମାଧ୍ୟମରେ ସମାଜକୁ ଧରି ରଖିବାକୁ ସମର୍ଥ। ସେମାନେ ବୁଝିଛନ୍ତି ବାପା, ମା ଚିରକଲ୍ୟାଣକାରୀ। ବଞ୍ଚିଥିବାବେଳେ, ଏପରିକି ଶବ ପାଲଟିଲା ପରେ ବି ସେମାନେ ଚାହାନ୍ତି ପିଲାମାନଙ୍କ ମଙ୍ଗଳ। ଗୋଟିଏ ସତ ଘଟଣା- ପୁଅ ଓ ଜ୍ୱାଇଁ ଗୁରୁତର ଅସୁସ୍ଥ ମା’ଙ୍କୁ ଧରି କଟକ ବଡ଼ ମେଡିକାଲ ଗଲେ ଚିକିତ୍ସା ପାଇଁ। ଚିକିତ୍ସା ଫଳବତୀ ହେଲାନାହିଁ। ମା’ ଡାକ୍ତରଖାନାରେ ମୃତ୍ୟୁବରଣ କଲେ। ଗୋଟିଏ ଆମ୍ବୁଲାନ୍ସରେ ଶବ ଧରି ରାତିରେ ଜ୍ୱାଇଁ ଓ ପୁଅ ଧାମରା ଫେରି ଆସୁଥାନ୍ତି। ଠିକ୍‌ ମାର୍କୋଣା ଓ ସୋର ମଧ୍ୟବର୍ତ୍ତୀ ଏକ ସ୍ଥାନରେ ଟ୍ରକ୍‌ଟିଏ ଶବଗାଡ଼ିକୁ ଧକ୍କା ଦେଇ ଚାଲିଗଲା। ଆଶ୍ଚର୍ଯ୍ୟଜନକ ଭାବେ ଷ୍ଟ୍ରେଚରରେ ଶୁଆ ହୋଇଥିବା ମା’ଙ୍କ ଶବ ରାସ୍ତା ମଝିରେ ଛିଟିକି ପଡ଼ିଥିବା ବେଳେ ଗାଡ଼ି ପଶିଯାଇଥିଲା ରାସ୍ତାକଡ଼ ବିଲଭିତରକୁ। କିଛି ସମୟ ପରେ ରାସ୍ତାରେ ଆସିଲେ ଜଣେ ମୁସଲମାନ ଭଦ୍ରଲୋକ ସପରିବାର। ରାସ୍ତା ମଝିରେ କାଚଗୁଣ୍ଡ ଓ ଷ୍ଟ୍ରେଚରରେ ଶବଟିକୁ ଦେଖି ସେ ଅଟକିଲେ। ନିଜ ଗାଡ଼ିକୁ ଆଗପଛ କରି ଗାଡ଼ି ଆଲୋକରେ ଖୋଜିଲେ ଆଖପାଖ ଏବଂ ଶେଷରେ ଦେଖାଗଲା କାଦୁଅରେ ପଶିଥିବା ଭଙ୍ଗା ଆମ୍ବୁଲାନ୍ସ। ଡ୍ରାଇଭର ଓ ପୁଅ ପାଖାପାଖି ଚେତାଶୂନ୍ୟ ଥିବାବେଳେ ଜ୍ୱାଇଁ ଟିକିଏ କଥା କହିବା ଅବସ୍ଥାରେ ଥିଲେ। ତାଙ୍କଠୁ ଫୋନ ନେଇ ଦୁର୍ଘଟଣାଗ୍ରସ୍ତ ସଦସ୍ୟଙ୍କ ଘରକୁ ଫୋନ କଲେ। ଘରଲୋକ ପହଞ୍ଚିଲେ। ମା’ଙ୍କ ଶବ ଗଲା ଧାମରା। ରାସ୍ତାରେ ଜମା ହୋଇଥିବା ଅନେକେ କହିଲେ- ମା’, ମୃତ୍ୟୁ ପରେ ବି ମା’। ଶବ ହୋଇ ରାସ୍ତା ମଝିରେ ପଡ଼ିରହି, ସାଂକେତିକ ଭାବରେ କାହାକୁ ନା କାହାକୁ ଅଟକିବାକୁ କହୁଥିଲେ ତାଙ୍କ ପୁଅର ଯତ୍ନ ନେବାକୁ। ହୃଷୀକେଶ ମୁଖାର୍ଜୀଙ୍କ ମାନସିକତା ଥିବା ଆଉ ଜଣେ ବ୍ୟକ୍ତି ହେଲେ ପ୍ରାଣକୃଷ୍ଣ ବାବୁ। ଅସୁସ୍ଥ ବାପା, ମା’ଙ୍କ ସେବାରେ କେବେ ତ୍ରୁଟି କରିନାହାନ୍ତି। ପ୍ରଥମେ କ୍ୟାନସର ପୀଡ଼ିତ ମା’, ଏବେ ବାପା। ପଚାରିଲେ କହନ୍ତି, ”ବାପା, ମା’ଙ୍କ ସେବା, ଯତ୍ନ ମୋତେ ବହୁତ ଆନନ୍ଦ ଦିଏ।“ ପ୍ରାଣକୃଷ୍ଣ ବାବୁଙ୍କ ଉତ୍ସର୍ଗୀକୃତ ସେବା ମନୋବୃତ୍ତି ଓ ଗୋଟିଏ ବୃଦ୍ଧାର ଶବର ସାଙ୍କେତିକ ଆର୍ତ୍ତନାଦ ଗୋଟିଏ ମୁଦ୍ରାର ଦୁଇପାର୍ଶ୍ୱ ପରି। ଏହି ଦୁଇ ଘଟଣା ପଛରେ ରହିଛି ସାଂପ୍ରତିକ ସମାଜରେ ଭୁଶୁଡ଼ି ପଡୁଥିବା ବାପା, ମା’ କୈନ୍ଦ୍ରିକ ପରିବାରର ତିଷ୍ଠି ରହିବାର ଉତ୍ତର। ସମାଜକୁ ବାନ୍ଧିରଖିବା ପାଇଁ ଏହି ପ୍ରକାର ଘଟଣାମାନ ପ୍ରତୀକାତ୍ମକ ଦୃଷ୍ଟିରୁ ବେଶ ସମର୍ଥ ଓ ପ୍ରେରଣାଦାୟକ। ମୋ- ୯୪୩୭୩୭୬୨୧୯
All Right Reserved By

ସମ୍ପାଦକୀୟ |

 ସମ୍ପାଦକୀୟ/ ଅହମିକାର ଲଢ଼େଇ

ସମ୍ପାଦକୀୟ/ ଅହମିକାର ଲଢ଼େଇ

ଭାରତରେ ନିରପେକ୍ଷ ତଦନ୍ତ ପ୍ରସଙ୍ଗ ଉଠିଲେ ଲୋକେ ଟିକେ କଥାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନାମ ଉଠାଇଥାଆନ୍ତି। ଏହାର ଅର୍ଥ ହେଲା ସିବିଆଇ ଏକ ଭରସାଯୋଗ୍ୟ ସଂସ୍ଥା ବୋଲି ଧରାଯାଇଥାଏ। କିନ୍ତୁ ବିଗତ କିଛିବର୍ଷ ହେବ ଏହାର କାର୍ଯ୍ୟକଳାପ ...

ଦାୟିତ୍ୱବୋଧର ବିସର୍ଜନ

ଦାୟିତ୍ୱବୋଧର ବିସର୍ଜନ

ସହଦେବ ସାହୁ

ନିର୍ବାଚନ କ’ଣ ଦାୟିତ୍ୱବୋଧର ଜଳାଞ୍ଜଳି ପର୍ବ? ଦଳ ଲୁଟ୍‌ କରୁଥିବାବେଳେ ଦଳର ସଭ୍ୟ ହିସାବରେ ବ୍ୟକ୍ତିର ଦାୟିତ୍ୱ ବଢ଼ିଯିବା କଥା। କିନ୍ତୁ ଦଳ ତିଷ୍ଠିଲେ ସେମାନେ ଲାଭାନ୍ବିତ ହେବେ ଭାବି ଦଳର ଲୋକେ ତ ଦାୟିତ୍ୱବୋଧ ହରାନ୍ତି, ଭୋଟରମାନଙ୍କ ଦାୟିତ୍ୱବୋଧକୁ ବି ଜଳାଞ୍ଜଳି ଦିଅନ୍ତି। ସାଧାରଣ ନାଗରିକ ବୁଝୁ ନ ବୁଝୁ, ଆମେ ବୁଦ୍ଧିଜୀବୀମାନେ ଚୁପ୍‌ ରହି ଶାସକ ଦଳକୁ ଏ ଦିଗରେ ଉତ୍ସାହିତ କରୁଛୁ, ଭବିଷ୍ୟତ ପିଢିକୁ ଧ୍ୱଂସମୁହାଁ କରୁଛୁ। ଚୁପ୍‌ ରହିବା ଯେ ସମର୍ଥନ (ପିଙ୍ଗଳ ସଂହିତାର ଭାଷାରେ ‘ଆବେଟ୍‌’) କରିବା ଆମେ ତାହା ...

ସାମ୍ୟବାଦୀ ଚିନ୍ତାନାୟକ

ସାମ୍ୟବାଦୀ ଚିନ୍ତାନାୟକ


ବିଜୟ କୁମାର ପଢ଼ିହାରୀ

ଓଡ଼ିଶାର ରାଜନୈତିକ ଇତିହାସକୁ ପର୍ଯ୍ୟାଲୋଚନା କଲେ ଦୃଷ୍ଟିଗୋଚର ହୁଅନ୍ତି ତିନିଜଣ ମହାମନୀଷୀ- ଉତ୍କଳଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ ଓ ଜନନେତା ଭଗବତୀ ଚରଣ ପାଣିଗ୍ରାହୀ। ପ୍ରତ୍ୟେକେ ଓଡ଼ିଶାର ଇତିହାସରେ ଜଣେ ଜଣେ ଯୁଗସ୍ରଷ୍ଟା। ଭାଷାଭିତ୍ତିକ ପ୍ରଦେଶ ନିର୍ମାଣ ପାଇଁ ସ୍ବତନ୍ତ୍ର ଓଡ଼ିଶା ଗଠନ ଆନ୍ଦୋଳନର ଜନନାୟକ ମଧୁବାବୁ ଓଡ଼ିଆ ଭାଷାଭାଷୀଙ୍କୁ ଏକତ୍ରିତ କରି ଓଡ଼ିଆ ସ୍ବାଭିମାନ ଜାଗ୍ରତ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ସେ ଥିଲେ ଓଡ଼ିଆ ଜାତିର ସ୍ବାଭିମାନର ପ୍ରତୀକ। ସେହିପରି ପଣ୍ଡିତ ଗୋପବନ୍ଧୁ ଓଡ଼ିଶାବାସୀଙ୍କୁ ଜାତୀୟତାର ମହାମନ୍ତ୍ରରେ ଦୀକ୍ଷିତ କରି ସ୍ବାଧୀନତା ସଂଗ୍ରାମର ଜାତୀୟ ସ୍ରୋତରେ ସାମିଲ କରିଥିଲେ। ସେ ଥିଲେ ଜାତୀୟତାବାଦୀ ଚେତନା ଓ ଜାତୀୟତାବାଦୀ ସାହିତ୍ୟର ପ୍ରମୁଖ ଉଦ୍‌ଗାତା।...

ଏଇ ଭାରତରେ

ଏଇ ଭାରତରେ

ଇଚ୍ଛା ଥିଲେ ଉପାୟ ବଳେବଳେ ଆସେ। କୌଣସି କାର୍ଯ୍ୟ କରିବାକୁ ହେଲେ ଆନ୍ତରିକ ନିଷ୍ଠା ଏକାନ୍ତ ଆବଶ୍ୟକ। ସମର୍ଥ ବ୍ୟକ୍ତିମାନେ ଯେଉଁ କାମ କରିବାକୁ ଅନିଚ୍ଛା ପ୍ରକାଶ କରନ୍ତି, ସେଭଳି କାର୍ଯ୍ୟକୁ ଭିନ୍ନକ୍ଷମ ବ୍ୟକ୍ତିମାନେ ବି ବେଳେବେଳେ ଅନାୟାସରେ କରିଥାଆନ୍ତି। ସେଭଳି ଜଣେ ତରୁଣୀ ହେଉଛନ୍ତି ହରିୟାଣାର ନିଷ୍ଠା ଡୁଡେଜା। ସଫଳତା ବାଟରେ ଅକ୍ଷମତା କୌଣସି ପ୍ରତିବନ୍ଧକ ସୃଷ୍ଟି କରିପାରେ ନାହିଁ ବୋଲି...

ଦୋଷ ଲଦାଲଦି

ଦୋଷ ଲଦାଲଦି

ଭାରତ ଏଭଳି ଏକ ଦେଶ ହୋଇଗଲାଣି, ଯେଉଁଠାରେ ଅଧିକାଂଶ ନିଜ ଦୋଷ ସ୍ବୀକାର କରିବାକୁ ରାଜି ହେଉନାହାନ୍ତି। ଦୋଷ ମୁଣ୍ଡ ଉପରେ ପଡ଼ିଲେ ତାହାକୁ ଅନ୍ୟ ଉପରକୁ କିଭଳି ଥୋଇଦେଇ ହେବ ସେ ଦିଗରେ ଲାଗିପଡ଼ନ୍ତି। 

ପାଇଖାନା ବିପଦ ଓ ତା’ର ପ୍ରତିକାର

ପାଇଖାନା ବିପଦ ଓ ତା’ର ପ୍ରତିକାର

ଆଜିକାଲି ଖବରକାଗଜ ଦେଖିଲେ ବହୁ ସମୟରେ ନଜରକୁ ଆସୁଛି ଶ୍ରମିକମାନେ ନୂଆ କିମ୍ବା ପୁରୁଣା ପାଇଖାନା କାମ କଲାବେଳେ ଅଜ୍ଞତାବଶତଃ ଏକାଧିକ ଲୋକଙ୍କର ମୃତ୍ୟୁ ହେଉଛି।

ବିରୋଧୀଙ୍କ ପାଇଁ ମଉକା

ବିରୋଧୀଙ୍କ ପାଇଁ ମଉକା

ଆକାର ପଟେଲ

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଦ୍ୱିତୀୟ ଦୀର୍ଘତମ ଅବଧି ଲାଗି ଅର୍ଥନୈତିକ ଅଭିବୃଦ୍ଧି ଜାରି ରହିଥିବାରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ କିଛି ଲୋକପ୍ରିୟତା ଅର୍ଜନ କରିଛନ୍ତି। ଗତ ତ୍ରିମାସୀରେ ଆମେରିକାର ଅର୍ଥନୀତି ୪ ପ୍ରତିଶତ ହାରରେ ଅଭିବୃଦ୍ଧି କରିଥିଲା। ତେବେ ଆମେ ଭାରତୀୟମାନେ ଏଥିରେ ପ୍ରଭାବିତ ନ ହୋଇପାରୁ। କିନ୍ତୁ ସତକଥା ହେଲା, ଆମେରିକା ଅର୍ଥନୀତିର ଆକାର ହେଉଛି ଭାରତର ୧୦ ଗୁଣ, ଯଦିଚ ଏହାର ଲୋକସଂଖ୍ୟା ଭାରତର ୪ ଭାଗରୁ ଭାଗେ। ଏହାର ଅର୍ଥ ଜଣେ ହାରାହାରି ଆମେରିକୀୟ ଜଣେ ହାରାହା...

ଶୀତଳ ସମ୍ପ୍ରଦାୟ

ଶୀତଳ ସମ୍ପ୍ରଦାୟ

ଚିତ୍ରଚରିତ୍ର/ ନିରଞ୍ଜନ ପାଢ଼ୀ

ଯେଉଁ ସମ୍ପ୍ରଦାୟ ସମ୍ପର୍କରେ କଥାଟି କୁହାଯାଉଛି, ସେମାନଙ୍କ ପାଇଁ ‘ଶୀତଳ’ ଶବ୍ଦଟି ବୋଧହୁଏ ସବୁଠାରୁ ସଂଭ୍ରାନ୍ତ ଓ ମାର୍ଜିତ ବିଶେଷଣ। ଏମାନଙ୍କୁ ଶୀତଳ କୁହାଗଲେ ବି ଏମାନେ ଯେ କେବେ ଉଷ୍ମ ହୁଅନ୍ତି ନାହିଁ, ତାହା ନୁହେଁ। ଏମାନେ ଉଷ୍ମ ହୁଅନ୍ତି, ନିଜ ଭିତରେ ଜଳନ୍ତି ଓ ଅନ୍ୟମାନଙ୍କୁ ଜଳାଇବାର ବି ସାମର୍ଥ୍ୟ ରଖନ୍ତି। ୟେ ଉଷ୍ମତା କେବଳ ସୁରକ୍ଷିତ ଥାଏ ନିଜ ପାଇଁ ଓ ନିଜର ଯାବତୀୟ ସ୍ବାର୍ଥସାଧନ ଲାଗି। ମାତ୍ର ଆଖପାଖର ଦୁନିଆରେ ଆତଯାତ ହେଉଥିବା ଅନ୍ୟମାନଙ୍କ ପାଇଁ ଯେତେବେଳେ ଲୋଡ଼ାପଡ଼େ ତାତିଲାପଣ, ସେତେବେଳେ ଏମାନଙ୍କ ଉଷ୍ମ ପୌରୁଷ ଅଚାନକ ଛୁଟିରେ ଚାଲିଯାଏ ଓ ବଦଳରେ ପ୍ରତିଭାତ ହୁଏ ଏକ ହିମ ଶୀତଳ ନିର୍ଜୀବ ବ୍ୟକ୍ତିସତ୍ତା। ମନେହୁଏ, ସତେ ଯେମିତି ମଣିଷଟିଏ ନୁହେଁ ନିଥର କାଠ ଗଣ୍ଡିଟାଏ!...

‘ମିଲ୍‌କମ୍ୟାନ୍‌’ର ରୂପକାର

‘ମିଲ୍‌କମ୍ୟାନ୍‌’ର ରୂପକାର

ବ୍ୟକ୍ତିତ୍ୱ/ଜିତେନ୍ଦ୍ର

ମୋ ଚରିତ୍ରଗୁଡ଼ିକ ମୋ ପାଖକୁ ଆସି ଗପ ଲେଖିବାକୁ ମୋତେ କହନ୍ତି। ଯେତେବେଳ ଯାଏ ସେମାନେ ଆସି ନ ଥାନ୍ତି ସେତେବେଳ ପର୍ଯ୍ୟନ୍ତ ମୁଁ କିଛି ଲେଖିପାରେ ନାହିଁ। ’ ୨୦୧୮ ‘ମ୍ୟାନ୍‌ ବୁକର’ ପାଇବା ଲାଗି ଉତ୍ତର ଆୟର୍ଲାଣ୍ଡ ଲେଖିକା ଆନ୍ନା ବନର୍‌ସଙ୍କ ନାମ ଘୋଷଣା ହେବା ପରେ ସାମ୍ବାଦିକଙ୍କୁ ସେ ନିଜ ପ୍ରତିକ୍ରିୟାରେ ଉପରିଲିଖିତ ଉକ୍ତି ବାଢ଼ିଥିଲେ। ମ୍ୟାନ୍‌ ବୁକର ପାଇବାରେ ଆନ୍ନା ହେଉଛନ୍ତି ଉତ୍ତର ଆୟାର୍ଲାଣ୍ଡର ପ୍ରଥମ ଲେଖିକ। ଉପନ୍ୟାସ ‘ମିଲ୍‌କମ୍ୟାନ୍‌’ ପାଇଁ ସେ ଏହି ସମ୍ମାନ ପାଇବାକୁ ଯାଉଥିବାରୁ ତାଙ୍କୁ ବିଶ୍ୱବ୍ୟାପୀ ...

ଏଇ ଭାରତରେ

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ବଳରେ ଅସାଧ୍ୟ ସାଧନ କରିହୁଏ। ପିଲାଦିନରୁ କୌଣସି କାର୍ଯ୍ୟରେ ରୁଚି ଓ ଅଭ୍ୟାସ ରଖିଥିଲେ ଭବିଷ୍ୟତରେ ଏଥିରେ ସଫଳତା ଲାଭ କରିହୁଏ। ପ୍ରଶଂସା ଓ ପୁରସ୍କାର ବି ମିଳେ। ସେହିପରି ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବା ୧୦ବର୍ଷର ବାଳକ ...

ମାଛଦ୍ୱାରା ପାଦ ଚିକିତ୍ସା

ମାଛଦ୍ୱାରା ପାଦ ଚିକିତ୍ସା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

କିଛିମାସ ତଳେ ଜଣେ ଯୁବତୀ ନ୍ୟୁୟର୍କରେ ତାଙ୍କ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଛଅମାସ ହେଲା ତାଙ୍କ ପାଦ ନଖଗୁଡ଼ିକ କଳାପଡ଼ି ଝଡ଼ିଯାଉଥିଲା। ତାଙ୍କ ପରିବାରରେ ଏମିତି ସମସ୍ୟା ଆଉ କାହାର ନାହିଁ ଏବଂ ତାଙ୍କର ମଧ୍ୟ ଅନ୍ୟ କୌଣସି ରୋଗ ନାହିଁ ବା ଏପରି ଭାବେ ନଖ ପଚିବାର ପାରିବାରିକ ଇତିହାସ ନାହିଁ। ପରୀକ୍ଷାରୁ ଜଣାପଡ଼ିଲା ଯେ, ଛଅମାସ ତଳେ ସେ ମାଛ ଦ୍ୱାରା ପାଦ ଚିକିତ୍ସା (ଫିଶ୍‌ ପେଡିକିଓର) କରାଇଥିଲେ। ମାଛ ହିଁ ତାଙ୍କ ନଖର ମଞ୍ଜଭାଗରେ (ଯେଉଁଠୁ ନଖ କଅଁଳେ) କ୍ଷତ ସୃଷ୍ଟି କରିଛି। ଫଳରେ ଓନିକୋମାଡେସିସ୍‌ (ନଖପଚା ରୋଗ) ସୃଷ୍ଟି ହୋଇଛି ଓ ନଖ କଳାପଡ଼ି ଝଡ଼ିଯାଉଛି। ଆଗକୁ ପରିସ୍ଥିତି ଆହୁରି ଖରାପ ହୋଇପାରେ। ପଚାନଖ ତଳେ ...

ରାଜନେତା ଓ ନାଗରିକ ସମାଜ

ରାଜନେତା ଓ ନାଗରିକ ସମାଜ

ଡ. ସୁବାସ ଚନ୍ଦ୍ର ପାତ୍ର

ଓଡ଼ିଶାର ରାଜନେତାମାନେ ଏକ ସୁସ୍ଥ, ସୁନ୍ଦର ନାଗରିକ ସମାଜ ଗଠନ ସେମାନଙ୍କର ଦାୟିତ୍ୱ ବୋଲି କେବେ ଭାବନ୍ତି ନାହିଁ। କରତାଳି, ପତାକା ଧାରଣ, ମାଗଣା ଇନ୍ଧନରେ ମୋଟର ସାଇକେଲ ଚାଳନା ପାଇଁ ଯୁବଗୋଷ୍ଠୀ ସଂଗ୍ରହ ଏବଂ ଏ ସବୁ ମାଧ୍ୟମରେ ଭୋଟ ସଂଗ୍ରହ ଓ କ୍ଷମତା ଦଖଲ ସେମାନଙ୍କ ମୁଖ୍ୟ କାମ ବୋଲି ସେମାନେ ବିଚାର କରନ୍ତି। ସଂହତିପୂର୍ଣ୍ଣ, ଆଦର୍ଶଭରା ଏକ ତ୍ୟାଗପୂତ ସମାଜ ନିର୍ମାଣ ମଧ୍ୟ ଏକ ରାଜନୈତିକ କର୍ତ୍ତବ୍ୟ ବୋଲି ସେମାନେ ଚିନ୍ତା କରନ୍ତି ନାହିଁ। ତା’ର ପ୍ରମୁଖ କାରଣ କ୍ଷମତାମନସ୍କତା, ସମାଜମନସ୍କତା ବା ରାଷ୍ଟ୍ରମନସ୍କତା ନୁହେଁ।...