ଖେଳ |

ଇଂଲଣ୍ଡ ଦିନିକିଆ ଦଳରେ ଷ୍ଟୋକ୍ସ

ଇଂଲଣ୍ଡ ଦିନିକିଆ ଦଳରେ ଷ୍ଟୋକ୍ସ

ସିଡ୍‌ନୀ, ୭।୧୨(ଏଏଫ୍‌ପି)- ଆଶେସ ସିରିଜ ପରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଜାନୁୟାରୀ ୧୪ରୁ ୫ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ। ଏଥିଲାଗି ଗୁରୁବାର ଇଂଲଣ୍ଡ ପକ୍ଷରୁ ୧୬ ଜଣିଆ ଦଳ ଘୋଷିଣା କରାଯାଇଛି। ବିବାଦରେ ଥିବା ତାରକା ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କୁ ଏହି ସିରିଜ ଲାଗି ଦଳରେ ସାମିଲ କରାଯାଇଛି। ଗତ ସେପ୍ଟେମ୍ବରରେ ବ୍ରିଷ୍ଟଲର ଏକ ନାଇଟ୍‌ କ୍ଲବରେ ଗଣ୍ଡଗୋଳ ମାମଲାରେ ଷ୍ଟୋକ୍ସଙ୍କୁ ବର୍ତ୍ତମାନ ଅନ୍ତର୍ଜାତୀୟ କ୍ରିକେଟରୁ ବାସନ୍ଦ କରାଯାଇଛି। ଏହି ମାମଲାରେ ପୋଲିସର ତଦନ୍ତ ଚାଲୁରହିଥିବାରୁ ପୂର୍ବରୁ ଏହି ଅଲ୍‌ରାଉଣ୍ଡରଙ୍କୁ ଚଳିତ ଆଶେସ ସିରିଜରୁ ବାଦ୍‌ ଦିଆଯାଇଛି। ଯଦି ଭବିଷ୍ୟତରେ ସେ ଦୋଷୀ ସାବସ୍ତ୍ୟ ହୁଅନ୍ତି ତେବେ ତାଙ୍କୁ ଦିନିକିଆ ସିରିଜରୁ ମଧ୍ୟ ବାଦ୍‌ ଦିଆଯିବ ବୋଲି ଇଂଲଣ୍ଡ କ୍ରିକେଟ୍‌ ବୋର୍ଡ (ଇସିବି)ପକ୍ଷରୁ ଜଣାପଡ଼ିଛି। ଏହି ବିବାଦୀୟ ମାମଲରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଅନ୍ୟତମ ଇଂଲଣ୍ଡ କ୍ରିକେଟର ଆଲେକ୍ସ ହେଲ୍ସ ମଧ୍ୟ ଘୋଷିତ ଦିନିକିଆ ଦଳରେ ସ୍ଥାନ ପାଇଛନ୍ତି। ପୋଲିସ ହେଲ୍ସଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ ମଧ୍ୟ ଇସିବି ତାଙ୍କୁ ଆଶେସ ସିରିଜରୁ ଦଳରୁ ବାହାରେ ରଖିଥିଲା। ଦୁଇଦେଶ ମଧ୍ୟରେ ୫ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜ ଜାନୁୟାରୀ ୧୪ରୁ ମେଲବର୍ନରୁ ଆରମ୍ଭ ହେବ।
ଇଂଲଣ୍ଡ ଦିନିକିଆ ଦଳ: ଇଅନ ମୋର୍ଗାନ (ଅଧିନାୟକ), ମୋଇନ ଅଲି, ଜୋନାଥନ ବେୟାରଷ୍ଟୋ, ଜ୍ୟାକ ବଲ୍‌, ସାମ ବିଲିଙ୍ଗ୍ସ, ଜୋସ୍‌ ବଟଲର, ଟମ୍‌ କୁରାନ, ଆଲେକ୍ସ ହେଲ୍ସ, ଲିଆମ ପ୍ଲଙ୍କେଟ୍‌, ଆଡିଲ ରଶିଦ୍‌, ଜୋ ରୁଟ୍‌, ଜାସନ ରଏ, ବେନ୍‌ ଷ୍ଟୋକ୍ସ, ଡେଭିଡ୍‌ ଓ୍ବିଲୀ, କ୍ରିସ୍‌ ଓ୍ବକ୍ସ ଓ ମାର୍କ ଉଡ୍‌।

All Right Reserved By

Model This Week

ନିକିତା

ଖେଳ |

୨ ବର୍ଷରେ ପ୍ରଥମ ବିଜୟ ହାସଲ କଲେ ଆମୀର

୨ ବର୍ଷରେ ପ୍ରଥମ ବିଜୟ ହାସଲ କଲେ ଆମୀର

ଲିଭରପୁଲ, ୨୨।୪ (ଏ.ପି.)- ପୂର୍ବତନ ବିଶ୍ୱଚାମ୍ପିୟନ ବ୍ରିଟେନ ଅଭିଜ୍ଞ ବକ୍ସର ଅମୀର ଖାଁ ଗତ ୨ ବର୍ଷ ମଧ୍ୟରେ ତାଙ୍କର ପ୍ରଥମ ଫାଇଟରେ ବିଜୟୀ ହୋଇଛନ୍ତି। ଶନିବାର ଅନୁଷ୍ଠିତ ମୁକାବିଲାରେ ଆମୀର ମାତ୍ର ୩୯ ସେକେଣ୍ଡରେ କାନାଡ଼ାର ପେସାଦନାର ବକ୍ସର ଫିଲ ଲୋ ଗ୍ରିକୋଙ୍କୁ ପରାସ୍ତ କରି ସେ ଏହି ସଫଳତା ହାସଲ କରିଛନ୍ତି। ଘରୋଇ ପରିବେଶ ଆମୀର ଗତ ୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଲଢ଼େଇରେ ଅବତୀର୍ଣ୍ଣ ହୋଇଥିଲେ ଓ ବେଶ୍‌ ଉଚ୍ଚକୋଟୀର ପଦର୍ଶନ କରିଥିଲେ। ଏହାପୂର୍ବରୁ ୨୦୧୬ ମେ’ ମାସରେ ୩୧ ବର୍ଷୀୟ ଆମୀର ସଲ କାନେଲୋ ଆଲଭାରେଜଙ୍କଠାରୁ ପରାସ୍ତ ହୋଇଥିଲେ।

ପୂର୍ବତନ ବ୍ରାଜିଲ ଗୋଲ କିପର ଜୁଲିଓଙ୍କ ଅବସର

ପୂର୍ବତନ ବ୍ରାଜିଲ ଗୋଲ କିପର ଜୁଲିଓଙ୍କ ଅବସର

ରିଓ ଡି ଜାନେଇରୋ, ୨୨।୪ (ଏ.ପି.)- ପୂର୍ବତନ ବ୍ରାଜିଲ ଗୋଲ୍‌ କିପର ଜୁଲିଓ ସିଜାର ଫୁଟବଲରୁ ଅବସର ନେଇଛନ୍ତି । ୩୮ ବର୍ଷୀୟ ଜୁଲିଓ ନିଜ ପିଲାବେଳର କ୍ଲବ୍‌ ଫ୍ଲାମେଙ୍ଗୋ ତରଫରୁ ତାଙ୍କର ଶେଷ ମ୍ୟାଚ ଖେଳି ଏ ନେଇ ଘୋଷଣା କରିଛନ୍ତି। ସେ ପୂର୍ବରୁ ଇଣ୍ଟର ମିଲାନ, ବେନଫିକା ତରଫରୁ ଖେଳି ବେଶ୍‌ ସଫଳତା ହାସଲ କରିଥିଲେ। ଐତିହାସିକ ମାରାକାନା ଷ୍ଟାଡିୟମରେ ଶନିବାର ରାତିରେ ଅନୁଷ୍ଠିତ ମ୍ୟାଚ୍‌ରେ ତାଙ୍କ କ୍ଲବ ୨-୦ ଗୋଲରେ ଆମେରିକାକୁ ପରାସ୍ତ କରିଥିଲା। ବ୍ରାଜିଲିଆନ ଚାମ୍ପିୟନଶିପ୍‌ର ଏହି ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ଜୁଲିଓ ବେଶ୍‌ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ। ଅବସର କଥା ଘୋଷଣା କରିବା ବେଳେ ଜୁଲିଓ ବେଶ୍‌ ଭାବପ୍ରବଣ ହୋଇ ପଡିଥିଲେ ଓ ତାଙ୍କ ଆଖି ଛଳଛଳ ହୋଇଥିଲା

ଜୁନିୟର ବାସ୍କେଟବଲ ଚାମ୍ପିୟନଶିପ୍‌ ବାଳିକା ବର୍ଗର ଫାଇନାଲରେ ବିବିଏ-ଟ୍ରଟର୍ସ

କଟକ ଅଫିସ, ୨୨।୪- ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଓଡ଼ିଶା ବାସ୍କେଟବଲ ଆସୋସିଏଶନ ଆନୁକୂଲ୍ୟରେ ଚାଲିଥିବା ରାଜ୍ୟସ୍ତରୀୟ ଜୁନିୟର ବାସ୍କେଟବଲ ଚାମ୍ପିୟନଶିପ୍‌ର ଶନିବାର ଖେଳ ଶେଷ ହୋଇଛି। ପ୍ରତିଯୋଗିତାର ବାଳିକା ବର୍ଗର ଫାଇନାଲକୁ ବିବିଏ ଓ ଟ୍ରଟର୍ସ ପ୍ରବେଶ କରିଛନ୍ତି।

ବିଶ୍ୱ ଫୁଟ୍‌ଭଲି ଚାମ୍ପିୟନଶିପ୍‌  ଜାତୀୟ ଦଳରେ ୩ ଓଡ଼ିଆ

ବିଶ୍ୱ ଫୁଟ୍‌ଭଲି ଚାମ୍ପିୟନଶିପ୍‌ ଜାତୀୟ ଦଳରେ ୩ ଓଡ଼ିଆ

କଟକ ଅଫିସ,୨୨।୪- ଏପ୍ରିଲ ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ ବିଶ୍ୱ ଫୁଟଭଲି ଚାମ୍ପିୟନଶିପ ଅନୁଷ୍ଠିତ ହେବ। ଏ ନେଇ କଟକ ସିଟି ଫୁଟ୍‌ଭଲି ଆସୋସିଏଶନ ପକ୍ଷରୁ ବାରବାଟୀ ଷ୍ଟାଡିୟମସ୍ଥିତ ଓସିଏ ସମ୍ମିଳନୀ କକ୍ଷରେ ଭାରତୀୟ ଦଳକୁ ଶନିବାର ସମ୍ବର୍ଦ୍ଧନା ଦିଆଯାଇଥିଲା।

ଅଲ୍‌ଓଡ଼ିଶା ଓପନ୍‌ ହ୍ୟାଣ୍ଡିକ୍ୟାପ୍‌ ସ୍ନୁକର ଅବିନାଶଙ୍କୁ ହରାଇଲେ ଶ୍ୟାମ

ଭୁବନେଶ୍ୱର, ୨୨।୪(ସ୍ପୋଟର୍‌ସ ବ୍ୟୁରୋ)- ଭିନ୍‌ଟେଜ କ୍ଲବ ଆନୁକୂଲ୍ୟରେ ଚାଲିଥିବା ଅଲ୍‌ଓଡ଼ିଶା ଓପନ୍‌ ହ୍ୟାଣ୍ଡିକ୍ୟାପ୍‌ ସ୍ନୁକର ଚାମ୍ପିୟନଶିପ୍‌ର ଶନିବାର ଥିଲା ୩ୟ ଦିବସ। ଏଥିରେ ଏକାଧିକ ମ୍ୟାଚ୍‌ ଖେଳାଯାଇଥିବାବେଳେ ଜୁନିୟର ଷ୍ଟେଟ୍‌ ସ୍ନୁକର ରନର୍ସଅପ୍‌ ଅବିନାଶ ମହାପାତ୍ରଙ୍କୁ ୨-୦ରେ ଶ୍ରାମ ଅଗ୍ରଓ୍ବାଲ ହରାଇବା ଦିବସର ଉଲ୍ଲେଖନୀୟ ଘଟଣା ରହିଥିଲା।

ଫେଡ୍‌ କପ୍‌ ଚେକ୍‌ ରିପବ୍ଲିକକୁ ଅଗ୍ରଣୀ କଲେ କ୍ୱିଟୋଭା, ପ୍ଲିସ୍‌କୋଭା

ଷ୍ଟୁଟଗାର୍ଟ, ୨୨।୪(ପି.ଟି.)-ପେଟ୍ରା କ୍ୱିଟୋଭା ଓ କାରୋଲିନା ପ୍ଲିସକୋଭା ସେମାନଙ୍କ ମ୍ୟାଚରେ ବିଜୟ ହାସଲ କରିବା ଦ୍ୱାରା ଶନିବାର ଜର୍ମାନୀ ବିପକ୍ଷ ଫେଡ୍‌ କପ୍‌ ସେମିଫାଇନାଲ ମ୍ୟାଚରେ ଚେକ୍‌ ରିପବ୍ଲିକ ୨-୦ରେ ଅଗ୍ରଣୀ ଲାଭ କରିଛି।

ନାଡାଲ-ନିଶିକୋରୀ ଫାଇନାଲ

ନାଡାଲ-ନିଶିକୋରୀ ଫାଇନାଲ

ମଣ୍ଟେ କାର୍ଲୋ, ୨୨ା୪ (ଏଏଫ୍‌ପି)- ବିଶ୍ୱର ନମ୍ବର ଓ୍ବାନ ଖେଳାଳି ରାଫାଲ ନାଡାଲ ଓ ଜାପାନର କେଇ ନିଶିକୋରୀଙ୍କ ମଧ୍ୟରେ ୧୨ତମ ମଣ୍ଟେ କାର୍ଲୋ ମାଷ୍ଟର୍ସ ଟେନିସ ଫାଇନାଲ ମ୍ୟାଚ ଖେଳାଯିବ। ଶନିବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ସ୍ପେନ୍‌ର ୩୧ ବର୍ଷୀୟ ନାଡାଲ ଚତୁର୍ଥ ସିଡ୍‌ ତଥା ବୁଲଗେରିଆର ଗ୍ରିଗୋର ଦିମିତ୍ରିଭଙ୍କୁ ୬-୪, ୬-୧ ସେଟ୍‌ରେ ହରାଇ ଦେଇଛନ୍ତି।

ଆନ୍ତଃ କ୍ରୀଡ଼ା ଛାତ୍ରାବାସ ଫୁଟବଲ ଉଦ୍‌ଘାଟିତ କେନ୍ଦୁଝର ବିଜୟୀ

ଆନ୍ତଃ କ୍ରୀଡ଼ା ଛାତ୍ରାବାସ ଫୁଟବଲ ଉଦ୍‌ଘାଟିତ କେନ୍ଦୁଝର ବିଜୟୀ

ଭୁବନେଶ୍ୱର, ୨୨।୪ (ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ରାଜ୍ୟରେ ଥିବା ସମସ୍ତ ଫୁଟବଲ କ୍ରୀଡ଼ା ଛାତ୍ରାବାସଗୁଡିକୁ ନେଇ ଏକ ଆନ୍ତଃ କ୍ରୀଡ଼ା ଛାତ୍ରାବାସ ଫୁଟବଲ ପ୍ରତିଯୋଗିତା ଆରମ୍ଭ ହୋଇଛି। ସହକାରୀ ନିର୍ଦ୍ଦେଶକ ସନାତନ ସାହୁ ଏହି ଟୁର୍ନାମେଣ୍ଟର ଉଦ୍‌ଘାଟନ କରିଥିଲେ।

ଜାତୀୟ ଜୁନିୟର ଆଥ୍‌ଲେଟିକ ପ୍ରଜ୍ଞା, ମନୀଷାଙ୍କୁ ରୌପ୍ୟ

ଜାତୀୟ ଜୁନିୟର ଆଥ୍‌ଲେଟିକ ପ୍ରଜ୍ଞା, ମନୀଷାଙ୍କୁ ରୌପ୍ୟ

କଟକ ଅଫିସ,୨୨।୪- ୧୬ତମ ଫେଡେରେଶନ୍‌ କପ୍‌ ଜାତୀୟ ଜୁନିୟର ଆଥ୍‌ଲେଟିକ ଚାମ୍ପିୟନଶିପ୍‌ରେ ଓଡ଼ିଶାକୁ ୨ଟି ରୌପ୍ୟ ପଦକ ମିଳିଛି। ତାମିଲନାଡୁର କୋଏମ୍ବାଟୁରଠାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାର ଶନିବାର ଦ୍ୱିତୀୟ ଦିବସ ରହିଥିଲା। ୧୦ଜଣିଆ ଓଡ଼ିଶା ଦଳରୁ ୨ଜଣ ବାଳିକା ଖେଳାଳି ଏହି ପଦକ ଜିତିବା ସହ ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି।

ଆଇପିଏଲ୍‌ ୧୧: ବାଙ୍ଗାଲୋରର ଦ୍ୱିତୀୟ ବିଜୟ

ଆଇପିଏଲ୍‌ ୧୧: ବାଙ୍ଗାଲୋରର ଦ୍ୱିତୀୟ ବିଜୟ

ବାଙ୍ଗାଲୋର, ୨୨।୪(ପି.ଟି.)- ଅଭିଜ୍ଞ ଏବି ଡି’ଭିଲର୍ସଙ୍କ ଧୂଆଁଧାର ୯୦ ରନ (୩୯ ବଲ, ୧୦ ଚୌକା, ୫ ଛକା)ର ପାଳି ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୯ତମ ମ୍ୟାଚରେ ଗୌତମ ଗମ୍ଭୀରଙ୍କ ଦିଲ୍ଲୀ ଡେୟାର ଡେଭିଲ୍ସକୁ ୧୨ଟି ବଲ ବାକି ଥାଇ ୬ ଉଇକେଟରେ ପରାସ୍ତ କରିଛି। ସ୍ଥାନୀୟ ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଶନିବାର ଟସ୍‌ ଜିତି ବାଙ୍ଗାଲୋର ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ସେତେଟା ଭଲ ଆରମ୍ଭ କରି ନ ଥିଲେ ମଧ୍ୟ ରିଷଭ ପନ୍ତ ଓ ଶ୍ରେୟାସ ଆୟାରଙ୍କ ଦମ୍‌ଦାର ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୧୭୪ରନ ଚ୍ୟାଲେଞ୍ଜିଂ ସ୍କୋର ଛିଡା କରିଥିଲା।

ଆନ୍ତଃ ବିଦ୍ୟାଳୟ ସଫ୍ଟ ବଲ୍‌ ଚାମ୍ପିୟନଶିପ

ରାଉରକେଲା ଅଫିସ,୨୨।୪- ରାଉରକେଲା ସଫ୍ଟ ବଲ ଆସୋସିଏଶନ ପକ୍ଷରୁ ୨ଦିନିଆ ଆନ୍ତଃ ସ୍କୁଲ ପ୍ରତିଯୋଗିତା ଦିଲ୍ଲୀ ପବ୍ଲିକ ସ୍କୁଲରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉଦିତନଗର ସ୍କୁଲ, ଦିଲ୍ଲୀ ପବ୍ଲିକ ସ୍କୁଲ, ବାଜି ରାଉତ ସ୍କୁଲ, ଇସ୍ପାତ ଇଂଲିଶ ମିଡିୟମ ସ୍କୁଲ ଓ ଏନ୍‌ଆଇଟି ଭଳି ୫ଟି ଶିକ୍ଷାନୁଷ୍ଠାନ ଭାଗ ନେଇଥିଲେ। ବାଳକ ବିଭାଗରେ ଏନ୍‌ଆଇଟି ଓ ବାଳିକା ବିଭାଗରେ ଉଦିତନଗର ବିଜୟୀ ହୋଇଛନ୍ତି। ଦିଲ୍ଲୀ ପବ୍ଲିକ୍‌ ସ୍କୁଲର ବାଳକ ଓ ବାଳିକା ଟିମ୍‌ ରନର୍ସଅପ୍‌ ହୋଇଛନ୍ତି।

ରାଜ୍ୟ ପୋଲିସ ଭଲିବଲ: ମୟୂରଭଞ୍ଜ, ସମ୍ବଲପୁର, କୋରାପୁଟ ବିଜୟୀ

ରାଜ୍ୟ ପୋଲିସ ଭଲିବଲ: ମୟୂରଭଞ୍ଜ, ସମ୍ବଲପୁର, କୋରାପୁଟ ବିଜୟୀ

ସମ୍ବଲପୁର, ୨୧।୪ (ବ୍ୟୁରୋ)- ୭୫ତମ ରାଜ୍ୟ ପୋଲିସ ଭଲିବଲ ଚାମ୍ପିୟନଶିପ୍‌-୨୦୧୮ ଶନିବାର ଦ୍ୱିତୀୟ ଦିବସ ମ୍ୟାଚ ସମ୍ବଲପୁର ରିଜର୍ଭ ପୋଲିସ ପଡିଆସ୍ଥିତ ୩ଟି ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏଥିରେ ମୟୂରଭଞ୍ଜ, ପ୍ରଥମ ଏସଏସବିଏମ୍‌ ସମ୍ବଲପୁର, ଓଏସଏପି ପଞ୍ଚମ ବାଟାଲିୟନ୍‌ ବିପିଡି, ଅନୁଗୋଳ, ୱାଇଏସ୍‌ଏଫ୍‌ ଭୁବନେଶ୍ୱର, ପ୍ରଥମ ଆଇଆରବିଏନ୍‌ କୋରାପୁଟ ବିଜୟୀ ହୋଇ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି।