Dharitri News
ଖେଳ |

ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ର ୨ୟ ସ୍ଥାନରେ କୋହଲି

ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ର ୨ୟ ସ୍ଥାନରେ କୋହଲି ଦୁବାଇ, ୭।୧୨(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ସଦ୍ୟ ପ୍ରକାଶିତ ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ ଅନୁଯାୟୀ ଭାରତୀୟ ଅଧିନାୟକ ବିରାଟ କୋହଲି ବ୍ୟାଟିଂ ତାଲିକାର ୨ୟ ସ୍ଥାନଙ୍କୁ ଉନ୍ନୀତ ହୋଇଛନ୍ତି। ଶେଷ ହୋଇଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ଆଖିଦୃଶିଆ ବ୍ୟାଟିଂ ପ୍ରଦର୍ଶନ ଯୋଗୁ କୋହଲି ୩ଟି ସ୍ଥାନ ଉପରକୁ ଉଠିଛନ୍ତି। ଏହି ସିରିଜରେ କୋହଲି ୩ଟି ମ୍ୟାଚ୍‌ରୁ ୧୫୨.୫୦ ଆଭରେଜରେ ମୋଟ୍‌ ୬୧୦ ରନ ସଂଗ୍ରହ କରିଛନ୍ତି। ଏହା ମଧ୍ୟରେ ଅନ୍ତିମ ତଥା ୩ୟ ଟେଷ୍ଟର ପ୍ରଥମ ଇନିଂସରେ କ୍ୟାରିୟର ଶ୍ରେଷ୍ଠ ୨୪୩ ଓ ୨ୟ ଇନିଂସର ୫୦ ରନ ସାମିଲ ରହିଛି। ସିରିଜରେ କୋହଲିଙ୍କ ଏହା ଦ୍ୱିତୀୟ ଦ୍ୱିଶତକୀୟ ଇନିଂସ ଥିଲା। ସିରିଜ ଆରମ୍ଭରୁ ବ୍ୟାଟିଂ ତାଲିକାର ୬ଷ୍ଠ ସ୍ଥାନରେ ରହିଥିବା ବିରାଟ ଏହି ପ୍ରଦର୍ଶନ ବଳରେ ଡେଭିଡ୍‌ ଓ୍ବାର୍ନର, ଚେତେଶ୍ୱର ପୁଜାରା, କେନ ଓ୍ବିଲିୟମସନ ଓ ଜୋ ରୁଟ୍‌ଙ୍କୁ ପଛରେ ପକାଇ ୨ୟ ସ୍ଥାନ ହାସଲ କରିବାରେ ସଫଳ ହୋଇଥିଲେ। କୋହଲି ଆଉ ୪୫ ପଏଣ୍ଟ ହାସଲ କରିପାରିଲେ ବ୍ୟାଟିଂ ତାଲିକାର ଶୀର୍ଷରେ ଥିବା ଅଷ୍ଟ୍ରେଲିଆର ଷ୍ଟିଭେନ ସ୍ମିଥ୍‌ (୯୩୮)ଙ୍କୁ ପଛରେ ପକାଇବାରେ ସମର୍ଥ ହେବେ। ଏହା ହାସଲ କରିପାରିଲେ କୋହଲି କ୍ରିକେଟର ୩ଟି ଯାକ ଫର୍ମାଟ୍‌ରେ ଶୀର୍ଷ ସ୍ଥାନ ହାସଲ କରିବାର ସୌଭାଗ୍ୟ ଲାଭ କରିବେ। ଏଥିପୂର୍ବରୁ ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ ପ୍ରାକ୍ତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏକ ସମୟମରେ ୩ଟି ଯାକ ଫର୍ମାଟ୍‌ର ଶୀର୍ଷ ସ୍ଥାନରେ ରହିବାର କୃତିତ୍ୱ ଲାଭ କରିଥିଲେ। ୨୦୦୫-୦୬ ସିଜନରେ ପଣ୍ଟିଂ ଏହି ସଫଳତା ହାସଲ କରିଥିଲେ। ଅନ୍ୟ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ମୂରଲୀ ବିଜୟ ୩ଟି ସ୍ଥାନ ଉପରକୁ ଉଠି ୨୫ତମ ସ୍ଥାନରେ ରହିଛନ୍ତି। ରୋହିତ ଶର୍ମା ମଧ୍ୟ ୪୬ରୁ ୪୦ତମ ସ୍ଥାନକୁ ଲମ୍ଫ ପ୍ରଦାନ କରିଛନ୍ତି। ପୂଜାରା ଗୋଟିଏ ସ୍ଥାନ ହରାଇଥିବାବେଳେ ପ୍ରମୁଖ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ୪ର୍ଥ ସ୍ଥାନରେ ପୂର୍ବଭଳି ଅପରିବର୍ତ୍ତିତ ରହିଛନ୍ତି। ଅଲ୍‌ରାଉଣ୍ଡର ତାଲିକାରେ ଜାଡେଜା ୨ୟ ଓ ଅଶ୍ୱିନ ୪ର୍ଥ ସ୍ଥାନରେ ରହିଛନ୍ତି।

ଖେଳ |

ତୃତୀୟ ରାଉଣ୍ଡରେ ଜୋକୋଭିଚ୍‌, ଫେଡେରର, ଶାରାପୋଭା, ହାଲେପ

ତୃତୀୟ ରାଉଣ୍ଡରେ ଜୋକୋଭିଚ୍‌, ଫେଡେରର, ଶାରାପୋଭା, ହାଲେପ

ମେଲବୋର୍ନ,୧୮ା୧(ଏ.ଏଫ୍‌.ପି.)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍‌ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ ଟେନିସ ଚତୁର୍ଥ ଦିନରେ ପହଞ୍ଚିଛି। ଉଭୟ ପୁରୁଷ ଓ ମହିଳା ସିଙ୍ଗଲ୍ସରେ କେତୋଟି ବିପର୍ଯ୍ୟୟକୁ ବାଦ ଦେଲେ ସିଡେଡ ଖେଳାଳିମାନଙ୍କ ବିଜୟ ଅଭିଯାନ ଜାରି ରହିଛି।

ଆଇସିସି ପୁରସ୍କାରରେ କୋହଲିଙ୍କ ଆଧିପତ୍ୟ

ଆଇସିସି ପୁରସ୍କାରରେ କୋହଲିଙ୍କ ଆଧିପତ୍ୟ

ଦୁବାଇ,୧୮ା୧(ପି.ଟି.)- ଆନ୍ତର୍ଜାତିକ କ୍ରିକେଟ କାଉନସିଲ୍‌ (ଆଇସିସି) ବାର୍ଷିକ ପୁରସ୍କାରରେ ଭାରତୀୟ ଅଧିନାୟକ ତଥା ରନ ମେଶିନ ବିରାଟ କୋହଲିଙ୍କ ଆଧିପତ୍ୟ ଦେଖିବାକୁ ମିଳିଛି।

ହକି ଗାଙ୍ଗପୁର ସେମିଫାଇନାଲରେ

ହକି ଗାଙ୍ଗପୁର ସେମିଫାଇନାଲରେ

ଭୁବନେଶ୍ୱର, ୧୮।୧(କ୍ରୀଡ଼ା ପ୍ରତିନିଧି)- ହରିୟାଣାର ହିସାରଠାରେ ଚାଲିଥିବା ଜାତୀୟ ସବ୍‌ଜୁନିୟର ମହିଳା ହକି ଟୁର୍ନାମେଣ୍ଟର ସେମିଫାଇନାଲରେ ହକି ଗାଙ୍ଗପୁର-ଓଡ଼ିଶା ପ୍ରବେଶ କରିଛି।

ପୂର୍ବାଞ୍ଚଳ ଏଜି ହକି: ଝାଡ଼ଖଣ୍ଡକୁ ହରାଇ ଫାଇନାଲରେ ଓଡ଼ିଶା

ପୂର୍ବାଞ୍ଚଳ ଏଜି ହକି: ଝାଡ଼ଖଣ୍ଡକୁ ହରାଇ ଫାଇନାଲରେ ଓଡ଼ିଶା

ଭୁବନେଶ୍ୱର, ୧୮।୧(କ୍ରୀଡ଼ା ପ୍ରତିନିଧି)- ସ୍ଥାନୀୟ ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମରେ ଗୁରୁବାର ପୂର୍ବାଞ୍ଚଳ ଆକାଉଣ୍ଟ୍ସ ଓ ଅଡିଟ୍‌ ହକି ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚରେ ଗତବର୍ଷର ରନର୍ସଅପ୍‌ ଏଜି ଝାଡ଼ଖଣ୍ଡକୁ ୭-୨ ଗୋଲରେ ପରାସ୍ତ କରି ଓଡ଼ିଶା ଫାଇନାଲରେ ପ୍ରବେଶ କରିଛି।

ଗୋଆରେ ପ୍ଲେ-ଅଫ୍‌ ପାଇଁ ଓଡ଼ିଶା ପ୍ରସ୍ତୁତ

ଗୋଆରେ ପ୍ଲେ-ଅଫ୍‌ ପାଇଁ ଓଡ଼ିଶା ପ୍ରସ୍ତୁତ

ଭୁବନେଶ୍ୱର, ୧୮।୧(କ୍ରୀଡ଼ା ପ୍ରତିନିଧି)- ଜୁନିୟର ବର୍ଗର ଆଇ-ଲିଗ୍‌ ଫୁଟବଲରେ ପଦାର୍ପଣ କରିଥିବା ଓଡ଼ିଶା(କ୍ରୀଡ଼ା ଛାତ୍ରାବାସ ଦଳ) ଗୋଆରେ ପ୍ଲେ-ଅଫ୍‌ ଖେଳିବ।

ଚତୁଃରାଷ୍ଟ୍ରୀୟ ହକି ସିରିଜ୍‌ ବେଲଜିୟମଠୁ ହାରିଲା ଭାରତ

ଚତୁଃରାଷ୍ଟ୍ରୀୟ ହକି ସିରିଜ୍‌ ବେଲଜିୟମଠୁ ହାରିଲା ଭାରତ

ଟୌରାଙ୍ଗ (ନ୍ୟୁଜିଲାଣ୍ଡ), ୧୮।୧(ପି.ଟି.)- ଏଠାରେ ଚାଲିଥିବା ଚତୁଃରାଷ୍ଟ୍ରୀୟ ଆମନ୍ତ୍ରଣୀୟ ହକି ସିରିଜ୍‌ର ୨ୟ ମ୍ୟାଚ୍‌ରେ ଭାରତୀୟ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ବୃହତ୍‌ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଭାରତକୁ ୨ୟ ମ୍ୟାଚ୍‌ରେ ୨-୦ ଗୋଲ୍‌ରେ ବେଲଜିୟମ ପରାସ୍ତ କରିଛି।

ବ୍ରିସ୍‌ବେନ ଦିନିକିଆରୁ ହାଜେଲଉଡ୍‌ ବାଦ୍‌

ବ୍ରିସ୍‌ବେନ ଦିନିକିଆରୁ ହାଜେଲଉଡ୍‌ ବାଦ୍‌

ସିଡ୍‌ନୀ, ୧୮।୧-ଅଷ୍ଟ୍ରେଲିଆ ଦଳ ଦ୍ରୁତ ବୋଲର ଜୋଶ ହାଜେଲଉଡ୍‌ ଭ୍ରମଣକାରୀ ଇଂଲଣ୍ଡ ବିପକ୍ଷ ୨ୟ ଦିନିକିଆରୁ ବାଦ୍‌ ପଡ଼ିଛନ୍ତି। ଅସୁସ୍ଥତା କାରଣରୁ ବ୍ରିସ୍‌ବେନ ଦିନିକିଆରେ ସେ ଖେଳିବେ ନାହିଁ। ଏ ନେଇ ଅଷ୍ଟ୍ରେଲିଆ ଦଳୀୟ ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଛି। ତାଙ୍କ ବଦଳରେ ଝେ ରିଚାର୍ଡସନଙ୍କୁ ପଦାର୍ପଣ କରିବାର ସୁଯୋଗ ମିଳିପାରେ।

ଅଷ୍ଟ୍ରେଲିଆନ୍‌ ଓପନ୍‌: ୩ୟ ରାଉଣ୍ଡରେ ଶାରାପୋଭା-କର୍ବର

ଅଷ୍ଟ୍ରେଲିଆନ୍‌ ଓପନ୍‌: ୩ୟ ରାଉଣ୍ଡରେ ଶାରାପୋଭା-କର୍ବର

ମେଲବୋର୍ନ, ୧୮।୧- ଚଳିତ ସିଜନ୍‌ର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ର ମହିଳା ସିଙ୍ଗଲ୍ସ ବର୍ଗରେ ମାରିଆ ଶାରାପୋଭା ଓ ଆଞ୍ଜେଲିକ କର୍ବର ୩ୟ ରାଉଣ୍ଡ ମୁକାବିଲାରେ ପରସ୍ପରକୁ ଭେଟିବେ। ଗୁରୁବାର ଖେଳାଯାଇଥିବା ୨ୟ ରାଉଣ୍ଡ ମୁକାବିଲାକୁ ପୂର୍ବତନ ଚାମ୍ପିୟନ୍‌ ଶାରାପୋଭା ସିଧାସଳଖ ସେଟ୍‌ରେ ଜିତି ନିଜର ଅଭିଯାନ ଜାରି ରଖିଛନ୍ତି।

ପେସ, ବୋପନ୍ନାଙ୍କ ବିଜୟୀ ଅଭିଯାନ

ପେସ, ବୋପନ୍ନାଙ୍କ ବିଜୟୀ ଅଭିଯାନ

ମେଲବୋର୍ନ, ୧୮।୧- ଭେଟେରାନ ଟେନିସ୍‌ ଖେଳାଳି ଲିଆଣ୍ଡର ପେସ୍‌ ଓ ରୋହନ ବୋପନ୍ନା ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ର ପୁରୁଷ ଡବଲ୍ସ ବର୍ଗରେ ନିଜ ଯୋଡ଼ିଦାରଙ୍କ ସହ ବିଜୟ ଅଭିଯାନ ଆରମ୍ଭ କରିଛନ୍ତି।

ଦୃଷ୍ଟିହୀନ କ୍ରିକେଟ୍‌ ବିଶ୍ୱକପ୍‌: ଭାରତ- ପାକିସ୍ତାନ ଫାଇନାଲ

ଦୃଷ୍ଟିହୀନ କ୍ରିକେଟ୍‌ ବିଶ୍ୱକପ୍‌: ଭାରତ- ପାକିସ୍ତାନ ଫାଇନାଲ

ଅଜମାନ,୧୮ା୧(ପି.ଟି.)- ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଚାଲିଥିବା ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପ୍‌ର ପଞ୍ଚମ ସଂସ୍କରଣରେ ଭାରତ ଦମ୍‌ଦାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛି।

ଅଷ୍ଟ୍ରେଲିଆନ୍‌ ଓପନ୍‌: ତୃତୀୟ ରାଉଣ୍ଡରେ ନାଡାଲ, ଓଜ୍‌ନିଆକି

ଅଷ୍ଟ୍ରେଲିଆନ୍‌ ଓପନ୍‌: ତୃତୀୟ ରାଉଣ୍ଡରେ ନାଡାଲ, ଓଜ୍‌ନିଆକି

ମେଲବୋର୍ନ,୧୭ା୧(ଏ.ଏଫ୍‌.ପି.)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ୍‌ ତୃତୀୟ ଦିନରେ ପହଞ୍ଚିଛି। ସିଡେଡ ଖେଳାଳିମାନେ ଅଗ୍ରଗତି କରିଛନ୍ତି।

ସୁପର୍‌ ଓଭରରେ ଓଡ଼ିଶାକୁ ଜିତାଇଲେ ପ୍ରିୟଙ୍କା

କଟକ ଅଫିସ,୧୭ା୧- ରୋମାଞ୍ଚକ ମ୍ୟାଚ୍‌ରେ ବିଜୟୀ ହୋଇ ଓଡ଼ିଶା ସିନିୟର ମହିଳା ଟି୨୦ ଟୁର୍ନାମେଣ୍ଟର ନକ୍‌ଆଉଟ୍‌ ରାଉଣ୍ଡକୁ ପ୍ରବେଶ କରିଛି। ପ୍ରଥମଥର ପାଇଁ ଓଡ଼ିଶା ଉକ୍ତ ପ୍ରତିଯୋଗିତାରେ ଗ୍ରୁପ୍‌ ଚାମ୍ପିୟନ ମଧ୍ୟ ହୋଇଛି।