ମେଟ୍ରୋ |

ବିଲରେ ପାଚିଲା ଧାନ, ଘରେ ଶୋଇପାରୁନି ଚାଷୀ

ବିଲରେ ପାଚିଲା ଧାନ, ଘରେ ଶୋଇପାରୁନି ଚାଷୀ
ପୁରୀ ଅଫିସ/ବ୍ରହ୍ମଗିରି/କାକଟପୁର, (ଡି.ଏନ.ଏ.) ୭।୧୨: ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପକୁ ନେଇ ଚିନ୍ତାରେ ଚାଷୀ। ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ, ଲଘୁଚାପ ଏବେ ଉପକୂଳ ଆଡକୁ ମୁହଁ।ଉଛି। ଏହାର ପ୍ରଭାବରେ ଗୁରୁବାର ସନ୍ଧ୍ୟା ପରଠାରୁ ଦକ୍ଷିଣ ଓଡ଼ିଶା ଏବଂ ଶୁକ୍ରବାରଠାରୁ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ବର୍ଷା ହେଲେ ଚାଷୀର ବର୍ଷକର ଆହାର ଉଜୁଡିଯିବା ହିଁ ସାର ହେବ। ବିଲରେ ପାଚିଲା ଧାନ ଥିବାବେଳେ ଘରେ ଶାନ୍ତିରେ ଶୋଇପାରୁନି ଚାଷୀ। କେମିତି ଧାନ କଟା ହୋଇ ଖଳାକୁ ଆସିବ ଏହି ଚିନ୍ତା ଘାରିଛି ଚାଷୀକୁଳକୁ। ତେବେ ଗୁରୁବାର ଦିନତମାମ୍‌ କୋହଲା ପବନ ସାଙ୍ଗକୁ ପାଗ ମେଘୁଆ ରହିବା ଚାଷୀ ଚିନ୍ତାକୁ ବଢାଇ ଦେଇଛି। ବର୍ତ୍ତମାନ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଧାନ ପାଚିଗଲାଣି। ବିଲରୁ ଧାନ କାଟି ଖଳାକୁ ଆଣିବାର ସମୟ। ହେଲେ ଠିକ୍‌ ଅମଳ ସମୟରେ ବର୍ଷା ଦାଉ ସାଧିବାକୁ ଯାଉଛି। ନଭେମ୍ବରରେ ହୋଇଥିବା ଲଘୁଚାପ ବର୍ଷାରେ ଉପକୂଳ ଓଡ଼ିଶାର ଅନେକ ଜିଲାରେ ଧାନଗଛ ପାଣିରେ ବୁଡ଼ି ରହିଥିଲା। କେତେକ ବିଲରେ ଧାନ ମଧ୍ୟ ଗଜା ହୋଇଥିଲା। ଏଥିରୁ ବର୍ତ୍ତିଯାଇଥିବା ଧାନର ଅମଳ ଆରମ୍ଭ ହୋଇଥିବାବେଳେ ଏବେ ପୁଣି ଲଘୁଚାପ ଭୟ ଦେଖାଇଛି। ଶୁକ୍ରବାରଠାରୁ ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, ଜଗତ୍‌ସିଂହପୁର, କଟକ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ ଆଦି ଜିଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଅନ୍ୟପକ୍ଷରେ ଲଘୁଚାପ ବର୍ଷା ଆସୁଥିବାରୁ ପାଚିଲା ଧାନ ଶୀଘ୍ର ବିଲରୁ କାଟିନେବା ପାଇଁ ଗତ ୪ ଦିନ ତଳେ ସରକାର ଚାଷୀମାନଙ୍କୁ କହିଥିଲେ। ଏହାକୁ ଦୃଷ୍ଟିରେ ରଖି ଚାଷୀମାନେ ମଧ୍ୟ ତରବର ହୋଇ ଧାନ କାଟିଥିଲେ। କିନ୍ତୁ ଶ୍ରମିକଙ୍କ ଉପରେ ନିର୍ଭର କରୁଥିବା ଚାଷୀମାନେ ସେମାନଙ୍କ ବିଲରୁ ଧାନ କାଟିପାରି ନାହାନ୍ତି। କାରଣ ମଜୁରିଆମାନେ ସେମାନଙ୍କ ଜମିରୁ ନିଜ ଧାନ କାଟି ଖଳାକୁ ନେବାରେ ଲାଗିଛନ୍ତି। ଏଭଳି ସ୍ଥିତିରେ ପୁରୀ ଜିଲାରେ ଏବେ ପ୍ରାୟ ୫୦ ପ୍ରତିଶତ ଧାନ ବିଲରେ ରହିଥିବା ଜଣାପଡିଛି। କାକଟପୁରର ଚାଷୀ ଶେଖ୍‌ ସମଶେର କୁହନ୍ତି, ମୁଁ ୩ ଏକର ଧାନଚାଷ କରିଛି। ଫସଲ ଶୀଘ୍ର ଅମଳ କରିନେବାକୁ ସରକାର ଘୋଷଣା କରିବା ପରେ ପ୍ରାୟ ୧ ଏକର ଜମିରୁ ଧାନ କାଟି ଖଳାକୁ ନେଇସାରିଲିଣି। ଏବେ ୨ ଏକର ଜମିରେ ଧାନ ରହିଛି। ଏଥିରୁ ପ୍ରାୟ ୪୦ ପ୍ରତିଶତ ପାଚିନାହିଁ। ଯଦି ଲଘୁଚାପ ବର୍ଷା ଅଧିକ ହୁଏ, ତେବେ ଜମିରେ ପାଚିଲା ଧାନ ନଷ୍ଟ ହେବ। ଭଗବାନଙ୍କ ଇଚ୍ଛା ଯାହା ଥିବ ତାହା ହିଁ ହେବ। ଦେଢ଼ଏକର ଜମିରେ ଧାନଚାଷ କରିଥିବା ଅସ୍ତରଙ୍ଗର ପ୍ରସନ୍ନ ନାୟକ କହିଛନ୍ତି, ତାଙ୍କର ସବୁ ଧାନ ପାଚିଯାଇଛି। କିନ୍ତୁ ଅମଳ ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇନାହିଁ। କାରଣ ସେ ସମ୍ପୂର୍ଣ୍ଣ ଭାବେ ଦିନମଜୁରିଆଙ୍କୁ ଭରସା କରିଥାନ୍ତି। ଏବେ ଶ୍ରମିକ ମିଳୁନାହାନ୍ତି କି ଧାନକଟା ମେଶିନ ମିଳୁନାହିଁ। ବର୍ଷା କଥା ଭାବିଲା ବେଳକୁ ତାଙ୍କ ଆଖିକୁ ନିଦ ଆସୁନାହିଁ ବୋଲି ସେ କହିଛନ୍ତି। ସେହିପରି ବ୍ରହ୍ମଗିରି ବ୍ଲକ ସାନବନ୍ଧକେରାର ସୁକାନ୍ତ କୁମାର ନାୟକ କୁହନ୍ତି, ୧୦ ଏକର ଜମିରେ ହାଇବ୍ରିଡ୍‌ ଧାନ ଚାଷ କରିଥିଲି। ଗତ ଅଦିନିଆ ବର୍ଷାରେ ପ୍ରାୟ ୨ ଏକର ଜମିର ଧାନ କ୍ଷତି ହୋଇଥିଲା। ୫ ଏକର ଅମଳ କରିସାରିଛି। ଅବଶିଷ୍ଟ ଧାନ ଜମିରେ ରହିଛି। କିନ୍ତୁ ଏବେ ମଜୁରିଆ ମିଳୁନାହାନ୍ତି। କିପରି ଅମଳ କରିବି ତାହାକୁ ନେଇ ଚିନ୍ତାରେ ପଡିଛି। ଯଦି ବର୍ଷା ହୁଏ, ଧାନ ନଷ୍ଟ ହେବା ନିଶ୍ଚିତ। ସେହିପରି ଏହି ଗଁ।ର ପ୍ରହଲ୍ଲାଦ ପଲେଇ କହିଛନ୍ତି ସେ ୫ ଏକର ଜମିରେ ଚାଷ କରିଛନ୍ତି। ୧ ଏକର ଜମିରୁ ଧାନ କାଟି ଖଳାକୁ ନେଇଯାଇଛନ୍ତି। ଏବେ ବି ୪ ଏକର ଜମିରେ ପାଚିଲା ଧାନ ରହିଛି। ଏମାନଙ୍କ ଭଳି ଜିଲାର ପ୍ରାୟ ସବୁ ଚାଷୀଙ୍କ ଊଣାଅଧିକେ ପାଚିଲା ଧାନ ଏବେ ବି ଜମିରେ ରହିଛି। ଏ ସମ୍ପର୍କରେ ଜିଲା କୃଷି ଉପନିର୍ଦ୍ଦେଶକ ଏସ୍‌. ଚନ୍ଦ୍ରଶେଖର ରାଓ କହିଛନ୍ତି, ଜିଲାରେ ମୋଟ ୧ ଲକ୍ଷ ୮୮ ହଜାର ୭୪୫ ହେକ୍ଟର ଚାଷଜମି ରହିଛି। ସେଥିମଧ୍ୟରୁ ଚଳିତ ଖରିଫ ଋତୁରେ ୧ ଲକ୍ଷ ୪୧ ହଜାର ୧୦୭ ହେକ୍ଟର ଜମିରେ ଧାନଚାଷ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଜିଲାର ୫୦ ପ୍ରତିଶତ ଜମିରୁ ଧାନ ଅମଳ ସରିଛି। ସମ୍ଭାବ୍ୟ ବର୍ଷାକୁ ନେଇ ମାଇକ ଯୋଗେ ଗଁ।ରେ ଚାଷୀଙ୍କୁ ଶୀଘ୍ର ଧାନ ଅମଳ ପାଇଁ ସଚେତନ କରାଯାଇଛି। କିନ୍ତୁ ହଠାତ୍‌ ସବୁ ଜମିରୁ ଧାନ କାଟିଆଣିବା ଚାଷୀଙ୍କ ପକ୍ଷେ ସମ୍ଭବ ହୋଇନାହିଁ।
All Right Reserved By

ମେଟ୍ରୋ |

ଫେକ୍‌ ଆଇଡିରେ ଅଶ୍ଳୀଳ ଭିଡିଓ ସେୟାର କରି ଯୁବକ ଗିରଫ

ଫେକ୍‌ ଆଇଡିରେ ଅଶ୍ଳୀଳ ଭିଡିଓ ସେୟାର କରି ଯୁବକ ଗିରଫ

କଟକ ଅଫିସ,୧୮।୧୦- ହାଟ୍ସଆପରେ ଫେକ ଆଇଡି ବନାଇ ଅଶ୍ଲୀଳ ଭିଡିଓ ସେୟାର କରିଥିବାରୁ ଗୁରୁବାର ଓଡ଼ିଶା କ୍ରାଇମବାଞ୍ଚ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଜଟଣୀ ଅଞ୍ଚଳର ପଓ୍ବନ ଅଗ୍ରଓ୍ବାଲ । 

ପ୍ରଶାସନ ଶୁଣିଲାନି , ନର୍ଦ୍ଦମା ସଫାକଲେ ଯୁବକ

ପ୍ରଶାସନ ଶୁଣିଲାନି , ନର୍ଦ୍ଦମା ସଫାକଲେ ଯୁବକ

ଏରସମା, ୧୮।୧୦(ଡି.ଏନ୍‌.ଏ.)- ଏରସମା ବ୍ଲକ ସଦର ମହକୁମାଠାର ମାତ୍ର କିଛି ବାଟ ଦୂରରେ ଥିବା ଏକ ଢଳାଇ ରାସ୍ତା ଉପରେ ଥିବା ଡ୍ରେନ୍‌ ପାଣି ଯୋଗୁ ସ୍ଥାନୀୟ ବାସୀନ୍ଦା ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ।

କଟକ ମେଢ଼ ଦର୍ଶନ କଲେ ରାଜ୍ୟପାଳ

କଟକ ମେଢ଼ ଦର୍ଶନ କଲେ ରାଜ୍ୟପାଳ

କଟକ ଅଫିସ,୧୮।୧୦- ଦୁର୍ଗାପୂଜାର ଗୁରୁବାର ମହାନବମୀ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କଟକ ସହରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ବୁଲି ମା’ ଦୁର୍ଗାଙ୍କୁ ଦର୍ଶନ କରିଛନ୍ତି । 

ବିଧାୟକଙ୍କ କୁଶପୁତ୍ତଳିକା ଦାହ

ବିଧାୟକଙ୍କ କୁଶପୁତ୍ତଳିକା ଦାହ

ବାରଙ୍ଗ,୧୮।୧୦(ଡି.ଏନ୍‌.ଏ.)- ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ବାରଙ୍ଗ କଲେଜ ଛକଠାରେ ଗୁରୁବାର ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। 

ରେଳଧାରଣାରେ ଯୁବକଙ୍କ ଆତ୍ମହତ୍ୟା

ରେଳଧାରଣାରେ ଯୁବକଙ୍କ ଆତ୍ମହତ୍ୟା

ସାକ୍ଷୀଗୋପାଳ,୧୮।୧୦(ଡି.ଏନ୍‌.ଏ.)- ସାକ୍ଷୀଗୋପାଳ ରେଳ ଷ୍ଟେଶନ ୩ନମ୍ବର ରେଳଧାରଣାରେ ଜଣେ ଯୁବକଙ୍କ ଗୁରୁବାର ଆତ୍ମହତ୍ୟା କରିଥିବା ଜଣାପଡିଛି।  ସେ ହେଲେ ସ୍ଥାନୀୟ ଅଞ୍ଚଳର ମନମୋହନ ଜେନା(୨୩)। ସତ୍ୟବାଦୀ ଥାନା ଜୟପୁର ଗ୍ରାମର ମନମୋହନ ଓରଫ କାଳିଆଙ୍କ ଖଣ୍ଡ ବିଖଣ୍ଡିତ ଶରୀର ରେଳବାଇ ପୋଲିସ ଜବତ କରିଛନ୍ତି । 

ଇଣ୍ଡିଆ ଗେଟ୍‌ ବୁଲିଲା ଜଗା

ଇଣ୍ଡିଆ ଗେଟ୍‌ ବୁଲିଲା ଜଗା

ଭୁବନେଶ୍ୱର, ୧୮।୧୦(ବ୍ୟୁରୋ): ଦିଲ୍ଲୀ ଏମ୍ସରୁ ବାହାରି ଇଣ୍ଡିଆ ଗେଟ୍‌ ବିଲୁଛି ଜଗା। ମା’ଙ୍କ ହାତଧରି ଜଗା ଚାଲୁଥିବା ଦେଖିବାକୁ ମିଳିଛି। ବଳିଆର ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ପରିଲଖିତ ହୋଇଛି। 

ବନ୍ୟା କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ

ବନ୍ୟା କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର,୧୮।୧୦- ସମ୍ଭାବ୍ୟ ତିିତ୍‌ଲି ପରବର୍ତ୍ତୀ ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ଅଞ୍ଚଳଗୁଡିକ ମଧ୍ୟରୁ ଗୁରୁବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଆସିକା ଅଞ୍ଚଳକୁ ଯାଇ ପୀଡିତ ପରିବାରଙ୍କୁ ଭେଟିଛନ୍ତି ।

ବଙ୍ଗୀୟ ଯୁବତୀ ଉଦ୍ଧାର ଘଟଣା: ଭାଜପା ମହିଳା ପକ୍ଷରୁ ଥାନା ଘେରାଉ

ବଙ୍ଗୀୟ ଯୁବତୀ ଉଦ୍ଧାର ଘଟଣା: ଭାଜପା ମହିଳା ପକ୍ଷରୁ ଥାନା ଘେରାଉ

କୋଣାର୍କ,୧୮।୧୦(ଡି.ଏନ୍‌.ଏ.)- କୋଣାର୍କର ମାର୍କେଟ କମ୍ପ୍ଲେକ୍ସ ପରିସର ଏକ ବନ୍ଦ କୋଠରିରୁ ବଙ୍ଗୀୟ ଯୁବତୀ ଉଦ୍ଧାର ଘଟଣାରେ ଗୁରୁବାର ରାଜ୍ୟ ଭାଜପା ମହିଳା ମୋର୍ଚ୍ଚା ସଭାନେତ୍ର୍ରୀ ପ୍ରଭାତି ପରିଡ଼ାଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ଥାନା ଘେରାଉ କରିଥିଲେ। 

ନିର୍ବାଚନ ପୂର୍ବରୁ ବେଗୁନିଆ ବିଜେଡିରେ ଗୋଷ୍ଠୀ କନ୍ଦଳ

ନିର୍ବାଚନ ପୂର୍ବରୁ ବେଗୁନିଆ ବିଜେଡିରେ ଗୋଷ୍ଠୀ କନ୍ଦଳ

ଖୋର୍ଦ୍ଧା ଅଫିସ,୧୮।୧୦: ନିର୍ବାଚନ ପୂର୍ବରୁ ବେଗୁନିଆ ନିର୍ବାଚନମଣ୍ଡଳୀରେ ବିଜେଡିର ଗୋଷ୍ଠୀ କନ୍ଦଳ ତେଜିବାରେ ଲାଗିଲା । ଏହି ଗୋଷ୍ଠୀ କନ୍ଦଳ ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ପୂର୍ବତନ ବିଧାୟକ ତଥା ରାଜ୍ୟ ସଭା ସଦସ୍ୟ ପ୍ରଶାନ୍ତ ନନ୍ଦଙ୍କ ଗୋଷ୍ଠୀଙ୍କ ମଧ୍ୟରେ ତ୍ୱରାନ୍ବିତ ହୋଇଛି । 

ପିକଅପ ଭ୍ୟାନରୁ ୧୦ ଗୋରୁ ଉଦ୍ଧାର,ଗୋଶାଳା ପଠାଇଲା ପୋଲିସ

ପିକଅପ ଭ୍ୟାନରୁ ୧୦ ଗୋରୁ ଉଦ୍ଧାର,ଗୋଶାଳା ପଠାଇଲା ପୋଲିସ

କଣ୍ଟାପଡା,୧୮।୧୦(ଡି.ଏନ୍‌.ଏ.)- ଦୟନୀୟ ଅବସ୍ଥାରେ ଏକ ପିକଅପ ଭ୍ୟାନରେ ନିଆଯାଉଥିବା ୧୦ଟି ଗୋରୁଙ୍କୁ ଓଲଟପୁର ପୋଲିସ ଉଦ୍ଧାର କରି ଗୋଶାଳାକୁ ପଠାଇଥିବା ଜଣାପଡିଛି। ଗୋଚାଲାଣରେ ବ୍ୟବହୃତ ଓଆର ୦୨ ଏଏନ୍‌ ୨୬୯୭ ପିକଅପ ଭ୍ୟାନକୁ ପୋଲିସ ଜବତ କରିଥିବାବେଳେ ଏହାର ଡ୍ରାଇଭର ଓ ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି। 

ଭଗବତୀ ପୀଠର ଶୌଚାଳୟ: ୫ବର୍ଷ ହେଲା ଝୁଲୁଛି ତାଲା

ଭଗବତୀ ପୀଠର ଶୌଚାଳୟ: ୫ବର୍ଷ ହେଲା ଝୁଲୁଛି ତାଲା

ଖୋର୍ଦ୍ଧା ଅଫିସ,୧୮।୧୦: ବାଣପୁରର ଶକ୍ତିପୀଠ ଭାବେ ପ୍ରସିଦ୍ଧ ମା’ ଭଗବତୀଙ୍କ ପୀଠରେ ପର୍ଯ୍ୟଟକଙ୍କ ସୁବିଧା ଉଦ୍ଦେଶ୍ୟରେ ନିର୍ମାଣ ହୋଇଥିବା ଶୌଚାଳୟରେ ୫ବର୍ଷ ହେଲା ତାଲା ଝୁୁଲୁଛି । 

ଦଶହରାରେ ୫୦ଫୁଟର ରାବଣ ପୋଡ଼ି

ଦଶହରାରେ ୫୦ଫୁଟର ରାବଣ ପୋଡ଼ି

ଖୋର୍ଦ୍ଧା ଅଫିସ,୧୮ା୧୦: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଦଶହରାରେ ୫୦ଫୁଟର  ରାବଣ ପୋଡ଼ି ଉତ୍ସବ ଖୋର୍ଦ୍ଧା ବିଜେବି ହାଇସ୍କୁଲରେ ଅନୁଷ୍ଠିତ ହେବ। ଏହାର ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଖୁବ ଆକର୍ଷଣୀୟ ଦର୍ଶନ ରହିଥିବା ଜଣାପଡିଛି। ଏହି ଉତ୍ସବକୁ ଖୋର୍ଦ୍ଧାର ବଡିଜୋନ ଅନୁଷ୍ଠାନ ପକ୍ଷରୁ ୨୦୦୬ରେ ଆରମ୍ଭ ହୋଇଥିଲା। ରାବଣ ପୋଡି ପାଇଁ ପ୍ରାୟ ୪ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରହିଛି ।