ମେଟ୍ରୋ |

ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରୀ ହେଉନି: ଧାରଣା ଦେଲେ କାହ୍ନୁଙ୍କ ମା’

ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରୀ ହେଉନି: ଧାରଣା ଦେଲେ କାହ୍ନୁଙ୍କ ମା’

ଭୁବନେଶ୍ୱର, ୭।୧୨(ବ୍ୟୁରୋ)- ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରୀ ହେଉନାହିଁ। ପାଠପଢ଼ା କ୍ଷେତ୍ରରେ ଗରିବ ଛାତ୍ରୀଛାତ୍ରଙ୍କୁ ଅନେକ ସମସ୍ୟା ଭୋଗିବାକୁ ପଡ଼ୁଛି। ଘରୋଇ ବିଦ୍ୟାଳୟରେ ଗରିବ ଛାତ୍ରୀଛାତ୍ରଙ୍କ ପାଇଁ ୨୫% ସ୍ଥାନ ସଂରକ୍ଷଣ ରହିବା ନେଇ ସରକାର ନିୟମ କରିଥିଲେ ହେଁ ତାହାକୁ ସ୍କୁଲ କର୍ତ୍ତୃପକ୍ଷ ମାନୁନାହାନ୍ତି। ଏ ସମ୍ପର୍କରେ ଯାଜପୁର ଜିଲା ଉପୁଳା ଗଁାର ପଞ୍ଚମ ଶ୍ରେଣୀ ଛାତ୍ର କାହ୍ନୁଚରଣ ବେହେରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଜଣାଇଥିଲେ। ମୋଦି ଏହାକୁ ଗୁରୁତ୍ୱ ଦେବା ସହ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଦ୍ୱାରା ଏହାର ତଦନ୍ତ କରାଯାଇଥିଲା। କିନ୍ତୁ ସମସ୍ୟାର ସମାଧାନ ହୋଇପାରିଲାନି। ଏବେ କାହ୍ନୁଚରଣଙ୍କ ମା’ନିରୁପମା ବେହେରା ରାଜ୍ୟରେ ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରୀ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେ ଏବଂ ତାଙ୍କ ଦିଅର ଭୈରବ ବେହେରା ଗୁରୁବାର ବିଧାନସଭା ସମ୍ମୁଖରେ ଧାରଣା ଦେଇଛନ୍ତି।ନିରୁପମା କୁହନ୍ତି, ଘରୋଇ ବିଦ୍ୟାଳୟରେ ମେଧାବୀ ଛାତ୍ରୀଛାତ୍ର ପାଠ ପଢିବା ପାଇଁ ରାଜ୍ୟ ସରକାର ନିୟମ ଆଣିଲେ। ହେଲେ ତାହାକୁ ଠିକ୍‌ ଭାବରେ କାର୍ଯ୍ୟକାରୀ କଲେନି। ଫଳରେ କାହ୍ନୁଙ୍କ ପରି ଅନେକ ଗରିବ ମେଧାବୀ ଛାତ୍ରୀଛାତ୍ର ଘରୋଇ ବିଦ୍ୟାଳୟରେ ପାଠ ପଢିବାରୁ ବଞ୍ଚିତ ହେଉଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ ହୋଇ ତଦନ୍ତ କରାଯାଇଥିଲା। ତଦନ୍ତ ରିପୋର୍ଟରେ ଅଧିକାରୀମାନେ ଉଲ୍ଲେଖ କଲେ ଯେ, ଘରୋଇ ବିଦ୍ୟାଳୟରେ ପଢିବା ପାଇଁ କାହ୍ନୁ ଆବେଦନ କରିନାହାନ୍ତି। କିନ୍ତୁ ତା’ପଢ଼ିବା ପାଇଁ କେନ୍ଦ୍ର ସରକାର କି ରାଜ୍ୟ ସରକାର ଦାୟିତ୍ୱ ନେଲେନାହିଁ। କେବଳ ତଦନ୍ତରେ ସବୁ ସୀମିତ ରହିଗଲା। ଭୈରବ କୁହନ୍ତି, ୨୫% ଗରିବ ଛାତ୍ରୀଛାତ୍ର ଘରୋଇ ବିଦ୍ୟାଳୟରେ ପାଠ ପଢିବା ନିୟମ ନିଜେ ରାଜ୍ୟ ସରକାର ଆଣିଛନ୍ତି। କିଛି ଜିଲାରେ ଏହି ନିୟମ କାର୍ଯ୍ୟକାରୀ ହେଉଥିବାବେଳେ ଯାଜପୁର ଜିଲାରେ ଏହା ଆଦୌ କାର୍ଯ୍ୟକାରୀ ହେଉନାହିଁ। ତେଣୁ ସରକାର ଆଗାମୀ ଶିକ୍ଷାବର୍ଷରୁ ସାରା ଓଡ଼ିଶାରେ ଉକ୍ତ ନିୟମକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରିବାକୁ ଆମେ ଦାବି କରୁଛୁ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣା ଦେବୁ ବୋଲି ନିରୁପମା କହିଛନ୍ତି।

All Right Reserved By

ମେଟ୍ରୋ |

ସଂଖ୍ୟାଲଘୁ ଲୋକଙ୍କ ନାମରେ ସେବାୟତ ପାସ

ସଂଖ୍ୟାଲଘୁ ଲୋକଙ୍କ ନାମରେ ସେବାୟତ ପାସ

ପୁରୀ ଅଫିସ,୧୭।୭: ୨୦୧୮ ରଥଯାତ୍ରାର ସେବାୟତଙ୍କ ପାଇଁ ଉଦ୍ଦିଷ୍ଟ ଏକ ମୋଟର ସାଇକେଲ ପାସକୁ ନେଇ ଚର୍ଚ୍ଚା ଜୋର ଧରିଛି। ଉକ୍ତ ପାସ ଉପରେ ବାଇକ ନମ୍ବର ଓଆର-୦୨-ଏକ୍ସ-୫୬୧୪ ଏବଂ ବ୍ୟକ୍ତିଙ୍କ ନାମ ଶେଖ୍‌ ଅବିଦ ବୋଲି ଉଲ୍ଲେଖ ରହିଛି।

ସୁଦର୍ଶନଙ୍କୁ ଛୁଇଁଲେ, ଭିଡ଼ିଓ ରେକର୍ଡିଂ କଲେ

ସୁଦର୍ଶନଙ୍କୁ ଛୁଇଁଲେ, ଭିଡ଼ିଓ ରେକର୍ଡିଂ କଲେ

ପୁରୀ ଅଫିସ,୧୭।୭: ପହଣ୍ଡି ସମୟରେ ଠାକୁରଙ୍କୁ କେହି ଛୁଇଁବେ ନାହିଁ କି ପହଣ୍ଡିରେ କେହି ପ୍ରତିବନ୍ଧକ ସାଜିବେ ନାହିଁ। ଏଥିପ୍ରତି ସେବାୟତ ଓ ପୋଲିସ ସତର୍କ ଦୃଷ୍ଟି ଦେବେ। ଶ୍ରୀମନ୍ଦିର ପ୍ରଶାସନର ଏହି କଟକଣାକୁ ମାନୁନାହାନ୍ତି ଭକ୍ତ। ଭିଡ଼ର ସୁଯୋଗ ନେଇ ଠାକୁରଙ୍କୁ ଛୁଉଁଛନ୍ତି।

ବର୍ଷକୁ ୨୮ ଦିନ ଖାଲିପଡେ ରତ୍ନସିଂହାସନ

ବର୍ଷକୁ ୨୮ ଦିନ ଖାଲିପଡେ ରତ୍ନସିଂହାସନ

ପୁରୀ ଅଫିସ,୧୭।୭: ଆଡପ ମଣ୍ଡପରେ ଚତୁର୍ଦ୍ଧାବିଗ୍ରହ। ନବ ଦିନାତ୍ମକ ଯାତ୍ରାରେ ଆସି ଜନ୍ମବେଦୀରେ ପହଞ୍ଚତ୍ଛନ୍ତି ମହାପ୍ରଭୁ। ଗୁଣ୍ଡିଚା ମନ୍ଦିରରେ ଲାଗିଛି ଗହଳି ଚହଳି। ସେପଟେ କିନ୍ତୁ ଖଁ। ଖଁ। ଶ୍ରୀମନ୍ଦିର। ଖାଲିପଡିଛି ରତ୍ନସିଂହାସନ।

ଦକ୍ଷ ଶିକ୍ଷକ ସୃଷ୍ଟିରେ ଏନ୍‌ଏସ୍‌ଟିଆଇ ପରୀକ୍ଷାଗାର ସଦୃଶ ହେବ: ଧର୍ମେନ୍ଦ୍ର

ଦକ୍ଷ ଶିକ୍ଷକ ସୃଷ୍ଟିରେ ଏନ୍‌ଏସ୍‌ଟିଆଇ ପରୀକ୍ଷାଗାର ସଦୃଶ ହେବ: ଧର୍ମେନ୍ଦ୍ର

ବାରଙ୍ଗ, ୧୭।୭(ଡି.ଏନ.ଏ.)- ବାରଙ୍ଗସ୍ଥିତ ସୀତାରାମ ବଜାର ପାଖ ଇଏସ୍‌ଆଇ ହସ୍ପିଟାଲ ନିକଟରେ ସୋମବାର ଜାତୀୟ ଦକ୍ଷତା ତାଲିମ ପ୍ରତିଷ୍ଠାନ(ଏନ୍‌ଏସ୍‌ଟିଆଇ)ର ଶିଳାନ୍ୟାସ କରାଯାଇଛି।

୨ ଶାର୍ପ ଶୁଟରଙ୍କ ସହ ଜେଲ୍‌ ଗଲେ ଟିଟୋ

୨ ଶାର୍ପ ଶୁଟରଙ୍କ ସହ ଜେଲ୍‌ ଗଲେ ଟିଟୋ

ଭୁବନେଶ୍ୱର(ବ୍ୟୁରୋ)/କେନ୍ଦ୍ରାପଡା ଅଫିସ, ୧୭।୭- ଗ୍ୟାଙ୍ଗ୍‌ଷ୍ଟର ସୟଦ ଉସ୍‌ମାନ ଅଲି ଓରଫ ଟିଟୋଙ୍କ ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ସୋମବାର ଶେଷ ହୋଇଛି। ଅପରାହ୍ନ ପ୍ରାୟ ୩ଟାରେ ଏସ୍‌ଟିଏଫ୍‌ ତାଙ୍କୁ କେନ୍ଦ୍ରାପଡା ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରିଥିଲା।

ଖଣ୍ଡା ବୁଲାଇ ଆତଙ୍କ ଖେଳାଉଥିବା ୨ ଯୁବକ ଗିରଫ

ଖଣ୍ଡା ବୁଲାଇ ଆତଙ୍କ ଖେଳାଉଥିବା ୨ ଯୁବକ ଗିରଫ

ଭୁବନେଶ୍ୱର, ୧୭।୭(ବ୍ୟୁରୋ)- ନୟାପଲ୍ଲୀ ଥାନା ଅଞ୍ଚଳରେ ଖଣ୍ଡା ବୁଲାଇ ଆତଙ୍କ ଖେଳାଉଥିବା ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ଖଣ୍ଡଗିରି ଥାନା ଅଧୀନ ରଙ୍କଣି ବସ୍ତି ଅଞ୍ଚଳର ପିଙ୍କୁ ନାୟକ ଓ ଗୌରହରି ସାହୁ।

ବାଉନ୍‌ସରଙ୍କୁ ପିଟି ହତ୍ୟା ଘଟଣା

ବାଉନ୍‌ସରଙ୍କୁ ପିଟି ହତ୍ୟା ଘଟଣା

ଭୁବନେଶ୍ୱର, ୧୭।୭(ବ୍ୟୁରୋ)- ସାଇଡ୍‌ମରାକୁ କେନ୍ଦ୍ରକରି ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପୋଖରୀପୁଟ ଏବଂ ସରକନ୍ତରା କେନାଲ ବନ୍ଧରେ ରବିବାର ରାତିରେ ହତ୍ୟାକାଣ୍ଡ ଘଟିଥିଲା।

ବୁଡ଼ିଲା ଚନ୍ଦ୍ରଶେଖରପୁର

ବୁଡ଼ିଲା ଚନ୍ଦ୍ରଶେଖରପୁର

ଚନ୍ଦ୍ରଶେଖରପୁର, ୧୭।୭(ଡି.ଏନ.ଏ.)- ରାଜଧାନୀ ଭୁବନେଶ୍ୱର ଏକ ପାହାଡ଼ିଆ ଅଞ୍ଚଳ। କିନ୍ତୁ ବର୍ଷା ଋତୁରେ ଏଠାରେ ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇପଡ଼ୁଛି। ବେଆଇନ କୋଠା ନିର୍ମାଣ ଏବଂ ତ୍ରୁଟିପୂର୍ଣ୍ଣ ଡ୍ରେନେଜ ବ୍ୟବସ୍ଥା ଯୋଗୁ ସାଧାରଣ ଲୋକେ ବର୍ଷା ସମୟରେ ଦୁର୍ଦ୍ଦଶା ଭୋଗୁଛନ୍ତି, ଯାହାର ଉଦାହରଣ ଦେଖିବାକୁ ମିଳିଥିଲା ସୋମବାର ଲଗାଣ ବର୍ଷାରେ।

ସ୍ମାର୍ଟ ସିଟିରେ କୃତ୍ରିମ ବନ୍ୟା

ସ୍ମାର୍ଟ ସିଟିରେ କୃତ୍ରିମ ବନ୍ୟା

ଭୁବନେଶ୍ୱର, ୧୭।୭(ବ୍ୟୁରୋ)- ଲଗାଣ ବର୍ଷାରେ ବେହାଲ ହୋଇଛି ସ୍ମାର୍ଟସିଟି। ରବିବାର ରାତି ୧୦ଟାରୁ ତୁହାକୁ ତୁହା ବର୍ଷା ଲାଗି ରହିବା ଫଳରେ ସୋମବାର ସହରରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି।

ଜନ୍ମବେଦୀରେ ଚତୁର୍ଦ୍ଧାବିଗ୍ରହ

ଜନ୍ମବେଦୀରେ ଚତୁର୍ଦ୍ଧାବିଗ୍ରହ

ପୁରୀ ଅଫିସ, ୧୬ା୭: ଘୋଷଯାତ୍ରାରେ ବାହାରିଥିବା ଚତୁର୍ଦ୍ଧାବିଗ୍ରହ ଏବେ ଜନ୍ମବେଦୀରେ। ବଡ଼ଦାଣ୍ଡରେ ତିନିଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବା ପରେ ସୋମବାର ଆଡପମଣ୍ଡପକୁ ବିଜେ କରିଛନ୍ତି ମହାପ୍ରଭୁ। ମଙ୍ଗଳବାରଠାରୁ ଜନ୍ମବେଦୀରେ ଦାରୁଦିଅଁଙ୍କ ଦର୍ଶନ ପାଇବେ ଭକ୍ତ। ମିଳିବ ଆଡପ ଅବଢ଼ା। ଏଥିସହ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ।

ଟ୍ରେନରୁ ମୋବାଇଲ, ଟଙ୍କା ଲୁଟ: ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୧୬ା୭(ବ୍ୟୁରୋ)- ଟ୍ରେନରେ ଯାତ୍ରୀଙ୍କଠାରୁ ମୋବାଇଲ ଫୋନ ଓ ଟଙ୍କା ଲୁଟ କରିଥିବା ୨ ଅଭିଯୁକ୍ତଙ୍କୁ ଜିଆରପି ଥାନା ପୋଲିସ ସୋମବାର ଗିରଫ କରିଛି।

ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି: ରାତି ୮ଟାଠାରୁ ଦର୍ଶନ ବନ୍ଦ

ପୁରୀ ଅଫିସ,୧୬ା୭: ମଙ୍ଗଳବାର ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ପ୍ରାୟ ରାତି ୮ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି।

Model This Week

ରୂପେଶ