ମେଟ୍ରୋ |

ପୁରୀ ଜିଲା: ୧,୧୩,୮୪୬ ହେକ୍ଟର ଜମିରେ ହେବ ରବି ଫସଲ

ପୁରୀ ଜିଲା: ୧,୧୩,୮୪୬ ହେକ୍ଟର ଜମିରେ ହେବ ରବି ଫସଲ

ପୁରୀ ଅଫିସ, ୭।୧୨: ଆସନ୍ତା ରବି ଋତୁରେ ଜିଲାର ୧ଲକ୍ଷ ୧୩ହଜାର ୮୪୬ ହେକ୍ଟର ଜମିରେ ଧାନ ଓ ଅଣଧାନଜାତୀୟ ଫସଲ କରାଯିବ। ଏଥିରୁ ୨୧ହଜାର ୯୯୨ ହେକ୍ଟର ଜମିରେ ଧାନ ଏବଂ ୯୧ହଜାର ୮୫୪ ହେକ୍ଟର ଜମିରେ ଅଣଧାନଜାତୀୟ ଫସଲ ଚାଷ ହେବ। ହେକ୍ଟର ପିଛା ୪୫ କୁଇଣ୍ଟାଲ ଧାନ ଉତ୍ପାଦନ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ସମବାୟ ବ୍ୟାଙ୍କ ଜରିଆରେ ଚଳିତ ରବି ଋତୁରେ ଚାଷୀଙ୍କୁ ୧୪୧ କୋଟି ଟଙ୍କାର କୃଷିଋଣ ଦେବା ପାଇଁ ପୁରୀ ଜିଲା କୃଷି ନିର୍ଦ୍ଧାରଣ କମିଟି ବୈଠକରେ ସ୍ଥିର ହୋଇଛି।
ରବି ଚାଷ ଲାଗି ପୁରୀ ଜିଲା କୃଷି ନିର୍ଦ୍ଧାରଣ କମିଟି ବୈଠକ ଗୁରୁବାର ଅନୁଷ୍ଠିତ ହୋଇଛି। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆର୍‌ଡିଏ) ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଜିଲାପାଳଙ୍କ ଦେଖା ମିଳି ନ ଥିଲା। ବିଧାନସଭା ଚାଲିଥିବା ଦୃଷ୍ଟିରୁ ଜିଲାର ୨ ମନ୍ତ୍ରୀ ଏବଂ ବିଧାୟକ ମଧ୍ୟ ଅନୁପସ୍ଥିତ ଥିଲେ। ଜିଲା ପରିଷଦ ସଭାପତି ମଧ୍ୟ ଅନୁପସ୍ଥିତ ଥିଲୋ। ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଉଦ୍ଧବ ଚନ୍ଦ୍ର ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରବି ଚାଷର ପ୍ରସ୍ତୁତି ଉପରେ ଆଲୋଚନା କରାଯାଇଥିଲା। ଜିଲାରେ ୭୬,୭୧୫ ହେକ୍ଟର ଜଳସେଚିତ ଜମି ରହିଥିବା ବେଳେ ୨୧,୯୯୨ ହେକ୍ଟର ଧାନ ଫସଲ ଏବଂ ୫୪,୭୨୩ ହେକ୍ଟର ଜମିରେ ଅଣଧାନ ଜାତୀୟ ଫସଲ କରାଯିବ। ଅଣଜଳସେଚିତ ୩୭,୧୩୧ ହେକ୍ଟର ଜମିରେ ଅଣଧାନ ଜାତୀୟ ଫସଲ ଚାଷ ହେବ। ୫୭,୯୧୧ ହେକ୍ଟର ଜମିରେ ଡାଲିଜାତୀୟ ଫସଲ କରିବା ଲାଗି ଲକ୍ଷ୍ୟଧାର୍ଯ୍ୟ ହୋଇଛି। ଏଥିରୁ ୨୭,୪୩୦ ହେକ୍ଟର ଜମିରେ ମୁଗ, ୨୬,୨୬୫ ହେକ୍ଟର ଜମିରେ ବିରି ଓ ୩,୮୪୫ ହେକ୍ଟର ଜମିରେ କୋଳଥ ଚାଷ ପାଇଁ ଆଲୋଚନା ହୋଇଛି। ଜିଲା କୃଷି ବିଭାଗ ପକ୍ଷରୁ ୨୬ ପ୍ରକାର ବିରି ବିହନ ରଖାଯାଇଥିବା ବେଳେ ୧୮ ପ୍ରକାର ନୂତନ ବିହନ ଅଣାଯାଇଛି। ଲବଣାକ୍ତ ଅଞ୍ଚଳ ଲାଗି ୪ ପ୍ରକାର, ମରୁଡି ପ୍ରଭାବିତ ଅଞ୍ଚଳ ଲାଗି ୮ ପ୍ରକାର ଏବଂ ବନ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ୬ ପ୍ରକାର ନୂତନ ବିରି ବିହନ ଅଣାଯାଇଛି। ଜିଲାର ୮ଟି ବ୍ଲକ ଅଞ୍ଚଳରେ ଏହି ୧୮ ପ୍ରକାର ବିରିକୁ ପରୀକ୍ଷାମୂଳକ ଭାବେ ଚାଷ କରାଯିବ ବୋଲି କୃଷି ଉପନିର୍ଦ୍ଦେଶକ ଏସ୍‌. ଚନ୍ଦ୍ରଶେଖର ରାଓ ସୂଚନା ଦେଇଥିଲେ। ୧୫,୯୩୩ ହେକ୍ଟର ଜମିରେ ତୈଳଜାତୀୟ ଫସଲ କରିବା ପାଇଁ ଟାର୍ଗେଟ ରହିଛି। ସେଥିମଧ୍ୟରେ ୧୩,୩୪୦ ହେକ୍ଟର ଜମିରେ ଚିନାବାଦାମ, ୬୭୧ ହେକ୍ଟର ଜମିରେ ରାଶି, ୧୨ଶହ ହେକ୍ଟର ଜମିରେ ସୋରିଷ ଏବଂ ୩୭୫ ହେକ୍ଟର ଜମି ସୂର୍ଯ୍ୟମୁଖୀ ଚାଷ କରାଯିବ। ୧୫,୫୭୫ ହେକ୍ଟର ଜମିରେ ପରିବା ଚାଷ ପାଇଁ ଯୋଜନା ରହିଛି। ସେଥିରୁ ୧୨୩୫ ହେକ୍ଟରରେ ଆଳୁ ଓ ୪୩୦ ହେକ୍ଟର ଜମିରେ ପିଆଜ ଚାଷ କରାଯିବାର ଲକ୍ଷ୍ୟ ରହିଛି। ୮୫ ହେକ୍ଟର ଜମିରେ ଆଖୁ ଫସଲ ପାଇଁ ଯୋଜନା ରହିଛି। ଚଳିତ ବର୍ଷ ରବି ଫସଲରେ ହେକ୍ଟର ପିଛା ୫୭.୩୯ କେଜି ସାର ପକାଯିବାକୁ ଟାର୍ଗେଟ ରହିଛି। ତେବେ ମୃତ୍ତିକା ପରୀକ୍ଷା କରି ସାର ପକାଇବା ନିମନ୍ତେ ଚାଷୀଙ୍କୁ ବୁଝାଇବାକୁ କୃଷି ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି। ସାର କଳାବଜାରିକୁ ରୋକିବା ଲାଗି ୩ଟି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଗଠନ ହୋଇଛି। ଡିଲର ଏବଂ ପ୍ୟାକ୍ସରେ ପିଓଏସ୍‌ ମେଶିନ ଲାଗିବ। ପିଓଏସ୍‌କୁ ଚାଷୀଙ୍କ ଆଧାର ଲିଙ୍କ୍‌ ରହିବ। ଆସନ୍ତା ଜାନୁୟାରୀଠାରୁ ପିଓଏସ୍‌ ମେଶିନ ଜରିଆରେ ସାର ବିକ୍ରି କରାଯିବ। ଚାଷୀ ନିଜେ ପ୍ୟାକ୍ସ ତଥା ଡିଲର ପାଖକୁ ଆସି ପିଓଏସ୍‌ରେ ଟିପ୍‌ ଚିହ୍ନ ଦେଇ ସାର କିଣି କରି ନେବେ। ଜିଲାରେ ସାର ବିକ୍ରି କରୁଥିବା ପ୍ରାଇଭେଟ ଡିଲର ଏବଂ ପ୍ୟାକ୍ସ ମିଶି ୫୦୩ ରହିଛନ୍ତି। ସେଥିରୁ ୩୯୯ ଜଣଙ୍କୁ ମେଶିନ ବଣ୍ଟନ କରାଯାଇଛି। ୮୯୯୮ ଚାଷୀଙ୍କୁ ରାଇସ୍‌ କ୍ରପ ମ୍ୟାନେଜର କାର୍ଡ ପ୍ରଦାନ କରାଯାଇଛି। ଏଥିରେ ଫସଲ କିଭଳି ଅଧିକ ଅମଳକ୍ଷମ ହୋଇପାରିବ ସେ ସମ୍ପର୍କରେ ପରାମର୍ଶ ଦିଆଯାଉଛି।
ସେହିପରି ବୈଠକରେ ଜଳସେଚନ ସମ୍ପର୍କରେ ଆଲୋଚନା ହୋଇଥିଲା। କେନାଲ ପାଣି ଯେଭଳି ସବୁ ଜମିକୁ ମାଡ଼ିବ, ସେ ଦିଗରେ ଜଳସେଚନ ବିଭାଗ ଦୃଷ୍ଟି ଦେବ। ଜଳସେଚନ ବିଭାଗ ଏବଂ କୃଷି ବିଭାଗ ସମନ୍ବୟ ରଖି ପାଣି ଠିକ୍‌ ଭାବେ ଯାଉଛି କି ନାହିଁ ଯାଞ୍ଚ କରିବେ। ଏହି ବୈଠକରେ ଜିଲା ପରିଷଦ ଉପସଭାପତି ଦୀପ୍ତିରାଣୀ ସ୍ବାଇଁ, ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ନବକିଶୋର ତାଡ, କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ସଞ୍ଜୟ କୁମାର ମହାନ୍ତି ଏବଂ ସହକାରୀ ନିର୍ଦ୍ଦେଶକ ମୃତ୍ତିକା ସଂରକ୍ଷଣ ଉତ୍ସବ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

All Right Reserved By

ମେଟ୍ରୋ |

ହିନ୍ଦୀ ଟେଲି ଅଭିନେତ୍ରୀଙ୍କୁ ପୁରୀରେ ଦୁର୍ବ୍ୟବହାର

ହିନ୍ଦୀ ଟେଲି ଅଭିନେତ୍ରୀଙ୍କୁ ପୁରୀରେ ଦୁର୍ବ୍ୟବହାର

ପୁରୀ ଅଫିସ,୧୯।୭ : ରଥଯାତ୍ରାବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ପୁରୀରେ ଘଟିଥିଲା ଏକ ସ୍ପର୍ଶକାତର ଘଟଣା। ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥିବା ହିନ୍ଦୀ ଟେଲି ଅଭିନେତ୍ରୀ ମାହିକା ଶର୍ମା ଦୁର୍ବ୍ୟବହାରର ଶିକାର ହୋଇଥିଲେ।

ଟିଟୋଙ୍କ ୮ ସହଯୋଗୀଙ୍କୁ ଗିରଫ ଘଟଣା ଜେଲ ଗଲେ ୪, ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ

ଟିଟୋଙ୍କ ୮ ସହଯୋଗୀଙ୍କୁ ଗିରଫ ଘଟଣା ଜେଲ ଗଲେ ୪, ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ

କଟକ ଅଫିସ, ୧୯।୭ - ଗ୍ୟାଙ୍ଗଷ୍ଟର ସୟଦ ଉସ୍‌ମାନ ଅଲ୍ଲୀ ଓରଫ ଟିଟୋଙ୍କ ୮ ସହଯୋଗୀଙ୍କୁ ସୋମବାର ବିଳମ୍ବିତ ରାତିରେ କ୍ରାଇମ୍‌ବ୍ରାଞ୍ଚର ସ୍ବତନ୍ତ୍ର ଟାକ୍ସ ଫୋର୍ସ (ଏସ୍‌ଟିଏଫ୍‌) ଗିରଫ କରିଥିଲା। ପଚରାଉଚରାରୁ ସେମାନଙ୍କର ଟିଟୋ ଲିଙ୍କ୍‌ ଜଣାପଡିବା ପରେ ଅଧିକ ଖୋଳତାଡ଼ ଆରମ୍ଭ ହୋଇଛି।

ନିଆରା ପରମ୍ପରା , ଶ୍ରୀଦେବୀଙ୍କୁ ମହାପ୍ରଭୁ ଦେଇଯାନ୍ତି କଳମ ଶାଗ

ପୁରୀ ଅଫିସ, ୧୯।୭: ଘୋଷଯାତ୍ରାରେ ବାହାରିଥିବା ଦାରୁଦିଅଁ ଏବେ ଆଡ଼ପ ମଣ୍ଡପରେ। ଗୁଣ୍ଡିଚା ମନ୍ଦିରରେ ଲାଗୁଛି ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡି। ଏପଟେ କିନ୍ତୁ ଖଁା ଖଁା ଶ୍ରୀମନ୍ଦିର। ରନ୍ଧାଯାଉନି ଷାଠିଏ ପଉଟି କି ମନ୍ଦିରରେ ନାହିଁ ଗହଳି ଚହଳି।

ଆତ୍ମହତ୍ୟା ପ୍ରବଣତାକୁ ନେଇ ବଢ଼ୁଛି ଚିନ୍ତା , ଆରମ୍ଭ ହେବ ସ୍ବତନ୍ତ୍ର କାଉନ୍‌ସେଲିଂ ବ୍ୟବସ୍ଥା

କଟକ ଅଫିସ, ୧୯।୭- ପ୍ରେମରେ ଧୋକା ଖାଇବା ପରେ ହେଉ କିମ୍ବା ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ବିବାଦ କାରଣରୁ ହେଉ ଅବା ପରୀକ୍ଷାରେ ଅକୃତକାର୍ଯ୍ୟ ଓ ମାନସିକ ଅସୁସ୍ଥତା କାରଣରୁ ଲୋକେ ଆତ୍ମହତ୍ୟା କରୁଛନ୍ତି। ସେହିପରି ନିଶା ସେବନ ଯୋଗୁ ଆତ୍ମହତ୍ୟା ପ୍ରବୃତ୍ତି ଜାଗ୍ରତ ହେଉଛି।

ରଞ୍ଜିତା ବିଶ୍ୱାଳ ଜାମିନ ମାମଲା , ଡି’ଲିଙ୍କ୍‌ର ପ୍ରମାଣ ଲୋଡିଲେ ହାଇକୋର୍ଟ

କଟକ ଅଫିସ,୧୯।୭- ବିଜେଡି କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କ ଜାମିନ ଆବେଦନର ଶୁଣାଣି ଗତ ମଙ୍ଗଳବାର ହାଇକୋର୍ଟରେ ହୋଇଥିଲା। କର୍ପୋରେଟର ରଞ୍ଜିତା ଧଳସାମନ୍ତ ଭ୍ରାତାଙ୍କୁ ଜେଲ୍‌ରେ ଭେଟିବାର କ’ଣ ସବୁ ପ୍ରମାଣ ରହିଛି ସେସବୁ କୋର୍ଟରେ ଦାଖଲ କରିବା ପାଇଁ ବିଚାରପତି ଜଷ୍ଟିସ ଜେ.ପି. ଦାସ ସରକାରଙ୍କୁ ଆଦେଶ ଦେଇଛନ୍ତି।

ସ୍ବାସ୍ଥ୍ୟ ବିଭାଗ କିରାଣିଙ୍କ ଘରେ ଭିଜିଲାନ୍ସ ଯାଞ୍ଚ , ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

କଟକ ଅଫିସ, ୧୯।୭- କଟକ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ)ଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ସୁନୀଲ କୁମାର ଦାସଙ୍କ ଘରେ ବୁଧବାର ଭିଜିଲାନ୍ସ ଯାଞ୍ଚ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ସୁନୀଲଙ୍କ ବିରୋଧରେ ଅଭିଯୋଗ ହୋଇଥିଲା।

ପୁରୀ ଜେଲ୍‌ରେ କଏଦୀଙ୍କ ମୃତ୍ୟୁ

ପୁରୀ ଜେଲ୍‌ରେ କଏଦୀଙ୍କ ମୃତ୍ୟୁ

ପୁରୀ ଅଫିସ,୧୯।୭ : ଏକ ହତ୍ୟା ମାମଲାରେ ଆଜୀବନ ଜେଲ ଦଣ୍ଡାଦେଶ ପାଇ ପୁରୀ ଜିଲା ଜେଲରେ ଥିବା ଜଣେ କଏଦୀଙ୍କ ମଙ୍ଗଳବାର ମୃତ୍ୟୁ ଘଟିଛି। ସେ ହେଲେ କାକଟପୁରର ତ୍ରିଲୋଚନ ମଲିକ। ପୋଲିସ କହିବାନୁସାରେ, ସକାଳେ ତାଙ୍କ ଦେହ ଭୀଷଣ ଖରାପ ହେବାରୁ ଜେଲ କର୍ତ୍ତୃପକ୍ଷ ତାଙ୍କୁ ଜିଲା ମୁଖ୍ୟ ଚିିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ବଟାନିକାଲ ଗାର୍ଡେନ : ବିନା ଟେଣ୍ଡରରେ ରାସ୍ତା କାମ, ନିମ୍ନମାନ ଅଭିଯୋଗ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଓ କ୍ରାଇମ୍‌ବ୍ରାଞ୍ଚକୁ ଚିଠି ଲେଖିଲେ ବ୍ଲକ ଉପାଧ୍ୟକ୍ଷା

ଭୁବନେଶ୍ୱର, ୧୯।୭(ବ୍ୟୁରୋ) - ନନ୍ଦନକାନନ ବଟାନିକାଲ ଗାର୍ଡେନରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବିନା ଟେଣ୍ଡରରେ ୯୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର କାର୍ଯ୍ୟ ହେଉଛି। ଅତି ଚତୁରତାର ସହ ଜଣେ ଠିକାଦାରଙ୍କୁ ଭାଗ ଭାଗ କରି କାର୍ଯ୍ୟ ଦିଆଯାଇଥିବା ଅଭିଯୋଗ ଉଠିଛି।

‘ହାତୀ ବଞ୍ଚାଅ’ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରିଚା ଚଢ଼ା

‘ହାତୀ ବଞ୍ଚାଅ’ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରିଚା ଚଢ଼ା

ଓଡ଼ିଶାରେ ଟ୍ରେନ ଧକ୍କାରେ ହାତୀଙ୍କ ମୃତ୍ୟୁ ଘଟୁଥିବାରୁ ରିଚା ଏହାକୁ ଗଭୀରତାର ସହ ନେଇଛନ୍ତି। ଏହାର ସମାଧାନ କିପରି ହୋଇପାରିବ ସେ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ରିଚା କହିଛନ୍ତି, ୨୦୧୮ରେ ଅନେକ ଜାଗାରେ ହାତୀ ଦୁର୍ଘଟଣାର ଶିକାର ହୋଇଛନ୍ତି।

ଡ୍ରେନ ପାଇଁ ଘରୋଇ ଜମି କିଣିବ ବିଏମ୍‌ସି

ଭୁବନେଶ୍ୱର, ୧୯।୭(ବ୍ୟୁରୋ)- ଭାଗବତ ସନ୍ଧାନ ନିକଟ ଡ୍ରେନ୍‌ ପାଣି ନିଷ୍କାସନ ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଘରୋଇ ଜମି ଅଧିଗ୍ରହଣ କରିବ। ଏଠାରେ ଡ୍ରେନ୍‌ର ସ୍ଥିତି ଆକଳନ ପାଇଁ ବିଏମ୍‌ସି କମିଶନର ଡ. କ୍ରିଷନ କୁମାରଙ୍କ ନେତୃତ୍ୱରେ ନଗର ପ୍ରଶାସନର

ଟିଟୋଙ୍କୁ ପେଟ୍ରୋଲ ପମ୍ପ ଡିଲରଶିପ ମିଳିବା ପ୍ରସଙ୍ଗ ସିବିଆଇ ତଦନ୍ତ ସୁପାରିସ କଲା ଆଇଓସିଏଲ୍‌

ଭୁବନେଶ୍ୱର, ୧୯।୭(ବ୍ୟୁରୋ)- ଗ୍ୟାଙ୍ଗଷ୍ଟର ସୟଦ ଉସମାନ ଅଲି ଓରଫ ଟିଟୋଙ୍କୁ ପେଟ୍ରୋଲ ପମ୍ପ ଡିଲରଶିପ ମିଳିବା ଘଟଣାର ସିବିଆଇ ତଦନ୍ତ କରାଯିବ। ନିୟମର ଉଲ୍ଲଂଘନ କରାଯାଇ ଟିଟୋଙ୍କୁ ପେଟ୍ରୋଲ ପମ୍ପ ଦିଆଯାଇଥିବା ଆଇଓସିଏଲ(ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ) ନିଜସ୍ବ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା।

ଭୁବନେଶ୍ୱର ଓ୍ବାନ୍‌ ଟୋଲ ଫ୍ରି ନମ୍ବର ଉନ୍ମୋଚିତ , ଘରେ ବସି ଦାଖଲ କରିହେବ ଅଭିଯୋଗ

ଭୁବନେଶ୍ୱର ଓ୍ବାନ୍‌ ଟୋଲ ଫ୍ରି ନମ୍ବର ଉନ୍ମୋଚିତ , ଘରେ ବସି ଦାଖଲ କରିହେବ ଅଭିଯୋଗ

ଭୁବନେଶ୍ୱର, ୧୯।୭ (ବ୍ୟୁରୋ)- ଏଣିକି ଭୁବନେଶ୍ୱର ସହରବାସୀଙ୍କୁ ଅଭିଯୋଗ ଦାଖଲ କରିବାକୁ ଆଉ ବାରମ୍ବାର ବିଏମ୍‌ସି କିମ୍ବା ବିଡିଏ କାର୍ଯ୍ୟାଳୟକୁ ଦୌଡିବାକୁ ପଡିବନି। ଘରେ ବସି ଗୋଟିଏ କଲରେ ବିଏମ୍‌ସି ପାଖରେ ପହଞ୍ଚିଯିବ ଅଭିଯୋଗ।

Model This Week

ରୂପେଶ