Dharitri News
ଜାତୀୟ |

ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳ ତାଲିକାରେ ତାଜମହଲର ସ୍ଥାନ ଦ୍ୱିତୀୟ

ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳ ତାଲିକାରେ ତାଜମହଲର ସ୍ଥାନ ଦ୍ୱିତୀୟ ଆଗ୍ରା,୭।୧୨: ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳ ତାଲିକାରେ ତାଜମହଲ ଦ୍ୱିତୀୟ ସ୍ଥାନରେ ରହିଥିବା ଏକ ସର୍ଭେରୁ ଜଣା ପଡିଛି। ଏଥିରେ କାମ୍ବୋଡିଆର ଅଙ୍କରଓ୍ବାଟ୍‌ ମନ୍ଦିରକୁ ଏକ ନମ୍ବର ସ୍ଥାନ ମିଳିଛି। ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଦେଶ ତଥା ଦେଶ ବାହାରୁ ତାଜମହଲ ଭ୍ରମଣରେ ଆସିଥାନ୍ତି। ଏହି ରିପୋର୍ଟ ଜାତୀୟ ତଥା ଆନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ପ୍ରତିକ୍ରିୟା ଆଧାରରେ ବିଶ୍ୱରେ ଥିବା ସର୍ବଶ୍ରେଷ୍ଠ ସାଂସ୍କୃତିକ ଓ ପ୍ରାକୃତିକ ଐତିହ୍ୟସ୍ଥଳର ତାଲିକା ପ୍ରସ୍ତୁତ କରାଯାଇଛି। ଏଥିରେ ଥିବା ଅନ୍ୟ ସ୍ମାରକୀ ଗୁଡିକ ମଧ୍ୟରେ ରହିଛି, ପେରୁରେ ଥିବା ଦକ୍ଷିଣ ଆମେରିକାର ମାଚୁ ପିଚୁ, ବ୍ରାଜିଲର ଇଗାଜୁ ନ୍ୟାଶନାଲ ପାର୍କ, ଇଟାଲୀର ସାସି ଅଫ୍‌ ମଟେରା, ଇସ୍ରାଏଲର ଜେରୁଜେଲମ୍‌ ଓ ତୁର୍କିର ଇସ୍ତାନବୁଲ ଐତିହାସିକ କ୍ଷେତ୍ର। ସୂଚନାଯୋଗ୍ୟ, ୟୁନେସ୍କୋ ହେଉଛି ଏକ ସଙ୍ଗଠନ ଯାହା ବିଶ୍ୱର ପ୍ରାକୃତିକ ଓ ଐତିହାସିକ ସ୍ଥଳର ସୂଚନା ଦେଇଥାଏ।

ଜାତୀୟ |

ଏବେବି ବିଜୁଳି ଆଲୋକଠାରୁ ବହୁ ଦୂରରେ ଫୁଟେରା ଧାନେ ଗ୍ରାମ

ଏବେବି ବିଜୁଳି ଆଲୋକଠାରୁ ବହୁ ଦୂରରେ ଫୁଟେରା ଧାନେ ଗ୍ରାମ

ଚିନ୍ଦଓ୍ବାରା,୨୧।୧: ମଧ୍ୟପ୍ରଦେଶର ଚିନ୍ଦଓ୍ବାରା ଜିଲାରୁ ୧୫ କିଲୋମିଟର ଦୂର ଫୁଟେରା ଧାନେ ଗ୍ରାମରେ ଆଜିବି ଲୋକେ ବିଜୁଳି ଆଲୋକଠାରୁ ବହୁଦୂରରେ।

ଯୌତୁକ ଓ ବାଲ୍ୟ ବିବାହ ବିରୋଧରେ ୪କୋଟି ଲୋକଙ୍କ ମାନବ ଶୃଙ୍ଖଳ

ଯୌତୁକ ଓ ବାଲ୍ୟ ବିବାହ ବିରୋଧରେ ୪କୋଟି ଲୋକଙ୍କ ମାନବ ଶୃଙ୍ଖଳ

ଝାଡଖଣ୍ଡ,୨୧।୧: ବିହାରରେ ଜାନୁୟାରୀ ୨୧ରେ ଯୌତୁକ ଓ ବାଲ୍ୟ ବିବାହ ବିରୋଧରେ ଏକ ମାନବ ଶୃଙ୍ଖଳ ହୋଇଛି। ଏହାର ଲମ୍ବ ରହିଛି ୧୩୬୬୦ କିଲୋମିଟର। ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ମାନବ ଶୃଙ୍ଖଳ କରାଯାଇଛି।

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, ଯବାନ ଶହୀଦ

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, ଯବାନ ଶହୀଦ

ପୁଞ୍ଚ,୨୧।୧: ଜମ୍ମୁ-କଶ୍ମୀର ପୁଞ୍ଚର ମେଣ୍ଡର ସେକ୍ଟରରେ ରବିବାର ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ଫଳରେ ଭାରତୀୟ ସେନାର ୨୫ ବର୍ଷୀୟ ଯବାନ ଚନ୍ଦନ କୁମାର ରାୟ ଶହୀଦ ହୋଇଛନ୍ତି

ବାଣ କାରଖାନାରେ ଅଗ୍ନିକାଣ୍ଡ: ୧୭ ମୃତ

ବାଣ କାରଖାନାରେ ଅଗ୍ନିକାଣ୍ଡ: ୧୭ ମୃତ

ନୂଆଦିଲ୍ଲୀ,୨୧।୧: ଦିଲ୍ଲୀର ବଓ୍ବାନା ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ବେଆଇନ ଭାବେ ଚାଲୁଥିବା ବାଣ କାରଖାନାରେ ଶନିବାର ନିଆଁ ଲାଗିଯାଇଥିଲା। ଏଥିରେ ୧୦ ମହିଳାଙ୍କ ସମେତ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ପ୍ରିନ୍ସିପାଲଙ୍କୁ ଗୁଳିକରି ହତ୍ୟା

ପ୍ରିନ୍ସିପାଲଙ୍କୁ ଗୁଳିକରି ହତ୍ୟା

ଯମୁନାନଗର, ୨୧।୧(ପି.ଟି.): ହରିୟାଣାରେ ସ୍କୁଲରୁ ତଡ଼ା ଖାଇଥିବା ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ର ଶନିବାର ନିଜ ପ୍ରିନ୍ସିପାଲଙ୍କୁ ହତ୍ୟା କରିଛନ୍ତି। ପ୍ରିନ୍ସିପାଲ ରିତୁ ଛାବ୍ରା (୪୭) ଗାଳି କରିବାରୁ ଛାତ୍ରଜଣକ ପ୍ରତିଶୋଧପରାୟଣ ହୋଇ ବାପାଙ୍କ ଲାଇସେନ୍ସ ପ୍ରାପ୍ତ .୩୨ ବୋର୍‌ ରିଭଲ୍‌ଭର ନେଇ ତାଙ୍କୁ ଗୁଳିମାଡ଼ କରିଛନ୍ତି। ଗୁରୁତର ହେବାପରେ ଛାବ୍ରାଙ୍କ ମୃତ୍ୟୁ ଘଟିଥିବା ପୋଲିସ କହିଛି।

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ୪ ଯବାନ ଶହୀଦ, ୫ ନାଗରିକ ମୃତ

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ୪ ଯବାନ ଶହୀଦ, ୫ ନାଗରିକ ମୃତ

ଜମ୍ମୁ-କଶ୍ମୀର,୨୦।୧: ଭାରତ-ପାକିସ୍ତାନ ସୀମାରେ ଚାଲିଥିବା ଗୁଳିମାଡରେ ଏପର୍ଯ୍ୟନ୍ତ ୯ ଭାରତୀୟଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ସୁପ୍ରିମକୋର୍ଟଙ୍କ ରାୟ ପରେ ବି ଗୁଜରାଟରେ ରିଲିଜ୍‌ ହେବନି ‘ପଦ୍ମାବତ୍‌’

ସୁପ୍ରିମକୋର୍ଟଙ୍କ ରାୟ ପରେ ବି ଗୁଜରାଟରେ ରିଲିଜ୍‌ ହେବନି ‘ପଦ୍ମାବତ୍‌’

ନୂଆଦିଲ୍ଲୀ,୨୦।୧: ସୁପ୍ରିମକୋର୍ଟଙ୍କ ଗ୍ରୀନ୍‌ ସିଗ୍‌ନାଲ୍‌ ପରେ ମଧ୍ୟ ସଞ୍ଜୟ ଲୀଲା ଭଂସାଲୀଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ପଦ୍ମାବତ୍‌’ ଗୁଜରାଟରେ ରିଲିଜ୍‌ ହେବନାହିଁ।

ପ୍ରଥମ ଶ୍ରେଣୀ ଛାତ୍ରୀଙ୍କୁ ହତ୍ୟା

ପ୍ରଥମ ଶ୍ରେଣୀ ଛାତ୍ରୀଙ୍କୁ ହତ୍ୟା

ହାଇଦ୍ରାବାଦ,୨୦।୧: ହାଇଦ୍ରାବାଦର ଜଣେ ସ୍କୁଲବସ୍‌ ଡ୍ରାଇଭର ଶବିବାର ସକାଳେ ପ୍ରଥମ ଶ୍ରେଣୀ ଛାତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ବିବେକାନନ୍ଦ ଓ ନେତାଜୀଙ୍କ ଜୟନ୍ତୀକୁ ଜାତୀୟ ଛୁଟି ଦିବସ ଘୋଷଣା ଦାବି

ବିବେକାନନ୍ଦ ଓ ନେତାଜୀଙ୍କ ଜୟନ୍ତୀକୁ ଜାତୀୟ ଛୁଟି ଦିବସ ଘୋଷଣା ଦାବି

କଲିକତା,୨୦।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ବାମୀ ବିବେକାନନ୍ଦ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀକୁ ଜାତୀୟ ଛୁଟି ଦିବସ ଘୋଷଣା ଦାବି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶନିବାର ଏକ ଚିଠି ଲେଖିଛନ୍ତି।

ଥରିଲା ଆସାମ

ଥରିଲା ଆସାମ

କୋକ୍ରାଝର,୨୦।୧: ଆସାମର କୋକ୍ରାଝର ଜିଲାରେ ଶନିବାର ସକାଳେ ୫.୨ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି। ସକାଳ ୬ଟା ୪୪ମି.ରେ ଏହି ଭୂକମ୍ପ ହୋଇଥିଲା। ତେବେ ଏଥିରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ।

୧୨୦ ପିଲାଙ୍କୁ ୨ ଶିକ୍ଷକ

୧୨୦ ପିଲାଙ୍କୁ ୨ ଶିକ୍ଷକ

କୋଏମ୍ବାଟୁର,୨୦।୧: ତାମିଲନାଡୁ କୋଏମ୍ବାଟୁରର ଅନୁପରପଲୟମ ଠାରେ ଥିବା ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କ ତୁଳନାରେ ଶିକ୍ଷକଙ୍କ ସଂଖ୍ୟା କମ୍‌ ଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି।

ବେଲାନ୍ଦୁର ହ୍ରଦରେ ନିଆଁ: ଲିଭାଇବା ପ୍ରକ୍ରିୟା ଜାରି

ବେଲାନ୍ଦୁର ହ୍ରଦରେ ନିଆଁ: ଲିଭାଇବା ପ୍ରକ୍ରିୟା ଜାରି

ବାଙ୍ଗାଲୋର,୨୦।୧: ବାଙ୍ଗାଲୋରର ବେଲାନ୍ଦୁର ହ୍ରଦ ନିକଟରେ ଥିବା ଶୁଖିଲା ଘାସରେ ଶୁକ୍ରବାର ଲୋକମାନେ ନିଆଁ ଲଗାଇ ଦେଇଥିଲେ।