ରାଜ୍ୟ |

କଲେଜ ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ: ବିଫଳ ହେବାରୁ ପଥରରେ ଛେଚିଲେ ଯୁବକ

କଲେଜ ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ: ବିଫଳ ହେବାରୁ ପଥରରେ ଛେଚିଲେ ଯୁବକ

ବେଲପଡ଼ା,୭।୧୨(ଡି.ଏନ୍‌.ଏ.)-
ବଲାଙ୍ଗୀର ଜିଲା ବେଲପଡ଼ା ଥାନା ଅଧୀନ ଯୁବାଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ସକାଳେ ପ୍ରାୟ ୫ଟାରେ କଲେଜ ଛାତ୍ରୀ ଜଣକ ଶୌଚ ପାଇଁ ବାହାରକୁ ଯାଇଥିଲେ। ସେ ଘରକୁ ଫେରୁଥିବାବେଳେ ଏକୁଟିଆ ଦେଖି ଗ୍ରାମର ଅଶୋକ ତାଣ୍ଡି ନାମକ ଜଣେ ଯୁବକ ତାଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ। ଏଥିରେ ବିଫଳ ହେବାରୁ ଅଶୋକ ଏକ ପଥରରେ ଛେଚି ତାଙ୍କୁ ହତ୍ୟା ଉଦ୍ୟମ କରିଥିଲେ। ଛାତ୍ରୀଙ୍କ ଚିତ୍କାର ଶୁଣିି ଗ୍ରାମର କେତେଜଣ ଯୁବକ ଘଟଣାସ୍ଥଳରେ ପହଞ୍ଚିବାରୁ ଅଶୋକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏଥିରେ ଛାତ୍ରୀ ଜଣକ ଗୁରୁତର ଭାବେ ଆହତ ହୋଇଛନ୍ତି। ଗ୍ରାମବାସୀଙ୍କ ସହାୟତାରେ ପରିବାର ଲୋକେ ତାଙ୍କୁ ପାଟଣାଗଡ଼ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ପରେ ଗ୍ରାମବାସୀ ଅଶୋକଙ୍କୁ କାବୁ କରିବା ସହ ହାତଗୋଡ ବାନ୍ଧି ପୋଲିସକୁ ଖବର ଦେଇଥିଲେ। ବେଲପଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଗ୍ରାମବାସୀ ଅଶୋକଙ୍କୁ ପୋଲିସ ଜିମା ଦେଇଥିଲେ। ଏନେଇ ଛାତ୍ରୀଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା(ନଂ.୧୯୧/୨୦୧୭) ରୁଜୁ କରିଛି। ଅନ୍ୟପକ୍ଷେ ପୋଲିସ ଆଶୋକଙ୍କୁ ଥାନାରେ ପଚରାଉଚୁରା ଚଳାଇଛି। ଛାତ୍ରୀ ଜଣକ ସ୍ଥାନୀୟ କଲେଜରେ ଯୁକ୍ତ ୩ରେ ପାଠ ପଢୁଥିବା ଜଣାପଡିଛି।

All Right Reserved By

Model This Week

ନିକିତା

ରାଜ୍ୟ |

ପୁରୀ କ୍ଲବ୍‌ ନିର୍ବାଚନକୁ ନେଇ ଅନିଶ୍ଚିତତା

ପୁରୀ କ୍ଲବ୍‌ ନିର୍ବାଚନକୁ ନେଇ ଅନିଶ୍ଚିତତା

ପୁରୀ ଅଫିସ, ୨୪।୪: ଆସନ୍ତା ୨୫ ତାରିଖରେ ପୁରୀ କ୍ଲବ୍‌ର ନିର୍ବାଚନ ଲାଗି ସ୍ଥିତ ହୋଇଥିଲା। ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ବୁଧବାର ହେବାକୁ ଥିବା ଏହି ନିର୍ବାଚନ ହେବ ନାହିଁ।

ପାର୍ସଲ ବୋମା ବିସ୍ଫୋରଣ: ମାଷ୍ଟର ମାଇଣ୍ଡ ଗିରଫ

ପାର୍ସଲ ବୋମା ବିସ୍ଫୋରଣ: ମାଷ୍ଟର ମାଇଣ୍ଡ ଗିରଫ

କଟକ ଅଫିସ୍‌/ବଲାଙ୍ଗୀର ଅଫିସ୍‌,୨୪।୪: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣରେ ୨ଜଣଙ୍କ ମୃତ୍ୟୁ ଘଟଣାର ମାଷ୍ଟର ମାଇଣ୍ଡଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ। ଏ ନେଇ ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ମଙ୍ଗଳବାର ସୂଚନା ଦେଇଛନ୍ତି।

ବ୍ୟାଙ୍କ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ୟାଙ୍କ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କଟକ ଅଫିସ, ୨୪।୪: ବ୍ୟାଙ୍କିଙ୍ଗ ଆସିଷ୍ଟାଣ୍ଟ ଶିରିଶ ଚନ୍ଦ୍ର ମହାନ୍ତିଙ୍କ ଘର ଓ ଅଫିସରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି। ଶିରିଶ କରଞ୍ଜିଆସ୍ଥିତ ଏମସିସି ବ୍ୟାଙ୍କରେ କାର୍ଯ୍ୟରତ ଅଛନ୍ତି।

ସାଲେପୁର ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ଉଦ୍‌ବେଗଜନକ

ସାଲେପୁର ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ଉଦ୍‌ବେଗଜନକ

କଟକ ଅଫିସ, ୨୪।୪: ବଳାତ୍କାରର ଶିକାର ହୋଇ ଏସ୍‌ସିବି ଶିଶୁରୋଗ ବିଭାଗ ଆଇସିୟୁରେ ଚିକିତ୍ସିତ ହେଉଥିବା ୬ ବର୍ଷର ଶିଶୁ କନ୍ୟାଙ୍କ ସ୍ବାସ୍ଥ୍ୟାବସ୍ଥା ଉଦ୍‌ବେଗଜନକ ରହିଛି।

ରାସ୍ତାପାର୍ଶ୍ୱରେ ଗଡୁଛି ମଣିଷ ଖପୁରି: ତନ୍ତ୍ର ସନ୍ଦେହ

ରାସ୍ତାପାର୍ଶ୍ୱରେ ଗଡୁଛି ମଣିଷ ଖପୁରି: ତନ୍ତ୍ର ସନ୍ଦେହ

ନୀଳଗିରି,୨୪।୪ (ଡି.ଏନ୍‌.ଏ.): ବାଲେଶ୍ବର ଜିଲା ନୀଳଗିରି ଏନ୍‌ଏସିର ୧୧ ନମ୍ବର ଓ୍ବାର୍ଡ ଷ୍ଟେସନସାହି ରାସ୍ତାପାର୍ଶ୍ୱରେ ମଣିଷ ଖପୁରି, ହାଡ ଏକଖଣ୍ଡ, ପୂଜା ସାମଗ୍ରୀ ଓ ମଦ ବୋତଲ ପଡ଼ିଥିବା ମଙ୍ଗଳବାର ପୂର୍ବାହ୍ନରେ ସ୍ଥାନୀୟ ଲୋକ ଦେଖିଥିଲେ।

ସଡ଼କ ସୁରକ୍ଷା ସଚେତନତା ପାଇଁ ବାଇକ୍‌ ଶୋଭାଯାତ୍ରା

ସଡ଼କ ସୁରକ୍ଷା ସଚେତନତା ପାଇଁ ବାଇକ୍‌ ଶୋଭାଯାତ୍ରା

ଭଦ୍ରକ ଅଫିସ,୨୪।୪: ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ପରିବହନ ବିଭାଗ ଓ ସଞ୍ଜୀବ ହିରୋ ମିଳିତ ସହଯୋଗରେ ମଙ୍ଗଳବାର ଭଦ୍ରକ ସହରରେ ଏକ ବାଇକ୍‌ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏସ୍‌ପିଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରାକୁ ଅତିରିକ୍ତ ଏସ୍‌ପି କୈଳାସଚନ୍ଦ୍ର ପରିଡ଼ା ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ।

କେନାଲ ପୁନରୁଦ୍ଧାର ଦାବିରେ ଗ୍ରାମବାସୀଙ୍କ ଆନ୍ଦୋଳନ

କେନାଲ ପୁନରୁଦ୍ଧାର ଦାବିରେ ଗ୍ରାମବାସୀଙ୍କ ଆନ୍ଦୋଳନ

ଅନୁଗୋଳ ଅଫିସ,୨୪।୪: ଅନୁଗୋଳ ଜିଲା ବଅଁରପାଳ ବ୍ଲକ କୁଇଓ ଗ୍ରାମ ଦେଇ ଯାଇଥିବା ଅନୁଗୋଳ-କଳମଛୁଇଁ ପିଡବ୍ଲ୍ୟୁଡି ରାସ୍ତା ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏଥିଯୋଗୁ ଉକ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା କେନାଲ ପୋତି ହୋଇଯାଇଛି।

ବଢୁଛି ଦୁର୍ଘଟଣା, ଶୁଣୁନି ପ୍ରଶାସନ

ବଢୁଛି ଦୁର୍ଘଟଣା, ଶୁଣୁନି ପ୍ରଶାସନ

ଗୋପ, ୨୪।୪(ଡି.ଏନ୍‌.ଏ.)ନାଗପୁର-ନୟାହାଟ ରାସ୍ତାର ଭଇରିପୁର ସ୍କୁଲ ନିକଟରେ ଦୀର୍ଘ ଦିନ ଧରି ଏକ କଲଭର୍ଟ ବିପଦସଙ୍କୁଳ ଅବସ୍ଥାରେ ରହିଛି। କଲଭର୍ଟଟି ପୁରୁଣା ହୋଇଯାଇଥିବାରୁ ଯେକୌଣସି ସମୟରେ ଭୁଶୁଡ଼ି ପଡ଼ିବାର ଆଶଙ୍କା ଦେଖାଯାଇଛି। ଏହି ସ୍ଥାନରେ ଦିନକୁ ଦିନ ଦୁର୍ଘଟଣା ବଢ଼ିବାରେ ଲାଗିଥିବାବେଳେ ବାରମ୍ବାର ଅଭିଯୋଗ ପରେ ବି ପୂର୍ତ୍ତ ବିଭାଗ ଏଥି ପ୍ରତି ସାମାନ୍ୟତମ ଦୃଷ୍ଟି ଦେଉନାହିଁ।

ପାର୍ସଲ ବୋମା ବିସ୍ଫୋରଣ ଘଟଣା ବିସ୍ଫୋରକ ମିଳିବା ନେଇ ଚର୍ଚ୍ଚା

ପାର୍ସଲ ବୋମା ବିସ୍ଫୋରଣ ଘଟଣା ବିସ୍ଫୋରକ ମିଳିବା ନେଇ ଚର୍ଚ୍ଚା

ବଲାଙ୍ଗୀର ଅଫିସ/ପାଟଣାଗଡ଼,୨୪।୪ (ଡି.ଏନ୍‌.ଏ.)ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ତଦନ୍ତ କରୁଥିବା କ୍ରାଇମ୍‌ବ୍ରାଞ୍ଚ ସ୍ପେଶାଲ ଇନ୍‌ଭେଷ୍ଟିଗେଶନ୍‌ ଟିମ୍‌(ଏସ୍‌ଆଇଟି) ଗତ ୨ ଦିନ ଭିତରେ ଘନଘନ ଚଢ଼ାଉ ଜାରି ରଖିଛି । ଇତିମଧ୍ୟରେ ୨ ଅଧ୍ୟାପକଙ୍କ ସମେତ ୭ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ଏସ୍‌ଆଇଟି। ସୋମବାର କ୍ରାଇମବ୍ରାଞ୍ଚ ଟିମ୍‌, ପାଟଣାଗଡ଼ ପୋଲିସ, ବଲାଙ୍ଗୀରର ସାଇଣ୍ଟିଫିକ୍‌ ଟିମ୍‌, ଡଗସ୍କ୍ବାଡ ଓ ଆଇଟି ଏକ୍ସପର୍ଟ ଟିମ୍‌ ମିଳିତ ଭାବେ ପାଟଣାଗଡ, ଭଇଁଷା, ରାମପୁରରେ ଜୋରଦାର ତନାଘନା ଚଲାଇଥିଲା। ଡଗସ୍କ୍ବାଡ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ କ୍ରାଇମବ୍ରାଞ୍ଚ ପାଟଣାଗଡ଼ ରାମପୁରରୁ ସୋମବାର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥିବା ଜଣାପଡିଛି ।

୩ ସ୍ଥାନରେ ଲାଗିଲା ହାଇମାଷ୍ଟ୍‌

୩ ସ୍ଥାନରେ ଲାଗିଲା ହାଇମାଷ୍ଟ୍‌

ରାସୋଳ, ୨୪।୪(ଡି.ଏନ.ଏ)ହିନ୍ଦୋଳ ବ୍ଲକ ରାସୋଳ ପଞ୍ଚାୟତର ୩ଟି ସ୍ଥାନରେ ସୋମବାର ଉଜ୍ଜ୍ୱଳ ଆଲୋକୀକରଣ ବ୍ୟବସ୍ଥା (ହାଇମାଷ୍ଟ୍‌) ଉଦ୍‌ଘାଟିତ ହୋଇଛି। ବ୍ଲକ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଲୋକାର୍ପିତ କରିଥିଲେ। ପଞ୍ଚାୟତ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକ୍ରମେ ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ଏହାକୁ କାର୍ଯ୍ୟକାରୀ କରାଯାଇଛି। ଏଥିରେ ଖର୍ଚ୍ଚ ହୋଇଛି ୩ଲକ୍ଷ ୫୦ ହଜାର ଟଙ୍କା। ଏହାଦ୍ୱାରା ଜନଗହଳିପୂର୍ଣ୍ଣ ନାଉକିଆରୀ ଛକ, ରାସୋଳ ହାଟ ପଡ଼ିଆ, ଗୋବର୍ଦ୍ଧନଗିରି ଅଞ୍ଚଳବାସୀ ଉପକୃତ ହେବେ।

୧ରୁ ହେଲମେଟ୍‌ ନିୟମ କଡ଼ାକଡ଼ି

୧ରୁ ହେଲମେଟ୍‌ ନିୟମ କଡ଼ାକଡ଼ି

ଢେଙ୍କାନାଳ ଅଫିସ୍‌, ୨୪।୪ ଢେଙ୍କାନାଳରେ ସୋମବାରଠାରୁ ଆରମ୍ଭ ହୋଇଛି ୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ। ଶିଳ୍ପସମୃଦ୍ଧ ଜିଲାରେ ବଢ଼ୁଥିବା ଦୁର୍ଘଟଣା ରୋକିବାକୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏହି ପରିପ୍ରେକ୍ଷୀରେ ପୂର୍ବାହ୍ନ ୯ଟାରେ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ଏକ ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଉକ୍ତ ରଥ ଜିଲାର ସମସ୍ତ ବ୍ଲକ ପରିକ୍ରମା କରି ଲୋକଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନ କରାଇବ।

ଔଷଧ ଖାଉନି ଆହତ ହାତୀ

ଔଷଧ ଖାଉନି ଆହତ ହାତୀ

ଢେଙ୍କାନାଳ ଅଫିସ, ୨୪।୪ ଢେଙ୍କାନାଳ ସଦର ଥାନା ଝାରଗାଡ଼ିଆ ଫାଣ୍ଡି କାଉଁରିଆପାଳ ରେଳଧାରଣାରେ ମାଲ୍‌ବାହୀ ଟ୍ରେନ୍‌ ଧକ୍କାରେ ଆହତ ମାଈହାତୀ ଔଷଧର ପାଖ ମାଡ଼ୁନି। ସୋମବାର ମଧ୍ୟ ଔଷଧ ଦେବାକୁ ଯାଇ ନାକେଦମ୍‌ ହୋଇଛନ୍ତି କର୍ମଚାରୀ, ଯାହାକୁ ନେଇ ଚିନ୍ତାରେ ପଡ଼ିଛି ବନ ବିଭାଗ।