ଜାତୀୟ |

ଜମ୍ମୁ କଶ୍ମୀରରେ ଭୂକମ୍ପ

ଜମ୍ମୁ କଶ୍ମୀରରେ ଭୂକମ୍ପ

ଥାଙ୍ଗ,୭।୧୨: ରିକ୍ଟର ସ୍କେଲରେ ୫.୧ ତୀବ୍ରତାର ଏକ ଭୁକମ୍ପ ଗୁରୁବାର ଭୋର ସମୟରେ ଜମ୍ମୁ କଶ୍ମୀରରେ ଅନୁଭୁତ ହୋଇଛି। ଥାଙ୍ଗର ୧୧୧କିଲୋମିଟର ଉତ୍ତର ପଶ୍ଚିମରେ ଏହା ଅନୁଭୁତ ହୋଇଥିଲେ ମଧ୍ୟ ଏଥିରେ ଧନଜୀବନ କ୍ଷୟକ୍ଷତି ହୋଇଛି କି ନା ତାହା ସ୍ପଷ୍ଟ ହୋଇନାହିଁ। ସୂଚନାଯୋଗ୍ୟ, ବୁଧବାର ଦିଲ୍ଲୀ ଏନ୍‌ସିଆର୍‌ରେ ୫.୫ ତୀବ୍ରତାର ଏକ ଭୁକମ୍ପ ଅନୁଭୁତ ହୋଇଥିଲା। ଯାହାର କେନ୍ଦ୍ରସ୍ଥଳ ଥିଲା ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ।

All Right Reserved By

ଜାତୀୟ |

ସଡ଼କ ଦୁର୍ଘଟଣା: ୭ ମୃତ

ସଡ଼କ ଦୁର୍ଘଟଣା: ୭ ମୃତ

ଆମ୍‌ରେଲି,୨୩।୬: ଗୁଜରାଟର ଅମ୍‌ରେଲି ଜିଲାରେ ଭାବନଗର-ସୋମନାଥ ରାସ୍ତା ନିକଟରେ ଥିବା ଏକ ପୋଲ ଉପରୁ ଶୁକ୍ରବାର ରାତିରେ ଏକ ଟ୍ରକ୍‌ ଖସିପଡ଼ିଛି। ଏଥିରେ ୭ଜଣଙ୍କ ମୃତ୍ୟୁ ଘଟିବା ସହ ୨୪ଜଣ ଆହତ ହୋଇଛନ୍ତି।

କାନ୍ଦିଲେ ଦାତି ମହାରାଜ

କାନ୍ଦିଲେ ଦାତି ମହାରାଜ

ପାଲି/ନୂଆଦିଲ୍ଲୀ,୨୩।୬: ବଳାତ୍କାର ମାମଲାରେ ଆତ୍ମଘୋଷିତ ବାବା ଦାତି ମହାରାଜଙ୍କୁ ଶୁକ୍ରବାର କ୍ରାଇମ ବ୍ରାଞ୍ଚ ଦ୍ୱିତୀୟ ଥର ଲାଗି ପଚରା ଉଚରା କରିଛି। ଦୀର୍ଘ ୫ ଘଣ୍ଟାର ଏହି ଜେରା ସମୟରେ ପୋଲିସ ୮୦ରୁ ଅଧିକ ପ୍ରଶ୍ନ ପଚାରିଥିବା ଜଣାପଡିଛି।

ପରିବାରଙ୍କୁ ମିଳିବନି ମୁଖ୍ୟ ଆତଙ୍କବାଦୀଙ୍କ ମୃତଦେହ

ପରିବାରଙ୍କୁ ମିଳିବନି ମୁଖ୍ୟ ଆତଙ୍କବାଦୀଙ୍କ ମୃତଦେହ

ନୂଆଦିଲ୍ଲୀ,୨୩।୬: କଶ୍ମୀର ଘାଟିରେ ଅପରେଶନ ସମୟରେ ମୃତ୍ୟୁ ହେଉଥିବା ଆତଙ୍କବାଦୀ କମାଣ୍ଡରଙ୍କ ମୃତ ଦେହକୁ ପରିବାରବର୍ଗଙ୍କୁ ଦିଆଯିବ ନାହିଁ ବୋଲି ଜଣାପଡିଛି।

ଆବର୍ଜନାରୁ ତିଆରି ହେଉଛି ପରିବେଶ ଅନୁକୂଳ ଇଟା

ଆବର୍ଜନାରୁ ତିଆରି ହେଉଛି ପରିବେଶ ଅନୁକୂଳ ଇଟା

ଆଲିଗଡ,୨୩।୬: ଉତ୍ତର ପ୍ରଦେଶ ଆଲିଗଡ ନଗର ନିଗମ ଓ ଏକ ଆବର୍ଜନା ପରିଚାଳନା କମ୍ପାନୀ ମିଳିତ ସହଯୋଗରେ ଆବର୍ଜନାରୁ ପରିବେଶ ଅନୁକୂଳ ଇଟା ତିଆରି କରୁଛନ୍ତି। ଏହା ଆବର୍ଜନା, ବାଲି ଓ ସିମେଣ୍ଟରେ ତିଆରି କରାଯାଉଛି।

ସ୍କୁଲ ଶୌଚାଳୟରେ ନବମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା

ସ୍କୁଲ ଶୌଚାଳୟରେ ନବମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା

ଭଦୋଦରା,୨୨।୬: ଗୁଜରାଟ ଭଦୋଦରାର ଏକ ସ୍କୁଲ ଶୌଚାଳୟରେ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ମିଳିଛି। ଶୁକ୍ରବାର ସକାଳେ କେହି ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି।

ଶିକ୍ଷକଙ୍କ ବଦଳିକୁ ଅଟକାଇଦେଲେ ଛାତ୍ରୀଛାତ୍ର

ଶିକ୍ଷକଙ୍କ ବଦଳିକୁ ଅଟକାଇଦେଲେ ଛାତ୍ରୀଛାତ୍ର

ମାଡ୍ରାସ,୨୨।୬: ଗୁରୁଶିଷ୍ୟ ପରମ୍ପରାର ଏକ ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି ତାମିଲନାଡୁରେ। ଥିରୁଭାଲୁରର ଭାଲିଆଗରାମ ସରକାରୀ ସ୍କୁଲରେ ଇଂରାଜୀ ଶିକ୍ଷକ ଭାବେ କାର୍ଯ୍ୟରତ ଥିବା ସି.ଭଗବାନଙ୍କର ବଦଳିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ରାହୁଲ ମାନସିକ ସ୍ତରରେ ଅସ୍ଥିର: ଭାଜପା ନେତା

ରାହୁଲ ମାନସିକ ସ୍ତରରେ ଅସ୍ଥିର: ଭାଜପା ନେତା

ଦୁର୍ଗ,୨୨।୬: ଛତିଶଗଡ଼ ଦୁର୍ଗରେ ଭାଜପା ଏମ୍‌ପି ସରୋଜ ପାଣ୍ଡେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ମାନସିକ ସ୍ତରରେ ଦୁର୍ବଳ ବୋଲି କହିଛନ୍ତି। କୋକା-କୋଲା ପ୍ରତିଷ୍ଠାତାଙ୍କୁ ନେଇ ରାହୁଲ ଦେଇଥିବା ଟିପ୍ପଣୀର ଜବାବରେ ସେ ଏପରି କହିଥିବା ପ୍ରକାଶ କରିଛନ୍ତି।

ମାତାଲ ଆର୍‌ପିଏଫ୍‌ କନେଷ୍ଟବଳଙ୍କ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ

ମାତାଲ ଆର୍‌ପିଏଫ୍‌ କନେଷ୍ଟବଳଙ୍କ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ

ସୁରଟ,୨୨।୬: ଗୁଜରାଟ ସୁରଟରେ ଜଣେ ମାତାଲ ଆରପିଏଫ୍‌ କନେଷ୍ଟବଳଙ୍କ କାଣ୍ଡକାରନାମା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ସେ ଉଥନା ରେଲଓ୍ବେ ଷ୍ଟେଶନରେ କାର୍ଯ୍ୟ କରନ୍ତି। ଲିମ୍ବାୟତ କଲୋନୀରେ ସେ ମାତାଲ ହୋଇ ବୁଲୁଥିବାରୁ ଦୃଶ୍ୟ ଭିଡ଼ିଓରେ ଦେଖିବାକୁ ମିଳୁଛି।

୯୬ ବର୍ଷ ବୟସରେ ପାଠପଢ଼ା ନିଶା

୯୬ ବର୍ଷ ବୟସରେ ପାଠପଢ଼ା ନିଶା

ଅଲପ୍ପୁଝା,୨୨।୬: କେରଳର ଅଲପ୍ପୁଝା ଜିଲା ଚେପ୍ପଡ଼ ଗ୍ରାମ ପଞ୍ଚାୟତରେ ବାସକରୁଥିବା ୯୬ ବର୍ଷ ବୟସ୍କା ଜଣେ ବୃଦ୍ଧା ୪ର୍ଥ ଶ୍ରେଣୀରେ ନାମ ଲେଖାଇଛନ୍ତି। ୧୨ ବର୍ଷ ବୟସରେ ପାଠ ଛାଡିଥିବା କର୍ଥୟୟନୀ ଅମ୍ମା ଇତିମଧ୍ୟରେ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ଶେଷ କରିଛନ୍ତି। ସ୍ଥାନୀୟ ଲକ୍ଷ୍ମମ ବିନ୍ଦୁ କଲୋନୀରେ ସେ ବାସ କରନ୍ତି। ସେ ୧୦ମ ପର୍ଯ୍ୟନ୍ତ ପାଠ ପଢ଼ିବା ପାଇଁ ଆଶା ବାନ୍ଧିଥିବା ସୂଚିତ କରିଛନ୍ତି। ପରିଣତ ବୟସରେ ପାଠପ୍ରତି ଆଗ୍ରହଥିବା ଅମ୍ମାଙ୍କ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ଦେଢଶୁରଙ୍କ ସହ ସଂପର୍କ ରଖିବାକୁ ବାଧ୍ୟକଲେ ଶାଶୁ

ଦେଢଶୁରଙ୍କ ସହ ସଂପର୍କ ରଖିବାକୁ ବାଧ୍ୟକଲେ ଶାଶୁ

ହିସାର, ୨୨।୬: ହରିୟାଣାର ହିସାରରେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ବାମୀ ନପୁଂସକ ବୋଲି ଜାଣି ସ୍ତ୍ରୀ ଆପତ୍ତି କରିବା ପରେ ଦେଢଶୁର ସହ ସଂପର୍କ ରଖିବାକୁ ଶାଶୁ ନବବିବାହିତାଙ୍କୁ ବାଧ୍ୟ କରିଥିଲେ ।

ଗନ୍‌ ପଏଣ୍ଟରେ ୫ ମହିଳାଙ୍କୁ ୪ ଘଣ୍ଟା ଗଣବଳାତ୍କାର: ମୋବାଇଲ୍‌ରେ ଭିଡ଼ିଓ ଶୁଟିଂ

ଗନ୍‌ ପଏଣ୍ଟରେ ୫ ମହିଳାଙ୍କୁ ୪ ଘଣ୍ଟା ଗଣବଳାତ୍କାର: ମୋବାଇଲ୍‌ରେ ଭିଡ଼ିଓ ଶୁଟିଂ

ରାଞ୍ଚି,୨୨।୬: ଝାଡ଼ଖଣ୍ଡ ଖୁଣ୍ଟି ଜିଲା ଅଡ଼କ ଥାନା ଅନ୍ତର୍ଗତ କୋଚାଙ୍ଗ୍‌ ଗାଁରେ ଘଟିଛି ଏକ ଅଘଟଣ। ପଥପ୍ରାନ୍ତ ନାଟକ ମାଧ୍ୟମରେ ବିସ୍ଥାପନ ଏବଂ ମାନବ ଚାଲାଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ଯାଇଥିବା ୫ ମହିଳାଙ୍କୁ କରାଯାଇଛି ଗଣବଳାତ୍କାର।

ଏନ୍‌ଏସ୍‌ଜିକୁ ସୁରକ୍ଷା ଦାୟିତ୍ୱ

ଏନ୍‌ଏସ୍‌ଜିକୁ ସୁରକ୍ଷା ଦାୟିତ୍ୱ

ଶ୍ରୀନଗର,୨୨।୬(ପି.ଟି.)-ଆତଙ୍କବାଦୀମାନେ ଅମରନାଥ ଯାତ୍ରା ବେଳେ ଆକ୍ରମଣ କରିପାରନ୍ତି ବୋଲି ଗୋଇନ୍ଦା ସୂଚନା ମିଳିଛି। ଏହାକୁ ନେଇ ସୁରକ୍ଷା ସଂସ୍ଥାଗୁଡ଼ିକ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।

Model This Week

ପ୍ରଭାତ