ଖେଳ |

ବାଳକରେ ଓଡ଼ିଶା ଚାମ୍ପିୟନ

ବାଳକରେ ଓଡ଼ିଶା ଚାମ୍ପିୟନ

ଭୁବନେଶ୍ୱର, ୭।୧୨(ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୟୁନିଟ୍‌-୬ ଆଥ୍‌ଲେଟିକ ଗ୍ରାଉଣ୍ଡରେ ଅନୁଷ୍ଠିତ ୧୪ ବର୍ଷରୁ କମ୍‌ ଜାତୀୟସ୍ତରୀୟ ରଗ୍‌ବୀ ଫୁଟ୍‌ବଲ ଟୁର୍ନାମେଣ୍ଟ ବୁଧବାର ଉଦଯାପିତ ହୋଇଯାଇଛି। ଏଥିରେ ବାଳକବର୍ଗର ଫାଇନାଲରେ ଆସାମକୁ ପରାସ୍ତ କରି ଓଡ଼ିଶା ଚାମ୍ପିୟନ ହୋଇଛି। ସେହିପରି ବାଳିକାବର୍ଗରେ ଗୁଜରାଟଠାରୁ ହାରି ଓଡ଼ିଶା ଦଳ ରନର୍ସଅପ୍‌ରେ ସନ୍ତୁଷ୍ଟ ରହିଛି। ଦିଲ୍ଲୀ ଓ ତେଲେଙ୍ଗାନା ଯଥାକ୍ରମେ ବାଳକ ଓ ବାଳିକାବର୍ଗରେ ୩ୟ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ। ଶିକ୍ଷା ପରିଷଦର ନିର୍ଦ୍ଦେଶିକା ସ୍ନେହମୟୀ ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ବିଧାୟକ ବିଜୟ ମହନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଟ୍ରଫି ପ୍ରଦାନ କରିଥିଲେ। ଏହି ଅବସରରେ ଭାରତ ବିଦ୍ୟାଳୟ କ୍ରୀଡ଼ା ସଂଗଠନର ପର୍ଯ୍ୟବେକ୍ଷକ ଅନିଲ ବଶିଷ୍ଠ ଓ ଜାତୀୟ ପରିଚାଳକ ଅଶୋକ ପାଚୌରି ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିଥିଲେ। ପ୍ରତିଯୋଗିତାକୁ ସଫଳତାର ସହ ଆୟୋଜନ କରିଥିବାରୁ ୟୁନିଟ୍‌-୬ ସରକାରୀ ବାଳକ ଓ ବାଳିକା ବିଦ୍ୟାଳୟ ସମେତ ଆଥ୍‌ଲେଟିକ ଆସୋସିଏଶନର ସମସ୍ତ ସଦସ୍ୟଙ୍କୁ ଅତିଥି ପ୍ରଶଂସା କରିଥିଲେ। ଏହି ଅବସରରେ ଆୟୋଜକ ଆଥଲେଟିକ ଆସୋସିଏଶନର ସମ୍ପାଦକ ଦିଲ୍ଲୀପ ଦାସ, ଦଧିବାମନ ଉଚ୍ଚ ବିଦ୍ୟାଳୟର ଶାରିରୀକ ଶିକ୍ଷକ ପ୍ରମୋଦ ରାଉତ ଓ ୟୁନିଟ୍‌-୨ ବାଳକ ଉଚ୍ଚ ବିଦ୍ୟାଳୟର ଶାରିରୀକ ଶିକ୍ଷକ ଅଜୟ ତୁଙ୍ଗସାମନ୍ତଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ।

All Right Reserved By

ଖେଳ |

କୋଲାରୋଭଙ୍କ କିକ୍‌ରେ ସର୍ବିୟା ବିଜୟୀ

କୋଲାରୋଭଙ୍କ କିକ୍‌ରେ ସର୍ବିୟା ବିଜୟୀ

ସମରା, ୧୭।୬(ଏ.ଏଫ.ପି)- ଫିଫା ବିଶ୍ୱକପ୍‌ର ଚତୁର୍ଥ ଦିନରେ ପହଞ୍ଚିଛି। ସ୍ଥାନୀୟ ସମରା ଏରିନାରେ ରବିବାର ଅନୁଷ୍ଠିତ କଡ଼ା ସଂଘର୍ଷପୂର୍ଣ୍ଣ ପ୍ରଥମ ମ୍ୟାଚ୍‌ରେ ସର୍ବିଆ ୧-୦ ଗୋଲରେ କୋଷ୍ଟାରିକାକୁ ପରସ୍ତ କରିଛି। ଗ୍ରୁପ୍‌- ଇ’ରେ ଅନୁଷ୍ଠିତ ଏହି ମ୍ୟାଚରେ ବିଜୟ ହାସଲ କରିବା ସହ ସର୍ବିଆ ୩ ପଏଣ୍ଟ ହାସଲ କରିଛି।

ଫେଡେରରଙ୍କୁ ୯୮ତମ ଏଟିପି ଟାଇଟଲ

ଫେଡେରରଙ୍କୁ ୯୮ତମ ଏଟିପି ଟାଇଟଲ

ଷ୍ଟଟ୍ଟଗାର୍ଟ (ଜର୍ମାନୀ), ୧୭।୬(ଏଏଫ୍‌ପି)- ସୁଇଜରଲାଣ୍ଡ ଟେନିସ ତାରକା ରୋଜର ଫେଡେରର ଏଠାରେ ଅନୁଷ୍ଠିତ ଷ୍ଟଟ୍ଟଗାର୍ଟ ଓପନ୍‌ ଟେନିସ ପ୍ରତିଯୋଗିତାରେ ଚାମ୍ପିୟନ ହୋଇଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲରେ ୩୬ ବର୍ଷୀୟ ଫେଡେରର ୬-୪, ୭-୬ (୭/୩) ସେଟ୍‌ରେ କାନାଡାର ମିଲୋସ ରାଓନିକଙ୍କୁ ପରାସ୍ତ କରିଛନ୍ତି।

ଚାଣ୍ଡିମାଲଙ୍କୁ ଦଣ୍ଡିତ କରାଯିବ

ଚାଣ୍ଡିମାଲଙ୍କୁ ଦଣ୍ଡିତ କରାଯିବ

ଦୁବାଇ,୧୭।୬(ଏଏଫ୍‌ପି)- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଶ୍ରୀଲଙ୍କା ଦଳର ଅଧିନାୟକ ଦୀନେଶ ଚାଣ୍ଡିମାଲଙ୍କୁ ଦଣ୍ଡିତ କରାଯିବ। ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୩ୟ ଦିନରେ ସେ ବଲର ମୂଳସ୍ଥିତିକୁ ପରିବର୍ତ୍ତନ କରିଥିଲେ।

ଚାଇନା ଓପନ୍‌ରେ ଖେଳିବେ ନାଡାଲ

ଚାଇନା ଓପନ୍‌ରେ ଖେଳିବେ ନାଡାଲ

ବେଜିଂ,୧୭।୬- ନିକଟରେ ଫ୍ରେଞ୍ଚ ଓପନ୍‌ ଟାଇଟଲ ଜିତିଥିବା ସ୍ପାନିଶ୍‌ ଖେଳାଳି ରାଫାଲ ନାଡାଲ ଚାଇନା ଓପନ୍‌ରେ ଖେଳିବେ। ଏ ନେଇ ଟୁର୍ନାମେଣ୍ଟ ନିର୍ଦ୍ଦେଶକ ଥୋମାସ ରସ ସ୍ପଷ୍ଟ କରିଛନ୍ତି। ଏହି ପ୍ରତିଯୋଗିତା ଆସନ୍ତା ଅକ୍ଟୋବର ୧ରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ଇଜିପ୍ଟର ପରବର୍ତ୍ତୀ ମ୍ୟାଚ୍‌ ଖେଳିବେ ସାଲାହ

ଇଜିପ୍ଟର ପରବର୍ତ୍ତୀ ମ୍ୟାଚ୍‌ ଖେଳିବେ ସାଲାହ

ସେଣ୍ଟ ପିଟର୍ସବର୍ଗ,୧୭।୬(ଏପି)- ଇଜିପ୍ଟ ଦଳର ଷ୍ଟାର ଖେଳାଳି ମହମ୍ମଦ ସାଲାହ ରବିବାର ନିଜର ୨୬ତମ ଜନ୍ମବାର୍ଷିକୀ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କ ପ୍ରଶଂସକମାନଙ୍କ ପାଇଁ ଏକ ଖୁସି ଖବର ଦିଆଯାଇଛି। ସେ ଇଜିପ୍ଟର ଆଗାମୀ ବିଶ୍ୱକପ୍‌ ମ୍ୟାଚ୍‌ରେ ଖେଳିବେ। ଏ ନେଇ ଇଜିପ୍ଟ ଫୁଟ୍‌ବଲ ପକ୍ଷରୁ ପ୍ରକାଶ କରାଯାଇଛି।

ୟୁଏସ୍‌ ଓପନ ବ୍ୟାଡ୍‌ମିଣ୍ଟନ: ସେମିରେ ହାରିଲେ ଜୟରାମ

ୟୁଏସ୍‌ ଓପନ ବ୍ୟାଡ୍‌ମିଣ୍ଟନ: ସେମିରେ ହାରିଲେ ଜୟରାମ

ଫୁଲେରଟନ(ୟୁଏସ୍‌),୧୭।୬(ପି.ଟି.)- ଭାରତୀୟ ଶଟଲର ଅଜୟ ଜୟରାମ ଏଠାରେ ଚାଲିଥିବା ଦେଢ଼ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ୟୁଏସ୍‌ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ସେମିଫାଇନାଲରେ ପରାଜିତ ହୋଇଛନ୍ତି।

ଦିଲ୍ଲୀ ଡାଇନାମୋସ ଦଳରେ ଡିଫେଣ୍ଡର ନାରାୟଣ ଦାସ

ଦିଲ୍ଲୀ ଡାଇନାମୋସ ଦଳରେ ଡିଫେଣ୍ଡର ନାରାୟଣ ଦାସ

ନୂଆଦିଲ୍ଲୀ,୧୭।୬(ପି.ଟି.)- ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) କ୍ଲବ ଦିଲ୍ଲୀ ଡାଇନାମୋସ ଡିଫେଣ୍ଡର ନାରାୟଣ ଦାସଙ୍କ ସହ ଅନୁବନ୍ଧିତ ହୋଇଛି। ନାରାୟଣଙ୍କୁ ୫ମ ଭାରତୀୟ ଖେଳାଳି ଭାବେ ଆଗାମୀ ସଂସ୍କରଣ ପାଇଁ ଦିଲ୍ଲୀ ଦଳରେ ସାମିଲ କରିଛି। ସେ ପୂର୍ବରୁ ଏଫ୍‌ସି ଗୋଆ ପକ୍ଷରୁ ଖେଳୁଥିଲେ।

‘ସମ୍ପୂର୍ଣ୍ଣ ଫିଟ୍‌ ନାହାନ୍ତି ନେମାର’

‘ସମ୍ପୂର୍ଣ୍ଣ ଫିଟ୍‌ ନାହାନ୍ତି ନେମାର’

ରୋସ୍ତୋ ଅନ ଡନ(ରୁଷିଆ),୧୭।୬- ଚଳିତ ଫିଫା ବିଶ୍ୱକପ୍‌ରେ ସୁଇଜରଲାଣ୍ଡ ବିପକ୍ଷ ମୁକାବିଲାରେ ବ୍ରାଜିଲ ଅଭିଯାନ ଆରମ୍ଭ କରିବାକୁ ଯାଉଛି। କିନ୍ତୁ ଦଳର ଷ୍ଟାର ଖେଳାଳି ନେମାର ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଫିଟ୍‌ ନାହାନ୍ତି ବୋଲି କୋଚ୍‌ ଟିଟେ କହିଛନ୍ତି।

ହାରିଲା ଭାରତୀୟ ହକି ମହିଳା ଦଳ

ହାରିଲା ଭାରତୀୟ ହକି ମହିଳା ଦଳ

ମାଡ୍ରିଡ୍‌,୧୭।୬(ପି.ଟି.)- ଏଠାରେ ଚାଲିଥିବା ସ୍ପେନ ବିପକ୍ଷ ସିରିଜ୍‌ର ୪ର୍ଥ ମ୍ୟାଚ୍‌ରେ ଭାରତୀୟ ମହିଳା ହକି ଦଳ ପରାଜିତ ହୋଇଛି। ଶନିବାର ମଧ୍ୟରାତ୍ରି ଖେଳାଯାଇଥିବା ମୁକାବିଲାରେ ଭାରତକୁ ୧-୪ ଗୋଲ୍‌ରେ ସ୍ପେନ ପରାସ୍ତ କରିଛି। ଫଳରେ ପାଞ୍ଚ ବିଶିଷ୍ଟ ସିରିଜ୍‌ରେ ସ୍ପେନ ୨-୧ ବ୍ୟବଧାନରେ ଆଗୁଆ ରହିଛି।

ନମ୍ବର ଓ୍ବାନ ସ୍ଥାନକୁ ଫେରିଲେ ଫେଡେରର

ନମ୍ବର ଓ୍ବାନ ସ୍ଥାନକୁ ଫେରିଲେ ଫେଡେରର

ଷ୍ଟୁଟଗାର୍ଟ (ଜର୍ମାନୀ), ୧୭ା୬ (ଏଏଫ୍‌ପି)- ରୋଜର ଫେଡେରର ଏଠାରେ ଚାଲିଥିବା ଷ୍ଟୁଟଗାର୍ଟ କପ୍‌ ଟେନିସ ଟୁର୍ନାମେଣ୍ଟ ଫାଇନାଲରେ ପ୍ରବେଶ କରିବା ସହ ବିଶ୍ୱର ନମ୍ବର ଓ୍ବାନ ର଼୍ୟାଙ୍କିଙ୍ଗକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ଦୁଇଘଣ୍ଟା ପରେ ଫିଲ୍ଡିଂ କଲେ ଶ୍ରୀଲଙ୍କା ଖେଳାଳି

ଦୁଇଘଣ୍ଟା ପରେ ଫିଲ୍ଡିଂ କଲେ ଶ୍ରୀଲଙ୍କା ଖେଳାଳି

ଗ୍ରସ-ଆଇଲେଟ୍‌ (ସେଣ୍ଟ ଲୁସିଆ), ୧୭।୬(ଏଏଫ୍‌ପି)- ଘରୋଇ ଓ୍ବେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କା କ୍ରିକେଟ ଦଳ ମଧ୍ୟରେ ଏଠାରେ ଚାଲିଥିବା ୨ୟ ଟେଷ୍ଟ ମ୍ୟାଚ୍‌ର ୩ୟ ଦିବସରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା।

ମାର୍ଶଙ୍କ ଶତକ ବେକାର : ଦ୍ୱିତୀୟ ଦିନିକିଆରେ ଇଂଲଣ୍ଡ ବିଜୟୀ

ମାର୍ଶଙ୍କ ଶତକ ବେକାର : ଦ୍ୱିତୀୟ ଦିନିକିଆରେ ଇଂଲଣ୍ଡ ବିଜୟୀ

କାର୍ଡିଫ୍‌, ୧୭।୬- ଭ୍ରମଣକାରୀ ଅଷ୍ଟ୍ରେଲିଆ ବିପକ୍ଷରେ ଶନିବାର ଏଠାରେ ଖେଳାଯାଇଥିବା ୨ୟ ଦିନିକିଆ ମ୍ୟାଚ୍‌ରେ ଇଂଲଣ୍ଡ ୩୮ ରନରେ ବିଜୟ ହାସଲ କରିଛି। ଇଂଲଣ୍ଡ ପକ୍ଷରୁ ଧାର୍ଯ୍ୟ ୩୪୩ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ୪୭.୧ ଓଭରରେ ୩୦୪ ରନ କରି ଅଲ୍‌ଆଉଟ୍‌ ହୋଇଥିଲା।

Model This Week

ପ୍ରଭାତ