ବାଣିଜ୍ୟ |

ଦରବୃଦ୍ଧି କରିବ ଟୟୋଟା

ଦରବୃଦ୍ଧି କରିବ ଟୟୋଟା


ନୂଆଦିଲ୍ଲୀ,୭-୧୨(ପି.ଟି.)
ଉତ୍ପାଦନ ଖର୍ଚ୍ଚଜନିତ ଚାପକୁ ଲାଘବ କରିବା ପାଇଁ ଟୟୋଟା କିର୍ଲୋସ୍କାର ମୋଟର(ଟିକେଏମ୍‌) ଆସନ୍ତା ଜାନୁୟାରୀରୁ ଏହାର ବିଭିନ୍ନ ମଡେଲଗୁଡିକ ମୂଲ୍ୟରେ ୩% ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ବିଚାର କରୁଛି। ଉତ୍ପାଦନ ଏବଂ ପରିବହନ ଖର୍ଚ୍ଚ ବଢ଼ୁଥିବାରୁ କମ୍ପାନୀ ଏହି ଯୋଜନା କରୁଛି। କମ୍ପାନୀ ହ୍ୟାଚ୍‌ବ୍ୟାକ୍‌ ଇଟିଅସ୍‌ଠାରୁ ଆରମ୍ଭ କରି ଲ୍ୟାଣ୍ଡ୍‌ କ୍ରୁଜର୍‌ ୨୦୦ ପର୍ଯ୍ୟନ୍ତ ଯାନ ବିକ୍ରି କରୁଛି। ଏହି ଯାନଗୁଡିକର ଏକ୍ସଶୋ’ରୁମ୍‌ ଦିଲ୍ଲୀ ମୂଲ୍ୟ ୫.୨ ଲକ୍ଷ ଟଙ୍କାରୁ ୧.୩୫ କୋଟି ଟଙ୍କା ପର୍ଯ୍ୟନ୍ତ ରହିଛି।

All Right Reserved By

ବାଣିଜ୍ୟ |

ନୂଆ ଜାଜ୍‌ ଆଣିଲା ହୋଣ୍ଡା କାର୍‌ସ

ନୂଆ ଜାଜ୍‌ ଆଣିଲା ହୋଣ୍ଡା କାର୍‌ସ

ନୂଆଦିଲ୍ଲୀ,୧୯-୭(ପି.ଟି.) ପ୍ରମୁଖ କାର ନିର୍ମାତା ହୋଣ୍ଡା କାର୍‌ସ ଇଣ୍ଡିଆ ଏହାର ପ୍ରିମିୟମ୍‌ ହ୍ୟାଚ୍‌ବ୍ୟାକ୍‌ ଜାଜ୍‌ର ନୂଆ ଭର୍ସନ ବଜାରକୁ ଆଣିଛି। ଏହାର ପ୍ରାରମ୍ଭିକ ଏକ୍ସଶୋ’ରୁମ୍‌ ଦିଲ୍ଲୀ ମୂଲ୍ୟ ୭.୩୫ ଲକ୍ଷ ଟଙ୍କାରୁ ଆରମ୍ଭ।

ଭାରତ ଏସିଆର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି

ଭାରତ ଏସିଆର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି

ନୂଆଦିଲ୍ଲୀ,୧୯-୭(ପି.ଟି.) ଭାରତ ଏସିଆ ମହାଦେଶର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି। ଏସିଆ ଏବଂ ପାସିଫିକ୍‌ ରିଜିୟନ୍‌ରେ ବାଣିଜି୍ୟକ ସମସ୍ୟା ସତ୍ତ୍ୱେ ଭାରତ ନେତୃତ୍ୱରେ ଦକ୍ଷିଣ ଏସିଆ ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅଞ୍ଚଳର ମାନ୍ୟତା ବଜାୟ ରଖିବ ବୋଲି ଏସିଆନ୍‌ ଡେଭଲପ୍‌ମେଣ୍ଟ ବ୍ୟାଙ୍କ(ଏଡିବି) ଏକ ନୂଆ ରିପୋର୍ଟରେ ପ୍ରକାଶ କରିଛି।

ଓଡିଶାରେ ବ୍ୟବସାୟ ଆରମ୍ଭ କଲା ବିଏନ୍‌ଆଇ

ଓଡିଶାରେ ବ୍ୟବସାୟ ଆରମ୍ଭ କଲା ବିଏନ୍‌ଆଇ

କଟକ,୧୯-୭: ପ୍ରମୁଖ ବିଜ୍‌ନେସ୍‌ ନେଟ୍‌ଓ୍ବର୍କିଂ ଆଣ୍ଡ୍‌ ରେଫରାଲ ଜେନେରେଶନ ଅର୍ଗାନାଇଜେଶନ ବିଜ୍‌ନେସ୍‌ ନେଟ୍‌ଓ୍ବର୍କ ଇଣ୍ଟରନ୍ୟାଶ୍‌ନାଲ୍‌(ବିଏନ୍‌ଆଇ) ଓଡିଶାରେ ଏହାର ବ୍ୟବସାୟ ଆରମ୍ଭ କରିଛି। ଏ ସମ୍ପର୍କରେ ବିଏନ୍‌ଆଇର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଦୀପ ଅଗ୍ରଓ୍ବାଲ୍‌ କହିଛନ୍ତି, ବିଭିନ୍ନ ପ୍ରତିଷ୍ଠିତ ତଥା ସଫଳ ବ୍ୟବସାୟୀଙ୍କୁ ନେଇ ଏକ୍ସକ୍ଲୁଶିଭ୍‌ ଗ୍ରୁପ୍‌ ପ୍ରତିଷ୍ଠା କରିବା ହେଉଛି ଆମର ଲକ୍ଷ୍ୟ।

ବିଳମ୍ବରେ ଚାଲିଛି ୩୮% ଟ୍ରେନ୍‌

ବିଳମ୍ବରେ ଚାଲିଛି ୩୮% ଟ୍ରେନ୍‌

ନୂଆଦିଲ୍ଲୀ, ୧୮-୭(ପି.ଟି): ଗତ ତିନି ମାସରେ ୩୮% ଟ୍ରେନ ବିଳମ୍ବରେ ଚାଲିଛି। ଲୋକସଭାକୁ ଏକ ଲିଖିତ ଉତ୍ତରରେ ରେଳ ରାଷ୍ଟ୍ରମନ୍ତ୍ରୀ ରାଜେନ ଗୋହାଇଁ ଏହା କହିଛନ୍ତି। ବିଳମ୍ବରେ ଚାଲିଥିବା ଟ୍ରେନ ହାର ଏପ୍ରିଲରେ ୩୯%, ମେ ମାସରେ ୪୦% , ଜୁନରେ ୩୫% ରହିଛି। ଗତ ତିନି ମାସରେ ହାରା ହାରି ଏହା ୩୮% ବୋଲି ସେ ସୂଚନା ଦେଇଛନ୍ତି।

୫ ମାସର ସର୍ବନିମ୍ନ ସ୍ତରରେ ସୁନା

୫ ମାସର ସର୍ବନିମ୍ନ ସ୍ତରରେ ସୁନା

ନୂଆଦିଲ୍ଲୀ,୧୮-୭(ପି.ଟି.) ଅନ୍ତର୍ଜାତୀୟ ବଜାର ଦୁର୍ବଳ ରହିବା ସହ ଘରୋଇ ବଜାରରେ ଗହଣା ନିର୍ମାତାଙ୍କ ମଧ୍ୟରେ ଉତ୍ସାହ କମିବା ଫଳରେ ବୁଧବାର ସୁନା ଦର ୫ ମାସର ସର୍ବନିମ୍ନ ସ୍ତରକୁ ଖସିଛି। ୧୦ ଗ୍ରାମ ପିଛା ଏଥିରେ ୨୫୦ ଟଙ୍କା ହ୍ରାସ ଘଟିଛି। ଫଳରେ ଏହା ୩୦,୮୦୦ ଟଙ୍କାକୁ ଖସିଆସିଛି।

ଅଧିକ ବ୍ୟାଙ୍କକୁ ପୁଞ୍ଜି ପ୍ରଦାନ କରିବେ ସରକାର

ଅଧିକ ବ୍ୟାଙ୍କକୁ ପୁଞ୍ଜି ପ୍ରଦାନ କରିବେ ସରକାର

ନୂଆଦିଲ୍ଲୀ, ୧୮-୭(ପି.ଟି): ସରକାର ନିକଟରେ ୫ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ପୁଞ୍ଜି ବ୍ୟବସ୍ଥା କରିବା ପରେ ଅଧିକ ୨ରୁ ୩ ବ୍ୟାଙ୍କକୁ ଏହି ଭଳି ପୁଞ୍ଜି ସହାୟତା ନେଇ ବିଚାର କରୁଛନ୍ତି। ସେପ୍ଟେମ୍ବର ସୁଦ୍ଧା ବ୍ୟାଙ୍କଗୁଡିକୁ ଏହି ପୁଞ୍ଜି ପ୍ରଦାନ ପାଇଁ ଅର୍ଥମନ୍ତ୍ରଣାଳୟ ବିଚାର କରୁଥିବା ଜଣାଯାଇଛି।

ୟୁଆଇଡିଏଆଇର ସ୍ପଷ୍ଟୀକରଣ;ଆଧାର ନମ୍ବରର ବିକଳ୍ପ ଭର୍ଚୁଆଲ୍‌ ଆଇଡି

ୟୁଆଇଡିଏଆଇର ସ୍ପଷ୍ଟୀକରଣ;ଆଧାର ନମ୍ବରର ବିକଳ୍ପ ଭର୍ଚୁଆଲ୍‌ ଆଇଡି

ନୂଆଦିଲ୍ଲୀ,୧୮-୭:ଭର୍ଚୁଆଲ୍‌ ଆଇଡି ଓ ୟୁଆଇଡି ଟୋକନ ୧୨ ଟିକିଆ ଆଧାର ନମ୍ବରଠାରୁ ଭିନ୍ନ। ଏହି ଦୁଇ ବ୍ୟବସ୍ଥା ସଦ୍ୟଭାବେ ଲାଗୁ କରାଯାଇଛି। ଆଧାର ନମ୍ବରର ବିକଳ୍ପ ଭାବେ ଏହା କାର୍ଯ୍ୟ କରିବ। ଯେଉଁ ଯେଉଁ ସ୍ଥାନରେ ଆଧାର ନମ୍ବର ଆବଶ୍ୟକ ହେଉଛି ସେଠାରେ ଲୋକମାନେ ଚାହିଁଲେ ଏହି ଭର୍ଚୁଆଲ୍‌ ଆଇଡି ଓ ୟୁଆଇଡି ଟୋକନ ପ୍ରଦାନ କରି ପାରିବେ। ଲୋକମାନଙ୍କ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ପାଇଁ ଏହି ଦୁଇ ବ୍ୟବସ୍ଥା ନୂତନ ଭାବେ ପ୍ରଚଳନ କରାଯାଇଛି ବୋଲି ଭାରତୀୟ ଏକକ ପରିଚୟ କର୍ତ୍ତୃପକ୍ଷ(ୟୁଆଇଡିଏଆଇ) ପକ୍ଷରୁ ପ୍ରକାଶ।

ମହଙ୍ଗା ହେବ ଚିନି: ଆଖୁର ଏଫ୍‌ଆର୍‌ପି ୨୭୫ ଟଙ୍କାକୁ ବୃଦ୍ଧି

ମହଙ୍ଗା ହେବ ଚିନି: ଆଖୁର ଏଫ୍‌ଆର୍‌ପି ୨୭୫ ଟଙ୍କାକୁ ବୃଦ୍ଧି

ନୂଆଦିଲ୍ଲୀ, ୧୮-୭ ବର୍ତ୍ତମାନ ଆଖୁର କୁଇଣ୍ଟାଲ୍‌ ପିଛା ଫେୟାର ଆଣ୍ଡ୍‌ ରେମ୍ୟୁନୁରେଟିଭ୍‌ ପ୍ରାଇସ୍‌(ଏଫ୍‌ଆର୍‌ପି) ୨୫୫ ଟଙ୍କା ଥିବା ବେଳେ ଏହାକୁ ସରକାର ୨୭୫ ଟଙ୍କାକୁ ବୃଦ୍ଧି କରିଛନ୍ତି। ଅର୍ଥ ସଂକ୍ରାନ୍ତିୟ କ୍ୟାବିନେଟ୍‌ କମିଟି ବୁଧବାର ଏହାକୁ ମଞ୍ଜୁରୀ ପ୍ରଦାନ କରିଛି।

କଗ୍ନିଜାଣ୍ଟକୁ ଇ-ଟିଗୋର ଯୋଗାଇବ ଟାଟା ମୋଟର୍ସ

କଗ୍ନିଜାଣ୍ଟକୁ ଇ-ଟିଗୋର ଯୋଗାଇବ ଟାଟା ମୋଟର୍ସ

ନୂଆଦିଲ୍ଲୀ, ୧୮-୭(ପି.ଟି): ପ୍ରମୁଖ ଯାନ ନିର୍ମାତା କମ୍ପାନୀ ଟାଟା ମୋଟର୍ସ ଆଇଟି କମ୍ପାନୀ କଗ୍ନିଜାଣ୍ଟକୁ ଇ-ଟିଗୋର ମଡେଲ ଯୋଗାଇବ। କଗ୍ନିଜାଣ୍ଟର ହାଇଦ୍ରାବାଦ ସ୍ଥିତ କ୍ୟାମ୍ପସରେ ଉକ୍ତ ମଡେଲଗୁଡିକୁ ନିୟୋଜିତ କରାଯିବ। ଏଥି ଲାଗି କମ୍ପାନୀ ମୋବିଲିଟି ସଲ୍ୟୁଶନ ସଂସ୍ଥା ଭୋଲରକାର୍‌ସ ସହ ମିଳିତ ହୋଇଛି।

ଶକ୍ତି କ୍ଷେତ୍ର ଲାଗି କୋଇଲାର ଅଭାବ ନାହିଁ:ଗୋୟଲ

ଶକ୍ତି କ୍ଷେତ୍ର ଲାଗି କୋଇଲାର ଅଭାବ ନାହିଁ:ଗୋୟଲ

ନୂଆଦିଲ୍ଲୀ, ୧୮-୭(ପି.ଟି): ଘରୋଇ ବଜାରରେ ଶକ୍ତି କ୍ଷେତ୍ର ଲାଗି କୋଇଲାର କୌଣସି ଅଭାବ ନାହିଁ। ଏପ୍ରିଲ-ଜୁନ ତ୍ରୈମାସରେ କୋଇଲା ଭିତ୍ତିକ ଶକ୍ତି ଉତ୍ପାଦନ ୫.୩% ବଢିଛି। ଲୋକସଭାକୁ ଏକ ଲିଖିତ ଉତ୍ତର ଯୋଗେ କୋଇଲା ମନ୍ତ୍ରୀ ପିୟୂଷ ଗୋୟଲ ଏହି ସୂଚନା ଦେଇଛନ୍ତି।

ଜୁନ ସୁଦ୍ଧା ୨୧,୧୪୨ କୋଟି ଟଙ୍କାର ସମନ୍ବିତ ଜିଏସ୍‌ଟି ରିଫଣ୍ଡ

ଜୁନ ସୁଦ୍ଧା ୨୧,୧୪୨ କୋଟି ଟଙ୍କାର ସମନ୍ବିତ ଜିଏସ୍‌ଟି ରିଫଣ୍ଡ

ନୂଆଦିଲ୍ଲୀ, ୧୮-୭(ପି.ଟି): ସରକାର ଚଳିତ ଆର୍ଥତ୍କ ବର୍ଷ ଜୁନ ଶେଷ ସୁଦ୍ଧା ୨୧,୧୪୨ କୋଟି ଟଙ୍କାର ସମନ୍ବିତ ଜିଏସ୍‌ଟି ରିଫଣ୍ଡ ପ୍ରଦାନ କରିଛନ୍ତି। କେନ୍ଦ୍ରୀୟ ପରୋକ୍ଷ ଏବଂ ସୀମା ଟିକସ ବୋର୍ଡ( ସିବିଆଇସି) ପକ୍ଷରୁ ରପ୍ତାନୀକାରୀଙ୍କ ଲାଗି ଉକ୍ତ ରିଫଣ୍ଡ ପ୍ରଦାନ କରାଯାଇଥିବା ବାଣିଜ୍ୟ ଏବଂ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ସି.ଆର୍‌ ଚୌଧୁରୀ ରାଜ୍ୟ ସଭାକୁ ଲିଖିତ ସୂଚନା ଦେଇଛନ୍ତି।

ଦେଶରେ ୨୧୫ ଡାକଘରେ ପାସ୍‌ପୋର୍ଟ ସେବା କେନ୍ଦ୍ର

ଦେଶରେ ୨୧୫ ଡାକଘରେ ପାସ୍‌ପୋର୍ଟ ସେବା କେନ୍ଦ୍ର

ନୂଆଦିଲ୍ଲୀ, ୧୮-୭(ପି.ଟି): ଦେଶର ବିଭିନ୍ନ ପ୍ରାନ୍ତରେ ରହିଥିବା ୨୧୫ ଡାକଘରେ ବର୍ତ୍ତମାନ ସୁଦ୍ଧା ପାସ୍‌ପୋର୍ଟ ସେବା କେନ୍ଦ୍ର ସ୍ଥାପନ ହୋଇଛି। ଗତ ୪ ବର୍ଷ ମଧ୍ୟରେ ଏହି ସେବା କେନ୍ଦ୍ରଗୁଡିକ ଖୋଲିଛି। ସାଧାରଣ ଲୋକଙ୍କ ନିକଟରେ ଉକ୍ତ ସେବାକୁ ପହଞ୍ଚାଇବା ଲାଗି ସରକାର ବ୍ୟବସ୍ଥା କରିଥିବା ଯୋଗାଯୋଗ ମନ୍ତ୍ରୀ ମନୋଜ ସିହ୍ନା ଲୋକ ସଭାକୁ ସୂଚନା ଦେଇଛନ୍ତି।

Model This Week

ରୂପେଶ