ଖେଳ |

ଜାତୀୟ କ୍ରୀଡ଼ା ପର୍ଯ୍ୟବେକ୍ଷକ ପଦରୁ ସୁଶୀଲଙ୍କ ଇସ୍ତଫା

ଜାତୀୟ କ୍ରୀଡ଼ା ପର୍ଯ୍ୟବେକ୍ଷକ ପଦରୁ ସୁଶୀଲଙ୍କ ଇସ୍ତଫା
ନୂଆଦିଲ୍ଲୀ, ୭।୧୨(ପି.ଟି.)- ମହିଳା ଚାମ୍ପିୟନ୍‌ ବକ୍ସର ଏମ୍‌.ସି. ମେରୀକମ୍‌ଙ୍କ ପରେ ଦୁଇଥର ଅଲିମ୍ପିକ୍‌ ପଦକ ବିଜେତା ସୁଶୀଲ କୁମାର ଜାତୀୟ କ୍ରୀଡ଼ା ପର୍ଯ୍ୟବେକ୍ଷକ ପଦରୁ ଇସ୍ତଫା ଦେଇଛନ୍ତି। ତେବେ ସେ ଜାତୀୟ କୁସ୍ତିର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିଲେ। ୩୪ ବର୍ଷୀୟ ଏହି କୁସ୍ତିଯୋଦ୍ଧାଙ୍କୁ ପୂର୍ବତନ କ୍ରୀଡ଼ାମନ୍ତ୍ରୀ ବିଜୟ ଗୋଏଲ ନିଯୁକ୍ତ କରିଥିଲେ। ‘କୁସ୍ତିଯୋଦ୍ଧା ସୁଶୀଲ କୁମାର ଓ ବକ୍ସର ଏମ୍‌.ସି. ମେରୀକମ୍‌ କ୍ରୀଡ଼ା ପର୍ଯ୍ୟବେକ୍ଷକ ପଦରୁ ଇସ୍ତଫା ଦେଇଛନ୍ତି। ଉଭୟ ଆଥ୍‌ଲେଟ୍‌ ନିଜ ନିଜ କ୍ରୀଡ଼ାରେ ଏବେ ବି ସକ୍ରିୟ ଥିବାରୁ ଏଭଳି ନିଷ୍ପତ୍ତି କରିଛନ୍ତି। କାରଣ ସମାନ ସମୟରେ ପର୍ଯ୍ୟବେକ୍ଷକ ପଦ ଓ କ୍ରୀଡ଼ାବିତ୍‌ ଭାବେ ସକ୍ରିୟ ଥିବାରୁ ଦୁହିଙ୍କ ଉପରେ କନଫ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟ ଭଳି ସ୍ଥିତି ଉପୁଜିବାର ସମ୍ଭାବନା ଥିଲା। କ୍ରୀଡ଼ାର ସ୍ବତନ୍ତ୍ରତା ବଜାୟ ରଖିବା ପାଇଁ ଉଭୟ ଆଥ୍‌ଲେଟ ଦେଇଥିବା ଇସ୍ତଫାକୁ କ୍ରୀଡ଼ା ମନ୍ତ୍ରଣାଳୟ ଗ୍ରହଣ କରିଛି’ ବୋଲି କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ଏଥିନେଇ କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର ସୁଶୀଲ ଓ ମେରୀକମ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୂଚନାଥାଉ କି, କିଛିଦିନ ପୂର୍ବେ ମେରୀକମ୍‌ ଜାତୀୟ ବକ୍ସିଂ ପର୍ଯ୍ୟବେକ୍ଷକ ପଦରୁ ଇସ୍ତଫା ଦେଇଥିଲେ।
All Right Reserved By

ଖେଳ |

ଆବୁଧାବି ଟେଷ୍ଟ ଜିତିଲା ପାକିସ୍ତାନ

ଆବୁଧାବି ଟେଷ୍ଟ ଜିତିଲା ପାକିସ୍ତାନ

ଆବୁଧାବି,୧୯।୧୦- ପେସର ମହମ୍ମଦ ଆବାସଙ୍କ ଘାତକ ବୋଲିଂ ଆଗରେ ଅଷ୍ଟ୍ରେଲିଆ ବ୍ୟାଟିଂ ଲାଇନ୍‌ ଅଫ୍‌ ଛତ୍ରଭଙ୍ଗ ଦେଇଛି। ଆବାସ ଏହି ମ୍ୟାଚ୍‌ର ଉଭୟ ଇନିଂସ୍‌ରେ ୫ ଉଇକେଟ ପାଇଛନ୍ତି। 

ସଚିନଙ୍କୁ ଚକିତ କଲେ ଲାରା

ସଚିନଙ୍କୁ ଚକିତ କଲେ ଲାରା

ମୁମ୍ବାଇ,୧୯।୧୦- କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ଓ୍ବେଷ୍ଟଇଣ୍ଡିଜ୍‌ ପୂର୍ବତନ ଅଧିନାୟକ ବ୍ରାୟନ ଲାରା ଚକିତ କରି ଦେଇଛନ୍ତି। ଲାରା ଶୁକ୍ରବାର ହଠାତ ମୁମ୍ବାଇ ଗସ୍ତ କରିବା ସହ ସଚିନଙ୍କୁ ଭେଟିଛନ୍ତି। 

ଅନ୍ତର୍ଜାତୀୟ କ୍ରିକେଟର ବୁକି ପ୍ରାୟତଃ ଭାରତୀୟ

ଅନ୍ତର୍ଜାତୀୟ କ୍ରିକେଟର ବୁକି ପ୍ରାୟତଃ ଭାରତୀୟ

ନୂଆଦିଲ୍ଲୀ,୧୯।୧୦- ଅନ୍ତର୍ଜାତୀୟ କ୍ରିକେଟର ବୁକିମାନେ ପ୍ରାୟତଃ ଭାରତୀୟ ବୋଲି ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି)ର ଜଣେ ବରିଷ୍ଠ କର୍ମକର୍ତ୍ତା କହିଛନ୍ତି। 

ମେଡିକାଲରେ ସର୍ଫରାଜ

ମେଡିକାଲରେ ସର୍ଫରାଜ

ଆବୁଧାବି,୧୯।୧୦- ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ୨ୟ ଟେଷ୍ଟରେ ପାକିସ୍ତାନ ଅଧିନାୟକ ଅହମ୍ମଦ ସର୍ଫାରାଜ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ମ୍ୟାଚ୍‌ର ୩ୟ ଦିବସରେ ତାଙ୍କ ମୁଣ୍ଡରେ ବଲ ବାଜିଥିଲା। 

ପାକିସ୍ତାନ ଗସ୍ତରୁ ଗୁପଟିଲ ବାଦ୍‌

ପାକିସ୍ତାନ ଗସ୍ତରୁ ଗୁପଟିଲ ବାଦ୍‌

ଅକ୍‌ଲାଣ୍ଡ,୧୯।୧୦- ପାକିସ୍ତାନ ବିପକ୍ଷରେ ୟୁଏଇଠାରେ ହେବାକୁ ଥିବା ଦିନିକିଆ ସିରିଜ୍‌ରୁ ନ୍ୟୁଜିଲାଣ୍ଡର ଓପନର ମାର୍ଟିନ ଗୁପଟିଲ ବାଦ୍‌ ପଡ଼ିଛନ୍ତି। ପ୍ଲଙ୍କେଟ ଶିଲ୍ଡ ଘରୋଇ ପ୍ରତିଯୋଗିତାରେ ଖେଳୁଥିବାବେଳେ ତାଙ୍କ ମାଂସପେଶୀ ଟାଣି ହୋଇଯାଇଥିଲା।

ଲିଓନଙ୍କ ନାମରେ ବିରଳ ରେକର୍ଡ

ଲିଓନଙ୍କ ନାମରେ ବିରଳ ରେକର୍ଡ

ଆବୁଧାବି,୧୯।୧୦- ଅଷ୍ଟ୍ରେଲିଆ ସ୍ପିନର ନାଥନ ଲିଓନ ଶୁକ୍ରବାର ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସ୍ଥାନୀୟ ଶେଖ ଜାୟେଦ ଷ୍ଟାଡିୟମଠାରେ ଚାଲିଥିବା ପାକିସ୍ତାନ ବିପକ୍ଷ ୨ୟ ଟେଷ୍ଟରେ ସେ ବିନା ନୋ ବଲ ପକାଇ ୨୦ ହଜାର ବଲ ପକାଇଛନ୍ତି। 

ଦେଓଧର ଟ୍ରଫିରେ ଖେଳିବେ ପପୁ ରୟ

ଦେଓଧର ଟ୍ରଫିରେ ଖେଳିବେ ପପୁ ରୟ

ଭୁବନେଶ୍ୱର,୧୯।୧୦(ସ୍ପୋଟର୍‌ସ ବ୍ୟୁରୋ)- ଆଗାମୀ ଦେଓଧର ଟ୍ରଫି ଲାଗି ବିସିସିଆଇ ପକ୍ଷରୁ ଗୁରୁବାର ଭାରତ ଏ, ବି ଓ ସି’ ଦଳ ଘୋଷିତ ହୋଇଯାଇଛି। ଓଡ଼ିଆ ସ୍ପିନର ପପୁ ରୟ ଭାରତ ସି’ ଦଳରେ ସ୍ଥାନ ପାଇଛନ୍ତି।

ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି: ଓମାନକୁ ୧୧-୦ରେ ହରାଇଲା ଭାରତ

ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି: ଓମାନକୁ ୧୧-୦ରେ ହରାଇଲା ଭାରତ

ନୂଆଦିଲ୍ଲୀ,୧୯।୧୦- ଭାରତୀୟ ହକି ଦଳ ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି ଟୁର୍ନାମେଣ୍ଟରେ ବୃହତ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ମୁସ୍କାଟଠାରେ ଖେଳାଯାଇଥିବା ମ୍ୟାଚ୍‌ରେ ଯୁବ ଖେଳାଳି ଦିଲପ୍ରିତ ସିଂ ହ୍ୟାଟ୍ରିକ ଗୋଲ କରିଛନ୍ତି।

ଆମ୍ରେଙ୍କ ସ୍ଥାନରେ କୈଫ ନିଯୁକ୍ତ

ଆମ୍ରେଙ୍କ ସ୍ଥାନରେ କୈଫ ନିଯୁକ୍ତ

ମୁମ୍ବାଇ,୧୯।୧୦- ଆଇପିଏଲ ଫ୍ରାଞ୍ଚାଇଜ୍‌ ଦିଲ୍ଲୀ ଡେୟାରଡେଭିଲ୍ସ(ଡିଡି)ରେ ଯୁବ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ତୁଲାଉଥିବା ପ୍ରବୀଣ ଆମ୍ରେଙ୍କ ସ୍ଥାନରେ ପୂର୍ବତନ ବ୍ୟାଟ୍ସମ୍ୟାନ ମହମ୍ମଦ କୈଫଙ୍କୁ ନିଯୁକ୍ତ କରାଯାଇଛି। ଆମ୍ରେ ଡିଡି ଦଳ ସହ ସହାୟକ କୋଚ୍‌ ଭାବେ କାର୍ଯ୍ୟ କରୁଥିଲେ।

ଡେନମାର୍କ ଓପନ:  ଲିନ ଡାନଙ୍କୁ ହରାଇ କ୍ୱାର୍ଟରରେ କିଡାମ୍ବି

ଡେନମାର୍କ ଓପନ: ଲିନ ଡାନଙ୍କୁ ହରାଇ କ୍ୱାର୍ଟରରେ କିଡାମ୍ବି

ଓଡେନ୍‌ସେ(ଡେନମାର୍କ),୧୯।୧୦(ପି.ଟି.)- କିଡାମ୍ବି ଶ୍ରୀକାନ୍ତ ଏଠାରେ ଚାଲିଥିବା ଡେନମାର୍କ ଓପନ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେ କିମ୍ବଦନ୍ତୀ ଶଟଲର ଲିନ ଡାନଙ୍କୁ ହରାଇଛନ୍ତି। 

ବିଜୟ ହଜାରେ ଟ୍ରଫି  ଫାଇନାଲରେ ମୁମ୍ବାଇ-ଦିଲ୍ଲୀ

ବିଜୟ ହଜାରେ ଟ୍ରଫି ଫାଇନାଲରେ ମୁମ୍ବାଇ-ଦିଲ୍ଲୀ

ବେଙ୍ଗାଲୁରୁ,୧୮।୧୦- ଚଳିତ ବିଜୟ ହଜାରେ ଟ୍ରଫି ଦିନିକିଆ ଟୁର୍ନାମେଣ୍ଟର ଟାଇଟଲ ମୁକାବିଲା ସ୍ପଷ୍ଟ ହୋଇଯାଇଛି। ଏଥିରେ ଗରୋଇ କ୍ରିକେଟର ଦୁଇ ଶକ୍ତିଶାଳୀ ଦଳ ଭେଟାଭେଟି ହେବେ। 

ମୁମ୍ବାଇ ସିଟି ଦଳରୁ ଦାବିନ୍ଦର ବାଦ୍‌

ମୁମ୍ବାଇ,୧୮।୧୦(ପି.ଟି.)- ମୁମ୍ବାଇ ସିଟି ଏଫ୍‌ସି ଡିଫେଣ୍ଡର ଦାବିନ୍ଦର ସିଂ ଚଳିତ ଇଣ୍ଡିଆନ ସୁପର ସିଜନରେ ଆହତ ହୋଇଛନ୍ତି। ଫଳରେ ସେ ଚଳିତ ସିଜନର ଅବଶିଷ୍ଟାଂଶ ମ୍ୟାଚ୍‌ରୁ ବାଦ୍‌ ପଡ଼ଛନ୍ତି।