Dharitri News
ରାଜ୍ୟ |

ପୁରୀରେ ଖୋଲାଯାଉ ଭାଷା କେନ୍ଦ୍ର

ପୁରୀରେ ଖୋଲାଯାଉ ଭାଷା କେନ୍ଦ୍ର କଟକ ଅଫିସ, ୭।୧୨- ପୁରୀ ଜଗନ୍ନାଥ ମନ୍ଦିର ତଦନ୍ତ କମିଶନ ଜଷ୍ଟିସ ବିମଳ ପ୍ରସାଦ ଦାସ ଗୁରୁବାର ରାଜ୍ୟ ସରକାରଙ୍କୁ ତାଙ୍କର ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି। କମିଶନଙ୍କ ସଚିବ ବିଭୁପ୍ରସାଦ ପରିଜା ୪୮ ପୃଷ୍ଠା ସମ୍ବଳିତ ଏହି ରିପୋର୍ଟକୁ ରାଜ୍ୟ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ ସଚିବାଳୟରେ ଦାଖଲ କରିଛନ୍ତି। ରିପୋର୍ଟରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ଉପରେ ଗୁରୁତ୍ୱ ଦିଆଯାଇ ପୁରୀରେ ଭାଷା କେନ୍ଦ୍ର ଖୋଲାଯିବାକୁ ପ୍ରସ୍ତାବ ଦିଆଯାଇଛି। ରାଜ୍ୟରେ ବହୁ ଐତିହାସିକ ତଥା ଗୁରୁତ୍ୱପୂର୍ଣ୍ଣ ପୀଠଗୁଡ଼ିକ ରହିଛି, ଯାହା ଶ୍ରୀଜଗନ୍ନାଥଙ୍କ ସହିତ ସିଧା ଜଡ଼ିତ। ଉକ୍ତ ପୀଠଗୁଡ଼ିକ ଅବହେଳିତ ଅବସ୍ଥାରେ ରହିଛି। ସେଗୁଡ଼ିକର ଉନ୍ନତି ପାଇଁ ସରକାର ପଦକ୍ଷେପ ନେବାକୁ କମିଶନ ତାଙ୍କ ରିପୋର୍ଟରେ ପରାମର୍ଶ ଦେଇଛନ୍ତି। ତୃତୀୟ ରିପୋର୍ଟରେ ଜଗନ୍ନାଥଙ୍କ ସେବକଙ୍କ କଲ୍ୟାଣ ଓ ଶ୍ରୀମନ୍ଦିର ସଂସ୍କାରକୁ ନେଇ ଅନ୍ୟ କେତେକ ପ୍ରସଙ୍ଗ ସମ୍ପର୍କିତ ପ୍ରସ୍ତାବ ଦିଆଯିବ ବୋଲି କମିଶନ ଜଷ୍ଟିସ ଦାସ କହିଛନ୍ତି। ଗତ ଏପ୍ରିଲ ୨୦ରେ କମିଶନ ତାଙ୍କର ପ୍ରଥମ ଅନ୍ତରୀଣ ରିପୋର୍ଟ ସରକାରଙ୍କୁ ଦେଇଥିଲେ। କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦ୍ୱିତୀୟ ରିପୋର୍ଟରେ ରାଜ୍ୟ ବାହାରର ଧାର୍ମିକ ପୀଠଗୁଡ଼ିକରେ ରହିଥିବା ବ୍ୟବସ୍ଥାଗୁଡ଼ିକୁ ବିଚାରକୁ ନିଆଯାଇ ବିଭିନ୍ନ ପ୍ରସ୍ତାବ ସରକାରଙ୍କୁ ଦିଆଯାଇଛି। ଶ୍ରୀମନ୍ଦିରର ରୋଷଘରର ଆଧୁନିକୀକରଣ ନିମନ୍ତେ କେତେକ ପ୍ରସ୍ତାବ ଦିଆଯାଇଛି। ଏହାଛଡ଼ା ରାଜ୍ୟ ତଥା ବାହାରେ କିଭଳି ଜଗନ୍ନାଥ ସଂସ୍କୃତିର ପ୍ରସାର ହୋଇପାରିବ ତାହା ଉପରେ କମିଶନ ଗୁରୁତ୍ୱାରୋପ କରିଛନ୍ତି। ପୁରୀ ସହରରେ ଭାଷାକେନ୍ଦ୍ର ଖୋଲାଯାଉ ବୋଲି କମିଶନ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। କାରଣ ବିଶ୍ୱର କୋଣ ଅନୁକୋଣରୁ ଶ୍ରୀକ୍ଷେତ୍ର ପୁରୀକୁ ଶ୍ରଦ୍ଧାଳୁଙ୍କ ଆଗମନ ହେଉଛି। ଏଣୁ ପ୍ରମୁଖ ଭାଷାର କେନ୍ଦ୍ର ଖୋଲାଗଲେ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ଦିଗରେ ତାହା ସହାୟକ ହୋଇପାରିବ। ସେହିପରି ସେବାୟତଙ୍କ ପିଲାଙ୍କ ପାଇଁ ପୁରୀରେ ସ୍ବତନ୍ତ୍ର ସ୍କୁଲ ସ୍ଥାପନ ଓ ଉକ୍ତ ସ୍କୁଲରେ ଜଗନ୍ନାଥ ସଂସ୍କୃତି, ପୂଜାପାଠ ସମ୍ପର୍କିତ ପାଠ୍ୟକ୍ରମ ପାଇଁ ପ୍ରସ୍ତାବ ଦିଆଯାଇଛି। ଅନ୍ୟପକ୍ଷରେ ପଞ୍ଚସଖାଙ୍କ ପୀଠର ଉନ୍ନତୀକରଣ ଓ ସେହି ପୀଠସବୁକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରସ୍ତାବ ରହିଛି। ପଞ୍ଚସଖା ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ଜଡ଼ିତ ଥିବାରୁ ପୀଠଗୁଡ଼ିକର ପୁନରୁଦ୍ଧାର ଅତ୍ୟନ୍ତ ଜରୁରୀ। ଭାଗବତ ସଂସ୍କୃତିର ପୁନରୁଦ୍ଧାର କରାଯିବା ମଧ୍ୟ ଆବଶ୍ୟକ। ଭାଗବତ ସଂସ୍କୃତିର ପୁନରୁଦ୍ଧାର ହେଲେ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ଆହୁରି ବ୍ୟାପକ ହୋଇପାରିବ। ଜଗନ୍ନାଥ ସଂସ୍କୃତି ସହିତ ଜଡ଼ିତ ଓଡ଼ିଶୀ ନୃତ୍ୟ ଓ ଗୋଟିପୁଅ ନୃତ୍ୟର ବ୍ୟାପକ ପ୍ରସାର ଉପରେ ରିପୋର୍ଟରେ ଗୁରୁତ୍ୱ ଦିଆଯାଇଛି। ସେହିପରି ଜଗନ୍ନାଥ ସଂସ୍କୃତି ସହିତ ସମ୍ପର୍କ ରଖୁଥିବା କେନ୍ଦ୍ରାପଡ଼ାର ବଳଦେବଜୀଉ, ନୟାଗଡ଼ର ନୀଳମାଧବ, ସୋନପୁରର ପାତାଳୀ, ସାଲେପୁର ନେମାଳସ୍ଥିତ ପଦ୍ମକ୍ଷେତ୍ର, ଅଚ୍ୟୁତାନନ୍ଦଙ୍କ ପୀଠ ଓ ଯାଜପୁର ଜିଲା ଛତିଆବଟ ପୀଠର ଉନ୍ନତୀକରଣ ପାଇଁ ରିପୋର୍ଟରେ ଉଲ୍ଲେଖ ହୋଇଛି। ସୂଚନାଥାଉକି, ଗତ ଅଗଷ୍ଟ ୨୩ ଓ ୨୪ରେ ଦୁଇଦିନ ଧରି କମିଶନଙ୍କ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଦିନରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହିତ କମିଶନ ଆଲୋଚନା କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଜଗନ୍ନାଥ ସଂସ୍କୃତି ସହିତ ଜଡ଼ିତ ବହୁ ବୁଦ୍ଧିଜୀବୀଙ୍କ ମତାମତ ଲୋଡାଯାଇ ବୈଠକରେ ଆଲୋଚନା ହୋଇଥିଲା। ଆଲୋଚନାରୁ ବାହାରିଥିବା ନିର୍ଯାସକୁ ଉକ୍ତ ଅନ୍ତରୀଣ ରିପୋର୍ଟରେ ଦର୍ଶାଯାଇଛି।

ରାଜ୍ୟ |

ସ୍ପଷ୍ଟ ଦିବାଲୋକରେ ଡକାୟତି ଘଟଣାର ପର୍ଦ୍ଦାଫାସ

ସ୍ପଷ୍ଟ ଦିବାଲୋକରେ ଡକାୟତି ଘଟଣାର ପର୍ଦ୍ଦାଫାସ

ସମ୍ବଲପୁର, ୨୧।୧(ବ୍ୟୁରୋ): ସମ୍ବଲପୁର ଜିଲା ଅଇଁଠାପାଲି ଥାନା ଫାଟକସ୍ଥିତ ମୁଥୁଟ୍‌ ଫାଇନାନ୍ସ କମ୍ପାନୀରୁ ଡକାୟତି ଘଟଣାର ପର୍ଦ୍ଦାଫାଶ ହୋଇଛି। ବିହାର ପୋଲିସ ସହାୟତାରେ ମୁଖ୍ୟ ଅଭିଯୁକ୍ତ ସୁବୋଧ କାଣ୍ଡ ସିଂଙ୍କ ସହ ଅନ୍ୟ ୫ଜଣଙ୍କୁ ଶନିବାର ବିଳମ୍ବିତ ରାତିରେ ବିହାରରୁ ଗିରଫ କରାଯାଇଛି।

ଶ୍ରେଷ୍ଠ ପ୍ରଶାସକ ପରେ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’

ଶ୍ରେଷ୍ଠ ପ୍ରଶାସକ ପରେ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’

ଭୁବନେଶ୍ୱର,୨୧।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଖ୍ୟାତି ତାଲିକାରେ ରବିବାର ଯୋଡି ହୋଇଛି ଆଉ ଏକ ନୂଆ ସମ୍ମାନ ‘ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ’। ମହାରାଷ୍ଟ୍ରର ପୁନେର ଏମ୍‌ଆଇଟି-ଡବ୍ଲ୍ୟୁପିୟୁ କ୍ୟାମ୍ପସ୍‌ରେ ୮ମ ଭାରତୀୟ ଛାତ୍ର ସଂସଦ ଅବସରରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ନବୀନଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ଭରସା ଅତୁଟ: ଉପନିର୍ବାଚନରେ ବିଜେଡିର ଜିତାପଟ

ନବୀନଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ଭରସା ଅତୁଟ: ଉପନିର୍ବାଚନରେ ବିଜେଡିର ଜିତାପଟ

ଭୁବନେଶ୍ୱର,୨୧।୧(ବ୍ୟୁରୋ)- ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତିର ପ୍ରଭାବ ଜାରି ରହିଛି। ବିଭିନ୍ନ ସ୍ଥାନରେ ପଞ୍ଚାୟତସ୍ତରୀୟ ଉପନିର୍ବାଚନରେ ଦଳ ସଫଳତା ହାସଲ କରିଛି। ମାତ୍ର ବର୍ଷକ ତଳେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ଦଳ କେତେକ ସ୍ଥାନରେ ପରାଜିତ ହୋଇଥିଲା। ହେଲେ ବର୍ତ୍ତମାନ ଆସିଥିବା ଫଳାଫଳରୁ ଦଳ ନିଜର ସ୍ଥିତି ସୁଧାରି ପାରିଥିବାର ସଙ୍କେତ ଦେଇଛି ବୋଲି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ବାତିଲ: ଡିଆରଏମ୍‌ଙ୍କ ଅନୁପସ୍ଥିତି ନେଇ ପ୍ରଶ୍ନ ଉଠାଇଲା ବିଜେଡି

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ବାତିଲ: ଡିଆରଏମ୍‌ଙ୍କ ଅନୁପସ୍ଥିତି ନେଇ ପ୍ରଶ୍ନ ଉଠାଇଲା ବିଜେଡି

ଭୁବନେଶ୍ୱର,୨୧।୧(ବ୍ୟୁରୋ)-ନିକଟରେ ରେଳରାଷ୍ଟ୍ରମନ୍ତ୍ରୀ ରାଜେନ୍‌ ଗୋହେନ୍‌ ଓଡ଼ିଶା ଗସ୍ତ କରଥିଲେ। ଏହି ଗସ୍ତ ସମୟରେ ଖୁବ୍‌ଶୀଘ୍ର ଭୁବନେଶ୍ୱର ରେଳଷ୍ଟେଶନକୁ ଆଧୁନିକୀକରଣ ପାଇଁ ଏମ୍‌ଓୟୁ କରାଯିବ ବୋଲି ମତ ରଖିଥିଲେ। ଯାହାକୁ ଆଖି ଆଗରେ ରଖି ଶନିବାର ବା ଜାନୁୟାରୀ ୨୦ରେ ରେଲଓ୍ବେ ପକ୍ଷରୁ ରାଜ୍ୟ ସରକାରଙ୍କ ସହିତ ଏମ୍‌ଓୟୁ କରିବା ପାଇଁ ସ୍ଥିର କରାଯାଇଥିଲା।

ମିଶ୍ରଣ ପର୍ବରେ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ସମାଲୋଚନା: ଦୃଢ ପ୍ରତିଜବାବ ରଖିଲା ବିଜେଡି

ମିଶ୍ରଣ ପର୍ବରେ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ସମାଲୋଚନା: ଦୃଢ ପ୍ରତିଜବାବ ରଖିଲା ବିଜେଡି

ଭୁବନେଶ୍ୱର,୨୧।୧(ବ୍ୟୁରୋ)- ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ହୋଇଥିବା ଏକ ମିଶ୍ରଣ ପର୍ବରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ନିକଟରେ ମନ୍ତ୍ରିମଣ୍ଡଳରୁ ବିଦା ହୋଇଥିବା ଦାମୋଦର ରାଉତଙ୍କୁ ଢାଲ କରି ସେ କହିଛନ୍ତି ଯେ, ମୃତ୍ତିକା ସଂରକ୍ଷଣ ଦୁର୍ନୀତିର ଚେର ତୃତୀୟ ମହଲାକୁ ଲମ୍ବିଥିବାରୁ ରାଉତଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଇଛି। ରାଜ୍ୟ ସରକାରଙ୍କ ଭଙ୍ଗା ମାଠିଆର ବେଳ ସରି ଆସୁଛି। ପୁଣେ ଯାଇ ଆଦର୍ଶ ମୁଖ୍ୟମନ୍ତ୍ରୀର ଡିଣ୍ଡିମ ପିଟିବା ପୂର୍ବରୁ ଓଡ଼ିଆ ଭାବାବେଗ ସହ ଜଡିତ ଥିବା ପ୍ରଶ୍ନର ଉତ୍ତର ଦେବାକୁ ଧର୍ମେନ୍ଦ୍ର କହିଛନ୍ତି।

ଅର୍ଥ ତୋସରପାତ: ବିଡିଓ, ଯନ୍ତ୍ରୀଙ୍କ ସମେତ ୩ ଗିରଫ

କଟକ ଅଫିସ, ୨୦।୧- ଗ୍ରାମ ସଡ଼କ ନିର୍ମାଣ କ୍ଷେତ୍ରରେ ଦୁର୍ନୀତି। ୧କୋଟି ୩୨ଲକ୍ଷ ଟଙ୍କାର ପ୍ରକଳ୍ପକୁ ଟେଣ୍ଡର ନ କରି ବିଭାଗ ପକ୍ଷରୁ କରାଯାଇ ୪୨ଲକ୍ଷ ଟଙ୍କା ତୋସରପାତ କରାଯାଇଛି। ଏହି ଅଭିଯୋଗରେ ଭିଜିଲାନ୍ସ ସେଲ୍‌ ପକ୍ଷରୁ ସୁନ୍ଦରଗଡ ଜିଲାର ଲାଠିକଟା ବିଡିଓ ପୂର୍ଣ୍ଣଚନ୍ଦ୍ର ଭୋଇ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜକିଶୋର ସାହୁ ଓ ବ୍ଲକର ପୂର୍ବତନ ସହକାରୀ ଯନ୍ତ୍ରୀ ବୁଦ୍ଧେଶ୍ୱର ସାହୁଙ୍କୁ ଶନିବାର ଗିରଫ କରାଯାଇଛି।

୨୪ ପୋଲିସ ଅଧିକାରୀ ସମ୍ବର୍ଦ୍ଧିତ

୨୪ ପୋଲିସ ଅଧିକାରୀ ସମ୍ବର୍ଦ୍ଧିତ

କଟକ ଅଫିସ, ୨୦।୧- ଅଦାଲତ ଅଭିଯୁକ୍ତଙ୍କୁ ଦଣ୍ଡବିଧାନ କଲେ ମାମଲାର ତଦନ୍ତ ଅଧିକାରୀ ପୁରସ୍କୃତ ହେବେ। ଓଡିଶା ପୋଲିସ ପକ୍ଷରୁ ଏଭଳି ଅଭିନବ ଯୋଜନା ଶନିବାର କାର୍ଯ୍ୟକାରୀ ହୋଇଛି। ପ୍ରଥମ ଥର ପାଇଁ ରାଜ୍ୟର ୨୪ ଜଣ ପୋଲିସ ଅଧିକାରୀଙ୍କୁ କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଡିଜିପି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ପ୍ରଶଂସାପତ୍ର ସହ ପ୍ରୋତ୍ସାହନ ରାଶି ଦେଇ ସମ୍ବର୍ଦ୍ଧିତ କରିଛନ୍ତି।

ପୂର୍ବତନ ଉପଜିଲାପାଳଙ୍କୁ ୩ବର୍ଷ ଜେଲ୍‌ ଦଣ୍ଡ

କଟକ ଅଫିସ, ୨୦।୧-ମାଲକାନଗିରି ଜିଲାର ପୂର୍ବତନ ଉପଜିଲାପାଳ ବଳଭଦ୍ର ପଣ୍ଡାଙ୍କୁ ୩ବର୍ଷ ସଶ୍ରମ ଜେଲ୍‌ ଓ ୧ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ଦିଆଯାଇଛି। ଜରିମାନା ଅନାଦାୟ ହେଲେ ଅଭିଯୁକ୍ତ ପଣ୍ଡାଙ୍କୁ ଅଧିକ ୪ମାସ ସଶ୍ରମ ଜେଲ୍‌ ଭୋଗିବାକୁ ପଡିବ ବୋଲି ବିଚାରପତି ନିଜ ରାୟରେ ସ୍ପଷ୍ଟ କରିଛନ୍ତି।

କୃଷି ସଭାରେ ଯୁବକଙ୍କୁ ହତ୍ୟା

ନିରାକାରପୁର,୨୦।୧(ଡି.ଏନ୍‌.ଏ.)- କୃଷି ସଭା ଚାଲିଥିବାବେଳେ ଘଟିଥିଲା ଏକ ଲୋମହର୍ଷଣକାରୀ ଘଟଣା। ସେଠାରେ ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯିବା ଯୋଗୁ ଆତଙ୍କ ଖେଳିଯାଇଥିଲା। ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ରାମେଶ୍ୱର ପଞ୍ଚାୟତ ଅଧୀନ ତାଳପଡ଼ା ଗ୍ରାମର ଗୋଠ ପଡ଼ିଆଠାରେ ଶନିବାର ଘଟିଥିଲା ଏହି ଘଟଣା।

ମହିଳାଙ୍କୁ ହତ୍ୟା: ପାହାଡ଼ ଖୋଲରୁ ମିଳିଲା ଗଳିତ ମୃତଦେହ

ଦଶପଲ୍ଲା,୨୦।୧(ଡି.ଏନ.ଏ.)-ଗତ କିଛିଦିନ ହେଲା ନିଖୋଜ ହୋଇଯାଇଥିଲେ ଜଣେ ୨୫ ବର୍ଷୀୟା ମହିଳା ହାର ଖିଲାର ଓ ତାଙ୍କ ଝିଅ ଯମୁନା(୫)। ଶନିବାର ହାରଙ୍କ ଗଳିତ ମୃତଦେହକୁ ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ କୁସୁମଘାଟି ପାହାଡର ଏକ ଖୋଲରୁ ପୋଲିସ ଜବତ କରିଛି। ନିଖୋଜ ଥିବା ହାରଙ୍କ ମୃତଦେହ ପାହାଡ ଉପରୁ ମିଳିବା ଏବଂ ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହେଉଛି।

ଶିକ୍ଷୟିତ୍ରୀ ଅଞ୍ଜଳି ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ପଡ଼ିଶା ଘର ଜ୍ୱାଇଁ ହତ୍ୟାକାରୀ

ଶିକ୍ଷୟିତ୍ରୀ ଅଞ୍ଜଳି ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ପଡ଼ିଶା ଘର ଜ୍ୱାଇଁ ହତ୍ୟାକାରୀ

ଖୋର୍ଦ୍ଧା ଅଫିସ,୨୦।୧: ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ନିରାକାରପୁର ଥାନା ହରିପୁର ଉଗ୍ରତାରା ନୋଡାଲ ଉପ୍ରା ବିଦ୍ୟାଳୟର ଶିକ୍ଷୟିତ୍ରୀ ଅଞ୍ଜଳି ଦେହୁରି ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ହତ୍ୟାକାରୀ ହେଉଛନ୍ତି ଅଞ୍ଜଳିଙ୍କ ପଡ଼ିଶା ଘରର ଜ୍ୱାଇଁ କୁନୁ ଜେନା(୨୨)।

 ୧୬୫ କୋଟିର ବ୍ୟାଙ୍କ ଆକାଉଣ୍ଟ ଅଚଳ

୧୬୫ କୋଟିର ବ୍ୟାଙ୍କ ଆକାଉଣ୍ଟ ଅଚଳ

ରାଇସୁଆଁ,୨୦।୧(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ଇଣ୍ଡସ୍‌ ଇଣ୍ଡ ବ୍ୟାଙ୍କ ଶାଖାର ମ୍ୟାନେଜର ମାନସ ରାଉତ ଏକ କାରରେ ୫୦ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ପୋଲିସ ତାହାକୁ ଜବତ କରିବା ପରଠାରୁ ଏନେଇ ତନାଘନା ଜାରି ରଖିଛି। ବ୍ୟାଙ୍କ ମ୍ୟାନେଜରଙ୍କ ସମେତ କାରରେ ଯାଉଥିବା ବ୍ୟାଙ୍କ ଏକଜ୍‌କ୍ୟୁଟିଭ ଓ ଜଣେ ଗନ୍‌ମ୍ୟାନଙ୍କୁ ଗିରଫ କରି ଗତ୧୩ ତାରିଖରେ କୋର୍ଟ ଚାଲାଣ କରାଯାଇଛି।