ମେଟ୍ରୋ |

ପୁରୀ ଷ୍ଟେଶନରେ ଆରମ୍ଭ ହେଲା ପ୍ରିପେଡ୍‌ ସେବା

ପୁରୀ ଷ୍ଟେଶନରେ ଆରମ୍ଭ ହେଲା ପ୍ରିପେଡ୍‌ ସେବା

ପୁରୀ ଅଫିସ, ୭।୧୨: ପୁରୀ ରେଳ ଷ୍ଟେଶନରେ ଗୁରୁବାରଠାରୁ ଆରମ୍ଭ ହୋଇଛି ପ୍ରିପେଡ୍‌ ଅଟୋ ଓ ଟ୍ୟାକ୍ସି ସେବା। ପୁରୀ ଆସୁଥିବା ଶ୍ରଦ୍ଧାଳୁ, ଭକ୍ତ ଏବଂ ପର୍ଯ୍ୟଟକ ନିର୍ଦ୍ଧାରିତ ମୂଲ୍ୟ ଦେଇ ଗନ୍ତବ୍ୟ ସ୍ଥାନକୁ ଯାତ୍ରା କରିପାରିବେ। ଯାତ୍ରୀଙ୍କ ସୁବିଧା ଲାଗି ଏହା ୨୪ ଘଣ୍ଟିଆ ସେବା ପ୍ରଦାନ କରିବ। ଭୁବନେଶ୍ୱରସ୍ଥିତ ଏକ ଘରୋଇ ସଂସ୍ଥା ଏହାର ଦାୟିତ୍ୱରେ ରହିଛି। ପୁରୀ ଷ୍ଟେଶନରେ ଦୁଇଟି ଅଟୋ ଚାଳକ ସଂଘର ଅଟୋ ଓ ଟ୍ୟାକ୍ସି ଏଠାରୁ ଯାତ୍ରୀ ଉଠାଇବେ। ଏ ନେଇ ୫୩୫ ଜଣ ଅଟୋ ଓ ଟ୍ୟାକ୍ସି ଚାଳକଙ୍କୁ ଅନୁମତି ପ୍ରଦାନ କରାଯାଇଛି। ପ୍ରଥମ ଦିବସରେ ୧୩୯ଟି ଅଟୋ ପଞ୍ଜୀକରଣ ହୋଇଛି ବୋଲି ଗୁରୁବାର ରେଲୱ ଷ୍ଟେଶନ ପାର୍କିଂ ସ୍ଥାନରେ ଆୟୋଜିତ ପ୍ରିପେଡ୍‌ ସେବାର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ଏସ୍‌ପି ଡା. ସାର୍ଥକ ଷଡ଼ଙ୍ଗୀ କହିଛନ୍ତି। ପ୍ରିପେଡ୍‌ ସେବାକୁ ଉଦ୍‌ଘାଟନ କରି ରାଜସ୍ବ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଲେ, ପୂର୍ବରୁ ଯାତ୍ରୀ ଏବଂ ଭକ୍ତମାନେ ଯାତାୟାତ ବେଳେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହି ସେବା ଦ୍ୱାରା ଯାତ୍ରୀମାନେ ସୁବିଧା ପାଇପାରିବେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ପର୍ଯ୍ୟଟନ ଅଧିକାରୀ ବିଜୟ କୁମାର ଜେନା, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଡ. ଉଦ୍ଧବ ଚନ୍ଦ୍ର ମାଝି, ଡେପୁଟି କମାଣ୍ଡାଣ୍ଟ ଲିଙ୍ଗରାଜ ମିଶ୍ର, ସିଟି ଡିଏସ୍‌ପି ପ୍ରଶାନ୍ତ ପଟ୍ଟନାୟକ, ଟ୍ରାଫିକ ଥାନା ଅଧିକାରୀ ବାମଦେବ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ପର୍ଯ୍ୟଟନ ଅଧିକାରୀ ଜେନା କହିଲେ, ଏଠାରେ ୪ଟି କାଉଣ୍ଟର ରହିବ। ପ୍ରଥମ ପର୍ଯ୍ୟାୟରେ ଦୁଇଟି କାଉଣ୍ଟର ବ୍ୟବସ୍ଥା କରାଯାଇଛି। ଷ୍ଟେଶନରୁ ୪୦ଟି ରୁଟ୍‌ରେ ଏହି ସେବା ପ୍ରଦାନ କରାଯିବ।
ବେଲୁର ମଠରୁ ଆସିଥିବା ବ୍ରହ୍ମଚାରୀ ଆତ୍ମେଶ ଦାଶ ସିଟି ରୋଡ୍‌ସ୍ଥିତ ରାମକୃଷ୍ଣ ମଠକୁ ଯିବା ଲାଗି ପ୍ରଥମ ଟିକେଟ କାଟିଥିଲେ। ସେ କହିଲେ, ପୂର୍ବରୁ ଷ୍ଟେଶନରୁ ମଠକୁ ଯିବା ଲାଗି ୮୦ ଟଙ୍କା ଦେବାକୁ ପଡୁଥିଲା। ବର୍ତ୍ତମାନ ଦର ୫୦ଟଙ୍କା ରହିଛି। ପ୍ରଥମ ଅଟୋ ଚାଳକ ଭାବେ କେ. ମାଲୁସ ରେଡ୍ଡୀଙ୍କ ଅଟୋକୁ ମନ୍ତ୍ରୀ ଉଦ୍‌ଘାଟନ କରି ଶୁଭେଚ୍ଛା ଜ୍ଞାପନ କରିଥିଲେ।

All Right Reserved By

Model This Week

Model This Week

ମେଟ୍ରୋ |

ଚୋରା ମଦ ଜବତ, ୩ ବେପାରୀ ଗିରଫ

ଚୋରା ମଦ ଜବତ, ୩ ବେପାରୀ ଗିରଫ

ନିମାପଡା,୨୬।୪(ଡି.ଏନ୍‌.ଏ.): ନିମାପଡା ଅବକାରୀ ବିଭାଗ ଓ ପୁରୀ ଅବକାରୀ ମୋବାଇଲ ସ୍କ୍ବାର୍ଡ ପକ୍ଷରୁ ଗୁରୁବାର ନିମାପଡା ଓ କାକଟପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅତର୍କିତ ଚଢ଼ାଉ କରାଯାଇଥିଲା। ଏଥିରେ ୮୦ ବୋତଲ ଚୋରା ମଦ ଓ ବିଅର ଜବତ କରାଯାଇଛି।

୩ବର୍ଷର ଝିଅକୁ ଚୁଲିରେ ପୋଡି ହତ୍ୟା ଉଦ୍ୟମ: ମା’ ଅଟକ

୩ବର୍ଷର ଝିଅକୁ ଚୁଲିରେ ପୋଡି ହତ୍ୟା ଉଦ୍ୟମ: ମା’ ଅଟକ

ଭୁବନେଶ୍ୱର,୨୬।୪(ବ୍ୟୁରୋ): ନୟାପଲ୍ଲୀ ଥାନା ଅନ୍ତର୍ଗତ ମୁକ୍ତିବିହାରରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୩ ବର୍ଷର ଶିଶୁକନ୍ୟା କାନ୍ଦୁଥିବା ଯୋଗୁ ମା’ ତାକୁ ଚୁଲିରେ ପୁରାଇ ପୋଡି ମାରିଦେବାକୁ ଉଦ୍ୟମ କରିଥିବା ଜଣାପଡିଛି। ଏଥିରେ ଶିଶୁଟି ଶରୀରର ୯୫% ଭାଗ ପୋଡି ଯାଇଛି।

ବାରୁଦ ବିସ୍ଫୋରଣରେ ୨ ଭାଇ ଗୁରୁତର

ବାରୁଦ ବିସ୍ଫୋରଣରେ ୨ ଭାଇ ଗୁରୁତର

ପୁରୀ ଅଫିସ, ୨୬।୪: ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ମହିଷା ବ୍ରହ୍ମପୁରରେ ପୁଣି ବାରୁଦ ବିସ୍ଫୋରଣ ଘଟିଛି। ସକାଳେ ଘଟିଥିବା ଏହି ବିସ୍ଫୋରଣରେ ଦୁଇ ଭାଇ ଗୁରୁତର ଆହତ ହୋଇ ସଦର ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡିଛି। ସେମାନେ ହେଲେ ସୁମନ ଭୋଇ ଓ ସମୀର ଭୋଇ। ଉଭୟଙ୍କ ବୟସ ୬ ରୁ ୮ ବର୍ଷ ହେବ ବୋଲି କୁହାଯାଉଛି। ବିସ୍ଫୋରଣରେ ଉଭୟଙ୍କ ଶରୀରର ବିଭିନ୍ନ ଅଂଶ ପୋଡିଯାଇଛି।

ନୃତ୍ୟ ଦିବସରେ ସମ୍ବର୍ଦ୍ଧିତ ହେବେ ୬ ନୃତ୍ୟଗୁରୁ

ନୃତ୍ୟ ଦିବସରେ ସମ୍ବର୍ଦ୍ଧିତ ହେବେ ୬ ନୃତ୍ୟଗୁରୁ

ପୁରୀ ଅଫିସ, ୨୬।୪: ଚଳିତ ମାସ ୨୯ ତାରିଖରେ ବିଶ୍ୱ ନୃତ୍ୟ ଦିବସ। ଏହି ଉପଲକ୍ଷେ ଶ୍ରୀକ୍ଷେତ୍ର ନୃତ୍ୟଶିଳ୍ପୀ ସଂଘ ପକ୍ଷରୁ ଦୁଇ ଦିନ ଧରି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ରାଜ୍ୟସ୍ତରୀୟ ଦକ୍ଷତା ପ୍ରତିଯୋଗିତା: ୨୮ରେ ଉଦ୍‌ଘାଟନ

ରାଜ୍ୟସ୍ତରୀୟ ଦକ୍ଷତା ପ୍ରତିଯୋଗିତା: ୨୮ରେ ଉଦ୍‌ଘାଟନ

ଖୋର୍ଦ୍ଧା ଅଫିସ,୨୬।୪: ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ(ଓଏସ୍‌ଡିଏ)ଙ୍କ ମାଧ୍ୟମରେ ରାଜ୍ୟସ୍ତରୀୟ ଦକ୍ଷତା ପ୍ରତିଯୋଗିତା ୨୦୧୮ ଆୟୋଜିତ ହେବାକୁ ଯାଉଛିି। ଏହି ଅବସରରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଏପ୍ରିଲ ୨୯ ଓ ୩୦ ତାରିଖ ଦୁଇ ଦିନ ଧରି ଭୁବନେଶ୍ୱର ୟୁନିଟ ୩ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବ। ଆସନ୍ତା ୨୮ତାରିଖ ସନ୍ଧ୍ୟାରେ କଟକସ୍ଥିତ ଇନ୍‌ଡୋର ଷ୍ଟାଡିୟମରେ ଏହାର ଉଦ୍‌ଘାଟନ ସମାରୋହ ଅନୁଷ୍ଠିତ ହେବ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ ବୋଲି ଖୋର୍ଦ୍ଧା ଜିଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

ରେଡକ୍ରସ ପକ୍ଷରୁ ପ୍ରଶିକ୍ଷଣ ଶିବିର

ରେଡକ୍ରସ ପକ୍ଷରୁ ପ୍ରଶିକ୍ଷଣ ଶିବିର

ପୁରୀ ଅଫିସ,୨୬।୪: ରେଡକ୍ରସର ପୁରୀ ଜିଲା ଶାଖା ପକ୍ଷରୁ ଗୁରୁବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ପ୍ରାଥମିକ ଚିକିତ୍ସା(ଫାଷ୍ଟଏଡ୍‌) ସମ୍ପର୍କିତ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରରେ ଅଂଶୁଘାତର ମୁକାବିଲା, ଗୋଡ ହାତ ପୋଡିଗଲେ ଓ ଖେଳୁଥିବା ବେଳେ ଆଘାତ ଲାଗିଲେ କେଉଁଭଳି ପ୍ରାଥମିକ ଚିକିତ୍ସା କରାଯାଇପାରିବ ସେନେଇ ଛାତ୍ରୀଛାତ୍ରମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।

ଶଙ୍ଖ ଧରିଲେ ଭାଜପା ନେତା ନୀଳମଣି

ଶଙ୍ଖ ଧରିଲେ ଭାଜପା ନେତା ନୀଳମଣି

ଭୁବନେଶ୍ୱର,୨୬।୪(ବ୍ୟୁରୋ): ଭାଜପା ନେତା ନୀଳମଣି ସାମଲ ଗୁରୁବାର ବିଜେଡିରେ ଯୋଗଦେଇଛନ୍ତି। ୨୦୧୪ରେ ସେ ବରୀ ନିର୍ବାଚନ ମଣ୍ଡଳିରୁ ନିର୍ବାଚନ ଲଢ଼ିଥିଲେ। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସଠାରେ ସେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି।

ଥାନା ବାବୁଙ୍କ ଥାର୍ଡ ଡିଗ୍ରୀ ପରିସ୍ରା ନ ପିଇବାରୁ ନିସ୍ତୁକ ପିଟିଲେ

ଥାନା ବାବୁଙ୍କ ଥାର୍ଡ ଡିଗ୍ରୀ ପରିସ୍ରା ନ ପିଇବାରୁ ନିସ୍ତୁକ ପିଟିଲେ

ଭୁବନେଶ୍ୱର(ବ୍ୟୁରୋ)/ପୁରୀ ଅଫିସ, ୨୬।୪- ଏକ ଚୋରି ମାମଲାରେ ଯୁବକଙ୍କୁ ଥାନାକୁ ଉଠାଇ ଆଣିଲା ପୋଲିସ। ତାଙ୍କୁ ଦୋଷ ମାନିବାକୁ ବାଧ୍ୟ କଲା। କିନ୍ତୁ ସେ ନ ମାନିବାରୁ ଆରମ୍ଭ ହେଲା ଥାର୍ଡ ଡିଗ୍ରୀ। ଦୋଷ ସ୍ବୀକାର କରିବା ପାଇଁ ତାଙ୍କୁ ଜୋରଜବରଦସ୍ତି ପରିସ୍ରା ପିଆଇବାକୁ ଉଦ୍ୟମ କରାଗଲା। ଏଥିରେ ବିଫଳ ହେବାରୁ ନିସ୍ତୁକ ମାଡ଼ ମରାଗଲା।

ଶଳାଙ୍କ ଲୁହା ଚେନ୍‌ ମାଡ଼ରେ ଭିଣୋଇ ଗୁରୁତର

ଭୁବନେଶ୍ୱର, ୨୬।୪(ବ୍ୟୁରୋ)- କ୍ୟାପିଟାଲ ଥାନା କେଦାରପଲ୍ଲୀ ବସ୍ତିରେ ବୁଧବାର ସନ୍ଧ୍ୟାରେ ଘରୋଇ କଳିକୁ କେନ୍ଦ୍ରକରି ଶଳା ମାଡରେ ଭିଣୋଇ ଗୁରତର ଆହତ ହୋଇଛନ୍ତି। ଭିଣୋଇଙ୍କ ମୁଣ୍ଡ ଫାଟିଯାଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତ ଭିଣୋଇ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତାଙ୍କ ଶଳାଙ୍କୁ ଅଟକ ରଖି ପଚରାଉଚରା କରୁଛି।

ରେଭେନ୍‌ଶାରେ ସ୍ବତନ୍ତ୍ର ଇସି ବୈଠକ ଉପସ୍ଥାପିତ ହେଲା ୭୪ କୋଟିର ବଜେଟ୍‌

ରେଭେନ୍‌ଶାରେ ସ୍ବତନ୍ତ୍ର ଇସି ବୈଠକ ଉପସ୍ଥାପିତ ହେଲା ୭୪ କୋଟିର ବଜେଟ୍‌

କଟକ ଅଫିସ, ୨୬।୪- ରେଭେନ୍‌ଶା ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସମ୍ମିଳନୀ କକ୍ଷରେ ସ୍ବତନ୍ତ୍ର କାର୍ଯ୍ୟନିର୍ବାହୀ ପରିଷଦ(ଇସି) ବୈଠକ ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଗତ ୨୦ ତାରିଖରେ ବିଶ୍ୱବିଦ୍ୟାଳୟର ଏକାଡେମିକ କାଉନସିଲ ବୈଠକରେ ହୋଇଥିବା ସମସ୍ତ ନିଷ୍ପତ୍ତିକୁ ଗୃହୀତ କରାଯିବା ସହ ଆସନ୍ତା ଶିକ୍ଷାବର୍ଷ ନିମନ୍ତେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା।

ଠିକାଦାରଙ୍କ ବିଜ୍ଞପ୍ତି ହାଇକୋର୍ଟରେ ରଦ୍ଦ ସାନି ପ୍ରକାଶ ପାଇଁ ନିର୍ଦ୍ଦେଶ

କଟକ ଅଫିସ,୨୬।୪- ପ୍ରକଳ୍ପର କାର୍ଯ୍ୟ ଚାଲୁଥିଲାବେଳେ ଯଦି ବିଭିନ୍ନ ସାମଗ୍ରୀର ଦର ବୃଦ୍ଧି ପାଏ ସେନେଇ ଠିକାଦାରଙ୍କୁ ଅଧିକ ପ୍ରାପ୍ୟ ପ୍ରଦାନ କରାଯାଇଥାଏ। ଏ ନେଇ ସରକାରଙ୍କ ପକ୍ଷରୁ ଠିକାଦାରଙ୍କ ନିମନ୍ତେ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। କିନ୍ତୁ ଏହି ବିଜ୍ଞପ୍ତି ତ୍ରୁଟିପୂର୍ଣ୍ଣ ଥିବା ଦର୍ଶାଇ ଶତାଧିକ ଠିକାଦାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ବିଗୁଡୁଛି ସାଲେପୁର ପୀଡିତାଙ୍କ ସ୍ବାସ୍ଥ୍ୟବସ୍ଥା ଶ୍ୱାସ କ୍ରିୟାରେ ଗୁରୁତର ସମସ୍ୟା

କଟକ ଅଫିସ, ୨୬।୪-ବଳାତ୍କାରର ଶିକାର ହୋଇ ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିବା ସାଲେପୁର ପୀଡିତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଛି। ବୁଧବାର ଦିନତମାମ ପୀଡିତାଙ୍କ ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି ହୋଇଥିଲା। ଏହାପରେ ଚିକିତ୍ସା ନିମନ୍ତେ ଗଠିତ ୧୩ ଜଣିଆ ଡାକ୍ତରୀ ଟିମ୍‌ର ଗୁରୁତ୍ୱପୁର୍ଣ୍ଣ ବୈଠକ ବୁଧବାର ବସିଥିଲା।